Dharitri News
ବାଲେଶ୍ୱର

ଆତଙ୍କ ଖେଳାଇଛି ପାଗଳ ମାଙ୍କଡ: ୨୦ ଦିନରେ ୧୩ ଗୁରୁତର

ଆତଙ୍କ ଖେଳାଇଛି ପାଗଳ ମାଙ୍କଡ: ୨୦ ଦିନରେ ୧୩ ଗୁରୁତର ଖଇରା, ୨୮।୧୨(ଡି.ଏନ.ଏ.)-ଖଇରା ବ୍ଲକ ସାରଡାଙ୍ଗ ପଞ୍ଚାୟତ ଅଧୀନ ଅଲିପୁର ଓ ତାର ଆଖପାଖ ଗ୍ରାମରେ ପାଗଳ ମାଙ୍କଡ କାମୁଡାରେ ୨୦ଦିନ ମଧ୍ୟରେ ୧୩ଜଣ ଗୁରୁତର ହୋଇସାରିଲେଣି। ଏ ସଂକ୍ରାନ୍ତରେ ବନବିଭାଗ ଫରେଷ୍ଟରଙ୍କଠାରୁ ଆରମ୍ଭ କରି ଡିଏଫ୍‌ଓଙ୍କ ପର୍ଯ୍ୟନ୍ତ ଅଭିଯୋଗ ହୋଇସାରିଲାଣି। ହେଲେ ବନବିଭାଗ ତରଫରୁ ମାଙ୍କଡକୁ ଘଉଡାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯଦି ତୁରନ୍ତ ଏହାର ସମାଧାନ କରା ନ ଯାଏ ତେବେ ଗ୍ରାମବାସୀ କୁପାରୀ ଫରେଷ୍ଟର କାର୍ଯ୍ୟାଳୟ ସମ୍ମୁଖରେ ବସିବେ ବୋଲି ପ୍ରଶାନ୍ତ କୁମାର ତିଆଡି, ନିରଞ୍ଜନ ସାମଲ, ମକରା ମଣ୍ଡଳ, ନିରଞ୍ଜନ ସେଣ୍ଡ, ଦୀଲିପ କୁମାର ତିଆଡି ଓ ମରୁତ କୁମାର ପଣ୍ଡା ପ୍ରମୁଖ ଚେତାବନୀ ଦେଇଛନ୍ତି। ପ୍ରକାଶ ଯେ ପ୍ରଥମେ ମାଙ୍କଡ ୭ତାରିଖରେ ନିରଞ୍ଜନ ସେଣ୍ଡ, ଯଜ୍ଞମୋହନ ଦଳେଇ, ଶୁକୁଟା ଚକ୍ର ଓ ଟିକନ ସାହୁ ପ୍ରମୁଖଙ୍କୁ କାମୁଡିବା ପରେ ଏହାକୁ ନେଇ ରେଞ୍ଜରଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ବିଳମ୍ବରେ ହେଉ ପଛକେ ରେଞ୍ଜର ପ୍ରଦୀପ ଜେନାଙ୍କ ତତ୍ତ୍ୱାବଧାନରେ ନୀଳଗିରିରୁ ଏକ ମାଙ୍କିଡିଆ ଦଳ ୧୫ ତାରିଖରେ ମାଙ୍କଡ ଧରିବାକୁ ଆସିଥିଲେ। ହେଲେ ସଫଳ ହୋଇ ନ ଥିଲେ। ତାଙ୍କୁ ନିଶ୍ଚେତକ ଦେଇ ଧରାଯିବ ବୋଲି ରେଞ୍ଜର ଜେନା ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଉ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଏବେ ଦିନକୁ ଦିନ ଆହୁରି ଉକ୍ତ ମାଙ୍କଡ ଉପଦ୍ରବ ବଢିବାରେ ଲାଗିଛି। ଏହା ମଧ୍ୟରେ ମାଙ୍କଡ ବୁରେଇସାହି ଗ୍ରାମର ଗୀତାଞ୍ଜଳି ସାହୁ, ଆମ୍ବଗଡିଆ ଗ୍ରାମର ଚାନ୍ଦ ମାଝି ଓ ମୁସ୍ତଫାବାଦ ଗ୍ରାମର ପର୍ଶୁରାମ ପ୍ରଧାନଙ୍କ ପୁଅ ଶୁଭମ୍‌, ମହେନ୍ଦ୍ର କଟୁଆଳଙ୍କ ପୁଅ ଶୁଭମ୍‌ଙ୍କୁ ଆହାତ କରିଥିବା ନେଇ ଅଭିଯୋଗ ହୋଇଛି। ଗୁରୁବାର ମାଙ୍କଡ ନିକଟସ୍ଥ ଦାମୋଦରପୁର ଗ୍ରାମର ରଜନୀ ପୃଷ୍ଟି(୬୦) ଓ କାହ୍ନୁଚରଣ ପଣ୍ଡା(୪୦)ଙ୍କୁ କାମୁଡି କ୍ଷତାକ୍ତ କରିଛି। ଏ ସମ୍ପର୍କରେ ରେଞ୍ଜର ପ୍ରଦୀପ ଜେନା କହିଛନ୍ତି ଯେ, ମାଙ୍କଡଟିକୁ ନିଶ୍ଚେତକ ଦେବା ପାଇଁ ଡିଏଫ୍‌ଓଙ୍କ ଅନୁମତି ନେବା ଆବଶ୍ୟକ ଥିବାରୁ ଏଥିପାଇଁ କିଛି ସମୟ ଲାଗିବ।

ବାଲେଶ୍ୱର

ବରିଷ୍ଠ ଆଇନଜୀବୀ ବିମାନଙ୍କ ପରଲୋକ

ଭଦ୍ରକ ଅଫିସ,୧୯।୧-ଭଦ୍ରକର ବରିଷ୍ଠ ଦେୱାନୀ ଆଇନଜୀବୀ ବିମାନ ଚନ୍ଦ୍ର ରାୟ(୭୨)ଙ୍କ ପରଲୋକ ଘଟିଛି। ଗତ କିଛି ଧରି ସେ ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ।

ତେଜିଲା ମଦ ବିରୋଧୀ ଆନ୍ଦୋଳନ

ଚାନ୍ଦବାଲି,୧୯।୧(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ ଦିନକୁ ଦିନ ଚୋରାମଦ କାରବାର ବଢି ଚାଲିଛି।

ନିଶା ସାହିତ୍ୟ, ପେଶା ଚା’ ଦୋକାନ

ନିଶା ସାହିତ୍ୟ, ପେଶା ଚା’ ଦୋକାନ

ଭଦ୍ରକ ଅଫିସ,୧୯।୧-ନିଶାରେ ଜଣେ ସାହିତ୍ୟ ସାଧକ, ହେଲେ ପେଶା ଚା’ ଦୋକାନ। ଜୀବନ ଜୀବିକା ପାଇଁ ସକାଳ ୫ରୁ ରାତି ୧୧ଟା ପର୍ଯ୍ୟନ୍ତ ଚା’ ଦୋକାନରେ ଗ୍ରାହକଙ୍କ ସହ ସେ ସମୟ ବିତାଇଥାନ୍ତି। କେବେ କେମିତି ଅବସର ପାଇଲେ ସେ ସାହିତ୍ୟର ଆକର୍ଷଣରେ ବାନ୍ଧି ହୋଇଯାଆନ୍ତି।

ପୂରଣ ହେଉନି ରାଜସ୍ବ ଆଦାୟ ଲକ୍ଷ୍ୟ

ଭଦ୍ରକ ଅଫିସ,୧୯।୧ -ଭଦ୍ରକ ଜିଲାରେ ଥିବା ତହସିଲଗୁଡ଼ିକରୁ ଲକ୍ଷ୍ୟ ଧାର୍ଯ୍ୟ ମୁତାବକ ରାଜସ୍ବ ଆଦାୟ କରାଯାଇପାରୁନାହିଁ। ଆଗାମୀ ମାଚ୍ଚ ସୁଦ୍ଧା ୨୯କୋଟି ରାଜସ୍ବ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିବା ବେଳେ ଗତ ଡିସେମ୍ବର ସୁଦ୍ଧା ମାତ୍ର ୯କୋଟି ରାଜସ୍ବ ସଂଗ୍ରହ ହୋଇଛି। ଏହାକୁ ନେଇ ପ୍ରଶାସନିକ ମହଲରେ ତନାଘନା ଆରମ୍ଭ ହୋଇଛି।

ହେମନ୍ତଙ୍କୁ ଭେଟିଲେ ରାଜସ୍ବ ନିରୀକ୍ଷକ

ଖଇରା, ୧୯।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ନହଙ୍ଗ ପଞ୍ଚାୟତ ଅଧିନ ରୁସ୍ତମପୁର ଗ୍ରାମରେ ୩ବର୍ଷ ଧରି ଶିକୁଳିରେ ବନ୍ଧା ହୋଇଥିବା ହେମନ୍ତ କୁମାର ସେଠୀଙ୍କୁ ଡୁଙ୍ଗୁରା ରାଜସ୍ବ ନିରୀକ୍ଷକ ବସନ୍ତ କୁମାର ବେଜ ଭେଟିଛନ୍ତି।

ଭୋଟ ଗଣତି ଦାବିକୁ ନେଇ ଗଣ୍ଡଗୋଳ

ଭୋଟ ଗଣତି ଦାବିକୁ ନେଇ ଗଣ୍ଡଗୋଳ

ଉଦଳା, ୧୯।୧(ଡି.ଏନ.ଏ.) -ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ କୋଚିଳାଡିହା ପଞ୍ଚାୟତର ୨ ନଂ ୱାର୍ଡ ଓ ରାଢୋ ପଞ୍ଚାୟତର ୧୨ ନଂ ୱାର୍ଡରେ ଶୁକ୍ରବାର ୱାର୍ଡ ସଭ୍ୟ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉଭୟ ଓ୍ବାର୍ଡରେ ନିର୍ବାଚନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଥିବା ବେଳେ ୨ ନଂ ଓ୍ବାର୍ଡବାସୀ କିନ୍ତୁ ସଙ୍ଗେ ସଙ୍ଗେ ଗଣତି କରିବାକୁ ଦାବି କରିଥିଲେ।

