ସମ୍ପାଦକୀୟ |

ମନୋରଞ୍ଜନ ବନାମ ସଂସ୍କୃତି

ମନୋରଞ୍ଜନ ବନାମ ସଂସ୍କୃତି
ପ୍ରସନ୍ନ କୁମାର ସାହୁ ମହାରାଜା ମାନଧାତାଙ୍କ ରାଜତ୍ୱ ସମୟରେ ସୌଭରି ନାମକ ଜଣେ ଋଷିଙ୍କର ଆବିର୍ଭାବ ହୋଇଥିଲା। ସୌଭରିଙ୍କ ମହିମା ପ୍ରଚାରିତ ହେବାରେ ଲାଗିବାରୁ ଅନେକ ଲୋକ ତାଙ୍କ ଦର୍ଶନ କରି ନିଜର ସମସ୍ୟା ଉପସ୍ଥାପନ କରୁଥିଲେ ଏବଂ ତାଙ୍କର ମାର୍ଗଦର୍ଶନରେ ସମାଧାନର ବାଟ ବାହାର କରୁଥିଲେ। ଦିନକୁ ଦିନ ଭକ୍ତଙ୍କ ସଂଖ୍ୟା ବଢିବାରୁ ସୌଭରି ଆଉ ଜପତପ କରିବାକୁ ସକ୍ଷମ ହେଲେନାହିଁ। ସେ ଜପତପ କରିବା ପାଇଁ ନିଜର ସିଦ୍ଧି ବଳରେ କାଳିନ୍ଦୀ ନଦୀର ଗଭୀର ଜଳ ମଧ୍ୟରେ ବସି ତପସାଧନା କଲେ। ଏପରି ଅନେକ ଦିନ ବିତିଯିବା ପରେ ଥରେ ସୌଭରି ଋଷି ଜଳ ମଧ୍ୟରେ ଥାଇ ଆଖି ଖୋଲିଲାବେଳକୁ ତାଙ୍କ ଆଖି ଆଗରେ ଏକ ମତ୍ସ୍ୟଯୁଗଳ ରତିକ୍ରୀଡାରେ ବ୍ୟସ୍ତ। (ଦେଖିଲେ ମୀନ ଗଣ ମଧ୍ୟେ। ରୋହିତ ଖେଳଇ ଆନନ୍ଦେ।ା -ଭାଗବତ, ୯ମ ସ୍କନ୍ଧ ୬ଷ୍ଠ ଅଧ୍ୟାୟ) ଏହା ଦେଖି ଋଷି ସୌଭରିଙ୍କ ମନରେ ବିବାହ କରି ଘରସଂସାର କରିବାକୁ ଇଚ୍ଛା ଜାଗ୍ରତ ହେଲା ଏବଂ ସେ ଜଳ ମଧ୍ୟରୁ ବାହାରି ମହାରାଜା ମାନଧାତାଙ୍କୁ ତାଙ୍କର ୫୦ କନ୍ୟା ମଧ୍ୟରୁ ଜଣଙ୍କୁ ବିବାହ କରିବା ପାଇଁ ଇଚ୍ଛା ବ୍ୟକ୍ତ କଲେ। (ଏହାର ପରବର୍ତ୍ତୀ ଘଟଣା ପାଠକେ ନିଜେ ଭାଗବତରେ ପଢିବାକୁ ଅନୁରୋଧ)। ଜଣେ ଇନ୍ଦ୍ରିୟ ଜୟୀ, ସିଦ୍ଧିପ୍ରାପ୍ତ ବୃଦ୍ଧ ଋଷି ଯଦି ଜଳଚର ମୀନଙ୍କ ରତିକ୍ରୀଡା ଦେଖି ନିଜର ଆତ୍ମସମ୍ମାନ, ସାମାଜିକ ଓ ଆଧ୍ୟାତ୍ମିକ ପ୍ରତିଷ୍ଠା ଭୁଲିଗଲେ, ଆମେ ଆଜିର ଯୁଗରେ ଅର୍ଥ ବ୍ୟୟ କରି ନିଜ ଘରେ ଟେଲିଭିଜନ୍‌ ମାଧ୍ୟମରେ ଆମ ଭାବୀପିଢିକୁ କେଉଁ ଦୃଶ୍ୟ ଦେଖାଉଛେ? ଆଜିକାଲି ସାଧାରଣ ଜୀବନରେ ଏହାର ଘୋର ପ୍ରଭାବ ପ୍ରତିଫଳିତ ହେଉଛି। ରାସ୍ତାଘାଟ, ପାର୍କ, ଶପିଂମଲ୍‌ ସବୁଠାରେ ପ୍ରେମୀଯୁଗଳମାନଙ୍କର ଯୌନ ଉନ୍ମାଦନାଯୁକ୍ତ ମୁଦ୍ରା ପରିଲକ୍ଷିତ। ରାସ୍ତାଘାଟରେ ଏ ଦୃଶ୍ୟ ଦେଖିଲେ ସାମାନ୍ୟ ମର୍ଯ୍ୟାଦା ରଖିଥିବା ମଣିଷ ହତବାକ୍‌ ହୋଇପଡୁଛି। ଲଜ୍ଜାରେ ମୁଣ୍ଡ ତଳକୁ ହୋଇଯାଉଛି। ପ୍ରଗତିଶୀଳ ସମାଜରେ ବନ୍ଧୁ କରିବା ମନା ନାହିଁ। ଆବହମାନ କାଳରୁ ପ୍ରେମ କରିବା ପ୍ରଚଳିତ କିନ୍ତୁ ଏହା ଆଳରେ ଯୌନ ଉତ୍ସୃଙ୍ଖଳତା ଆଦୌ ଗ୍ରହଣୀୟ ନୁହେଁ। ସବୁଠାରୁ ଦୁଃଖର ବିଷୟ ଏହାକୁ କେହି ପ୍ରତିବାଦ କରୁନାହାନ୍ତି। କେବଳ କିଛି ସଂଗଠନ ଫେବୃୟାରୀ ୧୪ ଭାଲେଣ୍ଟାଇନ ଦିନ ହିଁ ପ୍ରତିବାଦ କରନ୍ତି। ତା’ପରେ ବର୍ଷତମାମ ଶୋଇଯାନ୍ତି। ଦାଣ୍ଡ, ରାସ୍ତାଘାଟ, ହାଟବଜାରରେ ଦୁଷ୍ଟାମି କରୁଥିବା ପିଲାଙ୍କୁ ବୟସ୍କମାନେ ତାଗିଦ କରିବା ବା ସାହି ମୁରବିମାନେ ଯୁବକମାନଙ୍କୁ ଅବାଟରୁ ରୋକିବା ଆଉ ଆଜିକାଲି ଦେଖିବାକୁ ମିଳୁନି। ଏ ସ୍ପର୍ଶକାତର ବିଷୟରେ ସମସ୍ତେ ମୁହଁ ଆଡେଇ ଯେଝା ବାଟରେ ଚାଲିଯାଉଛନ୍ତି। କେହି, କେହି ଏହାକୁ ଆଧୁନିକତା କହି ମୂଳ ପ୍ରସଙ୍ଗକୁ ଏଡାଇ ଯାଆନ୍ତି। ଏହି ମର୍ମରେ ଭରତ ମୁନିଙ୍କ ରଚିତ ମହାନ୍‌ ଗ୍ରନ୍ଥ ‘ନାଟ୍ୟଶାସ୍ତ୍ର’ ଉପଯୁକ୍ତ ଉଦାହରଣ ହୋଇପାରେ। ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରରେ ନାଟକର ପ୍ରତିଟି ଦିଗ ଉପରେ ବିଶେଷ ଭାବେ ଦୃଷ୍ଟିପାତ କରାଯାଇଛି। ବେଶଭୂଷା, ମଞ୍ଚସଜ୍ଜାଠାରୁ ଆରମ୍ଭ କରି ଅଭିନୟ କଳା ବିଷୟରେ ଏଥିରେ ସମ୍ପୂର୍ଣ୍ଣ ଭାବେ ଦୃଷ୍ଟିପାତ କରାଯାଇଛି। ଲେଖା, ଶିକ୍ଷା, ଭାଷଣରେ ବର୍ଣ୍ଣନାଠାରୁ ନାଟକ (ଯାତ୍ରା, ଡ୍ରାମା, ଚଳଚ୍ଚିତ୍ର, ଟିଭି ସିଲିଏଲ) ସବୁ ବର୍ଗର ଦର୍ଶକ ଉପରେ ସର୍ବାଧିକ ପ୍ରଭାବଶାଳୀ ଜାଣି ଯୁଦ୍ଧବିଧ୍ୱସ୍ତ ଦିଶାହୀନ ସମାଜକୁ ସାମାଜିକ ଦିଗ୍‌ଦର୍ଶନ ଦେବା ପାଇଁ ଏହି ମହାନ୍‌ ଗ୍ରନ୍ଥର ରଚନା କରିଥିଲେ ମହାମାନ୍ୟ ଭରତ ମୁନି। ଏହି ସିଦ୍ଧାନ୍ତକୁ ଗ୍ରହଣ କରି କାଳକ୍ରମେ ଯୁଗୋପଯୋଗୀ ନାଟକ ବା ନୃତ୍ୟ ମାଧ୍ୟମରେ ସମାଜର ଉନ୍ନତି କଳ୍ପେ ବିଭିନ୍ନ ବିଷୟବସ୍ତୁକୁ ଲୋକମାନଙ୍କୁ ପରିବେଷଣ କରାଯାଇଛି ଏବଂ ପୂର୍ଣ୍ଣମାତ୍ରାରେ ସଫଳ ମଧ୍ୟ ହୋଇଛି। ସେ ରାମାୟଣର ମର୍ଯ୍ୟାଦାସମ୍ପନ୍ନ ବିଷୟବସ୍ତୁ ହେଉ ବା ମହାଭାରତର ରାଜନୈତିକ ଚରିତ୍ର ହେଉ କିମ୍ବା ଭକ୍ତିରସ ଭରା କୃଷ୍ଣ ଚରିତ ହେଉ ଅବା ସ୍ବାଧୀନତା ସଂଗ୍ରାମ ସମୟର ଦେଶଭକ୍ତି ଉଦ୍ଦୀପକ ଗାଥା ହେଉ। ଏଣୁ ନାଟକ, ନୃତ୍ୟ, ଯାତ୍ରା, ଚଳଚ୍ଚିତ୍ର, ଟେଲିଭିଜନ ସିରିଏଲ୍‌ର ଚରିତ୍ରମାନଙ୍କର ପ୍ରଭାବ ସାଧାରଣ ଜୀବନରେ ଗଭୀର ରେଖାପାତ କରୁଛି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ପରିତାପର ବିଷୟ ଚଳଚ୍ଚିତ୍ର, ନାଟକ ଆଦି ସମାଜ ସଂସ୍କାର ବଦଳରେ ବର୍ତ୍ତମାନ ବ୍ୟବସାୟରେ ସମ୍ପୂର୍ଣ୍ଣ ନିୟୋଜିତ। ବର୍ତ୍ତମାନ ମନୋରଞ୍ଜନ ଏକ ଶିଳ୍ପରେ ପରିଣତ ଏବଂ ଏହି ଶିଳ୍ପରେ ଘୋର ପ୍ରତିଦ୍ୱନ୍ଦ୍ୱିତା। ଆଉ ପ୍ରତିଦ୍ୱନ୍ଦ୍ୱିତାରେ ସଫଳ ହେବା ପାଇଁ ନିର୍ମାତା ନିର୍ଦ୍ଦେଶକମାନେ ସାମାଜିକ ପରମ୍ପରା ଓ ମର୍ଯ୍ୟାଦାକୁ ବଳିଦେଇ ଉଦ୍ଭଟ ଚିନ୍ତାଧାରାର ପ୍ରଦର୍ଶନ କରୁଛନ୍ତି। କିଛି ହାତଗଣତି ଚଳଚ୍ଚିତ୍ର