ସମ୍ପାଦକୀୟ |

ଅନ୍ତହୀନ ଚାଷୀଙ୍କ କଷଣ

ଅନ୍ତହୀନ ଚାଷୀଙ୍କ କଷଣ

ଅଭିମନ୍ୟୁ ଧଳ

ମୁଣ୍ଡଝାଳ ତୁଣ୍ଡରେ ମାରି, ରକ୍ତକୁ ପାଣିକରି ଚାଷୀଭାଇ ଚାହିଁ ରହିଥାଏ ସୁନାରଙ୍ଗ ଧାରଣ କରିଥିବା ପାଚିଲା ଧାନକୁ କାଟିଆଣି ଖଳାରେ ଅମଳ କରିବ। ଏ ବର୍ଷ ଶତଗୁଣ ଧାନ ଫଳିଛି, ସତେ ଅବା ଲକ୍ଷ୍ମୀସାଆନ୍ତାଣୀ ବିଜେ କରିଛନ୍ତି ଧାନ କ୍ଷେତରେ। ଅକସ୍ମାତ୍‌ ମୁଣ୍ଡରେ ଚଡକ ପଡିଲା। ଚକଡା ପୋକ ବିଷକୁ ଖାତିର ନ କରି ୨୪ଟି ଜିଲାର ୧ଲକ୍ଷ ୨୮ ହଜାର ହେକ୍ଟର ଧାନ ଫସଲ ନଷ୍ଟ କରିଦେଲା। ଏଥିରେ ୮୦୯୨ ଗ୍ରାମର ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ମାନସିକ ଭାରସାମ୍ୟ ହରାଇ ଏଥିରେ ନିଆଁ ଲଗାଇବା ଓ ଆତ୍ମହତ୍ୟା ପରି କଠୋର ନିଷ୍ପତ୍ତି ନେଇଛନ୍ତି। ଚକଡା ପୋକର ଦୌରାତ୍ମ୍ୟ ଶେଷ ନ ହେଉଣୁ ଅଦିନିଆ ଲଘୁଚାପ ବର୍ଷା ପାଚିଲା ଧାନକ୍ଷେତକୁ ବୁଡାଇଦେଲା। ସରକାର ଚକଡା ପୋକ କ୍ଷତି ବାବଦକୁ ରିଲିଫ କୋଡ୍‌ ଅନୁସାରେ ଜଳସେଚିତ ଜମିକୁ ହେକ୍ଟର ପିଛା ୧୩,୫୦୦ ଟଙ୍କା ଓ ଅଣଜଳସେଚିତ ଜମିକୁ ହେକ୍ଟର ପିଛା ୬,୮୦୦ ଟଙ୍କା ସାହାଯ୍ୟ ଦେବେ। ବର୍ଷାରେ ଫସଲ ନଷ୍ଟର ଆକଳନ ଚାଲିଛି, ପରନ୍ତୁ ଆମର ସରକାରୀ ବାବୁମାନେ ଜମିକୁ ନ ଯାଇ ରାସ୍ତା ଉପରେ ରହି ତା’ର ଫଟୋ ଉଠାଇବା ଅଭିଯୋଗ ହେଉଛି। ଏଥିରୁ ପ୍ରକୃତ କ୍ଷୟକ୍ଷତିର ଠିକ୍‌ ଆକଳନ ହୋଇପାରିବ ନାହିଁ।
ଭାରତରେ ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ। ଆମର ଆର୍ଥିକ ପ୍ରଗତି କୃଷି ଉପରେ ନିର୍ଭର କରେ। ଓଡିଶାରେ ଅଧିକ ଧାନ ଚାଷ ହୁଏ କିନ୍ତୁ ବିଗତ ୫୦ ବର୍ଷରେ ମାତ୍ର ୧୨ ବର୍ଷ ଏହା ଦୈବୀ ଦୁର୍ବିପାକରୁ ବର୍ତ୍ତିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି କୃଷକ। ଭାରତ ଓ ଚାଇନା ଦୁଇ ବିକାଶଶୀଳ ରାଷ୍ଟ୍ରରେ କୋଇଲାର ବ୍ୟବହାର ଅଧିକ। ଏହାଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ହେବା ସହ ମୌସୁମୀ ପ୍ରଭାବିତ ହେବା ଯୋଗୁ ବର୍ଷା ପରିମାଣ କମେ। ଏହି ତଥ୍ୟ ପ୍ରଦାନ କରିଛନ୍ତି ଏମ୍‌ଆଇଟିର ପରିବେଶ ଗବେଷକମାନେ। ଏହାଯୋଗୁ ଏଗାରଟି ପ୍ରାକୃତିକ ବିପତ୍ତି ଘଟେ, ଯଥା- ଝଡ଼, ବାଦଲଫଟା ବର୍ଷା, ବନ୍ୟା, ସାମୁଦ୍ରିକ ଝଡ଼, ସୁନାମି, ଭୂମିକମ୍ପ, ବନାଗ୍ନି, ବରଫ ଝଡ଼, ବଜ୍ରପାତ ଓ ଅଂଶୁଘାତ। ସତେଯେମିତି କ୍ରୋଧଜର୍ଜରିତ ପ୍ରକୃତି ଦାଉ ସାଧୁଛି ଅଧିକ ଏହି ନିରୀହ ଚାଷୀଭାଇ ଉପରେ। ଗ୍ରେଟ୍‌ ବ୍ରିଟେନସ୍ଥିତ ସଂସ୍ଥା ଭେରିସ୍କ ମାପଲ କ୍ରଫ୍ଟ ଦ୍ୱାରା କରାଯାଇଥିବା ଏକ ପାଣିପାଗ ଅନୁଶୀଳନରୁ ଜଣାପଡିଛି ଯେ, ୧୯୮ଟି ଦେଶ ମଧ୍ୟରୁ ଏହି ପ୍ରାକୃତିକ ବିପର୍ଯ୍ୟୟରେ ଭାରତର ସବୁଠାରୁ ଅଧିକ ୧୦୦ କୋଟି ଲୋକ ଓ ଚାଇନାର ୬୭.୭ କୋଟି ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନର ଅନ୍ୟ କାରଣ ଜଙ୍ଗଲ କ୍ଷୟ, କଳକାରଖାନା, ଯାନବାହନ ଧୂଆଁ ଓ ବନାଗ୍ନି। ପଞ୍ଜାବ ଓ ହରିୟାଣାର ଚାଷୀମାନେ ଧାନ କାଟି ନେବା ପରେ ନଡାରେ ନିଆଁ ଲଗାଇଦିଅନ୍ତି। ଏହି ଧୂଆଁ ଦିଲ୍ଲୀରେ ଅନ୍ଧକାର ସୃଷ୍ଟି କରୁଛି ଦିନରେ। ଏହି ନଡାକୁ ଟନ୍‌ପିଛା ୫,୫୦୦ ଟଙ୍କାରେ କ୍ରୟ କରି କାରଖାନାରେ ଶକ୍ତି ଉତ୍ପାଦନ କରାଯିବ ବୋଲି ଶୁଣାଯାଉଛି। ଏହି ପ୍ରଦେଶରେ ଚାଷୀମାନେ ବହୁତ ଆଗରେ ଥିବାବେଳେ ଆମ ଚାଷୀ ଦିନକୁ ଦିନ ଦରିଦ୍ର ହୋଇଚାଲିଛନ୍ତି। ସେଠାରେ ଅଧିକ ଅମଳକ୍ଷମ ଧାନ, ଗହମ ଓ ଅନ୍ୟାନ୍ୟ ପନିପରିବା ପ୍ରଚୁର ପରିମାଣରେ ଉତ୍ପନ୍ନ ହେଉଛି। ଜଳସେଚନର ପର୍ଯ୍ୟାପ୍ତ ସୁଯୋଗ ଓ ବିଭିନ୍ନ ସରକାରୀ ସୁବିଧା ରହିଛି।
