Dharitri News
ଖେଳ |

ରଣଜୀ ଟ୍ରଫି: ଦିଲ୍ଲୀ- ବିଦର୍ଭ ଫାଇନାଲ ଆଜି

ଇନ୍ଦୋର,୨୮।୧୨(ପି.ଟି.)- ପ୍ରଥମଥର ପାଇଁ ଦେଶର ସର୍ବବୃହତ୍‌ ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ଟାଇଟଲଠାରୁ ଗୋଟିଏ ପାଦ ଦୂରରେ ରହିଛି ବିଦର୍ଭ। ଆଉ ଗୋଟିଏ ବିଜୟ ହାସଲ କଲେ ବିଦର୍ଭ ଇତିହାସ ସୃଷ୍ଟି କରିବ। ଇନ୍ଦୋରର ହୋଲକାର ଷ୍ଟାଡିୟମରେ ଶୁକ୍ରବାରଠାରୁ ରଣଜୀ ଟ୍ରଫି ଫାଇନାଲ ମ୍ୟାଚ ଆରମ୍ଭ ହେବ। ଅଣ୍ଡରଡଗ୍‌ କୁହାଯାଉଥିବା ବିଦର୍ଭ ଓ ହଟ୍‌ ଫେଭରାଇଟ୍‌ ଦିଲ୍ଲୀ ଟାଇଟଲ ପାଇଁ ଏହି ନିର୍ଣ୍ଣାୟକ ମୁକାବିଲରେ ଅବତୀର୍ଣ୍ଣ ହେବେ। ବିଦର୍ଭ ପ୍ରଥମଥର ପାଇଁ ଏହି ସମ୍ମାନଜନକ ଟୁର୍ନାମେଣ୍ଟର ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ଅପରପକ୍ଷରେ ଦିଲ୍ଲୀ ଏହି ମ୍ୟାଚରେ ବିଜୟୀ ହେଲେ ଅଷ୍ଟମଥର ପାଇଁ ରଣଜୀ ଟାଇଟଲ ହାସଲ କରିବ। ଶେଷଥର ପାଇଁ ଦିଲ୍ଲୀ ପାକାପାଖି ୧୦ ବର୍ଷ ତଳେ ଟାଇଟଲ ଜିତିଥିଲା। ଉଭୟ ଦଳରେ ତାରକା ଖେଳାଳିମାନେ ରହିଛନ୍ତି। ଦୁଇଟି ଯାକ ଦଳ ଯୁବ ଓ ଅଭିଜ୍ଞ ଖେଳାଳିମାନଙ୍କୁ ନେଇ ବେଶ୍‌ ସନ୍ତୁଳିତ ମନେ ହେଉଛି। ଦିଲ୍ଲୀ ଫେଭରାଇଟ ମନେ ହେଉଥିଲେ ମଧ୍ୟ ବିଦର୍ଭ ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖୁଛି। ରିଷଭ ପନ୍ତ ଦିଲ୍ଲୀର ନେତୃତ୍ୱ ନେଉଥିବା ବେଳେ ପଏଜ ଫାଜନ ବିଦର୍ଭର ଅଧିନାୟକ ଦାୟିତ୍ୱରେ ରହିଛନ୍ତି। ଏହି ନିର୍ଣ୍ଣାୟକ ମ୍ୟାଚରେ କଡ଼ା ସଂଘର୍ଷ ଦେଖିବାକୁ ମିଳିବ। ନୂଆ ଇତିହାସ ସୃଷ୍ଟି ହେବ କିମ୍ବା ଇତିହାସର ପୁନରାବୃତ୍ତି ହେବ ତାହା ମ୍ୟାଚ ଶେଷରେ ଜଣାପଡିବ।