ପରିତ୍ୟକ୍ତ କୂଅରେ ପଡି ଶିଶୁ ମୃତ

ଖଇରା,୧୯।୧(ଡି.ଏନ.ଏ.)-ଖଇରା ଥାନା ଗୁଆପାଳ ଗ୍ରାମର ବଂଶୀଧର ଓଝାଙ୍କର ପୁଅ ରାଜା ଓଝା (୬) ଖେଳୁଥିବା ବେଳେ ଗ୍ରାମର ଏକ ପରିତ୍ୟକ୍ତ କୂଅ ଭିତରେ ପଡିଯାଇଥିଲେ।

ମଧ୍ୟାହ୍ନଭୋଜନ ଆତ୍ମସାତ

ନୀଳଗିରି, ୧୯।୧(ଡି.ଏନ.ଏ.)-ନୀଳଗିରି ବ୍ଲକ ହଳଦୀ ପାଟଣା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଆତ୍ମସାତ୍‌ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଶୁକ୍ରବାର ଔପଦା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବିଆରସିସି ବଂଶୀଧର ଜେନା ଓ ଦକ୍ଷିଣ ନରସିଂହପୁର ସିଆରସିସି ଈଶ୍ୱର ଚନ୍ଦ୍ର ରଥ ଉକ୍ତ ବିଦ୍ୟାଳୟକୁ ଯାଇ ପରିଦର୍ଶନ କରି ଫେରିଯାଇଛନ୍ତି।

ନିମ୍ବ କାଠ ଜବତ କଲା ବନବିଭାଗ

ନିମ୍ବ କାଠ ଜବତ କଲା ବନବିଭାଗ

ରୂପ୍‌ସା,୧୯।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ରେଞ୍ଜ ଅଫିସର ପ୍ରଫୁଲ କୁମାର ମଲିକଙ୍କ ତତ୍ତ୍ୱାବଧାନରେ ଶୁକ୍ରବାର ବସ୍ତା ଥାନା ଅନ୍ତର୍ଗତ ବାହାର୍ଦ୍ଦା ଗ୍ରାମରେ ଅଚାନକ ଚଢ଼ାଉ କରାଯାଇଛି।

ନୂତନ ଜିଲାପାଳଙ୍କୁ ଦିବ୍ୟାଙ୍ଗ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା

ନୂତନ ଜିଲାପାଳଙ୍କୁ ଦିବ୍ୟାଙ୍ଗ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ, ୧୯।୧-ବାଲେଶ୍ୱରରେ ନବନିଯୁକ୍ତ ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କୁ ଦିବ୍ୟାଙ୍ଗ ସଙ୍ଗଠନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ସଙ୍ଗଠନ ସଭାପତି ଭିନ୍ନକ୍ଷମ ଜାତୀୟ କ୍ରୀଡ଼ାବିତ୍‌ ସୁଧାକର ସେଠୀ, କର୍ମକର୍ତ୍ତା ଜ୍ୟୋତିର୍ମୟୀ ଶତପଥି, ନିରଞ୍ଜନ ଜେନା, ସୁରେନ୍ଦ୍ର ଦାସ, ଉପଦେଷ୍ଟା ଉଷାରାଣୀ ଦାସ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ।

ଅଙ୍ଗନୱାଡ଼ି କେନ୍ଦ୍ରରେ ଅନିୟମିତତା, ଜିଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

ଖଇରା,୧୯।୧(ଡି.ଏନ.ଏ.)-ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଅଧୀନ ଅନନ୍ତପୁର ଶାସନରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଅନିୟମିତତା ହେଉଥିବା ନେଇ ଗ୍ରାମର ମହେନ୍ଦ୍ର ପଣ୍ଡା, ସୁକାନ୍ତି ମିଶ୍ର, ହରିପ୍ରୀୟା ମିଶ୍ରଙ୍କ ସମେତ ଆଉ କେତେକ ଗ୍ରାମବାସୀ ବାଲେଶ୍ୱର ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

୧୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

୧୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଭଦ୍ରକ ଅଫିସ, ୧୯।୧: ଭଦ୍ରକ ଜିଲା ନୂଆବଜାରସ୍ଥିତ ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଶୁକ୍ରବାର କିଛି ଦୁର୍ବୃତ୍ତ ଜଣେ ଜମାକାରୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ଏକ ପଲ୍‌ସର ବାଇକ୍‌ରେ ଆସି ଏହି କାଣ୍ଡ ଘଟାଇଛନ୍ତି। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।