ଖେଳ |

କୁକ୍‌ଙ୍କ ଅପରାଜିତ ଦ୍ୱିଶତକ: ଇଂଲଣ୍ଡ ସ୍ଥିତି ଦୃଢ଼

କୁକ୍‌ଙ୍କ ଅପରାଜିତ ଦ୍ୱିଶତକ: ଇଂଲଣ୍ଡ ସ୍ଥିତି ଦୃଢ଼

ମେଲବୋର୍ନ,୨୮।୧୨(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଆଶେସ୍‌ ଟେଷ୍ଟରେ ଭ୍ରମଣକାରୀ ଇଂଲଣ୍ଡ ଅଭିଜ୍ଞ ଓପନର ଆଲିଷ୍ଟର କୁକ୍‌ଙ୍କ ଅପରାଜିତ ଦ୍ୱିଶତକ ବଳରେ ସ୍ଥିତି ଦୃଢ଼ କରିଛି। ଟସ୍‌ ଜିତି ଅଷ୍ଟେଲିଆ ପ୍ରଥମ ଇନିଂସରେ ୩୨୭ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭ କରି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୧୪୪ ଓଭରରେ ୯ ଉଇକେଟ ହରାଇ ୪୯୧ ରନ ସଂଗ୍ରହ କରିଛି। ଫଳରେ ଇଂଲଣ୍ଡ ଗୋଟିଏ ଉଇକେଟ ହାତରେ ଥାଇ ୧୬୪ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ କୁକ୍‌ ୨୪୪ ରନର ଦ୍ୱିଶତକୀୟ ପାଳି ଖେଳି ଅପରାଜିତ ରହିଛନ୍ତି। ସେହିପରି ଜେମ୍ସ ଆଣ୍ଡରସନ ବିନାସ୍କୋରରେ ଅପରାଜିତ ରହିଛନ୍ତି। କୁକ୍‌ ଏଥିସହିତ ୧୫୧ଟି ଟେଷ୍ଟ ଖେଳି କ୍ୟାରିୟରର ପଞ୍ଚମ ଦ୍ୱିଶତକ ଅର୍ଜନ କରିଛନ୍ତି। ସେ ମଧ୍ୟ ମୋଟ ଉପରେ ଟେଷ୍ଟ ଫର୍ମାଟରେ ୧୧, ୯୫୬ ରନ ସଂଗ୍ରହ କରି ସର୍ବାଧିକ ରନ ସଂଗ୍ରହ ତାଲିକାର ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି। ଏହି କ୍ରମରେ ସେ ଓ୍ବେଷ୍ଟଇଣ୍ଡିଜ୍‌ ଲିଜେଣ୍ଡ ବ୍ରାଏନ ଲାରାଙ୍କୁ ପଛରେ ପକାଇଛନ୍ତି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୯୨/୨ ରୁ ଖେଳ ଆରମ୍ଭ କରିଥିଲା ଇଂଲଣ୍ଡ। ଓଭରନାଇଟ ବ୍ୟାଟ୍ସମ୍ୟାନ କୁକ୍‌ ୧୦୯ରୁ ଖେଳ ଆରମ୍ଭ କରି ଗୁରୁବାର ଦିନ ସାରା କ୍ରିଚ୍‌ରେ ରହି ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ସେହିପରି ଜୋ ରୁଟ ୪୯ ରନରୁ ଖେଳ ଆରମ୍ଭ କରି ୬୧ରନର ଅର୍ଦ୍ଧଶତକୀୟ ପାଳି ଖେଳି ପ୍ୟାଭିଲିୟନ ଫେରିଥିଲେ। ଷ୍ଟୁଆର୍ଟ ବ୍ରଡ ୫୬ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିବା ବେଳେ ଅନ୍ୟମାନେ ସେତେଟା ଭଲ ପ୍ରଦର୍ଶନ କରି ନ ଥିଲେ। ଜେମ୍ସ ବେୟାରଷ୍ଟୋ ୨୨, ମୋଇନ ଅଲୀ ୨୦, କ୍ରିସ୍‌ ଓ୍ବକ୍ସ ୨୬ ରନ କରି ଆଉଟ ହୋଇଛନ୍ତି। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ଜୋଶ ହାଜେଲଉଡ, ନାଥନ ଲିୟନ ଓ ପ୍ୟାଟ କୁମିନ୍ସ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ସୂଚନାଯୋଗ୍ୟ ଯେ, ଅଷ୍ଟ୍ରେଲିଆ ଏହା ପୂର୍ବରୁ ଏହି ୫ ମ୍ୟାଚ ବିଶିଷ୍ଟ ଆଶେସ ସିରିଜର ପ୍ରଥମ ୩ଟି ମ୍ୟାଚ ଜିତି ୩-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି।

All Right Reserved By

Model This Week

ନିକିତା

ଖେଳ |

ଜୁନିୟର ବାସ୍କେଟବଲ ଚାମ୍ପିୟନଶିପ୍‌ ବାଳିକା ବର୍ଗର ଫାଇନାଲରେ ବିବିଏ-ଟ୍ରଟର୍ସ

କଟକ ଅଫିସ, ୨୨।୪- ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଓଡ଼ିଶା ବାସ୍କେଟବଲ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ଜୁନିୟର ବାସ୍କେଟବଲ ଚାମ୍ପିୟନଶିପ୍‌ର ଶନିବାର ଖେଳ ଶେଷ ହୋଇଛି। ପ୍ରତିଯୋଗିତାର ବାଳିକା ବର୍ଗର ଫାଇନାଲକୁ ବିବିଏ ଓ ଟ୍ରଟର୍ସ ପ୍ରବେଶ କରିଛନ୍ତି।

ବିଶ୍ୱ ଫୁଟ୍‌ଭଲି ଚାମ୍ପିୟନଶିପ୍‌  ଜାତୀୟ ଦଳରେ ୩ ଓଡ଼ିଆ

ବିଶ୍ୱ ଫୁଟ୍‌ଭଲି ଚାମ୍ପିୟନଶିପ୍‌ ଜାତୀୟ ଦଳରେ ୩ ଓଡ଼ିଆ

କଟକ ଅଫିସ,୨୨।୪- ଏପ୍ରିଲ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ ବିଶ୍ୱ ଫୁଟଭଲି ଚାମ୍ପିୟନଶିପ ଅନୁଷ୍ଠିତ ହେବ। ଏ ନେଇ କଟକ ସିଟି ଫୁଟ୍‌ଭଲି ଆସୋସିଏଶନ ପକ୍ଷରୁ ବାରବାଟୀ ଷ୍ଟାଡିୟମସ୍ଥିତ ଓସିଏ ସମ୍ମିଳନୀ କକ୍ଷରେ ଭାରତୀୟ ଦଳକୁ ଶନିବାର ସମ୍ବର୍ଦ୍ଧନା ଦିଆଯାଇଥିଲା।

ଅଲ୍‌ଓଡ଼ିଶା ଓପନ୍‌ ହ୍ୟାଣ୍ଡିକ୍ୟାପ୍‌ ସ୍ନୁକର ଅବିନାଶଙ୍କୁ ହରାଇଲେ ଶ୍ୟାମ

ଭୁବନେଶ୍ୱର, ୨୨।୪(ସ୍ପୋଟର୍‌ସ ବ୍ୟୁରୋ)- ଭିନ୍‌ଟେଜ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଅଲ୍‌ଓଡ଼ିଶା ଓପନ୍‌ ହ୍ୟାଣ୍ଡିକ୍ୟାପ୍‌ ସ୍ନୁକର ଚାମ୍ପିୟନଶିପ୍‌ର ଶନିବାର ଥିଲା ୩ୟ ଦିବସ। ଏଥିରେ ଏକାଧିକ ମ୍ୟାଚ୍‌ ଖେଳାଯାଇଥିବାବେଳେ ଜୁନିୟର ଷ୍ଟେଟ୍‌ ସ୍ନୁକର ରନର୍ସଅପ୍‌ ଅବିନାଶ ମହାପାତ୍ରଙ୍କୁ ୨-୦ରେ ଶ୍ରାମ ଅଗ୍ରଓ୍ବାଲ ହରାଇବା ଦିବସର ଉଲ୍ଲେଖନୀୟ ଘଟଣା ରହିଥିଲା।

