Dharitri News
ବାଣିଜ୍ୟ |

ଏୟାର ଇଣ୍ଡିଆକୁ ଅକାମୀ କରିବାକୁ ଚାହୁନାହାନ୍ତି ସରକାର

ଏୟାର ଇଣ୍ଡିଆକୁ ଅକାମୀ କରିବାକୁ ଚାହୁନାହାନ୍ତି ସରକାର ନୂଆଦିଲ୍ଲୀ,୨୮-୧୨(ପି.ଟି) ବିଜୟ ମାଲ୍ୟାଙ୍କ କିଙ୍ଗଫିସର ଏୟାର ଲାଇନ ଭଳି ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆକୁ ସରକାର ଅକାମୀ କରିବାକୁ ଚାହୁନାହାନ୍ତି। ଏୟାର ଇଣ୍ଡିଆ ଦେଶରେ ଲୋକଙ୍କ ସେବାରେ କିଭଳି ଭାବେ ଲାଗି ପାରିବ ସେ ନେଇ ସରକାର କାର୍ଯ୍ୟ କରୁଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଣପତି ରାଜୁ ପ୍ରକାଶ କରିଛନ୍ତି। ସେହିଭଳି ଏୟାର ଇଣ୍ଡିଆରେ କାର୍ଯ୍ୟ କରୁଥିବା କୌଣସି କର୍ମଚାରୀ ଯେଉଁ ଭଳି ଭାବେ ଚାକିରି ନ ହାରାନ୍ତି ସେ ପ୍ରସଙ୍ଗକୁ ସରକାର ମଧ୍ୟ ବିଚାର କରୁଛନ୍ତି ବୋଲି ରାଜୁ ଲୋକ ସଭାରେ ଉତ୍ତର ରଖିଛନ୍ତି। ଏୟାର ଇଣ୍ଡିଆର ପୁଞ୍ଜି ପ୍ରତ୍ୟାହାର କାର୍ଯ୍ୟକ୍ରମ ଜାରି ରହିଛି ବୋଲି ସେ ପ୍ରକାଶ କରିବା ସହ ଏଥି ଲାଗି ଏକ କମିଟି ଗଠନ ହୋଇଛି ବୋଲି ଲୋକ ସଭାର ପ୍ରଶ୍ନ କାଳରେ ସୂଚନା ଦେଇଛନ୍ତି। ଏହି କମିଟିର ମୁଖ୍ୟ ଭାବେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କାର୍ଯ୍ୟ କରୁଛନ୍ତି। ଏ ନେଇ କୌଣସି ଏମ୍‌ପି ଯଦି କୌଣସି ପରାମର୍ଶ ଦେବାକୁ ଚାହୁଁଥାନ୍ତି ତେବେ କମିଟିକୁ ଦେଇ ପାରିବେ ବୋଲି ରାଜୁ କହିଛନ୍ତି। ଜୁନ ୨୮ରେ ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆରୁ ପୁଞ୍ଜି ପ୍ରତ୍ୟାହାର ଲାଗି କ୍ୟାବିନେଟ ମଞ୍ଜୁରି ମିଳି ସାରିଛି। ମାତ୍ର କେତେ ପରିମାଣର ଅଂଶ ଧନ ବିକ୍ରି ହେବ ସେ ନେଇ ଅନ୍ତିମ ନିଷ୍ପତ୍ତି ଆସି ନାହିଁ। ଟିକସଦାତାଙ୍କ ଅର୍ଥକୁ ସଞ୍ଚୟ କରିବା ଲାଗି ସରକାର ବିଭିନ୍ନ ବିକଳ୍ପ ଉପରେ ବର୍ତ୍ତମାନ ବିଚାର କରୁଛନ୍ତି। ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବେ କାର୍ଯ୍ୟ କରୁଥିବା ନୀତି ଆୟୋଗ ବିମାନ କମ୍ପାନୀର ସମ୍ପୂର୍ଣ୍ଣ ଘରୋଇକରଣ ଲାଗି ପରାମର୍ଶ ମଧ୍ୟ ଦେଇ ସାରିଛି। ବର୍ତ୍ତମାନ ଏୟାର ଇଣ୍ଡିଆରେ ୫୨,୦୦୦ କୋଟି ଟଙ୍କାର ଋଣ ରହିଛି। ଏହା ୨୦୧୨ ମସିହାରେ ପୂର୍ବର ୟୁପିଏ ସରକାରଙ୍କ ୩୦,୦୦ କୋଟି ଟଙ୍କାର ବେଲ୍‌ ଆଉଟ ପ୍ୟାକେଜ୍‌ ଦ୍ୱାରା ପରିଚାଳିତ ହେଉଛି। ଅପର ପକ୍ଷରେ କିଙ୍ଗଫିସର ଏୟାର ଲାଇନ ୯,୦୦୦ କୋଟି ଟଙ୍କାର ଋଣ ଭାରରେ ବୁଡି ରହିବା ସହ ବର୍ତ୍ତମାନ ଦେବାଳିଆ ହୋଇ ଯାଇଛି। ଏହାର ମାଲିକ ବିଜୟ ମାଲ୍ୟା ବିଭିନ୍ନ ବ୍ୟାଙ୍କର ଋଣ ପରିଶୋଧ ନ କରିବାକୁ ଦେବାଳିଆ ଘୋଷିତ ହୋଇ ବର୍ତ୍ତମାନ ଲଣ୍ଡନରେ ବାସ କରୁଛନ୍ତି।

ବାଣିଜ୍ୟ |

ଶିଳ୍ପ ମାନ୍ୟତା ଚାହାନ୍ତି ରିଟେଲର୍‌

ଶିଳ୍ପ ମାନ୍ୟତା ଚାହାନ୍ତି ରିଟେଲର୍‌

ନୂଆଦିଲ୍ଲୀ,୧୮-ବଜେଟକୁ ଆଉ ମାତ୍ର ଦିନ କେଇଟା ଥିବାବେଳେ ବିଭିନ୍ନ ଶିଳ୍ପ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ନିକଟରେ ସେମାନଙ୍କ ଦାବି ଉପସ୍ଥାପନ କରୁଛନ୍ତି।

କୃଷି ଋଣ ଛାଡ: ଉଚ୍ଚ ଜାତି କୃଷକଙ୍କୁ ଅଧିକ ଲାଭ

କୃଷି ଋଣ ଛାଡ: ଉଚ୍ଚ ଜାତି କୃଷକଙ୍କୁ ଅଧିକ ଲାଭ

ନୂଆଦିଲ୍ଲୀ,୧୭-୧ ଦେଶରେ ବିଭିନ୍ନ ରାଜ୍ୟରେ କୃଷି ଋଣ ଛାଡ ହେଉଥିବା ବର୍ତ୍ତମାନ ଦେଖା ଯାଉଛି। ଅନେକ ଦିନ ଧରି ପରିଶୋଧ ହେଉ ନ ଥିବା ଋଣକୁ କେତେକ ରାଜ୍ୟ ଛାଡ କରିଛନ୍ତି। ଋଣ ଛାଡ ବିତ୍ତିୟ ଶୃଙ୍ଖଳାକୁ ପ୍ରଭାବିତ କରୁଥିବା ବିଶେଷଜ୍ଞ ମାନେ କହୁଥିବା ବେଳେ ଏହା ସତ୍ୱେ ରାଜ୍ୟଗୁଡିକ କୃଷି ଋଣ ଛାଡ କରୁଛନ୍ତି। ଯଦି କୃଷି ଋଣ ଛାଡ ହୁଏ ତେବେ ଏହା ଦ୍ୱାରା ଉଚ୍ଚ ଜାତିର କୃଷକ ମାନେ ବିଶେଷ ଭାବେ ଫାଇଦାରେ ରହିବେ ବୋଲି ଏକ ଅଧ୍ୟୟନରୁ ଜଣା ଯାଇଛି।

ଶିକ୍ଷା ପାଇଁ ବ୍ୟୟବରାଦ ବୃଦ୍ଧି ଦାବି

ଶିକ୍ଷା ପାଇଁ ବ୍ୟୟବରାଦ ବୃଦ୍ଧି ଦାବି

ଆଗାମୀ ବଜେଟ୍‌ରେ ଶିକ୍ଷା କ୍ଷେତ୍ରରେ ବ୍ୟୟବରାଦ ବଢ଼ାଇବାକୁ ଶିଳ୍ପସଂଘ ଆସୋଚାମ୍‌ ଦାବି କରିଛି। ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ପରିସରରୁ ଉଚ୍ଚ ଶିକ୍ଷାକୁ ବାହାରେ ରଖିବାକୁ ମଧ୍ୟ ଏହା ପରାମର୍ଶ ଦେଇଛି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ଏକ ପତ୍ର ଲେଖି ସଂଘ ଏହା ଜଣାଇଛି।

୩୫,୦୦୦ ପଏଣ୍ଟ ଟପିଲା ସେନ୍‌ସେକ୍ସ

୩୫,୦୦୦ ପଏଣ୍ଟ ଟପିଲା ସେନ୍‌ସେକ୍ସ

ବମ୍ବେ,୧୭-୧(ପି.ଟି.) ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସ ୩୫,୦୦୦ ପଏଣ୍ଟ ଅତିକ୍ରମ କରିଛି। ବୁଧବାର କାରବାର ଶେଷରେ ସେନ୍‌ସେକ୍ସରେ ୩୧୦.୭୭ ପଏଣ୍ଟ ବୃଦ୍ଧି ଘଟିଛି। ଫଳରେ ଏହା ୩୫,୦୮୧.୮୨ ପଏଣ୍ଟରେ ବନ୍ଦ ହୋଇଛି। ସେନ୍‌ସେକ୍ସର ପୂର୍ବ ରେକର୍ଡ ଥିଲା ୩୪,୮୪୩.୫୧ ପଏଣ୍ଟ। ଜାନୁୟାରୀ ୧୫ରେ ଏହି ସ୍ତରରେ ବଜାର ବନ୍ଦ ହୋଇଥିଲା।

ଆଜି ଜିଏସ୍‌ଟି ପରିଷଦ ବୈଠକ

ଆଜି ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ,୧୭-୧ ସାଧାରଣ ବଜେଟର ଦିନ କେଇଟା ପୂର୍ବରୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ନେତୃତ୍ୱରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ପରିଷଦର ବୈଠକ ଗୁରୁବାର ହେବାକୁ ଯାଉଛି। ଏଥିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନ ନିଆଯାଇପାରେ।

୨୦୧୬-୧୭ ଆର୍ଥିକ ବର୍ଷରେ ଋଣ ପ୍ରଦାନ ହ୍ରାସ

୨୦୧୬-୧୭ ଆର୍ଥିକ ବର୍ଷରେ ଋଣ ପ୍ରଦାନ ହ୍ରାସ

ଭୁବନେଶ୍ୱର,୧୭-୧(ବ୍ୟୁରୋ) ଆର୍ଥିକ ବର୍ଷ ୨୦୧୫-୧୬ରେ ରାଜ୍ୟରେ ପ୍ରମୁଖ କ୍ଷେତ୍ରଗୁଡିକୁ ମୋଟ ୪୧୯୭୦.୮୦ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିବା ବେଳେ ୨୦୧୬-୧୭ରେ ଏହା ୩୯,୮୧୯.୬୫ କୋଟିକୁ ହ୍ରାସ ପାଇଛି। ଗତ ୧୦ ବର୍ଷ ମଧ୍ୟରେ ଏହା ହାରାହାରି ୨୦.୭୭% ବୃଦ୍ଧି ପାଇଥିଲେ ମଧ୍ୟ ୨୦୧୩-୧୪ ଏବଂ ୨୦୧୬-୧୭ ଦୁଇଟି ଆର୍ଥିକ ବର୍ଷରେ ଏହା ହ୍ରାସ ପାଇଛି।

 ଏନ୍‌ପିଏସ୍‌  ଟଙ୍କା ଉଠାଣ ନିୟମ କୋହଳ

ଏନ୍‌ପିଏସ୍‌ ଟଙ୍କା ଉଠାଣ ନିୟମ କୋହଳ

ନୂଆଦିଲ୍ଲୀ, ୧୭-୧(ପି.ଟି.) ଘର କିଣା, ଗୁରୁତର ରୋଗ, ଉଚ୍ଚ ଶିକ୍ଷା ଏବଂ ପିଲାମାନଙ୍କ ବିବାହ ପାଇଁ କର୍ମଚାରୀ ଜାତୀୟ ପେନ୍‌ସନ ସ୍କିମ୍‌(ଏନ୍‌ପିଏସ୍‌)ରୁ ୨୫% ପର୍ଯ୍ୟନ୍ତ ଜମା ଟଙ୍କା ଉଠାଇ ହେବ। ପେନ୍‌ସନ ଫଣ୍ଡ୍‌ ରେଗୁଲେଟାରୀ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଅଥରିଟି(ପିଏଫ୍‌ଆର୍‌ଡିଏ) ନିୟମ କୋହଳ କରି ବୁଧ ବାର ଏହା ଘୋଷଣା କରିଛି।

୭୧ ହଜାର କୋଟିର କ୍ରେଡିଟ୍‌ ପୋଟେନ୍‌ସିଆଲ୍‌ ଘୋଷଣା

୭୧ ହଜାର କୋଟିର କ୍ରେଡିଟ୍‌ ପୋଟେନ୍‌ସିଆଲ୍‌ ଘୋଷଣା

ଭୁବନେଶ୍ୱର,୧୭-୧(ବ୍ୟୁରୋ) ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ(ନାବାର୍ଡ) ୨୦୧୮-୧୯ ଆର୍ଥିକ ବର୍ଷରେ ଓଡିଶା ପାଇଁ ୭୧ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ରେଡିଟ୍‌ ପୋଟେନ୍‌ସିଆଲ୍‌ ଘୋଷଣା କରିଛି। ରାଜ୍ୟର ୩୦ଟି ଜିଲାରେ କୃଷି, କୃଷି ଭିତ୍ତିଭୂମି, କୃଷିଭିତ୍ତିକ ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌, ରପ୍ତାନି ପ୍ରୋତ୍ସାହନ, ଶିକ୍ଷାର ଉନ୍ନତି, ଗୃହ ନିର୍ମାଣ, ନବୀକରଣ ଯୋଗ୍ୟ ଶକ୍ତି ଓ ଅନ୍ୟାନ୍ୟ ଗ୍ରାମ୍ୟ ଉନ୍ନୟନ ଭିତ୍ତିଭୂମି ବିକାଶ ପାଇଁ ୭୧,୪୧୯.୮୫ କୋଟି ଟଙ୍କା ଋଣ ପ୍ରଦାନ କରାଯାଇପାରିବ ବୋଲି ଆକଳନ କରିଛି।

୧୪ ପ୍ରକାର ୧୦ ଟଙ୍କିଆ କଏନ୍‌ ବୈଧ

୧୪ ପ୍ରକାର ୧୦ ଟଙ୍କିଆ କଏନ୍‌ ବୈଧ

ବମ୍ବେ, ୧୭-୧ ସରକାର ୧୪ ପ୍ରକାରର ୧୦ ଟଙ୍କିଆ କଏନ୍‌ ବଜାରକୁ ଛାଡିଛନ୍ତି। ଏହି ସମସ୍ତ କଏନ୍‌ ଅସଲି ଏବଂ ବୈଧ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୁଧବାର ଏହା ସ୍ପଷ୍ଟ କରିଛି। ବଜାରରେ ଏତେ ପ୍ରକାରର ୧୦ ଟଙ୍କିଆ କଏନ୍‌ ପ୍ରଚଳନ ହେଉଥିବାରୁ ଅସଲି ଓ ନକଲି ନେଇ ବ୍ୟବସାୟୀ ଓ ଗ୍ରାହକମାନେ ସନ୍ଦେହ କରୁଛନ୍ତି। କେତେକ ସ୍ଥାନରେ ଏହାକୁ ଗ୍ରହଣ ମଧ୍ୟ କରାଯାଉ ନାହିଁ।

ଆସିଲା ୟାମାହା ଏଫ୍‌ଜେଡ୍‌ ଏସ୍‌ ଏଫ୍‌ଆଇ

ଆସିଲା ୟାମାହା ଏଫ୍‌ଜେଡ୍‌ ଏସ୍‌ ଏଫ୍‌ଆଇ

ନୂଆଦିଲ୍ଲୀ,୧୭-୧ପ୍ରମୁଖ ୨ ଚକିଆ ଯାନ କମ୍ପାନୀ ୟାମାହା ମୋଟର ଇଣ୍ଡିଆ ପକ୍ଷରୁ ବଜାରକୁ ଆସିଛି ନୂଆ ୨୦୧୮ ୟାମାହା ଏଫ୍‌ଜେଡ୍‌ ଏସ୍‌ ଏଫ୍‌ଆଇ।

ବଜାରରେ ସାମ୍‌ସଙ୍ଗ ଗ୍ୟାଲେକ୍ସି ଏ୮ ପ୍ଲସ୍‌

ବଜାରରେ ସାମ୍‌ସଙ୍ଗ ଗ୍ୟାଲେକ୍ସି ଏ୮ ପ୍ଲସ୍‌

ନୂଆଦିଲ୍ଲୀ,୧୭-୧ ପ୍ରମୁଖ ସ୍ମାର୍ଟ ଫୋନ ନିର୍ମାତା ସାମ୍‌ସଙ୍ଗ ନୂଆ କରି ବଜାରକୁ ଆଣିଛି ଗ୍ୟାଲେକ୍ସି ଏ୮ ପ୍ଲସ।

 ଅଣ-ପଞ୍ଜୀକୃତ ହେବେ ଆଉ ୧.୨୦ ଲକ୍ଷ କମ୍ପାନୀ

ଅଣ-ପଞ୍ଜୀକୃତ ହେବେ ଆଉ ୧.୨୦ ଲକ୍ଷ କମ୍ପାନୀ

ନୂଆଦିଲ୍ଲୀ,୧୬-୧(ପି.ଟି.) କଳାଟଙ୍କା ବିରୋଧରେ ସରକାର ନିୟମିତ ବ୍ୟବଧାନରେ କାର୍ଯ୍ୟାନୁଷ୍ଠାନ ନେଇ ଆସୁଛନ୍ତି। ତେବେ କାର୍ଯ୍ୟାନୁଷ୍ଠାନର ଅଂଶବିଶେଷ ଆଉ ୧.୨୦ ଲକ୍ଷ କମ୍ପାନୀଙ୍କୁ ଅଣ-ପଞ୍ଜୀକୃତ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ପ୍ରକାର ନିୟମର ଉଲ୍ଲଂଘନ କରିଥିବାରୁ ଏମାନଙ୍କ ପଞ୍ଜୀକରଣ ରଦ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିବା ମଙ୍ଗଳବାର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।