ବାଣିଜ୍ୟ |

ସ୍ବଳ୍ପ ସଞ୍ଚୟ ଯୋଜନାରେ ସୁଧହାର ହ୍ରାସ

ସ୍ବଳ୍ପ ସଞ୍ଚୟ ଯୋଜନାରେ ସୁଧହାର ହ୍ରାସ
ନୂଆଦିଲ୍ଲୀ, ୨୮-୧୨(ପି.ଟି.) ନ୍ୟାଶ୍‌ନାଲ୍‌ ସେଭିଙ୍ଗ୍‌ ସାର୍ଟିଫିକେଟ୍‌(ଏନ୍‌ଏସ୍‌ସି) ଏବଂ ପବ୍ଲିକ୍‌ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌(ପିପିଏଫ୍‌) ଭଳି ସ୍ବଳ୍ପ ସଞ୍ଚୟ ଯୋଜନାରେ ସରକାର ବୁଧବାର ୦.୨% ସୁଧ ହାର ହ୍ରାସ କରିଛନ୍ତି। ଏହି ସଂଶୋଧିତ ସୁଧହାର ଜାନୁୟାରୀରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଲାଗୁ ହେବ। ଅନ୍ୟ ସ୍ବଳ୍ପ ସଞ୍ଚୟ ଯୋଜନା ମଧ୍ୟରେ ସୁକନ୍ୟା ସମୃଦ୍ଧି ଆକାଉଣ୍ଟରେ ସୁଧହାର ପୂର୍ବରୁ ୮.୩% ଥିବା ବେଳେ ଏହାକୁ ୮.୧% ହ୍ରାସ କରାଯାଇଛି। ପିପିଏଫ୍‌ ଓ ଏନ୍‌ଏସ୍‌ସିରେ ଏଥର ୭.୬% ଏବଂ କିଶାନ ବିକାଶ ପତ୍ର(କେଭିପି)ରେ ୭.୩% ସୁଧ ପ୍ରଦାନ କରାଯିବ। ସଞ୍ଚୟ ଜମାରେ ବାର୍ଷିକ ସୁଧହାରକୁ ୪%ରେ ଏବଂ ପାଞ୍ଚବର୍ଷିଆ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ନିବେଶ ପାଇଁ ସୁଧ ହାରକୁ ୮.୩%ରେ ଅପରିବର୍ତ୍ତିତ ରଖାଯାଇଛି। ଅର୍ଥମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଏହା କୁହାଯାଇଛି।
All Right Reserved By

ବାଣିଜ୍ୟ |

ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ଇନ୍ଦ୍ରା ନୁୟି

ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ଇନ୍ଦ୍ରା ନୁୟି

ନ୍ୟୁୟର୍କ/ନୂଆଦିଲ୍ଲୀ, ୧୬।୧: ପେପ୍ସିକୋର ପୂର୍ବତନ ସିଇଓ ଇନ୍ଦ୍ରା ନୁୟି ବିଶ୍ୱବ୍ୟାଙ୍କ୍‌ର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ବୋଲି ଜଣାପଡିଛି। ଏହି ପଦବୀ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ଫଙ୍କ ଝିଅ ଇଭାଙ୍କା ଟ୍ରମ୍ଫ ଇନ୍ଦ୍ରାଙ୍କ ନାମ

ଅର୍ଥ ମନ୍ତ୍ରଣାଳୟର ଅଭିନବ ଉଦ୍ୟମ; ଟୁଇଟର ସିରିଜ ଜରିଆରେ ଶିଖାଇବ ବଜେଟ୍‌

ଅର୍ଥ ମନ୍ତ୍ରଣାଳୟର ଅଭିନବ ଉଦ୍ୟମ; ଟୁଇଟର ସିରିଜ ଜରିଆରେ ଶିଖାଇବ ବଜେଟ୍‌

ନୂଆଦିଲ୍ଲୀ,୧୬-୧: ବଜେଟ୍‌ ସମ୍ପର୍କରେ ଜନସାଧାରଣଙ୍କୁ ଶିକ୍ଷିତ କରିବା ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି। 