ଫେଡ୍‌ କପ୍‌ ଚେକ୍‌ ରିପବ୍ଲିକକୁ ଅଗ୍ରଣୀ କଲେ କ୍ୱିଟୋଭା, ପ୍ଲିସ୍‌କୋଭା

ଷ୍ଟୁଟଗାର୍ଟ, ୨୨।୪(ପି.ଟି.)-ପେଟ୍ରା କ୍ୱିଟୋଭା ଓ କାରୋଲିନା ପ୍ଲିସକୋଭା ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିବା ଦ୍ୱାରା ଶନିବାର ଜର୍ମାନୀ ବିପକ୍ଷ ଫେଡ୍‌ କପ୍‌ ସେମିଫାଇନାଲ ମ୍ୟାଚରେ ଚେକ୍‌ ରିପବ୍ଲିକ ୨-୦ରେ ଅଗ୍ରଣୀ ଲାଭ କରିଛି।

ନାଡାଲ-ନିଶିକୋରୀ ଫାଇନାଲ

ନାଡାଲ-ନିଶିକୋରୀ ଫାଇନାଲ

ମଣ୍ଟେ କାର୍ଲୋ, ୨୨ା୪ (ଏଏଫ୍‌ପି)- ବିଶ୍ୱର ନମ୍ବର ଓ୍ବାନ ଖେଳାଳି ରାଫାଲ ନାଡାଲ ଓ ଜାପାନର କେଇ ନିଶିକୋରୀଙ୍କ ମଧ୍ୟରେ ୧୨ତମ ମଣ୍ଟେ କାର୍ଲୋ ମାଷ୍ଟର୍ସ ଟେନିସ ଫାଇନାଲ ମ୍ୟାଚ ଖେଳାଯିବ। ଶନିବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ସ୍ପେନ୍‌ର ୩୧ ବର୍ଷୀୟ ନାଡାଲ ଚତୁର୍ଥ ସିଡ୍‌ ତଥା ବୁଲଗେରିଆର ଗ୍ରିଗୋର ଦିମିତ୍ରିଭଙ୍କୁ ୬-୪, ୬-୧ ସେଟ୍‌ରେ ହରାଇ ଦେଇଛନ୍ତି।

ଆନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟବଲ ଉଦ୍‌ଘାଟିତ କେନ୍ଦୁଝର ବିଜୟୀ

ଆନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟବଲ ଉଦ୍‌ଘାଟିତ କେନ୍ଦୁଝର ବିଜୟୀ

ଭୁବନେଶ୍ୱର, ୨୨।୪ (ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ରାଜ୍ୟରେ ଥିବା ସମସ୍ତ ଫୁଟବଲ କ୍ରୀଡ଼ା ଛାତ୍ରାବାସଗୁଡିକୁ ନେଇ ଏକ ଆନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛି। ସହକାରୀ ନିର୍ଦ୍ଦେଶକ ସନାତନ ସାହୁ ଏହି ଟୁର୍ନାମେଣ୍ଟର ଉଦ୍‌ଘାଟନ କରିଥିଲେ।

ଜାତୀୟ ଜୁନିୟର ଆଥ୍‌ଲେଟିକ ପ୍ରଜ୍ଞା, ମନୀଷାଙ୍କୁ ରୌପ୍ୟ

ଜାତୀୟ ଜୁନିୟର ଆଥ୍‌ଲେଟିକ ପ୍ରଜ୍ଞା, ମନୀଷାଙ୍କୁ ରୌପ୍ୟ

କଟକ ଅଫିସ,୨୨।୪- ୧୬ତମ ଫେଡେରେଶନ୍‌ କପ୍‌ ଜାତୀୟ ଜୁନିୟର ଆଥ୍‌ଲେଟିକ ଚାମ୍ପିୟନଶିପ୍‌ରେ ଓଡ଼ିଶାକୁ ୨ଟି ରୌପ୍ୟ ପଦକ ମିଳିଛି। ତାମିଲନାଡୁର କୋଏମ୍ବାଟୁରଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଶନିବାର ଦ୍ୱିତୀୟ ଦିବସ ରହିଥିଲା। ୧୦ଜଣିଆ ଓଡ଼ିଶା ଦଳରୁ ୨ଜଣ ବାଳିକା ଖେଳାଳି ଏହି ପଦକ ଜିତିବା ସହ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି।

ଆଇପିଏଲ୍‌ ୧୧: ବାଙ୍ଗାଲୋରର ଦ୍ୱିତୀୟ ବିଜୟ

ଆଇପିଏଲ୍‌ ୧୧: ବାଙ୍ଗାଲୋରର ଦ୍ୱିତୀୟ ବିଜୟ

ବାଙ୍ଗାଲୋର, ୨୨।୪(ପି.ଟି.)- ଅଭିଜ୍ଞ ଏବି ଡି’ଭିଲର୍ସଙ୍କ ଧୂଆଁଧାର ୯୦ ରନ (୩୯ ବଲ, ୧୦ ଚୌକା, ୫ ଛକା)ର ପାଳି ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୯ତମ ମ୍ୟାଚରେ ଗୌତମ ଗମ୍ଭୀରଙ୍କ ଦିଲ୍ଲୀ ଡେୟାର ଡେଭିଲ୍ସକୁ ୧୨ଟି ବଲ ବାକି ଥାଇ ୬ ଉଇକେଟରେ ପରାସ୍ତ କରିଛି। ସ୍ଥାନୀୟ ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶନିବାର ଟସ୍‌ ଜିତି ବାଙ୍ଗାଲୋର ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ସେତେଟା ଭଲ ଆରମ୍ଭ କରି ନ ଥିଲେ ମଧ୍ୟ ରିଷଭ ପନ୍ତ ଓ ଶ୍ରେୟାସ ଆୟାରଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୭୪ରନ ଚ୍ୟାଲେଞ୍ଜିଂ ସ୍କୋର ଛିଡା କରିଥିଲା।

ଆନ୍ତଃ ବିଦ୍ୟାଳୟ ସଫ୍ଟ ବଲ୍‌ ଚାମ୍ପିୟନଶିପ

ରାଉରକେଲା ଅଫିସ,୨୨।୪- ରାଉରକେଲା ସଫ୍ଟ ବଲ ଆସୋସିଏଶନ ପକ୍ଷରୁ ୨ଦିନିଆ ଆନ୍ତଃ ସ୍କୁଲ ପ୍ରତିଯୋଗିତା ଦିଲ୍ଲୀ ପବ୍ଲିକ ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଦିତନଗର ସ୍କୁଲ, ଦିଲ୍ଲୀ ପବ୍ଲିକ ସ୍କୁଲ, ବାଜି ରାଉତ ସ୍କୁଲ, ଇସ୍ପାତ ଇଂଲିଶ ମିଡିୟମ ସ୍କୁଲ ଓ ଏନ୍‌ଆଇଟି ଭଳି ୫ଟି ଶିକ୍ଷାନୁଷ୍ଠାନ ଭାଗ ନେଇଥିଲେ। ବାଳକ ବିଭାଗରେ ଏନ୍‌ଆଇଟି ଓ ବାଳିକା ବିଭାଗରେ ଉଦିତନଗର ବିଜୟୀ ହୋଇଛନ୍ତି। ଦିଲ୍ଲୀ ପବ୍ଲିକ୍‌ ସ୍କୁଲର ବାଳକ ଓ ବାଳିକା ଟିମ୍‌ ରନର୍ସଅପ୍‌ ହୋଇଛନ୍ତି।