ବନ୍ୟା, ବାତ୍ୟା, ମରୁଡି, ବଜ୍ରପାତ ଭଳି ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ପୋକଙ୍କ ଦାଉରେ ଚାଷୀକୁଳର ମେରୁଦଣ୍ଡ ଭାଙ୍ଗିଯାଉଛି। ତାପମାତ୍ରାର ସହସା ହ୍ରାସ ଓ ବୃଦ୍ଧି ସାଙ୍ଗକୁ ବୃଷ୍ଟିପାତର ଧାରାରେ ପରିବର୍ତ୍ତନ ହେଉଛି ଓ ସମୁଦ୍ର ପତ୍ତନ ବୃଦ୍ଧି ପାଇବାର ସମୟ ଆସିଲାଣି। ଉପକୂଳ ଚାଷୀଙ୍କ ପାଇଁ ବିପଦ ମାଡିଆସୁଛି। ଜାତୀୟ ରେକର୍ଡ ବ୍ୟୁରୋର ହିସାବ ଅନୁସାରେ ୧୯୯୫ରୁ ୨୦୧୫ ମଧ୍ୟରେ ଦେଶରେ ୩ ଲକ୍ଷ ୧୮ ହଜାର ୫୨୮ ଚାଷୀ ଆତ୍ମହତ୍ୟା କରିଛନ୍ତି। ଋଣବୋଝ, ଦାରିଦ୍ର୍ୟ ଓ ସ୍ବାସ୍ଥ୍ୟଗତ ସମସ୍ୟା ଏହି ଆତ୍ମହତ୍ୟାର ପ୍ରମୁଖ କାରଣ। ନାମମାତ୍ର ଚାଷୀ, ଭାଗଚାଷୀ ସରକାରୀ ଋଣ ନ ପାଇ ଗାଁ ମହାଜନଙ୍କଠାରୁ ଅଧିକ ସୁଧରେ ଟଙ୍କା ଆଣିଥାନ୍ତି। ଫସଲହାନି କାରଣରୁ ମାନସିକ ଚାପରେ ସନ୍ତୁଳନ ହରାଇ ଆତ୍ମହତ୍ୟା କରିଥାନ୍ତି। ଏହି ବୃତ୍ତି ଆଉ ଲାଭଜନକ ହୋଇନାହିଁ। ଉତ୍ପାଦନ ବୃଦ୍ଧି ହେଲେ ମଧ୍ୟ ଅଭାବୀ ବିକ୍ରି, ସଂରକ୍ଷଣର ଅଭାବ ପ୍ରଭୂତ କ୍ଷତି ଘଟାଉଛି।
ଗଜା ହୋଇଥିବା ଧାନକୁ କେହି କିଣିବେ ନାହିଁ। ସାରା ଦୁନିଆକୁ ଆହାର ଯୋଗାଉଥିବା ଚାଷୀଭାଇର ପରିବାର ତାକୁ ବର୍ଷସାରା ଖାଇବ। ଯେଉଁମାନେ ନାମମାତ୍ର ଚାଷୀ ଓ ଭାଗଚାଷୀ ସେମାନେ ଦିନେ ବଡ ଚାଷୀ ଥିଲେ। ଅଭାବରେ ଜମି ବିକି ଏବେ ଭୂମିହୀନ ହୋଇଛନ୍ତି। ଯେଉଁମାନେ ଅଧିକ ଜମିର ମାଲିକ ସେମାନେ ପ୍ରାୟ ଚାଷ କରିପାରୁନାହାନ୍ତି। କାରଣ ଖର୍ଚ୍ଚ ଉତ୍ପାଦନଠାରୁ ବଳିପଡୁଛି। ଚାଷୀମାନଙ୍କର ଗାଁ ଛାଡିବା ଶେଷ ନିଷ୍ପତ୍ତି ହେଉଛି। ଚାଷୀ ପାଲଟିଯାଉଛି ଦାଦନ। ଋଣରେ ବୁଡି ଚିତ୍କାର କରୁଛି।
ଚାଷୀ କଷଣର ଅନ୍ତ ନାହିଁ। ଜୟ କିଷାନ ଶବ୍ଦର ଯଥାର୍ଥତା ରହୁ। ଚାଷର ପରିବର୍ତ୍ତନ ସାଙ୍ଗକୁ ଚାଷୀର ଦୁର୍ଦ୍ଦିନରେ ସରକାର ତାଙ୍କୁ ଆର୍ଥିକ ସାହାଯ୍ୟ ଓ ମନୋବଳ ବଢାଇବା ସହିତ ଏହାକୁ କିପରି ଲାଭଜନକ କରାଯାଇପାରିବ, ତାହା କଥାରେ ନୁହେଁ, କାମରେ କରି ଦେଖାଇବାର ବେଳ ପହଞ୍ଚିଛି। କୃଷକଙ୍କ ଲାଗି ପ୍ରାଇସ୍‌, ପେନ୍‌ସନ ଓ ପ୍ରେଷ୍ଟିଜ ପାଇଁ ସାରା ଦେଶ ତତ୍ପର ହେବା ଏକାନ୍ତ ଆବଶ୍ୟକ।

ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା, ମୋ-୯୮୬୧୦୪୮୦୫୨

All Right Reserved By

ସମ୍ପାଦକୀୟ |

ଆଜିର ଅର୍ଥନୀତି/ ସ୍ବପ୍ନମୁଖା ଏଲ୍‌ଆଇସି

ଆଜିର ଅର୍ଥନୀତି/ ସ୍ବପ୍ନମୁଖା ଏଲ୍‌ଆଇସି

ଗତମାସରେ ବୀମା ନିୟାମକ ଓ ଉନ୍ନୟନ କର୍ତ୍ତୃପକ୍ଷ (ଆଇଆର୍‌ଡିଏ)ଠାରୁ ଅନୁମତି ପାଇବା ପରେ ଜୀବନବୀମା ନିଗମ (ଏଲ୍‌ଆଇସି) ବୋର୍ଡ କ୍ଷତିରେ ଚାଲୁଥିବା ଆଇଡିବିଆଇ ବ୍ୟାଙ୍କରେ ନିଜର ଅଂଶଧନ ୫୧ ପ୍ରତିଶତକୁ ବୃଦ୍ଧି କରିବା ଲାଗି ସରକାରଙ୍କୁ ପ୍ରସ୍ତାବ ଦେଇଛି। ଆଉ କେତେଟା ପ୍ରକ୍ରିୟା ଶେଷହେବା ପରେ ଉକ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଲ୍‌ଆଇସିର ଅଧୀନ ହୋଇଯିବ। ଆଇଡିବିଆଇ ବ୍ୟାଙ୍କରେ ଜୀବନବୀମା ନିଗମର ବର୍ତ୍ତମାନ ୭.୯୮ ପ୍ରତିଶତ ଅଂଶଧନ ରହିଛି, ଯାହା ମାର୍ଚ୍ଚ ୨୦୧୮ ସୁଦ୍ଧା ୧୦.୮୨ ପ୍ରତିଶତ ଥିଲା। ରୁଗ୍ଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସୁସ୍ଥ କରିତୋଳିବା ଦୀର୍ଘଦିନ ହେଲା ସରକାରଙ୍କର ଏକ ନୀତି ...

 ସଙ୍କଟରେ ଭବିଷ୍ୟତ

ସଙ୍କଟରେ ଭବିଷ୍ୟତ

ଉପେନ୍ଦ୍ର ବିଶ୍ୱାଳ ପାଗଳପ୍ରାୟ ଘୂରି ବୁଲୁଥାନ୍ତି ମହାମାନ୍ୟ ମଦନମୋହନ ମାଲବ୍ୟ। ନିଶା ଘାରିଥାଏ ବନାରସରେ ବିଶ୍ୱସ୍ତରୀୟ ହିନ୍ଦୁ ବିଶ୍ୱବିଦ୍ୟାଳୟଟିଏ ପ୍ରତିଷ୍ଠା କରିବାକୁ। ହାତ ପତଉଥାନ୍ତି ସମସ୍ତଙ୍କୁ। ଏପରିକି ମୃତଦେହ ଶୋଭାଯାତ୍ରାରେ ଫିଙ୍ଗାଯାଉଥିବା ପଇସା କଉଡ଼ିକୁ ମଧ୍ୟ ସାଉଁଟି ରଖୁଥାନ୍ତି। ବଡ଼ ଆଶା ନେଇ ପହଞ୍ଚତ୍ଲେ ଦିନେ ଘନଶ୍ୟାମ ଦାସ ବିର୍ଲାଙ୍କ ବାସଭବନରେ। ବୈଠକଖାନାରେ ଟିକିଏ ବସିବାକୁ କହି ଠାକୁର ପୂଜା ପାଇଁ ଗଲେ ସେ। ଦୀପଟି ଜଳାଇଲାବେଳେ ପ୍ରଥମ ପରେ ଦ୍ୱିତୀୟ ଦିଆସିଲିକାଠିଟି ଲିଭିଗଲା। ତୃତୀୟ କାଠିଟି ବି ଲିଭିଗଲା ସାମାନ୍ୟ ଅସାବଧାନତାବଶତଃ। ଗର୍ଜିଉଠି ବର୍ଷିଗଲେ ପୂଜକ ଉପରେ। ଆଚମ୍ବିତ ହେଲେ ...

ପ୍ରାଣବନ୍ତ, ପ୍ରଣବସ୍ବରୂପ

ପ୍ରାଣବନ୍ତ, ପ୍ରଣବସ୍ବରୂପ

ଡା. ଅଂଶୁମାନ୍‌ କର ଗତ ସ୍ନାନପୂର୍ଣ୍ଣିମା ଦିନ ଗଜପତି ମହାରାଜ ପ୍ରଭୁ ଜଗନ୍ନାଥଙ୍କ ଆଳତି କରିବା ସମୟରେ ପ୍ରଭୁଙ୍କ ଶିରରୁ ଫୁଲମାଳ ଖସିବାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଆଜିର ସୋସିଆଲ ମିଡିଆ ଯୁଗରେ ଏହି ଘଟଣାର ଭୂରି ଭୂରି ପ୍ରଚାର ଓ ପ୍ରସାର ଚାଲିଛି। ଜଗନ୍ନାଥ ଓ ପୁରୀ ଶ୍ରୀମନ୍ଦିରର ପ୍ରାଣବନ୍ତ ଅସ୍ତିତ୍ୱର ଏହା ଏକ ଦିବ୍ୟ ପ୍ରମାଣ ବୋଲି ଅନେକେ ମତ ବ୍ୟକ୍ତ କରୁଛନ୍ତି। କେତେଜଣ କହୁଛନ୍ତି, ଏହାଦ୍ୱାରା ପ୍ରଭୁ ନିଜ ପ୍ରତ୍ୟକ୍ଷ ଉପସ୍ଥିତିର ପ୍ରମାଣ ଦେଉଛନ୍ତି।...

ଏଇ ଭାରତରେ

ଏଇ ଭାରତରେ

ଜଣେ ନବଜାତ ଶିଶୁ କ୍ଷୀର ପାନ କରିବା ପରେ କୋମା ଅବସ୍ଥାରେ ଥିବା ତା’ ମା’ଙ୍କର ଚେତା ଫେରିଆସିଛି। ଏପରି ଏକ ଘଟଣା କେରଳରେ ଘଟିଛି। ବେଟିନା ନାମ୍ନୀ ଜଣେ ମହିଳା ଶିଶୁପୁତ୍ରର କାନ୍ଦ ଶୁଣି ଧୀରେ ଧୀରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଜୁନ୍‌ ୧୪ରେ ଶିଶୁଟି ଜନ୍ମଗ୍ରହଣ କରିଥିଲା। ଶିଶୁଟି ସ୍ତନ୍ୟପାନ କରିବା ପରେ ମହିଳାଙ୍କର ସ୍ନାୟୁଗତ ସମସ୍ୟା ଧୀରେ ଧୀରେ ସୁଧୁରିବାରେ ଲାଗିଥିଲା ବୋଲି ହସ୍ପିଟାଲ୍‌ର ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ର ମୁଖ୍ୟ ଡକ୍ଟର ଆର. ବିବେକ ପ୍ରକାଶ କରିଛନ୍ତି। ...