ବା ଟିଭି ସିରିଏଲ୍‌କୁ ଛାଡିଦେଲେ ସବୁଠାରେ ଚରିତ୍ରମାନଙ୍କର ଭିନ୍ନ ରୂପ ପରିବେଷଣ କରାଯାଇଛି। ଏକ ମର୍ମସ୍ପର୍ଶୀ ହିନ୍ଦୀ ଗୀତରୁ ପଦେ ଲେଖିବାକୁ ଉଚିତ ମନେକରୁଛି- କିତ୍‌ନୀ ଅଛି ହେ, କିତ୍‌ନୀ ଭୋଲି ହେ, କିତ୍‌ନୀ ପ୍ୟାରୀ ହେ... ମେରୀ ମାଁ। ଆଜିର ଟିଭି ସିରିଏଲ୍‌ରେ ପ୍ରଦର୍ଶିତ ମା’ ଚରିତ୍ର ସମ୍ପୂର୍ଣ୍ଣ ବିପରୀତ। କେଉଁଠି ମା’ ପୁଅବୋହୂ, ଶାଶୁଶ୍ୱଶୁର, ଦିଅର, ଯା, ନଣନ୍ଦଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରୁଛି ତ କେଉଁଠାରେ ଏହାଠାରୁ ମଧ୍ୟ ହୀନ ଚରିତ୍ରଭାବେ ପ୍ରଦର୍ଶିତ। ବୋଧହୁଏ ଏହାକୁ ଦେଖି ମା’ର ସେହି ସ୍ନେହମୟୀ, ମମତାମୟୀ ବାତ୍ସଲ୍ୟମୟୀ ରୂପକୁ ଉପଲବ୍ଧି କରିବାକୁ ପିଲାମାନେ ସକ୍ଷମ ହୋଇପାରିବେ ନାହିଁ। ଅନ୍ୟାନ୍ୟ ପ୍ରଦର୍ଶିତ ଚରିତ୍ର ବିଷୟରେ ଆଲୋଚନା ନ କରିବା ଭଲ। ଏକ ପକ୍ଷରେ ଚଳଚ୍ଚିତ୍ର ଟିଭି ସିରିଏଲରେ ବଳିଷ୍ଠ କାହାଣୀର ଅଭାବ ଏବଂ ଟିଭି ଧାରାବାହିକ ଏପିସୋଡ୍‌ର ଅହେତୁକ ବୃଦ୍ଧି, ଅନ୍ୟପକ୍ଷରେ ବ୍ୟବସାୟିକ ସଫଳତା ପାଇଁ ଏପରି ନଗ୍ନତା ଓ ବିକୃତ ଚରିତ୍ରର ବହୁଳ ପ୍ରଚଳନ ଦେଖାଯାଉଛି। ରିୟଲିଟି ଶୋ କଥା ଆହୁରି ସାଂଘାତିକ। କମେଡି ଓ ନୃତ୍ୟ ନାମରେ ଯାହା ପରିବେଷଣ କରାଯାଉଛି ତାକୁ ଭାଷାରେ ପ୍ରକାଶ କରିବା ମଧ୍ୟ ଲଜ୍ଜାଜନକ। ଖବର ସରବରାହ ଚାନେଲ ଓ ନଲେଜ ଚାନେଲମାନେ ମଧ୍ୟ ଏଥିରୁ ବାଦ୍‌ ପଡିନାହାନ୍ତି। ପ୍ରାୟୋଜିତ ବିଜ୍ଞାପନ ଓ ବ୍ୟବସାୟିକ ବିଜ୍ଞାପନ ମାଧ୍ୟମରେ ବିଭିନ୍ନ ବ୍ୟବସାୟିକ ପଦାର୍ଥର ପ୍ରଚାର ପାଇଁ ମଧ୍ୟ ଅଶ୍ଳୀଳ ବିଜ୍ଞାପନମାନ ପ୍ରସାରଣ କରାଯାଉଛି। ଭାରତବର୍ଷ ଭଳି ଦେଶ, ଯେଉଁଠାରେ ଅନେକ ବଳିଷ୍ଠ ସାହିତି୍ୟକ ଭିତ୍ତିଭୂମିଯୁକ୍ତ ଭାଷା ରହିଛି ସେଠାରେ କ’ଣ ଶିକ୍ଷଣୀୟ ପାରିବାରିକ କାହାଣୀର ଅଭାବ? ସରକାରଙ୍କ ଦ୍ୱାରା ନିଯୁକ୍ତ ସେନ୍‌ସର ବୋର୍ଡ ଏ ସବୁ ଚିତ୍ର ପ୍ରଦର୍ଶନ କରାଯିବା ପୂର୍ବରୁ ଏହାକୁ ଯାଞ୍ଚ କରି ପ୍ରଦର୍ଶନ ପାଇଁ ଅନୁମତି ପ୍ରଦାନ କରିବାର ବ୍ୟବସ୍ଥା ଅଛି। କିନ୍ତୁ ଏସବୁ ପାଳନ ହେଉଥିବା ପରି ମନେହେଉନାହିଁ। ଯଦି ପାଳନ ହୋଇ ଏପରି ଦୃଶ୍ୟ ପ୍ରସାରିତ ହେଉଛି ତା’ହେଲେ କଥା ଆହୁରି ସାଂଘାତିକ। ଯଦି କେହି ଭାବୁଥାନ୍ତି ଏହାଦ୍ୱାରା ସମାଜ ବା ଜନସାଧାରଣଙ୍କ ଉପରେ କିଛି ପ୍ରଭାବ ପଡୁନାହିଁ ତାହା ସମ୍ପୂର୍ଣ୍ଣ ଭୁଲ୍‌। ଯଦି ପ୍ରଭାବ ପଡୁନାହିଁ ତା’ହେଲେ ମଦ୍ୟ ଓ ତମାଖୁ ସେବନ ଦୃଶ୍ୟ ଉପରେ କାହିଁକି ପ୍ରତିବନ୍ଧକ ଲଗାଯାଇଛି? ଯୁଦ୍ଧବିଧ୍ୱସ୍ତ ସମାଜ, ବାହ୍ୟଶକ୍ତି ଆକ୍ରମଣ ଓ ବାହ୍ୟ ସଂସ୍କୃତିର ବଳପୂର୍ବକ ପ୍ରବେଶ ଏବଂ ସର୍ବୋପରି ଇଂରେଜମାନଙ୍କର ୨୦୦ ବର୍ଷର ଶାସନ ଓ ସେମାନଙ୍କର ଭାଷା ଓ ସଂସ୍କୃତିର ଭାରତବର୍ଷରେ ପ୍ରଚଳନ ଏସବୁଠାରୁ ଆମ ପୂର୍ବପୁରୁଷମାନେ ଆମର ମହାନ୍‌ ସଂସ୍କୃତି ଓ ପରମ୍ପରା ଆଜି ପର୍ଯ୍ୟନ୍ତ ବଞ୍ଚାଇ ରଖିଛନ୍ତି। ମନୋରଞ୍ଜନ ଶିଳ୍ପର ପ୍ରତିଦ୍ୱନ୍ଦ୍ୱିତା ଓ ଅତ୍ୟାଧୁନିକ ବୈଦ୍ୟୁତିକ ଜ୍ଞାନକୌଶଳ ଆମର ଗର୍ବ ଓ ଗୌରବମୟ ସଂସ୍କୃତିକୁ ବିଲୋପ କରିବା ଆଗରୁ ଆମେ ସଚେତନ ହେବା ଆବଶ୍ୟକ। ଲୋକନାଥପୁର, କୁଳସୁକରପଡା, ଆସୁରେଶ୍ୱର, କଟକ, ମୋ-୯୪୩୯୭୪୧୬୭୭, E-mail: sahoo_pk@rediffmail.com
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

