Dharitri News
ଅନଗୁଳ-ଢେଙ୍କାନାଳ

ପ୍ରତିଶ୍ରୁତି ପରେ ଖଣିବନ୍ଦ ଆନ୍ଦୋଳନ ସ୍ଥଗିତ

ପ୍ରତିଶ୍ରୁତି ପରେ ଖଣିବନ୍ଦ ଆନ୍ଦୋଳନ ସ୍ଥଗିତ ତାଳଚେର,୨୮। ୧୨(ନି.ପ୍ର.)- ତୁରନ୍ତ କ୍ଷତିପୂରଣ, ନିଯୁକ୍ତି ଦେବା ଦାବିରେ ଗୁରୁବାର ତାଳଚେର ବ୍ଲକ ହିଲୋଇ ଗ୍ରାମବାସୀ ଖଣି ବନ୍ଦ ଆନ୍ଦୋଳନ କରିଥିଲେ। ଫଳରେ ଏମ୍‌ସିଏଲ୍‌ର ଏଠାରେ ଥିବା ଜଗନ୍ନାଥ, ଅନନ୍ତ, ଭୁବନେଶ୍ୱରୀ କୋଇଲା ଖଣିର ସମସ୍ତ କାର୍ଯ୍ୟ ଠପ୍‌ ହୋଇଯାଇଥିଲା। ପରେ ଆଲୋଚନା ନେଇ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ସ୍ଥଗିତ ରହିଥିଲା। ଡିସେମ୍ବର ୧୫ ସୁଦ୍ଧା କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ନିଯୁକ୍ତି ଦେବାକୁ ପ୍ରଶାସନ ଉପସ୍ଥିତିରେ ଖଣି କର୍ତ୍ତୃପକ୍ଷ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହକୁ କାର୍ଯ୍ୟକାରୀ କରି ନ ଥିଲେ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଡିସେମ୍ବର୨୮ରେ ଗ୍ରାମବାସୀ ଖଣିବନ୍ଦ ଆନ୍ଦୋଳନ କରିବେ ବୋଲି ପ୍ରଶାସନ ଓ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇ ଦେଇଥିଲେ। ଉକ୍ତ ନିଷ୍ପତ୍ତି ଅନୁଯାୟୀ ଗ୍ରାମବାସୀ ଭୁବନେଶ୍ୱରୀ, ଅନନ୍ତ, ଜଗନ୍ନାଥ କୋଇଲା ଖଣିର ଟାଇମ ଅଫିସ, ଜିଏମ୍‌ ଅଫିସ, ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ବସି ଆନ୍ଦୋଳନ ଚଳାଇଥିଲେ। ଫଳରେ ଅନନ୍ତ, ଜଗନ୍ନାଥ ଓ ଭୁବନେଶ୍ୱରୀ ଖଣିରୁ କୋଇଲା ଉତ୍ତୋଳନ, ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ପୋଲିସ, ପ୍ରଶାସନ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। କିନ୍ତୁ ଗ୍ରାମବାସୀ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଅପରାହ୍ନରେ ପୋଲିସ ୨ଶହ ମହିଳା, ପୁରୁଷ ଓ ଛାତ୍ରୀଛାତ୍ରଙ୍କୁ ନେଇ ଦେଉଳବେଡା କ୍ଲବରେ ଅଟକ ରଖିଥିଲା। ଶୁକ୍ରବାର ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏମ୍‌ସିଏଲ୍‌ର ବରିଷ୍ଠ ଅଧିକାରୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଗ୍ରାମବାସୀ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ। ସନ୍ଧ୍ୟାରେ ପୋଲିସ ପିଆର ବଣ୍ଡରେ ଅଟକଙ୍କୁ ଛାଡ଼ି ଦେଇଥିଲା। ସଭାପତି ବସନ୍ତ ପ୍ରଧାନ, ସମ୍ପାଦକ ସୁଧୀର କୁମାର ପ୍ରଧାନ, ଜଗବନ୍ଧୁ ପ୍ରଧାନ ଏହାର ନେତୃତ୍ୱ ନେଇଥିଲେ।

ଅନଗୁଳ-ଢେଙ୍କାନାଳ

ଟ୍ରକ-ବସ୍‌ ଧକ୍କା: ୨ ଆହତ

ଟ୍ରକ-ବସ୍‌ ଧକ୍କା: ୨ ଆହତ

ବଅଁରପାଳ,୧୭।୧(ଡି.ଏନ୍‌.ଏ.): ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ପିତାବଳୀ ପୀଠ ନିକଟରେ ବୁଧବାର ଭୋର ସମୟରେ ଏକ ଟ୍ରକ ଓ ବସ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ପରିଚୟ ମିଳିପାରି ନାହିଁ।

ପୁଷ୍ପ ପ୍ରଦର୍ଶନୀ ଲାଗି ପ୍ରସ୍ତୁତି ବୈଠକ

ପୁଷ୍ପ ପ୍ରଦର୍ଶନୀ ଲାଗି ପ୍ରସ୍ତୁତି ବୈଠକ

ବଅଁରପାଳ,୧୭।୧(ଡି.ଏନ୍‌.ଏ.): ଚଳିତ ମାସ ଶେଷ ସପ୍ତାହରେ ହେବାକୁଥିବା ପୁଷ୍ପ ପ୍ରଦର୍ଶନୀ ଲାଗି ନାଲକୋ ଉଦ୍ୟାନ ବିଭାଗ ପକ୍ଷରୁ ବୁଧବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବିପିଏମ୍‌ୟୁ ଅଫିସ ଛାର୍‌ଖାର

ବିପିଏମ୍‌ୟୁ ଅଫିସ ଛାର୍‌ଖାର

ଢେଙ୍କାନାଳ ଅଫିସ,୧୬।୧-ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ବ୍ଲକ ପ୍ରୋଗ୍ରାମ ମ୍ୟାନେଜମେଣ୍ଟ ୟୁନିଟ୍‌ (ବିପିଏମ୍‌ୟୁ) କାର୍ଯ୍ୟାଳୟରେ ସୋମବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବହୁ କମ୍ପ୍ୟୁଟର ସାମଗ୍ରୀ, ଆସବାବପତ୍ର ଜଳିପୋଡ଼ି ଛାରଖାର ହୋଇଯାଇଛି। ସୂଚନାପାଇ ଢେଙ୍କାନାଳ ଅଗ୍ନିଶମ ସଂସ୍ଥା କର୍ମଚାରୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ।

କପିଳାସ ଜାଗର: ପ୍ରାତଃ ୪ଟା୨୦ ସୁଦ୍ଧା ଉଠିବ ମହାଦୀପ

କପିଳାସ ଜାଗର: ପ୍ରାତଃ ୪ଟା୨୦ ସୁଦ୍ଧା ଉଠିବ ମହାଦୀପ

ଢେଙ୍କାନାଳ ଅଫିସ, ୧୬।୧-ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ ତଥା କପିଳାସ ଅଧୀଶ୍ୱର ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ପବିତ୍ର ଜାଗରଯାତ୍ରା ଫେବୃୟାରୀ ୧୪ରେ ଅନୁଷ୍ଠିତ ହେବ। ପ୍ରସିଦ୍ଧ ଜାଗରଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବାକୁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରସ୍ତୁତି। ଏ ନେଇ ମଙ୍ଗଳବାର ପୂର୍ବାହ୍ନରେ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଥୋରିଆଛନ୍ଦା ଚେଙ୍କ ଘଟଣା: ଚିକିତ୍ସିତ ହେଲେ ୧୦ ଶିଶୁ

ଥୋରିଆଛନ୍ଦା ଚେଙ୍କ ଘଟଣା: ଚିକିତ୍ସିତ ହେଲେ ୧୦ ଶିଶୁ

ଭୁବନ,୧୬।୧(ଡି.ଏନ.ଏ)-ଭୁବନ ବ୍ଲକ ଥୋରିଆଛନ୍ଦା ଚେଙ୍କ ଘଟଣା ପ୍ରଶାସନର ନିଦ ହଜାଇ ଦେଇଛି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗ୍ରାମର ୨୫ରୁ ଊର୍ଦ୍ଧ୍ୱ ଶିଶୁଙ୍କ ସମେତ ୫୦ ଜଣଙ୍କୁ ଚେଙ୍କ ଦିଆଯିବା ସମ୍ପର୍କରେ ଗଣମାଧ୍ୟମରେ ପ୍ରଚାରିତ ହେବାପରେ ଅଞ୍ଚଳର ବିକାଶ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ।

