ବାଲେଶ୍ୱର

ପିକ୍‌ନିକ୍‌ ବସ୍‌କୁ ପିଟିଲା ଟ୍ରକ: ୫ ଆହତ

ପିକ୍‌ନିକ୍‌ ବସ୍‌କୁ ପିଟିଲା ଟ୍ରକ: ୫ ଆହତ

ରୂପ୍‌ସା, ୨୮।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୬୦ ନଂ. ଜାତୀୟ ରାଜପଥ ରୂପ୍‌ସା ଥାନା ଅନ୍ତର୍ଗତ ମିରିଗିମୁଣ୍ଡି ଛକଠାରେ ବୁଧବାର ରାତିରେ କଲିକତାରୁ ପୁରୀ ଅଭିମୁଖେ ଆସୁଥିବା ଏକ ପିକ୍‌ନିକ୍‌ ବସ୍‌କୁ ଟ୍ରକ୍‌ ଧକ୍କା ଦେଇଛି। ଫଳରେ ୨ ମହିଳାଙ୍କ ସମେତ ୫ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନେ ହେଲେ କଲିକତା ଜଗତିପତା ଅଞ୍ଚଳର କନାୟା ଝା, ତାଙ୍କ ସ୍ତ୍ରୀ ସୋନାଲ ଝା, କୁନାଲ ହରିଚନ୍ଦନ, ମହେନ୍ଦ୍ର ହରିଚନ୍ଦନ ଓ ଅନ୍ୟ ଜଣେ ମହିଳା। ଚିକିତ୍ସା ପାଇଁ ଏମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ, ବସ୍‌ (ଡବ୍ଲୁବି୧୯ଜି ୪୦୩୦) ଯୋଗେ ୪୫ ଯାତ୍ରୀ କଲିକତାରୁ ପୁରୀ ବୁଲିବାକୁ ଆସୁଥିଲେ। ମିରିଗିମୁଣ୍ଡି ଛକଠାରେ ବସ୍‌ଟି ଅଟକିଥିଲା। ଏହି ସମୟରେ ଦ୍ରୁତ ବେଗରେ ଆସୁଥିବା ଟ୍ରକ (ନଂ. କେଏଓପିଏସି୯୨୦୮) ବସ୍‌କୁ ପଛରୁ ଧକ୍କା ଦେଇଥିଲା। ଫଳରେ ବସ୍‌ରେ ବସିଥିବା ୫ ଯାତ୍ରୀ ଆହତ ହୋଇଥିଲେ। ରୂପ୍‌ସା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଓ ବସ୍‌କୁ ଜବତ କରିଛି। ଟ୍ରକ ଡ୍ରାଇଭର ଓ ହେଲପର ଫେରାର ଅଛନ୍ତି।

All Right Reserved By

ବାଲେଶ୍ୱର

ଭାଜପା କୃଷକମୋର୍ଚ୍ଚା ପକ୍ଷରୁ ଘେରାଉ

ବାଲିଆପାଳ,୧୬।୭(ଡି.ଏନ.ଏ.)-ବିହନ ଯୋଗାଣ ମହାଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ସୋମବାର ଜିଲା କୃଷକମୋର୍ଚ୍ଚା ଭାଜପା ବାଲିଆପାଳ ମଣ୍ଡଳ ପକ୍ଷରୁ ଆମତ୍ା ଶାଖା କାର୍ଯ୍ୟାଳୟ (କୃଷି ସୂଚନା ପରାମର୍ଶ କେନ୍ଦ୍ର)କୁ ଘେରାଉ କରାଯାଇଥିଲା।

କାନ୍ଥ ଭୁଶୁଡ଼ି ମା’, ଝିଅ ଆହତ

ରୂପ୍‌ସା,୧୬।୭(ଡି.ଏନ.ଏ.)-ଲଘୁଚାପଜନିତ ଲଗାଣ ବର୍ଷାରେ ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ପଞ୍ଚାୟତ ଅନ୍ତର୍ଗତ ପାଟପୁର-୨ ଗ୍ରାମରେ ଜଣେ ମହିଳାଙ୍କ ଘରେ ପାଣି ପଶି ରବିବାର ବିଳମ୍ବିତ ରାତିରେ କାନ୍ଥ ଭୁଶୁଡ଼ି ପଡ଼ିଛି। ଫଳରେ ମା’ ମିନକୀ ସିଂ (୬୦) ଓ ଝିଅ ମାଳତୀ ସିଂ (୪୦) ଗୁରୁତର ଆହତ ହୋଇଛନ୍ତି।

ଫକୀରମୋହନ ଜୁନିୟର କଲେଜରେ ଏନଏସ୍‌ଏସ୍‌ କୋ-ଅର୍ଡ଼ିନେଟର

ବାଲେଶ୍ୱର ଅଫିସ,୧୬।୭-ବାଲେଶ୍ୱର ଫକୀରମୋହନ ଜୁନିୟର ମହାବିଦ୍ୟାଳୟର ଏନଏସଏସ୍‌ ସୋସିଆଲ କ୍ୟାମ୍ପକୁ ରବିବାର ଏନଏସଏସ୍‌ କୋ-ଅଡ଼ିନେଟର ଡ. ଦୀପକ କୁମାର ବେହେରା ପରିଦର୍ଶନ କରିଥିଲେ।

ଶାନ୍ତିଶୃଙ୍ଖଳାରେ ସରିଲା ଘୋଷଯାତ୍ରା

ରାଇସୁଆଁ,୧୬।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଯୋଗୀ ମଠଠାରେ ମହାସମାରୋହରେ ରଥଯାତ୍ରା ପାଳନ ହୋଇଯାଇଛି। ଯାତ୍ରାରେ ଆଖପାଖ ଅଞ୍ଚଳରୁ ବହୁ ଜନସାଧାରଣ ଯୋଗ ଦେବା ସହ ପ୍ରଭୁ ଜଗନ୍ନାଥ, ସୁଭଦ୍ରା, ଏବଂ ବଳଭଦ୍ରଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।

ବିଭିନ୍ନ ସମସ୍ୟା ନେଇ ଆଲୋଚନା

ତେଲକୋଇ, ୧୬।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ମୁଖ୍ୟାଳୟର ଚଷା ସମାଜ ଗୃହରେ ଶୁକ୍ରବାର ବ୍ଲକ ଭାଜପାର ବୁଦ୍ଧିଜୀବୀ ଓ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଭାଜପା ସଭାପତି ରାଧାକାନ୍ତ ମହାନ୍ତଙ୍କ ସମେତ ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ଭାଜପା ସାଂସଦ ଅନନ୍ତ ଚରଣ ନାଏକ, ଜିଲା ସାଧାରଣ ସମ୍ପାଦକ ଶୁକଦେବ ମହାନ୍ତ, ବ୍ଲକ ମହିଳା ମୋର୍ଚ୍ଚାର ସଭାପତି ସବିତା ହାଇବୃ,ବ୍ଲକ ମଣ୍ଡଳ ସଭାପତି ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଅବସର କାଳୀନ ସମ୍ବର୍ଦ୍ଧନା

କୋଳିମାଟି, ୧୬।୭-କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଧକୋଠା ଉଚ୍ଚ ବିଦ୍ୟାଳୟର କ୍ରିଡା ଶିକ୍ଷକ ପ୍ରଫୁଲ କୁମାର ସାହୁଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ସୋମବାର ପୂର୍ବାହ୍ନ ୧୦ଟାରେ ବିଦ୍ୟାଳୟରେ ଏକ ସଭା ହୋଇଥିଲା।

ଓଡିଶା କର୍ମଚାରୀ ମହାମଞ୍ଚର ବୈଠକ

ବାରିପଦା ଅଫିସ,୧୬।୭- ଓଡିଶା ସରକାରଙ୍କ ଆଉଟ ସୋର୍ସିଙ୍ଗ, ଠିକା ଓ ଚୁକ୍ତି ଭିତ୍ତିକ କର୍ମଚାରୀ ମହାମଞ୍ଚର ମୟୂରଭଞ୍ଜ ଶାଖାର ଏକ ସ୍ବତନ୍ତ୍ର ବୈଠକ ରୋଟାରି କ୍ଳବରେ ଅନୁଷ୍ଠିତ ହୋଇଯାଇଛି।

