ବାଲେଶ୍ୱର

ଖାଦ୍ୟରେ ବିଷକ୍ରିୟା ସନ୍ଦେହ:ପରିବାର ମୁଖିଆ ମୃତ, ୫ ଗୁରୁତର

ବାରିପଦା ଅଫିସ,୨୮।୧୨- ଘରେ ହୋଇଥିବା ମଧ୍ୟାହ୍ନ ଭୋଜନ ଖାଇବା ପରେ ଶାମାଖୁଣ୍ଟା ବ୍ଲକ ସିନ୍ଦୁରଗୌରା ଗ୍ରାମର ଜିତେନ୍ଦ୍ର ନାଥ ମହାନ୍ତଙ୍କର ଗୁରୁବାର ମୃତ୍ୟୁ ହୋଇଛି। ଏଥିଯୋଗୁ ତାଙ୍କ ପରିବାରର ୩ ଜଣଙ୍କ ସମେତ ୫ ଜଣ ଗୁରୁତର ଅସୁସ୍ଥ ହୋଇ ସ୍ଥାନୀୟ ପିଆରଏମ ମେଡିକାଲ କଲେଜରେ ଚିକିତ୍ସାଧୀନ ଅଛନ୍ତି । ଖାଦ୍ୟରେ ବିଷକ୍ରିୟା ହେତୁ ଏପରି ହୋଇଥିବା ସନ୍ଦେହ କରାଯାଉଛି।
ପ୍ରକାଶ ଯେ, ଶାମାଖୁଣ୍ଟା ବ୍ଲକ ସିନ୍ଦୁରଗୌରା ଗ୍ରାମର ଜିତେନ୍ଦ୍ର ନାଥ ମହାନ୍ତଙ୍କ ପରିବାର ଲୋକେ ଗୁରୁବାର ମଧ୍ୟାହ୍ନରେ ଏକତ୍ରିତ ହୋଇ ଖାଇଥିଲେ। ଏହାର କିଛି ସମୟ ପରେ ସେମାନଙ୍କ ମୁଣ୍ଡ ବୁଲାଇଥିଲା। ପଡୋଶୀମାନେ ଏହା ଦେଖି ପରିବାରର ମୁଖିଆ ଜିତେନ୍ଦ୍ର ନାଥ ମହାନ୍ତ(୮୫)ଙ୍କ ସମେତ ତାଙ୍କ ପତ୍ନୀ ରଜନୀ ମହାନ୍ତ(୭୫), ତାଙ୍କର ପୁଅ ଚିରଞ୍ଜୟ ମହାନ୍ତ(୪୭) ଓ ନାତୁଣୀ ଋତୁପର୍ଣ୍ଣା ମହାନ୍ତ(୧୮) ଏବଂ ଗ୍ରାମର ଯୋଗେନ୍ଦ୍ର ମୁର୍ମୁ(୩୫) ଓ ନିମାଇଁ ହେମ୍ବ୍ରମ(୩୦) ମୋଟ ୬ ଜଣଙ୍କୁ ସ୍ଥାନୀୟ ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଚୁରକା ଆଳୁ ନାମକ ଖାଦ୍ୟ ଖାଇବା ପରେ ଏପରି ହୋଇଥିବା ସ୍ଥାନୀୟ ଲୋକେ କହୁଛନ୍ତି। ବାରିପଦା ସଦର ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ୪୦/୧୭) ରୁଜୁ କରି ତଦନ୍ତ ଆରମ୍ଭ କରିଛି।

All Right Reserved By

Model This Week

ନିକିତା

ବାଲେଶ୍ୱର

ପୋଖରୀକୁ ଭୁଶୁଡ଼ିଲା ନୂଆ ମାର୍କେଟ କମ୍ପ୍ଲେକ୍ସ

ଆରଡି, ୧୯। ୪, (ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧି ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସଂଲଗ୍ନ ପୁଷ୍କରିଣୀର ଉତ୍ତର ପାର୍ଶ୍ୱରେ ନିର୍ମିତ ୧୨ ବଖରା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ଗୁରୁବାର ଅପରାହ୍ନରେ ଭୁଶୁୁଡି ପଡିଛି। ନିମ୍ନମାନର କାମ ଯୋଗୁ ମାର୍କେଟ କମ୍ପ୍ଲେକ୍ସ ଘର ପୁଷ୍କରିଣୀ ମଧ୍ୟକୁ ଧସି ଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଦୋକାନ ଗୃହ ମୂଳଦୁଆ ନିର୍ମାଣରେ ତ୍ରୁଟି ଏବଂ ପୋଖରୀରୁ ପଙ୍କ ଖୋଳାଯିବା କାରଣରୁ ଏଭଳି ଅଘଟଣ ଘଟିଥାଇ ପାରେ ବୋଲି କୁହାଯାଉଛି।

ଜମିଜମା ବିବାଦ: ଛୁରାମାଡ଼ରେ ୨ ଗୁରୁତର

ଭଦ୍ରକ ଅଫିସ,୧୯।୪-ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଦୈସିଂ ପଞ୍ଚାୟତ ଚଢେୟା ଗ୍ରାମରେ ଗୁରୁବାର ଅପରାହ୍ନରେ ଜମିଜମା ବିବାଦକୁ ନେଇ ଛୁରାମାଡ଼ରେ ୨ଜଣ ଗୁରୁତର ଆହତ ହୋଇଛନ୍ତି।

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ତିହିଡ଼ି,୧୯।୪(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କୁବେରା ପଞ୍ଚାୟତ ଦ୍ୱୀପବାଡ଼ି ଗ୍ରାମର ଶିବପ୍ରସାଦ ଜେନା(୨୨) ନାମକ ଜଣେ ଯୁବକ ବିଦ୍ୟୁତ୍‌ ଆଘାତରେ ଗୁରୁବାର ପ୍ରାଣ ହରାଇଛନ୍ତି।

ସଫେଇ କର୍ମଚାରୀଙ୍କୁ ଭୂଜାଲି ମାଡ : ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ

ବାଲେଶ୍ୱର ଅଫିସ୍‌,୧୯।୪- ବାଲେଶ୍ୱର ଟାଉନ ଥାନା ଅଧୀନ ୨୭ ନଂ. ୱାର୍ଡର ମିର୍ଜା ପୋଖରୀ ନିକଟରେ ଜଣେ ସଫେଇ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ କେତେକ ଯୁବକ ସଂଘବଦ୍ଧ ଭାବେ ମାରଣାସ୍ତ୍ର ଭୂଜାଲି ଏବଂ ଗୁପ୍ତିରେ ଅକ୍ରମଣ କରିଥିଲେ। କର୍ମଚାରୀଜଣକ ଚିତ୍କାର କରିବାରୁ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ। ପୋଲିସ ଖବରପାଇ ଆହତଙ୍କୁ ଉଦ୍ଧାର କରି ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ଆହତଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ରେଳ ଧାରଣାରେ ଫାଟ : ବର୍ତ୍ତିଲା ଫାଷ୍ଟ ପାସେଞ୍ଜର

ରେଳ ଧାରଣାରେ ଫାଟ : ବର୍ତ୍ତିଲା ଫାଷ୍ଟ ପାସେଞ୍ଜର

ବାହାନଗା/ସୋର, ୧୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ନିକଟ ଦକ୍ଷିଣ-ପୂର୍ବ ରେଳପଥରେ ଏକ ମାଲବାହୀ ଟ୍ରେନର ୬ଟି ବଗି ଛିଡି ଅଲଗା ହୋଇଯିବା ଘଟଣାର ୫ଦିନ ପରେ ଆଉ ଏକ ଅଘଟଣ ଗୁରୁବାର ଘଟିଛି। ଏହି ରେଳପଥର ବାହାନଗା ଷ୍ଟେଶନଠାରୁ ୨ କି.ମି. ଦୂର ଅପ୍‌ଲାଇନ୍‌ରେ କେସିପୁର ଗ୍ରାମ ନିକଟରେ ରେଳଧାରଣା ଫାଟିଯାଇଛି।

ଦୁର୍ଘଟଣାରେ ୩ ଗୁରୁତର

ଦୁର୍ଘଟଣାରେ ୩ ଗୁରୁତର

ବାହନଗା,୧୯। ୪(ଡି.ଏନ.ଏ.)-ବାହାନଗା ବ୍ଲକ ୧୬ନମ୍ବର ଜାତୀୟ ରାଜପଥ ବେଗୁନିଆ ଡାଇଭର୍ଶନ ଛକଠାରେ ଦୁଇ ମଟରସାଇକେଲ ଦୁର୍ଘଟଣା ଘଟି ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଞ୍ଚଳର ସରଫି୍‌ ଅଲ୍ଲି ଇସ୍ଲାମ୍‌, ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ବଡଗାଁ ଗ୍ରାମର ସୀତ ରାଜ। ଖନ୍ତାପଡା ପୋଲିସ ଦୁର୍ଘଟଣାଗ୍ରସ୍ତ ଦୁଇ ମଟରସାଇକେଲକୁ ଜବତ କରି ଥାନାକୁ ଆଣିଛନ୍ତି ।