ଜିଲା ମହୋତ୍ସବ ୧୮ରୁ ଆରମ୍ଭ

ଜିଲା ମହୋତ୍ସବ ୧୮ରୁ ଆରମ୍ଭ

ଅନୁଗୋଳ ଅଫିସ,୧୬।୧- ଅନୁଗୋଳ ଜିଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଷଷ୍ଠ ଜିଲା ମହୋତ୍ସବ ଆସନ୍ତା ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଗୋଳ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଏକ ପଲ୍ଲିଶ୍ରୀମେଳାର ଆୟୋଜନ କରାଯାଇଛି। ଓରମାସ୍‌ ମାଧ୍ୟମରେ ଅନୁଷ୍ଠିତ ଏହି ପଲ୍ଲିଶ୍ରୀମେଳା ୫ଦିନ ଧରି ଚାଲିବ। ମଙ୍ଗଳବାର ଅନୁଗୋଳ ସର୍କିଟହାଉସ୍‌ ଠାରେ ଜିଲା ପ୍ରଶାସନ ତରଫରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଏହି ମହୋତ୍ସବ ଆୟୋଜନ ସମ୍ପର୍କରେ ସୂଚନା ଦିଆଯାଇଛି।

୪୨୪ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

୪୨୪ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ଛେଣ୍ଡିପଦା,୧୬।୧(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ଲକ ସଭାଗୃହଠାରେ ମଙ୍ଗଳବାର ବ୍ଲକସ୍ତରୀୟ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଧାରଣା ପରେ ମିଳିଲା ଭତ୍ତା

ଧାରଣା ପରେ ମିଳିଲା ଭତ୍ତା

କଣିହାଁ,୧୬।୧(ଡି.ଏନ.ଏ.)- କଣିହାଁ ବ୍ଲକ ବଡ଼ଗୁଣ୍ଡୁରୀ ପଞ୍ଚାୟତର ମଧୁବାବୁ ପେନସନ ଯୋଜନାର ହିତାଧିକାରୀମାନେ ଭତ୍ତା ଦାବିରେ ମଙ୍ଗଳବାର କଣିହାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏହାକୁ ସମର୍ଥନ କରି ସରପଞ୍ଚ, ନାଏବ ସରପଞ୍ଚ ଓ ଓ୍ବାର୍ଡ ସଭ୍ୟମାନେ ଧାରଣାରେ ସାମିଲ ହୋଇଥିଲେ।

ଥାନା ଅଧିକାରୀଙ୍କ ବଦଳି ଦାବି

ପାଲଲହଡ଼ା,୧୬।୧(ଡି.ଏନ.ଏ.)- ପାଲଲହଡ଼ା ଉପଖଣ୍ଡରେ ଚୋରି, ଡକାୟତି ଆଦି ଆପରାଧିକ କାର୍ଯ୍ୟକଳାପ ବଢ଼ୁଥିବା ବେଳେ ସ୍ଥାନୀୟ ପୋଲିସ ଏହା ଉପରେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଥିବା ପାଲଲହଡ଼ା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି।

କାର-ବାଇକ ଧକ୍କା: ଜଣେ ମୃତ, ୨ ଗୁରୁତର

କାର-ବାଇକ ଧକ୍କା: ଜଣେ ମୃତ, ୨ ଗୁରୁତର

ବଇଣ୍ଡା,୧୬।୧(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର ହଣ୍ଡପା ଥାନା ନିକଟରେ ମଙ୍ଗଳବାର ରାତି ୮ଟାରେ ଏକ କାର ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା।

ରାମେଶ୍ୱର ସ୍ପୋର୍ଟିଂ ଫାଇନାଲରେ

ତାଳଚେର,୧୬।୧(ନି.ପ୍ର.)- ତାଳଚେର ବ୍ଲକ ଗୋପାଳପ୍ରସାଦ ଗଜରାଜ ଷ୍ଟାଡିୟମଠାରେ ଚାଲିଥିବା ଅଲ ଓଡ଼ିଶା ୩୨ ତମ ମା’ ହିଙ୍ଗୁଳା କପ୍‌ କ୍ରିକେଟ ଟୁର୍ନାମେଣ୍ଟର ମଙ୍ଗଳବାର ମ୍ୟାଚରେ ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ କ୍ଲବ ଏସିସି ଅନୁଗୋଳକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।

ଜର୍ମାନ ମିଳିମିଳା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ଜର୍ମାନ ମିଳିମିଳା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ବଇଣ୍ଡା,୧୬।୧(ଡି.ଏନ.ଏ.)- କିଶୋରନଗର ବ୍ଲକ ଲୁହାମୁଣ୍ଡା ଓ ପଞ୍ଚଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଜର୍ମାନ ମିଳିମିଳା ରୋଗ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।