ଖେଳ |

ବ୍ୟାଡ୍‌ମିଣ୍ଟନ ପ୍ରିମିୟର ଲିଗ୍‌: ପୁରୀ ସ୍ମାସ୍‌ କିଙ୍ଗ୍‌ ଚାମ୍ପିୟନ

ବ୍ୟାଡ୍‌ମିଣ୍ଟନ ପ୍ରିମିୟର ଲିଗ୍‌: ପୁରୀ ସ୍ମାସ୍‌ କିଙ୍ଗ୍‌ ଚାମ୍ପିୟନ

କଟକ ଅଫିସ,୨୧ା୧-ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଓ କଟକ କ୍ଲବର ମିଳିତ ଆନୁକୂଲ୍ୟରେ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମଠାରେ ଚାଲିଥିବା ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ୍‌ ରବିବାର ଉଦ୍‌ଯାପିିତ ହୋଇଯାଇଛି।

ରାଜ୍ୟସ୍ତରୀୟ କୁସ୍ତି ଉଦ୍‌ଯାପିତ

ରାଜ୍ୟସ୍ତରୀୟ କୁସ୍ତି ଉଦ୍‌ଯାପିତ

ଭୁବନେଶ୍ୱର, ୨୧।୧(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଉତ୍କଳ କରାଟେ ସ୍କୁଲଠାରେ ଗତ ଦୁଇଦିନ ଧରି ଚାଲିଥିବା ରାଜ୍ୟ କୁସ୍ତି ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି।

ନାଡାଲ- ସିଲିକ, ଓଜନିଆକି- ନାଭାରୋ କ୍ୱାର୍ଟର ଫାଇନାଲ

ନାଡାଲ- ସିଲିକ, ଓଜନିଆକି- ନାଭାରୋ କ୍ୱାର୍ଟର ଫାଇନାଲ

ମେଲବୋର୍ନ,୨୧ା୧(ପି.ଟି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ ଟେନିସ ଟୁର୍ନାମେଣ୍ଟ ସପ୍ତମ ଦିନରେ ପହଞ୍ଚିଛି। ପୁରୁଷ ସିଙ୍ଗଲ୍ସରେ ବିଶ୍ୱର ଏକ ନମ୍ବର ଖେଳାଳି ସ୍ପେନାର ରାଫେଲ ନାଡାଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ଆଶେସ ପରାଜୟର ପ୍ରତିଶୋଧ ଦିନିକିଆ ସିରିଜରେ

ଆଶେସ ପରାଜୟର ପ୍ରତିଶୋଧ ଦିନିକିଆ ସିରିଜରେ

ସିଡନୀ,୨୧ା୧(ପି.ଟି.)- ଭ୍ରମଣକାରୀ ଇଂଲଣ୍ଡ ଆଶେସ ପରାଜୟର ପ୍ରତିଶୋଧ ଦିନିକିଆ ସିରିଜରେ ନେଇଛି। ସ୍ଥାନୀୟ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ତୃତୀୟ ଦିନିକିଆ ମ୍ୟାଚରେ ଇଂଲଣ୍ଡ ଉଇକେଟ କିପର ବ୍ୟାଟ୍ସମ୍ୟାନ ଜୋସ ବଟଲରଙ୍କ ଅପରାଜିତ ଶତକ ସହାୟତାରେ ଅଷ୍ଟ୍ରେଲିଆକୁ ୧୬ ରନରେ ପରାସ୍ତ କରିଛି।

ଅଷ୍ଟ୍ରେଲିଆନ୍‌ ଓପନ୍‌: କ୍ୱାର୍ଟରରେ ନାଡାଲ

ଅଷ୍ଟ୍ରେଲିଆନ୍‌ ଓପନ୍‌: କ୍ୱାର୍ଟରରେ ନାଡାଲ

ମେଲବୋର୍ନ, ୨୧।୧- ଚଳିତ ସିଜନ୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ପୁରୁଷ ସିଙ୍ଗଲ୍ସ ବର୍ଗରେ ରାଫାଲ ନାଡାଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶୀର୍ଷ ର଼୍ୟାଙ୍କଧାରୀ ଏହି ଖେଳାଳି ୬-୩, ୬-୭(୪/୭), ୬-୩, ୬-୩ ସେଟ୍‌ରେ ଆର୍ଜେଣ୍ଟିନାର ଡିଆଇଗୋ ସ୍କଓ୍ବାର୍ଟଜମ୍ୟାନଙ୍କୁ ହରାଇ ଦେଇଛନ୍ତି।

ପ୍ରି-କ୍ୱାର୍ଟରରେ ହାରିଲେ ପେସ୍‌-ପୂରବ

ପ୍ରି-କ୍ୱାର୍ଟରରେ ହାରିଲେ ପେସ୍‌-ପୂରବ

ମେଲବୋର୍ନ, ୨୧।୧- ଭେଟେରାନ ଲିଆଣ୍ଡର ପେସ୍‌ ଓ ପୂରବ ରାଜାଙ୍କ ଯୋଡ଼ି ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ଡବଲ୍ସ ବର୍ଗର ପ୍ରି-କ୍ୱାର୍ଟର ରାଉଣ୍ଡରେ ପରାଜିତ ହୋଇ ଅଭିଯାନ ଶେଷ କରିଛନ୍ତି। ରବିବାର ଖେଳାଯାଇଥିବା ମୁକାବିଲାରେ ଅଣସିଡ୍‌ ଭାରତୀୟ ଯୋଡ଼ି ୧-୬, ୨-୬ ସେଟ୍‌ରେ କଲମ୍ବିଆର ଜୁଆନ ସେବେଷ୍ଟିଆନ କାବାଲ ଓ ରବର୍ଟ ଫରାହଙ୍କ ଯୋଡ଼ିଠାରୁ ପରାସ୍ତ ହୋଇଛନ୍ତି।

ଓଡ଼ିଶା ପ୍ରିମିୟର ଲିଗ୍‌: ବାରବାଟୀ-ଜଗତ୍‌ସିଂହପୁର ସେମି ଆଜି

ଓଡ଼ିଶା ପ୍ରିମିୟର ଲିଗ୍‌: ବାରବାଟୀ-ଜଗତ୍‌ସିଂହପୁର ସେମି ଆଜି

ଭୁବନେଶ୍ୱର, ୨୧।୧(ସ୍ପୋଟର୍‌ସ ବ୍ୟୁରୋ)- ବାଙ୍ଗାଲୋରସ୍ଥିତ ଏଥେନା ସ୍ପୋଟର୍‌ସ କ୍ଲବଠାରେ ଓଡ଼ିଶା ୟୁଥ୍‌ ପକ୍ଷରୁ ଚାଲିଥିବା ଓଡ଼ିଶା ପ୍ରିମିୟର ଲିଗ୍‌ (ଓପିଏଲ୍‌)ର ୩ଟି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଶନିବାର ଅନୁଷ୍ଠିତ ହୋଇଯାଇଛି।

ଫାଇନାଲରେ ପ୍ରଗତି ସ୍ପାର୍ଟିଂ ଓ ଇଷ୍ଟ କୋଷ୍ଟ ରେଲଓ୍ବେ

ଫାଇନାଲରେ ପ୍ରଗତି ସ୍ପାର୍ଟିଂ ଓ ଇଷ୍ଟ କୋଷ୍ଟ ରେଲଓ୍ବେ

ଘସିପୁରା,୨୦।୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅଳତୀ ଠାରେ ୨୫ତମ ରାଜ୍ୟସ୍ତରୀୟ ଗୋଲଡେନ୍‌ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଆନନ୍ଦପୁର ଉପଜିଲାପାଳ ନିତ୍ୟାନନ୍ଦ ବାରିକ, ଆନନ୍ଦପୁର ବ୍ଲକ ବିଡିଓ ଉମାକାନ୍ତ ପରିଡା, ଘସିପୁରା ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ, ନିୟନ୍ତ୍ରିତ ବଜାର କମିଟି ଉପାଧ୍ୟକ୍ଷ ଦେବାଶିଷ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ ପାକିସ୍ତାନକୁ ହରାଇ ଟାଇଟଲ ବଜାୟ ରଖିଲା ଭାରତ

ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ ପାକିସ୍ତାନକୁ ହରାଇ ଟାଇଟଲ ବଜାୟ ରଖିଲା ଭାରତ

ନୂଆଦିଲ୍ଲୀ,୨୦।୧(ପି.ଟି.)- ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ର ପଞ୍ଚମ ସଂସ୍କରଣରେ ଅଜୟ ରେଡ୍ଡୀଙ୍କ ନେତୃତ୍ୱାଧୀନ ଭାରତ ଟାଇଟଲ ହାସଲ କରିଛି। ଶନିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ଭାରତ ଦୁଇ ଉଇକେଟରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଚାମ୍ପିୟନ ହେବା ସହିତ କ୍ରମାଗତ ଦ୍ୱିତୀୟ ଟାଇଟଲ ହାସଲ କରିଛି। ଏହା ପୂର୍ବରୁ ଗ୍ରୁପ୍‌ ମ୍ୟାଚ୍‌ରେ ମଧ୍ୟ ଭାରତ ଗତ ୧୩ ତାରିଖରେ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଥିଲା। ମୋଟ ଉପରେ ଏହି ମେଗା ଇଭେଣ୍ଟରେ ଭାରତ ଦୁଇଥର ପାକିସ୍ତାନକୁ ହରାଇଛି।

ଚତୁଃରାଷ୍ଟ୍ରୀୟ ହକି: ଫାଇନାଲରେ ଭାରତ

ଚତୁଃରାଷ୍ଟ୍ରୀୟ ହକି: ଫାଇନାଲରେ ଭାରତ

ଟୌରାଙ୍ଗ(ନ୍ୟୁଜିଲାଣ୍ଡ),୨୦।୧- ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ଟୁର୍ନାମେଣ୍ଟର ଫାଇନାଲ୍‌ରେ ଭାରତୀୟ ଦଳ ପ୍ରବେଶ କରିଛି। ଶବିବାର ବ୍ଲାକ ପାର୍କଠାରେ ଖେଳାଯାଇଥିବା ମୁକାବିଲାରେ ଭାରତୀୟ ଦଳ ୩-୧ ଗୋଲ୍‌ରେ ଘରୋଇ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଏହି ସଫଳତା ପାଇଛି।

ଶାରାପୋଭାଙ୍କ ଅଭିଯାନ ଶେଷ

ଶାରାପୋଭାଙ୍କ ଅଭିଯାନ ଶେଷ

ମେଲବୋର୍ନ, ୨୦।୧- ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ପୂର୍ବତନ ଚାମ୍ପିୟନ୍‌ ମାରିଆ ଶାରାପୋଭାଙ୍କ ଅଭିଯାନ ଶନିବାର ଶେଷ ହୋଇଛି। ପାଞ୍ଚ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଅଧିକାରୀ ଶାରାପୋଭାଙ୍କୁ ୨୧ତମ ସିଡ୍‌ ଜର୍ମାନୀର ଆଞ୍ଜେଲିନ୍‌ କର୍ବର ୬-୧, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି।

ଅଷ୍ଟ୍ରେଲିଆନ୍‌ ଓପନ୍‌: ପ୍ରି-କ୍ୱାର୍ଟରରେ ପେସ୍‌

ଅଷ୍ଟ୍ରେଲିଆନ୍‌ ଓପନ୍‌: ପ୍ରି-କ୍ୱାର୍ଟରରେ ପେସ୍‌

ମେଲବୋର୍ନ, ୨୦।୧(ପି.ଟି.)- ଭେଟେରାନ ଟେନିସ୍‌ ଖେଳାଳି ଲିଆଣ୍ଡର ପେସ୍‌ ଓ ତାଙ୍କ ଯୋଡ଼ିଦାର ପୂରବ ରାଜା ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ପୁରୁଷ ଡବଲ୍ସ ବର୍ଗରେ ପ୍ରି-କ୍ୱାର୍ଟର୍‌ରେ ସ୍ଥାନ ପକ୍କା କରିଛନ୍ତି।