ରପ୍ତାନିରେ ସାମାନ୍ୟ ବୃଦ୍ଧି; କମୁଛି ବାଣିଜ୍ୟ ନିଅଣ୍ଟ

ରପ୍ତାନିରେ ସାମାନ୍ୟ ବୃଦ୍ଧି; କମୁଛି ବାଣିଜ୍ୟ ନିଅଣ୍ଟ

ନୂଆଦିଲ୍ଲୀ,୧୬-୧: ଡିସେମ୍ବରେ ଦେଶର ରପ୍ତାନି ସାମାନ୍ୟ ୦.୩୪% ବୃଦ୍ଧି ପାଇ ୨୭.୯୩ ବିଲିୟନ ଡଲାରରେ ପହଞ୍ଚତ୍ଛିି। ଇଞ୍ଜିନିୟରିଂ, ରନତ୍ ଓ ଆଭୂଷଣ, ଚମଡା, ହାତ ତିଆରି ସୂତା ତଥା ଔଷଧର ରପ୍ତାନି ହ୍ରାସ ପାଇଛି। 

ଜେଟ୍‌ ଏୟାରଓ୍ବେଜରେ ନିବେଶ କରିବନି କାତାର

ଜେଟ୍‌ ଏୟାରଓ୍ବେଜରେ ନିବେଶ କରିବନି କାତାର

ମୁମ୍ବାଇ,୧୬-୧: ସଙ୍କଟଗ୍ରସ୍ତ ଜେଟ୍‌ ଏୟାରଓ୍ବେଜର ଅଂଶଧନ କିଣିବା ନାହିଁ ବୋଲି କାତାର  ଏୟାରଓ୍ବେଜ ସ୍ପଷ୍ଟ କରିଛି। 

ସାବଧାନ! ଓଟିପି ଜରିଆରେ ଆକାଉଣ୍ଟରୁ ଗାଏବ ହୋଇଯାଉଛି ଟଙ୍କା

ସାବଧାନ! ଓଟିପି ଜରିଆରେ ଆକାଉଣ୍ଟରୁ ଗାଏବ ହୋଇଯାଉଛି ଟଙ୍କା

ନୂଆଦିଲ୍ଲୀ,୧୬-୧: ହ୍ୟାକରମାନେ ଏବେ ଏକ ନୂଆ ପନ୍ଥା ଆପଣାଇ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରି ନେଉଛନ୍ତି। ବ୍ୟାଙ୍କ ଦ୍ୱାରା ପଠାଯାଉଥିବା ଓଟିପି(ଓ୍ବାନ୍‌ ଟାଇମ ପାସ୍‌ଓ୍ବର୍ଡ)କୁ ଏହି ହ୍ୟାକରମାନେ କୌଣସି ଉପାୟରେ କରାୟତ୍ତ କରି ଆକାଉଣ୍ଟରୁ ଟଙ୍କା ଚୋରାଇ ନେଉଛନ୍ତି।

ଏଫ୍‌ଡିଆଇ ଗାଇଡଲାଇନକୁ ବିରୋଧ; ଭାରତରେ ଖାଦ୍ୟ ବ୍ୟବସାୟରୁ ଓହରିଯିବାକୁ ଆମାଜନର ଯୋଜନା

ଏଫ୍‌ଡିଆଇ ଗାଇଡଲାଇନକୁ ବିରୋଧ; ଭାରତରେ ଖାଦ୍ୟ ବ୍ୟବସାୟରୁ ଓହରିଯିବାକୁ ଆମାଜନର ଯୋଜନା

ନୂଆଦିଲ୍ଲୀ,୧୬-୧: କେନ୍ଦ୍ର ସରକାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ(ଏଫ୍‌ଡିଆଇ) ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏହାକୁ ଆସନ୍ତା ଏକ ମାସ ଭିତରେ ପ୍ରତ୍ୟାହାର କରା ନ ଗଲେ ଆମାଜନର ରିଟେଲ ବିଜନେସ୍‌ ୟୁନିଟ ଆମାଜନ ଡଟ୍‌ ଇନ୍‌ ଓ୍ବେବସାଇଟରେ ଖାଦ୍ୟ ସାମଗ୍ରୀ ବିକ୍ରି ବନ୍ଦ କରିଦେବ ବୋଲି  ବିଚାର କରୁଛି। 

