ସମ୍ବଲପୁର

ସ୍ପିରିଟ୍‌ କାରଖାନାକୁ ଜଳ ଯୋଗାଣକୁ ବିରୋଧ, ତେଜିଲା ଆନ୍ଦୋଳନ

ସ୍ପିରିଟ୍‌ କାରଖାନାକୁ ଜଳ ଯୋଗାଣକୁ ବିରୋଧ, ତେଜିଲା ଆନ୍ଦୋଳନ

ବୌଦ୍ଧ/ତଳଗାଁ,୨୮।୧୨(ସ୍ବ.ପ୍ର./ଡି.ଏନ୍‌.ଏ.)-ଶିଳ୍ପ ବିହୀନ ବୌଦ୍ଧ ଜିଲାରେ ପ୍ରଥମ କରି ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତ ତିତିରିକଟାଠାରେ ଆରମ୍ଭ ହେବାକୁ ଯାଉଥିବା ବୃହତ୍‌ ବିୟର କାରଖାନା ସ୍ଥାପନକୁ ନେଇ ଲୋକଙ୍କ ମଧ୍ୟରେ ପ୍ରାରମ୍ଭରୁ ଯେଉଁ ଉତ୍ସୁକତା ଥିଲା ପରବର୍ତ୍ତୀ ସମୟରେ ତାହା ଅପସରିଯାଇଛି। ପ୍ରକୃତ ପକ୍ଷେ ଏହା ଏକ ସ୍ପିରିଟ କାରଖାନା ହେଉଥିବା ପଦାକୁ ଆସିବା ପରେ ବିରୋଧ ଆରମ୍ଭ ହୋଇଛି। ଏଭଳି ଏକ ଶିଳ୍ପ ପ୍ରତିଷ୍ଠାନ କାର୍ଯ୍ୟକ୍ଷମ ହେବା ଦ୍ୱାରା ସେଥିରୁ ନିର୍ଗତ ରାସାୟନିକ ପ୍ରଦୂଷଣ ପ୍ରଭାବରେ ସ୍ଥାନୀୟ ଲୋକଙ୍କ ସ୍ବାସ୍ଥ୍ୟଜନିତ ସମସ୍ୟା ଓ ଚାଷଜମି ଉପରେ କୁପ୍ରଭାବ ପଡ଼ିବା ଆଶଙ୍କା ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଜନସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ଏକ ବିନାଶକାରୀ ଶିଳ୍ପ ଉପରେ ରୋକ୍‌ ଲଗାଇବାକୁ ଦାବି କରିଛନ୍ତି। ତେବେ ଲୋକଙ୍କ ଭାବାବେଗ ପ୍ରତି ଗୁରୁତ୍ୱ ନ ଦେଇ ପ୍ରଶାସନ ସମ୍ପୃକ୍ତ ରାଜ୍ୟ ବାହାର ଶିଳ୍ପ ପ୍ରତିଷ୍ଠାନ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ଗୁରୁବାର ଏହି କାରଖାନାକୁ ମହାନଦୀରୁ ଜଳ ଯୋଗାଣ ପାଇଁ ଫକୀରପୁର ଗ୍ରାମ୍ୟ ଜଙ୍ଗଲ ଦେଇ ମାଟି ଖନନ କରି ଉକ୍ତ କମ୍ପାନୀ ପକ୍ଷରୁ ପାଇପ ସଂଯୋଗ କରାଯାଉଥିବାବେଳେ ସେଠାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ସିପିଆଇ ବିଧାୟକ ଏନ୍‌. ନାରାୟଣ ରେଡ୍ଡି, ବୌଦ୍ଧ ଜିଲା ସିପିଆଇ ସମ୍ପାଦକ ତଥା ୯ନଂ. ଜୋନ ଜିଲା ପରିଷଦ ସଭ୍ୟ ଅବକାଶ ସାହୁଙ୍କ ସମେତ ସ୍ଥାନୀୟ ଗ୍ରାମର ଶତାଧିକ ମହିଳାପୁରୁଷ ଓ ଶିଶୁ ପହଞ୍ଚି ଖନନ କାର୍ଯ୍ୟକୁ ବିରୋଧ କରିଥିଲେ। ମାତ୍ର କମ୍ପାନୀ ଦ୍ୱାରା କରାଯାଉଥିବା ଖନନ କାର୍ଯ୍ୟକୁ ସୁରକ୍ଷା ଦେବାକୁ ପୂର୍ବରୁ ସେଠାରେ ପ୍ରସ୍ତୁତ ଥିବା ବ୍ୟାପକ ପୋଲିସ ବିରୋଧ ପ୍ରଦର୍ଶନ କରୁଥିବା ମହିଳା ଓ ପୁରୁଷଙ୍କ ଉପରେ ଅମାନବୀୟଭାବେ ବଳ ପ୍ରୟୋଗ ସହ ମାଡ଼ ମାରିଥିବା ଦେଖାଯାଇଥିଲା। ଏପରିକି ପୋଲିସ ଦ୍ୱାରା ମହିଳାଙ୍କୁ ବଳପୂର୍ବକ ଗିରଫ କରିବା ସମୟରେ କେତେକ ମହିଳା ଉଲଗ୍ନ ହୋଇ ପଡ଼ିବା ସହ ପୋଲିସ କାର୍ଯ୍ୟାନୁଷ୍ଠାନ ବେଳେ ଜଣେ ମହିଳା ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ଚେତା ହରାଇ ପଡ଼ିଥିଲେ। ଏହାକୁ ନେଇ ଉପସ୍ଥିତ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଥିଲା। ତେବେ ଘଟଣାସ୍ଥଳରେ ବଢୁଥିବା ଅସନ୍ତୋଷ ଭିନ୍ନମୋଡ଼ ନେବା ପୂର୍ବରୁ ପୋଲିସ ଘଟଣାସ୍ଥଳରୁ ପୂର୍ବତନ ବିଧାୟକ ରେଡ୍ଡି, ଜିଲା ପରିଷଦ ସଭ୍ୟ ସାହୁଙ୍କ ସମେତ ୨୦ ମହିଳା ଓ ୮ ପୁରୁଷଙ୍କୁ ଗିରଫ କରି ବୌଦ୍ଧ ନେଇଯାଇଥିଲା। ସ୍ଥାନୀୟ ଲୋକେ ପ୍ରଦୂଷଣ ଯୋଗୁ ସାମୂହିକ ସ୍ବାସ୍ଥ୍ୟଗତ ସମସ୍ୟା, ଜୀବନ ଜୀବିକା ଓ ଚାଷ ସମସ୍ୟା ଭଳି ସମ୍ବେଦନଶୀଳ ପ୍ରସଙ୍ଗ ନେଇ ଶାନ୍ତିପୂର୍ଣ୍ଣ ଉପାୟରେ ପ୍ରତିବାଦ କରୁଥିବାବେଳେ ଅଞ୍ଚଳର କୌଣସି ରାଜନେତା କିମ୍ବା ନିର୍ବାଚିତ ଜନପ୍ରତିନିଧିଙ୍କ ଦେଖା ନ ଥିଲା। ଖବର ଲେଖାହେବା ପର୍ଯ୍ୟନ୍ତ ପୋଲିସ ବିକ୍ଷୋଭକାରୀଙ୍କୁ ଥାନାରେ ଅଟକ ରଖିଛି।