ପଞ୍ଚଗବ୍ୟ: ଏକ ଟନିକ୍‌ ଓ ଔଷଧ

ପଞ୍ଚଗବ୍ୟ: ଏକ ଟନିକ୍‌ ଓ ଔଷଧ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପୂର୍ବରୁ ଏହି ସ୍ତମ୍ଭରେ ଶସ୍ୟକ୍ଷେତ୍ରରେ ପଞ୍ଚଗବ୍ୟର ବ୍ୟବହାର ଉପରେ ଏକ ନିବନ୍ଧ ଲେଖିଥିଲି। ବହୁବର୍ଷର ଗବେଷଣା ପରେ ଉକ୍ତ ପୁସ୍ତକ ଲେଖିଥିବା ଡ. କେ. ନଟରାଜନ୍‌ ଏଥିରେ ପ୍ରାଣୀମାନଙ୍କ ଉପରେ ପଞ୍ଚଗବ୍ୟର ପ୍ରଭାବ ସମ୍ବନ୍ଧରେ ମଧ୍ୟ ଏକ ଅଧ୍ୟାୟ ଲେଖିଛନ୍ତି। ଗଛଲତା ଉପରେ ଅଧ୍ୟୟନ ପରେ ତାଙ୍କ ଗବେଷକ ଦଳ ପ୍ରାଣୀ ଓ ମନୁଷ୍ୟ ଉପରେ ଅଧ୍ୟୟନ ଆରମ୍ଭ କରିଦେଇଥିଲେ। ପୂର୍ବ ନିବନ୍ଧଟି ଯେଉଁମାନେ ପଢ଼ି ନ ଥିବେ ସେମାନଙ୍କ ପାଇଁ ଏହାର ପ୍ରସ୍ତୁତି ପ୍ରଣାଳୀ ନିମ୍ନରେ ଆଉ ଥରେ ଲେଖୁଛି।...

ଅଭାବର ଚିତ୍ରପଟ

ଅଭାବର ଚିତ୍ରପଟ

ଡ. ସୁବାସ ଚନ୍ଦ୍ର ପାତ୍ର ଦାରିଦ୍ର୍ୟର ମାତ୍ରା ତଥା କିସମ ଅଛି। ବିଭିନ୍ନ ପ୍ରକାର ଦାରିଦ୍ର୍ୟରେ ମଣିଷ ହନ୍ତସନ୍ତ କିନ୍ତୁ ଅର୍ଥନୈତିକ ଦାରିଦ୍ର୍ୟ ମଣିଷକୁ ବେଶି ନିପୀଡ଼ିତ କରେ କାରଣ ତା’ର ପ୍ରଭାବ ଦୃଶ୍ୟମାନ। ସବୁ ଦରିଦ୍ରତା ପଛରେ ଥାଏ ଏକ ଅଭାବବୋଧ ଏବଂ ଏହି ଅଭାବ ଯେତେବେଳେ ସର୍ବବ୍ୟାପୀ ଓ ସର୍ବଗ୍ରାସୀ ହୋଇଯାଏ ସେଇଠି ଦାରିଦ୍ର୍ୟ ହୋଇପଡ଼େ ଦୁର୍ବିଷହ।...

