Dharitri News
ବାଲେଶ୍ୱର

ଏୟାରଡିଫେନ୍ସ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ

ଏୟାରଡିଫେନ୍ସ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ବାଲେଶ୍ୱର ଅଫିସ,୨୮।୧୨-ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ଗୁରୁବାର ବାଲେଶ୍ୱର ଉପକୂଳବର୍ତ୍ତୀ ସମୁଦ୍ରରେ ଆଡ଼ଭାନ୍ସ ଏୟାର ଡିଫେନ୍ସ ଇଣ୍ଟରସେପ୍ଟର ମିଶାଇଲ ପରୀକ୍ଷଣ କରାଯାଇଛି। ଏହି ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ଆକାଶମାର୍ଗରେ ଟାର୍ଗେଟ୍‌କୁ ଲକ୍ଷ୍ୟଭେଦ କରିଥିଲା। ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆର୍‌ ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ଗୁରୁବାର ପୂର୍ବାହ୍ନ ୯ଟା ୪୪ ମିନିଟ୍‌ରେ ପ୍ରଥମେ ‘ଟାର୍ଗେଟ୍‌‌’କୁ ଉତ୍‌କ୍ଷେପଣ କରାଯାଇଥିଲା। ଏହି ସମୟରେ ଭଦ୍ରକ ଜିଲା ଧାମରା ଅବଦୁଲ କଲାମ ଦ୍ୱୀପରୁ ଆଡଭାନ୍ସ ଏୟାର ଡିଫେନ୍ସ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ଛଡ଼ାଯାଇଥିଲା। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆଡ଼ଭାନ୍ସ ଏୟାର ଡିଫେନ୍ସ କ୍ଷେପଣାସ୍ତ୍ର ଟାର୍ଗେଟ୍‌କୁ ଲକ୍ଷ୍ୟଭେଦ କରିଥିବା ବିଭାଗ ସୂତ୍ରରୁ ଜଣାପଡିଛି। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ଲମ୍ବ ୭.୫ ମିଟର ଓ ଗୋଲେଇ ୦.୫ ମିଟର। ଏହାର ୧.୨ ଟନ୍‌ ଓଜନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ପୂର୍ବରୁ ଗତ ମାର୍ଚ୍ଚ ୧ ତାରିଖରେ ଅବଦୁଲ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ଏହାର ସଫଳ ପରୀକ୍ଷଣ କରାଯାଇଥିଲା।

ବାଲେଶ୍ୱର

ଡୁଙ୍ଗୁରା ଦର୍ଶନ ପ୍ରସାଦ ହାଇସ୍କୁଲର ସାମ୍ବତ୍ସରିକ ଉତ୍ସବ

ଡୁଙ୍ଗୁରା ଦର୍ଶନ ପ୍ରସାଦ ହାଇସ୍କୁଲର ସାମ୍ବତ୍ସରିକ ଉତ୍ସବ

ଖଇରା, ୧୮।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଡୁଙ୍ଗୁରା ଦର୍ଶନ ପ୍ରସାଦ ହାଇସ୍କୁଲର ସାମ୍ବତ୍ସରିକ ଉତ୍ସବ ଅବସରରେ ବୁଧବାର ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସଡକ ସୁରକ୍ଷା ସପ୍ତାହ ପାଳିଲେ ଛାତ୍ରୀଛାତ୍ର

ନୀଳଗିରି, ୧୮।୧(ଡି.ଏନ.ଏ.)-ଜାତୀୟ ସଡକ ସୁରକ୍ଷା ଉଦ୍‌ଯାପନୀ ଦିବସ ଅବସରରେ ବାଲେଶ୍ୱର ଜିଲା ନୀଳଗିରି କଲେଜର ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଛାତ୍ରୀଛାତ୍ରଙ୍କ ନେଇ ସଚେତନତା ଶୋଭାଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।

ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ନୀଳଗିରି, ୧୮।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ କେନ୍ଦୁଖୁଣ୍ଟା ଗାଁର ଜନୈକ କଲେଜ ଛାତ୍ରଙ୍କ ଗୁରୁବାର ମୃତ୍ୟୁ ଘଟିଛି। ସେ ହେଲେ ତାପସ ଦେହୁରୀ(୨୧)। ତାପସ ମିତ୍ରପୁରସ୍ଥିତ ସୂର୍ଣ୍ଣଚୂଡ଼ କଲେଜର ଯୁକ୍ତ ୩ କଳାର ଦ୍ୱିତୀୟ ବର୍ଷର ଛାତ୍ର।

ମଝି ରାସ୍ତାରେ ଜଳିଲା କାର

ମଝି ରାସ୍ତାରେ ଜଳିଲା କାର

ବାଲେଶ୍ୱର ଅଫିସ,୧୮।୧: ଭୁବନେଶ୍ୱରରୁ ବାଲେଶ୍ୱର ଆସୁଥିବା ଏକ କାର ରାସ୍ତା ମଝିରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଇଣ୍ଡଷ୍ଟ୍ରିଆଲ ଛକଠାରେ ଗୁରୁବାର ମଧ୍ୟାହ୍ନରେ ଜଳିଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ଯୋଗଦେଲେ ନୂଆ ଜିଲାପାଳ

ଯୋଗଦେଲେ ନୂଆ ଜିଲାପାଳ

ବାଲେଶ୍ୱର ଅଫିସ,୧୮।୧: ବାଲେଶ୍ୱର ନୂତନ ଜିଲାପାଳ ଭାବେ ରମେଶ କୁମାର ରାଉତ ଗୁରୁବାର ପୂର୍ବାହ୍ନ ୧୧ଟାରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପ୍ରଥମେ ସେ ରେମୁଣାସ୍ଥିତ ଗୋପୀନାଥ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

କେନ୍ଦୁଝର ବନଖଣ୍ଡରେ ୩୩୮୩ ପକ୍ଷୀ  ଚିହ୍ନଟ

କେନ୍ଦୁଝର ବନଖଣ୍ଡରେ ୩୩୮୩ ପକ୍ଷୀ ଚିହ୍ନଟ

କେନ୍ଦୁଝର,୧୭।୧(ସ୍ବ.ପ୍ର.)-କେନ୍ଦୁଝର ବନଖଣ୍ଡର ୫ ବନାଞ୍ଚଳରେ ସମୁଦାୟ ୨୭ ଜାତିର ୩୩୮୩ଟି ଦେଶୀ ଓ ବିଦେଶୀ ପକ୍ଷୀ ରହିଛନ୍ତି। ଏ ନେଇ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା କରି ଚିହ୍ନଟ କରାଯାଇଛି।

ଗଡ଼ିଲା ପାଣି ପଞ୍ଚାୟତ ସଚେତନତା ରଥ

ଗଡ଼ିଲା ପାଣି ପଞ୍ଚାୟତ ସଚେତନତା ରଥ

ବାଲେଶ୍ୱର ଅଫିସ,୧୭।୧-ବାଲେଶ୍ୱର ମଧ୍ୟମ ଜଳସେଚନ ଡିଭିଜନ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ପାଣି ପଞ୍ଚାୟତ ସଚେତନତା ରଥର ଶୁଭାରମ୍ଭ ହୋଇଛି।

ମୁର୍ମୂର୍ଷୁ ଅବସ୍ଥାରେ ଉଦ୍ଧାର ମହିଳାଙ୍କ ମୃତ୍ୟୁ

ବସ୍ତା,୧୭।୧(ଡି.ଏ.ନ.ଏ.)-ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ଜାମଶୂଳୀ ଛକ ନିକଟ ରାସ୍ତା ପାର୍ଶ୍ୱରେ ବୁଧବାର ମୁର୍ମୂର୍ଷ ଅବସ୍ଥାରେ ପଡିଥିବା ଜନୈକ ମହିଳାଙ୍କୁ ସ୍ଥାନୀୟ କେତେକ ସ୍ବେଚ୍ଛାସେବୀ ଉଦ୍ଧାର କରି ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

କିନ୍ନରଙ୍କ ସାମ୍ବିଧାନିକ ଅଧିକାରକୁ ଗୁରୁତ୍ୱ

କିନ୍ନରଙ୍କ ସାମ୍ବିଧାନିକ ଅଧିକାରକୁ ଗୁରୁତ୍ୱ

ବାଲେଶ୍ୱର ଅଫିସ,୧୭।୧-ବାଲେଶ୍ୱର ଜିଲା ଆଇନ ସେବା ପ୍ରାଧିକରଣ ସମ୍ମିଳନୀ କକ୍ଷରେ କିନ୍ନରମାନଙ୍କର ସାମ୍ବିଧାନିକ ଅଧିକାର ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ବଳାତ୍କାର ମାମଲାରେ ୧୦ବର୍ଷ ଜେଲ ଦଣ୍ଡ

ବାଲେଶ୍ୱର ଅଫିସ,୧୭।୧- ବାଲେଶ୍ୱର ଅତିରିକ୍ତ ଜିଲା ଜଜ୍‌-୨ ଦେବାଶିଷ ରାଉତ ବୁଧବାର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ ଦଣ୍ଡ ଦେବା ସହ ୫ହଜାର ଟଙ୍କା ଜରିମାନା କରିଛନ୍ତି।

ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୭ ଗିରଫ

ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୭ ଗିରଫ

ବାଲେଶ୍ୱର ଅଫିସ/ରେମୁଣା,୧୭।୧(ଡି.ଏନ.ଏ.)- ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲା ସୀମାବର୍ତ୍ତୀ ବାଙ୍କତିରା ଏବଂ କଳମା ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିବା ପରଠାରୁ ଉଭୟ ଗ୍ରାମରେ ୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ଗଣ୍ଡଗୋଳ ପରେ ପୋଲିସ ଚଢାଉ କରି ମଙ୍ଗଳବାର ରାତିରେ ୨ ଗ୍ରାମରୁ ୧୭ ଜଣଙ୍କୁ ଗିରଫ କରିଛି।

ପୂର୍ବତନ ତହସିଲଦାରଙ୍କୁ ବର୍ଷେ ଜେଲ୍‌

ବାରିପଦା ଅଫିସ,୧୭।୧- ମୟୂରଭଞ୍ଜ ଜିଲା ବାରିପଦା ଭିଜିଲାନ୍ସ ସ୍ବତନ୍ତ୍ର ଜଜ ତାରାପ୍ରସାଦ ରଥ ବୁଧବାର ଏକ ଲାଞ୍ଚ ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୧ବର୍ଷ ଜେଲ ଦଣ୍ଡ ପ୍ରଦାନ କରିବା ସହ ୨୦ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି।