ଅନଗୁଳ-ଢେଙ୍କାନାଳ

ଗଞ୍ଜେଇ ଚାଷ ଉପରେ ଲାଗିବ ଅଙ୍କୁଶ: ଚଢ଼ାଉ ଜୋରଦାର କରିବାକୁ ଜିଲାପାଳଙ୍କ ପରାମର୍ଶ

ଗଞ୍ଜେଇ ଚାଷ ଉପରେ ଲାଗିବ ଅଙ୍କୁଶ: ଚଢ଼ାଉ ଜୋରଦାର କରିବାକୁ ଜିଲାପାଳଙ୍କ ପରାମର୍ଶ
ଅନୁଗୋଳ ଅଫିସ,୨୮।୧୨- ଜିଲାରେ ବେଆଇନ ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟରେ ଗୁରୁବାର ଜିଲାପାଳ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟରେ ଏକ ଜିଲାସ୍ତରୀୟ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଅବକାରୀ ଅଧୀକ୍ଷକ ନିମାଇଁଚନ୍ଦ୍ର ସେଠୀ ବେଆଇନ ଗଞ୍ଜେଇ ତଥା ଭାଙ୍ଗ ଗଛ ନଷ୍ଟ ସମ୍ପର୍କରେ ସୂଚନା ଦେଇଥିଲେ। ଗତ ୧୨ ବର୍ଷ ହେଲା ବେଆଇନ ଗଞ୍ଜେଇ ଗଛକୁ ଏକ ସ୍ବତନ୍ତ୍ର ଅଭିଯାନରେ ନଷ୍ଟ କରାଯାଉଛି। ବୈଠକରେ ଗଞ୍ଜେଇ ଗଛ ନଷ୍ଟ କରିବା ସହ ନାର୍କୋଟିକ ଡ୍ରଗ୍ସର ନିୟମାବଳୀ ଉପରେ ଆଲୋଚନା ହୋଇଥିଲା। ନାର୍କୋଟିକ ଡ୍ରଗ୍ସ ଧାରା ୪୬ ଓ ୪୭ରେ ପ୍ରତ୍ୟେକ ସରପଞ୍ଚ ଓ ଗ୍ରାମାଞ୍ଚଳରେ କାର୍ଯ୍ୟରତ କର୍ମଚାରୀମାନେ ନିଜ ଗ୍ରାମରେ ସଭା ଡକାଇ ବେଆଇନ ଗଞ୍ଜେଇ ଚାଷ ସମ୍ପର୍କରେ ପୋଲିସ, ଅବକାରୀ ବିଭାଗକୁ ଜଣାଇବେ। ଏହି କାର୍ଯ୍ୟରେ ଖିଲାପ କଲେ ୩୨ ଧାରାରେ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ବୈଠକରେ ସରପଞ୍ଚ ଓ ଗ୍ରାମାଞ୍ଚଳରେ କାର୍ଯ୍ୟରତ ଅଧିକାରୀମାନେ ଉପସ୍ଥିତି ନ ଥିବାରୁ ଜିଲା ପଞ୍ଚାୟତ ଅଧିକାରୀଙ୍କ ଜରିଆରେ ଏହି ଆଇନ୍‌ ସମ୍ପର୍କରେ ସେମାନଙ୍କୁ ଜଣାଇବାକୁ ସ୍ଥିର କରାଯାଇଥିଲା। ଜିଲାରେ ଗତ ୨୦୧୫-୧୬ ବର୍ଷରେ ୧୨୯.୩୭ ଏକର ଓ ୨୦୧୬-୧୭ରେ ୧୧୨.୯୬ ଏକର ଜମିରୁ ୧,୫୨,୦୦୦ଟି ଗଛକୁ ନଷ୍ଟ କରାଯାଇଛି। ମୁଖ୍ୟତଃ ଜିଲାର ପୁରୁଣାକୋଟ, ଜରପଡ଼ା ଓ ହଣ୍ଡପା ଅଞ୍ଚଳର ସରକାରୀ, ଗୋଚର, ସଂରକ୍ଷିତ ଜଙ୍ଗଲ, ଅଭୟାରଣ୍ୟ ଓ ଗ୍ରାମ୍ୟ ଜଙ୍ଗଲ ଜମିରେ ଅଧିକ ସଂଖ୍ୟାରେ ଏହା ଚାଷ ହେଉଛି। ୨୦୧୭-୧୮ ଆର୍ଥତ୍କ ବର୍ଷରେ ମାତ୍ର ୩୮ଏକର ଜାଗାରୁ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ଏହି ହାରକୁ ବୃଦ୍ଧି କରିବା ସହ ପୋଲିସ, ବନ ବିଭାଗ ଓ ଅବକାରୀ ବିଭାଗ ମିଳିତ ଚଢ଼ାଉ ଜୋରଦାର କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ବୈଠକରେ ବନଖଣ୍ଡ ଅଧିକାରୀ ଭି. କାର୍ତ୍ତିକ, ଅତିରିକ୍ତ ଜିଲାପାଳ ଶ୍ରୀନିବାସ ବେହେରା, ଉପଜିଲାପାଳ ସରୋଜକାନ୍ତ ମହାନ୍ତିଙ୍କ ସମେତ ବନ ବିଭାଗ ଓ ଅବକାରୀ ବିଭାଗ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
All Right Reserved By

