ସମ୍ପାଦକୀୟ |

ଅଶୁଭ ଶକୁନ

ଅଶୁଭ ଶକୁନ

ସମ୍ପାଦକୀୟ/ଆଜିର ଅର୍ଥନୀତି

ଆମେ ୨୦୧୭ ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ କରିବାକୁ ଯାଉଥିବା ବେଳେ ସରକାର ଚଳିତ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟର ଧାର୍ଯ୍ୟ ଲକ୍ଷ୍ୟ ୩.୨% ହାସଲ କରିବାକୁ କ୍ଷମ ହେବେ ନାହିଁ ବୋଲି ରିପୋର୍ଟ ମିଳିଛି। ଦେଶର ଅର୍ଥନୀତି ପାଇଁ ଏହା ଏକ ଅଶୁଭ ଶକୁନ। ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ମାଧ୍ୟମରେ ମିଳିଥିବା ଟିକସ ପରିମାଣ ଡିସେମ୍ବର ମାସରେ ଯଥେଷ୍ଟ ହ୍ରାସ ପାଇବାରୁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ଓ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ୫୦,୦୦୦ କୋଟି ଟଙ୍କା ଋଣ କରିବାକୁ ବାଧ୍ୟ ହେବେ। ଗତବର୍ଷ ସରକାର ୩.୫% ଧାର୍ଯ୍ୟ ନିଅଣ୍ଟ ଲକ୍ଷ୍ୟ ପୂରଣ କରିଥିଲେ। ଚଳିତବର୍ଷ ବଜେଟ୍‌ରେ ମୋଟ କରଜ ପରିମାଣ ୫.୮ ଲକ୍ଷ କୋଟିରେ ସୀମିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବୁଧବାରର ସଂଶୋଧନ ପରେ ଏହି ପରିମାଣ ୬.୩ ଲକ୍ଷ କୋଟିରେ ପହଞ୍ଚିଛି। ଯଦିଚ ଚଳିତବର୍ଷର ବିତ୍ତୀୟ ଲକ୍ଷ୍ୟ ହାସଲ କରିବେ ବୋଲି ସରକାର ଦୋହରାଇଛନ୍ତି, ତେବେ ବିଦାୟୀ ବର୍ଷର ଅନେକ ଘଟଣା ଓ ୨୦୧୬ ବର୍ଷରୁ ରହିଆସିଥିବା ସମସ୍ୟାଗୁଡ଼ିକ ସରକାରଙ୍କ ଯୋଜନାକୁ ପଣ୍ଡ କରିବାକୁ ବସିଛି। ତେବେ ବିତ୍ତୀୟ ନିଅଣ୍ଟ ବୃଦ୍ଧି ପାଇବା ନେଇ ଯେଉଁ ଖବର ମିଳିଛି, ତାହା ଆଶ୍ଚର୍ଯ୍ୟଜନକ ନୁହେଁ। ଚଳିତ ବର୍ଷର ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ପୂରଣ କରିବାରେ ସରକାର ବିଫଳ ହେଲେ ଏହା ୨୦୧୮-୧୯ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଓ ନିଅଣ୍ଟ ପରିମାଣକୁ ଜିଡିପିର ୩ ପ୍ରତିଶତରେ ସୀମିତ ରଖିବା ପାଇଁ ଅର୍ଥମନ୍ତ୍ରୀଙ୍କୁ କିଛି ନୂତନ ପଦକ୍ଷେପ ନେବା ଲାଗି ବାଧ୍ୟ କରିବ।
