ବାଲେଶ୍ୱର

ଗୋପାଳପୁର ସମବାୟ ସମିତି କାର୍ଯ୍ୟାଳୟରୁ ଚୋରି: ତଦନ୍ତ କଲା ସାଇଣ୍ଟିଫିକ୍‌ ଟିମ୍‌

ଗୋପାଳପୁର ସମବାୟ ସମିତି କାର୍ଯ୍ୟାଳୟରୁ ଚୋରି: ତଦନ୍ତ କଲା ସାଇଣ୍ଟିଫିକ୍‌ ଟିମ୍‌

ବାହାନଗା,୨୮।୧୨(ଡି.ଏନ.ଏ.)-ବାହାନଗା ବ୍ଲକ ଗୋପାଳପୁର ସମବାୟ ସମିତି କାର୍ଯ୍ୟାଳୟରୁ ଗତ ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି କମ୍ପ୍ୟୁଟର ହାର୍ଡ ଡିସ୍କ ସମେତ ବିଭିନ୍ନ କାଗଜପତ୍ର ଓ କିଛି ଟଙ୍କା ଚୋରି କରି ନେଇଛନ୍ତି। ଗୁରୁବାର ପୂର୍ବାହ୍ନ ୧୦ଟାରେ ସମିତି ସମ୍ପାଦକ ଅଭୟ କୁମାର ଦାସ ଅଫିସ ଆସିବା ପରେ କାର୍ଯ୍ୟାଳୟର ପଛପଟ କବାଟ ଗ୍ରୀଲ ଚାବି କଟାଯାଇଥିବା ଦେଖିଥିଲେ। ଅଫିସ ଘର ସାମ୍ନାରେ ଥିବା ଗୋଦାମ ଘର ଟିଣ କବାଟ ଭଙ୍ଗାଯିବା ସହ ପଛପଟ ଝରକାର ଗ୍ରୀଲ କାଟି ଭିତରକୁ ପଶିଛନ୍ତି। ଏହା ଦେଖି ସମ୍ପାଦକ ଦାସ ସମିତିର ସଭାପତି ଗଣପତି ପଣ୍ଡାଙ୍କୁ ଖବର ଦେଇଥିଲେ । ଖବରପାଇ ସଭାପତି ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ସମ୍ପାଦକ ଦାସଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ଆସି ତଦନ୍ତ କରିଛି। ଏହାପରେ ଖନ୍ତାପଡା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ପଲେଇଙ୍କ ସମେତ ଗୋପାଳପୁର ଫାଣ୍ଡି ଏଏସ୍‌ଆଇ ପ୍ରକାଶ କୁମାର ଗୋସ୍ବାମୀ, ସାଇଣ୍ଟିଫିକ ଟିମ୍‌ ମୁଖ୍ୟ ତ୍ରିଲୋଚନ ପ୍ରଧାନ, ଡଗ୍‌ ଏକ୍ସପର୍ଟ ଓ ଏସ୍‌ଡିପିଓ ପରେଶ ଚନ୍ଦ୍ର ପାଲ ପ୍ରମୁଖ ପହଞ୍ଚି ତଦନ୍ତ କରିଥିଲେ। ସନ୍ଧାନୀ କୁକୁର ଦ୍ୱାର ତଦନ୍ତ କରାଯାଇଥିଲା। କୁକୁର ସମିତି କାର୍ଯ୍ୟାଳୟ ପଛପଟ ବିଲଦେଇ ବାରିଙ୍ଗିଆ ଗ୍ରାମର ପୋଖରୀ ନିକଟକୁ ଯାଇ ସେଠାରୁ ପୁନର୍ବାର ଫେରିଆସିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ । ସମିତିର ଆଇରନ୍‌ ଚେଷ୍ଟଟି କୁ ଦୁର୍ବୃତ୍ତମାନେ ଓଲଟାଇ ପକାଇ ତାହାକୁ କାଟିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇ ଛାଡି ପଳାଇଥିଲେ । ସେହିପରି ସିସି କ୍ୟାମେରାର ହାଡ୍‌ ଡିକ୍ସକୁ ନେଇ ପଳାଇଥିବା ବେଳେ ଚାଷୀଙ୍କ ନିମନ୍ତେ ଥିବା ୬ଟି ମୋବାଇଲ ମଧ୍ୟ ଚୋରି କରିନେଇଛନ୍ତି। ଏହାସହିତ କମ୍ପ୍ୟୁଟରର ୨ ଟି ରାମ ସମେତ ଅନ୍ୟାନ୍ୟ ଅଫିସ କାଗଜପତ୍ର ଆଦି ଚୋରି କରିନେଇଥିବା ଅଭିଯୋଗ କରାଯାଇଛି। ଦୁର୍ବୃତ୍ତମାନେ ଅଫିସ ପଛପଟେ ଏକ ଟର୍ଚ୍ଚ ସମେତ ପାଣି ବୋତଲ ଓ କେତେକ କମ୍ପ୍ୟୁଟର କେବୁଲ ଛାଡି ଦେଇ ପଳାଇଛନ୍ତି । ତାହାକୁ ପୋଲିସ ଓ ଆସିଥିବା ସାଇଣ୍ଟିଫିକ୍‌ ଟିମ୍‌ ଜବତ କରିଛନ୍ତି । ଏହି ଚୋରି ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।

