Dharitri News
ରାୟଗଡା

ସୀମାନ୍ତରେ ଲାଲ୍‌ ଆତଙ୍କ: କଲ୍‌ଭର୍ଟ୍ଟ ଉଡାଇଲେ ମାଓବାଦୀ

ସୀମାନ୍ତରେ ଲାଲ୍‌ ଆତଙ୍କ: କଲ୍‌ଭର୍ଟ୍ଟ ଉଡାଇଲେ ମାଓବାଦୀ ମାଲକାନଗିରି, ୨୮।୧୨(ସ୍ବ.ପ୍ର./ଡି.ଏନ୍‌.ଏ.) ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହେତୁ ମାଲକାନଗିରି ସୀମାନ୍ତ ଛତିଶଗଡ ସୁକ୍‌ମା ଜିଲା ଧରମାପେଟା ଓ ଫେନ୍ଦାଗୁଡା ମଝିରେ ଥିବା ଏକ କଲ୍‌ଭଟ୍ଟ କ୍ଷତିଗ୍ରସ୍ତ ହୋଇଛି । ଯବାନମାନେ କୋମ୍ବିଂରେ ଯାଉଥିବା ଖବର ପାଇ ମାଓବାଦୀମାନେ କଲଭର୍ଟ୍ଟ ତଳେ ଲ୍ୟାଣ୍ଡମାଇନ୍‌ ବିଛାଇ ଥିଲେ । ଯବାନମାନେ କଲଭର୍ଟ୍ଟ ନିକଟବର୍ତ୍ତୀ ହେବା ସମୟରେ ସେମାନେ ଲ୍ୟାଣ୍ଡମାଇନ୍‌ ବ୍ଲାଷ୍ଟ କରି ଦେଇଥିଲେ । ପରେ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିବା ସୁକ୍‌ମା ଏସ୍‌ପି ଅଭିଷେକ ମୀନା କହିଛନ୍ତି ।

ରାୟଗଡା

ମୋବାଇଲ ଆଲୁଅରେ ଏଟିଏମ୍‌ରୁ ଉଠୁଛି ଟଙ୍କା

ମୋବାଇଲ ଆଲୁଅରେ ଏଟିଏମ୍‌ରୁ ଉଠୁଛି ଟଙ୍କା

ରାମନାଗୁଡା, ୧୯।୧(ଡି.ଏନ୍‌.ଏ)- ଏଟିଏମ୍‌ରେ ଜଳୁନି ଆଲୁଅ। ମୋବାଇଲ ଲାଇଟରେ ଉଠୁଛି ଟଙ୍କା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏପରି ଘଟଣା ଦେଖିବା ପାଇଁ ମିଳୁଛି ରାୟଗଡ଼ା ଜିଲା ରାମନାଗୁଡା ବ୍ଲକ୍‌ ମୁଖ୍ୟରାସ୍ତାରେ ଥିବା ଆଇଓବି ଏଟିଏମ୍‌ ।

ଉଦ୍ଧାର ପେଚା ବନ ବିଭାଗକୁ ହସ୍ତାନ୍ତର

ମାଥିଲି,୧୯।୧(ଡି.ଏନ.ଏ)- ମାଥିଲି ବ୍ଲକ ଅନ୍ତର୍ଗତ ବଳଦିଆଗୁଡା ଗ୍ରାମରେ ଥିବା ଶିକ୍ଷକ ଦମ୍ପତି ଗତ ବୁଧବାର ରାତିରେ ଅସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଥିବା ପେଚାକୁ ଶୁକ୍ରବାର ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ।

କୋଟିଆକୁ ଗଡ଼ିଲା ବସ୍‌

ପଟାଙ୍ଗୀ,୧୯।୧(ଡି.ଏନ.ଏ.)- ଓଡ଼ିଶା ଭିତରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରର ପ୍ରବେଶ ପରେ ପ୍ରଶାସନର ନିଦ ଭାଙ୍ଗିଛି। ଏହି କ୍ରମରେ ଶୁକ୍ରବାର ବିବାଦୀୟ କୋଟିଆ ପଞ୍ଚାୟତକୁ ଗଡ଼ିଛି ବସ୍‌।

ଆଧାର ପାଇଁ ମିଳୁନି ଚାଉଳ

ଆଧାର ପାଇଁ ମିଳୁନି ଚାଉଳ

ରାଇଘର,୧୯।୧(ଡି.ଏନ୍‌.ଏ)-ନବରଙ୍ଗପୁର ଜିଲା ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତି ୩ୟ ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷା ବିନ ଗଣ୍ଡଙ୍କ ସଭାପତିତ୍ୱ କରିଥିଲେ।

