Dharitri News
ବାଣିଜ୍ୟ |

ପ୍ରତି ମାସରେ ବଢ଼ିବନି ଏଲ୍‌ପିଜି ଦର

 ପ୍ରତି ମାସରେ ବଢ଼ିବନି ଏଲ୍‌ପିଜି ଦର ବମ୍ବେ,୨୮-୧୨(ପି.ଟି.) ପ୍ରତି ମାସରେ ଆଉ ଏଲ୍‌ପିଜି ଦର ବଢିବନି। ଏଥି ଲାଗି ଥିବା ନିର୍ଦ୍ଦେଶକୁ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ବର୍ତ୍ତମାନ ପ୍ରତି ମାସରେ ଏଲ୍‌ପିଜି ଦରରେ ସିଲିଣ୍ଡର ପିଛା ୪ ଟଙ୍କା ମୂଲ୍ୟ ବୃଦ୍ଧି ଘଟୁଥିଲା। ସରକାର ଉଜ୍ଜ୍ୱଳା ଯୋଜନାରେ ଗରିବ ପରିବାରଗୁଡିକୁ ମାଗଣାରେ ରନ୍ଧନ ଗ୍ୟାସ ଯୋଗାଣ ଲାଗି କରିଥିବା ଯୋଜନାରେ ବିରୋଧାଭାସ ହେବାରୁ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଥିବା ଜଣାଯାଇଛି। ୨୦୧୬ ଜୁନ ପହିଲାରୁ ପ୍ରତି ମାସରେ ଏଲ୍‌ପିଜି ସିଲିଣ୍ଡର ପିଛା ୪ ଟଙ୍କା ମୂଲ୍ୟ ବୃଦ୍ଧି ପାଇଁ ସରକାର ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଥିଲେ। ଇନ୍ଧନ ବାବଦକୁ ସରକାର ପ୍ରଦାନ କରୁଥିବା ସବ୍‌ସିଡିକୁ ସମ୍ପୂର୍ଣ୍ଣ ଭାବେ ଉଠାଇବା ଲାଗି ସରକାର ଏହିଭଳି ଏକ ପ୍ରକ୍ରିୟା ଆରମ୍ଭ କରିଥିଲେ। ମାତ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାର ଆଭିମୁଖ୍ୟକୁ ଏହା ବିରୋଧାଭାସ କରିବାରୁ ଏହିଭଳି ନିଷ୍ପତ୍ତି ହୋଇଥାଏ ପାରେ ବୋଲି କେତେକ ବିଶେଷଜ୍ଞ ପ୍ରକାଶ କରିଛନ୍ତି। ଏହି ନିଷ୍ପତ୍ତିକୁ ଅକ୍ଟୋବରରେ ଉଠାଇ ନିଆଯାଇଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ଏହା ପରଠାରୁ ଇଣ୍ଡିଆନ୍‌ ଅଏଲ କର୍ପୋରେଶନ(ଆଇଓସିଏଲ), ଭାରତ ପେଟ୍ରୋଲିୟମ କର୍ପୋରେଶନ (ବିପିସିଏଲ), ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଶନ(ଏଚପିସିଏଲ) ଭଳି କମ୍ପାନୀଗୁଡିକ ଅକ୍ଟୋବରରେ କୌଣସି ମୂଲ୍ୟ ବୃଦ୍ଧି କରି ନାହାନ୍ତି। ଏହା ପୂର୍ବରୁ କମ୍ପାନୀଗୁଡିକ ୨୦୧୬ ଜୁଲାଇ ପହିଲାରୁ ମାସିକ ସିଲିଣ୍ଡର ପିଛା ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଏଲପିଜି ଦରରେ ୨ ଟଙ୍କା ହିସାବରେ ବୃଦ୍ଧି କରିଥିଲେ। ନିୟମ ଲାଗୁ ହେବା ଠାରୁ ବର୍ତ୍ତମାନ ସୁଦ୍ଧା କମ୍ପାନୀଗୁଡିକ ୧୦ ଥର ମୂଲ୍ୟ ବୃଦ୍ଧି କରି ସାରିଛନ୍ତି। ପ୍ରତି ମାସରେ ସବ୍‌ସିଡି ହାରରେ ସରକାର ୧୨ଟି ସିଲିଣ୍ଡର ପ୍ରଦାନ କରୁଛନ୍ତି। ଏହା ପରେ ଅଧିକ ବ୍ୟବହାରରେ ଲୋକମାନେ ବଜାର ଦର ଅନୁସାରେ କିଣିବାର ବ୍ୟବସ୍ଥା ରହିଛି। ମେ ୩୦ରେ ସରକାର ଆଣିଥିବା ନିୟମ ମୁତାବକ ମୂଲ୍ୟକୁ ଦୁଇଗୁଣା କରାଯାଇଥିଲା। ଚଳିତ ବର୍ଷ ଜୁନ ୧ରୁ କମ୍ପାନୀଗୁଡିକ ସିଲିଣ୍ଡର ପିଛା ଟଙ୍କାକୁ ମୂଲ୍ୟ ବୃଦ୍ଧି ଘଟାଇଥିଲେ। ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ କିମ୍ବା ସବ୍‌ସିଡିକୁ ସମ୍ପୂର୍ଣ୍ଣ ବାଦ୍‌ ଦେବା ଯାଏ ଏହି ମୂଲ୍ୟ ବୃଦ୍ଧି ଘଟିଥାନ୍ତା। ସରକାର ଗୋଟିଏ ପକ୍ଷରେ ଗରିବଙ୍କୁ ମାଗଣା ଗ୍ୟାସ ପ୍ରଦାନ କରିବାକୁ କହୁଥିବା ବେଳେ ଅନ୍ୟ ପଟେ ଦର ବୃଦ୍ଧି ଘଟାଉ ଥିବାରୁ ଏହାକୁ ଧ୍ୟାନରେ ରଖି ଏହିଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅକ୍ଟୋବର ପରେ ମଧ୍ୟ ଟିକସଜନିତ ପ୍ରସଙ୍ଗ ଲାଗି ସବ୍‌ସିଡି ଏଲପିଜି ଦରରେ ପରିବର୍ତ୍ତନ ଘଟିଛି। ସୁବିଧାର ପ୍ରତ୍ୟକ୍ଷ ହସ୍ତାନ୍ତର(ଡିବିଟି) ଯୋଗୁ ଉପଭୋକ୍ତାଙ୍କୁ ସେମାନଙ୍କ ସବ୍‌ସିଡି ଅର୍ଥ ସେମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଇ ଦିଆଯାଉଛି। ବଜାର ଦର ଅନୁସାରେ ଲୋକମାନେ ଏଲପିଜି କ୍ରୟ କରିବାକୁ ଏପରି ବ୍ୟବସ୍ଥା ହୋଇଛି। ଡିବିଟି ପୂର୍ବରୁ ଏଲପିଜି ସବ୍‌ସିଡି ଦରରେ ଡିଲରଙ୍କ ନିକଟରେ ଉପଲବ୍ଧ ହେଉଥିଲା। ସବ୍‌ସିଡି ସହ ଭାଟ ଲାଗୁ ହେଉଥିଲା। ମାତ୍ର ବର୍ତ୍ତମାନ ଏହା ବଜାର ଦର ଅନୁସାରେ ଉପଲବ୍ଧ ହେଉଛି। ପ୍ରତି ମାସରେ ବଜାର ଦରରେ ମଧ୍ୟ ପରିବର୍ତ୍ତନ ଆସୁଛି। ଏହା ଫଳରେ ରିଟେଲ ଦର ମଧ୍ୟ ପରିବର୍ତ୍ତନ କରିବାକୁ ପଡୁଛି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ୧୭ ମାସରେ ଏଲପିଜି ଦର ୧୯ଥର ବଢ଼ି ୭୬.୫ ଟଙ୍କାରେ ପହଞ୍ଚିଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଗତ ବର୍ଷ ଜୁଲାଇଠାରୁ ପ୍ରତି ମାସ ପହିଲାରେ ଏଲପିଜି ଦରରେ ପରିବର୍ତ୍ତନ କରୁଛନ୍ତି। ନଭେମ୍ବର ୧ରେ ସବ୍‌ସିଡି ଏଲପିଜି ୪.୫୦ ଟଙ୍କା ସିଲିଣ୍ଡର ପିଛା ମୂଲ୍ୟ ବୃଦ୍ଧି ଘଟି ୪୯୫.୬୯ ଟଙ୍କା ରହିଛି। ୨୦୧୬ ଜୁନରେ ୧୪.୨ କିଲୋ ବିଶିଷ୍ଟ ଏଲପିଜି ସିଲିଣ୍ଡରର ମୂଲ୍ୟ ୪୧୯.୧୮ ଟଙ୍କା ରହିଥିଲା। ପେଟ୍ରୋଲିୟମ ମନ୍ତ୍ରଣାଳୟର ପେଟ୍ରୋଲିୟମ୍‌ ଆନାଲିସିସ୍‌ ଆଣ୍ଡ ପ୍ଲାନିଂ ସେଲ (ପିପିଏସି) ତଥ୍ୟ ମୁତାବକ ବର୍ତ୍ତମାନ ପ୍ରତି ସିଲିଣ୍ଡର ପିଛା ସବ୍‌ସିଡି ୨୫୧.୩୧ ଟଙ୍କା ରହିଛି। ଡିସେମ୍ବର ୧ରେ ଅଣସବ୍‌ସିଡି ଏଲପିଜିର ଦର ୫ ଟଙ୍କା ବୃଦ୍ଧି ଘଟି ସିଲିଣ୍ଡର ପିଛା ଏହା ୭୪୭ ଟଙ୍କା ରହିଛି। ବର୍ତ୍ତମାନ ଦେଶରେ ୧୮.୧୧ କୋଟି ଲୋକ ସବ୍‌ସିଡି ଏଲପିଜି ବ୍ୟବହାର କରୁଛନ୍ତି। ଏମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୩ କୋଟିରୁ ଅଧିକ ମହିଳା ରହିଛନ୍ତି। ସେହିଭଳି ୨.୬୬ କୋଟି ଅଣ ସବ୍‌ସିଡି ରନ୍ଧନ ଗ୍ୟାସ ଉପଭୋକ୍ତା ରହିଛନ୍ତି ା ଏମାନଙ୍କ ମଧ୍ୟରେ ଗେଭ ଅପ୍‌ ଯୋଜନାରେ କେତେକ ଲୋକ ସବସିଡି ଛାଡିଛନ୍ତି।