ଅନଗୁଳ-ଢେଙ୍କାନାଳ

ଛାତ୍ରୀଙ୍କ ସ୍କୁଲ ସ୍ତବ୍ଧ, ଦିନଟିଏ ଛୁଟି

ଅନୁଗୋଳ ଅଫିସ, ୨୨।୧ : ଘଟଣା ଜଣାପଡ଼ିବା ପରେ ସୋମବାର ସ୍ତବ୍ଧ ହୋଇଯାଇଥିଲା ସମ୍ପୃକ୍ତା ଛାତ୍ରୀ ପଢ଼ୁଥିବା ସ୍ତୁଲ। ତାଙ୍କ ସହପାଠୀମାନେ ଘଟଣାକୁ ନେଇ ଭାଙ୍ଗି ପଡ଼ିଥିଲେ। ବିଦ୍ୟାଳୟ ଖୋଲିବା କ୍ଷଣି ସମସ୍ତଙ୍କ ଆଖିରେ ଅଶ୍ରୁ ଭରିଯାଇଥିଲା। 

ପରିବାରକୁ ଭେଟିଲେ, କ୍ଷତିପୂରଣ ଦାବି କଲେ

ପରିବାରକୁ ଭେଟିଲେ, କ୍ଷତିପୂରଣ ଦାବି କଲେ

ଅନୁଗୋଳ ଅଫିସ, ୨୨।୧ : ଅନୁଗୋଳ ଜିଲା ମହିଳା କଂଗ୍ରେସର ସଭାନେତ୍ରୀ ସବିତା ରାଣୀ ଧୀରଙ୍କ ନେତୃତ୍ୱରେ ଏକ ଟିମ୍‌ ନାବାଳିକାଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ। ଏଥିସହ ସେଠାରୁ ଆସି ଅନୁଗୋଳ ଜିଲା ଆରକ୍ଷୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। 

ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ

ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ

ଅନୁଗୋଳ ଅଫିସ, ୨୨।୧ : ଅନୁଗୋଳ ଖମାର ଛକରେ ମଧ୍ୟ ସ୍ଥାନୀୟ ଲୋକଙ୍କ ପକ୍ଷରୁ ରାସ୍ତାରୋକୋ କରାଯାଇଥିଲା। ଅପରାଧୀଙ୍କୁ ଧରିବା ସହ ମୃତ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ପାଇଁ ଦାବି କରାଯାଇଥିଲା। ଏଥିଯୋଗୁ  ଅନୁଗୋଳ-ଭୁବନେଶ୍ୱର ରଜପଥରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା।

