ଅନଗୁଳ-ଢେଙ୍କାନାଳ

ଭାଇଙ୍କୁ ମେଡ଼ିକାଲ ନେଉଥିଲେ: ଦୁର୍ଘଟଣାରେ ଚାଲିଗଲା ଜୀବନ

ଭାଇଙ୍କୁ ମେଡ଼ିକାଲ ନେଉଥିଲେ: ଦୁର୍ଘଟଣାରେ ଚାଲିଗଲା ଜୀବନ


ଛେଣ୍ଡିପଦା, ୨୮।୧୨(ଡି.ଏନ.ଏ.)- କର୍କଟ ଆକ୍ରାନ୍ତ ବଡ ଭାଇଙ୍କୁ ମେଡ଼ିକାଲ ନେଉଥିବାବେଳେ ଦୁର୍ଘଟଣାରେ ଚାଲିଯାଇଛି ସାନ ଭାଇଙ୍କ ଜୀବନ। ଗୁରୁତର ଅବସ୍ଥାରେ ବଡ ଭାଇ ଓ ତାଙ୍କ ଝିଅ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ଦୁର୍ଘଟଣାଗ୍ରସ୍ତ କାର ଚାଳକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଅନୁଗୋଳ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର ଛେଣ୍ଡିପଦା ବ୍ଲକ ଜରପଡା ଥାନା ନିକଟସ୍ଥ କୁମୁରୁସିଙ୍ଗା ଗ୍ରାମଠାରେ ଗୁରୁବାର ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ଘଟଣାରୁ ପ୍ରକାଶ, ସକାଳ ପ୍ରାୟ ୭ଟାରେ ଦେବଗଡ ଜିଲା ତିଳେଇବଣୀ ବ୍ଲକ କୁଟୁରାପଶି ଗ୍ରାମର ସନ୍ତୋଷ ପ୍ରଧାନ(୪୭), କର୍କଟ ଆକ୍ରାନ୍ତ ନଳନୀ ପ୍ରଧାନ(୫୧) ଓ ନଳନୀଙ୍କ ଝିଅ ସୁନୀତା ପ୍ରଧାନ(୨୦) ଏକ ଇନୋଭା କାର୍‌ ଯୋଗେ ସମ୍ବଲପୁରରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ଯାଉଥିଲେ। ୫୫ ନଂ. ଜାତୀୟ ରାଜପଥର ଛେଣ୍ଡିପଦା ବ୍ଲକ ଜରପଡା ଥାନାଠାରୁ ପ୍ରାୟ୧ କିମି ଦୂର କୁମୁରୁସିଙ୍ଗ ଗ୍ରାମଠାରେ ଅନୁଗୋଳରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଆଇରନ୍‌ ବୋଝେଇ ଟ୍ରକ୍‌(ନଂ. ଓଡ଼ି ୧୫ ବି ୪୬୮୪) ସହ କାର୍‌ଟି ମୁହାଁମୁହିଁ ଧକ୍କା ହୋଇଥିଲା। କାର୍‌ଟି ସମ୍ପୂର୍ଣ୍ଣ ଚୁର୍‌ମାର ହୋଇଯାଇଥିବାବେଳେ ଚାଳକ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଜାମୁପାଲି ଗ୍ରାମର ଗୁଣନିଧି ମିଶ୍ର ଭିତରେ ଚାପି ହୋଇଯାଇଥିଲେ। ଖବରପାଇ ଜରପଡା ଥାନା ଅଧିକାରୀ ବିନ୍ଦୁବାସିନୀ ବିଶ୍ୱାଳଙ୍କ ସମେତ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତରଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ସନ୍ତୋଷଙ୍କ ମୃତ୍ୟୁ ଘଟିଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ କାର୍‌ ଚାଳକ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଜାମୁପାଲୀ ଗ୍ରାମର ଗୁଣନିଧି ମିଶ୍ରଙ୍କୁ କଟକ ବଡ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସନ୍ତୋଷଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି। ଶୁକ୍ରବାର ଗୁଣନିଧିଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ଏ ସଂକ୍ରାନ୍ତରେ ନଂ. ୧୯୫/୧୭ରେ ମାମଲା ରୁଜୁ ହୋଇଛି। ଏଏସ୍‌ଆଇ ଅଶୋକ କୁମାର ତ୍ରିପାଠୀ ତଦନ୍ତ ଜାରି ରଖିଛନ୍ତି। ଦୁର୍ଘଟଣା ଗ୍ରସ୍ତ କାର୍‌ ଓ ଟ୍ରକ୍‌କୁ ଜବତ କରାଯାଇଛି। ଟ୍ରକ୍‌ ଚାଳକ ଫେରାର ଅଛନ୍ତି।

All Right Reserved By

Model This Week

ନିକିତା

ଅନଗୁଳ-ଢେଙ୍କାନାଳ

ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ଅନୁଗୋଳ ଅଫିସ,୨୨।୪- ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ରାଜନୀତି ବିଜ୍ଞାନ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର ଚିନ୍ମୟ କୁମାର ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଚନ୍ଦ୍ରବାହାଳରେ ଅସହ୍ୟ ହେଲାଣି ଜଳକଷ୍ଟ

ଚନ୍ଦ୍ରବାହାଳରେ ଅସହ୍ୟ ହେଲାଣି ଜଳକଷ୍ଟ

ବନ୍ତଳା,୨୨।୪(ଡି.ଏନ.ଏ.) ଅନୁଗୋଳ ଜିଲାରେ ତାତି ସହ ବଢ଼ୁଛି ପାନୀୟ ଜଳ ସଙ୍କଟ। କୂଅ, ପୋଖରୀ ଆଦି ଶୁଖିଲା ପଡ଼ିଥିବା ବେଳେ ଭୂତଳ ଜଳସ୍ତର ହ୍ରାସ ପାଇଚାଲିଛି। ତେବେ ସମସ୍ୟା ବଢ଼ାଉଛି ଅଚଳ ପାନୀୟ ଜଳ ପ୍ରକଳ୍ପ। ୨ଦିନ ହେଲା ଏପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଅନୁଗୋଳ ବ୍ଲକ ରନ୍ତଲେଇ ପଞ୍ଚାୟତ ଚନ୍ଦ୍ରବାହାଳ ଗ୍ରାମବାସୀ।

୫୩ ମକଦ୍ଦମା ଫଇସଲା

୫୩ ମକଦ୍ଦମା ଫଇସଲା

ତାଳଚେର,୨୨ା୪(ନି.ପ୍ର.)- ତାଳଚେର ସିଭିଲ କୋର୍ଟ ପରିସରରେ ରବିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଡିଜେ ଲୁନା ମହାନ୍ତି, ଏସ୍‌ଡିଜେଏମ୍‌ ଜୀବନ କୁମାର ପଟ୍ଟନାୟକ, ସବଜଜ୍‌ ସନ୍ତୋଷ କୁମାର ଦାସ ୧୨ଟି ମକଦ୍ଦମାର ବିଚାର କରି ୩୦, ୪୩, ୮୮୦ ଟଙ୍କା ଆଦାୟ ପାଇଁ ଧାର୍ଯ୍ୟ କରିଥିଲେ।

ମହିଳାଙ୍କଠାରୁ ଗହଣା, ଟଙ୍କା ଲୁଟ୍‌

ମହିଳାଙ୍କଠାରୁ ଗହଣା, ଟଙ୍କା ଲୁଟ୍‌

ତାଳଚେର,୨୨ା୪(ନି.ପ୍ର.)- ହାଟତୋଟା ଷ୍ଟେଟବ୍ୟାଙ୍କ ସମ୍ମୁଖରୁ ରବିବାର ଅପରାହ୍ନରେ ୨ଜଣ ଯୁବକ ଜଣେ ମହିଳାଙ୍କ ଠାରୁ ସୁନାଗହଣା, ନଗଦ ୪୫ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇଥିବା ତାଳଚେର ଥାନାରେ ଅଭିଯୋଗ ହୋଇଛି।

ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ

ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ

ତାଳଚେର,୨୨ା୪(ନି.ପ୍ର)- ତାଳଚେର ବସ୍‌ଷ୍ଟାଣ୍ଡ ପଛ ପାଖରେ ଜଣେ ଆଦିବାସୀ ଯୁବତୀଙ୍କୁ ୨ଜଣ ଯୁବକ ବଳାତ୍କାର କରିଥିବା ତାଳଚେର ଥାନାରେ ଅଭିଯୋଗ ହୋଇଛି।

ଯୁବକଙ୍କୁ ମାଡ଼ ମାରି ଜଣେ ଗିରଫ

ଯୁବକଙ୍କୁ ମାଡ଼ ମାରି ଜଣେ ଗିରଫ

ବଇଣ୍ଡା, ୨୨।୪(ଡି.ଏନ.ଏ.)- କିଶୋରନଗର ଥାନା ପାଣ୍ଡୁରିପଥର ଗ୍ରାମର ଧବଳ ସାହୁଙ୍କୁ ସେହି ଗ୍ରାମର ମଧୁସୂଦନ ସେଠୀ ଶନିବାର ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏ ସଂକ୍ରାନ୍ତରେ ନଂ. ୩୭/୧୮ରେ ମାମଲା ରୁଜୁ କରି ମଧୁସୂଦନଙ୍କୁ ଗିରଫ କରିଛି।

ଟାଙ୍ଗିଆରେ ଆକ୍ରମଣ, ଜଣେ ଗିରଫ

ଟାଙ୍ଗିଆରେ ଆକ୍ରମଣ, ଜଣେ ଗିରଫ

ବଇଣ୍ଡା,୨୨।୪(ଡି.ଏନ.ଏ.)- କିଶୋରନଗର ଥାନା ବ୍ରାହ୍ମଣୀପାଲି ଗ୍ରାମର ଲଳିତ ରାଉତଙ୍କୁ ସେହି ଗ୍ରାମର ହଜାରି ପ୍ରଧାନ ଶନିବାର ଟାଙ୍ଗିଆରେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି।

  ହନୁମାନ ମନ୍ଦିରର  ପ୍ରତିଷ୍ଠା ଉତ୍ସବ

ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ

ଭାପୁର,୨୨।୪(ଡି.ଏନ.ଏ.)- ଢେଙ୍କାନାଳ ଜିଲା ସଦର ବ୍ଲକ ଅଉଖମା ଗ୍ରାମରେ ଗତ ମଙ୍ଗଳବାରଠାରୁ ଚାଲିଥିବା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ବିଗ୍ରହ ସ୍ଥାପନ ଉତ୍ସବ ଶନିବାର ସମାପନ ହୋଇଛି।

ଦଣ୍ଡ ପ୍ରତିଯୋଗିତା ଉଦ୍‌ଯାପିତ

ଦଣ୍ଡ ପ୍ରତିଯୋଗିତା ଉଦ୍‌ଯାପିତ

ବଅଁରପାଳ,୨୨।୪(ଡି.ଏନ.ଏ.)- ବଅଁରପାଳ ବ୍ଲକ ଅନ୍ତର୍ଗତ ଗିରାଙ୍ଗ ଗ୍ରାମରେ ଚାଲିଥିବା ଦଣ୍ଡ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ନୂଆହତା ଓ ଜୋରାଗାଡ଼ିଆ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ଭୁବନ,୨୨।୪(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ବ୍ଲକ ପଳାସ ପିଠିଆ ଗୋଡା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ରବିବାର ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଯୋଗ ଦେଇଥିଲେ।

ଆହାତ କୁଟୁରାକୁ ଜଙ୍ଗଲରେ ଛଡ଼ାଗଲା

ଆହାତ କୁଟୁରାକୁ ଜଙ୍ଗଲରେ ଛଡ଼ାଗଲା

ପରଜଙ୍ଗ,୨୨।୪(ଡି.ଏନ.ଏ.)- ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡ଼ୋଳ ଫରେଷ୍ଟ ସେକ୍ସନ ଅଧୀନ ପରଜଙ୍ଗ ଗ୍ରାମର ବିକାଶ ନାୟକଙ୍କ ବାରିରୁ ରବିବାର ସକାଳେ ଏକ ଆହାତ କୁଟୁରାକୁ ଉଦ୍ଧାର କରାଯାଇଛି।

ଅସହ୍ୟ ହେଉଛି ଜଳକଷ୍ଟ

ଅସହ୍ୟ ହେଉଛି ଜଳକଷ୍ଟ

ବନ୍ତଳା,୨୨।୪(ଡି.ଏନ୍‌.ଏ.): ଅନୁଗୋଳ ବ୍ଲକ ରନ୍ତଲେଇ ଗ୍ରାମ ପଞ୍ଚାୟତର ଚନ୍ଦ୍ରବାହାଳ ଗ୍ରାମରେ ପାନୀୟଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ଗ୍ରୀଷ୍ମର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଗାଁରେ ଥିବା ଜଳାଶୟ ଶୁଖିଯିବା ସହ ପାଇପ୍‌ରେ ପାଣି ମଧ୍ୟ ଆସୁନାହିଁ ।