ଜାତୀୟ |

ତିନି ତଲାକ୍‌ ବିଲ୍‌ ଲୋକସଭାରେ ଉପସ୍ଥାପିତ

ତିନି ତଲାକ୍‌ ବିଲ୍‌ ଲୋକସଭାରେ ଉପସ୍ଥାପିତ
ନୂଆଦିଲ୍ଲୀ,୨୮।୧୨: ବହୁ ଚର୍ଚ୍ଚିତ ତିନି ତଲାକ୍‌ ବିଲ୍‌ ଲୋକସଭାରେ ଗୁରୁବାର ଉପସ୍ଥାପିତ ହୋଇଛି। ଏହି ବିଲ୍‌ ଉପସ୍ଥାପନ କରି ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, ଏହା ଆଇନରେ ପରିଣତ ହେଲେ ମୁସଲମାନ୍‌ ମହିଳାଙ୍କ ଅଧିକାର ସୁରକ୍ଷିତ ହୋଇପାରିବ। ସେମାନଙ୍କର ସଶକ୍ତିକରଣ ଧାରା ଅବ୍ୟାହତ ରହିବା ସହିତ ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ୍‌ ହୋଇପାରିବେ। ଏହି ବିଲ୍‌ କୌଣସି ଧର୍ମ ବିରୋଧୀ ନୁହେଁ। ଏହା ମହିଳାଙ୍କ ଅଧିକାରକୁ ଅକ୍ଷୂର୍ଣ୍ଣ ରଖିବାରେ ସହାୟକ ହେବ। ସୁପ୍ରିମ୍‌କୋର୍ଟ ତିନି ତଲାକ୍‌କୁ ବିରୋଧ କରୁଥିବାବେଳେ ସଂସଦ ଏଥିପାଇଁ ଏକଜୁଟ ହେବାର ଆବଶ୍ୟକ। ବିଭିନ୍ନ ରାଜନୈତିକ ଦଳ ନିଜର ନୀତିଗତ ମୌଳିକ ଚିନ୍ତାଧାରା ଛାଡି ଏହି ବିଲ୍‌କୁ ସମର୍ଥନ କରିବା ଉଚିତ୍‌ ବୋଲି ସେ କହିଛନ୍ତି। ଏହି ମର୍ମରେ କଂଗ୍ରେସ ପକ୍ଷରୁ ବିଲ୍‌କୁ ସର୍ତ୍ତମୂଳକ ସମର୍ଥନ କରିବାକୁ ସୂଚିତ କରାଯାଇଛି। ଏହାଦ୍ୱାରା ଯେପରି ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ନ ହୁଏ ତାହା ଉପରେ କଂଗ୍ରେସ ଗୁରୁତ୍ୱାରୋପ କରିଛି। କେତେକ ମୁସଲିମ୍‌ ସଂଗଠନ ଏହାକୁ ଶରିୟତ୍‌ ଆଇନ ବିରୋଧୀ ବୋଲି କହିଛନ୍ତି। ସମ୍ବିଧାନରେ ମୁସଲମାନଙ୍କୁ ଦେଶର ବୃହତ୍ତମ ସଂଖ୍ୟାଲଘୁ ସମ୍ପ୍ରଦାୟ ଭାବେ ଉଲ୍ଲେଖ କରାଯାଇ ସେମାନଙ୍କ ପାଇଁ ଅଲଗା ବୈବାହିକ, ଛାଡପତ୍ର ଓ ଉତ୍ତରାଧିକାରୀ ଆଦି ସାମାଜିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିବା ଏହି ସଂଗଠନଗୁଡିକ ସୂଚିତ କରିଛନ୍ତି।
All Right Reserved By

ଜାତୀୟ |

ବଳାତ୍କାର ପୀଡ଼ିତାଙ୍କୁ ୫ ଲକ୍ଷ ଜରିମାନା ଦଣ୍ଡାଦେଶ କଲେ ପଞ୍ଚାୟତ

ବଳାତ୍କାର ପୀଡ଼ିତାଙ୍କୁ ୫ ଲକ୍ଷ ଜରିମାନା ଦଣ୍ଡାଦେଶ କଲେ ପଞ୍ଚାୟତ

ଗଢ଼ଓ୍ବା,୨୩।୧: ଝାଡଖଣ୍ଡ ଗଢ଼ଓ୍ବାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବଳାତ୍କାର ପୀଡିତାଙ୍କୁ ସ୍ଥାନୀୟ ପଞ୍ଚାୟତ ୫ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ କରିଛନ୍ତି। ଏହା ସହିତ ଗଙ୍ଗା ସ୍ନାନ କରିବ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।

 ପୁଣି କଂଗ୍ରେସରେ ଇନ୍ଦିରା!

ପୁଣି କଂଗ୍ରେସରେ ଇନ୍ଦିରା!

ନୂଆଦିଲ୍ଲୀ,୨୩।୧: କଂଗ୍ରେସର ମହାସଚିବ ଭାବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ମିଳିଛି ନିଯୁକ୍ତି। ଏନେଇ କର୍ମୀ ଇନ୍ଦିରା ପୁଣି ଦଳକୁ ଫେରିଥିବା କହୁଛନ୍ତି। ପ୍ରିୟଙ୍କା ରାୟବରେଲୀରୁ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। 

ନରୋଦା ପାଟିଆ ଦଙ୍ଗା ମାମଲା: ସୁପ୍ରିମକୋର୍ଟରେ ୪ଜଣଙ୍କୁ ମିଳିଲା ଜାମିନ

ନରୋଦା ପାଟିଆ ଦଙ୍ଗା ମାମଲା: ସୁପ୍ରିମକୋର୍ଟରେ ୪ଜଣଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ, ୨୩।୧: ୨୦୦୨ ଗୁଜୁରାଟ ନରୋଦା ପାଟିଆ ଦଙ୍ଗା ମାମଲାରେ ବୁଧବାର ସୁପ୍ରିମକୋର୍ଟ ୪ଜଣ ଅଭିଯୁକ୍ତଙ୍କୁ ଜାମିନ ଦେଇଛନ୍ତି। 

କଂଗ୍ରେସରେ ପ୍ରିୟଙ୍କାଙ୍କ ଏଣ୍ଟ୍ରି: ମହାସଚିବ ଭାବେ ମିଳିଲା ନିଯୁକ୍ତି

କଂଗ୍ରେସରେ ପ୍ରିୟଙ୍କାଙ୍କ ଏଣ୍ଟ୍ରି: ମହାସଚିବ ଭାବେ ମିଳିଲା ନିଯୁକ୍ତି

ନୂଆଦିଲ୍ଲୀ,୨୩।୧: ବହୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ  ବୁଧବାର କଂଗ୍ରେସ ମହାସଚିବ ଭାବେ ମିଳିଛି ପଲ୍ଟିକାଲ ଏଣ୍ଟ୍ରି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭଉଣୀ ପ୍ରିୟଙ୍କାଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି। 

ଆଇଏସଆଇଏସ ଲିଙ୍କ୍‌ ଅଭିଯୋଗ: ନାବାଳକ ସମେତ ୯ ଗିରଫ

ଆଇଏସଆଇଏସ ଲିଙ୍କ୍‌ ଅଭିଯୋଗ: ନାବାଳକ ସମେତ ୯ ଗିରଫ

ମୁମ୍ବାଇ, ୨୩।୧: ଆତଙ୍କବାଦୀ ସଂସ୍ଥା ଆଇଏସଆଇଏସ ସହ ଲିଙ୍କ ଅଭିଯୋଗରେ ବୁଧବାର ମହାରାଷ୍ଟ୍ର ଆତଙ୍କବାଦୀ ନିରୋଧୀ ସଂସ୍ଥା(ଏଟିସ) ୯ଜଣଙ୍କୁ ଗିରଫ କରିଛି। 

୧୦୭ ବର୍ଷରେ ଫିଟ୍‌: ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ

୧୦୭ ବର୍ଷରେ ଫିଟ୍‌: ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ

ନୂଆଦିଲ୍ଲୀ, ୨୩।୧: ଯଦି ମନୋବଳ ଦୃଢ, ତେବେ ଜୀବନରେ ଯେ କୌଣସି ଝଡଝଞ୍ଜା ଆସିଲେ ମଧ୍ୟ ତାହାର ସାମ୍ନା କରିବା ସହଜ ମନେ ହୁଏ। ଏମିତି ଜଣେ ଦୃଢମନା ବ୍ୟକ୍ତି ହେଉଛନ୍ତି ଗୁରୁଚରଣ ସିଂହ ସାନ୍ଧୁ। 

ଚଳିତ ବର୍ଷ ୧୦ଟି କାରଣ ଯୋଗୁ  କୋଟି କୋଟି ଲୋକଙ୍କ ଜୀବନ ଯିବ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଚଳିତ ବର୍ଷ ୧୦ଟି କାରଣ ଯୋଗୁ କୋଟି କୋଟି ଲୋକଙ୍କ ଜୀବନ ଯିବ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ/ଜେନେଭା,୨୩।୧: ଚଳିତ ବର୍ଷ ୧୦ଟି କାରଣ ଯୋଗୁ ପୃଥିବୀର କୋଟି କୋଟି ଲୋକଙ୍କର ଜୀବନ ଯିବ। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶ ପାଇଛି ଏକ ରିପୋର୍ଟ।