ଚୋରା କୋଇଲା ଜବତ ଘଟଣା: ଜଣେ ଗିରଫ

ବାସୁଦେବପୁର,୧୯।୪(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିରସ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଗତ ୩ ଦିନ ତଳେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଚଢ଼ାଉ କରାଯାଇ ପ୍ରାୟ ୬ ହଜାର କୁଇଣ୍ଟାଲ ଚୋରା କୋଇଲା ଜବତ ହୋଇଥିଲା।

ଶିଶୁମନ୍ଦିର ବାର୍ଷିକୋତ୍ସବ

ଶିଶୁମନ୍ଦିର ବାର୍ଷିକୋତ୍ସବ

ଭଦ୍ରକ ଅଫିସ,୧୯।୪-ବଣିଆ ଶିଶୁମନ୍ଦିର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପୂର୍ବତନ ବିଧାୟକ ବିଷ୍ଣୁ ସେଠି ମୁଖ୍ୟଅତିଥି, ଜୀବନବିନ୍ଦୁର ଜିଲା ସଂଯୋଜକ ଅଜୟ ନାୟକ ମୁଖ୍ୟବକ୍ତା, ଏରେଇଁର ପୂର୍ବତନ ସରପଞ୍ଚ ଶଙ୍କର୍ଷଣ ପଣ୍ଡା ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଛାତ୍ରୀଛାତ୍ର ଦେଶର ଭବିଷ୍ୟତ। ଶିଶୁ ସୁରକ୍ଷିତ ରହିଲେ ଦେଶ ସୁରକ୍ଷିତ ରହିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଆଇନ ସଚେତନତା ଶିବିର

ଭଦ୍ରକ ଅଫିସ,୧୯।୪-ବାସୁଦେବପୁର ବ୍ଲକ ସୁଗୋ ଉଚ୍ଚ ବିଦ୍ୟାଳୟଠାରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ଭଦ୍ରକରେ ଉଡ଼ିଲା ଲାଲପତାକା

ଭଦ୍ରକ ଅଫିସ,୧୯।୪-ହାଇଦ୍ରାବଦରେ ହେଉଥିବା ସର୍ବଭାରତୀୟ ଅଧିବେଶନ ପାଇଁ ବୁଧବାର ଭଦ୍ରକ ଜିଲା ସିପିଆଇ-ଏମ ଭଦ୍ରକ ଶାଖା ତରଫରୁ ବନ୍ତଛକରେ ଲାଲପତାକା ଉତ୍ତୋଳନ କରାଯାଇଥିଲା।

ଜଗନ୍ନାଥ ମନ୍ଦିର ରତ୍ନମୁଦ ଉତ୍ସବ

ଧାମନଗର,୧୯।୪(ଡି.ଏନ.ଏ.)-ଧାମନଗର ବ୍ଲକ ଅସୁରାଳୀ ବଜାରରେ ନବନିର୍ମିତ ଜଗନ୍ନାଥ ମନ୍ଦିରରେ ଅକ୍ଷୟ ତୃତୀୟା ଅବସରରେ ରତ୍ନମୁଦ ଉତ୍ସବ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି।

ନକଲି ନୋଟ ର଼୍ୟାକେଟ ସକ୍ରିୟ

ନକଲି ନୋଟ ର଼୍ୟାକେଟ ସକ୍ରିୟ

ରାଇସୁଆଁ,୧୯।୪(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ଅଞ୍ଚଳରେ ନକଲି ନୋଟ ର଼୍ୟାକେଟ ସକ୍ରିୟ ହୋଇଛନ୍ତି। କେତେକ ଅସାଧୁ ବ୍ୟକ୍ତି ନୀରକ୍ଷର, ଅନ୍ଧାରର ସୁଯୋଗ ନେଇ ଦୋକାନ ଗୁଡିକରେ ଭିଡଥିବା ସମୟରେ ନକଲି ନୋଟ ଦେଇ ଲୋକଙ୍କୁ ଠକୁଛନ୍ତି। ରାଇସୁଆଁ, ପଦ୍ମପୁର, ଗୋବର୍ଦ୍ଧନ, ବେଲଦା ହାଟ, ପଳାଶପଙ୍ଗା, ନରଣପୁର ଆଦି ଅଞ୍ଚଳରେ କେତେ ଦିନ ହେଲା ନକଲି ନୋଟ ଦେଖିବାକୁ ମିଳୁଥିବା ଅଭିଯୋଗ ହେଉଛି।