ଜିଏସ୍‌ଟି ଫାଙ୍କି ରୋକିବ ଫାଷ୍ଟାଗ୍‌

ଜିଏସ୍‌ଟି ଫାଙ୍କି ରୋକିବ ଫାଷ୍ଟାଗ୍‌

ନୂଆଦିଲ୍ଲୀ,୧୬-୧: ସାମଗ୍ରୀର ପରିବହନ ଉପରେ ନଜର ରଖିବା ତଥା ଜିଏସ୍‌ଟି ଫାଙ୍କିକୁ ରୋକିବା ଲାଗି କେନ୍ଦ୍ର ସରକାର ଏବେ ଇ-ଓ୍ବେ ବିଲ୍‌କୁ ଫାଷ୍ଟାଗ୍‌ ସହ ଯୋଡ଼ିବାକୁ ଯାଉଛନ୍ତି। ଏପ୍ରିଲରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି।

ମେକ୍‌ ଇନ୍‌ ଇଣ୍ଡିଆକୁ ଝଟ୍‌କା;ସାମ୍‌ସଙ୍ଗ ରାସ୍ତାରେ ଏଲ୍‌ଜି

ମେକ୍‌ ଇନ୍‌ ଇଣ୍ଡିଆକୁ ଝଟ୍‌କା;ସାମ୍‌ସଙ୍ଗ ରାସ୍ତାରେ ଏଲ୍‌ଜି

ନୂଆଦିଲ୍ଲୀ,୧୬-୧: ଟିଭି ନିର୍ମାଣରେ ବ୍ୟବହୃତ ଏକ ମୁଖ୍ୟ ଯନ୍ତ୍ରାଂଶ ଓପନ ସେଲ୍‌ ଏଲ୍‌ଇଡି ପ୍ୟାନେଲ ଉପରେ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ଆଦାୟ କରୁଛନ୍ତି। ଫଳରେ ଟିଭି ନିର୍ମାଣ ଏବେ ମହଙ୍ଗା ହେଉଛି। ପ୍ରତିଯୋଗିତାରେ ତିଷ୍ଠି ରହିବା ଲାଗି ମାର୍କେଟ ଲିଡର ସାମସଙ୍ଗ ଏବେ ଭାରତରେ ଟିଭି ନିର୍ମାଣ ବନ୍ଦ କରିଦେଇଛି।

ଜେଟ୍‌ ଏୟାରଓ୍ବେଜରେ ଅଂଶଧନ ବଢ଼ାଇବା ଏଟିହାଦ ରାଜି

ଜେଟ୍‌ ଏୟାରଓ୍ବେଜରେ ଅଂଶଧନ ବଢ଼ାଇବା ଏଟିହାଦ ରାଜି

ନୂଆଦିଲ୍ଲୀ,୧୫-୧: ନଗଦ ସଙ୍କଟର ସାମ୍ନା କରୁଥିବା ଜେଟ୍‌ ଏୟାରଓ୍ବେଜର ଅନ୍ୟତମ ଅଂଶୀଦାର ଏଟିହାଦ ଏୟାରଓ୍ବେଜ ନିଜର ଅଂଶଧନ ବଢ଼ାଇବାକୁ ରାଜି ହୋଇଛି। ବିଭିନ୍ନ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ପ୍ରକାଶ ପରେ ଷ୍ଟକ୍‌ ମାର୍କେଟରେ ସୋମବାର ଜେଟ୍‌ ଏୟାରଓ୍ବେଜର ଶେୟାର ମୂଲ୍ୟ ବେଶ୍‌ ବଢ଼ିଥିଲା। 