ଚକୋଲେଟ୍‌ ଖାଇ୧୫ ଅସୁସ୍ଥ

ଚକୋଲେଟ୍‌ ଖାଇ୧୫ ଅସୁସ୍ଥ

ଅନୁଗୋଳ ଅଫିସ, ୨୨।୧: ଅନୁଗୋଳ ଉପକଣ୍ଠରେ ଥିବା କୁମଣ୍ଡ ଚଣ୍ଡୀବଜାର ସ୍ଥିତ ଅଲେଖପାଟଣା ପ୍ରାଥମିକ ବିଦ୍ୟାଳୟରେ ଚକୋଲେଟ୍‌ ଖାଇ ୧୫ ଛାତ୍ରୀଛାତ୍ର ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ଭାଜପାର ରାସ୍ତାରୋକୋ, ହାତାହାତି

ଭାଜପାର ରାସ୍ତାରୋକୋ, ହାତାହାତି

ଅନୁଗୋଳ ଅଫିସ, ୨୨।୧: ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଥିଲା ଭାଜପା। ଦଳ ପକ୍ଷରୁ କାଙ୍ଗୁଲା ଠାରେ ରାସ୍ତାରୋକୋ କରାଯିବା ସହ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ବିଧାନ କରିବାକୁ ଦାବି କରାଯାଇଥିଲା।

୮ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା : ସାଇଣ୍ଟିଫିକ୍‌ ଟିମ୍‌ର ଅନୁସନ୍ଧାନ

୮ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା : ସାଇଣ୍ଟିଫିକ୍‌ ଟିମ୍‌ର ଅନୁସନ୍ଧାନ

ଅନୁଗୋଳ ଅଫିସ, ୨୨।୧: ଅନୁଗୋଳ ସହର ଉପକଣ୍ଠରେ ରବିବାର ଅପରାହ୍ନରେ ଘଟିଥିବା ୮ମ ଶ୍ରେଣୀ ଛାତ୍ରୀଙ୍କ ବଳାତ୍କାର ଓ ହତ୍ୟା ଘଟଣାର ତଦନ୍ତ ଜୋର୍‌ ଧରିଛି। ସୋମବାର ସକାଳୁ ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ଛାନଭିନ କରି ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରିଛି। 

ଆଇଆଇଏମ୍‌ସିରେ ଆଲୋଚନାଚକ୍ର : ନିରପେକ୍ଷତାକୁ ଗୁରୁତ୍ୱ ସମାଜର ହିତ କରିବ

ଆଇଆଇଏମ୍‌ସିରେ ଆଲୋଚନାଚକ୍ର : ନିରପେକ୍ଷତାକୁ ଗୁରୁତ୍ୱ ସମାଜର ହିତ କରିବ

ଢେଙ୍କାନାଳ ଅଫିସ,୨୨ା୧: ଢେଙ୍କାନାଳ ଭାରତୀୟ ଜନସଞ୍ଚାର ସଂସ୍ଥାନ ପରିସରରେ ସୋମବାର ଭାରତୀୟ ଲୋକ ପ୍ରଶାସନ ସଂସ୍ଥାନର ଓଡ଼ିଶା ଶାଖାର ମିଳିତ ଆନୁକୂଲ୍ୟରେ ‘ଗଣମାଧ୍ୟମ ସମାଜର ଦର୍ପଣ କି’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ଅଟକିଛି ୨୩ କୋଟିର ପାନୀୟ ଜଳ ପ୍ରକଳ୍ପ: ଧାରଣାରେ ଯୋରନ୍ଦା ସାଧୁସନ୍ନ୍ୟାସୀ

ଅଟକିଛି ୨୩ କୋଟିର ପାନୀୟ ଜଳ ପ୍ରକଳ୍ପ: ଧାରଣାରେ ଯୋରନ୍ଦା ସାଧୁସନ୍ନ୍ୟାସୀ

ଢେଙ୍କାନାଳ ଅଫିସ, ୨୨ା୧: ଢେଙ୍କାନାଳ ଜିଲାର ପ୍ରସିଦ୍ଧ ମହିମାପୀଠ ଯୋରନ୍ଦା ସମେତ ଆଖପାଖ ଅଞ୍ଚଳର ୧୩ଟି ଗ୍ରାମ ପାଇଁ ଏକ ପାନୀୟ ପ୍ରକଳ୍ପ ନିମନ୍ତେ କେନ୍ଦ୍ର ସରକାର ମଞ୍ଜୁର କରିଥିଲେ ୨୩ କୋଟି ୭୩ ଲକ୍ଷ ଟଙ୍କା। ହେଲେ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅନୁମୋଦନ ମିଳୁ ନ ଥିବାରୁ ୩ ବର୍ଷ ହେଲା ଟଙ୍କା ପଡିରହିଛି। 

ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା: ଅନୁଗୋଳରେ ୯, ୫୬, ୭୬୧ ଭୋଟର

ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା: ଅନୁଗୋଳରେ ୯, ୫୬, ୭୬୧ ଭୋଟର

ଅନୁଗୋଳ ଅଫିସ, ୨୨।୧: ଅନୁଗୋଳ ଜିଲାର ସମସ୍ତ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧୬୩ଟି ମତଦାନ କେନ୍ଦ୍ରର ଚୂଡ଼ାନ୍ତ ଭୋଟର ତାଲିକା ସୋମବାର ପ୍ରକାଶ ପାଇଛି। ଜିଲା କାର୍ଯ୍ୟାଳୟ କୋର୍ଟ ରୁମ୍‌ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ଅନିଲ କୁମାର ସାମଲ ଯୋଗଦେଇ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରଦାନ କରଥିଲେ।

ମାଙ୍କଡ଼ଚୁଆ ଗ୍ରାମରେ କଲରାପତରିଆ ବାଘ ଆତଙ୍କ

ମାଙ୍କଡ଼ଚୁଆ ଗ୍ରାମରେ କଲରାପତରିଆ ବାଘ ଆତଙ୍କ

ବଇଣ୍ଡା,୨୧।୧(ଡି.ଏନ.ଏ)- କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ମାଙ୍କଡ଼ଚୁଆ ଗ୍ରାମରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି।  ସୋମବାର  ବିଶିକେଶନ ନାୟକଙ୍କ ଏକ ଛେଳିକୁ ବାଘ ଆକ୍ରମଣ କରିଛି।   ଏହାକୁ ନେଇ ଗ୍ରାମରେ ଆତଙ୍କ ଦେଖାଦେଇଛି। ଜଙ୍ଗଲରେ ଛେଳିମାନେ ଚରୁଥିବାବେଳେ ବାଘଟି ଗ୍ରାମାଭିମୁଖୀ ହୋଇ ଉକ୍ତ ଛେଳିକୁ ଆକ୍ରମଣ କରୁଥିବାବେଳେ  ଛେଳି ଚରାଳି  ବାଘକୁ ଦେଖି ପାଟି କରିଥିଲେ।

ଗ୍ରାମାଞ୍ଚଳ ଲୋକଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦିଆଯାଉ

ଗ୍ରାମାଞ୍ଚଳ ଲୋକଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦିଆଯାଉ

ବଇଣ୍ଡା,୨୧।୧(ଡି.ଏନ.ଏ)- ସାଧାରଣ ଲୋକ କିଭଳି ସହଜରେ ଜୀବନ ଯାପନ କରିପାରିବେ ସେ ନେଇ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଲୋକମାନେ ଠିକ୍‌ ଭାବେ ଏସବୁ ଯୋଜନାର ସୁଯୋଗ  ନେଇ ପାରୁନାହାନ୍ତି।

କିଶୋରନଗର ବ୍ଲକରେ ଭାଜପାର ଜନସମ୍ପର୍କ ପଦଯାତ୍ରା

କିଶୋରନଗର ବ୍ଲକରେ ଭାଜପାର ଜନସମ୍ପର୍କ ପଦଯାତ୍ରା

ବଇଣ୍ଡା,୨୧।୧(ଡି.ଏନ.ଏ.)- କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତ ଭୋଜିଗୋଠ, ଧଉରାଗୋଠ, କରଡ଼ାବାହାଳୀ, ବିଲେଇନାଳୀ, ବଡ଼ବାହାଳ, ଗୋବିନ୍ଦପୁର, ଗରୁଡ଼ ଗ୍ରାମରେ ଭାଜପା ପକ୍ଷରୁ  ଜନସମ୍ପର୍କ ପଦଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି।