ବାଲେଶ୍ୱର

ବଢୁଛି ଶିଶୁ ଯୌନ ଉତ୍ପୀଡନ ମାମଲା

 ବଢୁଛି  ଶିଶୁ ଯୌନ ଉତ୍ପୀଡନ ମାମଲା

ଭଦ୍ରକ ଅଫିସ,୨୮ ।୧୨(ବିଭୁ ପ୍ରସାଦ ବେହେରା)-ଭଦ୍ରକ ଜିଲାରେ ଦିନକୁ ବାଳ ଅପରାଧ ମାମଲା ଦିନକୁ ଦିନ ବଢିଚାଲିଛି । ତା ଠୁଁ ବଳିପଡିଲାଣି ଶିଶୁ ଯୌନ ଉତ୍ପୀଡନ ମାମଲା । ସଚେତନତା ନାଁ ରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। କିଛି ପ୍ରଭାବ ପଡୁନି । ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଦେବା ନିମନ୍ତେ ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ସଚେତନତା କାର୍ଯ୍ୟ କରାଯାଉଛି। କିନ୍ତୁ ଉତ୍ପୀଡନ ମାମଲା ସଂଖ୍ୟା ବଢିବାରେ ଲାଗିଛି ।
ଭଦ୍ରକ ଜିଲାରେ ୨୦୧୩ ବର୍ଷରେ ୪୫, ୨୦୧୪ରେ ୫୧, ୨୦୧୫ରେ ୭୬, ୨୦୧୬ରେ ୯୨ଟି ନିର୍ଯାତନା ମାମଲା ରୁଜୁ ହୋଇଥିଲା। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଏହି ନିର୍ଯାତନା ମାମଲା ସଂଖ୍ୟା ୧୨୨କୁ ବୃଦ୍ଧି ପାଇଛି। କେତେକ କ୍ଷେତ୍ରରେ ପରିବାର ଭିତରେ ଶିଶୁ ଯୌନ ଶୋଷଣର ଶିକାର ହେଉଥିବା ବେଳେ ପରିବାର ବାହାରେ ଦୁର୍ବୃତ୍ତ ଓ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହେଉଛନ୍ତି। ଏଥିସହ ନାବାଳିକା ଅପହରଣ ଓ ବଳାତ୍କାର ମାମଲା ବି ବଢୁଛି । ଏଭଳି ଅପରାଧ ରୋକିବା ଲାଗି ପ୍ରତି ଥାନାରେ ମହିଳା ଓ ଶିଶୁ ଡେସ୍କ ଥିଲେ ମଧ୍ୟ ଠିକ ଭାବେ ବ୍ୟବସ୍ଥା କାର୍ଯ୍ୟକାରୀ ହେଉନି । ପ୍ରତି ଥାନାରେ ମହିଳା ପୋଲିସ ଅଧିକାରୀ ପଦବୀ ମଧ୍ୟ ଫାଙ୍କା ପଡିଥିବାରୁ ମହିଳା ଓ ଶିଶୁ ଡେସ୍କରେ ପୁରୁଷ ଅଧିକାରୀ କାର୍ଯ୍ୟ କରୁଛନ୍ତି । ଜଣେ ନାବାଳିକା ବଳାତ୍କାରର ଶିକାର ହେଲେ ଥାନାରେ ମହିଳା ଅଧିକାରୀ ନ ଥିବାରୁ ସେମାନଙ୍କୁ ଦୀର୍ଘ ୭୦ରୁ ୮୦ କି.ମି. ଦୂରରୁ ଅଣାଯାଇ ମହିଳା ଅଧିକାରୀଙ୍କ ନିକଟରେ ବୟାନ ରେକର୍ଡ କରାଯାଉଛି । ଅନୁରୂପ ଡାକ୍ତରଖାନାରେ ମହିଳା ଡାକ୍ତରଙ୍କ ଅଭାବ ପୀଡିତାକୁ ଅଧିକ ପୀଡା ଦେଉଛି । ଅନ୍ୟପକ୍ଷେ ପୀଡିତାକୁ ବାରମ୍ବାର ଅଦାଲତରେ ହାଜର କରିବା, ସାକ୍ଷ୍ୟ ଗ୍ରହଣ କରାଯିବା ବ୍ୟବସ୍ଥା ଯୋଗୁ ପୀଡିତାଙ୍କ ମର୍ଯ୍ୟାଦା ହାନି ଘଟୁଛି ।
ଥାନା, ପଞ୍ଚାୟତ ଏବଂ ବିଦ୍ୟାଳୟ ସ୍ତରରେ ଶିଶୁମାନଙ୍କ ପାଇଁ ଯୌନ ଉତ୍ପୀଡନ ପ୍ରକୋଷ୍ଠ(ହାରସମେଣ୍ଟ ସେଲ)ଗଠନ କରି ସଚେତନତା କରାଯିବା ଉପରେ ଗୁରୁତ୍ୱ ଦିଆଗଲେ ମାମଲା ସଂଖ୍ୟା ନିୟନ୍ତ୍ରଣ ହୋଇପାରିବ ବୋଲି ଶିଶୁ ସୁରକ୍ଷା ୟୁନିଟର ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ତାଙ୍କରେ ପ୍ରତିକ୍ରିୟାରେ ମତ ରଖିଛନ୍ତି । ଏଥିପାଇଁ ପ୍ରାଥମିକ ସ୍କୁଲ ସ୍ତରରୁ କଲେଜ ପର୍ଯ୍ୟନ୍ତ, ସରକାରୀ ହେଉ ବା ବେସରକାରୀ ସବୁଠି ସମସ୍ତଙ୍କର ଗୁରୁ ଦାୟିତ୍ୱ ରହିଥିବା ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ କମଳାକାନ୍ତ ସ୍ବାଇଁ କହିଛନ୍ତି । ସରକାରୀ ସ୍ତରରେ ଶିଶୁ ସୁରକ୍ଷା ବିଭାଗ, ଚାଇଲ୍ଡ ଲାଇନ, ଆଇନସେବା ପ୍ରାଧିକରଣ, ମହିଳା ଓ ଶିଶୁ ବିକାଶ, ପ୍ରାଥମିକ ଶିକ୍ଷା ବିଭାଗ ଏବଂ ପୋଲିସ ପ୍ରଶାସନ ସମସ୍ତେ ସହଯୋଗର ହାତ ବଢାଇଲେ ଅନେକାଂଶରେ ଏହି ଅପରାଧ ନିୟନ୍ତ୍ରଣ ହୋଇପାରିବ ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ପଦ୍ମନ ରାୟ କହିଛନ୍ତି । ବାଳ ଅପରାଧୀଙ୍କ ବୟସ ସୀମା କୋହଳ ହେବା ପରେ ଅପରାଧ ସଂଖ୍ୟା କମିବ ବୋଲି ଯେଉଁ ଆଶା କରାଯାଉଥିଲା ସେକ୍ଷେତ୍ରରେ ମଧ୍ୟ ବ୍ୟତିକ୍ରମ ଦେଖାଦେଉଛି । ଯୌନଅପରାଧରୁ ଶିଶୁଙ୍କୁ ସୁରକ୍ଷା ଆଇନ-୨୦୧୨ (ପକ୍ସୋ ଆକ୍ଟ ) ଗଠନ ହୋଇଥିଲେ ବି ଉକ୍ତ ଆଇନ ଠିକ ଭାବେ କାର୍ଯ୍ୟକାରୀ ହୋଇପାରୁ ନ ଥିବା ଆଇନଜୀବୀ ଗଦାଧର ବଳ ମତ ରଖିଛନ୍ତି । ପ୍ରତି ଥାନାରେ ଖୋଲିଥିବା ମହିଳା ଓ ଶିଶୁ ଡେସ୍କରେ ମହିଳା ପୋଲିସ କର୍ମଚାରୀ ଶୀଘ୍ର ନିଯୁକ୍ତି କରା ନ ଗଲେ ଏସବୁ ଆଇନ ବ୍ୟବସ୍ଥା କାର୍ଯ୍ୟକାରୀ କ୍ଷେତ୍ରରେ ସମସ୍ୟା ଦେଖାଦେବ ବୋଲି ସ୍ପଷ୍ଟ ହୋଇଛି ।

All Right Reserved By

Model This Week

ସନ୍ତୋଷ

ବାଲେଶ୍ୱର

ମଥାନୀ ମାଗୁଣି ଚରଣ ବାଳାଶ୍ରମର ୪୨ତମ ବାର୍ଷିକ ଉତ୍ସବ

ମଥାନୀ ମାଗୁଣି ଚରଣ ବାଳାଶ୍ରମର ୪୨ତମ ବାର୍ଷିକ ଉତ୍ସବ

ବସ୍ତା,୨୭।୫: ବସ୍ତା ବ୍ଲକ ମଥାନୀସ୍ଥିତ ମାଗୁଣି ଚରଣ ବାଳାଶ୍ରମର ୪୨ତମ ବାର୍ଷିକ ଉତ୍ସବ ଶନିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।

କଇଁଫୁଲିଆ ଗ୍ରାମରେ ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁ

କଇଁଫୁଲିଆ ଗ୍ରାମରେ ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁ

ବଡ଼ସାହି,୨୭।୫(ସ୍ବ.ପ୍ର): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଯୋଗୀନୂଆଗାଁ ପଞ୍ଚାୟତ କଇଁଫୁଲିଆ ଗ୍ରାମର ନିନିମଣି ମହାନ୍ତ(୨୫)ଙ୍କ ଅସ୍ବାଭାବିକ ଭାବେ ମୃତ୍ୟୁ ଘଟିଛି ା ଶନିବାର ଖାଇପିଇ ଘରେ ଶୋଇବା ପରେ ହଠାତ ତାଙ୍କର ଦେହ ଅସୁସ୍ଥ ହୋଇପଡିଥିଲା। ପରିବାର ଲୋକେ ନିନିମଣିଙ୍କୁ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ନିନିମଣିଙ୍କ ବେକରେ ଦାଗ ଥିବା ବେଳେ ନାକ ଓ ଆଖିରୁ ରକ୍ତ ବାହାରୁଥିବା ଦେଖାଯାଇଥିଲା। ତେଣୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଧାମନଗର,୨୭।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ କରଦା ପଞ୍ଚାୟତ ମାଳସାହି ନିକଟସ୍ଥ ଏକ ଗଛରେ ରବିବାର ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେ ନିଜ ଶାର୍ଟରେ ଫାଶୀ ଲଗାଇଥିବା ଜଣାପଡ଼ିଛି।

ରାସ୍ତାରେ ଚାଲିଛି ବେଆଇନ ଚାନ୍ଦା ଆଦାୟ

ଝୁମ୍ପୁରା, ୨୭।୫ ଡି.ଏନ.ଏ.)- କେନ୍ଦୁଝର ଜିଲାର ଝୁମ୍ପୁରା, ବାମେବାରୀ, ବାରିଆ ଥାନା ଅଞ୍ଚଳରେ ଥିବା ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଖଣି ଓ ପ୍ଲାଣ୍ଟ ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାରେ ଟ୍ରକ, ଟ୍ରଲର ସହିତ ବିଭିନ୍ନ ଭାରିଯାନଗୁଡିକରୁ ବେଆଇନ ଭାବେ ଚାନ୍ଦା ଆଦାୟ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଚାନ୍ଦା ଆଦାୟକାରୀମାନେ ପାଖରେ ମାରଣାସ୍ତ୍ର ରଖି ଗ୍ରୁପ ଗଠନ କରି ଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହେଉଛି।

ଗୋଧୂଳି ରାସ୍ତାରେ ନାଳ ସାଜିଛି  ବିପଦ

ଗୋଧୂଳି ରାସ୍ତାରେ ନାଳ ସାଜିଛି ବିପଦ

ଚମ୍ପୁଆ,୨୭।୫(ଡି.ଏନ.ଏ)- କେନ୍ଦୁଝର ଜିଲା ଚମ୍ପୁଆ ଏନ୍‌ଏସି ଗଠନର ୩ବର୍ଷ ବିତିଥିଲେ ବି ଉନ୍ନୟନ କାମ ମନ୍ଥର ଗତିରେ ଚାଲିଛି। ୧ ନଂ ୱାର୍ଡ ଅଧୀନ ଗୋଧୂଳି ରାସ୍ତା ନିର୍ମାଣରେ ଥିବା ଦୁଇଟି ନାଳରେ କଲଭର୍ଟ ନିର୍ମାଣ କରାଯାଉ ନ ଥିବାରୁ ଏହି ରାସ୍ତା ମରଣଯନ୍ତା ପାଲିଟିଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଚମ୍ପୁଆ ମୌଲାନାଗୋଡାଠାରୁ ଗୋଧୂଳି ପର୍ଯ୍ୟନ୍ତ ତିଆରି ହୋଇଥିବା ୫ କି.ମି ଦୂରତା ବିଶିଷ୍ଠ ଉକ୍ତ ରାସ୍ତା ମଝିରେ ଥିବା ୨ଟି ନାଳରେ ବର୍ଷାଦିନେ ପାଣି ପ୍ରବାହିିତ ହେଲେ ଯାତାୟାତରେ ବାଧା ସୃଷ୍ଟି ହୋଇଥାଏ। ଅନ୍ୟ ସମୟରେ ମଧ୍ୟ ଏହି ନାଳ ଦେଇ ଯାତାୟାତ କରିବା କଷ୍ଟକର ହୋଇଥାଏ।

ଖଣି ଆଗରେ ଅଞ୍ଚଳବାସୀଙ୍କ ଧାରଣା

ଖଣି ଆଗରେ ଅଞ୍ଚଳବାସୀଙ୍କ ଧାରଣା

ଯୋଡ଼ା,୨୭।୫(ଡି.ଏନ.ଏ.)- ଖଣିରେ ନିଯୁକ୍ତି ପ୍ରତିଶ୍ରୁତି ଦେଇ ପ୍ରଶାସନ ଓ ଖଣି କର୍ତ୍ତୃପକ୍ଷ ପ୍ରତାରଣା କରି ଆସୁଥିବା ଅଞ୍ଚଳବାସୀ ଅଭିଯୋଗ କରି ଆସୁଛନ୍ତି। ଖଣି ଖୋଲିବା ବେଳେ ଜନଶୁଣାଣିରେ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦିଆଯିବା ପ୍ରଲୋଭନ କଥାରେ ସୀମିିତ ରହିଛି। ଏହାର ପ୍ରତିବାଦରେ କେନ୍ଦୁଝର ଜିଲା ଜଲହରି ପଞ୍ଚାୟତ ଡେଭଲପମେଣ୍ଟ ସୋସାଇଟି ପକ୍ଷରୁ ଶନିବାର ସକାଳ ୮ଟାରୁ ଶ୍ରୀ ମେଟାଲିକ ଖଣି ଗେଟ ସମ୍ମୁଖରେ ଶହ ଶହ ମହିଳାପୁରୁଷ ଧାରଣା ଦେଇ ବସଛନ୍ତି। ଖଣି କର୍ତ୍ତୃପକ୍ଷ ବାମେବାରୀ ପୋଲିସ ଉପସ୍ଥିତିରେ ଅଞ୍ଚଳବାସୀଙ୍କ ସହ କରିଥିବା ଆଲୋଚନା ଫେଲ୍‌ ମାରିଛି। ଦାବି ପୂରଣ ନ ହେବା ଯାଏ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ଦିନକର କାହାଣୀ :‘ଜୀବିକା ସାଙ୍ଗକୁ ଦେଇଛି ପରିଚୟ’

ଦିନକର କାହାଣୀ :‘ଜୀବିକା ସାଙ୍ଗକୁ ଦେଇଛି ପରିଚୟ’

ଖବରକାଗଜ ବିତରକ କୈଳାସ ଭାରତ ଭଳି ଗଣତାନ୍ତ୍ରିକ ଦେଶରେ ସାମାଜିକ ଜୀବନରେ ପରିବର୍ତ୍ତନ ଆଣିବାରେ ଖବରକାଗଜର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ସାହିତ୍ୟ ସାଧନା ଦେଇଛି ଅନନ୍ୟ ପରିଚୟ

ସାହିତ୍ୟ ସାଧନା ଦେଇଛି ଅନନ୍ୟ ପରିଚୟ

ଭଦ୍ରକ ଅଫିସ,୨୭।୫-ପ୍ରଗତିଶୀଳ ଚିନ୍ତା ଓ ଚେତନା ସମାଜରେ ପରିବର୍ତ୍ତନ ଆଣିପାରିବ। ନୂଆପିଢ଼ିର ସାହିତ୍ୟ ସାଧକମାନେ ସରଳ ଓ ସାବଲୀଳ ଭାଷାରେ ଏହି ଚିନ୍ତା ଚେତନାର ଅଭିବ୍ୟକ୍ତି ରଖିଲେ ସମାଜର କଲ୍ୟାଣ ସାଧିତ ହୋଇପାରିବ ବୋଲି ସାହିତ୍ୟ ସାଧନା କରି ବହୁ ସମ୍ମାନର ଅଧିକାରୀ ହୋଇଥିବା ଦିବ୍ୟସିଂହ ଦାସ ଅଧିକାରୀ କହିଛନ୍ତି।

ଅଭାବୀ ବିକ୍ରିର ଶିକାର ଚିଙ୍ଗୁଡ଼ି ଚାଷୀ

ଅଭାବୀ ବିକ୍ରିର ଶିକାର ଚିଙ୍ଗୁଡ଼ି ଚାଷୀ

ଚାନ୍ଦବାଲି,୨୭।୫(ଡି.ଏନ.ଏ.)-ଚିଙ୍ଗୁଡ଼ି ରପ୍ତାନୀକାରୀଙ୍କ ମନମୁଖୀ କାରବାର ଏବଂ ସରକାରୀ ଭାବେ ମୂଲ୍ୟ ଧାର୍ଯ୍ୟ ନ ହେବା ଯୋଗୁ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର କ୍ଷାରି ପାଣିରେ ଚିଙ୍ଗୁଡ଼ି ଚାଷ କରୁଥିବା ପ୍ରାୟ ୫ହଜାର ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି।