ପତିତପାବନ ଯାତ୍ରା

ପତିତପାବନ ଯାତ୍ରା

ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର ପୁରୁଷୋତ୍ତମ ଜଗନ୍ନାଥ ଦିବ୍ୟ ନୀଳାଚଳରେ ଅନାଦିକାଳରୁ ଦାରବୀ ଲୀଳା ସଂରଚନା କରିଛନ୍ତି। ତାଙ୍କ ଦିବ୍ୟ ଲୀଳାକୁ ଦୁଇଭାଗରେ ବିଭକ୍ତ କରାଯାଇଛି- ଶ୍ରୀମନ୍ଦିର ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି ସ୍ବରୂପରେ ଐଶ୍ୱର୍ଯ୍ୟଲୀଳା ଏବଂ ରଥଯାତ୍ରାରେ ଅଗଣିତ ଭକ୍ତଙ୍କ ସହିତ ମାଧୁର୍ଯ୍ୟଲୀଳା। ତାଙ୍କର ଏହି ମାଧୁର୍ଯ୍ୟଲୀଳା ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱମାନସକୁ ଉଦ୍‌ବୁଦ୍ଧ କରିଆସିଛି। ବିଶ୍ୱର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦର୍ଶନ କରିବାକୁ ଶ୍ରୀକ୍ଷେତ୍ର ଆଗମନ କରିଥାନ୍ତି। ଏହି ଯାତ୍ରାରେ ପ୍ରଭୁ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଦିନେ ନା ଦିନେ ସଫଳତା ଆଣି ଦେଇଥାଏ। ଯାହାକି ପୂର୍ବ ବାଙ୍ଗାଲୋରର ଲିଙ୍ଗରାଜପୁରମ୍‌ ଅଞ୍ଚଳରେ ବାସ କରୁଥିବା ଜଣେ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ସ୍ବାମୀଙ୍କ କ୍ଷଣିକ ରାଗର ଶିକାର ହୋଇ ନିଜର ମୁଖମଣ୍ଡଳର ସୌନ୍ଦର୍ଯ୍ୟକୁ ହରାଇଥିବା ଅନୀଥା ପାର୍କର ମେରୀ ନାମ୍ନୀ ଜଣେ ମହିଳା ଦୀର୍ଘ ୧୮ବର୍ଷ ଧରି ସଂଘର୍ଷ କରିବା ପରେ ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ଏକ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ସହଯୋଗରେ ଅନୀଥା ଏକ ଦୋକାନ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିଛନ୍ତି। ସାମାନ୍ୟ କଥାକୁ କେନ୍ଦ୍ର କରି ୧୮ବର୍ଷ ତଳେ ଅନୀଥାଙ୍କ ସ୍ବାମୀ ଏକ ଜଳନ୍ତା ଲଣ୍ଠନକୁ ତାଙ୍କ ଉପରକୁ ଫିଙ୍ଗି ଦେଇଥିଲେ। ଏଥିରେ ଅନୀଥାଙ୍କ ମୁହଁ ଓ ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଥିଲା। ଦୀର୍ଘଦିନ ଧରି ଚିକିତ୍ସିତ...

ସାମରିକ ପ୍ରଶିକ୍ଷିତ ଯୁବକ

ସାମରିକ ପ୍ରଶିକ୍ଷିତ ଯୁବକ

ସମ୍ପାଦକୀୟ/ତଥାଗତ ସତପଥୀ ଭାରତର ବିରାଟ ଯୁବଶକ୍ତିକୁ କାର୍ଯ୍ୟରେ ଲଗାଇବା ସକାଶେ କେନ୍ଦ୍ର ସରକାର ଜାତୀୟ ଯୁବ ସଶକ୍ତୀକରଣ ଯୋଜନା (ଏନ୍‌-ଓ୍ବାଇଇଏସ୍‌) ସୃଷ୍ଟି ଲାଗି ଚିନ୍ତା କରିଛନ୍ତି। ଏଥିରେ ପ୍ରତିବର୍ଷ ୧୦ ଲକ୍ଷ ଯୁବତୀଯୁବକ ବିଶେଷକରି ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ସାମରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବାର ବ୍ୟବସ୍ଥା କରାଯାଇପାରେ। ଏମାନଙ୍କୁ ୧୨ ମାସ ପାଇଁ ଷ୍ଟାଇପେଣ୍ଡ୍‌ ଦିଆଯାଇ ସାମରିକ ତାଲିମ ଦିଆଗଲେ ସେମାନେ ପ୍ରତିରକ୍ଷା, ଅର୍ଦ୍ଧସାମରିକ ବଳ ଏବଂ ପୋଲିସ ବାହିନୀରେ ନିଯୁ....

 ବୋଲକରା ବୋଲ୍‌ ବମ୍‌

ବୋଲକରା ବୋଲ୍‌ ବମ୍‌

ବୈଷ୍ଣବ ଚରଣ ମହାନ୍ତି ‘ବୋଲ୍‌ ବମ୍‌...ହର ହର ବମ୍‌...ଭୋଲା ବାବା ପାର୍‌ କରେଗା...ଜଟିଆ ବାବା ପାର୍‌ କରେଗା...’- ଏ ଡାକ ହେଉଛି କାଉଡ଼ିଆମାନଙ୍କର। ଦିନ ଥିଲା କାଉଡ଼ିଆ ଶବ୍ଦଟାର ଅର୍ଥ କାଢ଼ିବାକୁ ଅଭିଧାନ ଖେଳେଇବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ଏ ଶବ୍ଦଟା ଖୁବ୍‌ ସାଧାରଣ ହୋଇଯାଇଛି ଏବଂ ଓଡ଼ିଶାର ଗଁାଗହଳିଠାରୁ ସହର ବଜାର ପର୍ଯ୍ୟନ୍ତ ସବୁଆଡ଼େ ସବୁରି ତୁଣ୍ଡରେ ଆସ୍ଥାନ ଜମେଇ ବସିଛି। ଏଇମାତ୍ର କୋଡ଼ିଏ ପଚିଶ ବର୍ଷ ତଳେ କାଉଡ଼ିଆ କ’ଣ କେହି ଜାଣି ନ ଥିଲେ। ପ୍ରଥମେ ଜଣେ ଦି’ଜଣ ପାଣିଭାର ଧରି ରାସ୍ତାରେ ଯାଉଥିବାର ଦେଖି ଲୋକେ କୌତୂହଳୀ ହେଇ ଚାହଁୁଥିଲେ, ଏବେ ତ ପିମ୍ପୁଡ଼ି ଧାର ପରି ରାସ୍ତାସାରା କାଉଡ଼ିଆଙ୍କ ...

