ବାଲେଶ୍ୱର

ଗ୍ରାମୀଣ ମହୋତ୍ସବରେ ଲୋକକଳା, ସଂସ୍କୃତିର ଝଲକ

ଗ୍ରାମୀଣ ମହୋତ୍ସବରେ ଲୋକକଳା, ସଂସ୍କୃତିର ଝଲକ
ଜଳେଶ୍ୱର, ୨୮।୧୨(ଡି.ଏନ.ଏ.)-ଜଳେଶ୍ୱର ବ୍ଲକ ତଥା ଥାନା ଅନ୍ତର୍ଗତ ନାମ୍ପୋ ଫାଣ୍ଡି ଅଧୀନ ନବଗଠିତ ସମ୍ପତ୍ତିଆ ପଞ୍ଚାୟତର ଡେମୁରିଆ ଛକ ନିକଟ ମହୋତ୍ସବ ପଡ଼ିଆରେ ବୁଧବାର ସନ୍ଧ୍ୟାରେ ଉତ୍ତର ବାଲେଶ୍ୱର ଉପାନ୍ତ ଗ୍ରାମୀଣ ମହୋତ୍ସବ ୨୦୧୭-୧୮ ଉଦ୍‌ଘାଟିତ ହୋଇଯାଇଛି। ୮ ଦିବସ ବ୍ୟାପି ହେବାକୁ ଥିବା ଏହି ମହୋତ୍ସବକୁ ବିଶିଷ୍ଟ କୃଷି ବୈଜ୍ଞାନିକ ତଥା ଉତ୍କଳ ସମ୍ମିଳନୀର ରାଜ୍ୟ ସମ୍ପାଦକ ଡ. ଅଦୈତ୍ୱ କୁମାର ପାତ୍ର ମୁଖ୍ୟଅତିଥି ଭାବେ ଉଦ୍‌ଘାଟନ କରି ଏହି ମହୋତ୍ସବ ଗ୍ରାମାଞ୍ଚଳରେ ଥିବା ପ୍ରତିଭାଧାରୀଙ୍କର ପ୍ରତିଭା ପ୍ରସ୍ଫୁଟିତ ହେବା ସହ ଲୋକକଳା, ସଂସ୍କୃତି ଓ ପରମ୍ପରା ବଞ୍ଚିରହୁଛି। ବିଶେଷ କରି ଭାଇଚାରା ଅତୁଟ ରହୁଛି। ମହୋତ୍ସବ କମିଟି ଆବାହକ ତଥା ସଭାପତି ପତିତପାବନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ସାମାଜିକ କର୍ମୀ ରାଜେନ୍ଦ୍ର ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସୁକାନ୍ତ ଗିରି, ଶିକ୍ଷାବିତ୍‌ କମଳ ପଟ୍ଟନାୟକ, ଶଙ୍କର ବାରିକ ପ୍ରମୁଖ ଉପସ୍ଥିତ ରହି ମହୋତ୍ସବର ପ୍ରାସଙ୍ଗିକତା ବୁଝାଇଥିଲେ। କମିଟି ସାଧାରଣ ସମ୍ପାଦକ ମୂରଲୀମୋହନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ବାଗତ ଅଭିଭାଷଣ ରଖିଥିଲେ। ପରିଶେଷରେ ରାଜକିଶୋର ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ। ସଭ୍ୟ ହରେକୃଷ୍ଣ ପ୍ରଧାନ, ରବୀନ୍ଦ୍ର ଦଳାଇ ଓ ଅନ୍ୟମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ। ସଭାପରେ ଶ୍ରଦ୍ଧା କ୍ରିଏଟିଭ୍‌ ଗ୍ରୁପ୍‌ ଦ୍ୱାରା ସାଂସ୍କୃତିକ ତଥା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହାକୁ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ। ଏହି ମହୋତ୍ସବରେ ମୀନାବଜାର, ଆକର୍ଷଣୀୟ ଷ୍ଟଲ୍‌ ଓ ନାଗରଦୁଳି ଆଦିର ଲୋକେ ଭରପୂର ମଜା ନେଉଛନ୍ତି।
All Right Reserved By

ବାଲେଶ୍ୱର

ଅର୍ଥ ହଡ଼ପ ଲାଗି ମସୁଧା

ଅର୍ଥ ହଡ଼ପ ଲାଗି ମସୁଧା

କେନ୍ଦୁଝର,୨୨ା୧(ସ୍ବ.ପ୍ର.): ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତରେ ବାର୍ଷିକ ପ୍ରକଳ୍ପ ତାଲିକାରେ ହେରଫେର କରି ଅର୍ଥ ହଡ଼ପ ଲାଗି ମସୁଧା କରାଯାଇଥିବା କେତେକ ଓ୍ବାର୍ଡ ମେମ୍ବର ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ଧାନ ବୋଝେଇ ଟ୍ରକ୍‌କୁ ଅଟକ ରଖିଲେ ଚାଷୀ

