ସମ୍ବଲପୁର

ଧରାପଡ଼ିଲା ଡିଜେଲ ଚୋର ଗ୍ୟାଙ୍ଗ

ଧରାପଡ଼ିଲା ଡିଜେଲ ଚୋର ଗ୍ୟାଙ୍ଗ

କୋଲାବିରା,୨୮।୧୨(ଡି.ଏନ୍‌.ଏ.)- କୋଲାବିରା ତଥା ଆଖପାଖ ଅଞ୍ଚଳରୁ ଦୀର୍ଘଦିନ ହେଲା ବିଭିନ୍ନ ଗାଡ଼ିରୁ ନିୟମିତ ଡିଲେଜ ଚୋରି ହେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ ଚୋରଙ୍କୁ ଧରିବାରେ ସକ୍ଷମ ହେଉ ନ ଥିଲା। ବୁଧବାର ରାତିରେ ଏକ ଗ୍ୟାଙ୍ଗ କୋଲାବିରା ଥାନା ଅଧୀନ ବୁଚାମୁଣ୍ଡା ଛକ ନିକଟରେ ଥିବା ଏକ ଢାବାରେ ଠିଆହୋଇଥିବା ଗାଡ଼ିରୁ ଡିଜେଲ ଚୋରି କରୁଥିବାବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଲଇକେରା ବ୍ଲକ ପାକେଲପଡ଼ା ଗ୍ରାମର ସଞ୍ଜୟ ମାଝି (୧୯), ପ୍ରଭାତ ଧୁରୁଆ, କାଙ୍କମାଲର ନୃସିଂହ ବେହେରା (୨୦) ଓ ରାୟଗଡ଼ ସାରଙ୍ଗଡ଼ ଥାନା ଅଞ୍ଚଳର ବିଜୟ ତାଣ୍ଡି (୨୪)। ଏ ନେଇ କୋଲାବିରା ଥାନାରେ ପିଏସ୍‌ କେସ୍‌ ନଂ.-୧୩୮ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି। ବୁଚାମୁଣ୍ଡା ଛକ ନିକଟ ନାନୀ ଢାବାରେ ରାତିରେ ବିଶ୍ରାମ ନେବାକୁ ଅଟକିଥିବା ଟ୍ରକରୁ ଏମାନେ ବିଳମ୍ବିତ ରାତିରେ ଡିଜେଲ କାଢ଼ି ନେଉଥିବା ଢାବା ମାଳିକ ଲକ୍ଷପତି ବାରିକ ଦେଖିଥିଲେ। ଢାବାର ଅନ୍ୟ କର୍ମଚାରୀଙ୍କ ସହାୟତାରେ ଚାରିଜଣ ଯୁବକଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏମାନଙ୍କୁ ଗିରଫ କରିବା ସହ ୫୫ଲିଟର ଡିଜେଲ, ଦୁଇଟି ବାଇକ୍‌ ଓ ଚୋରିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି। ଏମାନଙ୍କ ନେଟଓ୍ବାର୍କ ବେଲପାହାଡ଼, ବ୍ରଜରାଜନଗର, କୋଲାବିରା, ଲଇକେରା, କୁଚିଣ୍ଡା ପର୍ଯ୍ୟନ୍ତ ରହିଥିଲା। ପୂର୍ବରୁ ଏମାନେ କେତେକ ସ୍ଥାନରୁ ଗାଡ଼ି ଚକ ମଧ୍ୟ ଚୋରିକରି ବିକ୍ରି କରିଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ଗ୍ୟାଙ୍ଗରେ ଆଉ କେତେକ ସଦସ୍ୟ ରହିଛନ୍ତି। ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।

All Right Reserved By

Model This Week

ନିକିତା

ସମ୍ବଲପୁର

୨୯ରୁ ରାଜ୍ୟସ୍ତରୀୟ ମହିଳା ସୁଇମିଂ ଚାମ୍ପିୟନସିପ୍‌

ସମ୍ବଲପୁର, ୨୪ ।୪ (ବ୍ୟୁ.ରୋ.): ଲାୟନ୍ସ କ୍ଲବ ଅଫ୍‌ ସମ୍ବଲପୁର ସିଲ୍କ ପକ୍ଷରୁ ଆସନ୍ତା ୨୯ରୁ ପ୍ରଥମ ରାଜ୍ୟସ୍ତରୀୟ ଓପନ୍‌ ମହିଳା ସୁଇମିଂ ଚାମ୍ପିୟନସିପ୍‌ ଅନୁଷ୍ଠିତ ହେବ ।

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ

ସମ୍ବଲପୁର,୨୪।୪ (ବ୍ୟୁ.ରୋ.): ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୧୮ତମ ବାର୍ଷିକଉତ୍ସବ ମଙ୍ଗଳବାର ଭତରା ମଠପାଲିଠାରେ ଅନୁଷ୍ଠିତ ହୋଇଯାଇଛି ।

ବଂଶାବଳୀ ପାଇଁ ଲାଞ୍ଚନେବା ମହଙ୍ଗା ପଡିଲା: ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଆରଆଇ ଓ ପିଅନ

ବଂଶାବଳୀ ପାଇଁ ଲାଞ୍ଚନେବା ମହଙ୍ଗା ପଡିଲା: ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଆରଆଇ ଓ ପିଅନ

ଦେଓଗାଁ,୨୪।୪(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗଁ। ତହସିଲ ଅନ୍ତର୍ଗତ ମହଲାଇ ଆରଆଇ ଅଫିସର ରାଜସ୍ବ ନିରୀକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଲାଞ୍ଚ ନେବାବେଳେ ମଙ୍ଗଳବାର ଅପରାହ୍ନରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ସମ୍ବଲପୁରରେ ଲଜ୍ଜା: ୫ବର୍ଷର ଶିଶୁ କନ୍ୟାଙ୍କୁ ବଳତ୍କାର ଅଭିଯୋଗ

ସମ୍ବଲପୁରରେ ଲଜ୍ଜା: ୫ବର୍ଷର ଶିଶୁ କନ୍ୟାଙ୍କୁ ବଳତ୍କାର ଅଭିଯୋଗ

ସମ୍ବଲପୁର,୨୪।୪(ବ୍ୟୁ.ରୋ.): ସମ୍ବଲପୁର ଜିଲା ବୁର୍ଲା ଥାନା ଅଧିନରେ ମଙ୍ଗଳବାର ଏକ ୫ବର୍ଷର ନାବାଳିକାଙ୍କୁ ବଳତ୍କାର ହୋଇଥିବା ଅଭିଯୋଗ ହୋଇଛି ।

ଶିକ୍ଷକ ମାନଙ୍କ ପ୍ରତି ବୈମାତୃକ ଭାବ, ସକାଳୁଆ ତାଲିମ ପ୍ରଦାନ ପାଇଁ ଦାବି

ଶିକ୍ଷକ ମାନଙ୍କ ପ୍ରତି ବୈମାତୃକ ଭାବ, ସକାଳୁଆ ତାଲିମ ପ୍ରଦାନ ପାଇଁ ଦାବି

ପାଟଣାଗଡ, ୨୪।୪ (ଡି.ଏନ.ଏ.): ସମଗ୍ର ପଶ୍ଚିମ ଓଡିଶାରେ ଅଗ୍ନି ବର୍ଷା ହେଉଥିବାବେଳେ ବଲାଙ୍ଗୀର ଜିଲାରେ ତାର ପ୍ରକୋପ ଅଧିକ ରହିଛି। ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ବଲାଙ୍ଗୀର ଜିଲାର ନଁ। ସଭା ଆଗରେ। ତାପମାତ୍ରା ୪୩ ରୁ ଅଧିକ ହେଲାଣି।

ବୈଶାଖ ମେଳା ପାଇଁ ଉପଜିଲାପାଳଙ୍କ ସମୀକ୍ଷା

ବୈଶାଖ ମେଳା ପାଇଁ ଉପଜିଲାପାଳଙ୍କ ସମୀକ୍ଷା

ପଦ୍ମପୁର,୨୪। ୪ (ଡି.ଏନ.ଏ): ନୃସିଂହନାଥ ପୀଠରେ ବୁଧବାର ଆରମ୍ଭ ହେବାକୁ ଥିବା ବୈଶାଖ ମେଳାର ପ୍ରସ୍ତୁତି ପାଇଁ ପଦ୍ମପୁର ଉପଜିଲାପାଳ ଦୌଲତ ଚନ୍ଦ୍ରକାର ପାଇକମାଲ ନୃସିଂହନାଥ ପୀଠକୁ ଗସ୍ତ କରିବା ସହ ମେଳାର ସମୀକ୍ଷା କରିଛନ୍ତି ।