ବାଣିଜ୍ୟ |

ବଢିଚାଲିଛି ତୈଳ ଦର

ବଢିଚାଲିଛି ତୈଳ ଦର

ନୂଆଦିଲ୍ଲୀ, ୧୮-୧(ପି.ଟି.) ଦେଶରେ ଉଭୟ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦର ହୁହୁ ହୋଇ ବଢି ଚାଲିଛି। ନୂଆଦିଲ୍ଲୀରେ ପେଟ୍ରୋଲ୍‌ ଲିଟର ୭୧ ଟଙ୍କା ଟପିଥିବା ବେଳେ ବମ୍ବେରେ ୮୦ ଟଙ୍କା ଛୁଇଁଛି। ସେହିପରି ଡିଜେଲ୍‌ ଦର ନୂଆଦିଲ୍ଲୀରେ ୬୨ ଟଙ୍କା ଟପିଥିବା ବେଳେ ବମ୍ବେରେ ୬୬ ଟପିଛି। କିନ୍ତୁ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ନେଇ କୌଣସି ସନ୍ତୋଷ ଜନକ ଉତ୍ତର ରଖିନାହାନ୍ତି।

ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସହ ପ୍ରାକ୍‌ ବଜେଟ ବୈଠକ କଲେ ଜେଟ୍‌ଲୀ

ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସହ ପ୍ରାକ୍‌ ବଜେଟ ବୈଠକ କଲେ ଜେଟ୍‌ଲୀ

ନୂଆଦିଲ୍ଲୀ, ୧୮-୧(ପିଟି) ଆସନ୍ତା ୩୧ ତାରିଖରୁ ୨୦୧୮-୧୯ ଆର୍ଥିକବର୍ଷ ପାଇଁ ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସାଧାରଣ ବଜେଟ ଉପସ୍ଥାପନ କରିବେ। ଏଥିପାଇଁ ଗୁରୁବାର ସବୁ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କୁ ନେଇ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ୍‌ ବଜେଟ ବୈଠକ ଅନୁଷ୍ଠିତ ହୋଇଯାଇଛି।

 ଅସ୍ଥିତ୍ୱ ହରାଇବ ଫିଜିକାଲ୍‌ ବ୍ୟାଙ୍କ

ଅସ୍ଥିତ୍ୱ ହରାଇବ ଫିଜିକାଲ୍‌ ବ୍ୟାଙ୍କ

ନୂଆଦିଲ୍ଲୀ,୧୮-୧(ପି.ଟି.) ଯେଉଁଠାରେ ବ୍ୟାଙ୍କ ଖାତା ଖୋଲିବା, ଟଙ୍କା ଜମା କରିବା, ଉଠେଇବା, ଡିମାଣ୍ଡ୍‌ଡ୍ରାଫ୍‌ଟ୍‌ ତଥା ଚାଲାଣ କାଟିବା ବ୍ୟବସ୍ଥା ଥାଏ ତାହାକୁ ସାଧାରଣତଃ ଏକ ବ୍ୟାଙ୍କ ଶାଖା କୁହାଯାଏ। ଜଣେ ପରିଚାଳକଙ୍କ ଅଧୀନରେ କେତେକ କର୍ମଚାରୀଙ୍କୁ ନେଇ ଏହା ନିର୍ଦ୍ଦିଷ୍ଟ ଅଞ୍ଚଳରେ ପରିଚାଳିତ ହୋଇଥାଏ। ଗ୍ରାହକମାନେ ନିଜର ଆର୍ଥିକ କାରବାର କରିବା ପାଇଁ ଏଠାକୁ ଯାଇ ଥାଆନ୍ତି।

୨୯ ଉତ୍ପାଦରୁ ଟିକସ କମିଲା

୨୯ ଉତ୍ପାଦରୁ ଟିକସ କମିଲା

ନୂଆଦିଲ୍ଲୀ,୧୮-୧(ପି.ଟି.) ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ପରିଷଦର ୨୫ ତମ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେତେକ କୃଷିଜାତ ଉତ୍ପାଦ ସହ ୨୯ଟି ସାମଗ୍ରୀ ଏବଂ ୫୪ ପ୍ରକାର ସେବା ଉପରେ ଜିଏସ୍‌ଟି ହାର ହ୍ରାସ କରାଯାଇଛି। ୨୯ଟି ହସ୍ତଶିଳ୍ପ ସାମଗ୍ରୀକୁ ୦% ସ୍ଲାବ୍‌ରେ ରଖାଯାଇଛି।