ଜିଲାସ୍ତରୀୟ ବ୍ୟାଙ୍କର୍ସ ପରାମର୍ଶଦାତା କମିଟି ବୈଠକ

ଜିଲାସ୍ତରୀୟ ବ୍ୟାଙ୍କର୍ସ ପରାମର୍ଶଦାତା କମିଟି ବୈଠକ

ବାରିପଦା ଅଫିସ,୨୭।୫- ମୟୂରଭଞ୍ଜ ଜିଲାସ୍ତରୀୟ ବ୍ୟାଙ୍କର୍ସ ସମୀକ୍ଷା ଓ ପରାମର୍ଶଦାତା କମିଟି ବୈଠକ ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଅତିରିକ୍ତ ଜିଲାପାଳ ଗଙ୍ଗାଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ୟାଙ୍କ ଅଫ ଇଣ୍ଡିଆର ଏଲଡିଏମ ଦିଲୀପ କୁମାର ନନ୍ଦ ଜିଲାର ବ୍ୟାଙ୍କିଙ୍ଗ ସେବା କାର୍ଯ୍ୟସୂଚୀ ଉପସ୍ଥାପନା କରିଥିଲେ। ଗତ ୨୦୧୭-୧୮ଆର୍ଥିକ ବର୍ଷର ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଜିଲାର ବ୍ୟାଙ୍କ ସମୂହର ଆର୍ଥିକ ପରିଚାଳନାର ସ୍ଥିତି, ବିଭିନ୍ନ କ୍ଷେତ୍ରରେ ପ୍ରଦାନ କରାଯାଇଥିବା ଋଣ ସହାୟତା ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

ସ୍ଥିତି ହରାଉଛି ପାନୁଆ ବନ୍ଧ

ସ୍ଥିତି ହରାଉଛି ପାନୁଆ ବନ୍ଧ

ବଡ଼ସାହି,୨୭ା୫(ସ୍ବ.ପ୍ର.)- ବଡସାହି ବ୍ଲକ ଅଧୀନ ପାଉଁଶିଆ ଗ୍ରାମରେ ୧୯୮୨ମସିହାରେ ନିର୍ମିତ ପାନୁଆବନ୍ଧ ପୁନରୁଦ୍ଧାର ଓ ମରାମତି ଅଭାବରୁ କ୍ରମଶଃ ପୋତି ହେବାକୁ ବସିଲାଣି ।

ପ୍ରଥମ ସନ୍ଧ୍ୟାରେ ‘ବିହଙ୍ଗ ବିପ୍ଳବ’

ପ୍ରଥମ ସନ୍ଧ୍ୟାରେ ‘ବିହଙ୍ଗ ବିପ୍ଳବ’

ବାଲେଶ୍ୱର ଅଫିସ,୨୭।୫-ବାଲେଶ୍ୱର ଗାନ୍ଧି ସ୍ମୃତି ଭବନରେ ଶନିବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି ତୃତୀୟ ନାୟିକା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ। ଅତିରିକ୍ତ ଜିଲାପାଳ ମାନସ ରଞ୍ଜନ ପାଢ଼ୀ, ସାମାଜିକ କର୍ମୀ ସୁବାସିନୀ ଜେନା, ବିନ୍ଦୁ ବଳୟର ସଭାପତି ଡ. ପ୍ରଫୁଲ ଚନ୍ଦ୍ର ଆଚାର୍ଯ୍ୟ, ବରିଷ୍ଠ ଖବରଦାତା ଗୌତମ ବୁଦ୍ଧ ଦାସ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ପ୍ରଥମ ସନ୍ଧ୍ୟାରେ ନାଟକ ‘ବିହଙ୍ଗ ବିପ୍ଳବ’ ପ୍ରଦର୍ଶିତ ହୋଇଥିଲା। ରବିବାର ‘ଭିନ୍ନ ଏକ ଗଳ୍ପ’, ସୋମବାର ‘ବାଇମୁଣ୍ଡି’, ମଙ୍ଗଳବାର ‘ବାକ୍ସ’ ନାଟକ ପ୍ରଦର୍ଶନ କରାଯିବ। ସଙ୍ଗଠନର ମୁଖ୍ୟ ସସ୍ମିତା ରଣା ଏହି ନାଟକ ମହୋତ୍ସବକୁ ପରିଚାଳନା କରୁଛନ୍ତି।