ବାଲେଶ୍ୱର

ମହିଳା ଓ ଶିଶୁଙ୍କ ପ୍ରତି ହିଂସା ରୋକିବା ନିମନ୍ତେ କର୍ମଶାଳା

ମହିଳା ଓ ଶିଶୁଙ୍କ ପ୍ରତି  ହିଂସା ରୋକିବା ନିମନ୍ତେ କର୍ମଶାଳା
ବାରିପଦା ଅଫିସ,୨୮।୧୨- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁଙ୍କ ପ୍ରତି ବିଭିନ୍ନ ସମୟରେ ଘଟୁଥିବା ହିଂସାକୁ ରୋକିବା ନିମନ୍ତେ ଗୁରୁବାର ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଛି। ଜିଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କର୍ମଶାଳାରେ ଜିଲାର ସମସ୍ତ ଥାନାର ମହିଳା ଓ ଶିଶୁ ଡେସ୍କ ଅଧିକାରୀ ଏବଂ ବିଭିନ୍ନ ଏନଜିଓ କର୍ମଚାରୀ ଯୋଗଦେଇଥିଲେ । ଜିଲା ସମାଜ ମଙ୍ଗଳ ଅଧିକାରିଣୀ କୁସୁମମାଳା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲା ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ସିଂ ଯୋଗଦେଇ ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ବିଭିନ୍ନ ଅତ୍ୟାଚାର ସମ୍ପର୍କରେ ଆଲୋଚନା କରିବା ସହ ଏନେଇ କିପରି ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ସେ ନେଇ ମତ ରଖିଥିଲେ। ଏହା ସହ ପୋଲିସ ଏଥିପ୍ରତି କିପରି ଭାବେ କାର୍ଯ୍ୟ କରିବ ସେ ନେଇ ମଧ୍ୟ ଆଲୋଚନା କରିଥିଲେ। ଏହାଛଡା ଜିଲାରେ ଥିବା ବିଭିନ୍ନ ଥାନାରେ ମହିଳା ଓ ଶିଶୁ ଡେସ୍କର ରେଜିଷ୍ଟର ମଧ୍ୟ ଠିକ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଅଧିକାରୀମାନେ ପଦକ୍ଷେପ ନେବା ପାଇଁ କହିଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲାପାଳ ଗଙ୍ଗାଧର ନାୟକ, ଜିଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ, ଡିଏସପି (ଏଚଆରପିସି) ପ୍ରଭାତ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ। ଏହି କର୍ମଶାଳାରେ ବିଶେଷ କରି ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ପାରିବାରିକ ହିଂସା ନିର୍ଯାତନା ଆଦ କିପରି ଭାବେ ରୋକାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା। ଏପରିସ୍ଥଳେ ମହିଳାମାନେ ନିଜେ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ଦ୍ୱାରା ଥାନାରେ ଅଭିଯୋଗ କରିପାରିବେ ବୋଲି ଆଲୋଚନା ହୋଇଥିଲା। କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନାକୁ କିପରି ଭାବେ ରୋକାଯାଇ ପାରିବ,ପୀଡ଼ିତାଙ୍କୁ କିପରି ସୁରକ୍ଷା ପ୍ରଦାନ କରାଯାଇପାରିବ ଆଲୋଚନା ହୋଇଥିଲା। ଏହାଛଡା ମହିଳା ଓ ଶିଶୁ ଡେକ୍ସରେ ରହୁଥିବା ସୁରକ୍ଷା ଅଧିକାରୀ ପାରିପାର୍ଶ୍ୱିକ ହିଂସା ସମ୍ପର୍କରେ ଅଭିଯୋଗ ପାଇଲେ ଉକ୍ତ ଅଭିଯୋଗକୁ ଗ୍ରହଣ କରିବା ସହ ତୁରନ୍ତ ଏହାର ତଦନ୍ତ କରିବେ। କ୍ଷତିଗ୍ରସ୍ତ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ତୁରନ୍ତ ଏନେଇ ମାଜିଷ୍ଟ୍ରେଟଙ୍କୁ ଜଣାଇବେ। ସେହିପରି ବିଭିନ୍ନ ସମୟରେ ଛୋଟ ଶିଶୁଙ୍କ କ୍ଷେତ୍ରରେ ହେଉଥିବା ବିଭିନ୍ନ ନିର୍ଯାତନାକୁ କିପରି ଭାବେ ରୋକାଯାଇ ପାରିବ ଏବେଂ ନେଇ କିପରି ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନେଇ ଏହି କର୍ମଶାଳାରେ ଆଲୋଚନା ହୋଇଥିଲା। ଏହି କର୍ମଶାଳାରେ ଜିଲାର ବିଭିନ୍ନ ଥାନାରୁ ମହିଳା ଓ ଶିଶୁ ଡେସ୍କର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
All Right Reserved By

ବାଲେଶ୍ୱର

କାଠବାରୀ ଗ୍ରାମ ରାସ୍ତାକଡ଼ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କାଠବାରୀ ଗ୍ରାମ ରାସ୍ତାକଡ଼ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର,୨୩।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା କାଠବାରୀ ଗ୍ରାମ ରାସ୍ତା କଡ଼ରୁ ବୁଧବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଉକ୍ତ ଗ୍ରାମର ଜାପାନୀ ନାଏକ ହୋଇଥିବା ଜଣାପଡ଼ିଛି।

ନକଲି କାଗଜପତ୍ରରେ ରାତାରାତି ଧାନ ଚାଲାଣ:  ପୋଲିସ, ଯୋଗାଣ ବିଭାଗର ତଦନ୍ତ ଆରମ୍ଭ

ନକଲି କାଗଜପତ୍ରରେ ରାତାରାତି ଧାନ ଚାଲାଣ: ପୋଲିସ, ଯୋଗାଣ ବିଭାଗର ତଦନ୍ତ ଆରମ୍ଭ

ଭଦ୍ରକ ଅଫିସ,୨୩ା୧-ରାତାରାତି ନକଲି କାଗଜପତ୍ର ଧରି ଜିଲାରୁ ଅନ୍ୟ ଜିଲାକୁ ଟ୍ରକ ମାଧ୍ୟମରେ ଚାଲାଣ ହେଉଛି ଧାନ । ଯୋଗାଣ ବିଭାଗ ଓ ପୋଲିସକୁ ଚକମା ଦେଖାଇବା ପାଇଁ କମ୍ପ୍ୟୁଟର ମାଧ୍ୟମରେ ନକଲି ଟ୍ରାଞ୍ଜିଟ ପାଶ୍‌ ପ୍ରିଣ୍ଟ କରି ଧାନ ଚାଲାଣ କରାଯାଉଛି।

ବୋମାମାଡ଼ରେ ୪ ଆହତ, ୫ ଅଭିଯୁକ୍ତ ଗିରଫ

ଚାନ୍ଦବାଲି,୨୩ା୧(ଡି.ଏନ.ଏ.)-ଚାନ୍ଦବାଲି ଥାନା ଅନ୍ତର୍ଗତ ନାଲଗୁଣ୍ଡା ଗ୍ରାମ ପଞ୍ଚାୟତ ଇଟାଗୋଠ ଗାଁରେ ଗୋଷ୍ଠୀ ବିବାଦ କାରଣରୁ ସୋମବାର ବିଳମ୍ବିତ ରାତିରେ ବୋମାମାଡ ହୋଇଛି।

୮ ବର୍ଷ ହେଲା ହୋଇନି ପ୍ରାଣୀ ଗଣନା:  ପ୍ରାଣୀଙ୍କୁ ଅଣଦେଖା

୮ ବର୍ଷ ହେଲା ହୋଇନି ପ୍ରାଣୀ ଗଣନା: ପ୍ରାଣୀଙ୍କୁ ଅଣଦେଖା

ଭଦ୍ରକ ଅଫିସ, ୨୩।୧-(ବିଭୁପ୍ରସାଦ ବେହେରା)-ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଶତାଧିକ  ଯୋଜନା ପ୍ରଣୟନ କରିଛନ୍ତି। ଗର୍ଭଧାରଣ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନାନା ଲୋଭନୀୟ ଯୋଜନା କାମ କରୁଛି। 

ନାରୀ ଶିକ୍ଷାର ମହତ୍ୱ, ମୌଳିକ ଅଧିକାର ଉପରେ ଗୁରୁତ୍ୱ

ନାରୀ ଶିକ୍ଷାର ମହତ୍ୱ, ମୌଳିକ ଅଧିକାର ଉପରେ ଗୁରୁତ୍ୱ

ଭଦ୍ରକ  ଅଫିସ,୨୩ା୧- ଅହମଦିୟା ମହିଳା ମୁସ୍‌ଲିମ୍‌ ସଂଗଠନ(ଲଜନା ଇମାୟୁଲା) ତରଫରୁ ଅହମଦିଆ ମୁସ୍‌ଲିମ୍‌ ମସ୍‌ଜିଦ୍‌ ପ୍ରାଙ୍ଗଣରେ ଏକ ଦିନିକିଆ  ମହିଳା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। 

ଉଦ୍ଧାର ସମ୍ବର ମୃତ

ଉଦ୍ଧାର ସମ୍ବର ମୃତ

କପ୍ତିପଦା, ୨୩ା୧ (ଡ଼ି.ଏନ୍‌.ଏ): ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ ଅଧୀନ କଳମଗଡ଼ିଆ ପଞ୍ଚାୟତ ଅଫିସ ନିକଟରେ ମଙ୍ଗଳବାର ଏକ ସମ୍ବର ବୁଲୁଥିବା  ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ ।

‘ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବା ପାଇଁ କୋର୍ଟ ଗଲେ ଏମ୍‌ପି ’

‘ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବା ପାଇଁ କୋର୍ଟ ଗଲେ ଏମ୍‌ପି ’

ବାରିପଦା ଅଫିସ,୨୩ା୧- ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରିପଦା ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମୟୂରଭଞ୍ଜ ଏମପି ଇଂ ରାମଚନ୍ଦ୍ର ହାଁସଦାଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।  

ଶିମିଳିପାଳରୁ ଲୋପ ପାଉଛି  ଶିମିଳି

ଶିମିଳିପାଳରୁ ଲୋପ ପାଉଛି ଶିମିଳି

କପ୍ତିପଦା,୨୩ା୧(ଡି.ଏନ.ଏ)- ପୂର୍ବରୁ ଶିମିଳିପାଳରେ ଅଧିକ ସଂଖ୍ୟକ ଶିମିଳିଗଛ ଥିବାରୁ ଏହା ଶିମିଳିପାଳ ନାମରେ ନାମିତ ଥିବା  ପରିବେଶବିତ୍‌ କୁହନ୍ତି।

ଫେବୃୟାରୀ ୮ରୁ ‘ପରୀ’

ଫେବୃୟାରୀ ୮ରୁ ‘ପରୀ’

ବାଲେଶ୍ୱର ଅଫିସ,୨୩।୧-ଆସନ୍ତା ଫେବୃୟାରୀ ୮ରୁ ‘ପରୀ’ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ବାଲେଶ୍ୱର ନୃତ୍ୟ ସଙ୍ଗୀତ କଳାମନ୍ଦିର ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

ବାଟବଣା ହୋଇଛି ‘ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା’:  ଅଭିଯୋଗ ଆଣିଲା ଭାଜପା

ବାଟବଣା ହୋଇଛି ‘ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା’: ଅଭିଯୋଗ ଆଣିଲା ଭାଜପା

ବାଲେଶ୍ୱର ଅଫିସ, ୨୩।୧-ରାଜ୍ୟ ସରକାରଙ୍କର ‘ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା’  ବାଟବଣା ହୋଇଛି। ଏଥିରେ ଚାଷୀମାନଙ୍କୁ ହଇରାଣ କରାଯାଉଛି ବୋଲି ବାଲେଶ୍ୱରର ଏକ ଘରୋଇ ହୋଟେଲ ପରିସରରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ରାଜ୍ୟ ସମ୍ପାଦିକା ତଥା ମୁଖପାତ୍ର ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।  

ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ବସ୍ତା, ୨୨।୧(ସ୍ବ.ପ୍ର.)-ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୬ ଲିଟର ମଦ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ମଦ କାରବାର ବନ୍ଦ, ଜବରଦଖଲ ଉଚ୍ଛେଦ ଦାବି ତେଜିଲା: ଟାୟାର ଜାଳି ରାଜ୍ୟ ରାଜପଥ ଅବରୋଧ

ମଦ କାରବାର ବନ୍ଦ, ଜବରଦଖଲ ଉଚ୍ଛେଦ ଦାବି ତେଜିଲା: ଟାୟାର ଜାଳି ରାଜ୍ୟ ରାଜପଥ ଅବରୋଧ

ସଜନାଗଡ଼, ୨୨।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ପିଠାହତା ପଞ୍ଚାୟତ ଯାମୁନା ଛକର ଉଭୟ ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ ଏବଂ ମଦ କାରବାର ବନ୍ଦ ଦାବିରେ ମଙ୍ଗଳବାର ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି।