ବାଣିଜ୍ୟ |

ସଂଶୋଧିତ ଇନସଲଭେନ୍ସି ବ୍ୟାଙ୍କରପ୍ସି କୋଡ ବିଲ୍‌ ଲୋକସଭାରେ ଆଗତ

ସଂଶୋଧିତ ଇନସଲଭେନ୍ସି ବ୍ୟାଙ୍କରପ୍ସି କୋଡ ବିଲ୍‌ ଲୋକସଭାରେ ଆଗତ

ନୂଆଦିଲ୍ଲୀ,୨୮-୧୨(ପି.ଟି)
ସଂଶୋଧିତ ଇନସଲଭେନ୍ସି ତଥା ବ୍ୟାଙ୍କରପ୍ସି କୋଡ ବିଧେୟକକୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଲୋକସଭାରେ ଗୁରୁବାର ଉପସ୍ଥାପନ କରିଛନ୍ତି। ଏହି ବିଲ୍‌ ଆଇନରେ କାର୍ଯ୍ୟକାରୀ ହେଲେ ଋଣ ଖିଲାପକାରୀ ଏବଂ ଯେଉଁ ମାନଙ୍କ ନାମରେ ଏନପିଏ ଆକାଉଣ୍ଟ ରହିଥିବ ସେମାନେ ନିଲାମ ପ୍ରକ୍ରିୟାରେ ଭାଗ ନେଇ ପାରିବେ ନାହିଁ। ସେହିଭଳି ଇନସଲଭେନ୍ସି ପ୍ରକ୍ରିୟାକୁ କଡା କଡି କରିବା ଦିଗରେ ଏହି ସଂଶୋଧନ ବିଧେୟକ ବିଶେଷ ଭାବେ ସହାୟକ ହେବ। ଇନସଲଭେନ୍ସି ତଥା ବ୍ୟାଙ୍କରପ୍ସି କୋଡକୁ ଯେଉଁଭଳି ଭାବେ କୌଣସି ବ୍ୟକ୍ତି ଖରାପ ଅର୍ଥରେ ବ୍ୟବହାର କରି ନ ପାରନ୍ତି ସେ ନେଇ ନଭେମ୍ବରରେ ସରକାର ଏକ ଅଧ୍ୟାଦେଶ ଜାରି କରିଥିଲେ। ଏହି ଅଧ୍ୟାଦେଶକୁ ଇନସଲଭେନ୍ସି ତଥା ବ୍ୟାଙ୍କରପ୍ସି କୋଡ (ସଂଶୋଧନ) ବିଲ୍‌ ୨୦୧୭ ବାଦ୍‌ ଦେବ।
ଗତ ବର୍ଷ ଏହି ଆଇନ୍‌କୁ ସରକାର ଲାଗୁ କରାଇଥିଲେ। କର୍ପୋରେଟର ବିଭିନ୍ନ ବ୍ୟକ୍ତି ବିଶେଷ, ଅଂଶୀଦାର ଫାର୍ମ ତଥା ଅନ୍ୟାନ୍ୟ ବ୍ୟକ୍ତିଙ୍କ ବିରୋଧରେ ଠିକ୍‌ ସମୟ ମଧ୍ୟରେ ଇନସଲଭେନ୍ସି କାର୍ଯ୍ୟାନୁଷ୍ଠାନ ଲାଗି ଏହି ଭଳି ଏକ ଆଇନ୍‌ ଆସିଥିଲା। ଏନ୍‌ପିଏ ସମ୍ପତ୍ତି ଶ୍ରେଣୀଭୁକ୍ତ ହୋଇଥିବା ଆକାଉଣ୍ଟ ସହ ଜଡିତ ବ୍ୟକ୍ତିଙ୍କୁ ରିଜୋଲ୍ୟୁଶନ ଆବେଦନ ଲାଗି ଅଯୋଗ୍ୟ ଘୋଷଣା କରାଯିବା ସହ ଅନ୍ୟାନ୍ୟ ପ୍ରସ୍ତାବ ମଧ୍ୟ ସଂଶୋଧିତ ବିଧେୟକରେ ରହିଛି।

All Right Reserved By

Model This Week

ନିକିତା

ବାଣିଜ୍ୟ |

ଟ୍ରେନ୍‌ ବିଳମ୍ବ ହେଲେ ଯାତ୍ରୀଙ୍କୁ ମିଳିବ ମାଗଣା ପାଣି

ଟ୍ରେନ୍‌ ବିଳମ୍ବ ହେଲେ ଯାତ୍ରୀଙ୍କୁ ମିଳିବ ମାଗଣା ପାଣି

ନୂଆଦିଲ୍ଲୀ,୨୩-୪ ରାଜଧାନୀ ଏବଂ ଦୁରନ୍ତୋ ଯାତ୍ରୀଙ୍କ ପାଇଁ ଖୁସି ଖବର। ଯଦି ବିଳମ୍ବରେ ଚାଲୁଥିବା କାରଣରୁ ଏହି ଟ୍ରେନ୍‌ଗୁଡିକରେ ମୋଟ ଯାତ୍ରା ସମୟ ୨୦ ଘଣ୍ଟାରୁ ଅଧିକ ହୁଏ ତା’ହେଲେ ଏଥିରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଅତିରିକ୍ତ ମାଗଣା ପାଣି ବଟଲ୍‌ ଯୋଗାଇ ଦିଆଯିବ।

ଆଇଏମ୍‌ଏଫ୍‌ର ନୂତନ ଦୁର୍ନୀତି ନିବାରଣ ନୀତି

ଆଇଏମ୍‌ଏଫ୍‌ର ନୂତନ ଦୁର୍ନୀତି ନିବାରଣ ନୀତି

ଓ୍ବାଶିଂଟନ,୨୩-୪ ଦୁର୍ନୀତି ନିବାରଣ ପାଇଁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ରବିବାର ନୂତନ ନୀତି ନିର୍ଦ୍ଧାରଣ କରିଛି। ଅର୍ଥନୈତିକ ପ୍ରଗତିରେ ଦୁର୍ନୀତି କିପରି ବାଟ ଓଗାଳୁଛି ତାହାକୁ ତର୍ଜମା କରିବା ସହିତ ପ୍ରତିହତ କରାଯିବ। ଆଇଏମ୍‌ଏଫ୍‌ ଏହାର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ନେଇ ବ୍ୟବସ୍ଥିତ ଢଙ୍ଗରେ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ସାମାଜିକ ସୁରକ୍ଷା ଯୋଜନାକୁ ପିଏମ୍‌ଓର ମଞ୍ଜୁରୀ ଉପକୃତ ହେବେ ୫୦ କୋଟି ଶ୍ରମିକ ଶ୍ରେଣୀ

ସାମାଜିକ ସୁରକ୍ଷା ଯୋଜନାକୁ ପିଏମ୍‌ଓର ମଞ୍ଜୁରୀ ଉପକୃତ ହେବେ ୫୦ କୋଟି ଶ୍ରମିକ ଶ୍ରେଣୀ

ନୂଆଦିଲ୍ଲୀ, ୨୩-୪ କୃଷି ସମେତ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ଦେଶର ପ୍ରାୟ ୫୦ କୋଟି ଶ୍ରମିକଙ୍କୁ ସାର୍ବଜନୀନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯିବ। ଏଥିପାଇଁ ଶ୍ରମ ମନ୍ତ୍ରଣାଳୟର ଏକ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ପକ୍ଷରୁ ମଞ୍ଜୁରୀ ମିଳିଛି।

ଏପ୍ରିଲ୍‌ ସୁଦ୍ଧା ଟ୍ରାଇ ଆଣିବ ଡାଟା ନିରାପତ୍ତା ସଂକ୍ରାନ୍ତ ଅନ୍ତିମ ପ୍ରସ୍ତାବ

ଏପ୍ରିଲ୍‌ ସୁଦ୍ଧା ଟ୍ରାଇ ଆଣିବ ଡାଟା ନିରାପତ୍ତା ସଂକ୍ରାନ୍ତ ଅନ୍ତିମ ପ୍ରସ୍ତାବ

ନୂଆଦିଲ୍ଲୀ,୨୨।୪-ଘରୋଇ ବଜାରରେ ଡାଟାର ଅପବ୍ୟବହାର ନେଇ ବିଭିନ୍ନ ସମୟରେ ଖବର ଆସୁଥିବା ବେଳେ ଏହାର ସୁରକ୍ଷା ଲଗି ବଜାରରେ ଦୃଢ ଆଇନ୍‌ ନାହିଁ। ଏଥି ସଂକ୍ରାନ୍ତ ଏକ ଆଇନ୍‌ ଆଣିବା ଲାଗି ସରକାର ପ୍ରସ୍ତୁତ ହେଉଛନ୍ତି। ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ(ଟ୍ରାଇ) ଏହା ଉପରେ କାର୍ଯ୍ୟ କରୁଛି।

୮୦,୦୦୦ କୋଟି ଟପିଲା ଜନଧନ ଆକାଉଣ୍ଟ ଜମା

୮୦,୦୦୦ କୋଟି ଟପିଲା ଜନଧନ ଆକାଉଣ୍ଟ ଜମା

ନୂଆଦିଲ୍ଲୀ,୨୨।୪-ସରକାରଙ୍କ ଆର୍ଥତ୍କ ଅନ୍ତର୍ଭୁକ୍ତି ପଦକ୍ଷେପ ସ୍ବରୂପ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଖୋଲିଥିବା ବ୍ୟାଙ୍କ ଖାତାଗୁଡିକରେ ଜମା ପରିମାଣ ୮୦,୦୦୦ କୋଟି ଟଙ୍କ ଟପିଛି।

ରେକର୍ଡସ୍ତରରେ ପେଟ୍ରୋଲ୍‌: ମୋଦିଙ୍କ ଶାସନରେ ସର୍ବାଧିକ

ରେକର୍ଡସ୍ତରରେ ପେଟ୍ରୋଲ୍‌: ମୋଦିଙ୍କ ଶାସନରେ ସର୍ବାଧିକ

ନୂଆଦିଲ୍ଲୀ,୨୨।୪- ପେଟ୍ରୋଲ୍‌ ଡିଜେଲ୍‌ ଦର ହ୍ରାସ ଘଟିବା ନାଁ ନେଉନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ରହିଛି ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦର। ରବିବାର ପେଟ୍ରୋଲ୍‌ ଦର ରେକର୍ଡ ସ୍ତର ୭୪.୪୦ ଟଙ୍କାରେ ରହିଥିବା ବେଳେ ଡିଜେଲ୍‌ ଦର ୬୫.୬୫ ଟଙ୍କା ଛୁଇଁଛି। ଇନ୍ଧନ ଉପରେ ଉପତ୍ାଦ ଟିକସ ହ୍ରାସ ନ ହେବା ଯୋଗୁ ଏହାର ମୂଲ୍ୟ କମୁନାହିଁ।

ଭିଡିଓକନ୍‌ ଋଣ ମାମଲା: ଆଇସିଆଇସିଆଇ ବ୍ୟାଙ୍କର ଫରେନସିକ୍‌ ତଦନ୍ତ ହୋଇପାରେ

ଭିଡିଓକନ୍‌ ଋଣ ମାମଲା: ଆଇସିଆଇସିଆଇ ବ୍ୟାଙ୍କର ଫରେନସିକ୍‌ ତଦନ୍ତ ହୋଇପାରେ

ନୂଆଦିଲ୍ଲୀ,୨୨।୪-ଭିଡିଓକନ୍‌ ଗ୍ରୁପ୍‌କୁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଋଣ ମାମଲାରେ ନୂଆ ମୋଡ ଆସୁଛି। ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ୍‌(ସେବି) ଆଇସିଆଇସିଆଇ ବ୍ୟାଙ୍କର ଅର୍ଥ ସଂକ୍ରାନ୍ତ ଫରେନ୍ସିକ୍‌ ଯାଞ୍ଚ ସପକ୍ଷରେ ରହିଛି। ଭିଡିଓକନ୍‌ ଗ୍ରୁପ୍‌କୁ ପ୍ରଦାନ କରାଯାଇଥିବା ଋଣରେ ପ୍ରିୟାପ୍ରୀତି ତୋଷଣ ହେଉଥିବା ଅଭିଯୋଗ ଆସିଛି।

କ୍ୟାଶ ସଙ୍କଟ: ଏପ୍ରିଲ୍‌୧ରୁ ୧୫ ଭିତରେ ନୋଟ୍‌ ଯୋଗାଣ ୧୧୫ ବିଲିୟନ ହ୍ରାସ

କ୍ୟାଶ ସଙ୍କଟ: ଏପ୍ରିଲ୍‌୧ରୁ ୧୫ ଭିତରେ ନୋଟ୍‌ ଯୋଗାଣ ୧୧୫ ବିଲିୟନ ହ୍ରାସ

ନୂଆଦିଲ୍ଲୀ,୨୨।୪- ଦେଶର ଅନେକ ପ୍ରାନ୍ତରେ ନୋଟ ସଙ୍କଟ ଏବେ ମଧ୍ୟ ଟଳିନାହିଁ। ଅପରପକ୍ଷରେ ନୋଟ ଯୋଗାଣ କମିଥିବାରୁ ଲୋକମାନେ ବିଭିନ୍ନ ଅସୁବିଧାର ସାମ୍ନା କରୁଛନ୍ତି। ପୂର୍ବ ବର୍ଷ ଚାହିଦା ତୁଳନାରେ ନୋଟ ଯୋଗାଣ ହ୍ରାସ ଘଟିଛି। ୨୦୧୮-୧୯ ଏପ୍ରିଲ୍‌ ପ୍ରଥମ ୧୫ ଦିନ ସୁଦ୍ଧା ଆରବିଆଇ ପକ୍ଷରୁ ହେଉଥିବା ନୋଟ ଯୋଗାଣରେ ୧୫୦ ବିଲିୟନ ହ୍ରାସ ଘଟିଛି। ଚଳିତ ମାସ ପ୍ରଥମ ୧୫ ଦିନରେ ନୋଟ ଆବଶ୍ୟକତା ୧୦% ବଢିଯାଇଥବା ଜଣାଯାଇଛିି।

ଶୁଳ୍କ ଦେବା ପାଇଁ ଏଣିକି ଏନ୍‌ଏଚ୍‌ ପ୍ଲାଜାରେ ଅଟକିବେ ନାହିଁ ଯାତ୍ରୀ

ଶୁଳ୍କ ଦେବା ପାଇଁ ଏଣିକି ଏନ୍‌ଏଚ୍‌ ପ୍ଲାଜାରେ ଅଟକିବେ ନାହିଁ ଯାତ୍ରୀ

ନୂଆଦିଲ୍ଲୀ,୨୨।୪- ଜାତୀୟ ରାଜପଥରେ ଯାତାୟାତ ସମୟରେ ଯାତ୍ରୀଙ୍କୁ ଶୁଳ୍କ ପ୍ରଦାନ କରିବାଲାଗି ପଡିଥାଏ। ଏହାକୁ ସୁବିଧାଜନକ କରିବା ଲାଗି ଏବେ ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଅନେକ ବିକଳ୍ପ ରହିବ। ଯାହାଦ୍ୱାରା ଯାତ୍ରୀ କେବଳ ନଗଦ ପ୍ରଦାନ ନ କରି ପ୍ରିପେଡ୍‌ ଓ୍ବାଲେଟ୍‌, କ୍ରେଡିଟ୍‌ କାର୍ଡ୍‌ ଏବଂ ବ୍ୟାଙ୍କ ଆକାଉଣ୍ଟ ଦ୍ୱାରା ଶୁଳ୍କ ପ୍ରଦାନ କରିପାରିବେ।

ନୂତନ ବିଏମ୍‌ଡବ୍ଲ୍ୟୁ ଏକ୍ସ୩

ନୂତନ ବିଏମ୍‌ଡବ୍ଲ୍ୟୁ ଏକ୍ସ୩

ନୂଆଦିଲ୍ଲୀ,୨୨-୪ ଭାରତରେ ନୂତନ ବିଏମ୍‌ଡବ୍ଲ୍ୟୁ ଏକ୍ସ୩ର ବଜାର ପ୍ରବେଶ କରାଯାଇଛି । ଏହା ବର୍ତ୍ତମାନ ଡିଜେଲ ଭାରିଆଣ୍ଟରେ ଉପଲବ୍ଧ। ଆଗକୁ ଏହାର ପେଟ୍ରୋଲ ଭାରିଆଣ୍ଟ ଆସିବ । ବିଏମ୍‌ଡବ୍ଲ୍ୟୁ ଏକ୍ସ ୩ ଏକ୍ସ ଡ୍ରାଇଭ୍‌ ୨୦ଡି ଏକ୍ସପିଡିସନର ଏକ୍ସଶୋ’ରୁମ୍‌ ମୂଲ୍ୟ ୪୯,୯୯,୦୦୦ ଟଙ୍କା ରହିଥିବାବେଳେ ଏହାର ଲକ୍‌ଜୁରୀ ଲାଇନ୍‌ର ମୂଲ୍ୟ ୫୬,୭୦,୦୦୦ ଟଙ୍କା ରହିଛି।

ବିକ୍ରି ଷ୍ଟାଫ୍‌ଙ୍କୁ ବିଦା କରୁଛନ୍ତି ହ୍ୟାଣ୍ଡସେଟ୍‌ ନିର୍ମାତା

ବିକ୍ରି ଷ୍ଟାଫ୍‌ଙ୍କୁ ବିଦା କରୁଛନ୍ତି ହ୍ୟାଣ୍ଡସେଟ୍‌ ନିର୍ମାତା

ନୂଆଦିଲ୍ଲୀ,୨୨-୪ବଜାରରେ ତୀବ୍ର ପ୍ରତିଯୋଗିତା ମଧ୍ୟରେ କେତେକ ମୋବାଇଲ ହ୍ୟାଣ୍ଡସେଟ୍‌ ନିର୍ମାତା ଖର୍ଚ୍ଚକାଟ ଅଭିଯାନ ଆରମ୍ଭ କରିଛନ୍ତି। ବିଶେଷ କରି ଇ-କମର୍ସ କମ୍ପାନୀଗୁଡିକ ପକ୍ଷରୁ ପ୍ରତିଯୋଗିତାର ସାମ୍ନା କରୁଥିବା ଏହି କମ୍ପାନୀଗୁଡିକ ମଲ୍‌ଟି ବ୍ରାଣ୍ଡ୍‌ ଆଉଟ୍‌ଲେଟ୍‌ ତଥା ଏକ୍ସକ୍ଲୁସିଭ୍‌ ଷ୍ଟୋର୍‌ଗୁଡିକରେ ନିୟୋଜିତ ଥିବା ବିକ୍ରି ଷ୍ଟାଫ୍‌ମାନଙ୍କୁ ହଜାର ହଜାର ସଂଖ୍ୟାରେ ବାହାର କରିଦେଉଛନ୍ତି।

ହ୍ୟୁଣ୍ଡାଇର ବ୍ରାଣ୍ଡ ପାଓ୍ବାର ବୃଦ୍ଧି

ହ୍ୟୁଣ୍ଡାଇର ବ୍ରାଣ୍ଡ ପାଓ୍ବାର ବୃଦ୍ଧି

ନୂଆଦିଲ୍ଲୀ,୨୨-୪ଦେଶର ପ୍ରମୁଖ ପାସେଞ୍ଜର କାର ନିର୍ମାତା ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ ଏହାର ବ୍ରାଣ୍ଡ୍‌ ପାଓ୍ବାର ବଢ଼ାଇବାରେ ପ୍ରମୁଖ ସଫଳତା ହାସଲ କରିଛି। ଗ୍ରାହକଙ୍କ ମଧ୍ୟରେ ହ୍ୟୁଣ୍ଡାଇ ବ୍ରାଣ୍ଡକୁ ନେଇ ସଚେତନତା ବଢ଼ିଛି। ଲୋକେ ଏହାର ପ୍ରିମିୟମ୍‌ ଉତ୍ପାଦକୁ ଅଧିକ ପସନ୍ଦ କରୁଛନ୍ତି। ମଡର୍ନ ପ୍ରିମିୟମ୍‌ ବ୍ରାଣ୍ଡ୍‌ଗୁଡିକ ଜରିଆରେ ଏହା ବୃହତ୍‌ ସଂଖ୍ୟକ ଗ୍ରାହକଙ୍କ ନିକଟରେ ଆଦୃତ ହୋଇପାରିଛି।