Dharitri News
ବାଣିଜ୍ୟ |

ଇନ୍ଧନ ବିଲ୍‌ ୧୦୦ ବିଲିୟନ ଡଲାରକୁ ହ୍ରାସ ଲାଗି ଯୋଜନା

ଇନ୍ଧନ ବିଲ୍‌ ୧୦୦ ବିଲିୟନ ଡଲାରକୁ ହ୍ରାସ ଲାଗି ଯୋଜନା ନୂଆଦିଲ୍ଲୀ,୨୮-୧୨(ପି.ଟି) ତୈଳ ଆମଦାନୀ ବିଲ୍‌କୁ ୨୦୩୦ ସୁଦ୍ଧା ୧୦୦ ବିଲିୟନ ଡଲାରକୁ ହ୍ରାସ କରିବାକୁ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ଏକ ଯୋଜନା ପ୍ରସ୍ତୁତ କରୁଛି। ରନ୍ଧନ ଗ୍ୟାସ ତଥା ପରିବହନ ଲାଗି ବ୍ୟବହାର ହେଉଥିବା ତୈଳରେ ମିଥାନଲର ବ୍ୟବହାର ଦ୍ୱାରା ତୈଳ ଆମଦାନୀ ବିଲ୍‌ରେ ହ୍ରାସ ଲାଗି ସରକାର ଯୋଜନା ଧାର୍ଯ୍ୟ କରିଥିବା କେନ୍ଦ୍ର ରାଜପଥ ତଥା ପରିବହନ ମନ୍ତ୍ରୀ ନୀତିନ ଗଡକରି ଲୋକସଭାକୁ ଏହି ସୂଚନା ଦେଇଛନ୍ତି। ସରକାର ଶୀଘ୍ର ଏକ ଯୋଜନା ଗ୍ରହଣ କରିବାକୁ ଯାଉଛନ୍ତି ଯେଉଁ ଥିରେ ପେଟ୍ରୋଲ ସହ ୧୫% ମିଥାନଲ ମିଶ୍ରଣ ହୋଇ ପାରିବ। ଏହା ଦ୍ୱାରା ପେଟ୍ରୋଲ ଖର୍ଚ୍ଚ ୧୦% ଶସ୍ତା ହେବ ବୋଲି ଗଡକରି ଏହା କହିଛନ୍ତି। ଭାରତ ବର୍ତ୍ତମାନ ତୃତୀୟ ବୃହତ୍ତ ତୈଳ ଆମଦାନୀକାରୀ ଦେଶ ଭାବେ ଉଭା ହୋଇଛି। ଇନ୍ଧନ ଆମଦାନୀକୁ ହ୍ରାସ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ମିଥାନଲ ଭଳି ବିକଳ୍ପ ଇନ୍ଧନ ବ୍ୟବହାରକୁ ବ୍ୟାପକ କରି ଏହି ଲକ୍ଷ୍ୟ ପୂରଣ କରିବାକୁ ସରକାର ବିଭିନ୍ନ ପଦକ୍ଷେପ ଉପରେ କାର୍ଯ୍ୟ କରୁଛନ୍ତି। ଏ ନେଇ ନୀତି ଆୟୋଗ କାର୍ଯ୍ୟ କରୁଛି। ମିଥାନଲ ଇକୋନମି ନେଇ ଏକ ଚୂଡାନ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ଗଡକରୀ ଏହା କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଭିଜନ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଭଳି ପଦକ୍ଷେପ ନିଆଯାଉଥିବା ସେ ପ୍ରକାଶ କରିଛନ୍ତି। ସାମୁଦ୍ରିକ ତଥା ଜଳ ପରିବହନ କ୍ଷେତ୍ରରେ ମିଥାନଲର ବ୍ୟବହାର ନେଇ ଶୀଘ୍ର କ୍ୟାବିନେଟରେ ଏକ ପ୍ରସ୍ତାବ ଆସିବ। ମିଥାନଲ ପରିବେଶ ଉପଯୋଗୀ ହୋଇଥିବା ବେଳେ ଏହାର ବ୍ୟବହାର ଦ୍ୱାରା ଡିଜେଲ ବ୍ୟବହାର ଆଗାମୀ ୫-୭ ବର୍ଷ ମଧ୍ୟରେ ୨୦% ହ୍ରାସ ଘଟିବ। ସେହିଭଳି ଏଲପିଜି କ୍ଷେତ୍ରରେ ମିଥାନଲର ବ୍ୟବହାର ଦ୍ୱାରା ବାର୍ଷିକ ୬ ହଜାର କୋଟି ଟଙ୍କା ସଞ୍ଚୟ ହୋଇ ପାରିବ ବୋଲି ସେ ପ୍ରକାଶ କରିଛନ୍ତି। ସେହିଭଳି ରେଲଓ୍ବେରେ ଏହାର ବ୍ୟବହାର ହୋଇପାରିଲେ ୫୦ ଡିଜେଲ ବିଲ ହ୍ରାସ ଘଟିବ ବୋଲି ଗଡକରୀ ସୂଚନା ଦେଇଛନ୍ତି।

ବାଣିଜ୍ୟ |

ଏମ୍‌ଟେକ୍‌ର ନୂଆ ଫୋଟୋ ୩ ସ୍ମାର୍ଟଫୋନ

ଏମ୍‌ଟେକ୍‌ର ନୂଆ ଫୋଟୋ ୩ ସ୍ମାର୍ଟଫୋନ

ଭୁବନେଶ୍ୱର,୨୨-୨ ପ୍ରମୁଖ ସ୍ମାର୍ଟଫୋନ ନିର୍ମାତା ଏମ୍‌ଟେକ୍‌ ମୋବାଇଲ ପକ୍ଷରୁ ନୂଆ ବଜେଟ୍‌ ସ୍ମାର୍ଟଫୋନ ଫୋଟୋ ୩ ବଜାରକୁ ଆସିଛି। ନୂଆ ମଡେଲଟିକୁ କମ୍ପାନୀର ଓଡ଼ିଶା ବାଣିଜ୍ୟ ମୁଖ୍ୟ ଶିବ ପାତ୍ର ଉନ୍ମୋଚନ କରିଥିଲେ।

ଭୁବନେଶ୍ୱରରେ ଖୋଲିଲା ଆଉ ୨ ସଫଲ ଆଉଟ୍‌ଲେଟ୍‌

ଭୁବନେଶ୍ୱରରେ ଖୋଲିଲା ଆଉ ୨ ସଫଲ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୨-୨ ବ୍ରାଣ୍ଡ୍‌ ସଫଲ ପକ୍ଷରୁ ଏଠାରେ ଦୁଇଟି ନୂଆ ଫ୍ରେସ୍‌ ଫ୍ରୁଟ୍‌ ଆଣ୍ଡ୍‌ ଭେଜିଟେବଲ୍‌ (ଏଫ୍‌୍‌ଆଣ୍ଡ୍‌ଭି) ଆଉଟ୍‌୍‌ଲେଟ୍‌ ଖୋଲାଯାଇଛି। ନୂତନ ଭାବେ ଖୋଲିଥିବା ଦୁଇଟି ଷ୍ଟୋର୍‌କୁ ମଦର ଡେରିର ଅଧିକାରୀଙ୍କ ଉପସ୍ଥିତିରେ ନ୍ୟାଶନାଲ୍‌ ଡେରି ଡେଭଲପ୍‌ମେଣ୍ଟ ବୋର୍ଡ (ଏନ୍‌ଡିଡିବି)ର ଅଧ୍ୟକ୍ଷ ଦିଲୀପ ରଥ ଉଦ୍‌ଘାଟନ କରିଛନ୍ତି। ଏହି ଦୁଇଟି ଆଉଟ୍‌ଲେଟ୍‌ ପଟିଆର ଜେଡ୍‌ ୧ ଇଷ୍ଟେଟ୍‌ ଏବଂ ଖଣ୍ଡଗିରିର ବିପିସିଏଲ୍‌ ପେଟ୍ରୋଲ୍‌ ପମ୍ପ୍‌ରେ ଖୋଲାଯାଇଛି।

ବିଓଆଇ ପକ୍ଷରୁ ମେଗା କ୍ରେଡିଟ ଏକ୍ସପୋ

ବିଓଆଇ ପକ୍ଷରୁ ମେଗା କ୍ରେଡିଟ ଏକ୍ସପୋ

ଭୁବନେଶ୍ୱର,୨୨-୨ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଏନ୍‌ବିଜି (ପୂର୍ବ) ପକ୍ଷରୁ ଏକ ମେଗା କ୍ରେଡିଟ ଏକ୍ସପୋ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି ା ଏମ୍‌ଏସ୍‌ଏମ୍‌ଇ, କୃଷି ଏବଂ ସୁନା ଋଣ ଉପରେ ଉକ୍ତ କାର୍ଯ୍ୟକ୍ରମ ପର୍ଯ୍ୟବେସିତ ଥିଲା।

ବ୍ଲୁଟୁଥ୍‌ ମାର୍ଗ ନିଦର୍ଶକ ହେଲମେଟ୍‌ ନିର୍ମାଣ କଲେ ଛାତ୍ର

ବ୍ଲୁଟୁଥ୍‌ ମାର୍ଗ ନିଦର୍ଶକ ହେଲମେଟ୍‌ ନିର୍ମାଣ କଲେ ଛାତ୍ର

ଗୁଲବର୍ଗ, ୨୨।୨: କର୍ନାଟକ ଗୁଲବର୍ଗ ଜିଲାର ୨ ଛାତ୍ର ଯୋଗୋ ଓ ଅଭିଜିତ୍‌ ବ୍ଲୁଟୁଥ୍‌ ମାର୍ଗ ନିଦର୍ଶକ ହେଲମେଟ୍‌ ନିର୍ମାଣ କରିଛନ୍ତି। ପିଡିଏ କଲେଜରେ ଚତୁର୍ଥ ବାର୍ଷିକ ଛାତ୍ର ଭାବେ ଅଧ୍ୟୟନ କରୁଥିବା ଏହି ଛାତ୍ରଙ୍କ ସୃଜନ ସଫଳତା ନେଇ ଚର୍ଚ୍ଚା ଜାରି ରହିଛି। ଏହି ହେଲମେଟ୍‌ ପିନ୍ଧିଥିବା ବ୍ୟକ୍ତି ସହଜରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ। ଏଥିରେ ଇନବିଲ୍ଟ୍‌ ବ୍ଲୁଟୁଥ୍‌ ସ୍ପିକର ରହିଛି।

ନୀରବଙ୍କ ୯ ବିଳାସପୂର୍ଣ୍ଣ କାର ଜବତ କଲା ଇଡି

ନୀରବଙ୍କ ୯ ବିଳାସପୂର୍ଣ୍ଣ କାର ଜବତ କଲା ଇଡି

ନୂଆଦିଲ୍ଲୀ, ୨୨।୨: ପିଏନ୍‌ବି ଠକେଇ ମାମଲାରେ ପ୍ରବର୍ତ୍ତନ ନର୍ଦ୍ଦେଶାଳୟ(ଇଡି)ପକ୍ଷରୁ ନୀରବ ମୋଦିଙ୍କ ବିଭିନ୍ନ ବ୍ୟବସାୟିକ କାର୍ଯ୍ୟାଳୟ ତଥା ବାସସ୍ଥାନରେ ଚଢ଼ାଉ ଜାରି ରହିଛି। ଗୁରୁବାର ଇଡି ନୀରବଙ୍କ ୯ଟି ବିଳାସପୂର୍ଣ୍ଣ କାର ଜବତ କରିବା ସହିତ ୯୪ କୋଟି ଟଙ୍କାର ମୁଚ୍ୟୁଆଲ ଫଣ୍ଡ୍‌ ଶେୟାର ଜବତ କରିଛି।

ଋଣ ଖିଲାପକାରୀ ବ୍ୟବସାୟୀଙ୍କ ବିଦେଶ ଗସ୍ତ ଉପରେ ରୋକ ଲାଗିବ

ଋଣ ଖିଲାପକାରୀ ବ୍ୟବସାୟୀଙ୍କ ବିଦେଶ ଗସ୍ତ ଉପରେ ରୋକ ଲାଗିବ

ନୂଆଦିଲ୍ଲୀ,୨୧ା୨(ପି.ଟି.): ବ୍ୟାଙ୍କଗୁଡିକରୁ କୋଟି କୋଟି ଟଙ୍କାର ଋଣ ନେଇ ଅନେକ ବ୍ୟବସାୟୀ ବିଦେଶକୁ ପଳାୟନ କରୁଥିବା ବେଳେ ଏହାକୁ ନେଇ ସରକାରଙ୍କ ଚେତା ପଶିିଛି। ଆଗାମୀ ଦିନରେ ଯେଭଳି ଭାବେ ଏହି ଭଳି ସମସ୍ୟା ନ ଆସିବ ତାକୁ ନେଇ ସରକାର ଯୋଜନା କରୁଛନ୍ତି।

ନୀରବଙ୍କ ଆଲିବାଗ ଫାର୍ମ ସିଲ୍‌ କଲା ସିବିଆଇ

ନୀରବଙ୍କ ଆଲିବାଗ ଫାର୍ମ ସିଲ୍‌ କଲା ସିବିଆଇ

ନୂଆଦିଲ୍ଲୀ,୨୧ା୨(ପି.ଟି.): ପିଏନବି ମାମଲାରେ ସିବିଆଇ ବୁଧବାର ନୀରବ ମୋଦିଙ୍କ ବମ୍ବେର ଆଲିବାଗରେ ଥିବା ଫାର୍ମ ହାଉସକୁ ସିଲ୍‌ କରିଛି। ଏ ନେଇ ସିବିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ବମ୍ବେ/ନୂଆଦିଲ୍ଲୀ,୨୧।୨(ପି.ଟି.): ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି) ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସପ୍ତମ ଦିନ ପାଇଁ ଏହାର ଚଢ଼ାଉ ଅଭିଯାନ ଜାରି ରଖିଛି। ବୁଧବାର ଏହା ଦେଶର ୧୭ଟି ସ୍ଥାନରେ ଚଢ଼ାଉ କରିଛି। ବମ୍ବେରେ ଥବା ୪ଟି ଭୂତ କମ୍ପାନୀ ଉପରେ ଚଢ଼ାଉ ହୋଇଛି। ଅନ୍ୟପକ୍ଷରେ, ଏହି ଜାଲିଆତିରେ ସଂପୃକ୍ତ ଥିବା ଅଭିଯୋଗରେ ପିଏନ୍‌ବି ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଜଣେ ଜେନେରାଲ ମ୍ୟାନେଜରଙ୍କୁ ସିବିଆଇ ବୁଧବାର ଗିରଫ କରିଛି। ସେ ହେଉଛନ୍ତି ରାଜେଶ ଜିନ୍ଦଲ।

ପିଏନ୍‌ବି ଜାଲିଆତି, ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ପିଏନ୍‌ବି ଜାଲିଆତି, ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ବମ୍ବେ/ନୂଆଦିଲ୍ଲୀ,୨୧ା୨(ପି.ଟି.) ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି) ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସପ୍ତମ ଦିନ ପାଇଁ ଏହାର ଚଢ଼ାଉ ଅଭିଯାନ ଜାରି ରଖିଛି। ବୁଧବାର ଏହା ଦେଶର ୧୭ଟି ସ୍ଥାନରେ ଚଢ଼ାଉ କରିଛି। ବମ୍ବେରେ ଥବା ୪ଟି ଭୂତ କମ୍ପାନୀ ଉପରେ ଚଢ଼ାଉ ହୋଇଛି। ତା’ସହିତ ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ଏକ ବିଳାସମୟ ଫାର୍ମହାଉସ୍‌କୁ ସିବିଆଇ ପକ୍ଷରୁ ଜବତ କରାଯାଇଛି। ଏହି ଫାର୍ମ ହାଉସ୍‌ ବମ୍ବେ ନିକଟବର୍ତ୍ତୀ ଅଲିବାଗ୍‌ ଅଞ୍ଚଳରେ ରହିଛି। ୧.୫ ଏକର ଏହି ଫାର୍ମ ହାଉସ୍‌କୁ ୨୦୦୪ରେ ମୋଦି ୩୨ କୋଟି ଟଙ୍କାରେ କିଣିଥିଲେ। ନିଜର ମୂଲ୍ୟବାନ ଗହଣା କଲେକ୍ସନ୍‌କୁ କ୍ଲାଏଣ୍ଟମାନଙ୍କୁ ଦେଖାଇବା ପାଇଁ ଏହି ଫାର୍ମ ହାଉସ୍‌କୁ ବ୍ୟବହାର କରାଯାଉଥିଲା। ଅନ୍ୟପକ୍ଷରେ, ଜାଲିଆତିରେ ସଂପୃକ୍ତ ଥିବା ଅଭିଯୋଗରେ ପିଏନ୍‌ବି ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଜଣେ ଜେନେରାଲ ମ୍ୟାନେଜର(ଜିଏମ୍‌)ଙ୍କୁ ସିବିଆଇ ବୁଧବାର ଗିରଫ କରିଛି। ସେ ହେଉଛନ୍ତି ରାଜେଶ ଜିନ୍ଦଲ।

କର୍ମଚାରୀଙ୍କୁ ଦରମା ଦେଇପାରିବେନି ନୀରବ ଅନ୍ୟତ୍ର ଚାକିରି ଦେଖିବାକୁ ପରାମର୍ଶ

କର୍ମଚାରୀଙ୍କୁ ଦରମା ଦେଇପାରିବେନି ନୀରବ ଅନ୍ୟତ୍ର ଚାକିରି ଦେଖିବାକୁ ପରାମର୍ଶ

ନୂଆଦିଲ୍ଲୀ,୨୧-୨ ପିଏନ୍‌ବି ଜାଲିଆତି ମାମଲାରେ ଛନ୍ଦି ହୋଇଥିବା ହୀରା ବ୍ୟବସାୟୀ ନୀରବ ମୋଦି ଭାରତରେ କାର୍ଯ୍ୟରତ ତାଙ୍କର କର୍ମଚାରୀମାନଙ୍କୁ ବୁଧବାର ଏକ ଇ-ମେଲ ଲେଖିଛନ୍ତି। ବର୍ତ୍ତମାନ ସେ ନିଜ କର୍ମଚାରୀଙ୍କୁ ଦରମା ଦେଇପାରିବେ ନାହିଁ। ତେଣୁ ଅନ୍ୟତ୍ର ଚାକିରି ଖୋଜିବା ପାଇଁ କର୍ମଚାରୀମାନଙ୍କୁ ସେ ଏହି ଇ-ମେଲ୍‌ ଜରିଆରେ ପରାମର୍ଶ ଦେଇଛନ୍ତି। ତାଙ୍କର ସମ୍ପତ୍ତିଗୁଡିକ ତଦନ୍ତ ଏଜେନ୍ସିଗୁଡିକ ଜବତ କରୁଥିବାବେଳେ ଆୟ କର ବିଭାଗ ତାଙ୍କ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟଗୁଡିକୁ ଅଚଳ କରିଦେଇଥିବାରୁ ସେ ଦରମା ଦେବା ପାଇଁ ଏବେ ସକ୍ଷମ ନୁହନ୍ତି ବୋଲି କର୍ମଚାରୀମାନଙ୍କୁ ଜଣାଇଛନ୍ତି।

ରୋଟୋମାକର କାନପୁର, ଅହମ୍ମଦାବାଦ ସମ୍ପତ୍ତି ଜବତ

ରୋଟୋମାକର କାନପୁର, ଅହମ୍ମଦାବାଦ ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨୧ା୨(ପି.ଟି.) ଆୟକର ବିଭାଗ ବୁଧବାର ରୋଟୋମାକ୍‌ ଗ୍ରୁପର ୪ ସ୍ଥାବର ସମ୍ପତିକୁ ଜବତ କରିଛି। ରୋଟୋମାକ୍‌ ପ୍ରମୋଟର ବିକ୍ରମ କୋଠାରୀଙ୍କ ବିରୋଧରେ ଦାଏର୍‌ ହୋଇଥିବା ଟିକସ ଫାଙ୍କି ଅଭିଯୋଗକୁ ଭିତ୍ତି କରି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ୪ଟି ସମ୍ପତ୍ତି ମଧ୍ୟରୁ ୩ଟି କାନ୍‌ପୁରରେ ଥିବାବେଳେ ଗୋଟିଏ ଅହମ୍ମଦାବାଦରେ ରହିଛି। ଚଳିତ ସପ୍ତାହ ପ୍ରାରମ୍ଭରେ ବିଭାଗ ରୋଟୋମାକ୍‌ ଗ୍ରୁପ୍‌ର ୧୪ଟି ବ୍ୟାଙ୍କ ଖାତାକୁ ଅଚଳ କରିଥିଲା।

ମହାପ୍ରବନ୍ଧକ ପାହ୍ୟା ଅଧିକାରୀ ଗିରଫ

ମହାପ୍ରବନ୍ଧକ ପାହ୍ୟା ଅଧିକାରୀ ଗିରଫ

ନୂଆଦିଲ୍ଲୀ,୨୧-୨(ପି.ଟି.) ଏଠାରେ ଥିବା ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଜଣେ ମହାପ୍ରବନ୍ଧକ ପାହ୍ୟାର ଅଧିକାରୀଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ବୁଧବାର ଗିରଫ କରିଛି। ବିଲିୟନେୟାର ଗହଣା ବ୍ୟବସାୟୀ ନୀରବ ମୋଦି ଏବଂ ତାଙ୍କ ବ୍ୟବସାୟିକ ସହଯୋଗି ମେହୁଲ୍‌ ଚୋକ୍‌ସୀ ଭିଆଇଥିବା ୧୧,୪୦୦ କୋଟି ଟଙ୍କାର ଜାଲିଆତି ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ସନ୍ଦେହରେ ତାଙ୍କୁ ଗିରଫ କରାଯାଇଛି।