ଚଳିତ ଆର୍ଥିକ ବର୍ଷରେ ବଜେଟ ଲକ୍ଷ୍ୟ ଟପିବ;ସାର ସବ୍‌ସିଡି ୩୦ହଜାର କୋଟି ଟପିବ

ଚଳିତ ଆର୍ଥିକ ବର୍ଷରେ ବଜେଟ ଲକ୍ଷ୍ୟ ଟପିବ;ସାର ସବ୍‌ସିଡି ୩୦ହଜାର କୋଟି ଟପିବ

ନୂଆଦିଲ୍ଲୀ,୧୫-୧: ଚଳିତ ଆର୍ଥିକ ବର୍ଷରେ ଦେଶର ସାର ବାବଦ ସବ୍‌ସିଡି ୩୦ ହଜାର କୋଟି ଟଙ୍କାରୁ ଅଧିକ ହୋଇପାରେ। କେନ୍ଦ୍ର ସରକାର ଅତିରିକ୍ତ ପାଣ୍ଠିଯୋଗାଣ ଲାଗି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକଠାରୁ ସହାୟତା ନେଇପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।

ଭାରତରେ ଆୟ ଅସମାନତା;୧୦% ଉଚ୍ଚବର୍ଗଙ୍କ ନିକଟରେ ରହିଛି ୬୦ପ୍ରତିଶତ ସମ୍ପତ୍ତି

ଭାରତରେ ଆୟ ଅସମାନତା;୧୦% ଉଚ୍ଚବର୍ଗଙ୍କ ନିକଟରେ ରହିଛି ୬୦ପ୍ରତିଶତ ସମ୍ପତ୍ତି

ନୂଆଦିଲ୍ଲୀ,୧୫-୧: ଭାରତରେ ଆୟ ଅସମାନତା ବେଶ୍‌ ପରିଲକ୍ଷିତ ହୁଏ। ଉଚ୍ଚବର୍ଗ ପରିବାରର ଆୟ ଜାତୀୟ ହାରାହାରି ବାର୍ଷିକ ଆୟଠାରୁ ୪୭% ଅଧିକ। ୨୦୧୨ ସୁଦ୍ଧା ଶୀର୍ଷ ୧୦% ଉଚ୍ଚବର୍ଗର ପରିବାର ନିକଟରେ ୬୦% ସମ୍ପତ୍ତି ରହିଛି। ବିଶ୍ୱ ଅସମାନତା ସଂକ୍ରାନ୍ତ ରିପୋର୍ଟରୁ ମିଳିଥିବା ତଥ୍ୟରୁ ଏହା ଜଣାପଡିଛି। 

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ଅର୍ଥ ମନ୍ତ୍ରଣାଳୟର ପରାମର୍ଶ;ବ୍ୟାଙ୍କରେ ସରକାରଙ୍କ ଅଂଶଧନ ୫୨%କୁ କମାଅ

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ଅର୍ଥ ମନ୍ତ୍ରଣାଳୟର ପରାମର୍ଶ;ବ୍ୟାଙ୍କରେ ସରକାରଙ୍କ ଅଂଶଧନ ୫୨%କୁ କମାଅ

ନୂଆଦିଲ୍ଲୀ,୧୫-୧: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ସରକାରଙ୍କ ଅଂଶଧନକୁ ଧୀରେ ଧୀରେ ୫୨%କୁ ହ୍ରାସ କରିବା ଲାଗି କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ବ୍ୟାଙ୍କିଙ୍ଗ ସେକ୍ଟରରେ କର୍ପୋରେଟ ଢାଞ୍ଚାର ପ୍ରବର୍ତ୍ତନ ଲାଗି ଏପରି ପଦକ୍ଷେପ ନେବା ଆବଶ୍ୟକ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।