ଅନଗୁଳ-ଢେଙ୍କାନାଳ

ଜଳଯୋଗାଣ ଦାବିରେ ପରିବହନ ରାସ୍ତା ଅବରୋଧ

ଜଳଯୋଗାଣ ଦାବିରେ ପରିବହନ ରାସ୍ତା ଅବରୋଧ


ତାଳଚେର,୨୮।୧୨(ନି.ପ୍ର.)- ତାଳଚେର ବ୍ଲକ କଳମଛୁଇଁ ଗ୍ରାମ ବାଉଁଶଗାଡିଆ ସାହିବାସୀ ପାଇପ୍‌ରେ ଜଳ ଯୋଗାଣ ଦାବିରେ ଗୁରୁବାର ଏମ୍‌ସିଏଲ୍‌ ହିଙ୍ଗୁଳା କୋଇଲା ଖଣିର ଶାଳବଣିଆସ୍ଥିତ ପରିବହନ ରାସ୍ତା ଅବରୋଧ କରିଥିଲେ। ପୂର୍ବାହ୍ନ ୧୧ଟା ବେଳେ ଶତାଧିକ ଲୋକ ରାସ୍ତାରେ ବସି ରହି ଆନ୍ଦୋଳନ ଚଳାଇଥିଲେ। ଫଳରେ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଥିଲା। ଗ୍ରାମ ନିକଟରେ ଗଭୀର ଖାଦାନ ଥିବା ଯୋଗୁ କଳମଛୁଇଁ ଗ୍ରାମର ବିଭିନ୍ନ ପୋଖରୀ ତଥା ଅନ୍ୟାନ୍ୟ ଜଳଉତ୍ସଗୁଡିକ ଶୁଖିଯାଉଛି। ଫଳରେ ସ୍ନାନ, ଶୌଚ ସହ ଅନ୍ୟାନ୍ୟ ଦୈନନ୍ଦିନ କାର୍ଯ୍ୟ କରିବାରେ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଖଣିରୁ ଗ୍ରାମର ସମସ୍ତ ପୋଖରୀକୁ ପାଇପ୍‌ ଦ୍ୱାରା ବର୍ଷସାରା ଜଳ ଯୋଗାଣ ପାଇଁ ଗ୍ରାମବାସୀ ପୂର୍ବରୁ ବହୁବାର ଆନ୍ଦୋଳନ କରିଥିଲେ ମଧ୍ୟ ଖଣି କର୍ତ୍ତୃପକ୍ଷ କେବଳ ପ୍ରତଶ୍ରୁତି ଦେଇ ସମୟ ଗଡାଇ ଚାଲିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ହିଙ୍ଗୁଳା ଖଣି କର୍ତ୍ତୃପକ୍ଷ ପହଞ୍ଚି ବୁଝାଶୁଝା କରିଥିଲେ ମଧ୍ୟ ଗ୍ରାମବାସୀ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଫଳରେ କୌଣସି ସମାଧାନ ହୋଇପାରି ନାହିଁ।

All Right Reserved By

ଅନଗୁଳ-ଢେଙ୍କାନାଳ

୩୫ ପଞ୍ଚାୟତରେ ୧୫ ଜିଆର୍‌ଏସ୍‌

ବଅଁରପାଳ,୧୬।୭(ଡି.ଏନ.ଏ.) ଏମ୍‌ଜିଏନ୍‌ଆରଇଜିଏସ୍‌(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା)ର ସଫଳ କାର୍ଯ୍ୟକାରିତା ତଥା ଏହାର ସୁଫଳ ସମସ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଗ୍ରାମ ରୋଜଗାର ସେବକ(ଜିଆର୍‌ଏସ୍‌) ନିଯୁକ୍ତି ବ୍ୟବସ୍ଥା ରହିଛି।

ଗ୍ରାମ ରାସ୍ତାରେ ଜମୁଛି ପାଣି: ଡ୍ରେନ ନିର୍ମାଣ ଦାବି

ଛେଣ୍ଡିପଦା,୧୬।୭(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ପଞ୍ଚାୟତ ନୂଆପଡ଼ା ଗ୍ରାମ ପିଢସାହି ରାସ୍ତାରେ ବର୍ଷା ପାଣି ଜମିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ରାସ୍ତା ପାର୍ଶ୍ୱରେ ଡ୍ରେନ ନ ଥିବାରୁ ସାମାନ୍ୟ ବର୍ଷାରେ ବି ସେଠାରୁ ପାଣି ନିଷ୍କାସନ ହୋଇପାରୁନାହିଁ।

ଜଟିଳ ହେଉଛି ପାଉଁଶ ସମସ୍ୟା : ଜାତିସଂଘକୁ ଜଣାଇବ ମାନବ ଅଧିକାର ସଙ୍ଗଠନ

ଓଡ଼ାପଡ଼ା, ୧୬।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଖଜୁରିଆକଟା ବନଖଣ୍ଡ ଝାଡ଼ବନ୍ଧ ଗ୍ରାମରେ ଶନିବାର ରାତିରେ ଏକ ପଲରେ ୧୯ ହାତୀ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ହାତୀପଲଙ୍କ ଦୌରାତ୍ମ୍ୟରେ ଆଖୁ କିଆରି, ପରିବା ଚାଷ ଉଜୁଡ଼ିଯାଇଛି।

ବାଇକ୍‌ ଧକ୍କାରେ ବୃଦ୍ଧ ମୃତ

ବାଇକ୍‌ ଧକ୍କାରେ ବୃଦ୍ଧ ମୃତ

ଛେଣ୍ଡିପଦା,୧୬।୭(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦାରୁ ବାଗଡିଆ ଯାଇଥିବା ଜାତୀୟ ରାଜପଥର ବଡଯୋରା ନାଳ ନିକଟରେ ଏକ ବାଇକ୍‌ ଧକ୍କାରେ ରବିବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ପୋଡାପଡା ଗ୍ରାମର ସର୍ବେଶ୍ୱର ପ୍ରଧାନ(୬୦) ବୋଲି ଜଣାପଡିଛି।

ଇନ୍ଦିପୁର ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ

ଇନ୍ଦିପୁର ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ

ଓଡ଼ପଡ଼ା, ୧୫।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଇନ୍ଦିପୁର ହାଇସ୍କୁଲରେ ରବିବାର ମୋ ସ୍କୁଲ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶିବପ୍ରସାଦ ପାଳଙ୍କ ସଭାପତିତ୍ୱରେ ପୁରାତନ ଛାତ୍ରୀଛାତ୍ରଙ୍କୁ ନେଇ ବୈଠକ ହୋଇଥିଲା।

ନୀଳମାଧବ ଆଦିବାସୀ ଶବର ସଂଘର ବୈଠକ: ସଅର ସାଙ୍ଗିଆ ବିରୋଧରେ ତୀବ୍ର ହେଲା ସ୍ବର

ନୀଳମାଧବ ଆଦିବାସୀ ଶବର ସଂଘର ବୈଠକ: ସଅର ସାଙ୍ଗିଆ ବିରୋଧରେ ତୀବ୍ର ହେଲା ସ୍ବର

ଢେଙ୍କାନାଳ ଅଫିସ, ୧୫।୭-ଢେଙ୍କାନାଳ ଜିଲା ଲେଖକ ସଂସଦ ସଭାଗୃହରେ ରବିବାର ନୀଳମାଧବ ଶବର ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ମାଧବ ଚନ୍ଦ୍ର ଦେହୁରୀ ଏଥିରେ ସଭାପତିତ୍ୱ କରିଥିଲେ।

ଦୁଇ ପାସେଞ୍ଜର ଅଟୋ ଧକ୍କା: ୪ ଆହତ

ଦୁଇ ପାସେଞ୍ଜର ଅଟୋ ଧକ୍କା: ୪ ଆହତ

ପରଜଙ୍ଗ,୧୫।୭(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମୁଣ୍ଡରେ ରବିବାର ଅପରାହ୍ନରେ ଦୁଇ ପାସେଞ୍ଜର ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ଜଣ ଆହତ ହୋଇଛନ୍ତି।

 ୬ ମାସର ପୋଲରେ ଗର୍ତ୍ତ : ତଦନ୍ତ ପାଇଁ ଜିଲାପାଳଙ୍କଠାରେ ଦାବି

୬ ମାସର ପୋଲରେ ଗର୍ତ୍ତ : ତଦନ୍ତ ପାଇଁ ଜିଲାପାଳଙ୍କଠାରେ ଦାବି

ବଇଣ୍ଡା,୧୫।୭(ଡି.ଏନ.ଏ.)- କିଶୋରନଗର ବ୍ଲକ ଓସ୍କାପାଲି ପଞ୍ଚାୟତ ବାଦିବାହାଳ ଗ୍ରାମରେ ବାମୁରରୁ ବାଦିବାହାଳ ୭ କିମି ରାସ୍ତାର ବାଦିବାହାଳ ଗ୍ରାମରେ ନବନିର୍ମିତ ପୋଲରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି।

ସିପିପି ବଜାର ଅବସ୍ଥା ସୁଧୁରୁନି: ମାସେ ମଧ୍ୟରେ ଶତାଧିକ ଆହତ

ସିପିପି ବଜାର ଅବସ୍ଥା ସୁଧୁରୁନି: ମାସେ ମଧ୍ୟରେ ଶତାଧିକ ଆହତ

ବଅଁରପାଳ,୧୫।୭(ଡି.ଏନ.ଏ.)- ୫୫ ନଂ. ଜାତୀୟ ରାଜପଥର ନାଲ୍‌କୋ ସିପିପି ବଜାରରେ ପାଣି ନିଷ୍କାସନ ସମସ୍ୟାରେ ସୁଧାର ଆସୁନାହିଁ। ବଜାରେ ବର୍ଷା ସହ ନାଲ୍‌କୋ ଆବର୍ଜନା ପାଣି ଜମା ହୋଇ ରହିଥିବାରୁ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ମହିଳା ପ୍ରତିନିଧିଙ୍କ ବୈଠକ

ଅନୁଗୋଳ ଅଫିସ୍‌,୧୫ ା୭- ଛେଣ୍ଡିପଦା ବ୍ଲକ ଜରପଡ଼ା ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ଶୁକ୍ରବାର ପଞ୍ଚାୟତର ମହିଳା ପ୍ରତିନିଧିମାନଙ୍କ ଏକ ଆଞ୍ଚଳିକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଉପରେ ଗୁରୁତ୍ୱ

ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଉପରେ ଗୁରୁତ୍ୱ

କାମାକ୍ଷାନଗର, ୧୫ା୭(ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ସଭାଗୃହରେ ଶୁକ୍ରବାର ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଭାରେ ଉପଖଣ୍ଡ ଅଧୀନ ୪ ତହସିଲର ତହସିଲଦାର, ଆର୍‌ଆଇଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଆଶ୍ରମ ପକ୍ଷରୁ  ଚାରା ବଣ୍ଟନ

ଆଶ୍ରମ ପକ୍ଷରୁ ଚାରା ବଣ୍ଟନ

ଢେଙ୍କାନାଳ ଅଫିସ,୧୫।୭- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ଶନିବାର ଢେଙ୍କାନାଳ କୋରିଅଁାସ୍ଥିତ ସ୍ବପ୍ନେଶ୍ୱର ମନ୍ଦିର ନିକଟରେ ଥିବା ଠାକୁର ନିଗମାନନ୍ଦ ଜୟଗୁରୁ ଆଶ୍ରମ ପରିସରରେ ଫଳ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Model This Week

ରୂପେଶ