ସରକାର ଜିଏସ୍‌ଟି ଲାଗୁ କରିବା ଦିନଠାରୁ ଦେଶର ଆର୍ଥିକ ସ୍ବାସ୍ଥ୍ୟରେ ଅନିଶ୍ଚିତତା ଲାଗିରହିଛି। ସର୍ବଶେଷ ତଥ୍ୟ ଅନୁସାରେ, ନଭେମ୍ବର ମାସରେ ଜିଏସ୍‌ଟିରୁ ଆୟ ୮୦,୮୦୮ କୋଟିକୁ କମିଯାଇଥିଲା, ଯାହା ଜୁଲାଇରେ ନୂଆ ନୀତି ଲାଗୁ ହେବା ଦିନଠାରୁ ସବୁଠାରୁ କମ୍‌। ଏହା ଅଗଷ୍ଟ ମାସର ଆଦାୟଠାରୁ ୧୪ ପ୍ରତିଶତ କମ୍‌, ଯାହା ନୂଆ ପରୋକ୍ଷ ଟିକସ ବ୍ୟବସ୍ଥାରେ ଟିକସ ଆଦାୟ କରିବା ଓ ରିଟର୍ନ ଫାଇଲ ଦାଖଲ କରିବାରେ ପ୍ରଥମ ମାସ। ଏହାପରେ ୨୦୦ଟି ସାମଗ୍ରୀ ଉପରୁ ଟିକସ ହ୍ରାସ କରାଗଲା। କିନ୍ତୁ କଚ୍ଛପଗତିରେ ଚାଲୁଥିବା ଦେଶର ଆର୍ଥିକ ବ୍ୟବସ୍ଥାରେ ଏହା ବିଶେଷ ସୁଫଳପ୍ରଦ ହେଲା ନାହିଁ। ଏପ୍ରିଲରୁ ଅକ୍ଟୋବର ଭିତରେ ଦେଶର ବିତ୍ତୀୟ ନିଅଣ୍ଟ ୨୦୧୮ ମାର୍ଚ୍ଚ ୩୧ରେ ଶେଷ ହେଉଥିବା ସମ୍ପୂର୍ଣ୍ଣ ବର୍ଷର ଆକଳିତ ବଜେଟ୍‌ ପରିମାଣର ୯୬.୧ ପ୍ରତିଶତ। ବର୍ଷକ ତଳେ ଏଇ ଅବଧି ଭିତରେ ଏହା ଥିଲା ଧାର୍ଯ୍ୟ ଲକ୍ଷ୍ୟର ୭୬.୪ ପ୍ରତିଶତ। ଅନ୍ୟ ଭାଷାରେ କହିଲେ, ଏପ୍ରିଲରୁ ଅଗଷ୍ଟ ୨୦୧୭ ଭିତରେ ବିତ୍ତୀୟ ନିଅଣ୍ଟ ବା ବ୍ୟୟ ଓ ରାଜସ୍ବ ଆଦାୟ ଭିତରେ ବ୍ୟବଧାନ ଥିଲା ୫.୨୫ ଲକ୍ଷ କୋଟି। କିନ୍ତୁ ଚଳିତ ବର୍ଷ ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଲାଗୁ କରାଯିବା ଏବଂ ବିମୁଦ୍ରୀକରଣ ପରେ ନୂଆ ନୋଟ୍‌ ଛପାଯିବାରେ ବିପୁଳ ଖର୍ଚ୍ଚ କରାଯିବା ତଥା ଅନ୍ୟ କାରଣରୁ ନିଅଣ୍ଟ ପରିମାଣ ବୃଦ୍ଧି ପାଇଛି। ବିଭିନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥାରୁ ପୁଞ୍ଜି ବିନିବେଶ ଏବଂ ଲାଭ ଆଦାୟ ମାଧ୍ୟମରେ ହୁଏତ ଚଳିତ ବର୍ଷର ଆର୍ଥିକ ସମସ୍ୟା ଦୂର କରାଯାଇପାରେ। ପ୍ରଥମଥର ପାଇଁ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ୭୨,୫୦୦ କୋଟି ଟଙ୍କାରୁ ଅଧିକ ଋଣ ଉଠାଇବାର ସମ୍ଭାବନା ରହିଛି। ତଥାପି ୫୦,୦୦୦ କୋଟି ଟଙ୍କା ଅଧିକ ଋଣ ଅଣାଯିବା ଯୋଗୁ ବିତ୍ତୀୟ ନିଅଣ୍ଟ ୩୦ ବେସିସ୍‌ ପଏଣ୍ଟରୁ ୩୫ ବେସିସ୍‌ ପଏଣ୍ଟ ବୃଦ୍ଧି ପାଇପାରେ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା କରୁଛନ୍ତି। ଅର୍ଥନୀତିର ଶଗଡ଼ଚକକୁ ସହି ଗୁଳାରେ ପକାଇବା ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଚାପ ମଧ୍ୟରେ ଅଛନ୍ତି, ଏପରି କି ବିତ୍ତୀୟ ନିଅଣ୍ଟର ମୂଲ୍ୟ ବିନିମୟରେ ମଧ୍ୟ। ସଙ୍ଗିନ ଆର୍ଥିକ ପରିସ୍ଥିତି ସରକାରଙ୍କୁ ବ୍ୟୟ ସଂକୋଚନ ଲାଗି ବାଧ୍ୟ କରିପାରେ। ତଥାପି ଆଗକୁ ନିର୍ବାଚନ ଥିବାରୁ ସରକାର ତାହା ନ କରିପାରନ୍ତି। ମୋଦି ସରକାର ପାଖରେ ସବୁଠାରୁ ବଡ଼ ଆହ୍ବାନ ହେଉଛି ଚାହିଦା ଓ ନିଯୁକ୍ତି ବୃଦ୍ଧି କରିବା। ଏଥିପାଇଁ ସରକାରଙ୍କୁ ପୁଞ୍ଜିନିବେଶ ବୃଦ୍ଧି କରିବାକୁ ପଡ଼ିବ। ନିବେଶ ବୃଦ୍ଧି ଲାଗି ଅତିରିକ୍ତ ପାଣ୍ଠି ସଂଗ୍ରହ ପାଇଁ ସରକାରଙ୍କୁ ବଣ୍ଡ୍‌ ବିକ୍ରି କରିବାକୁ ପଡ଼ିପାରେ। ୨୦୧୯ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏକ ଲୋକପ୍ରିୟ ବଜେଟ୍‌ ପାଇଁ ମଧ୍ୟ ସରକାର ଚାପରେ ରହିବେ, ଯାହା ବିତ୍ତୀୟ ଆକଳନ ଲାଗି ଅଧିକ ଚାପ ସୃଷ୍ଟି କରିବ।
ନିଅଣ୍ଟ ଆହୁରି ବୃଦ୍ଧି ପାଇବାକୁ ରୋକିବା ଲାଗି ସମ୍ଭବତଃ ସରକାର ବୁଧବାର ବିଭିନ୍ନ ସ୍ବଳ୍ପ ସଂଚୟ ଯୋଜନା, ଯଥା ଜନ ଭବିଷ୍ୟନିଧି ପାଣ୍ଠି, କିଷାନ ବିକାଶ ପତ୍ର ଓ ସୁକନ୍ୟା ସମୃଦ୍ଧି ପ୍ରଭୃତି ଉପରୁ ଜାନୁୟାରୀରୁ ମାର୍ଚ୍ଚ ତ୍ରିମାସୀ ପାଇଁ ୦.୨ ପ୍ରତିଶତ ସୁଧହାର ହ୍ରାସ କରିଛନ୍ତି। କିନ୍ତୁ ଏହା ଏକ ବିଜ୍ଞୋଚିତ ନିଷ୍ପତ୍ତି ନୁହେଁ। ବରିଷ୍ଠ ନାଗରିକ, ସ୍ବଳ୍ପ ଆୟକାରୀ ନିମ୍ନ-ମଧ୍ୟବିତ୍ତଙ୍କ ସମେତ ଲକ୍ଷ ଲକ୍ଷ ଲୋକ ଏପରି ସ୍ବଳ୍ପ ସଂଚୟ ଯୋଜନାଗୁଡ଼ିକ ଉପରେ ନିର୍ଭର କରିଥାନ୍ତି। ତେଣୁ ଏଥିରୁ ସୁଧ କମାଇଦେଲେ ସେମାନେ ପ୍ରଭାବିତ ହେବେ। ବେକାର ଯୁବକଙ୍କୁ କର୍ମନିଯୁକ୍ତି ଯୋଗାଇବା ଏବଂ ଅର୍ଥନୀତିରେ ସୁଧାର ଆଣିବା କଥା କହି ଭାଜପା କ୍ଷମତାକୁ ଆସିଥିଲା। କିନ୍ତୁ ନିଜେ ଧାର୍ଯ୍ୟ କରିଥିବା ଏହି ଲକ୍ଷ୍ୟଠାରୁ ଦଳ ଏବେ ବହୁ ଦୂରରେ। ବରଂ ଏହା ଗରିବ ଓ ନିମ୍ନ-ମଧ୍ୟବିତ୍ତ ଲୋକଙ୍କ ସାମାନ୍ୟ ସଂଚୟଜନିତ ଆୟରୁ ବି ଲୁଟିବାକୁ ପଛାଉନାହିଁ। ଅର୍ଥନୀତି ଭୁଶୁଡ଼ିବା, ଦେଶରେ ନୂତନ ନିଯୁକ୍ତି ସୃଷ୍ଟି ନ ହେବା ଏବଂ ସ୍ବଳ୍ପ ସଂଚୟରୁ ବି ଲୋକଙ୍କ ଆୟ ହ୍ରାସ ପାଇବା ଘଟଣା ମୋଦି ସରକାରକୁ ଯେ ଲୋକଙ୍କଠାରୁ ଦୂରକୁ ଦୂରକୁ ନେଇଯିବ ଏଥିରେ ସନ୍ଦେହ ନାହିଁ।

All Right Reserved By

ସମ୍ପାଦକୀୟ |

ହିସାବରେ ଅତିକ୍ରମ

ହିସାବରେ ଅତିକ୍ରମ

ତଥାଗତ ସତପଥୀ: ବିଶ୍ୱ ବ୍ୟାଙ୍କ ରିପୋର୍ଟ ୨୦୧୭ ଅନୁଯାୟୀ ମୋଟ ଘରୋଇ ଉତ୍ପାଦ(ଜିଡିପି) ଦୃଷ୍ଟିକୋଣରୁ ଫ୍ରାନ୍ସକୁ ଅତିକ୍ରମ କରି ଭାରତ ବିଶ୍ୱର ଷଷ୍ଠ ବୃହତ୍‌ ଅର୍ଥନୀତିର ମାନ୍ୟତା ଲାଭ କରିଛି। ଆମେରିକା ସର୍ବବୃହତ୍‌ ଅର୍ଥନୀତିର ଟ୍ୟାଗ୍‌କୁ ବଜାୟ ରଖିଥିବା ବେଳେ ତା’ ପଛକୁ ଚାଇନା, ଜାପାନ, ଜର୍ମାନୀ ଏବଂ ବ୍ରିଟେନ୍‌ ରହିଛନ୍ତି। ରିପୋର୍ଟ କହେ, ଫ୍ରାନ୍ସର ଜିଡିପି ୨.୫୮୨ ଟ୍ରିଲିୟନ୍‌ ଡଲାର ଥିବାବେଳେ ଭାରତର ରହିଛି ୨.୫୯୭ ଟ୍ରିଲିୟନ୍‌ ଡଲାର। ଏହି ୧୫ ଟ୍ରିଲିୟନ ଡଲାର ପାର୍ଥକ୍ୟକୁ କୌଣସି ଭାବେ ଗୌଣ କରାଯିବା ଉଚିତ ନୁହେଁ। ବାସ୍ତବରେ ଭାରତୀୟଙ୍କ ପାଇଁ ଏହା କିପରି ଗୁରୁତ୍ୱ ବହନ କରୁଛି, ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛିି। ସଂଖ୍ୟା ହିସାବକୁ ନିଆଗଲେ ଷଷ୍ଠ ବୃହତ୍‌ ଅର୍ଥନୀତି ହେଲେ ସୁଦ୍ଧା ଭାରତକୁ ଆହୁରି ଅନେକ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ପଡ଼ିିବ ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି। ଷଷ୍ଠ ବୃହତ୍‌ ଅର୍ଥନୀତିର ମାନ୍ୟତା ଆଶା ବାହାରେ ନୁହେଁ, ମାତ୍ର ଦେଶର ମୁଣ୍ଡପିଛା ଆୟ ଚିନ୍ତାର ବିଷୟ ବୋଲି ସେ ମତବ୍ୟକ୍ତ କରିଛନ୍ତି। କାରଣ ଫ୍ରାନ୍ସରେ ଏହା ୪୩,୭୨୦ ଡଲାର ହୋଇଥିବାବେଳେ ଭାରତରେ ମାତ୍ର ୭,୦୬୦ ଡଲାର ରହିଛି।...

ମଦ୍ୟପାନ: ନକଲ ଓ ଅକଲ

ମଦ୍ୟପାନ: ନକଲ ଓ ଅକଲ

ଡ. ରମେଶ ଚନ୍ଦ୍ର ପରିଡ଼ା: କଥାରେ କହନ୍ତି ”ନକଲରେ ଅକଲ“ ନ ଥାଏ। ଏଠାରେ ନକଲ କହିଲେ ବୁଝାଏ ଅନ୍ଧ ଅନୁକରଣକୁ। ଏଭଳି କରିବା ନିର୍ବୋଧତାର ପରିଚୟ ଦିଏ। ତେବେ ଆମେ ଅନେକେ ଅଧିକାଂଶ ସମୟରେ ତାହା କରୁ। ବଡ ବୋଲି ଭାବୁଥିବା କୌଣସି ଲୋକର ବାହ୍ୟ ଚାକଚକ୍ୟ ଦେଖି ତାକୁ ନକଲ କରୁ, ତାହାର ଭଲମନ୍ଦ ବିଚାର ନ କରି। ଆମ ସମାଜରେ ମଦ୍ୟପାନର ପ୍ରସାର ଘଟିଛି ଏବଂ ଘଟୁଛି ସେହିଭଳି କାରଣରୁ। ପ୍ରଥମେ ଆଭିଜାତ୍ୟରେ ବିଦେଶୀ ଶାସକଙ୍କ ସମକକ୍ଷ ହେବା ଲାଗି ଆମ ସମାଜର ତଥାକଥିତ ଉଚ୍ଚବର୍ଗର ଲୋକେ ତାଙ୍କୁ ଏଥିରେ ଅନୁକରଣ କଲେ। ଏବେ ତ ଆମେ ସମସ୍ତେ ନିଜକୁ ଆଭିଜାତ୍ୟସମ୍ପନ୍ନ ବୋଲି ଉପସ୍ଥାପିତ କରିବାରେ ବ୍ୟସ୍ତ। ସେଇଥିପାଇଁ ଏହା ବଢୁଛି। ପୁନଶ୍ଚ ଆଗେ ଆମେ ମଦ୍ୟପାନ କରୁଥିବା ଲୋକଙ୍କୁ ଘୃଣା କରୁଥିଲୁ। ଆଜିକାଲି ତାହା ନାହିଁ। ପକ୍ଷାନ୍ତରେ, ଆମ ଦୃଷ୍ଟିରେ ସେଲିବ୍ରିଟି ହୋଇଥିବା ବର୍ଗର ଲୋକଙ୍କ ଜୀବନଧାରାର ଏହା ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆମେ ବି ତାଙ୍କୁ ନକଲ କରି ନିଜର ଗୁରୁତ୍ୱ ବଢାଇବାରେ ବ୍ୟସ୍ତ। ଏଥିପାଇଁ ଅକଲର ଦରକାର ପଡୁନାହିଁ।...

କାଳିଆ, ତୁ’ ସତରେ କାହାର

କାଳିଆ, ତୁ’ ସତରେ କାହାର

ଡ. ନରହରି ବେହେରା: ମୁଁ ଏଇଠି ଠିଆ ହେଇଚିରେ କାଳିଆ! ବଅସ ହଟିଲାଣି, ଆଖିକି ଭଲ ଦୁଶୁନି, ତଥାପି ତୋତେ ଦେଖିବି ବୋଲି ଦୌଡ଼ି ଆସିଛି। ହେଲେ ମୁଁ ତୋ ପାଖକୁ ଯାଇପାରୁନି। ମୁଁ ନ ଯାଇପାରିଲେ କ’ଣ ହେଲା, ତୁ କ’ଣ ମୋ ପାଖକୁ ଟିକିଏ ଆସିବୁନି? ନିଶ୍ଚୟ ଆସିବୁ। ହେଇ ତୁ ତ ରଥରେ ବସିଲୁଣି। ତୋର ସେଇ ଚକା ଚକା ଆଖି ଦି’ଟା ଦିଶିଲାଣି। ଆରେ, ମୋ ଆଡ଼େ ଟିକିଏ ନ ଚାହିଁ ସିଧା ସିଧା କୁଆଡ଼େ ପଳାଇ ଯାଉଛୁ, ମୋ ଆଖିର ଲୁହ ତୋତେ କ’ଣ ଦେଖାଯାଉନି? ଏ ବୁଢ଼ୀଟା ତୋତେ ବିକଳରେ ଚାହିଁଛି, ତୋ ହୃଦୟ ତରଳି ଯାଉନି? ହଁ ମୁଁ ବି ବାୟାଣୀ ହେଇଗଲିଣି। ତୁ କେତେବେଳେ କାହାର ଥିଲୁ ଯେ, ଆଜି ମୋର ହବୁ? ତୁ ତ ନଟନାଗର, ହଟିଆ କଳାକାର। ତୁ ଯାହାକୁ ଚାହିଁବୁ ତା’ ପାଖକୁ ଯିବୁ, ତୋତେ ଯିଏ ଯେତେ ଚାହିଁଲେ ବି ଯିବୁନି।...

ଏଇ ଭାରତରେ

ଏଇ ଭାରତରେ

ନିଜେ ପରିଷ୍କାର ରହିବା ସହିତ ପରିବେଶକୁ ନିର୍ମଳ ରଖିବା ଲାଗି ଆମ ଦେଶରେ କିଏ କେତେ ପ୍ରକାର ଉଦ୍ୟମ କରୁଛନ୍ତି। ଏହି ଉଦ୍ୟମର ଅଂଶ ସ୍ବରୂପ ଅହମଦାବାଦ୍‌ ମହାନଗର ନିଗମ (ଏଏମ୍‌ସି) ଅଧୀନରେ ଥିବା ପ୍ରାଥମିକ ସ୍କୁଲ୍‌ ପିଲାମାନଙ୍କର ମାସକୁ ଥରେ ମାଗଣା କେଶ କଟାଯିବ। ଏହା ‘ସ୍ବଚ୍ଛତା ଆଡକୁ ପାଦେ’ କାର୍ଯ୍ୟକ୍ରମର ଅଂଶବିଶେଷ। ଏଥିପାଇଁ ନିଗମ ଏକ ସ୍ବେଚ୍ଛାସେବୀ ସଂଗଠନ (ଇଣ୍ଟରନ୍ୟାଶନାଲ୍‌ ସ୍କୁଲ୍‌ ଅଫ୍‌ ଆସ୍‌ଥେଟିକ୍ସ ଆଣ୍ଡ୍‌ ସ୍ପା) ସହିତ ଚୁକ୍ତି ସ୍ବାକ୍ଷର କରିଛି।...

ପାକିସ୍ତାନର ପରବର୍ତ୍ତୀ ତ୍ରାଣକର୍ତ୍ତା

ପାକିସ୍ତାନର ପରବର୍ତ୍ତୀ ତ୍ରାଣକର୍ତ୍ତା

ଆକାର ପଟେଲ ପାକିସ୍ତାନ ଅପେକ୍ଷା କରିଛି ତା’ର ପରବର୍ତ୍ତୀ ତ୍ରାଣକର୍ତ୍ତା ଦ୍ରୁତ ବୋଲର ଇମ୍ରାନ୍‌ ଖାନ୍‌ଙ୍କୁ, ଯିଏ କି ଚଳିତ ମାସରେ ହେବାକୁ ଯାଉଥିବା ନିର୍ବାଚନରେ ଜିତି ପ୍ରଧାନମନ୍ତ୍ରୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଦେଶର ସେନା ତଥା ପ୍ରଭାବଶାଳୀ ଅମଲାତନ୍ତ୍ରୀମାନେ ତାଙ୍କୁ ସମର୍ଥନ କରୁଥିବା ବେଳେ ଗଣମାଧ୍ୟମରେ ଏପରି ଖବର ପ୍ରକାଶ ପାଉଛି। କଶ୍ମୀରୀ ମୂଳ ପଞ୍ଜାବୀ ନେତା ନଓ୍ବାଜ ଶରିଫ ଗିରଫ ହୋଇ ଜେଲ ଯିବା ଏ ଦିଗରେ ଅନ୍ତିମ ପଦକ୍ଷେପ। ଖାନ୍‌ଙ୍କ ଦଳ ତେହରିକ୍‌ ଇ ଇନ୍‌ସାଫ ଖାଇବର ପାଖତୁନ୍‌ଖ୍ବା ଅଞ୍ଚଳରେ ମଜଭୁତ ଥିବା ବେଳେ ଶରିଫଙ୍କ ଦଳ ମଧ୍ୟ ଏ ଅଞ୍ଚଳରେ ବେଶ୍‌ ଶକ୍ତିଶାଳୀ ରହିଛି। ଦୁର୍ନୀତି ଓ ବିପୁଳ ସମ୍ପତ୍ତି ଠୁଳ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଶରିଫ ଯଦି ଜେଲ ଯାଇ ନ ଥାନ୍ତେ ତେବେ ଗଣତାନ୍ତ୍ରିକ ଭାବେ ସଫଳତା ପାଇବା ଖାନ୍‌ଙ୍କ ...

ସେଇ ଆଖି ଦିଓଟି

ସେଇ ଆଖି ଦିଓଟି

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ବଡ ରହସ୍ୟମୟ ସେଇ ଆଖି ଦିଓଟି। ବିଶ୍ୱାସ ଓ ବିଜ୍ଞାନର ଦ୍ୱନ୍ଦ୍ୱ ମଧ୍ୟରେ ସେଇ ଆଖି ଦିଓଟିର ଆକର୍ଷଣ ଯେମିତି ଅଭିନବ, ସେମିତି ଅବୋଧ୍ୟ। କାଳ କାଳ ଧରି ଏହା ଆକର୍ଷିତ କରିଆସିଛି ବିଶ୍ୱର ଅଗଣିତ ମଣିଷଙ୍କୁ। ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ବା ବୟସ ନିର୍ବିଶେଷରେ ବିମୋହିତ କରିଛି ମୂର୍ଖଙ୍କଠାରୁ ପଣ୍ଡିତଙ୍କ ଯାଏଁ, ଧନୀଙ୍କଠୁ ନିର୍ଦ୍ଧନଙ୍କ ପର୍ଯ୍ୟନ୍ତ। ସେଇ ଆଖି ଦିଓଟି ସହ ନିଜ ନିଜର ଆଖି ମିଶାଇବା ପୂର୍ବରୁ ଅବଶ୍ୟ ଅଭିଳାଷରେ ଅତିଷ୍ଠ ହୋଇଛନ୍ତି ସଭିଏଁ ଓ ଚାରିଚକ୍ଷୁର ମିଳନ ପରେ ଅମୃତମୟ ଅନୁଭବରେ ବିଭୋର ହୋଇଛନ୍ତି ସମସ୍ତେ।...

ଅନନ୍ୟ ବିଚାରକ

ଅନନ୍ୟ ବିଚାରକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର, ଶାସ୍ତ୍ରୀୟ ଶିଳ୍ପୀ ସୋନାଲ ମାନ୍‌ସିଂ, ପୂର୍ବତନ ଏମ୍‌ପି ରାମ ଶକଲ ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ବିଚାରକ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରଫେସର ରାକେଶ ସିହ୍ନାଙ୍କୁ ୨୦୧୮ ଜୁଲାଇ ୧୪ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟ ସଭାକୁ ମନୋନୀତ କରିଛନ୍ତି। ପ୍ରତ୍ୟେକ ନିଜ କ୍ଷେତ୍ରରେ ଉତ୍ତମ ପାରଦର୍ଶିତା ଦେଖାଇ ସାରିଛନ୍ତି। ତେବେ ବିଚାରଗତ ଆଦର୍ଶ ଓ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ଲାଭ କରି ଚର୍ଚ୍ଚିତ ...

ଏଇ ଭାରତରେ

ଏଇ ଭାରତରେ

ସରକାରୀ ସ୍କୁଲର କେତେକ ଛାତ୍ର ଘରୋଇ ସ୍କୁଲ୍‌ମୁହଁା ହେଉଥିବା ବେଳେ ସେମାନଙ୍କୁ ଏଥିରୁ ନିବୃତ୍ତ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଏକ ଅଭିନବ ଉପାୟ ଆପଣାଇଛନ୍ତି। କର୍ନାଟକସ୍ଥିତ ମହୀଶୂର ଜିଲାର ନାଞ୍ଜାନଗୁଡ ତାଲୁକ ଅଧୀନ ଏକ ସରକାରୀ ସ୍କୁଲ କାନ୍ଥକୁ ଟ୍ରେନ୍‌ ଭଳି ଚିତ୍ରିତ କରାଯାଇଛି। ଏହାକୁ ଏକ ନୂଆ ରୂପ ଦେବାଦ୍ୱାରା ପିଲା ଓ ଅଭିଭାବକଙ୍କ ଦୃଷ୍ଟିଭଙ୍ଗୀ ବଦଳିଯିବ ବୋଲି ବ୍ଲକ୍‌ ଶିକ୍ଷା ଅଧିକାରୀ ଏମ୍‌. ନାରାୟଣ ପ୍ରକାଶ କରିଛନ୍ତି। ପ୍ରଥମରୁ ...

ବିହାରକୁ ରାସ୍ତା

ବିହାରକୁ ରାସ୍ତା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ଅଧ୍ୟକ୍ଷ ଥିବା ବିହାର କ୍ୟାଡର ଆଇଏଏସ୍‌ ଅଫିସର ଦୀପକ କୁମାରଙ୍କ ଡେପୁଟେଶନ ଅବଧି ପୂରା ହୋଇ ନ ଥିବାବେଳେ ତାଙ୍କୁ ନିଜ ରାଜ୍ୟ ବିହାରର ରାସ୍ତା ଦେଖାଇ ଦିଆଯିବା ଘଟଣାକୁ ନେଇ ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ଯେ, ତାଙ୍କୁ ହୁଏତ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କରାଯାଇପାରେ। ରାଜପଥଗୁଡ଼ିକୁ ନିଲାମ କରି ସେଥିରୁ ଟଙ୍କା ଛାଣିବାରେ ଏନ୍‌ଏଚ୍‌ଏଆଇ ବ୍ୟସ୍ତ ଥିବାବେଳେ ଦୀପକ କୁମାରଙ୍କ ବିଦାୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍‌ ଗଡ଼କରୀ ପୂର୍ବରୁ କହିଥିଲେ ଯେ, ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ସରକାର ୧୦୫ଟି ରାଜପଥକୁ ଟୋଲ ଫି ପାଇଁ ନିଲାମ କରିବା ମାଧ୍ୟମରେ ଟଙ୍କା ଆଦାୟ କରିବେ, ଯେଉଁଥିରୁ ଦେଢ଼ଲକ୍ଷ କୋଟି ଟଙ୍କା ଆଦାୟ ...

ଘୋଷଯାତ୍ରାର ଉଦ୍‌ଘୋଷଣ

ଘୋଷଯାତ୍ରାର ଉଦ୍‌ଘୋଷଣ

ଡ. ପ୍ରଫୁଲ୍ଲ କୁମାର ସାହୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ଆରାଧ୍ୟ ଦେବତା। ସେ ଏ ଜାତିର ସାଂସ୍କୃତିକ ଓ ରାଜନୈତିକ ଚିନ୍ତନର ସର୍ବମୟ କର୍ତ୍ତା। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତିଟି ସ୍ତରରେ, ପ୍ରତିଟି କାର୍ଯ୍ୟରେ ଓଡ଼ିଆ ଜାତି ଶ୍ରୀଜଗନ୍ନାଥଙ୍କୁ ଆଶ୍ରା କରିଛି ଏବଂ ତାଙ୍କରି ନାମରେ ନିଜକୁ ପରିଚିତ କରେଇଛି ବିଶ୍ୱ ଦରବାରରେ। ସେଥିପାଇଁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି କେଉଁ ସ୍ମରଣାତୀତ କାଳରୁ ଓଡ଼ିଶାର ଜନଜୀବନରେ ପ୍ରବାହିତ ହୋଇଛି ଏକ ସମନ୍ବୟାତ୍ମକ ସାଂସ୍କୃତିକ ସ୍ରୋତ। ଏ ସ୍ରୋତରେ ସମ୍ମିଳିତ ହୋଇଛି ମାନବ ସମାଜର ସଞ୍ଚତ୍ତ ଓ ପରୀକ୍ଷିତ ସକଳ ଦର୍ଶନତତ୍ତ୍ୱ। ସେ ତତ୍ତ୍ୱ କିନ୍ତୁ କୌଣସି ଦାର୍ଶନିକ ପ୍ରଜ୍ଞା ନୁହେଁ, ବରଂ ବ୍ୟକ୍ତି ତଥା ସମାଜ ଜୀବନର ଏକ ଦୃଷ୍ଟିକୋଣ; ଏକ ସାଂସ୍କୃତିକ ଅକଲବନ୍ଦୀ। ତା’ର ଉଦାର ଓ ମହାନ ଅନ୍ତଃପ୍ରେରଣାରେ ରହିଛି ମାନବଜାତିର ଜୀବନଚର୍ଯ୍ୟାକୁ ସରସ, ସୁନ୍ଦର ଓ ସୃଜନଶୀଳ କରି ଗଢିତୋଳିବା ନିମନ୍ତେ ଲୋକଶିକ୍ଷାର ବିସ୍ତୃତ ଅବତାରଣା।...

ଉତ୍କଳଘଣ୍ଟ କବି ଯଦୁମଣି

ଉତ୍କଳଘଣ୍ଟ କବି ଯଦୁମଣି

ଡ. ଉଦ୍ଧବ ଚରଣ ନାୟକ ଓଡିଶାରେ ଯଦୁମଣିଙ୍କୁ କିଏ ନ ଜାଣେ? ତାଙ୍କର ପୂରା ନାମ ଯଦୁମଣି ମହାପାତ୍ର। ସେ ଯେପରି ହାସ୍ୟରସିକ ଥିଲେ ସେହିପରି ଥିଲେ ଜଣେ ମହାନ୍‌ ଭକ୍ତକବି। ତାଙ୍କ ହାସ୍ୟରସିକତା ଥିଲା ବିଭୁଦତ୍ତ। ଷୋଳବର୍ଷ ବୟସରେ କବି ହେବାର ବାସନା ଜାଗ୍ରତ ହେଲା। ଗୁରୁଙ୍କ ଆଦେଶରେ ସେ କବିତ୍ୱ ଲାଭ କରିବା ପାଇଁ ଘୁମୁସର ରାଜ୍ୟ ବିଷ୍ଣୁଚକ୍ର ଗ୍ରାମର ପଞ୍ଚମୁଖ ଭଗବାନ କବିରାଜ ବାହିନୀପତିଙ୍କ ପାଖରେ ପହଞ୍ଚିଲେ। କବିରାଜେ ଦେଖିଲେ ପିଲାଟା ବ୍ରାହ୍ମଣ କୁଳରେ ଜନ୍ମ ନ ହେଲେ ମଧ୍ୟ ସଂସ୍କୃତ ଭାଷାରେ ଗଭୀର ଜ୍ଞାନ ଅର୍ଜନ କରିଛି। ଏଣୁ ସେ ଯଦୁମଣିଙ୍କ ମନସ୍କାମନା ପୂରଣ ନିମନ୍ତେ ଭଗବାନ ହୟଗ୍ରୀବଙ୍କ ପୂଜାକରି ହୟଗ୍ରୀବ ମନ୍ତ୍ରସାଧନା ନିମନ୍ତେ ଆଦେଶ ଦେଲେ। ...

ଏଇ ଭାରତରେ

ଏଇ ଭାରତରେ

ଗାଈ ଓ ବାଘ ମଧ୍ୟରେ ଖାଦ୍ୟ-ଖାଦକ ସମ୍ପର୍କ। ଗାଈ ତୃଣଭୋଜୀ ପ୍ରାଣୀ। ବାଘ ମାଂସାଶୀ। ବାଘ ଜଙ୍ଗଲର ଏକ ହିଂସ୍ର ତଥା ଶିକାରୀ ପ୍ରାଣୀ। ବାଘ ଗାଈକୁ ଆକ୍ରମଣ କରିବା ସ୍ବାଭାବିକ କଥା। କିନ୍ତୁ ଗାଈ ଆକ୍ରମଣରେ ଗୋଟିଏ ଚିତାବାଘ ମୃତ୍ୟୁବରଣ କରିବା ଆଶ୍ଚର୍ଯ୍ୟଜନକ ମନେହେଲେ ମଧ୍ୟ ସତ୍ୟ। ନିକଟରେ ଔରଙ୍ଗାବାଦ୍‌ସ୍ଥିତ ଗୌତଲା ବନ୍ୟପ୍ରାଣୀ ଅଭୟାରଣ୍ୟରେ ଏପରି ଏକ ବିପରୀତ ଘଟଣା ଘଟିଛି। ସୋମବାର ସକାଳେ ଗୌତଲାର ଭାମ୍ବରଓ୍ବାଡି ଶାଇଭରଠାରେ ଗୋଟିଏ ବାଛୁରୀକୁ ଚିତାବାଘ ଆକ୍ରମଣ କରି ମାରିଦେଇଥିଲା। ଏହା ଦେଖି ପଲେ ଗାଈ ଉକ୍ତ ବାଘକୁ ଘେରିଯାଇ ଏହା ଉପରେ ପାଲଟା ...

Model This Week

ରୂପେଶ