ବାଣିଜ୍ୟ |

୨୦୧୯ ମାର୍ଚ୍ଚ ସୁଦ୍ଧା ମିଳିବ ୨୪ ଘଣ୍ଟିଆ ବିଜୁଳି

୨୦୧୯ ମାର୍ଚ୍ଚ ସୁଦ୍ଧା ମିଳିବ ୨୪ ଘଣ୍ଟିଆ ବିଜୁଳି

ନୂଆଦିଲ୍ଲୀ,୨୮-୧୨(ପି.ଟି)
୨୦୧୯ ମାର୍ଚ୍ଚ ସୁଦ୍ଧା ଦେଶର ସବୁ ଲୋକଙ୍କୁ ୨୪ ଘଣ୍ଟିଆ ବିଜୁଳି ସେବା ପ୍ରଦାନ କରାଯିବ। ବର୍ଷ ସାରା ତଥା ବିନା କୌଣସି ପ୍ରତିବନ୍ଧକରେ ପ୍ରତିଘରକୁ ଏହି ସେବା ଉପଲବ୍ଧ କରାଯିବ ବୋଲି ଶକ୍ତିମନ୍ତ୍ରୀ ଆର.କେ ସିଂ ପ୍ରକାଶ କରିଛନ୍ତି। ଡିସେମ୍ବର ୨୦୧୮ ସୁଦ୍ଧା ୧,୬୯୪ ଗ୍ରାମରେ ବିୁଦ୍ୟତ୍‌ ସେବା ଉପଲବ୍ଧ ନ ଥିବା ଜଣା ଯାଇଛି। ଏହି ଗ୍ରାମଗୁଡିକୁ ସେବା ଯୋଗାଣ ଲାଗି ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଉଥିବା ସିଂ ପ୍ରକାଶ କରିଛନ୍ତି। ସବୁ ଗ୍ରାମକୁ ବିଦ୍ୟୁତ୍‌ ଯୋଗାଣ ନେଇ ବ୍ୟବସ୍ଥା କରାଯାଉଥିବା ଲୋକ ସଭାର ପ୍ରଶ୍ନ କାଳରେ ଉତ୍ତର ରଖି ସିଂ ଏହା ପ୍ରକାଶ କରିଛନ୍ତି। କୌଣସି ଟେକ୍ନିକାଲ ଅସୁବିଧା ଲାଗି ବିଦ୍ୟୁତ କମ୍ପାନୀଗୁଡିକ ଲୋକଙ୍କୁ ନିରନ୍ତର ବିଦ୍ୟୁତ ସେବା ଯୋଗାଣ ଲାଗି ସକ୍ଷମ ନ ହେଲେ ସେବା ଯୋଗାଉ ଥିବା କମ୍ପାନୀଗୁଡିକୁ ଜରିମାନା ପ୍ରଦାନ ଲାଗି କୁହାଯିବ। ଏଥି ଲାଗି ଏକ ନୂଆ ଆଇନ ଆସିବ ବୋଲି ପ୍ରକାଶ କରିଛନ୍ତି।
୨୦୧୯ ଜାନୁୟାରୀ ସୁଦ୍ଧା ବିତରଣ ତଥା ଟ୍ରାନ୍ସମିଶନ(ଟି ଆଣ୍ଡ ଡି) ଜନିତ କ୍ଷତିକୁ ୨୧ରୁ ହ୍ରାସ ଘଟାଇ ୧୫ % କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଦେଶର ଶକ୍ତି ଭିତ୍ତିଭୂମି ସୁଧାରିବା ଲାଗି ୧.୭୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ ପ୍ରକାଶ କରିଛନ୍ତି। ବିତରଣ ତଥା ଟ୍ରାନ୍ସମିଶନ କ୍ଷତି ଅନେକ ଦିନ ଧରି ଚାଲି ଆସୁଥିବାରୁ ଏହା ଟେକ୍ନୋଲୋଜି ଯୋଗୁ ହେଉଥିବା ଜଣାଯାଇଛି। ଏଥି ଯୋଗୁ ୨.୬୨%ରୁ ୭.୭୧% କ୍ଷତି ସହିବାକୁ ପଡୁଛି। ସେହିଭଳି ଅତିରିକ୍ତ କ୍ଷତି ବିଦ୍ୟୁତ ଚୋରି କାରଣରୁ ହେଉଛି। ସାରା ଦେଶରେ ଟ୍ରାନ୍ସମିଶନ ତଥା ବିତରଣ ଅସୁବିଧା ଯୋଗୁ ଶକ୍ତି କ୍ଷେତ୍ରରେ ୨୦୧୫-୧୬ ବର୍ଷରେ ୨୪୦୮୬୪.୩୧ ନିୟୁତ ୟୁନିଟ (୨୧.୮୧ %) କ୍ଷତି ହୋଇଛି। ଆକଳନ ମୁତାବକ ୧% ବିତରଣ ତଥା ଟ୍ରାନ୍ସମିଶନ କ୍ଷତିକୁ ରୋକାଯାଇ ପାରିଲେ ଏଥିରୁ ୪,୧୪୬.୬୦କୋଟି ସଞ୍ଚୟ କରାଯାଇ ପାରିବ। ବିଶେଷ କରି ଶକ୍ତି କ୍ରୟ ଖର୍ଚ୍ଚରୁ ଏହା ସଞ୍ଚୟ ହୋଇ ପାରିବ।

All Right Reserved By

Model This Week

Model This Week

ବାଣିଜ୍ୟ |

ରିଲାଏନ୍ସ  ହୋମ୍‌ ଫାଇନାନ୍ସ ବୋର୍ଡରେ ଅନ୍‌ମୋଲ୍‌ ଅମ୍ବାନୀ

ରିଲାଏନ୍ସ ହୋମ୍‌ ଫାଇନାନ୍ସ ବୋର୍ଡରେ ଅନ୍‌ମୋଲ୍‌ ଅମ୍ବାନୀ

ନୂଆଦିଲ୍ଲୀ,୨୫-୪(ପି.ଟି.) ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ବଡ ପୁଅ ଅନ୍‌ମୋଲ୍‌ ଅମ୍ବାନୀ ରିଲାଏନ୍ସ ନିପନ୍‌ ଲାଇଫ୍‌ ଆସେଟ୍‌ ମ୍ୟାନେଜ୍‌ମେଣ୍ଟ ଏବଂ ରିଲାଏନ୍ସ ହୋମ୍‌ ଫାଇନାନ୍ସ ବୋର୍ଡରେ ନିଯୁକ୍ତି ପାଇଛନ୍ତି।

ହୋଣ୍ଡା ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

ହୋଣ୍ଡା ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

ଭୁବନେଶ୍ୱର,୨୫-୪ ହୋଣ୍ଡା ମୋଟର ସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ-୨୦୧୮ ପାଳନ କରାଯାଉଛି। ଏହି ଅବସରରେ କମ୍ପାନୀ ପକ୍ଷରୁ ସାରା ଭାରତରେ ‘ହେଲ୍‌ମେଟ୍‌ ଅନ୍‌ ଲାଇଫ୍‌ ଅନ୍‌’ ଅଭିଯାନ ଜରିଆରେ ସଡକ ସୁରକ୍ଷା ବାର୍ତ୍ତା ପ୍ରଦାନ କରାଯାଉଛି। ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ୨୦୧୮ ଏପ୍ରିଲ୍‌ ୨୩ରୁ ୩୦ ପର୍ଯ୍ୟନ୍ତ ପାଳନ କରାଯାଉଛି।

ସାମସଙ୍ଗ ଆଣିଲା ବିଶ୍ୱର ପ୍ରଥମ ଉଇଣ୍ଡ୍‌-ଫ୍ରୀ ଏସି

ସାମସଙ୍ଗ ଆଣିଲା ବିଶ୍ୱର ପ୍ରଥମ ଉଇଣ୍ଡ୍‌-ଫ୍ରୀ ଏସି

ନୂଆଦିଲ୍ଲୀ,୨୫-୫ ଦେଶର ପ୍ରମୁଖ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ୍‌ ସାମ୍‌ସଙ୍ଗ୍‌ ଇଣ୍ଡିଆ ବିଶ୍ୱର ପ୍ରଥମ ଉଇଣ୍ଡ୍‌-ଫ୍ରୀ ଏୟାର୍‌ କଣ୍ଡିଶନର୍‌ର ବଜାର ପ୍ରବେଶ କରାଇଛି। ସାମ୍‌ସଙ୍ଗ୍‌ର ଏକ୍ସକ୍ଲୁଶିଭ୍‌ ଉଇଣ୍ଡ୍‌ ଫ୍ରୀ କୁଲିଂ ଟେକ୍ନୋଲୋଜିରେ ପ୍ରସ୍ତୁତ ଏହି ଏସି ଗ୍ରାହକଙ୍କୁ ଅଧିକ ଶକ୍ତି ସଞ୍ଚୟ ସହିତ ଏକ ଥଣ୍ଡା ଇନ୍‌ଡୋର୍‌ କ୍ଲାଇମେଟ୍‌ ପ୍ରଦାନ କରୁଛି। ସିଧାସଳଖ ଶୀତଳ ପବନ ପ୍ରବାହରୁ ଏହା ନିବୃତ ରହିବ। ଏଥିରେ ବିଶ୍ୱର ପ୍ରଥମ ୮ ପୋଲ୍‌ ସିରିଜ ଏବଂ କ୍ଷୟନିରୋଧୀ ଡ୍ୟୁରାଫିନ କଣ୍ଡେନ୍‌ସର ରହିଛି ା ଭାରତର ମାତ୍ରାଧିକ ତାପମାତ୍ରାକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି।

ଗଣପତି ଲାଲ ପିଏନ୍‌ବି ଭୁବନେଶ୍ୱର ମଣ୍ଡଳର ନୂତନ ମୁଖ୍ୟ

ଗଣପତି ଲାଲ ପିଏନ୍‌ବି ଭୁବନେଶ୍ୱର ମଣ୍ଡଳର ନୂତନ ମୁଖ୍ୟ

ଭୁବନେଶ୍ୱର,୨୫-୪ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଭୁବନେଶ୍ୱର ମଣ୍ଡଳର ନୂତନ ମୁଖ୍ୟ ଭାବେ ଗଣପତି ଲାଲ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୧୯୮୫ରେ ପିଏନ୍‌ବିରେ ଯୋଗଦେଇଥିବା ଲାଲ ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା ସମେତ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟଭାର ତୁଲାଇଛନ୍ତି।

ଅନ୍‌ଲାଇନ ଆସେସୋରିଜ ବିକ୍ରି ଆରମ୍ଭ କଲା ହିରୋ

ଅନ୍‌ଲାଇନ ଆସେସୋରିଜ ବିକ୍ରି ଆରମ୍ଭ କଲା ହିରୋ

ଭୁବନେଶ୍ୱର, ୨୫-୪ ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଲିମିଟେଡ୍‌ ଏହାର ଇ-କମର୍ସ ପୋର୍ଟାଲ ଉଦ୍‌ଘାଟନ କରି ଦୁଇଚକିଆ ଯାନ ଶିଳ୍ପରେ ନୂତନ ରେକର୍ଡ ସୃଷ୍ଟି କରିଛି। ଗ୍ରାହକମାନେ ହିରୋର ଆବଶ୍ୟକୀୟ ଯନ୍ତ୍ରାଶଂ ଏବଂ ଆସେସରିଜ୍‌ www.hgpmart.com ଏକ୍ସକ୍ଲୁଶିଭ୍‌ କମର୍ସିଆଲ୍‌ ପ୍ଲାଟ୍‌ଫର୍ମ ମାଧ୍ୟମରେ କ୍ରୟ କରିପାରିବେ ବୋଲି କମ୍ପାନୀ ପ୍ରକାଶ କରିଛି।

 ଗ୍ରୀଷ୍ମ ଅବକାଶରେ ବିଶେଷ ଅଫର ହେଉଛନ୍ତି ବିମାନ କମ୍ପାନୀ, ଭଡା ୧୩୦୪ ଟଙ୍କାରୁ ଆରମ୍ଭ

ଗ୍ରୀଷ୍ମ ଅବକାଶରେ ବିଶେଷ ଅଫର ହେଉଛନ୍ତି ବିମାନ କମ୍ପାନୀ, ଭଡା ୧୩୦୪ ଟଙ୍କାରୁ ଆରମ୍ଭ

ନୂଆଦିଲ୍ଲୀ,୨୫-୪(ପି.ଟି) ଗ୍ରୀଷ୍ମ ଅବକାଶ ଅବସରରେ ଦେଶର ପ୍ରମୁଖ ବିମାନ କମ୍ପାନୀଗୁଡିକ ଗ୍ରାହକଙ୍କୁ ଲୋଭନୀୟ ଅଫର ପ୍ରଦାନ କରୁଛନ୍ତି। କମ୍ପାନୀଗୁଡିକର ଭଡା ଏହି ସମୟରେ ୧୩୦୪ ଟଙ୍କାରୁ ଆରମ୍ଭ ହେଉଛି। ଗୋ ଏୟାର ଏବଂ ଏୟାର ଏସିଆ ଭଳି କମ୍ପାନୀଗୁଡିକ ଏହି ଭଳି ଅଫର ଗ୍ରାହକଙ୍କୁ ପ୍ରଦାନ କରୁଛନ୍ତି।

ବଜାରରେ ଇଣ୍ଟେକ୍ସର ନୂଆ ଏୟାର କଣ୍ଡିଶନର

ବଜାରରେ ଇଣ୍ଟେକ୍ସର ନୂଆ ଏୟାର କଣ୍ଡିଶନର

ନୂଆଦିଲ୍ଲୀ,୨୫-୪(ପି.ଟି) ପ୍ରମୁଖ କଞ୍ଜ୍ୟୁମର ଇଲେକଟ୍ରୋନିକ୍ସ ବ୍ରାଣ୍ଡ ଇଣ୍ଟେକ୍ସ ପକ୍ଷରୁ ବଜାରକୁ ଆସିଛି ନୂଆ ଶୃଙ୍ଖଳାର ଏୟାର କଣ୍ଡିଶନର। ଏଥିରେ ପରିବେଶ ଉପଯୋଗୀ ରେଫ୍ରିଜରାଣ୍ଟ ରହିଛି। କମ୍ପାନୀର ନୂଆ ଏସିଗୁଡିକ ୨୪ଟି ନୂଆ ମଡେଲରେ ଉପଲବ୍ଧ।

 ଫେରିଲା ହାଓ୍ବାଇ: ଘରୋଇ ବଜାରକୁ ଛାଡିଲା ପି୨୦ ପ୍ରୋ, ପି୨୦ ଲାଇଟ୍‌ ସ୍ମାର୍ଟଫୋନ

ଫେରିଲା ହାଓ୍ବାଇ: ଘରୋଇ ବଜାରକୁ ଛାଡିଲା ପି୨୦ ପ୍ରୋ, ପି୨୦ ଲାଇଟ୍‌ ସ୍ମାର୍ଟଫୋନ

ନୂଆଦିଲ୍ଲୀ,୨୫-୪(ପି.ଟି) ଚାଇନାର ଭିତ୍ତିକ ସ୍ମାର୍ଟଫୋନ କମ୍ପାନୀ ହାଓ୍ବାଇ ବଜାରକୁ ପୁଣି ଥରେ ଘରୋଇ ବଜାରକୁ ପ୍ରତ୍ୟାବର୍ତ୍ତନ କରିଛି। କମ୍ପାନୀ ଘରୋଇ ବଜାରରେ ନୂଆ ପି ୨୦ ପ୍ରୋ ଏବଂ ପି୨୦ ଲାଇଟ୍‌ ସ୍ମାର୍ଟ ଫୋନ ପ୍ରବେଶ କରାଇଛି।