୨୦୧୯ ସାଧାରଣତନ୍ତ୍ର ଦିବସ: ୯୦ ମିନିଟ୍‌ର ପରେଡ୍‌ରେ ଯୋଗଦେବେ ୨୨ ପ୍ରଜ୍ଞାପନ ମେଢ଼

୨୦୧୯ ସାଧାରଣତନ୍ତ୍ର ଦିବସ: ୯୦ ମିନିଟ୍‌ର ପରେଡ୍‌ରେ ଯୋଗଦେବେ ୨୨ ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ,୨୩।୧: ଚଳିତ ୨୦୧୯ ସାଧାରଣତନ୍ତ୍ର ଦିବସ ଶନିବାର ଅନୁଷ୍ଠିତ ହେବ। ଦିଲ୍ଲୀର ଇଣ୍ଡିଆଗେଟ୍‌ଠାରେ ହେବାକୁ ଥିବା ଏହି ପରେଡ୍‌ରେ ୫୮ ଜନଜାତି ବ୍ୟକ୍ତିବିଶେଷଙ୍କୁ ଯୋଗଦେବା ପାଇଁ ଅତିଥିଭାବେ ଆମନ୍ତ୍ରଣ କରାଯାଇଛି। 

ମାଡ଼ି ଆସୁଛି ବିପଦ: ତରଳୁଛି ଗ୍ରୀନ୍‌ଲାଣ୍ଡ ହିମପାହାଡ଼; ପାଣିରେ ବୁଡ଼ିଯିବ ଅନେକ ଦେଶ

ମାଡ଼ି ଆସୁଛି ବିପଦ: ତରଳୁଛି ଗ୍ରୀନ୍‌ଲାଣ୍ଡ ହିମପାହାଡ଼; ପାଣିରେ ବୁଡ଼ିଯିବ ଅନେକ ଦେଶ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୩।୧: ମାଡ଼ି ଆସୁଛି ପୃଥିବୀ ଉପରେ ବିପଦ। ତାପମାତ୍ରା ବୃଦ୍ଧି ତଥା ପରିବେଶ ପ୍ରଦୂଷଣର ପ୍ରଭାବ ଗ୍ରୀନ୍‌ଲାଣ୍ଡର ହିମପାହାଡ଼ ଉପରେ ପଡ଼ିବାରେ ଲାଗିଛି। 

ଫେସ୍‌ବୁକ୍‌ ବୟ ଫ୍ରେଣ୍ଡ ସହ ମିଶି ଶ୍ୱଶୁରଘର ଲୁଟିଲେ ବୋହୂ: ୨୫ ତୋଳା ସୁନା ଅଳଙ୍କାର ଧରି ଛୁ

ଫେସ୍‌ବୁକ୍‌ ବୟ ଫ୍ରେଣ୍ଡ ସହ ମିଶି ଶ୍ୱଶୁରଘର ଲୁଟିଲେ ବୋହୂ: ୨୫ ତୋଳା ସୁନା ଅଳଙ୍କାର ଧରି ଛୁ

ଜଳନ୍ଧର,୨୩।୧: ପଞ୍ଜାବ ଜଳନ୍ଧରରେ ଘଟିିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ବୋହୂ ନିଜ ଫେସ୍‌ବୁକ୍‌ ବୟଫ୍ରେଣ୍ଡ ସହ ମିଶି ଶ୍ୱଶୁରଘରକୁ ଲୁଟିଛନ୍ତି। ପ୍ରାୟ ୧୫ ଲକ୍ଷ ଟଙ୍କାର ୨୫ ତୋଳା ସୁନା ଅଳଙ୍କାର ଧରି ବୋହୂ ଚମ୍ପଟ ମାରିଥିବା ପୋଲିସ କହିଛି।

 ୧୨୨ ତମ ଜନ୍ମ ଦିବସରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

୧୨୨ ତମ ଜନ୍ମ ଦିବସରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩।୧: ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ୧୨୨ ତମ ଜନ୍ମ ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୧୮୯୭ ଜାନୁୟାରୀ ୨୩ରେ ସେ ଓଡ଼ିଶାର କଟକଠାରେ ଜନ୍ମଗ୍ରହଣ କରିଥିଲେ। 

ଅଯୋଧ୍ୟାରେ ମନ୍ଦିର ହେଉ ଚାହାଁନ୍ତି ୬୯ ପ୍ରତିଶତ ଲୋକ

ଅଯୋଧ୍ୟାରେ ମନ୍ଦିର ହେଉ ଚାହାଁନ୍ତି ୬୯ ପ୍ରତିଶତ ଲୋକ

ନୂଆଦିଲ୍ଲୀ,୨୩।୧: ଅଯୋଧ୍ୟାରେ ରାମ ମନ୍ଦିର ହେଉ ବୋଲି ଦେଶର ୬୯ ପ୍ରତିଶତ ଲୋକ ଚାହାଁନ୍ତି। ଏନେଇ କରାଯାଇଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।