୨୦୧୮ ଜୁଲାଇ ଓ ଅଗଷ୍ଟ ମାସର ଭୂକମ୍ପ ପରେ ସେପ୍ଟେମ୍ବର ୨୮ ତାରିଖର ଭୂକମ୍ପ ଥିଲା ଇଣ୍ଡୋନେସିଆରେ ଏ ବର୍ଷର ତୃତୀୟ ତଥା ଶକ୍ତିଶାଳୀ। ଇଣ୍ଡୋନେସିଆରେ ଛୋଟ-ବଡ଼ ଭୂକମ୍ପ ସାଧାରଣ କଥା।

ସମ୍ଭ୍ରାନ୍ତ ଠାଣି

ସମ୍ଭ୍ରାନ୍ତ ଠାଣି

ଅକ୍ଟୋବର ୧୩ ଅପରାହ୍ଣ ୪ଟା ୪୫ ମିନିଟ୍‌ରେ ଦିଲ୍ଲୀ ନିକଟସ୍ଥ ଗୁଡ୍‌ଗାଓଁର ଜିଲା କୋର୍ଟ ଭିତରେ ଅତିରିକ୍ତ ଦୌରା ଜଜ୍‌ କ୍ରିଷ୍ଣକାନ୍ତ ଶର୍ମା ଅନ୍ୟ ଜଣେ ବିଚାରପତିଙ୍କ ସହ କଥା ହେଉଥିବା ବେଳେ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଏକ କଲ୍‌ ଆସିଲା। ଫୋନ୍‌ କରିଥିବା ବ୍ୟକ୍ତି ଥିଲେ କ୍ରିଷ୍ଣକାନ୍ତଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମହିପାଲ ସିଂ।

 ବିବାଦରେ ଆକବର

ବିବାଦରେ ଆକବର

ଆକାର ପଟେଲ

ପ୍ରାୟ ୨୫ ବର୍ଷ ତଳେ ମୁଁ କାର୍ଯ୍ୟ ଅନ୍ବେଷଣରେ ସୁରତରୁ ବମ୍ବେ (ସେତେବେଳେ ମୁମ୍ବାଇ ନାଁ ହୋଇ ନ ଥିଲା) ଆସିଲି। ଆମ ପାରିବାରିକ ବ୍ୟବସାୟ ‘ପଲିଷ୍ଟର ପୋଷାକ ତିଆରି’ ଆଉ ଚାଲିଲା ନାହିଁ। ମୁଁ ଟେକ୍ସଟାଇଲ ବିଦ୍ୟାରେ ଡିପ୍ଲୋମା କରିଥିଲି। ବିଦ୍ୟାଳୟ ଶିକ୍ଷା ପରେ ଏହି ଡିପ୍ଲୋମା କରିବାରେ ମୋର ଦୁଇବର୍ଷ ଚାଲିଗଲା। ସୁତରାଂ କୌଣସି ଅଫିସ ଚାକିରି ପାଇଁ ମୋର ଶିକ୍ଷାଗତ ଯୋଗ୍ୟତା ନ ଥିଲା। ଜଣେ ...

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ପ୍ରକାଶ ତ୍ରିପାଠୀ

ଶୁଣିଥିବା ଏକ ପୌରାଣିକ କଥାବସ୍ତୁରୁ ଆଲେଖ୍ୟଟିକୁ ଆରମ୍ଭ କରୁଛୁ। ଋଷି ଉଦ୍ଦାଳକ ଓ ତାଙ୍କ ପୁତ୍ର ଶ୍ୱେତକେତୁ ନିଜ ଆଶ୍ରମ ସନ୍ନିକଟରେ ବସି କୌଣସି ଏକ କାର୍ଯ୍ୟ ସମ୍ପାଦନ କରୁଥିଲେ। ଆଶ୍ରମରେ ସେତେବେଳେ ଉଦ୍ଦାଳକଙ୍କ ପତ୍ନୀ ଏକୁଟିଆ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆଶ୍ରମ ଭିତରକୁ ପ୍ରବେଶ କରି ଉଦ୍ଦାଳକଙ୍କ ପତ୍ନୀଙ୍କୁ ଧରି ପଳାୟନ କଲେ। ଉଭୟ ପିତା ଓ ପୁତ୍ରଙ୍କ ଆଖି ସାମ୍ନାରେ ଘଟଣାଟି ...