ବାଣିଜ୍ୟ |

ବରିଷ୍ଠ ନାଗରିକଙ୍କ ସ୍ଥାୟୀ ଜମାରେ ମିଳିବ ୮% ସୁଧ

ବରିଷ୍ଠ ନାଗରିକଙ୍କ ସ୍ଥାୟୀ ଜମାରେ ମିଳିବ ୮% ସୁଧ

ନୂଆଦିଲ୍ଲୀ, ୩। କେନ୍ଦ୍ର ସରକାର ବରିଷ୍ଠ ନାଗରିକ ଏବଂ ପେନସନଭୋଗୀଙ୍କ ସ୍ଥାୟୀ ଜମା ଉପରେ ସୁଧରାଶି ବୃଦ୍ଧି କରିଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଗୁରୁବାର ଲୋକସଭାରେ ଶୂନ୍ୟକାଳ ସମୟରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏବେ ବରିଷ୍ଠ ନାଗରିକଙ୍କ ସ୍ଥାୟୀ ଜମା ଉପରେ ୮% ସୁଧ ପ୍ରଦାନ କରାଯିବ। ତୃଣମୂଳ କଂଗ୍ରେସ ସଦସ୍ୟ ଡେରିକ ଓ ବ୍ରିଏନ୍‍ଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ଏହା କହିଛନ୍ତି।

ନୂଆଦିଲ୍ଲୀ, ୩। କେନ୍ଦ୍ର ସରକାର ବରିଷ୍ଠ ନାଗରିକ ଏବଂ ପେନସନଭୋଗୀଙ୍କ ସ୍ଥାୟୀ ଜମା ଉପରେ ସୁଧରାଶି ବୃଦ୍ଧି କରିଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଗୁରୁବାର ଲୋକସଭାରେ ଶୂନ୍ୟକାଳ ସମୟରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏବେ ବରିଷ୍ଠ ନାଗରିକଙ୍କ ସ୍ଥାୟୀ ଜମା ଉପରେ ୮% ସୁଧ ପ୍ରଦାନ କରାଯିବ। ତୃଣମୂଳ କଂଗ୍ରେସ ସଦସ୍ୟ ଡେରିକ ଓ ବ୍ରିଏନ୍‍ଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ଏହା କହିଛନ୍ତି।

All Right Reserved By

Model This Week

ନିକିତା

ବାଣିଜ୍ୟ |

କେନ୍ଦ୍ରର ଇଚ୍ଛା ଭ୍ୟାଟ୍‌ ହ୍ରାସ କରନ୍ତୁ ରାଜ୍ୟ:ପେଟ୍ରୋଲ, ଡିଜେଲରୁ କମିବନି ଉତ୍ପାଦ ଟିକସ,ପେଟ୍ରୋଲ,ଡିଜେଲ ଦର ୫୫ ମାସର ସର୍ବୋଚ୍ଚ ସ୍ତରରେ

କେନ୍ଦ୍ରର ଇଚ୍ଛା ଭ୍ୟାଟ୍‌ ହ୍ରାସ କରନ୍ତୁ ରାଜ୍ୟ:ପେଟ୍ରୋଲ, ଡିଜେଲରୁ କମିବନି ଉତ୍ପାଦ ଟିକସ,ପେଟ୍ରୋଲ,ଡିଜେଲ ଦର ୫୫ ମାସର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ,୨୩-୪(ପି.ଟି) ପେଟ୍ରୋଲ, ଡିଜେଲ ଦର ସର୍ବୋଚ୍ଚ ସ୍ତରରେ ରହିଥିବା ବେଳେ ଲୋକମାନେ ଏହା ଯୋଗୁ ବିଭିନ୍ନ ଅସୁବିଧା ଭୋଗୁଛନ୍ତି। ଏପରି ସ୍ଥଳେ ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦ ଟିକସ ହ୍ରାସ ହେବ ନାହିଁ ବୋଲି ଜଣାପଡିଛି। ପେଟ୍ରୋଲ ଏବଂ ଡିଜେଲ ଉପରେ ଲାଗୁ ହେଉଥିବା ଉତ୍ପାଦ ଟିକସ ହ୍ରାସ ସପକ୍ଷରେ ଅର୍ଥ ମନ୍ତ୍ରଣାଳୟ ନାହିଁ। ଏହା ଫଳରେ ତୈଳ ଦର ହ୍ରାସ ହେବାର ସମ୍ଭାବନା ପ୍ରାୟ ନାହିଁ। ଏହା ବାଦ୍‌ ରାଜ୍ୟଗୁଡିକ ଲାଗୁ କରୁଥିବା ଭ୍ୟାଟ ବା ସେଲସ ଟିକସ ହ୍ରାସ କରନ୍ତୁ ବୋଲି କେନ୍ଦ୍ର ଇଚ୍ଛା ପ୍ରକଟ କରିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସୋମବାର ପେଟ୍ରୋଲ ଦର ୫୫ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ସେହିଭଳି ଡିଜେଲ ଦର ମଧ୍ୟ ରେକର୍ଡ ସ୍ତର ୬୫.୭୫ ଟଙ୍କା ଛୁଇଁଛି। ଏହିଭଳି ବର୍ଦ୍ଧିତ ଦରରେ ତୈଳ କ୍ରୟ କରିବା ଲୋକଙ୍କୁ କଷ୍ଟକର ହେଉଥିବା ବେଳେ କେନ୍ଦ୍ର ସରକାର ଉତ୍ପାଦ ଟିକସ ହ୍ରାସ କରିବେ ବୋଲି ଅନେକେ ଭାବୁଥିଲେ। ମାତ୍ର ଏହାକୁ ନେଇ ସରକାର ତାଙ୍କର ପକ୍ଷ ସ୍ପଷ୍ଟ କରିଛନ୍ତି।