ଗୋଷାଣି ଅଞ୍ଚଳରେ ହାତୀପଲ,ଲୋକେ ଆତଙ୍କିତ

ଗୋଷାଣି ଅଞ୍ଚଳରେ ହାତୀପଲ,ଲୋକେ ଆତଙ୍କିତ

ପାରଳାଖେମୁଣ୍ଡି, ୧୮।୧(ସ୍ବ.ପ୍ର.)-କିଛିଦିନର ବ୍ୟବଧାନ ପରେ ପୁଣି ଗଜପତି ଜିଲା ଗୋଷାଣି ଅଞ୍ଚଳରେ ହାତୀପଲଙ୍କୁ ଦେଖିବାକୁ ମିଳିଛି। ଏହି ହାତୀପଲ ଦ୍ୱାରା ଘରଦ୍ୱାର ଓ ଫସଲ ନଷ୍ଟ ହେବା ଆଶଙ୍କାରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଅଞ୍ଚଳବାସୀ ନିଆଁହୁଳା ଧରି ହାତୀ ଘଉଡାଇବାରେ ଲାଗିପଡ଼ିଛନ୍ତି।

ଝୋଡ଼ିଆ ସାହିରେ ଜଳ ସଙ୍କଟ: ସମସ୍ୟା ଦୂର ନ ହେଲେ ଆନ୍ଦୋଳନ

ଝୋଡ଼ିଆ ସାହିରେ ଜଳ ସଙ୍କଟ: ସମସ୍ୟା ଦୂର ନ ହେଲେ ଆନ୍ଦୋଳନ

ରାୟଗଡା ଅଫିସ, ୧୮।୧ - ରାୟଗଡା ପୌର ପରିଷଦର ଓ୍ବାର୍ଡ ନଂ. ୮ ଅଧୀନ ଅରବିନ୍ଦ ନଗର ଦ୍ୱିତୀୟ ଲାଇନ ତଥା ଝୋଡିଆସାହିରେ ଦୀର୍ଘମାସ ଧରି ପାନୀୟଜଳ ସଙ୍କଟ ଲାଗିରହିଛି। ଏହି ସାହିରେ ଗୋଟିଏ ଲେଖାଏ ନଳକୂପ ଓ ଷ୍ଟାଣ୍ଡପୋଷ୍ଟ ଥିଲେ ମଧ୍ୟ ନିୟମିତ ଓ ଆବଶ୍ୟକ ପରିମାଣର ପାଣି ବାହାରୁନାହିଁ।

ଚିତ୍ରକୋଣ୍ଡାରେ ମାଓବାଦୀ ପୋଷ୍ଟର

ଚିତ୍ରକୋଣ୍ଡାରେ ମାଓବାଦୀ ପୋଷ୍ଟର

ମାଲକାନଗିରି, ୧୮।୧(ସ୍ବ.ପ୍ର.)- କୁକୁଡା ଗାଲି ଓ ହାଟରେ ମଦ ବିକ୍ରି ବନ୍ଦ କରିବା ଆହ୍ବାନରେ ଗୁରୁବାର ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ପାପୁଲୁର ଓ କୁର୍ମାନୁର ପଞ୍ଚାୟତର ବିଭିନ୍ନ ସ୍ଥାନରେ ସିପିଆଇ(ମାଓବାଦୀ) ପକ୍ଷରୁ ପୋଷ୍ଟର ଲଗାଯାଇଛି । ଏହାକୁ ନ ମାନିଲେ ଗାଁର ମୁଖିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।

 ମଦ ବିକ୍ରି ବନ୍ଦ କରିବାକୁ ମହିଳା ସଙ୍ଗଠନର ଆହ୍ବାନ

ମଦ ବିକ୍ରି ବନ୍ଦ କରିବାକୁ ମହିଳା ସଙ୍ଗଠନର ଆହ୍ବାନ

ଝରିଗାଁ, ୧୮।୧(ସ୍ବ.ପ୍ର)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ତେଲନଦୀ ପଞ୍ଚାୟତ ଦେବାଦରା ଗ୍ରାମରେ ଗୁରୁବାର ମଦ ବିରୋଧୀ ସଚେତନତା ଶୋଭାଯାତ୍ରା ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଲଛମନ ଜାନୀଙ୍କ ନେତୃତ୍ୱରେ ୧୨ଟି ମହିଳା ସଂୟ ସହାୟିକା ଦଳର ସଭ୍ୟା ଓ ଗ୍ରାମବାସୀ ମିଶି ଦେଶୀ ଓ ବିଦେଶୀ ମଦ ବିକ୍ରିକୁ ବନ୍ଦ କରିବାକୁ ଲୋକମାନଙ୍କୁ ସଚେତନ କରାଇଛନ୍ତି।