All Right Reserved By

ବାଲେଶ୍ୱର

ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ବାସୁଦେବପୁର,୨୨।୭(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସୁଗୋ ପଞ୍ଚାୟତ କୁସୁନିବିନ୍ଧା ଗ୍ରାମର ନବବିବାହିତା ସଞ୍ଜିତା ମଳିକ(୨୨)ଙ୍କ ଶନିବାର ପୂର୍ବାହ୍ନରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ସଞ୍ଜିତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ତାଙ୍କ ଭାଇ ମାନସ ମଳିକ ସନ୍ଧ୍ୟାରେ ବାସୁଦେବପୁର ଥାନାରେ ଅଭିଯୋଗ କରିଛନ୍ତି। ଏଥିସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ତାଙ୍କ ସପରିବାର ଥାନା ଆଗରେ ଧାରଣାରେ ବସିରହିଥିଲେ। ପୋଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଠାକୁରଙ୍କ କାଞ୍ଚି ଅଭିଯାନ ବେଶ

ଠାକୁରଙ୍କ କାଞ୍ଚି ଅଭିଯାନ ବେଶ

ବାରିପଦା,୨୨।୭- ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ମାଉସୀ ମା’ ମନ୍ଦିରରେ ଠାକୁରମାନେ ଶନିବାର କାଞ୍ଚି ଅଭିଯାନ ବେଶରେ ସନ୍ଧ୍ୟା ୭ ଟା ରୁ ରାତି ୧୧ ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି। ଏଥିପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ରବିବାର ପୂର୍ବାହ୍ନ ୯ ଟାରୁ ୧୧ ଟା ପର୍ଯ୍ୟନ୍ତ ମାଉସୀ ମା’ ମନ୍ଦିରରେ ଠାକୁରମାନେ ଶ୍ରଦ୍ଧାଳୁଙ୍କୁ ସୁନା ବେଶରେ ଦର୍ଶନ ଦେବେ। ମଧ୍ୟାହ୍ନ ୧୨ଟା ରୁ ଗୋଟାଏ ପର୍ଯ୍ୟନ୍ତ ପ୍ରସାଦ ବଣ୍ଟନ କରାଯିବ। ଅପରାହ୍ନ ଅଢେଇଟାରୁ ସାଡେ ୩ଟା ମଧ୍ୟରେ ଚକାଛଡା ପରେ ଅପରାହ୍ନ ୫ଟାରୁ ରାତ୍ର ୮ ଟା ପର୍ଯ୍ୟନ୍ତ ଠାକୁରମାନଙ୍କୁ ବାହୁଡା ପହଣ୍ଡି କରାଯାଇ ରଥାରୁଢ଼ କରାଯିବ। ପରେ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଅପରାହ୍ନ ୨ ଟା ୩୦ ରୁ ୫ ଟା ୩୦ ପର୍ଯ୍ୟନ୍ତ ରଥଟଣା ହେବ। ମଙ୍ଗଳବାର ସନ୍ଧ୍ୟା ୬ଟା୩୦ରୁ ୭ଟା୩୦ ମଧ୍ୟରେ ଲକ୍ଷ୍ମୀଭେଟ ପରେ ରାତି ୧୦ ଟା ୩୦ରେ ଠାକୁରମାନଙ୍କୁ ପହଣ୍ଡି କରାଯାଇ ମନ୍ଦିରକୁ ନିଆଯିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଦେବୋତ୍ତର ବିଭାଗ ସମସ୍ତ ପ୍ରସ୍ତୁତି କରିସାରିଛି।

ମୟୂରଭଞ୍ଜରେ ୮୩୮.୯୪ ମି.ମି. ବର୍ଷା ରେକର୍ଡ

ବାରିପଦା ଅଫିସ,୨୨ା୭- ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଜୁଲାଇ ପହିଲାରୁ ୨୦ ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲାରେ ୩୯୩୨.୮ ମି.ମି. ବର୍ଷା ରେକର୍ଡ କରାଯାଇଛି। କେବଳ ଶନିବାର ଜିଲାରେ ୮୩୮.୯୪ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି। କପ୍ତିପଦା ବ୍ଳକରେ ସବୁଠୁ ଅଧିକା ୭୮ ମି.ମି. ବର୍ଷା ହୋଇଥିବା ବେଳେ ରରୁଆଁ ବ୍ଳକରେ ସର୍ବନିମ୍ନ ୨ ମି.ମି. ବର୍ଷା ହୋଇଥିବା ରେକର୍ଡରୁ ଜଣାପଡେ। ଜିିଲାରେ ବର୍ଷା ଲାଗିରହିଥିବା ବେଳେ ସମସ୍ତ ବ୍ଳକର ତହସିଲଦାର ଓ ବିଡିଓ ଏବଂ ଅନ୍ୟ୍ୟ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି। ଯେ କୌଣସି ସମୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ଏହାକୁ ମୁକାବିଲା କରିବାକୁ ଜିଲା ପ୍ରଶାସନ ପ୍ରସ୍ତୁତ ଥିବା ଜିଲା ଜରୁରି ଅଧିକାରୀ ଡ.ପରିଡା କହିଛନ୍ତି।

ଯୁବତୀଙ୍କୁ ଦୁର୍ବ୍ୟବହାର  ଭିଡିଓ ଭାଇରାଲ

ଯୁବତୀଙ୍କୁ ଦୁର୍ବ୍ୟବହାର ଭିଡିଓ ଭାଇରାଲ

ବାରିପଦା ଅଫିସ,୨୨ା୭- ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରାରେ ହେଉଥିବା ଗହଳିରେ ଅସାମାଜିକ ଯୁବକଙ୍କ ଉତ୍ପାତ ବଢିବାରେ ଲାଗୁଛି। ମେଳା ବୁଲିବାକୁ ଆସୁଥିବା ମହିଳା ଓ ଯୁବତୀ ଶ୍ରଦ୍ଧାଳୁ ସେମାନଙ୍କ ଦୁର୍ବ୍ୟବହାରର ଶିକାର ହେଉଥିଲେ ବି ଅଭିଯୋଗ କରିବାକୁ ଉଚିତ ମଣୁ ନାହାନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଛି।

ବାଇକ୍‌ ସହ ଗୋମାଂସ ଜବତ

ବାଇକ୍‌ ସହ ଗୋମାଂସ ଜବତ

ବିଶୋଇ,୨୨।୭ : ବିଶୋଇ ସାପ୍ତାହିକ ହାଟକୁ ଶନିବାର ଏକ ବାଇକ୍‌ରେ ଗୋମାଂସ ଆସୁଥିବା ଖବର ପାଇ ସ୍ଥାନୀୟ ଲୋକେ ତାହାକୁ ଜବତ କରି ପୋଲିସ ଜିମା ଦେଇଛନ୍ତି। ହେଲେ ଅଭିଯୁକ୍ତଜଣକ ଖସି ପଳାଇଥିବାରୁ ଉତ୍ତେଜନା ଦେଖାଦେଇଛି। ତୁରନ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ସ୍ଥାନୀୟ ଲୋକେ ପୋଲିସ ନିକଟରେ ଦାବି ଜଣାଇଛନ୍ତି।

 ବିନା ସୁରକ୍ଷାରେ ରାଜରାସ୍ତା ପାର ହେଉଛନ୍ତି ପିଲା

ବିନା ସୁରକ୍ଷାରେ ରାଜରାସ୍ତା ପାର ହେଉଛନ୍ତି ପିଲା

ବିଶୋଇ,୨୨।୭ : ଭଦ୍ରକ ଜିଲା ରାଣୀତାଲର ରାହାଞ୍ଜ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ଟ୍ରକ ଚକା ତଳେ ଚାପି ହୋଇ ୫ ନିରୀହ ଛାତ୍ରଛାତ୍ରୀଙ୍କ ଜୀବନଦୀପ ଲିଭିଗଲା। ଏହି ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା। ଅଭିଭାବକମାନେ ପିଲାଙ୍କ ସୁରକ୍ଷା ପାଇଁ ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି। ହେଲେ ଚେତୁ ନାହାନ୍ତି ସ୍କୁଲ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନିକ ଅଧିକାରୀ। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ବିଶୋଇ ବ୍ଲକ ଅଧୀନରେ ଥିବା ବିଶୋଇ ନୋଡାଲ ଉ:ପ୍ରା ବିଦ୍ୟାଳୟରେ । ପ୍ରତ୍ୟେହ ରାଜରାସ୍ତା ପାର ହୋଇ ଏହି ସ୍କୁଲର ୫ଶହରୁ ଊର୍ଦ୍ଧ୍ୱ ହଷ୍ଟେଲ ଛାତ୍ରୀଛାତ୍ର ସ୍କୁଲ ଯାଉଛନ୍ତି। ଉକ୍ତ ସମୟରେ ରାସ୍ତାରେ ଟ୍ରକ, ବସ୍‌ ଯାଉଥିବା ବେଳେ ପିଲାମାନେ ଅସୁରକ୍ଷିତ ଭାବେ ରାସ୍ତା ପାର ହେଉଛନ୍ତି।

ବିଦ୍ୟୁତ କାଟ:  ରାସ୍ତାରୋକୋ କଲେ ଉତ୍ତ୍ୟକ୍ତ ଲୋକେ

ବିଦ୍ୟୁତ କାଟ: ରାସ୍ତାରୋକୋ କଲେ ଉତ୍ତ୍ୟକ୍ତ ଲୋକେ

କପ୍ତିପଦା,୨୨ା୭(ଡି଼.ଏନ୍‌.ଏ) - କପ୍ତିପଦା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ହେଉଥିବା ପାଓ୍ବାର କଟ୍‌ ଓ ଲୋଭୋଲଟେଜ ଉପଭୋକ୍ତାଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ମରାମତି ନାମରେ ବାରମ୍ବାର ବିଦ୍ୟୁତ କାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଏନେଇ ବାରମ୍ବାର ଅଭିଯୋଗ କରାଯିବା ସତ୍ତ୍ୱେ ବିଭାଗୀୟ ଅଧିକାରୀମାନେ ଅଚିନ୍ତାରେ ବସିଛନ୍ତି। ପ୍ରତିବାଦରେ କପ୍ତିପଦା ବାଲେଶ୍ୱର ଗୋଲୋଇ ଛକଠାରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଶନିବାର ଅପରାହ୍ନରେ ରାସ୍ତା ଅବରୋଧ କରାଯାଇଛି ା

୫ଟି ପ୍ରଶ୍ନ:‘ଜନସେବା ନିଶା ଦେଶକୁ ଫେରାଇ ଆଣିିଲା’

୫ଟି ପ୍ରଶ୍ନ:‘ଜନସେବା ନିଶା ଦେଶକୁ ଫେରାଇ ଆଣିିଲା’

ଘରର ବଡ ପୁଅ । ପରିବାରର ଅନେକ ଦାୟିତ୍ୱ ସମ୍ଭାଳିଛନ୍ତି। ଆଇଆଇଟି ଖଡଗପୁରରେ ନାଭାଲ ଆର୍କିଟେକ୍ଚର ବିଷୟରେ ଡିଗ୍ର୍ରୀ କରିବା ପରେ ସେ ୨୦୦୮ ରୁ ୨୦୧୦ ପର୍ଯ୍ୟନ୍ତ ସିଙ୍ଗାପୁରସ୍ଥିତ ଆମେରିକାନ ବ୍ୟୁରୋ ଅଫ ଶିପିଂରେ କାର୍ଯ୍ୟ କରୁଥିଲେ। ହେଲେ ଲୋକଙ୍କ ସହିତ ରହି ଲୋକଙ୍କ ପାଇଁ କାମ କରିବାର ନିଶା ତାଙ୍କୁ ନିଜ ଦେଶକୁ ଫେରାଇ ଆଣିଥିଲା। ପରେ ଆଇଏଏସ୍‌ ପରୀକ୍ଷା ଦେଇ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ଚାକିରି ଜୀବନ ଆରମ୍ଭ କରି ପ୍ରଶାସନିକ ଦାୟିତ୍ୱ ତୁଲାଇ ଆସୁଛନ୍ତି। ସବୁବେଳେ ଦାୟିତ୍ୱ ନିର୍ବାହକୁ ସେ ପ୍ରାଥମିକତା ଦେଇଥାନ୍ତି।

ନାଞ୍ଜିଆ ପୋଲ ନିକଟରୁ ଲୁଟ୍‌ ଘଟଣା:  ମାଟି ତଳୁ ମିଳିଲା ଅଳଙ୍କାର

ନାଞ୍ଜିଆ ପୋଲ ନିକଟରୁ ଲୁଟ୍‌ ଘଟଣା: ମାଟି ତଳୁ ମିଳିଲା ଅଳଙ୍କାର

ଖଇରା,୨୨।୭(ଡି.ଏନ.ଏ.)-ଖଇରା ଥାନା ଅଧୀନ ଗଡପୋଖରୀ ପଞ୍ଚାୟତ ନାଞ୍ଜିଆ ପୋଲ ନିକଟରୁ ଗଦାଧର ସାହୁ ନାମକ ଗହଣା ବ୍ୟବସାୟୀଙ୍କ ନିକଟରୁ ଅଳଙ୍କାର ଲୁଟ୍‌ ଘଟଣାରେ ପୋଲିସ ୨ଜଣ ସହଯୋଗୀଙ୍କୁ ଖଇରା ପୋଲିସ ଶନିବାର କୋର୍ଟ ଚାଲାଣ କରିଛି ା ସେମାନଙ୍କ ନିକଟରୁ ୯୮ଗ୍ରାମ ଓଜନର ସୁନା ଅଳଙ୍କାର, ୧୪ହଜାର ଟଙ୍କା, ୨ଟି ମୋବାଇଲ ଜବତ କରାଯାଇଛି ା ଗିରଫ ବ୍ୟକ୍ତିମାନେ ହେଲେ ସାରକୋଣା ଗ୍ରାମର ମନୋରଞ୍ଜନ ଶିଅଳ ଓ ପୂର୍ବପଡା ଗ୍ରାମର ଲକ୍ଷ୍ମୀଧର ଶିଅଳ। ତେବେ ମୁଖ୍ୟ ଅଭିଯୁକ୍ତ ନୂଆସାହି ଗ୍ରାମର ବିଦ୍ୟା ମହାନ୍ତି(୨୨) ଖସି ପଳାଇଯିବାରେ ସକ୍ଷମ ହୋଇଛନ୍ତି ା

ମହିଳାଙ୍କୁ ବଳାତ୍କାର ଅଭିଯୋଗ

ବାଲିଆପାଳ,୨୨ା୭(ଡି.ଏନ.ଏ.)-ବାଲିଆପାଳ ଥାନା କାଳସିମୁଳି ଗ୍ରାମର ଜଣେ ମହିଳାଙ୍କୁ ଗତ ୧୯ ତାରିଖ ରାତିରେ ଜଣେ ଯୁବକ ବଳାତ୍କାର କରିଥିବା ଥାନାରେ ଅଭିଯୋଗ ହୋଇଛି। ଉକ୍ତ ମହିଳାଙ୍କ ସ୍ବାମୀ ହାଟକୁ ଯାଇଥିବା ବେଳେ ଚିରଞ୍ଜୀବ ମଲ୍ଲିକ ତାଙ୍କ ଘରକୁ ଆସିଥିଲେ। ଘରେ ମହିଳାଙ୍କ ସ୍ବାମୀ ନ ଥିବା ଜାଣିବା ପରେ ଚିରଞ୍ଜୀବୀ ଘର ଭିତରକୁ ପଶିଯାଇ ବଳାତ୍କାର କରିଥିଲେ। ଏହାପରେ ସେ ତରବର ହୋଇ ମୋବାଇଲ ଫୋନକୁ ସେଠାରେ ଛାଡି ପଳାଇ ଆସିଥିଲେ। ଘରକୁ ସ୍ବାମୀ ଆସିବା ପରେ ମହିଳା ଜଣଙ୍କ ସବୁକଥା କହିଥିଲେ। ଶନିବାର ସନ୍ଧ୍ୟାରେ ମହିଳା ଓ ତାଙ୍କର ସ୍ବାମୀ ଆସି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ା

ଏକ୍ସପାଏରୀ ଇଞ୍ଜେକଶନ ନେଇ ଶିଶୁ ମୃତ୍ୟୁ ଅଭିଯୋଗ

ସୋର, ୨୨ା୭(ଡି.ଏନ.ଏ.)-ସୋର ଡ଼ାକ୍ତରଖାନାରେ ଏକ୍ସପାଏରୀ ଇଞ୍ଜେକଶନ ନେଇ ଏକ ୬ ମାସର ଶିଶୁର ମୃତ୍ୟୁ ହୋଇଥିବା ସୋର ଥାନାରେ ଅଭିଯୋଗ ହୋଇଛି। ସୋର ଥାନା ଶିମିଳିଖୋଲ ହାତିଖୋଳିଆ ଗ୍ରାମର ଗଣେଶ ଭକ୍ତାଙ୍କ ୬ମାସର ଝିଅ ସୁମିତ୍ରାଙ୍କୁ ଗତ ୩ ତାରିଖରେ ସୋର ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଡ଼ାକ୍ତରଙ୍କ ପ୍ରେସ୍କିପସନ ଅନୁଯାୟୀ ଡ଼ାକ୍ତରଖାନାରୁ ଓଷଧ ବିତରଣ କରୁଥିବା ଫାର୍ମାସିଷ୍ଟ ପାଖରୁ ଓଷଧ ନେଇଥିଲେ। ପ୍ରେସ୍କିପସନ ଅନୁଯାୟୀ ଫାର୍ମାସିଷ୍ଟ ୬ ଗୋଟି ଇଞ୍ଜେକଶନ ଥିବା ଶିଶି ଦେଇଥିଲେ। ଗତ ୧୨ା୭ା୧୮ ତାରିଖରେ ଶିଶୁ ସୁମିତ୍ରା ଯନ୍ତ୍ରଣାରେ ଛଟପଟ ହେବାରୁ ୧୩ ତାରିଖରେ ଗଣେଶ ତାଙ୍କ ଝିଅକୁ ଡ଼ାକ୍ତରଖାନା ନେଇଆସୁଥିଲା ବେଳେ ବାଟରେ ତାର ମୃତ୍ୟୁ ହୋଇଥିଲା। ଏନେଇ ଗଣେଶ ସୋର ଥାନାରେ ଅଭିଯୋଗ କରିଛନ୍ତି ।

ଉବୁଟୁବୁ ଔପଦା ବଜାର

ଉବୁଟୁବୁ ଔପଦା ବଜାର

ଔପଦା, ୨୨ା୭(ଡି.ଏନ.ଏ.)-ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ଔପଦା ବ୍ଲକ ସଦର ବଜାର ଉବୁଟୁବୁ ହୋଇଛି। ବର୍ଷା ପାଣି ନିଷ୍କାସିତ ହୋଇ ନ ପାରି ମେଡ଼ିକାଲ ପରିସରରେ ଜମି ରହିଥିବାରୁ ବଜାର ଦୋକାନରେ ପାଣି ପଶିଯାଇ କୃତ୍ରିମ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି। ଲୋକେ ଆଣ୍ଠୁଏ ପାଣିରେ ପଶି ଡ଼ାକ୍ତରଖାନାକୁ ଯାଉଥିବା ଦେଖିବାକୁ ମିଳିଛି। ଔପଦା ବଜାର ଗୋଲେଇ ଓ ରାସ୍ତା କଂକ୍ରିଟ ଚାଲିଥିବା ବେଳେ ଜାଗା ଡ଼ିମାର୍କେସନ ହୋଇ ନ ଥିବାରୁ ପୂର୍ତ୍ତ ବିଭାଗ ପକ୍ଷରୁ ଠିକାଦାରଙ୍କୁ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ନେଇ ପିଡ଼ବ୍ଲ୍ୟୁଡ଼ି ସହକାରୀ ଯନ୍ତ୍ରୀ ନରେଶ ଚନ୍ଦ୍ର ସିଂଙ୍କୁ ପଚାରିବାରୁ ଉନ୍ନତିକରଣ ପାଇଁ ଆବଶ୍ୟକ ଜାଗା ଡ଼ିମାର୍କେସନ କରି ହସ୍ତାନ୍ତର କରିବାକୁ ଆମେ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଏଯାଏ ଜାଗା ଚିହ୍ନଟ କରି ଆମକୁ ହସ୍ତାନ୍ତର କରାଯାଇନାହିଁ ବୋଲି କହିଛନ୍ତି ା ଏବେଠୁ ଏହାର ପ୍ରତିକାର କରା ନ ଗଲେ ଆଗକୁ ସମସ୍ୟା ଆହୁରି ଗୁରୁତର ହୋଇପଡିବ ବୋଲି ଦୋକାନୀମାନେ କହିଛନ୍ତି।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