ଶୀଘ୍ର ଘୋଷଣା ହେବ ନୂଆ ଶିଳ୍ପ ନୀତି: ପ୍ରଭୁ

ଶୀଘ୍ର ଘୋଷଣା ହେବ ନୂଆ ଶିଳ୍ପ ନୀତି: ପ୍ରଭୁ

ନୂଆଦିଲ୍ଲୀ,୨୩-୪(ପି.ଟି) ସରକାର ନୂଆ ଶିଳ୍ପ ନୀତି ଚୂଡାନ୍ତ କରି ସାରିଛନ୍ତି। ଏହାକୁ ଶୀଘ୍ର ଘୋଷଣା କରାଯିବାକୁ ଯୋଜନା ରହିଛି। ଏ ନେଇ ବାଣିଜ୍ୟ ତଥା ଉଦ୍ୟୋଗ ମନ୍ତ୍ରୀ ସୁରେଶ ପ୍ରଭୁ ସୂଚନା ଦେଇଛନ୍ତି। ନୂଆ ନୀତି ୧୯୯୧ର ଶିଳ୍ପ ନୀତିକୁ ବାଦ୍‌ ଦେବ। ଏହି ନୀତିକୁ ଆନ୍ତଃ ମନ୍ତ୍ରୀସ୍ତରୀୟ କନସଲଟେଶନ ଲାଗି ପଠାଯାଇଥିବା ଅନ୍ତର୍ଜାତୀୟ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ସମ୍ମିଳନୀରେ ପ୍ରଭୁ ଏହା କହିଛନ୍ତି।

ଅଧିକ ୪ ରାଜ୍ୟରେ ଇଣ୍ଟ୍ରାଷ୍ଟେଟ୍‌ ଇ-ଓ୍ବେ ବିଲ୍‌ ୨୫ରୁ

ଅଧିକ ୪ ରାଜ୍ୟରେ ଇଣ୍ଟ୍ରାଷ୍ଟେଟ୍‌ ଇ-ଓ୍ବେ ବିଲ୍‌ ୨୫ରୁ

ନୂଆଦିଲ୍ଲୀ,୨୩-୪(ପି.ଟି) ଏପ୍ରିଲ ୨୫ରୁ ୪ଟି ଅଧିକ ରାଜ୍ୟ ଇ-ଓ୍ବେ ବିଲ୍‌ ଲାଗୁ କରିବେ। ଏହି ରାଜ୍ୟଗୁଡିକ ମଧ୍ୟରେ ମଧ୍ୟପ୍ରଦେଶ ରହିଛି। ସେହି କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀ ସାମିଲ ରହିଛି। ୫୦ ହଜାର ଟଙ୍କାର ଆନ୍ତଃରାଜ୍ୟ ସାମଗ୍ରୀ ପରିବହନରେ ଇ-ଓ୍ବେ ବିଲ୍‌ ବ୍ୟବସ୍ଥାକୁ ଏପ୍ରିଲ ପହିଲାରୁ ସରକାର ଲାଗୁ କରାଇଛନ୍ତି।

ବ୍ୟାଙ୍କକୁ ଫେରୁନି ୨୦୦୦ ଟଙ୍କିଆ ନୋଟ

ବ୍ୟାଙ୍କକୁ ଫେରୁନି ୨୦୦୦ ଟଙ୍କିଆ ନୋଟ

ନୂଆଦିଲ୍ଲୀ,୨୩-୪(ପି.ଟି) ଗତ କିଛି ଦିନ ହେବ ଏଟିଏମ୍‌ଗୁଡିକରେ ନୋଟ ସଙ୍କଟ ଲାଗି ରହିଥିବାରୁ ଏହାକୁ ନେଇ ଲୋକମାନେ ନାହିଁ ନ ଥିବା ହଇରାଣ ହରକତ ହେଲେଣି। ଏହି ଅସୁବିଧା ସୁଧୁରିଯିବ ବୋଲି ସରକାର ଲୋକଙ୍କୁ ଆଶ୍ୱାସନା ଦେବା ସହ ନୋଟ ଯୋଗାଣ ତ୍ୱରାନ୍ବିତ କରିବାକୁ ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି। ଅପରପକ୍ଷରେ ବଜାରର ନୋଟ ସଙ୍କଟ ଟଳିଥିବା ଷ୍ଟେଟ ବ୍ୟାଙ୍କ ଇଣ୍ଡିଆର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି।

୭.୪% ରହିପାରେ ଅଭିବୃଦ୍ଧି

୭.୪% ରହିପାରେ ଅଭିବୃଦ୍ଧି

ନୂଆଦିଲ୍ଲୀ,୨୩-୪ ଘରୋଇ ବଜାରର ଅର୍ଥନୈତିକ ଅଭିବୃଦ୍ଧି ୨୦୧୮-୧୯ ଆର୍ଥତ୍କ ବର୍ଷରେ ୭.୪% ରହିପାରେ। ପୂର୍ବ ବର୍ଷର ଦ୍ୱିତୀୟ ଭାଗରେ ଅର୍ଥନୈତିକ ଅଭିବୃଦ୍ଧି ସ୍ଥିତାବସ୍ଥାକୁ ଫେରିବାକୁ ସକ୍ଷମ ହୋଇଛି। ଏହା ଫଳରେ ଅଭିବୃଦ୍ଧି ୭.୪% ଛୁଇଁବାର ସମ୍ଭାବନା ରହିଥିବା ରିଜର୍ଭ ବ୍ୟାଙ୍କ ଗଭର୍ନର ଉର୍ଜିତ ପଟେଲ କହିଛନ୍ତି।

ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ମୁଖ୍ୟ ପଦବୀ ଲାଗି ଚର୍ଚ୍ଚାରେ ରାଜନଙ୍କ ନାମ

ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ମୁଖ୍ୟ ପଦବୀ ଲାଗି ଚର୍ଚ୍ଚାରେ ରାଜନଙ୍କ ନାମ

ନୂଆଦିଲ୍ଲୀ,୨୩-୪ ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ମୁଖ୍ୟ ପଦବୀ ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନଙ୍କ ନାମ ଚର୍ଚ୍ଚା ପରିସରକୁ ଆସିଛି। ଏହି ପଦବୀ ଲାଗି ରାଜନଙ୍କ ନାମକୁ ବିଚାର କରାଯାଇ ପାରେ ବୋଲି ଲଣ୍ଡନ ଭିତ୍ତିକ ଫାଇନାନ୍ସସିଆଲ ଟାଇମ ଏକ ଆଲେଖ୍ୟରେ ପ୍ରକାଶ କରିଛି।

୧୦୦ ବିଲିୟନ ଡଲାରର ବଜାର ପୁଞ୍ଜି ହାସଲ କଲା ଟିସିଏସ୍‌

୧୦୦ ବିଲିୟନ ଡଲାରର ବଜାର ପୁଞ୍ଜି ହାସଲ କଲା ଟିସିଏସ୍‌

ନୂଆଦିଲ୍ଲୀ,୨୩-୪ ଘରୋଇ ବଜାରର ପ୍ରଥମ ପଞ୍ଜିକୃତ କମ୍ପାନୀ ଭାବେ ଟାଟା କନସଲଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) ୧୦୦ ବିଲୟନ ଡଲାରର ବଜାର ପୁଞ୍ଜି ହାସଲ କରି ପାରିଛି। କମ୍ପାନୀର ସେୟାର ମୂଲ୍ୟରେ ସୋମବାର ୪% ବୃଦ୍ଧି ହେବାରୁ ଏହି ରେକର୍ଡ କରିବାକୁ କମ୍ପାନୀ ସକ୍ଷମ ହୋଇଛି। ଏହା ଫଳରେ କମ୍ପାନୀର ମୋଟ ବଜାର ପୁଞ୍ଜି ୬,୮୦,୯୧୨.୧୦ କୋଟି ଟଙ୍କା ଛୁଇଁଛି। ସୋମବାର କମ୍ପାନୀର ସେୟାର ୩,୪୨୯ ଟଙ୍କାରୁ ଆରମ୍ଭ ହୋଇଥିଲା ବେଳେ ଏଥିରେ ୪.୩୯% ବୃଦ୍ଧି ଘଟିଥିଲା। ଦିନ ମଧ୍ୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ଏହା ସର୍ବୋଚ୍ଚ ସ୍ତର ୩୫୫୭ ଟଙ୍କାକୁ ବୃଦ୍ଧି ଘଟିଥିଲା।

 ଇ-କମର୍ସ ଥିଙ୍କ ଟ୍ୟାଙ୍କର ପ୍ରଥମ ବୈଠକ ଆଜି

ଇ-କମର୍ସ ଥିଙ୍କ ଟ୍ୟାଙ୍କର ପ୍ରଥମ ବୈଠକ ଆଜି

ନୂଆଦିଲ୍ଲୀ,୨୩-୪ ଘରୋଇ ବଜାରରେ ଇ-କମର୍ସ ଥିଙ୍କ ଟ୍ୟାଙ୍କର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହେବ। ଉକ୍ତ ଥିଙ୍କ ଟ୍ୟାଙ୍କ ସରକାରଙ୍କ ଦ୍ୱାରା ଗଠନ ହୋଇଛି। ଇ-କମର୍ସ କ୍ଷେତ୍ର ତଥା ଦେଶ ଦେଶ ମଧ୍ୟରେ ଡିଜିଟାଲ ବାଣିଜ୍ୟ ସଂକ୍ରାନ୍ତ ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗରେ ଏଠାରେ ଆଲୋଚନା ହେବ। ସେହିଭଳି ଦେଶ ବାହାରକୁ ଡାଟାର ଫ୍ଲୋ, ଡିଜିଟାଲ ପ୍ରଡକ୍ଟ ଉପରେ ଭେଦଭାବ ହ୍ରାସ, ଡାଟାର ସ୍ଥାନୀୟକରଣ, ସୋର୍ସ କୋଡର ସୁରକ୍ଷା, ଅନ୍‌ଲାଇନ୍‌ ଗ୍ରାହକ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗ ଏଠାରେ ସ୍ଥାନ ପାଇବ ବୋଲି ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି।

ଏୟାର ଇଣ୍ଡିଆକୁ କ୍ୟାଶ ସଙ୍କଟ

ଏୟାର ଇଣ୍ଡିଆକୁ କ୍ୟାଶ ସଙ୍କଟ

ନୂଆଦିଲ୍ଲୀ,୨୩-୪ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ବର୍ତ୍ତମାନ କ୍ଷତିରେ ଚାଲୁଥିବା ବେଳେ କ୍ୟାଶ ସଙ୍କଟ ଏହାର ପିଛା ଛାଡୁ ନାହିଁ। ଏହା ଫଳରେ କମ୍ପାନୀ ଏହାର ବିଭିନ୍ନ ଆବଶ୍ୟକତା ପୂରଣ କରିବାକୁ ବିଭିନ୍ନ ପ୍ରକାରର ଅସୁବିଧା ସାମ୍ନା କରୁଥିବା ଜଣା ଯାଇଛି। କମ୍ପାନୀକୁ ମାସିକ ୨୦୦-୨୫୦ କୋଟି ଟଙ୍କା ଅଭାବ ପଡୁଛି।

ଆସସ୍‌ ଜେନ୍‌ଫୋନ୍‌ ମ୍ୟାକ୍ସ ପ୍ରୋ ଏମ୍‌୧

ଆସସ୍‌ ଜେନ୍‌ଫୋନ୍‌ ମ୍ୟାକ୍ସ ପ୍ରୋ ଏମ୍‌୧

ନୂଆଦିଲ୍ଲୀ,୨୩।୪- ତାଇଓ୍ବାନ ଭିତ୍ତିକ ମୋବାଇଲ୍‌ ନିର୍ମାତା ଆସସ୍‌ ପକ୍ଷରୁ ବଜାରକୁ ଆସିଛି ଜେନ୍‌ଫୋନ୍‌ ମ୍ୟାକ୍ସ ପ୍ରୋ ଏମ୍‌୧। ଏହା ବଜାର ଦର ୧୫,୦୦୦ ଟଙ୍କା ରହିଛି।