ଉପଜିଲାପାଳଙ୍କ ସହ କୃଷକ ସଂଗଠନର ଆଲୋଚନା

ପଦ୍ମପୁର,୨୪ । ୪(ଡି.ଏନ.ଏ.): ପଦ୍ମପୁର ଉପଜିଲାପାଳ ଦୌଲତ ଚନ୍ଦ୍ରକାରଙ୍କ ସହ ରାଜବୋଡାସମ୍ବର କୃଷକ ସଂଗଠନର କର୍ମକର୍ତ୍ତାମାନେ ମଙ୍ଗଳବାର ଆଲୋଚନା କରିଛନ୍ତି । ଏଥିରେ ପଦ୍ମପୁର ଉପଖଣ୍ଡରେ ଚାଷ ଓ ଚାଷୀର ସମସ୍ୟା, ଜଳସେଚନର ସମସ୍ୟା କୃଷି ବୀମା ପ୍ରଦାନ, କୃଷି ଋଣ ଛାଡ଼ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।

ଝାରସୁଗୁଡ଼ା ରାସ୍ତା ମରଣଯନ୍ତା: ଦୁର୍ଘଟଣା ନେଇଛି ୮୦୦ ଜୀବନ

ଝାରସୁଗୁଡ଼ା ଅଫିସ,୨୪।୪: ସରକାରୀ ଓ ବେସରକାରୀସ୍ତରରେ ସଡ଼କ ସୁରକ୍ଷା ସପ୍ତାହ ସୋମବାରଠାରୁ ଆରମ୍ଭ ହୋଇଛି। ବର୍ଷରେ ଥରେ ଏହି ସପ୍ତାହ ପାଳନ କରି ସମସ୍ତେ ଭୁଲି ଯାଉଥିବା ଭଳି ମନେ ହେଉଛି। ନଚେତ୍‌ ଦୁର୍ଘଟଣା ହାର ବୃଦ୍ଧି ପାଉଛି କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶିଳ୍ପାୟନର ପ୍ରସାର ଓ ଅତ୍ୟାଧିକ ଯାନବାହାନ ଚଳାଚଳ ଯୋଗୁ ଝାରସୁଗୁଡ଼ା ଜିଲାରେ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି।

ପାର୍ସଲ ବୋମା ବିସ୍ଫୋରଣ: ମାଷ୍ଟର ମାଇଣ୍ଡ ଗିରଫ

ପାର୍ସଲ ବୋମା ବିସ୍ଫୋରଣ: ମାଷ୍ଟର ମାଇଣ୍ଡ ଗିରଫ

କଟକ ଅଫିସ୍‌/ବଲାଙ୍ଗୀର ଅଫିସ୍‌,୨୪।୪: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ଘଟଣାର ମାଷ୍ଟର ମାଇଣ୍ଡଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ। ଏ ନେଇ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ମଙ୍ଗଳବାର ସୂଚନା ଦେଇଛନ୍ତି।

ପାର୍ସଲ ବୋମା ବିସ୍ଫୋରଣ ଘଟଣା ବିସ୍ଫୋରକ ମିଳିବା ନେଇ ଚର୍ଚ୍ଚା

ପାର୍ସଲ ବୋମା ବିସ୍ଫୋରଣ ଘଟଣା ବିସ୍ଫୋରକ ମିଳିବା ନେଇ ଚର୍ଚ୍ଚା

ବଲାଙ୍ଗୀର ଅଫିସ/ପାଟଣାଗଡ଼,୨୪।୪ (ଡି.ଏନ୍‌.ଏ.)ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌(ଏସ୍‌ଆଇଟି) ଗତ ୨ ଦିନ ଭିତରେ ଘନଘନ ଚଢ଼ାଉ ଜାରି ରଖିଛି । ଇତିମଧ୍ୟରେ ୨ ଅଧ୍ୟାପକଙ୍କ ସମେତ ୭ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ଏସ୍‌ଆଇଟି। ସୋମବାର କ୍ରାଇମବ୍ରାଞ୍ଚ ଟିମ୍‌, ପାଟଣାଗଡ଼ ପୋଲିସ, ବଲାଙ୍ଗୀରର ସାଇଣ୍ଟିଫିକ୍‌ ଟିମ୍‌, ଡଗସ୍କ୍ବାଡ ଓ ଆଇଟି ଏକ୍ସପର୍ଟ ଟିମ୍‌ ମିଳିତ ଭାବେ ପାଟଣାଗଡ, ଭଇଁଷା, ରାମପୁରରେ ଜୋରଦାର ତନାଘନା ଚଲାଇଥିଲା। ଡଗସ୍କ୍ବାଡ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ କ୍ରାଇମବ୍ରାଞ୍ଚ ପାଟଣାଗଡ଼ ରାମପୁରରୁ ସୋମବାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାପଡିଛି ।

ଖୁଡୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା

ଖୁଡୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା

ପୁତୁରାଙ୍କୁ ଆଜୀବନ ଜେଲଝାରସୁଗୁଡ଼ା ଅଫିସ,୨୩ା୪-ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ୍‌ ଅଞ୍ଚଳରେ ଘଟିଥିବା ଏକ ହତ୍ୟାକାଣ୍ଡର ରାୟ ସୋମବାର ପ୍ରକାଶ ପାଇଛି। ଖୁଡୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ଅଭିଯୋଗରେ ପୁତୁରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅତିରିକ୍ତ ଜିଲା ଓ ଦୌରାଜଜ ସୌମେନ୍ଦ୍ର କୁମାର ରାଜଗୁରୁ ମାମଲାର ବିଚାର କରି ଅଭିଯୁକ୍ତ ପୁତୁରା ସୁରଥ ଖଣ୍ଡାଙ୍କୁ ଆଜୀବନ ଜେଲଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅର୍ଥ ଅନାଦାୟ ହେଲେ ଅତିରିକ୍ତ ୧ ବର୍ଷ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି ।

ଖରାମାଡେ ଅଥାଥାଲି ହେଉଛେ ଜନଜୀବନ୍‌

ଜାମଟିକ୍ରା, ୨୪।୪ (ଡି.ଏନ.ଏ): ଅତାବିରା ଅଂଚଲରେ ଦିନୁଦିନ୍‌କେ ତାତି ବଢ଼୍‌ବାରେ ଲାଗିଛେ। ମୁଡ଼୍‌ଫଟା ଖରା ସଂଗେ ଗୁଲ୍‌ଗୁଲିର ଲାଗି ଲୋକ୍‌ ବି ବେହାଲ ହେଇଯାଉଛନ୍‌। ଅଂଚଲରେ ବାର୍‌ବାର୍‌ ବିଦୁତ୍‌ କାଟ୍‌ ହେଉଛେ। ବାହାରକେ ବାହାରିଲେ ୪୦ରୁ ୪୨ ଡିଗ୍ରୀ ତାପ୍‌। ଦିନର ୧୦ ବଜେ ପରେ ଭଟାକେ ବାହାର୍‌ବାର ବହୁତ୍‌ କଷ୍‌ଟ ହେଉଛେ। ଛତା, ଜୁତା, ଉଦା ଗାମ୍‌ଛା, ପାଏନ୍‌ ବୁତଲ, ଚଷମା, ଟୁପି କିଛି କାମ୍‌ ନାଇଁଦେବାର। ନିହାତି ଦର୍‌କାର ଥିଲେ ଲୋକ୍‌ ଇ ସବୁ ସାଜୋସାମାନ୍‌ ଧରି ଘରୁ ଭଟାକେ ବାହାରୁଛନ୍‌। ହେଲେ ବି ଖରାର୍‌ ଦାଉରୁ ତ୍ରାହି ନାଇଁ ମିଲ୍‌ବାର। ଗଲା କେତେ ଦିନ୍‌ ହେଲା ଅତାବିରାର ତାପ୍‌ମାନ୍‌ ୪୧ରୁ ୪୨ ଡିଗ୍ରୀ ଉପ୍‌ରେ ରହୁଛେ। ଖରାର୍‌ ମାଡେ ଭୂତଲ୍‌ ପାଏନ୍‌ ବି କମ୍‌ବାରେ ଲାଗିଛେ। ଇ ଅଂଚଲରେ ପାଏନ୍‌ ସଁକଟ୍‌ ଲାଗି ମାଏଝିମାନେ ମୁଡ଼ଫଟା ଖରାରେ ଭିଲ୍‌ ପାଏନ୍‌ ଲାଗି ନଲଚୁଅ। ଆଘେ ଲାଇନ୍‌ ଲମଉଛନ୍‌। ଆର୍‌ଗୁଟେ ଆଡେ ଖରା ତାତିକେ ଦେଖି ବେପାରିମାନେ ପାଏନ୍‌ ପାଉଚ୍‌ ଗୁଟା ୨ଟଁକା, ପାଏନ୍‌ ବୁତଲ ୨୦ ଟଁକା, ତରଭୁଜ୍‌ କେଜି ୧୦ଟଁକା, କୁସେର ରସ୍‌ ଆର୍‌ ଲସି ଗ୍ଲାସ ୧୫ରୁ ୨୫ଟଁକାରେ ବିକ୍‌ରି ହେଉଛେ।