ଭିଜା ପ୍ରସଙ୍ଗରେ ଆମେରିକା ସରକାରଙ୍କ ସହ ଆଲୋଚନା ହେବ: ପ୍ରଭୁ

ଭିଜା ପ୍ରସଙ୍ଗରେ ଆମେରିକା ସରକାରଙ୍କ ସହ ଆଲୋଚନା ହେବ: ପ୍ରଭୁ

ନୂଆଦିଲ୍ଲୀ,୨୫-୪(ପି.ଟି) ଏଚ୍‌୧ବି ଭିଜା ଉପରେ ଆମେରିକା ସରକାର କଟକଣା ଜାରି କରିବାକୁ ଅନ୍ତିମ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ଭାରତୀୟ ମାନେ ବିଶେଷ ଭାବେ ପ୍ରଭାବିତ ହେବ ବୋଲି ଜଣା ଯାଇଛି। ଆମେରିକା ସରକାରଙ୍କ ଏହି ଭଳି ନିଷ୍ପତ୍ତିକୁ ନେଇ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଉକ୍ତ ପ୍ରସଙ୍ଗରେ ସରକାର ଆମେରିକାର ଟ୍ରମ୍ପ ପ୍ରଶାସନ ସହ ଆଲୋଚନା କରିବେ ବୋଲି କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଶୁରେଶ ପ୍ରଭୁ ମଙ୍ଗଳବାର ସୂଚନା ଦେଇଛନ୍ତି।

ବିଶ୍ୱ ସ୍ତରୀୟ ନେଟ୍‌ଓ୍ବର୍କ ସହ ଯୋଡି ହେବେ ଏମ୍‌ଏସ୍‌ଏମ୍‌ଇ

ବିଶ୍ୱ ସ୍ତରୀୟ ନେଟ୍‌ଓ୍ବର୍କ ସହ ଯୋଡି ହେବେ ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୨୫-୪(ପି.ଟି) ଘରୋଇ ବଜାରରେ ଥିବା ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକର ଉନ୍ନତିକରଣ ଲାଗି ସରକାର ବିଭିନ୍ନ ପ୍ରକାରର ଯୋଜନା ହାତକୁ ନେଉଛନ୍ତି। ଏମ୍‌ଏସ୍‌ଏମ୍‌ଇଗୁଡିକୁ ବିଶ୍ୱସ୍ତରର ନେଟଓ୍ବର୍କ ସହ ଯୋଡିବା ଲାଗି ବିଭିନ୍ନ ପ୍ରକାରର ପଦକ୍ଷେପ ଉପରେ ସରକାର ଧ୍ୟାନ କେନ୍ଦ୍ରିତ କରୁଛନ୍ତି। ଏମ୍‌ଏସ୍‌ଏମ୍‌ଇଗୁଡିକ ସହ ବିଦେଶ ସଂସ୍ଥାଗୁଡିକର ଏକ ନେଟଓ୍ବର୍କ ସ୍ଥାପନ ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି।

ବାଇକ୍‌, ସ୍କୁଟରର ମୂଲ୍ୟ ବଢାଇବ ହିରୋ ମୋଟୋକର୍ପ

ବାଇକ୍‌, ସ୍କୁଟରର ମୂଲ୍ୟ ବଢାଇବ ହିରୋ ମୋଟୋକର୍ପ

ନୂଆଦିଲ୍ଲୀ,୨୫-୪(ପି.ଟି) ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାଣକାରୀ କମ୍ପାନୀ ହିରୋ ମୋଟୋକର୍ପ ଏହାର ଦୁଇ ଚକିଆ ଯାନ ମୂଲ୍ୟ ବଢାଇବ ବୋଲି ଜଣା ଯାଇଛି।

ଚତୁର୍ଥ ତ୍ରୈମାସରେ ଏୟାରଟେଲର ଲାଭ କମିଲା

ଚତୁର୍ଥ ତ୍ରୈମାସରେ ଏୟାରଟେଲର ଲାଭ କମିଲା

ନୂଆଦିଲ୍ଲୀ,୨୫-୪(ପି.ଟି) ୨୦୧୭-୧୮ ଆର୍ଥତ୍କ ବର୍ଷର ଚତୁର୍ଥ ତ୍ରୈମାସରେ ପ୍ରମୁଖ ଟେଲିକମ୍‌ କମ୍ପାନୀ ଏୟାରଟେଲର ଲାଭରେ ହ୍ରାସ ଘଟିଛି। ଏହି ସମୟରେ କମ୍ପାନୀର ଲାଭରେ ପ୍ରାୟ ୭୮% ହ୍ରାସ ଘଟିଥିବା ଜଣାଯାଇଛି। ଉକ୍ତ ସମୟରେ କମ୍ପାନୀର ନେଟ୍‌ ଲାଭ ୮୨.୯୦ କୋଟି ଟଙ୍କା ରହିଛି।