ଅନଗୁଳ-ଢେଙ୍କାନାଳ

ଲୁଟେରା ହଟହଟା:ତେଲ ସରିଯିବାରୁ ଅଧା ବାଟରେ ବାଇକ୍‌ ଛାଡିଗଲେ

ଲୁଟେରା ହଟହଟା:ତେଲ ସରିଯିବାରୁ ଅଧା ବାଟରେ ବାଇକ୍‌ ଛାଡିଗଲେ
ବଇଣ୍ଡା,୨୮।୧୨(ଡି.ଏନ.ଏ)- ଅନୁଗୋଳ ଜିଲା ହଣ୍ଡପା ଥାନା ଅଞ୍ଚଳରେ ଏକ ବାଇକ୍‌ ଲୁଟ୍‌ କରିବାକୁ ଯାଇ ଲୁଟେରାମାନେ ହଟହଟା ହୋଇଛନ୍ତି। ଲୁଟ୍‌ କରିଥିବା ବାଇକ୍‌ରୁ ତେଲ ସରିଯିବାରୁ ଦୁର୍ବୃତ୍ତମାନେ ଏହାକୁ ଅଧାବାଟରେ ଛାଡି ପଳାଇଛନ୍ତି। ଏପରି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାରୁ ଜଣାପଡିଛି, ବୁଧବାର ସନ୍ଧ୍ୟା ପ୍ରାୟ ୭ଟାରେ ଗୋଳାସର ଗ୍ରାମର ରିଙ୍କୁନ କୁମାର ପ୍ରଧାନ ବାଇକ୍‌ (ନଂ. ଓଆର୍‌ ୧୯ ଏଫ୍‌ ୪୩୯୬) ଯୋଗେ ନାଗାଝରଣ ଗ୍ରାମରୁ ନିଜ ଘରକୁ ଯାଉଥିବାବେଳେ ଏକ ନିଛାଟିଆ ଜାଗାରେ ୩ ଜଣ ଯୁବକ ତାଙ୍କୁ ଅଟକାଇଥିଲେ। ପରେ ତାଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଦୁର୍ବୃତ୍ତମାନେ ବାଇକ୍‌ ନେଇଯାଇଥିଲେ। ହେଲେ କିଛି ବାଟ ପରେ ଉକ୍ତ ବାଇକ୍‌ରୁ ତେଲ ସରିଯିବାରୁ ଲୁଟେରାମାନେ ନିକଟସ୍ଥ ଲୁହାମୁଣ୍ଡାସ୍ଥିତ ଗୁଣ୍ଠପଡାର ଏକ ନିଛାଟିଆ ସ୍ଥାନରେ ଗାଡି ଛାଡି ଦେଇଯାଇଥିଲେ। ଏହା ଜାଣିବା ପରେ ସମ୍ପୃକ୍ତ ବ୍ୟକ୍ତି ତାଙ୍କ ବାଇକ୍‌କୁ ଉଦ୍ଧାର କରିଛନ୍ତି। ତେବେ ଏହି ଥାନା ଅଞ୍ଚଳରେ ଲୁଟ୍‌ପାଟ ବଢୁଥିବାରୁ ପୋଲିସ ପାଟ୍ରୋଲିଂ କଡାକଡି କରାଯିବା ଉପରେ ଜିଲା ଏସ୍‌ପି ଗୁରୁତ୍ୱ ଦେବାକୁ ଜିଲା ପରିଷଦ ସଦସ୍ୟା ଜୟନ୍ତୀ ପ୍ରଧାନ ଦାବି କରିଛନ୍ତି।
All Right Reserved By

ଅନଗୁଳ-ଢେଙ୍କାନାଳ

୪  ଗିରଫ, ୯ଏମ୍‌ଏମ ବନ୍ଧୁକ, ୫ରାଉଣ୍ଡ ଜୀବନ୍ତ ଗୁଳି ଜବତ

୪ ଗିରଫ, ୯ଏମ୍‌ଏମ ବନ୍ଧୁକ, ୫ରାଉଣ୍ଡ ଜୀବନ୍ତ ଗୁଳି ଜବତ

ଅନୁଗୋଳ ଅଫିସ, ୧୮।୧୦- ଅନୁଗୋଳ ପୋଲିସ  ୪ ଡକାୟତଙ୍କୁ   ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ  ତାଳଚେର ଥାନା ନାକେଇପଶି ଅଞ୍ଚଳର ରଣଜିତ ନାଏକ ଓରଫ ଜିତୁ, ତାଙ୍କ ଭାଇ ରତ୍ନାକର ଓରଫ ରାଜ ନାଏକ, ନୂଆପଡ଼ାର ପପୁ ନାଏକ ଏବଂ ଅନୁଗୋଳ ଥାନା ପଞ୍ଚମହଲା ଅଞ୍ଚଳର ଅନିଲ ବେହେରା। 