ଉତ୍ତମ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେଲେ କୃଷି ବୈଜ୍ଞାନିକ

ଉତ୍ତମ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେଲେ କୃଷି ବୈଜ୍ଞାନିକ

ବାହାନଗା, ୧୬।୭(ଡି.ଏନ.ଏ.)-ବାହାନଗା ବ୍ଲକ ଗୋପାଳପୁରଠାରେ ଥିବା ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ରରେ ଚାଷୀମାନଙ୍କୁ ଉତ୍ତମ ଚାଷ ଉପରେ ପ୍ରଶିକ୍ଷଣ ଦିଆଯାଇଛି। କୃଷି ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଉପସ୍ଥିତ ହୋଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ କିପରି ଉତ୍ତମ ଚାଷ କରିପାରିବେ ସେ ବିଷୟରେ ଆଲୋଚନା କରିଥିଲେ।

ବେଳାଭୂମି ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ

ବାହାନଗା, ୧୬।୭(ଡି.ଏନ.ଏ.)-ବାହାନଗା ବ୍ଳକ ଅଭଣାସ୍ଥିତ ବେଳାଭୂମି ମହାବିଦ୍ୟାଳୟର ୪୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।

ମହିଳା ସ୍ବଂୟ ସହାୟିକା ଗୋଷ୍ଠୀକୁ ପ୍ରଶିକ୍ଷଣ

ମହିଳା ସ୍ବଂୟ ସହାୟିକା ଗୋଷ୍ଠୀକୁ ପ୍ରଶିକ୍ଷଣ

ଖଇରା,୧୬।୭(ଡି.ଏନ.ଏ.)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ ଶାଳଗଡିଆ ଅଙ୍ଗନୱାଡି କେନ୍ଦ୍ରର ସ୍ବଂୟ ସହାୟିକା ଗୋଷ୍ଠୀର ଏକ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଶାଳଗଡିଆ ଅଙ୍ଗନୱାଡି କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି ା ଏହି ଶିବିରକୁ ବାଉଁଶଗଡିଆ ସରପଞ୍ଚ ବିଷ୍ଣୁପଦ ଘଡାଇ ଶୁଭ ଉଦ୍‌ଘାଟନ କରିଥିଲେ।

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ସୋର, ୧୬।୭(ଡି.ଏନ.ଏ.)-ସୋର ବ୍ଲକ ଗୋପୀନାଥପୁର ସେବା ସମବାୟ ସମିତି ତରଫରୁ ‘ସମବାୟ ଆପଣଙ୍କ ଦ୍ୱାରରେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମିତି ନିର୍ଦ୍ଦେଶକ ଶଙ୍କର୍ଷଣ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିବିସିସି ବ୍ୟାଙ୍କ ସୋର ଶାଖାର ପରିଚାଳକ ଶୁଭେନ୍ଦୁ କୁମାର ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ସୋର ଏରିଆ ଅଫିସର୍‌ ସଞ୍ଜୀବ କୁମାର ପଣ୍ଡା ଯୋଗଦେଇଥିଲେ।

ଶାଳ ଜଙ୍ଗଲରେ ଶାଗୁଆନ ଚାରାରୋପଣ

ଶାଳ ଜଙ୍ଗଲରେ ଶାଗୁଆନ ଚାରାରୋପଣ

କେନ୍ଦୁଝର, ୧୬।୭(ସ୍ବ.ପ୍ର.): ଶାଳ ଜଙ୍ଗଲରେ ଶାଗୁଆନ, ଇଉକାଲିପଟାସ, ଆକାଶିଆ ଭଳି ଚାରାରୋପଣ କରାଯାଉଛି। କାଞ୍ଜିପାଣି ଜଙ୍ଗଲରେ ବନ ବିଭାଗ ପକ୍ଷରୁ ଏପରି ଚାରାରୋପଣ କାର୍ଯ୍ୟକ୍ରମ ଚାଲିଥିବା ପରିବେଶବିତମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଉକ୍ତ ଜଙ୍ଗଲରେ ଆମ୍ବ, ପଣସ, ପିଜୁଳି, ମହୁଲ, ଅଁଳା, ବାହାଡ ଭଳି ଗଛ ଲୋପ ପାଇଯାଉଛି। ଉପାଦେୟ ଗଛ ଲଗାଗଲେ ବନବାସୀ ଖାଦ୍ୟ ପାଇବା ସହ ମାଙ୍କଡ, ଭାଲୁ ଓ ଅନ୍ୟ ଜୀବଜନ୍ତୁ, ପକ୍ଷୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ହୋଇ ପାରିବ ବୋଲି ମତପ୍ରକାଶ ପାଉଛି।

Model This Week

ରୂପେଶ