All Right Reserved By

ସମ୍ବଲପୁର

ସମସିଆ ଘେର୍‌ରେ କନ୍ଦାଜୁରୀ ଗାଁ ବାସୀ

ଲୋଇସିଂହା,୨୩।୬(ଡି.ଏନ୍‌.ଏ.)- ଲୋଇସିଂହା ବ୍ଲକ୍‌ ଅଧୀନ୍‌ କନ୍ଦାଜୁରୀ ପଁନ୍‌ଚେତ୍‌ର ସଦର ଗାଁବାସୀ ଏହେଦେ ଗୁଟେ ଅସ୍‌କଟିଆ ପରିବେଶରେ ଜୀବନ୍‌ ବିତଉଛନ୍‌। ଗାଁର ଲୋକ୍‌ ବେଭାର କରୁଥିବାର ତଲିବଁଧ୍‌ର ପାଏନ୍‌ ଏହେଦେ ଦୂଷିତ୍‌ ହେଇଯାଇଛେ। ଇ ବଁଧର ପାଏନ୍‌ ବେଭାର କରି ଲୋକ୍‌ ନାନା ସମସିଆରେ ପଡ଼ୁଛନ୍‌। ଏହେଦେ ବର୍‌ଷା ଲାଗି ଗାଁର ରାସ୍‌ତାର ଅବସ୍‌ତା ବି ଖରାପ୍‌ ହେଇଯାଇଛେ। ଗାଁବାସୀ ଯାଆସ କର୍‌ବାରେ ଅସ୍‌ବିଧା ହେଉଥିବାର ଅଭିଯୋଗ୍‌ କରିଛନ୍‌। କନ୍ଦାଜୁରୀ ପଁନ୍‌ଚେତ୍‌ ସଦର ଗଁା ୮ଟା ଓ୍ବାର୍ଡରେ ୪ ହଜାର୍‌ରୁ ଅଧ୍‌କା ଲୋକ୍‌ ରହୁଛନ୍‌। ଗାଁରେ ଛୋଟ୍‌ବଡ଼ କରି ୪ଟା ବଁଧ୍‌ ଅଛେ। ଗଁାର ବଡ଼ଭାଗି ଲୋକ୍‌ ଗଧାବୁଡ଼ା ଲାଗି ତଲିବଁଧ୍‌କେ ବେଭାର କର୍‌ସନ୍‌। ହେଲେ ୨୦ ବଛର୍‌ ହେଲା ଇ ବଁଧ୍‌ର ମାଏଟ୍‌ କାମ୍‌ ନାଇଁହେଇ। ବଛର୍‌ ବଛର୍‌ ଧରି ବଁଧର ମାଏଟ୍‌ କାମ୍‌ ନାଇଁ ହେବାର ଲାଗି ପାଏନ୍‌ ଦୂଷିତ୍‌ ହେଇଯାଇଛେ। ଗାଁବାସୀକର ଅଲଗ୍‌ ଉପେ ନାଇଁନ, ଯେନ୍‌ଥିର୍‌ଲାଗି ଲୋକ୍‌ ବାଧ୍ୟ ହେଇ ବଁଧର ପାଏନ୍‌ ବେଭାର କରୁଥିବାର ଗାଁର ପିଲେ ଅଭିଯୋଗ୍‌ କରିଛନ୍‌।

ଗରମ୍‌ରେ ସଁତ୍‌ଲି ହେଉଛନ୍‌ ଛାତ୍ରୀଛାତ୍ର: କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ୍‌ପଢ଼ାକେ ନେଇ ଅସନ୍‌ତୋଷ

ବୁର୍ଲା,୨୩। ୬(ଡି.ଏନ.ଏ)- ଏହେଦ୍‌କାର ପରିସ୍‌ଥିତିରେ ଖରା ତାତିକେ ନଜର୍‌ରେ ରଖି ରାଏଜର ସବୁ ସରକାରୀ, ବେସରକାରୀ ଶିକ୍ଷାନୁଷ୍‌ଠାନ୍‌ ବଂଦ୍‌ ରଖ୍‌ବାକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍‌ଦେଶ ଦେଇଛନ୍‌। ହେଲେ ସମ୍ବଲପୁର ଜିଲା ବୁର୍ଲା କେନ୍ଦ୍ରୀୟ ବିଦ୍ୟାଳୟରେ ଇତାର ଉଲ୍‌ଟିଆ ଦେଖ୍‌ବାକେ ମିଲୁଛେ। ଇଠାନେ ଜୁନ୍‌ ପହେଲାରୁ ପିଲାକର ପାଠ୍‌ପଢ଼ା ଚାଲିଥିଲାବେଲେ, ଛାତ୍ରୀଛାତ୍ର ତାତି ଆର୍‌ ଗୁଲ୍‌ଗୁଲିରେ ସଁତ୍‌ଲି ହେଉଥିବାର ଅଭିଯୋଗ୍‌ ହେଉଛେ।

ବୁର୍ଲା ଭୀମସାର ମେଡିକାଲ: ଅମରୁତ୍‌ଗଂଗାରୁ ବାହାରୁଛେ ତତଲା ପାଏନ୍‌

ବୁର୍ଲା ଭୀମସାର ମେଡିକାଲ: ଅମରୁତ୍‌ଗଂଗାରୁ ବାହାରୁଛେ ତତଲା ପାଏନ୍‌

ବୁର୍ଲା, ୨୩।୬ (ଡି.ଏନ୍‌.ଏ)- ସମ୍ବଲପୁର ଜିଲାର ବୁର୍ଲା ଭୀମସାର ଡାକ୍‌ତରଖାନା ପଶ୍ଚିମ ଓଡ଼ିଶାର ଜୀବନ୍‌ ରେଖା ବଏଲେ ଚଲ୍‌ବା। ଇନ୍‌କେ ଫିଦିନ୍‌ ବହୁତ୍‌ ଦୂରିଆରୁ ଲୋକ୍‌ ଦିହିପା ଦେଖାବାକେ ଆସୁଛନ୍‌। ରୁଗୀର ସଂଗେ ଝନେ କି ଦୁଇଝନ୍‌ ଦେଖାସୁନା କର୍‌ବାର ଲାଗି ବି ଆଏସନ୍‌। ହେଲେ ସମ୍‌କିରି ଗୁଟେ ଅଭିଯୋଗ୍‌ ଯେ, ପିଇଲା ପାଏନ୍‌ ଲାଗି ବଡ଼ା ଗୁଲ୍‌ଗୁଲା ହେବାକେ ହେଉଛେ।