କଲ୍‌ ଡ୍ରପ୍‌: ବାହାନା ଦେଖାଇ ପାରିବେନି ଟେଲିକମ୍‌ କମ୍ପାନୀ

କଲ୍‌ ଡ୍ରପ୍‌: ବାହାନା ଦେଖାଇ ପାରିବେନି ଟେଲିକମ୍‌ କମ୍ପାନୀ

ନୂଆଦିଲ୍ଲୀ,୧୮-୧(ପି.ଟି.) କଲ୍‌ ଡ୍ରପ୍‌ ସମସ୍ୟାକୁ ନେଇ ଟେଲିକମ୍‌ ବିଭାଗ(ଡଟ୍‌) ଅପରେଟର୍‌ମାନଙ୍କ ଉପରେ କଡା ଆଭିମୁଖ୍ୟ ପ୍ରକାଶ କରିଛି। ଏହି ସମସ୍ୟାକୁ ନେଇ କମ୍ପାନୀଗୁଡିକ ପକ୍ଷରୁ କୌଣସି ବାହାନା ଶୁଣାଯିବ ନାହିଁ। ମୋବାଇଲ୍‌ ଟାଓ୍ବାର ସଂସ୍ଥାପନ କ୍ଷେତ୍ରରେ ଅସୁବିଧା ହେଉଥିବାରୁ କଲ୍‌ ଡ୍ରପ୍‌ ସମସ୍ୟା ବଢ଼ୁଛି ବୋଲି ଟେଲିକମ୍‌ କମ୍ପାନୀଗୁଡିକ ବାହାନା ଦେଖାଉଥିବା ଡଟ୍‌ କହିଛି।

ହୋଟେଲ୍‌ଗୁଡିକ ଲାଗି ନୂଆ ନିୟମ: ରିସେପ୍‌ଶନ, ଓ୍ବେବ୍‌ସାଇଟ୍‌ରେ ପ୍ରଦର୍ଶିତ ହେବ ଷ୍ଟାର ମାନ୍ୟତା

ହୋଟେଲ୍‌ଗୁଡିକ ଲାଗି ନୂଆ ନିୟମ: ରିସେପ୍‌ଶନ, ଓ୍ବେବ୍‌ସାଇଟ୍‌ରେ ପ୍ରଦର୍ଶିତ ହେବ ଷ୍ଟାର ମାନ୍ୟତା

ନୂଆଦିଲ୍ଲୀ,୧୮-୧(ପି.ଟି.) ଏଣିକି ସମସ୍ତ ହୋଟେଲ ନିଜର ରିସେପ୍‌ଶନ ତଥା ଓ୍ବେବ୍‌ସାଇଟ୍‌ରେ ସେମାନଙ୍କ ଷ୍ଟାର ମାନ୍ୟତାକୁ ପ୍ରଦର୍ଶନ କରିବେ। ସେ ୫ ତାରକା ହେଉ କିମ୍ବା ୧ ତାରକା ତାହାକୁ ରିସେପ୍‌ଶନ ତଥା ନିଜ ଓ୍ବେବ୍‌ସାଇଟ୍‌ରେ ସ୍ପଷ୍ଟ ଭାବେ ପ୍ରଦର୍ଶିତ କରିବା ପାଇଁ ହୋଟେଲ୍‌ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଅନୁପାଳନ ପାଇଁ ୩ ମାସର ଡେଡ୍‌ଲାଇନ୍‌ ଧାର୍ଯ୍ୟ କରାଯାଇଛି।

ନିଶାନ ଇଣ୍ଡିଆର ‘ହାପି ଓ୍ବିଥ୍‌ ନିଶାନ୍‌’ ଅଭିଯାନ

ନିଶାନ ଇଣ୍ଡିଆର ‘ହାପି ଓ୍ବିଥ୍‌ ନିଶାନ୍‌’ ଅଭିଯାନ

ଦିଲ୍ଲୀ,୧୮-୧ ପ୍ରମୁଖ ଅଟୋ ନିର୍ମାତା କମ୍ପାନୀ ନିଶାନ୍‌ ଇଣ୍ଡିଆ ପକ୍ଷରୁ "ହାପି ଓ୍ବିଥ୍‌ ନିଶାନ୍‌" ଗ୍ରାହକ ସେବା ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା ହୋଇଛି । ଏହି ଅଭିଯାନ ନିଶାନ୍‌ ଏବଂ ଡାଟ୍‌ସନ୍‌ର ସମସ୍ତ ଆଉଟଲେଟଗୁଡିକରେ ଚଳିତ ମାସ ୧୮-୨୮ ତାରିଖ ମଧ୍ୟରେ ପାଳନ ହେବ ।