ସ୍ତ୍ରୀ ଓ ଝିଅକୁ ନିଆଁ ଲଗାଇ ଜାଳିଦେଲେ ସ୍ବାମୀ

ସ୍ତ୍ରୀ ଓ ଝିଅକୁ ନିଆଁ ଲଗାଇ ଜାଳିଦେଲେ ସ୍ବାମୀ

ନବରଙ୍ଗପୁର, ୧୮।୧(ବି.ପ୍ର.)- ସ୍ତ୍ରୀ ଓ ଝିଅକୁ କିରୋସିନ ପକାଇ ପୋଡିଦେଲେ ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଗୁରୁବାର ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ କୋଡିଙ୍ଗା ଥାନା ଅଧୀନ ଚିର୍ମା ଗାଁରେ ଘଟିଛି । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ପେନସନ ଭୋଗୀଙ୍କୁ ଚିନ୍ତା ଆଧାର କାର୍ଡ଼

ମାଲକାନଗିରି,୧୮।୧(ଡି.ଏନ୍‌.ଏ.) ମାଲକାନଗିରି ଜିଲାରେ ଅନେକ ପେନସନଭୋଗୀ ଜୀବନ୍ତ ପ୍ରମାଣପତ୍ର ଦାଖଲ ନକଲେ ପେନସନ ପାଇବାରେ ବଞ୍ଚତ୍ତ ହେବେ। ପୂର୍ବରୁ ଏହି ପ୍ରମାଣପତ୍ର ପାଇଁ କେତେକ ନିର୍ଦ୍ଦିଷ୍ଟ ଫର୍ମରେ ନିଜର ସବିଶେଷ ତଥ୍ୟ ସହ ଭୋଟର କାର୍ଡ଼ ଓ ପେନସନ ବହିର ଜେରକ୍ସ କପି ଷ୍ଟେଟବ୍ୟାଙ୍କରେ ଦାଖଲ କରିବାକୁ ପଡୁଥିଲା।

୨ ବର୍ଷ ତଳୁ କାମ କରୁନି ଟାଙ୍କି: ଆଗକୁ ଜଳ ସଙ୍କଟ ଜଳଜଳ ଦିଶୁଛି

୨ ବର୍ଷ ତଳୁ କାମ କରୁନି ଟାଙ୍କି: ଆଗକୁ ଜଳ ସଙ୍କଟ ଜଳଜଳ ଦିଶୁଛି

ଶିଖାପାଲି,୧୮।୧ ମାଲକାନଗିରି ଜିଲା ଏମ୍‌ଭି-୧୯ ଗାଁରେ ଦୁଇବର୍ଷ ତଳେ ଜିଲା ଗ୍ରାମୀଣ ପାନୀୟ ଜଳ ଯୋଗାଣ ପକ୍ଷରୁ ପାଣିଟାଙ୍କି ନିର୍ମାଣ କରାଯାଇଥିଲା। ମୋଟର ଲାଗିଯିବା ପରେ ମଧ୍ୟ ୧୦୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ଏବେ ଚିନ୍ତା ବଢ଼ାଇଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ସରକାର ଗ୍ରାମରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିଛନ୍ତି। ଦୁଇବର୍ଷ ତଳୁ ତାହା ଫେଲ୍‌ ମାରିଛି।

ଚିକିତ୍ସା ପାଇଁ ଅର୍ଥ ବାଧକ

ଚିକିତ୍ସା ପାଇଁ ଅର୍ଥ ବାଧକ

ଡାବୁଗାଁ,୧୮।୧(ଡି.ଏନ.ଏ.) ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାନିଗାଁ ପଞ୍ଚାୟତ ଅଧୀନ ବାଣୁଆଗୁଡା ଗ୍ରାମର ବାସୁଦେବ ଗୌଡଙ୍କ ପୁଅ ଶଙ୍କର ନାୟକ(ଗୌଡ) ୨ ବର୍ଷ ହେଲା ପେଟ ରୋଗରେ ଆକ୍ରାନ୍ତ । ଅର୍ଥ ଅଭାବରୁ ଶଙ୍କର ଚିକିତ୍ସିତ ହୋଇ ପାରୁ ନାହାନ୍ତି। ବାସୁଦେବ କୁଲି ମଜୁରୀ କରି ପରିବାର ଭରଣପୋଷଣ କରୁଥିବାରୁ ପୁଅର ଚିକିତ୍ସା କରିବା ତାଙ୍କ ପକ୍ଷେ ସମ୍ଭବପର ହେଉ ନାହିଁ।