ଭଂଗା କୁରିଆରେ ବିତୁଛେ ଦିନ୍‌: ଛୁଆକର ପାଠ୍‌ପଢ଼ା ନେଇ ଚିନ୍‌ତାରେ ମା’

ଭଂଗା କୁରିଆରେ ବିତୁଛେ ଦିନ୍‌: ଛୁଆକର ପାଠ୍‌ପଢ଼ା ନେଇ ଚିନ୍‌ତାରେ ମା’

ଲଡୁଗାଁ,୨୩।୬(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ ବରାଡ଼ଙ୍ଗା ଗାଁରେ ଗଲା ଦୁଇଦିନ୍‌ ତଲେ ହେଇଥିବାର କାଲ୍‌ବଇଶାଖୀରେ ଲୁକ୍‌କର ଘର, ଗଛ୍‌ଖୁଁଟ୍‌ ଭାଂଗିଯାଇଛେ। ସେନ୍‌ତା ଗାର ନିସାହା ବିଧବା କମଳା ରାଉତ(୩୦)କଁର ଘର୍‌ ଭାଂଗିଯାଇଛେ। ଯେନ୍‌ଥିର୍‌ଲାଗି ଇ ପରିବାର୍‌ର ଚାଏର୍‌ ପରାନି ଭଂଗା ଘରେ ରହୁଛନ୍‌। ସୂଚ୍‌ନା ହିସାବେ ଗଲା ୨ବଛର୍‌ ହେଲା ଭଂଗା ଦଦ୍‌ରା ମାଏଟ୍‌ କୁରିଆରେ ବଡ଼ା ଗୁଲ୍‌ଗୁଲା ହେଇ ପୁଓ ଚନ୍ଦନ, ତୁଲସି ଆର୍‌ ଝି ଦହନା ରହିଆସୁଥିଲେ। ହେଲେ ଗଲା ଦୁଇଦିନ୍‌ ତଲେ ହେଇଥିବାର ଧୁକାଗରେଲ୍‌, ବର୍‌ଷାରେ ତାକର ଘର୍‌ଟା ଭାଂଗିଯାଇଛେ।

ରବି ଧାନ ସଂଗ୍ରହ ମାନ୍ଦା

ରବି ଧାନ ସଂଗ୍ରହ ମାନ୍ଦା

ବୀରମହାରାଜପୁର, ୨୨ା୬(ଡି.ଏନ.ଏ) ମିଲର୍ସଙ୍କ ବେଖାତିର ମନୋଭାବ ସାଙ୍ଗକୁ ପ୍ରଶାସନିକ ଉଦାସୀନତା ଯୋଗୁଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ରବି ଧାନ ସଂଗ୍ରହ ଚରମ ଅବ୍ୟବସ୍ଥା ଦେଇ ଗତି କରୁଛି ।

ବେଲପାହାଡ ପୌର ପରିଷଦ: ପରିମଳ ବ୍ୟବସ୍ଥା ବାଟବଣା

ବେଲପାହାଡ ପୌର ପରିଷଦ: ପରିମଳ ବ୍ୟବସ୍ଥା ବାଟବଣା

ବେଲପାହାଡ଼,୨୨ା୬(ଡ଼ି.ଏନ୍‌.ଏ.) ପୌର କର୍ତ୍ତୃପକ୍ଷଙ୍କ ଠିକାଦାର ପ୍ରୀତି ଯୋଗୁ ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରପରିଷଦର ପରିମଳ ବ୍ୟବସ୍ଥା ବାଟବଣା ହୋଇଯାଇଛି ା ଏବେ ପରିଷଦର ସଫେଇ କାମ କାର୍ଯ୍ୟାଦେଶ ଅନୁଯାୟୀ ଚାଲୁନାହିଁ।

ଅଧାରୁ କାମ ଛାଡି ଠିକାଦାର ଚମ୍ପଟ ବିଡିଓଙ୍କଠାରେ ଫେରାଦ ହେଲେ ଗ୍ରାମବାସୀ

ଅଧାରୁ କାମ ଛାଡି ଠିକାଦାର ଚମ୍ପଟ ବିଡିଓଙ୍କଠାରେ ଫେରାଦ ହେଲେ ଗ୍ରାମବାସୀ

ଜୁନାଗଡ,୨୨।୬(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳମଲା ପଞ୍ଚାୟତ ମସିଗଁାରେ ନିର୍ମାଣାଧୀନ ବାଗଡିସର ପୋଲ କାମ ଅଧାପନ୍ତରିଆ କରି ଠିକାଦାର ଚମ୍ପଟ ମାରିଥିବା ଜଣାପଡିଛି।

ରାଜେନ୍ଦ୍ର କଲେଜ ସମ୍ମୁଖରେ ଏଆଇଡିଏସ୍‌ଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ରାଜେନ୍ଦ୍ର କଲେଜ ସମ୍ମୁଖରେ ଏଆଇଡିଏସ୍‌ଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗୀର ଅଫିସ,୨୨। ୬: ବଲାଙ୍ଗୀର ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଅଲ୍‌ଇଣ୍ଡିଆ ଡେମୋକ୍ରେଟିକ୍‌ ଷ୍ଟୁଡେଣ୍ଟସ୍‌ ଅର୍ଗାନାଇଜେଶନ୍‌ (ଏଆଇଡିଏସ୍‌ଓ) ତରଫରୁ ସାର୍ଟିଫିକେଟ୍‌ ପ୍ରିଜର୍‌ଭେସନ୍‌ ବାବଦ ଫି’କୁ ବିରୋଧ କରି ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଆରଏସପି ଠିକା ଶ୍ରମିକଙ୍କୁ ମିଳୁନି କେନ୍ଦ୍ରୀୟ ଧାର୍ଯ୍ୟ ଦରମା

ରାଉରକେଲା ଅଫିସ,୨୨।୬: ଆରଏସପିରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ କେନ୍ଦ୍ରୀୟ ବେତନ ପ୍ରଦାନ କରାଯାଉନି। ଏ ନେଇ ରହିଥିବା ନିର୍ଦ୍ଦେଶକୁ କର୍ତ୍ତୃପକ୍ଷ ଉଲ୍ଲଂଘନ କରୁଛନ୍ତି।

ହନୁମାନ ମନ୍ଦିରର ରତ୍ନମୁଦ ମହୋତ୍ସବ

ହନୁମାନ ମନ୍ଦିରର ରତ୍ନମୁଦ ମହୋତ୍ସବ

ସୋହେଲା,୨୨।୬(ଡି.ଏନ.ଏ.): ସୋହେଲା ବ୍ଲକ ଟଙ୍ଗିବନ୍ଧଲୀ ଗ୍ରାମସ୍ଥିତ ଗିରି ଗୋବର୍ଦ୍ଧନ ପାହାଡ଼ ତଳେ ନବ ନିର୍ମିତ ସଙ୍କଟମୋଚନ ହନୁମାନ ମନ୍ଦିରର ରତ୍ନମୁଦ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଲାୟନ୍ସ କ୍ଲବ ହୀରାକୁଦ ରୟାଲ ଉଦ୍‌ଘାଟିତ

ହୀରାକୁଦ,୨୨।୬(ଡି.ଏନ.ଏ.): ହୀରାକୁଦ ଲାୟନ୍ସ କ୍ଲବ ରୟଲ ନାମରେ ଏକ ନୂତନ କ୍ଲବର ଉଦ୍‌ଘାଟନ ଡ୍ରିଷ୍ଟିକ୍‌ ଗଭର୍ଣ୍ଣର ଲାୟନ୍ସ ବ୍ରଜମୋହନ ଅଗ୍ରୱାଲଙ୍କ ଦ୍ୱାରା ସମ୍ବଲପୁର ହୋଟେଲ କାବେରୀରେ ଶୁକ୍ରବାର ସମ୍ପାଦିତ ହୋଇଯାଇଛି ।

ବଡଗଁ। ଆଇଟିସି ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ

ବଡଗଁ। ଆଇଟିସି ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ

ବଡଗଁ।,୨୨।୬(ଡି.ଏନ.ଏ.): ବଡଗଁ। ସ୍ଥିତ ବେସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପକ୍ଷରୁ ଗୁରୁବାର ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଆଇଟିସିର ସ୍କାଉଟ୍‌, ଗାଇଡ ଓ ଲିଓ କ୍ଲବ, ଛାତ୍ରୀଛାତ୍ରଙ୍କ ସହିତ ଅନୁଷ୍ଠାନର ସମସ୍ତ କର୍ମଚାରୀ ଏଥିରେ ଯୋଗଦେଇଥିଲେ ।

Model This Week

ପ୍ରଭାତ