ସାହାରା ଲାଇଫ୍‌ ବାଣିଜ୍ୟ ଅକ୍ତିଆର ମାମଲାକୁ ନେଇ ନିୟାମକ ନିର୍ଦ୍ଦେଶ ଉଚ୍ଛେଦ କଲେ ସ୍ୟାଟ୍‌

ସାହାରା ଲାଇଫ୍‌ ବାଣିଜ୍ୟ ଅକ୍ତିଆର ମାମଲାକୁ ନେଇ ନିୟାମକ ନିର୍ଦ୍ଦେଶ ଉଚ୍ଛେଦ କଲେ ସ୍ୟାଟ୍‌

ବମ୍ବେ,୧୮-୧ ସୁବ୍ରତ ରୟଙ୍କ ସାହାରା ଲାଇଫ୍‌ ଇନସ୍ୟୁରାନ୍ସ ବାଣିଜ୍ୟକୁ ଅକ୍ତିଆର ଲାଗି ଆଇସିଆଇସିଆଇ ପ୍ରୁଡେନସିଆଲ୍‌କୁ ବୀମା ନିୟାମକ ଆଇଆରଡିଏଆଇ ଦେଇଥିଲେ। ଏହି ନିର୍ଦ୍ଦେଶକୁ ଦି ସିକ୍ୟୁରିଟିଜ୍‌ ଆପିଲେଟ ଟ୍ରିବ୍ୟୁନାଲ (ସ୍ୟାଟ୍‌) ଉଚ୍ଛେଦ କରି ଦେଇଛନ୍ତି। ସାହାରା ମାମଲାର ଶୁଣାଣି ପରେ ପୁଣି ଏକ ନୂଆ ନିର୍ଦ୍ଦେଶ ଜାରି କରିବାକୁ ସ୍ୟାଟ୍‌ କହିଛନ୍ତି। ମାତ୍ର ଅନ୍ତରୀଣ ସମୟ ପାଇଁ ସାହାରା ଲାଇଫ ବାଣିଜ୍ୟର ପରିଚାଳନା ନିମନ୍ତେ ଏକ ଆଡମିନିଷ୍ଟ୍ରେଟର ନିଯୁକ୍ତ ଲାଗି ଆଇଆର୍‌ଡିଏଆଇ ନିଷ୍ପତ୍ତିକୁ ସ୍ୟାଟ୍‌ କାଏମ ରଖିଛନ୍ତି।

ଟୟୋଟା ପକ୍ଷରୁ ଇନୋଭା କ୍ରିଷ୍ଟାର ଟେଷ୍ଟ ଡ୍ରାଇଭ୍‌

ଟୟୋଟା ପକ୍ଷରୁ ଇନୋଭା କ୍ରିଷ୍ଟାର ଟେଷ୍ଟ ଡ୍ରାଇଭ୍‌

ଭୁବନେଶ୍ୱର,୧୮-୧ ପ୍ରମୁଖ ଚାରିଚକିଆ ଯାନ ନିର୍ମାଣକାରୀ କମ୍ପାନୀ ଟୟୋଟା କିର୍ଲୋସ୍କାର ମୋଟର୍ସ ପକ୍ଷରୁ ଏହାର ପ୍ରମୁଖ ମଡେଲ ଇନୋଭା କ୍ରିଷ୍ଟାର ଏକ ଟେଷ୍ଟ ଡ୍ରାଇଭ୍‌ ସ୍ଥାନୀୟ ପଟିଆସ୍ଥିତ ଏସ୍ପିରିଟ୍‌ ଟୟୋଟା ଶୋ’ରୁମଠାରେ ଅନୁଷ୍ଠିତ ହୋଇଯାଇଛି। କମ୍ପାନୀ ୨୦୦୫ରେ ପ୍ରଥମେ ଇନୋଭା ମଡେଲକୁ ବଜାରକୁ ଆଣିଥିବା ବେଳେ ୨୦୧୬ରେ ଏହାର ଅତ୍ୟାଧୁନିକ ଭର୍ଜନ ଇନୋଭା କ୍ରିଷ୍ଟାକୁ ଉନ୍ମୋଚନ କରିଛି।

ବ୍ରିଲିଆଣ୍ଟ ପକ୍ଷରୁ ନୂଆ ସ୍ବାଗତମ ଅଗରବତୀ

ବ୍ରିଲିଆଣ୍ଟ ପକ୍ଷରୁ ନୂଆ ସ୍ବାଗତମ ଅଗରବତୀ

ଭୁବନେଶ୍ୱର,୧୮-୧ ପ୍ରମୁଖ ଅଗରବତୀ କମ୍ପାନୀ ବ୍ରିଲିଆଣ୍ଟ ପକ୍ଷରୁ ଏହାର ନୂତନ ବ୍ରାଣ୍ଡ ବ୍ରିଲିଆଣ୍ଟ ସ୍ବାଗତମ ଅଗରବତୀ ବଜାରକୁ ଆସିଛି। ସାତପଡାଠାରେ ଅନୁଷ୍ଠିତ ଏକ ବିତରକ ସମ୍ମିଳନୀରେ ଏହି ନୂଆ ବ୍ରାଣ୍ଡର ବଜାର ପ୍ରବେଶ ହୋଇଛି।

ଗୀତମ୍‌ ପକ୍ଷରୁ ଏମ୍‌ବିଏ ପାଠ୍ୟକ୍ରମ ଲାଗି ନାମଲେଖା

ଗୀତମ୍‌ ପକ୍ଷରୁ ଏମ୍‌ବିଏ ପାଠ୍ୟକ୍ରମ ଲାଗି ନାମଲେଖା

ବିଶାଖାପାଟଣା,୧୮-୧ ଗୀତମ୍‌ ଡିମଡ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏମ୍‌ବିଏ ପାଠ୍ୟକ୍ରମ ଲାଗି ନାମଲେଖା ସମ୍ପର୍କରେ ଘୋଷଣା କରାଯାଇଛି। ଦେଶର ଏକ ପ୍ରମୁଖ ବିସ୍କୁଲ ଭାବେ ଗୀତମ୍‌ ସ୍କୁଲ ଅଫ୍‌ ଇଣ୍ଟରନ୍ୟାଶନାଲ ବିଜ୍‌ନେଶ(ଜିଏସ୍‌ଆଇବି) ଶନିବାର ଏହି ଘୋଷଣା କରିଛି। ଜିଏସ୍‌ଆଇବି ପକ୍ଷରୁ ଇଣ୍ଟରନ୍ୟାଶନାଲ ବିଜନେସ, ଏମ୍‌ବିଏ ଇନ୍‌ ଇଣ୍ଟରନ୍ୟାଶନାଲ ବ୍ୟାଙ୍କିଂ ଆଣ୍ଡ ଫାଇନାନ୍ସ, ଏମ୍‌ବିଏ ଇନ୍‌ ଗ୍ଲୋବାଲ ଲଜିଷ୍ଟିକ୍‌ ଆଣ୍ଡ ସପ୍ଳାଇ ଚେନ ମ୍ୟାନେଜମେଣ୍ଟ, ପୋଷ୍ଟ ଗ୍ରାଜୁଏଟ୍‌ ଡିପ୍ଲୋମା ଇନ୍‌ ବିଜନେସ ଆନାଲିଟିକ୍ସ (ପିଜିଡିବିଏ) ଭଳି ପାଠ୍ୟକ୍ରମ ପ୍ରଦାନ କରୁଛି।

ସ୍ବାସ୍ଥ୍ୟ ବ୍ୟୟ ବରାଦ ୧୧% ବଢ଼ିପାରେ

ସ୍ବାସ୍ଥ୍ୟ ବ୍ୟୟ ବରାଦ ୧୧% ବଢ଼ିପାରେ

ଆଗାମୀ ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ର ଲାଗି ବ୍ୟୟ ବରାଦ ୧୧% ବଢିବାର ସମ୍ଭାବନା ରହିଛି। ବିଭିନ୍ନ ରୋଗ ନିୟନ୍ତ୍ରଣ ଲାଗି ଅଧିକ ବ୍ୟୟ ବରାଦ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅର୍ଥ ମନ୍ତ୍ରଣାଳୟକୁ କହିଥିଲା। ମାତ୍ର ବଜେଟରେ ଏହା ଠାରୁ କମ୍‌ ପରିମାଣର ବ୍ୟୟ ବରାଦ ହେବ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।