ଏସର୍‌ର ସ୍ବତନ୍ତ୍ର ଆଭେଞ୍ଜର୍ସ:ଇନ୍‌ଫିନିଟି ଓ୍ବାର ଲାପଟପ୍‌

ଏସର୍‌ର ସ୍ବତନ୍ତ୍ର ଆଭେଞ୍ଜର୍ସ:ଇନ୍‌ଫିନିଟି ଓ୍ବାର ଲାପଟପ୍‌

ନୂଆଦିଲ୍ଲୀ,୨୩।୪-ବହୁ ପ୍ରତୀକ୍ଷିତ ହଲିଉଡ୍‌ ଚଳଚ୍ଚିତ୍ର ଆଭେଞ୍ଜର୍ସ:ଇନ୍‌ଫିନିଟି ଓ୍ବାରର ରିଲିଜ୍‌କୁ ନେଇ ଯୁବବର୍ଗ ଏକପ୍ରକାର ପାଗଳ। ଏହାକୁ ନଜରରେ ରଖି ମାର୍ବଲ୍‌ ଷ୍ଟୁଡିଓ ଏବଂ ଏସର୍‌ ମିଳିତ ଭାବେ ଆଭେଞ୍ଜର୍ସ:ଇନ୍‌ଫିନିଟି ଓ୍ବାର ଥିମ୍‌ଭିତ୍ତିକ ନୂଆ ଲାପଟପ୍‌ ବଜାରକୁ ଛାଡିଛନ୍ତି। କ୍ୟାପ୍‌ଟେନ୍‌ ଆମେରିକା, ଆଇରନ୍‌ ମ୍ୟାନ୍‌ ଏବଂ ଥାନୋସ ଭଳି ୩ଟି ଭାରିଆଣ୍ଟରେ ଉପଲବ୍ଧ ଲାପଟପ୍‌ଗୁଡିକର ମୂଲ୍ୟ ଯଥାକ୍ରମେ ୬୩୯୯୯, ୭୯୯୯୯ ଏବଂ ୮୦୯୯୦ ଟଙ୍କା ରହିଛି।

ବିକ୍ରି ଷ୍ଟାଫ୍‌ଙ୍କୁ ବିଦା କରୁଛନ୍ତି ହ୍ୟାଣ୍ଡସେଟ୍‌ ନିର୍ମାତା

ବିକ୍ରି ଷ୍ଟାଫ୍‌ଙ୍କୁ ବିଦା କରୁଛନ୍ତି ହ୍ୟାଣ୍ଡସେଟ୍‌ ନିର୍ମାତା

ନୂଆଦିଲ୍ଲୀ,୨୩-୪ ବଜାରରେ ତୀବ୍ର ପ୍ରତିଯୋଗିତା ମଧ୍ୟରେ କେତେକ ମୋବାଇଲ ହ୍ୟାଣ୍ଡସେଟ୍‌ ନିର୍ମାତା ଖର୍ଚ୍ଚକାଟ ଅଭିଯାନ ଆରମ୍ଭ କରିଛନ୍ତି। ବିଶେଷ କରି ଇ-କମର୍ସ କମ୍ପାନୀଗୁଡିକ ପକ୍ଷରୁ ପ୍ରତିଯୋଗିତାର ସାମ୍ନା କରୁଥିବା ଏହି କମ୍ପାନୀଗୁଡିକ ମଲ୍‌ଟି ବ୍ରାଣ୍ଡ୍‌ ଆଉଟ୍‌ଲେଟ୍‌ ତଥା ଏକ୍ସକ୍ଲୁସିଭ୍‌ ଷ୍ଟୋର୍‌ଗୁଡିକରେ ନିୟୋଜିତ ଥିବା ବିକ୍ରି ଷ୍ଟାଫ୍‌ମାନଙ୍କୁ ହଜାର ହଜାର ସଂଖ୍ୟାରେ ବାହାର କରିଦେଉଛନ୍ତି। କେତେକଙ୍କ ଦରମା ମଧ୍ୟ କମାଇ ଦିଆଯାଉଥିବା ଜଣାଯାଇଛି।