Dharitri News
ଅପରାଧ |

୧୮ ଲକ୍ଷ ଠକେଇ, ଅଭିଯୁକ୍ତ ଗିରଫ

୧୮ ଲକ୍ଷ ଠକେଇ, ଅଭିଯୁକ୍ତ ଗିରଫ ଭୁବନେଶ୍ୱର, ୨୮।୧୨(ବ୍ୟୁରୋ): ବେଷ୍ଟ ବିଲ୍‌ ମାର୍କେଟିଂ ସଂସ୍ଥାରେ ପାଟନର କରାଇବାକୁ କହି ୧୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସହିଦନଗର ଥାନା ପୋଲିସ ବୁଧବାର ବିଳମ୍ବିତ ରାତିରେ ଜଣଙ୍କୁ ଗିରଫ କରିଛି। ସେ ହେଲେ ଉକ୍ତ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ସରୋଜ ନାୟକ। ସୂଚନାଅନୁଯାୟୀ, ୨୦୧୪ ମସିହାରେ ସରୋଜ କଳ୍ପନା ସାମନ୍ତରାୟ ନାମ୍ନୀ ଜଣେ ମହିଳାଙ୍କୁ ସଂସ୍ଥାରେ ନିଜର ପାଟ୍‌ନର କରିବାକୁ କହି ୧୮ ଲକ୍ଷ ଟଙ୍କା ନେଇଥିଲେ। ମାସକୁ ୧ଲକ୍ଷ ୧୪ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ। ମାତ୍ର ପରବର୍ତ୍ତି ସମୟରେ ଟଙ୍କା ଫେରାଇ ନ ଥିଲେ। ଶେଷରେ କୌଣସି ଉପାୟ ନ ପାଇଁ କଳ୍ପନା ୨୦ ଡିସେମ୍ବର ୨୦୧୭ରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଥିଲା। ସରୋଜଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ମାମଲା ରହିଛି।

ଅପରାଧ |

ଚଳନ୍ତା ବାଇକ୍‌ ଉପରକୁ ଗୁଳିମାଡ: ଯୁବକ ଗୁରୁତର

ଚଳନ୍ତା ବାଇକ୍‌ ଉପରକୁ ଗୁଳିମାଡ: ଯୁବକ ଗୁରୁତର

ବାଲେଶ୍ୱର ଅଫିସ,୨୦।୧-ବାଲେଶ୍ୱର ସହର ଆଇଟିଆଇ ଛକ ଅଞ୍ଚଳରେ ବାରମ୍ବାର ଗୁଳି ଫୁଟିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟା ବାତାବରଣ ସୃଷ୍ଟି କରିଛି। ଶନିବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ଆଇଟିଆଇ ଛକ ଓରିପ୍ଲାଷ୍ଟ ଫ୍ୟାକ୍ଟ୍ରି ସମ୍ମୁଖରେ ଏକ ଚଳନ୍ତା ବାଇକ୍‌ ଉପରକୁ ଗୁଳିମାଡ କରାଯାଇଛି। ବାଇକ୍‌ରେ ଯାଉଥିବା ଯୁବକଙ୍କ ପିଠିର ଡାହାଣପାର୍ଶ୍ୱରେ ଗୁଳି ବାଜିବାରୁ ସେ ଗାଡିରୁ ତଳକୁ ପଡିଯାଇଥିଲେ। ଖବରପାଇ ସହଦେବଖୁଣ୍ଟା ଏବଂ ସଦର ଥାନା ପୋଲିସ୍‌ ପହଞ୍ଚତ୍ ଆହତଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟଚିକିତ୍ସାଳୟକୁ ପଠାଇଥିଲା।

କୃଷି ସଭାରେ ଯୁବକଙ୍କୁ ଛୁରି ଭୁଷି ହତ୍ୟା

କୃଷି ସଭାରେ ଯୁବକଙ୍କୁ ଛୁରି ଭୁଷି ହତ୍ୟା

ନିରାକାରପୁର, ୨୦।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ପଞ୍ଚାୟତ ତାଳପଡ଼ା ଗୋଠ ପଡ଼ିଆରେ ଶନିବାର ଅପରାହ୍ନରେ ଜନୈକ ଯୁବକଙ୍କୁ ଛୁରି ଭୁଷି ହତ୍ୟା କରାଯାଇଛି।

ସମ୍ପର୍କରେ ରକ୍ତ ଛିଟ: ପିଟିପିଟି ମାରିଦେଲେ ସ୍ତ୍ରୀ, ପୁଅ

ନବରଙ୍ଗପୁର, ୨୦।୧(ବି.ପ୍ର.)- ପାରିବାରିକ କଳହ କିଭଳି ଉଗ୍ର ରୂପ ନେଇପାରେ ଏହାର ଏକ ଦୃଷ୍ଟାନ୍ତ ଶନିବାର ନବରଙ୍ଗପୁର ଜିଲାରେ ଦେଖିବାକୁ ମିଳିଛି। ଚରିତ୍ରରେ ସନ୍ଦେହ କରି ଘରେ ଝଗଡା ଓ ମାରପିଟ କରୁଥିବା ଜଣେ ବ୍ୟକ୍ତିଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛନ୍ତି ତାଙ୍କ ସ୍ତ୍ରୀ ଓ ପୁଅ। ସେ ହେଲେ ରାଇଘର ଥାନା ସରଗୁଲି ଅଞ୍ଚଳର ବଳଦେବ ଗଣ୍ଡ(୫୦)।

ନକଲି ଗୁଟ୍‌ଖା କାରଖାନା ଠାବ, ୩ ଗିରଫ

ନକଲି ଗୁଟ୍‌ଖା କାରଖାନା ଠାବ, ୩ ଗିରଫ

କଟକ ରୋଡ଼, ୨୦।୧(ଡି.ଏନ୍‌.ଏ.): କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଓ ଲକ୍ଷ୍ମୀସାଗର ଥାନା ପୋଲିସ ଶନିବାର ସକାଳେ ମିଳିତ ଚଢାଉକରି ଝାରପଡ଼ା ମହାବୀର ନଗରରେ ଥିବା ଏକ ଭଡ଼ାଘରେ ଚାଲିଥିବା ନକଲି ଗୁଟ୍‌ଖା କାରଖାନା ଠାବ କରିଛି।

ପୂର୍ବ ଶତୃତାକୁ କେନ୍ଦ୍ରକରି ଦୋକାନ ପୋଡିଲେ ଦୁର୍ବୃତ୍ତ

ପୂର୍ବ ଶତୃତାକୁ କେନ୍ଦ୍ରକରି ଦୋକାନ ପୋଡିଲେ ଦୁର୍ବୃତ୍ତ

କଣ୍ଟାପଡ଼ା, ୧୯।୧(ଡି.ଏନ୍‌.ଏ.): ଗୋବିନ୍ଦପୁର ଥାନା ଅନ୍ତର୍ଗତ କୂଳ ବ୍ରାହ୍ମଣସାଇଲୋ ବଜାରରେ ଜଣେ ବ୍ୟକ୍ତିଙ୍କ ଜଳଖିଆ ଦୋକାନରେ ଗୁରୁବାର ରାତିରେ କେତେକ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି।

୧୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

୧୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଭଦ୍ରକ ଅଫିସ, ୧୯।୧: ଭଦ୍ରକ ଜିଲା ନୂଆବଜାରସ୍ଥିତ ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଶୁକ୍ରବାର କିଛି ଦୁର୍ବୃତ୍ତ ଜଣେ ଜମାକାରୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ଏକ ପଲ୍‌ସର ବାଇକ୍‌ରେ ଆସି ଏହି କାଣ୍ଡ ଘଟାଇଛନ୍ତି। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ଦଶରଥପୁରରେ ମହିଳାଙ୍କୁ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତ କେନ୍ଦୁଝରରୁ ଗିରଫ

ଦଶରଥପୁରରେ ମହିଳାଙ୍କୁ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତ କେନ୍ଦୁଝରରୁ ଗିରଫ

ରାଇସୁଆଁ,୧୯।୧(ଡି.ଏନ୍‌.ଏ.): ଯାଜପୁର ଜିଲା ଦଶରଥପୁର ବିଜେଡି କାର୍ଯ୍ୟାଳୟରେ ଜଣେ ମହିଳାଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛନ୍ତି। କେନ୍ଦୁଝରରୁ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରକାନ୍ତ ମହାପାତ୍ରଙ୍କୁ ଗିରଫ କରାଯାଇଛି।

‘ତୁମେ ମରିଗଲେ ସ୍କୁଲ ଛୁଟି ହୋଇଯିବ’

‘ତୁମେ ମରିଗଲେ ସ୍କୁଲ ଛୁଟି ହୋଇଯିବ’

ଲକ୍ଷ୍ନୌ, ୧୮।୧: କୁହାଯାଏ ଶିଶୁ ମନ ଅତି କୋମଳ। ଦିନକୁ ଦିନ ଏହି କୋମଳମତି ଶିଶୁମାନଙ୍କ ମନରେ ଆପରାଧିକ ମନୋବୃତ୍ତି ବୃଦ୍ଧି ପାଉଥିବା ଦେଖାଯାଉଛି। ଫଳରେ ହତ୍ୟା ପରି ଜଘନ୍ୟ କାଣ୍ଡ ଘଟାଇବାକୁ ମଧ୍ୟ ସେମାନେ ପଛାଉ ନାହାନ୍ତି। ଏପରି ପୁଣି ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଅଲିଗଞ୍ଜସ୍ଥିତ ବ୍ରାଇଟଲ୍ୟାଣ୍ଡ ସ୍କୁଲରେ। ଏଠାରେ ୭ମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ପ୍ରଥମ ଶ୍ରେଣୀର ଛାତ୍ରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଏହା କେବଳ ଛୋଟିଆ କାରଣ ପାଇଁ। ଛାତ୍ରୀଜଣକ ସ୍କୁଲ ଛୁଟି କରିବାକୁ ଚାହୁଁଥିଲେ।

ସ୍ତ୍ରୀ ଓ ଝିଅକୁ ନିଆଁ ଲଗାଇ ଜାଳିଦେଲେ ସ୍ବାମୀ

ସ୍ତ୍ରୀ ଓ ଝିଅକୁ ନିଆଁ ଲଗାଇ ଜାଳିଦେଲେ ସ୍ବାମୀ

ନବରଙ୍ଗପୁର, ୧୮।୧(ବି.ପ୍ର.)- ସ୍ତ୍ରୀ ଓ ଝିଅକୁ କିରୋସିନ ପକାଇ ପୋଡିଦେଲେ ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଗୁରୁବାର ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ କୋଡିଙ୍ଗା ଥାନା ଅଧୀନ ଚିର୍ମା ଗାଁରେ ଘଟିଛି । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ବଦ୍‌ନାମ କରିବାକୁ ପ୍ରେମିକଙ୍କ ଉଦ୍ୟମ: ପ୍ରେମିକାଙ୍କ ନାଁରେ ଖୋଲିଲେ ଜାଲ୍‌ ଫେସ୍‌ବୁକ୍‌ ଆକାଉଣ୍ଟ

ବଦ୍‌ନାମ କରିବାକୁ ପ୍ରେମିକଙ୍କ ଉଦ୍ୟମ: ପ୍ରେମିକାଙ୍କ ନାଁରେ ଖୋଲିଲେ ଜାଲ୍‌ ଫେସ୍‌ବୁକ୍‌ ଆକାଉଣ୍ଟ

ଭୁବନେଶ୍ୱର, ୧୭।୧(ବ୍ୟୁରୋ)- ପ୍ରଥମେ ସହକର୍ମୀ ହେଲେ। ପରେ ବନ୍ଧୁତା ବଢ଼ିଲା। ଶେଷରେ ବନ୍ଧୁତାରୁ ପ୍ରେମ ସମ୍ପର୍କ ଗଢ଼ିଉଠିଲା। ମାତ୍ର କିଛିଦିନ ପରେ ସମ୍ପର୍କରେ ତିକ୍ତତା ଆସିବାରୁ ପ୍ରେମିକ ଜଣକ ପ୍ରେମିକାଙ୍କୁ ବଦ୍‌ନାମ କରିବାକୁ ଉଦ୍ୟମ କଲେ। ପ୍ରେମିକାଙ୍କ ନାଁରେ ଜାଲ୍‌ ଫେସ୍‌ବୁକ ଆକାଉଣ୍ଟ ଖୋଲି ସେଥିରେ ଅଶ୍ଳୀଳ ଫଟୋ ଅପଲୋଡ୍‌ କଲେ। ଏଭିଳ କାରନାମା ପାଇଁ ସମ୍ପୃକ୍ତ ପ୍ରେମିକଙ୍କୁ ଏବେ ଜେଲ୍‌ ଯିବାକୁ ପଡ଼ିଛି। ଖାରବେଳ ନଗର ପୋଲିସ ବୁଧବାର ଅଭିଯୁକ୍ତ ଯୁବକ ଶୁଭାଶିଷ ରାଉତ ୟୁନିଟ୍‌-୩ ଅଞ୍ଚଳରୁ ଗିରଫ କରିଛି।

ପାରିବାରିକ କଳହ: ସ୍ତ୍ରୀଙ୍କୁ ହତ୍ୟାପରେ ସ୍ବାମୀଙ୍କ ଆତ୍ମହତ୍ୟା

ପାରିବାରିକ କଳହ: ସ୍ତ୍ରୀଙ୍କୁ ହତ୍ୟାପରେ ସ୍ବାମୀଙ୍କ ଆତ୍ମହତ୍ୟା

କୁଆଁରମୁଣ୍ଡା,୧୭।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ବୀରମିତ୍ରପୁର ଥାନା ଅଧୀନ ଅନ୍ଧାରୀ ଗ୍ରାମରେ ପାରିବାରିକ କଳହର ଭୟଙ୍କର ପରିଣତି ଦେଖିବାକୁ ମିଳିଛି। ଗ୍ରାମର ଶୈଳେଶ(୪୫) ନାମକ ଜଣେ ବ୍ୟକ୍ତି ତାଙ୍କର ସ୍ତ୍ରୀ ପ୍ୟାରୀ(୪୨)ଙ୍କୁ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ଟାଙ୍ଗିଆରେ ହାଣି ହତ୍ୟା କରିବାପରେ ନିଜେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି।

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

ଆସିକା,୧୭।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସ୍କା ପୌରାଞ୍ଚଳ ଅଧୀନ ରଥଦାଣ୍ଡସାହି ବାଲାଜୀ ମନ୍ଦିର ଛକ ନିକଟରେ ବୁଧବାର ମଧ୍ୟାହ୍ନରେ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି। ସେ ହେଲେ ଉକ୍ତ ସାହିର ମିଟୁ ଦାସ(୨୫)।