ଅନଗୁଳ-ଢେଙ୍କାନାଳ

ମହିଳାଙ୍କୁ ବଳାତ୍କାର ଉଦ୍ୟମ: ୨ ଅଭିଯୁକ୍ତ ଗିରଫ

ମହିଳାଙ୍କୁ ବଳାତ୍କାର ଉଦ୍ୟମ: ୨ ଅଭିଯୁକ୍ତ ଗିରଫ


ଢେଙ୍କାନାଳ ଅଫିସ, ୨୮।୧୨-ଢେଙ୍କାନାଳ ସଦର ଥାନା ମୂଳିସିଂହ ଗ୍ରାମର ଜନୈକା ମହିଳା(୪୫)ଙ୍କୁ ବଳାତ୍କାର ଉଦ୍ୟମ ଏବଂ ସେହି ସମୟର ଫଟୋ ଉଠାଇ ବ୍ଲାକମେଲିଂ କରିବା ମାମଲାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ସଦର ଥାନା ମୂଳିସିଂହ ଗ୍ରାମର ଦେବେନ୍ଦ୍ର କୁମାର ଭଞ୍ଜ ଓରଫ ମୁନା (୪୫) ଏବଂ ଅଙ୍କରାନ୍ତିପୁର ଗ୍ରାମର ନିର୍ମଳ ନାୟକ (୩୮)। ନିର୍ମଳଙ୍କଠାରୁ ଏକ ମୋବାଇଲ ଫୋନ ଜବତ କରାଯାଇଛି।
୨୦୧୭ ଡିସେମ୍ବର ୧୨ରେ ମୂଳିସିଂହ ଗ୍ରାମ ନିକଟରେ ଥିବା ଗାଡ଼ିଆକୁ ସମ୍ପୃକ୍ତ ମହିଳା ଗାଧୋଇବାକୁ ଯାଇଥିଲେ। ଦେବେନ୍ଦ୍ର ସେଠାରେ ପହଞ୍ଚତ୍ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ଏହି ସମୟର ଫଟୋକୁ ସହଯୋଗୀ ନିର୍ମଳ ନାୟକ ମୋବାଇଲରେ ଉଠାଇ ନେଇଥିଲେ। ୨୦ ହଜାର ଟଙ୍କା ନ ଦେଲେ ଫଟୋ ଭାଇରାଲ କରିଦେବେ ବୋଲି ଧମକ ଚମକ ଦେଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଘଟଣା ସମ୍ପର୍କରେ ପୀଡ଼ିତା ପରିବାର ଲୋକଙ୍କୁ ଜଣାଇଥିଲେ। ଏ ନେଇ ସଦର ଥାନାରେ ଡିସେମ୍ବର ୧୮ରେ ଲିଖିତ ଅଭିଯୋଗ ପରେ କେସ୍‌ ନଂ. ୪୩୧/୧୭, ଦଫା ୩୭୬, ୫୧୧, ୩୭୯, ୩୮୫, ୫୦୬, ୧୨୦(ବି) ଓ ୬୬(ଇ) ଇନଫର୍ମେଶନ ଟେକ୍ନୋଲୋଜି ଆକ୍ଟରେ ମାମଲା ରୁଜୁ କରାଯାଇଥିଲା। ନିର୍ମଳ ପୁରୀରେ ଏକ ଠିକାସଂସ୍ଥାରେ ସେଟ୍ରିଂ କାମ କରୁଥିବାବେଳେ ଏସ୍‌ପି ବସନ୍ତ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶରେ ତାଙ୍କୁ ଗିରଫ କରିଥିଲା। ଦେବେନ୍ଦ୍ରଙ୍କୁ ଥାନାଧିକାରୀ ନିରୁପମା ଜେନା ସଦଳବଳେ ମୂଳିସିଂହରୁ ଗିରଫ କରିଥିଲେ। ଜବତ ମୋବାଇଲ ପରୀକ୍ଷା ପାଇଁ ପଠାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

All Right Reserved By

ଅନଗୁଳ-ଢେଙ୍କାନାଳ

କୁଡ଼ିଆରୁ କାଶୀନାଥ ଉଦ୍ଧାର

କୁଡ଼ିଆରୁ କାଶୀନାଥ ଉଦ୍ଧାର

ଢେଙ୍କାନାଳ ଅଫିସ, ୨୨।୭: ଛାଡ଼ିମାଟି ପତ୍ର କୁଡ଼ିଆରେ ଅସହାୟ ଅବସ୍ଥାରେ ରହୁଥିବା ୮୦ ବର୍ଷୀୟ କାଶୀନାଥ ପଧାନଙ୍କ ପାଖରେ ପହଞ୍ଚିଛି ସହାୟତାର ହାତ। ଶନିବାର ଆଇନ ସେବା ପ୍ରାଧିକରଣ କର୍ମକର୍ତ୍ତା ତାଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ: ଖଟରେ ବୁହାହେଲେ ଗର୍ଭବତୀ

ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ: ଖଟରେ ବୁହାହେଲେ ଗର୍ଭବତୀ

ପାଲଲହଡା,୨୨।୭(ଡି.ଏନ.ଏ): ଘର ଯାଏ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ବର୍ଷାରେ ଫୁଲି ଉଠିଥିବା ନୁଡେଇ ନାଳ ଏଥିରେ ସାଜିଲା ପ୍ରତିବନ୍ଧକ। ଏପରିସ୍ଥିତିରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ଦେଢ଼ କିମି ରାସ୍ତା ଖଟିଆରେ ବୁହାହୋଇ ଆସିଲେ।

ବିଶୁଙ୍କୁ ସହାୟତା କରିବ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ

ବିଶୁଙ୍କୁ ସହାୟତା କରିବ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ

ଭୁବନ, ୨୨।୭(ଡି.ଏନ.ଏ.): ବ୍ୟାଟେରିଚାଳିତ ବାଇକ୍‌ ତିଆରି ଚର୍ଚ୍ଚାର ପରିଧିକୁ ଆସିଥିବା ଭୁବନର ବିଶୁ ମହାରଣାଙ୍କୁ ସହାୟତା କରିବାକୁ ଆଗଭର ହୋଇଛି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ। ଗଣମାଧ୍ୟମରେ ଖବର ପ୍ରକାଶ ଏବଂ ସୋସିଆଲ ମିଡିଆରେ ବିଶୁଙ୍କ ହାତ ତିଆରି ବାଇକ୍‌ର ଫଟୋ ଭାଇରାଲ ହେବା ପରେ ଏହା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟିକୁ ଆସିଥିଲା।

ଖୋଲିଲା ଦଣ୍ଡାଧାର ସ୍ପିଲ୍‌ ଓ୍ବେ ଗେଟ୍‌

ଖୋଲିଲା ଦଣ୍ଡାଧାର ସ୍ପିଲ୍‌ ଓ୍ବେ ଗେଟ୍‌

ଢେଙ୍କାନାଳ ଅଫିସ/କାମାକ୍ଷାନଗର (ଡି.ଏନ.ଏ.), ୨୨।୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୨ଦିନ ହେଲା ସାରା ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା। ଏହାକୁ ନେଇ ସୃଷ୍ଟି ହୋଇଛି ଭୟାବହ ପରିସ୍ଥିତି।

ବାପୁଜୀ କଲେଜରେ  ସାମୂହିକ ବୃକ୍ଷରୋପଣ

ବାପୁଜୀ କଲେଜରେ ସାମୂହିକ ବୃକ୍ଷରୋପଣ

ଛେଣ୍ଡିପଦା,୨୧।୭(ସ୍ବ.ପ୍ର.)- ଛେଣ୍ଡିପଦା ବ୍ଲକ ବାପୁଜୀ କଲେଜରେ ଶନିବାର ସାମୂହିକ ବୃକ୍ଷରୋପଣ କରାଯାଇଛି। ପୂର୍ବାହ୍ନରେ କଲେଜର ଶତାଧିକ ଛାତ୍ରୀଛାତ୍ର, ଅଧ୍ୟାପିକାଅଧ୍ୟାପକ କାର୍ଯ୍ୟକ୍ରମରେ ସାମିଲ ହୋଇ ୩୫୦ଟି ଶାଗୁଆନ ଚାରାରୋପଣ କରିଥିଲେ।

ଲଘୁଚାପ ବର୍ଷା, ଜନ ଜୀବନ ଅସ୍ତବ୍ୟସ୍ତ

ବଇଣ୍ଡା,୨୧।୭(ଡି.ଏନ.ଏ)- ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ବର୍ଷା। ଅନୁଗୋଳ ଜିଲା କିଶୋରନଗର ବ୍ଲକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଶୁକ୍ରବାର ସା ସମୟରୁ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ନବୋଦୟ ବିଦ୍ୟାଳୟରେ ବନ ମହୋତ୍ସବ: ଲାଗିଲା ୩୦୦ ଚାରା

ନବୋଦୟ ବିଦ୍ୟାଳୟରେ ବନ ମହୋତ୍ସବ: ଲାଗିଲା ୩୦୦ ଚାରା

ପରଜଙ୍ଗ, ୨୧।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ଶନିବାର ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କର୍ମଚାରୀ, ପୁରାତନ ଛାତ୍ର ଏବଂ ବନ ବିଭାଗ ମିଳିତ ସହଯୋଗରେ ସ୍କୁଲ ପରିସରରେ ବିଭିନ୍ନ ପ୍ରଜାତିର ୩୦୦ ପ୍ରକାର ଚାରା ରୋପଣ କରାଯାଇଛି।

ହାଣ୍ଡିଗୋଡା - ଜାମୁନାଳୀ ଗ୍ରାମ୍ୟ ରାସ୍ତା ବିପର୍ଯ୍ୟସ୍ତ

ହାଣ୍ଡିଗୋଡା - ଜାମୁନାଳୀ ଗ୍ରାମ୍ୟ ରାସ୍ତା ବିପର୍ଯ୍ୟସ୍ତ

ଛେଣ୍ଡିପଦା,୨୧।୭(ଡି.ଏନ.ଏ)- ଛେଣ୍ଡିପଦା ବ୍ଲକ ଟେଣ୍ଟୁଲୋଇ କୋଡାସାହି ପଞ୍ଚାୟତ ଅନ୍ତର୍ଗତ ହାଣ୍ଡିଗୋଡା ଗ୍ରାମଠାରୁ ଜାମୁନାଳୀ ଗ୍ରାମକୁ ସଂଯୋଗ କରୁଥିବା ପ୍ରାୟ ୨ କିମି ବିଶିଷ୍ଟ ଗ୍ରାମ୍ୟ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି।

ଅନୁଗୋଳ ବ୍ଲକର ସମୀକ୍ଷା ବୈଠକ

ଅନୁଗୋଳ ବ୍ଲକର ସମୀକ୍ଷା ବୈଠକ

ଅନୁଗୋଳ ଅଫିସ, ୨୧।୭- ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶନିବାର ଅନୁଗୋଳ ବ୍ଲକର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ତାଳଚେର ମେଡ଼ିକାଲ କଲେଜ କାମକୁ ତ୍ୱରାନ୍ବିତ ଦାବିରେ ଆନ୍ଦୋଳନ

ତାଳଚେର ମେଡ଼ିକାଲ କଲେଜ କାମକୁ ତ୍ୱରାନ୍ବିତ ଦାବିରେ ଆନ୍ଦୋଳନ

ତାଳଚେର,୨୧।୭(ନି.ପ୍ର)- ତାଳଚେର ମେଡ଼ିକାଲ କଲେଜ କାମକୁ ତ୍ୱରାନ୍ବିତ କରିବା, ସ୍ଥାନୀୟ ବେକାରମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ ଦାବିରେ ଶନିବାର ଯୁବ ସମାଜସେବୀ ସଂଗଠନ ପକ୍ଷରୁ ତାଳଚେର ବାଇପାସ ଟ୍ରାଫିକ ଛକଠାରେ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା।

କୃଷକ ମୋର୍ଚ୍ଚାର ଜିଲା କାର୍ଯ୍ୟକାରିଣୀ ବୈଠକ

କୃଷକ ମୋର୍ଚ୍ଚାର ଜିଲା କାର୍ଯ୍ୟକାରିଣୀ ବୈଠକ

ଅନୁଗୋଳ ଅଫିସ, ୨୧।୭- ଅନୁଗୋଳ କଳା କେନ୍ଦ୍ରଠାରେ ଶନିବାର ଭାଜପା କୃଷକ ମୋର୍ଚ୍ଚାର ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବଅଁରପାଳରେ ବିଷାକ୍ତ ପଦାର୍ଥ ମିଶା ମାଛ ବିକ୍ରି ଅଭିଯୋଗ

ବଅଁରପାଳ, ୨୧ା୭ (ଡି.ଏନ.ଏ.)- ବଅଁରପାଳ ଅଞ୍ଚଳରେ ବିଷାକ୍ତ ରାସାୟନିକ ପଦାର୍ଥ ଯୁକ୍ତ ମାଛ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ବଅଁରପାଳ ଓ ନାଲ୍‌କୋ ଅଞ୍ଚଳରେ ଏବେ ଆନ୍ଧ୍ର ମାଛ ବିକ୍ରି କରାଯାଉଥିଲେ ମଧ୍ୟ ଏହାର ଯାଞ୍ଚ କରାଯାଉ ନ ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ବିଶେଷ କରି ସିପିପି ବଜାର, ମେନଗେଟ ଛକ, କୋଅପରେଟିଭ ମାର୍କେଟ ଗିରାଙ୍ଗ ଆଦି ସ୍ଥାନରେ ବ୍ୟବସାୟୀମାନେ ବରଫ ଦିଆ ମାଛକୁ ମନ ଇଚ୍ଛା ଦର୍‌ରେ ବିକ୍ରି କରୁଛନ୍ତି।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