ରାଜ୍ୟ ପୋଲିସ ଭଲିବଲ: ମୟୂରଭଞ୍ଜ, ସମ୍ବଲପୁର, କୋରାପୁଟ ବିଜୟୀ

ରାଜ୍ୟ ପୋଲିସ ଭଲିବଲ: ମୟୂରଭଞ୍ଜ, ସମ୍ବଲପୁର, କୋରାପୁଟ ବିଜୟୀ

ସମ୍ବଲପୁର, ୨୧।୪ (ବ୍ୟୁରୋ)- ୭୫ତମ ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌-୨୦୧୮ ଶନିବାର ଦ୍ୱିତୀୟ ଦିବସ ମ୍ୟାଚ ସମ୍ବଲପୁର ରିଜର୍ଭ ପୋଲିସ ପଡିଆସ୍ଥିତ ୩ଟି ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏଥିରେ ମୟୂରଭଞ୍ଜ, ପ୍ରଥମ ଏସଏସବିଏମ୍‌ ସମ୍ବଲପୁର, ଓଏସଏପି ପଞ୍ଚମ ବାଟାଲିୟନ୍‌ ବିପିଡି, ଅନୁଗୋଳ, ୱାଇଏସ୍‌ଏଫ୍‌ ଭୁବନେଶ୍ୱର, ପ୍ରଥମ ଆଇଆରବିଏନ୍‌ କୋରାପୁଟ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି।

ଡିଏଲ୍‌ରେ ଜିତିଲା କିଙ୍ଗ୍ସ ଏକାଦଶ ପଞ୍ଜାବ

ଡିଏଲ୍‌ରେ ଜିତିଲା କିଙ୍ଗ୍ସ ଏକାଦଶ ପଞ୍ଜାବ

କଲିକତା, ୨୧।୪ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ବର୍ଷା ବାଧାପ୍ରାପ୍ତ ୧୮ତମ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ନେତୃତ୍ୱାଧୀନ କିଙ୍ଗ୍ସ ଏକାଦଶ ପଞ୍ଜାବ ଡକଓ୍ବର୍ଥ ଲୁଇସ୍‌(ଡିଏଲ୍‌) ନିୟମରେ ୧୧ଟି ବଲ ବାକିଥାଇ ୯ ଉଇକେଟରେ ଘରୋଇ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। ସ୍ଥାନୀୟ ଇଡେନ ଗାର୍ଡେନରେ ଅନୁଷ୍ଠିତ ଏହି ମ୍ୟାଚରେ ଟସ୍‌ ଜିତି ପଞ୍ଜାବ କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।

ଚୋରି ପରେ ଉଦ୍ଧାର ହେଲା ୟୁରୋପା ଲିଗ୍‌ ଟ୍ରଫି

ଚୋରି ପରେ ଉଦ୍ଧାର ହେଲା ୟୁରୋପା ଲିଗ୍‌ ଟ୍ରଫି

ମେକ୍ସିକୋ ସିଟି,୨୧।୪(ଏଏଫ୍‌ପି)- ୟୁରୋପା ଲିଗ୍‌ ଟ୍ରଫି ଏଠାରେ ଆୟୋଜିତ ଏକ ଇଭେଣ୍ଟରେ ପ୍ରଦର୍ଶିତ ହେବା ପରେ ଚୋରି ହୋଇଯାଇଥିଲା। ଏହାର କିଛି ଘଣ୍ଟା ପରେ ଉଦ୍ଧାର କରି ନିଆଯାଇଥିବା ଗୁଆନାଜୁଆଟୋ ରାଜ୍ୟ ପକ୍ଷରୁ କୁହାଯାଇଛି। ଲେଓନ ସହରସ୍ଥିତ ଫୁଟ୍‌ବଲ ଷ୍ଟାଡିୟମ୍‌ରେ ଶୁକ୍ରବାର ରାତିରେ ଟ୍ରଫିକୁ ପ୍ରଦର୍ଶିତ କରାଯାଇଥିଲା। ଇଭେଣ୍ଟ ପରେ ଏକ କାର୍‌ ଜରିଆରେ ଟ୍ରଫିକୁ ନିଆଯାଉଥିବା ବେଳେ ଦୁର୍ବତ୍ତମାନେ ଏହାକୁ ଚୋରି କରି ନେଇଥିଲେ।