ବନ୍ତ, ୨୨।୧ (ସ୍ବ.ପ୍ର.) - ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧୀନ ଓଡ଼ଙ୍ଗଠାରେ ଏକ ଧାନ ବସ୍ତା ବୋଝେଇ ଟ୍ରକକୁ ସୋମବାର ସନ୍ଧ୍ୟାରେ ଚାଷୀମାନେ ଅଟକ ରଖିଥିଲେ। ଚାଷୀଙ୍କ ଧାନକୁ ବେସରକାରୀ ଭାବେ କମ୍‌ ଦରରେ କିଣି ଉକ୍ତ ଟ୍ରକରେ ନିଆଯାଉଥିବା ଅଭିଯୋଗ କରି ସରପଞ୍ଚ ଓ ଗ୍ରାମବାସୀ ଅଟକାଇଥିଲେ। 

ସରୁନି ଅଙ୍ଗନଓ୍ବାଡି ଗୃହ ନିର୍ମାଣ କାର୍ଯ୍ୟ

ସରୁନି ଅଙ୍ଗନଓ୍ବାଡି ଗୃହ ନିର୍ମାଣ କାର୍ଯ୍ୟ

ଆରଡ଼ି, ୨୨।୧ (ଡି.ଏନ.ଏ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଏବଂ ଓଳଗ ପଞ୍ଚାୟତରେ ୧୭ଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ଅମୃତ ମଣୋହି ଓ ପାରଡିଆ-ଚମ୍ପାସାହି ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ସରିଛି। ଏହି ୨ କେନ୍ଦ୍ରରେ ପ୍ରାକ୍‌ ବିଦ୍ୟାଳୟ ଶିଶୁମାନେ ଅଧ୍ୟୟନ କରୁଛନ୍ତି। 

କେନ୍ଦୁଆପଦାରେ ନାହିଁ ରେଲୱେ ଓଭରବ୍ରିଜ୍‌

କେନ୍ଦୁଆପଦାରେ ନାହିଁ ରେଲୱେ ଓଭରବ୍ରିଜ୍‌

ବନ୍ତ, ୨୨।୧ (ଡି.ଏନ.ଏ.) - ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦାଠାରେ ରେଲୱେ ଓଭରବ୍ରିଜ୍‌ ନ ଥିବାରୁ ବିପଦପୂର୍ଣ୍ଣ ଭାବେ ଯାନବାହନଗୁଡ଼ିକ ରେଲୱେ କ୍ରସିଂ ପାରି ହେଉଛନ୍ତି। ବନ୍ତ-ବାରିକପୁର ରାସ୍ତାର କେନ୍ଦୁଆପଦାଠାରେ ରେଲୱେ ଲେଭଲକ୍ରସିଂ ଥିବାବେଳେ ଏହି ରାସ୍ତା ଦେଇ ଦୈନନ୍ଦିନ ଶହ ଶହ ଯାନବାହନ ଚଳାଚଳ କରିଥାଏ।

ବିଦ୍ୟୁତ୍‌ ସେବା ଦାବିରେ  ରାସ୍ତାରୋକୋ

ବିଦ୍ୟୁତ୍‌ ସେବା ଦାବିରେ ରାସ୍ତାରୋକୋ

ବାରିପଦା ଅଫିସ,୨୨।୧-  ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜାସାହି  ଗ୍ରାମବାସୀଙ୍କ ନିମନ୍ତେ ବିଜୁଳି ସ୍ବପ୍ନ ପାଲଟିଛି। ବହୁବାର ଅଭିଯୋଗ ପରେ ବି କିଛି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ    ଉତ୍ତ୍ୟକ୍ତ ଗ୍ରାମବାସୀ ସୋମବାର ରାସ୍ତାରୋକୋ କରିଛନ୍ତି। ଉତ୍ତ୍ୟକ୍ତ ମହିଳାମାନେ ବାରିପଦା -ଅମର୍ଦ୍ଦା ରାଜ୍ୟ ରାଜପଥକୁ  ସକାଳୁ  ଟାୟାର ଜାଳି ଅବରୋଧ  କରିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ  ବିରୋଧରେ ମାନହାନି ମାମଲା

କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ମାନହାନି ମାମଲା

ବାରିପଦା ଅଫିସ,୨୨।୧-  ଗତ  ୫ ତାରିଖରେ  ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୟୂରଭଞ୍ଜ ଏମ୍‌ପିଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।  ଏନେଇ ଏମ୍‌ପି ରାମଚନ୍ଦ୍ର ହାସଁଦା  ପୂର୍ବରୁ ବାରିପଦା ଟାଉନ ଥାନାରେ  ଅଭିଯୋଗ କରିଥିଲେ। 

୫ ଦିନରେ ୨ ଥର ଆସିବେ ମୁଖ୍ୟମନ୍ତ୍ରୀ : ୩୦ ରେ ବାରିପଦା, ୩ରେ ରାଇରଙ୍ଗପୁର ଗସ୍ତ

ବାରିପଦା ଅଫିସ,୨୨।୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖ ଓ ଫେବୃୟାରୀ ୩ ତାରିଖରେ ମୟୂରଭଞ୍ଜ ଜିଲା ଗସ୍ତରେ ଆସିବେ।   ଏନେଇ ଜିଲା ବିଜେଡି ପର୍ଯ୍ୟବେକ୍ଷକ ତଥା ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି। 

କ୍ଲିନ୍‌ ଆଣ୍ଡ ଗ୍ରୀନ୍‌ କୋର୍ଟ ପ୍ରୋଜେକ୍ଟ ଶୁଭାରମ୍ଭ

କ୍ଲିନ୍‌ ଆଣ୍ଡ ଗ୍ରୀନ୍‌ କୋର୍ଟ ପ୍ରୋଜେକ୍ଟ ଶୁଭାରମ୍ଭ

ଜଳେଶ୍ୱର, ୨୨ା୧(ଡି.ଏନ.ଏ.)-ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌.ଜାଭେରୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସୋମବାର ଜଳେଶ୍ୱର କୋର୍ଟ କମ୍ପ୍ଲେକ୍ସ ପରିସରରେ କ୍ଲିନ୍‌ ଆଣ୍ଡ ଗ୍ରୀନ୍‌ କୋର୍ଟ ପ୍ରୋଜେକ୍ଟକୁ ଶୁଭାରମ୍ଭ କରିଛନ୍ତି।

ଶାନ୍ତନୁ ରୋଟାରୀ କ୍ଲବ ଗଭର୍ନର

ଶାନ୍ତନୁ ରୋଟାରୀ କ୍ଲବ ଗଭର୍ନର

ବାଲେଶ୍ୱର ଅଫିସ,୨୨।୧-ରୋଟାରୀ ଜିଲା ଗଭର୍ନର ଭାବେ ବାଲେଶ୍ୱର ରୋଟାରୀ କ୍ଲବର ପ୍ରାକ୍ତନ ସଭାପତି ରୋ. ଶାନ୍ତନୁ କୁମାର ପାଣି ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ବହୁ ଜିଲାର ରୋଟାରିୟାନ୍‌ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

୩୦ରୁ ବାଲେଶ୍ୱର ପ୍ରିମିୟର ଲିଗ୍‌

୩୦ରୁ ବାଲେଶ୍ୱର ପ୍ରିମିୟର ଲିଗ୍‌

ବାଲେଶ୍ୱର ଅଫିସ, ୨୨।୧-ବାଲେଶ୍ୱର କ୍ରିକେଟିୟର୍ସ ଆସୋସିଏଶନ୍‌ ଦ୍ୱାରା ଆୟୋଜିତ ହେଉଥିବା ବାଲେଶ୍ୱର ପ୍ରିମିୟର ଲିଗ୍‌ର ୧୦ମ ସଂସ୍କରଣ ପାଇଁ ଗତ ୧୮ ଏବଂ ୧୯ ତାରିଖରେ ସ୍ଥାନୀୟ ପରମିଟ୍‌ ପଡ଼ିଆରେ ଖେଳାଳି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। 

ମେହେନ୍ତର ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

ମେହେନ୍ତର ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

ବାଲେଶ୍ୱର ଅଫିସ, ୨୨।୧-ବାଲେଶ୍ୱର ମେହେନ୍ତର ସଂଘ ପକ୍ଷରୁ ୪ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ସୋମବାରଠାରୁ ଆରମ୍ଭ ହୋଇଛି। ମ୍ୟୁନିସିପାଲିଟି ଅଫିସ୍‌ ସମ୍ମୁଖରେ ସଂଘର ୩ଶହ ସଦସ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଫଳରେ ସହରାଞ୍ଚଳରେ ସଫେଇ କାର୍ଯ୍ୟ ଠପ୍‌ ହୋଇଯାଇଛି।

 ରାହାନ୍ଦା: କୁକୁର  ଆକ୍ରମଣରେ ଗଲା ନାବାଳକଙ୍କ ଜୀବନ

ରାହାନ୍ଦା: କୁକୁର ଆକ୍ରମଣରେ ଗଲା ନାବାଳକଙ୍କ ଜୀବନ

ବାରିପଦା ଅଫିସ,୨୧।୧- କୁକର ପଲ ଆକ୍ରମଣରେ ଗଲା ନାବାଳକଙ୍କ ଜୀବନ। ଏପରି ହୃହୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅଧୀନ ରାହାନ୍ଦା ଅଞ୍ଚଳରେ ସୋମବାର ଘଟିଛି। ମୃତକ ହେଲେ ବାଲିସୁଦୂରା ଗ୍ରାମର ଶରମା ମହାରଣାଙ୍କ ପୁଅ ରିଙ୍କୁ (୭)। ସେ ଏକୁଟିଆ ସ୍କୁଲ ଯାଉଥିବା ବେଳେ ଏପରି ଅଘଟଣର ସମ୍ମୁଖୀନ ହୋଇଥିବା ଜଣାଯାଇଛି।