୪ ଜୁଆଡ଼ି ଗିରଫ, ୮୭,୩୦୦ ଟଙ୍କା ଜବତ

୪ ଜୁଆଡ଼ି ଗିରଫ, ୮୭,୩୦୦ ଟଙ୍କା ଜବତ


 ତାଳଚେର, ୧୮।୧୦ (ନି.ପ୍ର.): କଲିୟାରୀ ପୋଲିସ ବୁଧବାର ରାତିରେ ସେଣ୍ଟ୍ରାଲ କଲୋନୀ ନିକଟ ଜଙ୍ଗଲରେ ଚଢ଼ାଉ କରି ୪ ଜୁଆଡ଼ିଙ୍କୁ ଗିରଫ କରିଛି। 

୧୨୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

୧୨୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ


ଭୁବନ,୧୮।୧୦(ଡି.ଏନ.ଏ.)- ଭୁବନ ଥାନା ମୁର୍ଦଙ୍ଗା ହାଟ ଛକରେ ଗୁରୁବାର ପୋଲିସ ପକ୍ଷରୁ ଚଢାଉ କରାଯାଇ ଜଳଧର ସାମଲଙ୍କ ଘରୁ  ୧୨୦ ଲିଟର ଦେଶୀ ମଦ ଓ ୨୪ ହଜାର ଟଙ୍କା ଜବତ  କରାଯାଇଛି। 

ବସ୍‌ ଧକ୍କାରେ ଜଣେ ଗୁରୁତର

ବସ୍‌ ଧକ୍କାରେ ଜଣେ ଗୁରୁତର


ବଅଁରପାଳ,୧୮।୧୦(ଡି.ଏନ.ଏ.)- ଅନୁଗୋଳ ଜିଲା  ୫୫ ନଂ. ଜାତୀୟ ରାଜପଥର ସନ୍ତ୍ରୀ ଛକଠାରେ ଗୁରୁବାର ଅପରାହ୍ନରେ ଏକ ବସ୍‌ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। 

ବାଇକ-ଟ୍ରକ ମୁହାଁମୁହିଁ ଧକ୍କା: ୨ ଗୁରୁତର

ବାଇକ-ଟ୍ରକ ମୁହାଁମୁହିଁ ଧକ୍କା: ୨ ଗୁରୁତର

ବଇଣ୍ଡା,୧୮।୧୦(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ହଣ୍ଡପା ଥାନା ଡେବେରାପାଲି ତେଲ ଟାଙ୍କି ନିକଟରେ  ଗୁରୁବାର ଅପରାହ୍ନରେ ଏକ ଟ୍ରକ-ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ସେମାନଙ୍କ ପରିଚୟ ଜଣାପଡ଼ି ନାହିଁ।

ଅବକାରୀ ଚଢାଉ, ୨ ଗିରଫ

ଅବକାରୀ ଚଢାଉ, ୨ ଗିରଫ


ବଇଣ୍ଡା,୧୮।୧୦(ଡି.ଏନ.ଏ.)- ଆଠମଲ୍ଲିକ ଅବକାରୀ ବିଭାଗ ଗୁରୁବାର ବିଭିନ୍ନ ସ୍ଥାନରେ ଚଢାଉ କରି ମଦ ଜବତ କରିଛି। ଏଥିରେ ସମ୍ପୃକ୍ତ  ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। 

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ମାଡ଼ ଅଭିଯୋଗ, ମହିଳା ଗିରଫ

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ମାଡ଼ ଅଭିଯୋଗ, ମହିଳା ଗିରଫ


ବଇଣ୍ଡା,୧୮।୧୦(ଡି.ଏନ.ଏ.)- ଠାକୁରଗଡ଼ ଥାନା ଗିରିଦା ଗ୍ରାମର ଗୁଲି ନାୟକ(୧୮)ଙ୍କୁ ମାଡ଼ ମାରିବା ଅଭିଯୋଗରେ ଗୁରୁବାର ପୋଲିସ ସେହି ଗ୍ରାମର କନକ ନାୟକଙ୍କୁ ଗିରଫ କରିଛି। 