ଅମର୍ତ୍ତ୍ୟର ପାରିଜାତ: ନୀଳାଦ୍ରିନାଥ

ଅମର୍ତ୍ତ୍ୟର ପାରିଜାତ: ନୀଳାଦ୍ରିନାଥ

ଡ. ଶରତ ଚନ୍ଦ୍ର ରଥ ହେ ନୀଳାଦ୍ରିନାଥ! ତୁମକୁ ସହସ୍ର ପ୍ରଣାମ। ତୁମେ ଅନନ୍ତ, ତୁମ ମହିମା ଅନନ୍ତ। ତୁମ ମହିମାର ଲଳିତ ସଙ୍ଗୀତ ଝରିପଡେ ବିହଙ୍ଗ ଗାନରେ, ଝରଣାର ଝର୍ଝର ତାନରେ। ତୁମ ଅଙ୍ଗର ସୁବାସ ଫୁଟିପଡେ ଫୁଲର ସୁରଭିରେ, ତୁମ ସ୍ମିତହାସ୍ୟର ମଧୁରିମା ଫିଟିପଡେ ଜୋଛନାର ଲାବଣ୍ୟରେ। ତୁମେ ସର୍ବମୟ କର୍ତ୍ତା, ବିଶ୍ୱବିଧାତା, ତୁମକୁ କଳିବାକୁ ମୁଁ ଶକ୍ତିହୀନ, ତୁମେ ବିଶାଳ ନୀଳସିନ୍ଧୁ, ମୁଁ କ୍ଷୀଣ ଏକ ଜଳାଧାର।...

ଏଇ ଭାରତରେ

ଏଇ ଭାରତରେ

ବର୍ତ୍ତମାନ ପରିବେଶକୁ ବହୁ ଭାବରେ ପ୍ରଦୂଷଣ କରୁଛି ପ୍ଲାଷ୍ଟିକ୍‌। ଏହାଦ୍ୱାରା ଜଳ, ସ୍ଥଳ, ମୃତ୍ତିକା ପ୍ରଦୂଷଣ ହେଉଛି। ପ୍ଲାଷ୍ଟିକ୍‌ ଜରିରେ ବାସିଖାଦ୍ୟ ରଖି ବାହାରେ ଫିଙ୍ଗାଯାଉଥିବାରୁ ଏହାକୁ ଖାଇ ବହୁ ଗୋରୁ, ଛେଳି, କୁକୁର ଅସୁସ୍ଥ ହେଉଛନ୍ତି। ଅନେକ ପ୍ରାଣୀ ମୃତ୍ୟୁବରଣ କରୁଛନ୍ତି। ସମୁଦ୍ରରେ ପ୍ଲାଷ୍ଟିକ୍‌ ବୋତଲ, ପଲିଥିନ୍‌, ଜରି ପ୍ରଭୃତିର ଭାସମାନ ପାହାଡ଼ ସୃଷ୍ଟି ହେଉଛି। ଏହା ଜଳଜନ୍ତୁଙ୍କ ପାଇଁ ବଇରୀ ସାଜିଛି। ଏଣୁ ସମ୍ପ୍ରତି ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ର ବ୍ୟବହାରକୁ ହ୍ରାସ କରିବା ପାଇଁ ସବୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି...

Model This Week

ରୂପେଶ