Dharitri News
ବାଲେଶ୍ୱର

‘ଗୋନାସିକା କେନ୍ଦୁଝର ମହୋତ୍ସବ ଉଦଯାପିତ’

‘ଗୋନାସିକା କେନ୍ଦୁଝର ମହୋତ୍ସବ ଉଦଯାପିତ’ କେନ୍ଦୁଝର, ୨୮।୧୨ (ସ୍ବ.ପ୍ର.)-ସ୍ଥାନୀୟ କାଳୀ ପଡିଆଠାରେ ଚାଲିଥିବା ‘ଗୋନାସିକା କେନ୍ଦୁଝର ମହୋତ୍ସବ’ ଗୁରୁବାର ଉଦଯାପିତ ହୋଇଯାଇଛି । କେନ୍ଦୁଝର ଜିଲାର କଳା ଓ ଐତିହ୍ୟର ଏହି ମହୋତ୍ସବରେ ଖଣିମନ୍ତ୍ରୀ ପ୍ରଫୁଲ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଜିଲାପାଳ ଡ. ଏନ ତିରୁମାଲା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ସମ୍ମାନନୀୟ ଅତିଥି ଭାବେ ବିଧାୟକ ଅମରପ୍ରସାଦ ଶତପଥୀ, ବିଧାୟକ ଅଭିରାମ ନାୟକ, ମାୟାଧର ଜେନା, ଜିଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ପିଡି ଡିଆରଡିଏ ନୃସିଂହ ଚରଣ ସ୍ବାଇ ପ୍ରମୁଖ ଉପସ୍ଥିତ ଥିଲେ । ଦୀର୍ଘ ୫ ଦିନ ଧରି ଚାଲିଥିବା ମହୋତ୍ସବରେ ଜିଲା ସମେତ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ପ୍ରତିଦିନ ବହୁ କଳାପ୍ରେମୀଙ୍କ ଭିଡ ଜମିଥିଲା। ଶୀତୁଆ ସନ୍ଧ୍ୟାରେ ଖୋଲା ମଞ୍ଚରେ ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରମାନେ ଲୋକ ନୃତ୍ୟ, କଣ୍ଢେଇ ନାଚ, ଛଉ ନାଚ ଆଦି ପାରମ୍ପରିକ କଳା ପ୍ରଦର୍ଶନ କରିଥିଲେ। ଉପସ୍ଥିତ ଦର୍ଶକ ନାଚଗୀତରେ ବେଶ୍‌ ଝୁମିଥିଲେ। ଏହି ଅବସରରେ ଚାଲିଥିବା ଜାତୀୟ ସ୍ତରର ପଲ୍ଲୀଶ୍ରୀ ମେଳା ବୁଲି ଲୋକେ ନୂଆ ନୂଆ ସାମଗ୍ରୀ କିଣିଥିଲେ। ସଂଗ୍ରାହକ ସୁଜିତ ପଟ୍ଟନାୟକଙ୍କ ବିଭିନ୍ନ ପତ୍ର ପତ୍ରିକା ଷ୍ଟଲ ସମେତ ପୁସ୍ତକ ମେଳା , ଖାଦ୍ୟମେଳାରେ ଭିଡ ଜମିଥିଲା। ପଲ୍ଲୀଶ୍ରୀ ମେଳାରେ ପଡିଥିବା ହସ୍ତଶିଳ୍ପ, ଘରକରଣା ଉପକରଣ, ଆୟୁର୍ବେଦିକ ଔଷଧ, ବସ୍ତ୍ର, ଖେଳଉପକରଣ, ଟେରାକୋଟା ସାମଗ୍ରୀ ଅଧିକ କିଣାବିକା ହୋଇଥିଲା।

ବାଲେଶ୍ୱର

ମଣ୍ଡିରେ ଧାନ ଦେଇ ମୂଲ୍ୟ ପାଉ ନାହାନ୍ତି ଚାଷୀ

କପ୍ତିପଦା,୧୭।୧(ଡି଼.ଏନ୍‌.ଏ)-କପ୍ତିପଦା ବ୍ଲକ ଅଧିନ ଜାମୁଡିହା ଲ୍ୟାମ୍ପ୍ସରେ ଚାଷୀମାନେ ଧାନ ମଣ୍ଡିରେ ଧାନ ଦେବାର ୮ ଦିନ ପରେ ମଧ୍ୟ ସେମାନଙ୍କ ଜମା ଖାତାକୁ ଟଙ୍କା ନ ଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। କେତେକ ଚାଷୀ ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ସମେତ ଲ୍ୟାମ୍ପ୍ସର ଏମଡିଙ୍କୁ ଅବଗତ କଲେ ମଧ୍ୟ କାୈଣସି ସୁଫଳ ମିଳି ନାହିଁ। ଯାହାଫଳରେ ଚାଷୀ ମାନେ ଜିଲାର ପ୍ରମୁଖ ପର୍ବ ମକରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି।

ଅନଶନରେ ବସିଲେ ମା’, ଝିଅ

ଅନଶନରେ ବସିଲେ ମା’, ଝିଅ

କେନ୍ଦୁଝର,୧୭।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ନଦୀବନ୍ଧ ଥାନା ଅଧୀନ କଳିଗାଁର ଏକ ପରିବାରର ଜଣେ ଅସହାୟ ମହିଳା ଶାନ୍ତିଲତା ସେଠୀ ତାଙ୍କ ଝିଅ ସହ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଛନ୍ତି।

ଦୁର୍ଘଟଣାରେ ଭାଲୁ ମୃତ

ଦୁର୍ଘଟଣାରେ ଭାଲୁ ମୃତ

କେନ୍ଦୁଝର,୧୭।୧(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ନେକଡାଘର ନିକଟ ଏନ୍‌ଏଚ୍‌ ୨୦ରେ ଦୁର୍ଘଟଣାରେ ଏକ ଅଣ୍ଡିରା ଭାଲୁର ମୃତ୍ୟୁ ଘଟିଛି। ଭାଲୁଟିର ବୟସ ୧୫ବର୍ଷ ଏବଂ ଓଜନ ୭୦ କିଗ୍ରା ହେବ। ରାସ୍ତାପାରି ହେବାବେଳେ ଦୁର୍ଘଟଣା ଘଟିଥିବା କୁହାଯାଉଛି।

ରବି ଫସଲ ବନ୍ଦ ଆଶଙ୍କା

ଝୁମ୍ପୁରା, ୧୬।୧(ଡି.ଏନ୍‌.ଏ.)-ଜଳସେଚନ ବିଭାଗ କର୍ତ୍ତୃପକ୍ଷଙ୍କ ଖାମଖିଆଲି କାରଣରୁ ଚଳିତ ବର୍ଷ ରବି ଫଲଲ ବନ୍ଦ ଆଶଙ୍କା ଦେଖା ଦେଇଛି। ଫଳରେ ଚାଷୀକୁଳ ଚିନ୍ତାରେ ରହିଛନ୍ତି। କେନାଲ ମରାମତି ଆଳରେ ବିଭାଗ ପକ୍ଷରୁ ଚଳିତ ବର୍ଷ ରବି ଫସଲ ନିମନ୍ତେ କେନାଲରେ ପାଣି ଛଡ଼ା ଯିବ ନାହିଁ ବୋଲି ନୋଟିସ ଜାରି ହୋଇଛି।

ନିଆଁ ଲାଗିଲେ ନାହିଁ ବଞ୍ଚିବାର ବାଟ

କେନ୍ଦୁଝର, ୧୬।୧(ସ୍ବ.ପ୍ର.)-କେନ୍ଦୁଝର ସହରରେ ବିଭିନ୍ନ ସପିଂମଲ୍‌, ମାର୍କେଟ କମ୍ପ୍ଲେକ୍ସ, ହୋଟେଲ, ଲଜ୍‌, କଲ୍ୟାଣମଣ୍ଡପ, ନର୍ସିଂହୋମ, କେତକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସିନେମା ହଲ୍‌, ବେସରକାରୀ କଲେଜ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥାଇ ଚାଲୁଥିବା ଅଭିଯୋଗ ହେଉଛି।

କଳାକାରଙ୍କ ସାଂସ୍କୃତିକ ଶୋଭାଯାତ୍ରା

କଳାକାରଙ୍କ ସାଂସ୍କୃତିକ ଶୋଭାଯାତ୍ରା

ଭଦ୍ରକ ଅଫିସ,୧୬। ୧-ଭଦ୍ରକ ସହରାଞ୍ଚଳରେ କଳାକାରଙ୍କୁ ନେଇ ନଗରକଳା ସଂସ୍କୃତି ସଂଘ ଗଠିତ ହୋଇଛି। ମଙ୍ଗଳବାର ଶହୀଦସ୍ମୃତିଭବନ ପରିସରରେ ଏହି ସଂଘର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ତ୍ରୁଟିପୂର୍ଣ୍ଣ ମାପ ଓଜନ ମେଶିନ ବଦଳାଇବା ପାଇଁ ନିର୍ଦ୍ଦେଶ

ଭଦ୍ରକ ଅଫିସ,୧୬ା୧- ଭଦ୍ରକ ବ୍ଳକ ଅନ୍ତର୍ଗତ କୋରକୋରା ସେବାସମବାୟ ସମିତିରେ ଡିଜିଟାଲ ୱେଟ ମେଶିନ ମାଧ୍ୟମରେ ଚାଷୀଙ୍କୁ ଠକେଇ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା।

ସେବା ସମବାୟ ସମିତିରେ ତାଲା ପକାଇଲେ ଚାଷୀ

ସେବା ସମବାୟ ସମିତିରେ ତାଲା ପକାଇଲେ ଚାଷୀ

ବାହାନଗା,୧୬।୧(ଡି.ଏନ.ଏ.)-ବିଭିନ୍ନ ଦାବି ନେଇ ମଙ୍ଗଳବାର ବାହାନଗା ବ୍ଳକ ଆଳଦା ସେବା ସମବାୟ ସମିତିରେ ଚାଷୀମାନେ ତାଲା ପକାଇ ଧାରଣାରେ ବସିଥିଲେ। ଏସିଏସଓ (ଅତିରିକ୍ତ ସିଭିଲି୍‌ ସପ୍ଲାୟର)ମଣି ଚରଣ ପାତ୍ର ଙ୍କ ପ୍ରତିଶ୍ରୁତି ପରେ ଚାଷୀମାନେ ଧାରଣା ହଟିବା ସହ ତାଲା ଖୋଲିଥିଲେ।

ନିଅଁ।ରେ ପୋଡ଼ି ସ୍ତ୍ରୀ ଅର୍ଦ୍ଧଦଗ୍ଧ, ସ୍ବାମୀ ଗୁରୁତର

ସଜନାଗଡ଼,୧୬।୧(ଡି.ଏନ.ଏ.)-ନୀଳଗିରି ଥାନା ଅଯୋଧ୍ୟା ଗ୍ରାମର ରିଣ୍ଟୁ ମୁଖି (୨୨) ଓ ତାଙ୍କ ସ୍ତ୍ରୀ ତପସ୍ବିନୀ ମଙ୍ଗଳବାର ନିଅଁ।ରେ ପୋଡି ଗୁରୁତର ହୋଇଛନ୍ତି।

୩ ବର୍ଷ ହେଲା ପାଦରେ ଶିକୁଳି

୩ ବର୍ଷ ହେଲା ପାଦରେ ଶିକୁଳି

ଖଇରା, ୧୪। ୧(ଉତ୍କଳ ବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ନହଙ୍ଗ ପଞ୍ଚାୟତ ରୁସ୍ତମପୁର ଗାଁରେ ରୁହନ୍ତି ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର। ପରିବାର କହିଲେ ସ୍ତ୍ରୀ, ୨ ପୁଅ, ଗୋଟିଏ ଝିଅକୁ ବୁଝାଏ।

ଭୀମକୁଣ୍ଡ ମହୋତ୍ସବ ଉଦ୍‌ଯାପିତ

ଭୀମକୁଣ୍ଡ ମହୋତ୍ସବ ଉଦ୍‌ଯାପିତ

ଠାକୁରମୁଣ୍ଡା,୧୬। ୧(ଡି.ଏନ.ଏ.)- ଠାକୁରମୁଣ୍ଡା ବ୍ଲକର ପର୍ଯ୍ୟଟନୀସ୍ଥଳୀ ଭୀମକୁଣ୍ଡଠାରେ ମକର ସଂକ୍ରାନ୍ତିଠାରୁ ଆରମ୍ଭ ହୋଇ ୩ଦିନ ଧରି ଚାଲିଥିବା ଭୀମକୁଣ୍ଡ ମହୋତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଛି ।

ପୋଡି ହୋଇ ମହିଳା ଗୁରୁତର

ବାରିପଦା ଅଫିସ,୧୬।୧- ବାରିପଦା ବାଘଡାରୋଡ ଅଞ୍ଚଳର ଜଣେ ମହିଳା ମଙ୍ଗଳବାର ନିଅଁାରେ ପୋଡି ହୋଇ ଗୁରୁତର ହୋଇଛନ୍ତି। ଗୁରୁତର ମହିଳାଜଣଙ୍କ ହେଉଛନ୍ତି କୁନ୍ଦଲତା ମିଶ୍ର ।