ଅବକାରୀ ଚଢାଉ: ୪୫୦ ଦେଶୀ  ମଦ ଜବତ, ଜଣେ ଗିରଫ

ଅବକାରୀ ଚଢାଉ: ୪୫୦ ଦେଶୀ ମଦ ଜବତ, ଜଣେ ଗିରଫ

ଭୁବନ,୧୮।୧୦(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ଥାନା ଚନ୍ଦାର ଗ୍ରାମରେ ଗୁରୁବାର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୪୫୦ ଲିଟରରୁ ଊର୍ଦ୍ଧ୍ୱ ଦେଶୀ ମଦ ଜବତ  କରାଯାଇଛି।  

ମା’ଙ୍କ ନବମୀ ପୂଜା: କଳାହୀରାର ସହର ତାଳଚେର ଚଳଚଞ୍ଚଳ

ମା’ଙ୍କ ନବମୀ ପୂଜା: କଳାହୀରାର ସହର ତାଳଚେର ଚଳଚଞ୍ଚଳ


ତାଳଚେର,୧୮ା୧୦(ନି.ପ୍ର.)- କଳାହୀରାର ସହର ତାଳଚେରରେ ଗୁରୁବାର ମା’ ଦୁର୍ଗାଙ୍କ ନବମୀ ପୂଜା ଧୁମ୍‌ଧାମରେ ପାଳିତ ହୋଇଛି। ଏଥିଯୋଗୁ ସମଗ୍ର ସହର ଚଳଚଞ୍ଚଳ ହୋଇଉଠିଛି। 

ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: ଜଣେ ଗିରଫ

ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: ଜଣେ ଗିରଫ


ଢେଙ୍କାନାଳ ଅଫିସ୍‌, ୧୮ା୧୦-ଢେଙ୍କାନାଳରେ ଟାଉନ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।

ଲୋକକଳାକୁ ଗୁରୁତ୍ୱ ଦେବା ଜରୁରୀ

ଲୋକକଳାକୁ ଗୁରୁତ୍ୱ ଦେବା ଜରୁରୀ


ଭୁବନ,୧୮।୧୦(ଡି.ଏନ.ଏ.)- ଢେଙ୍କାନାଳ ଜିଲା ନୂଆ ଭୁବନ ଦୁର୍ଗାପୂଜା ମଣ୍ଡପଠାରେ ଭଜନ ସା ଅନୁଷ୍ଠିତ ହୋଇଯାଇଛି। ମୀରାବାଈ କଳାବିକାଶ କେନ୍ଦ୍ରର କଳାକାରମାନେ ଏଥିରେ ଯୋଗଦେଇ ବିଭିନ୍ନ  ଭଜନ ପରିବେଷଣ କରିଥିଲେ। ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଫସଲ ନଷ୍ଟ କଲେ ହାତୀପଲ

ଫସଲ ନଷ୍ଟ କଲେ ହାତୀପଲ

ମାଧପୁର, ୧୮ା୧୦- ଆଠମଲ୍ଲିକ ବନଖଣ୍ଡ ମାଧପୁର ବନାଞ୍ଚଳର ଖଜୁରିଝରଣ ଗ୍ରାମରେ  କିଛିଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି।  ହାତୀ ପଲ ଗ୍ରାମର  ପ୍ରମୋଦ ସ୍ବାଇଁ, ଜୟଶ୍ରୀ ସ୍ବାଇଁ, ବସନ୍ତ ସ୍ବାଇଁ, ବାଲ୍ମୀକି ସ୍ବାଇଁ, ପୁରୁଷୋତ୍ତମ ସ୍ବାଇଁ, ପୁଷ୍ପାଞ୍ଜଳି ସ୍ବାଇଁ, ଦୁଲାଲ ସ୍ବାଇଁ, ଅକ୍ରୁର ସ୍ବାଇଁ, ସର୍ବେଶ୍ୱର ନାୟକ, ସୁଗ୍ରୀବ ନାୟକ ପ୍ରମୁଖଙ୍କ ଏକର ଏକର ଚାଷ ଜମିରେ ଧାନ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଛନ୍ତି।