ଅନ୍ତର୍ଜାତୀୟ |

ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗ: ୨୪ଜଣଙ୍କୁ ଜେଲ୍‌ ଦଣ୍ଡ

ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗ: ୨୪ଜଣଙ୍କୁ ଜେଲ୍‌ ଦଣ୍ଡ

ହନୋଇ,୨୮।୧୨: ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗରେ ଭିଏତନାମ୍‌ ସରକାର ୨୪ଜଣଙ୍କୁ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୋଗ ସାବ୍ୟସ୍ତ ହେବା ପରେ ବିଚାରପତି ସେମାନଙ୍କୁ ୫ରୁ ୧୬ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ କରିଛନ୍ତି। ହନୋଇ ସହରରେ ଥବା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପେଟ୍ରୋଲ ବମ୍‌ ଆକ୍ରମଣ ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିଲେ ମଧ୍ୟ ଏପରି ଷଡ଼ଯନ୍ତ୍ର ରଚିଥିବାରୁ ସେମାନଙ୍କୁ ଦଣ୍ଡିତ କରାଯାଇଛି।

All Right Reserved By

Model This Week

ନିକିତା

ଅନ୍ତର୍ଜାତୀୟ |

ଚିରନିଦ୍ରାରେ ପୃଥିବୀର ବୟସ୍କା ମହିଳା

ଚିରନିଦ୍ରାରେ ପୃଥିବୀର ବୟସ୍କା ମହିଳା

ଟୋକିଓ, ୨୨।୪ : ଦକ୍ଷିଣ ଜାପାନର କିକାଇ ସହରରେ ବାସ କରୁଥିବା ପୃଥିବୀର ବୟସ୍କା ମହିଳା ନାବି ତାଜିମାଙ୍କର ୧୧୭ ବର୍ଷ ବୟସ ପରଲୋକ ହୋଇଛି। ଗତ ଜାନୁୟାରୀଠାରୁ ସେ ହସ୍ପିଟାଲ ଭର୍ତ୍ତି ହୋଇଥିଲେ। ସେ ୧୯୦୦ ମସିହା ଅଗଷ୍ଟମାସରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କ ପରିବାରରେ ୧୬୦ ଜଣ ସଦସ୍ୟ ଅଛନ୍ତି।

କାବୁଲରେ ଆତ୍ମଘାତୀ ବିସ୍ଫୋରଣ: ୩୧ ମୃତ, ୫୦ରୁ ଅଧିକ ଆହତ

କାବୁଲରେ ଆତ୍ମଘାତୀ ବିସ୍ଫୋରଣ: ୩୧ ମୃତ, ୫୦ରୁ ଅଧିକ ଆହତ

କାବୁଲ, ୨୨।୪ : ଆଫଗାନୀସ୍ତାନ କାବୁଲଠାରେ ରବିବାର ଏକ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥିରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କ ରହିଛି ବୋଲି ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

ମହିଳାଙ୍କ ଶରୀର ଉପରେ ପରସା ଯାଏ ସୁସ୍ବାଦୁ ଖାଦ୍ୟ

ମହିଳାଙ୍କ ଶରୀର ଉପରେ ପରସା ଯାଏ ସୁସ୍ବାଦୁ ଖାଦ୍ୟ

ଟୋକିଓ, ୨୨।୪ : ବ୍ୟବସାୟ ବଢ଼ାଇବା ପାଇଁ ବର୍ତ୍ତମାନର ପ୍ରତିଦ୍ୱନ୍ଦ୍ୱିତା ମୂଳକ ବଜାରରେ କମ୍ପାନୀମାନେ ଅନେକ ସମୟରେ ବିଭିନ୍ନ ରୋଚକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଯାହାକି ଗ୍ରାହକଙ୍କୁ ବିଶେଷ ଆକର୍ଷିତ କରିବାକୁ ସକ୍ଷମ ହେଉଛି। ସମ୍ପ୍ରତି ଜାପାନର ନ୍ୟୋଟିମୋରୀ ଏକ୍ସପେରିଏନ୍ସ୍‌ ନାମକ ଏକ ହୋଟେଲରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଅନନ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ସେନାର ସର୍ଚ୍ଚ ଅପେରଶନ: ୧୫ ଆତଙ୍କବାଦୀ ମୃତ

ସେନାର ସର୍ଚ୍ଚ ଅପେରଶନ: ୧୫ ଆତଙ୍କବାଦୀ ମୃତ

ବାମାକୋ, ୨୨।୪ : ମାଲି ମୋପାତି ଅଞ୍ଚଳରେ ସେନାର ସର୍ଚ୍ଚ ଅପରେଶନ ସମୟରେ ୧୫ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨ ଜଣ ଆତଙ୍କବାଦୀ ଆହତ ହୋଇଥିବା ସେନା ମୁଖପାତ୍ର ସୂଚିତ କରିଛନ୍ତି। ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଟିନାସ୍ଥିତ ଜଙ୍ଗଲ ଅଞ୍ଚଳରେ ଜାରି ରହିଥିବା ଏହି ଅପରେଶନରେ ସେନାକୁ ଏହି ସଫଳତା ମିଳିଛି।

୭୨ ବର୍ଷ ବୟସ୍କ ବୃଦ୍ଧାଙ୍କୁ ବିବାହ କରିଛନ୍ତି ୧୯ ବର୍ଷ ଯୁବକ: ପାଳିଲେ ବିବାହ ଦ୍ୱିବାର୍ଷିକୀ

୭୨ ବର୍ଷ ବୟସ୍କ ବୃଦ୍ଧାଙ୍କୁ ବିବାହ କରିଛନ୍ତି ୧୯ ବର୍ଷ ଯୁବକ: ପାଳିଲେ ବିବାହ ଦ୍ୱିବାର୍ଷିକୀ

ଓ୍ବାଶିଂଟନ, ୨୨।୪ : ଆମେରିକା ଟେନିସ୍‌ ରାଜ୍ୟର ମେରିବଲି ଅଞ୍ଚଳରେ ବାସ କରୁଥିବା ୭୨ ବର୍ଷ ବୟସ୍କ ଅଲମେଡା ଏରେଲ୍‌ଙ୍କୁ ଗତ ୨ବର୍ଷ ତଳେ ଗୈରି ହାର୍ଡବିକ୍‌ ନାମକ ଜଣେ ୧୯ ବର୍ଷ ବୟସ୍କ ଯୁବକ ବିବାହ କରଥିଲେ। ଏବେ ଏହି ଦମ୍ପତି ବିବାହ ଦ୍ୱିବାର୍ଷିକୀ ପାଳନ କରିଛନ୍ତି। ସେମାନଙ୍କର ଦାମ୍ପତ୍ୟ ଜୀବନ ଠିକ ଚାଲିଛି ବୋଲି ଏରେଲ୍‌ କହିଛନ୍ତି।

ସମୁଦ୍ରରେ ୯ ଦିନ ଫସି ରହିଲେ ୭୬ ରୋହିଙ୍ଗ୍ୟା ଶରଣାର୍ଥୀ

ସମୁଦ୍ରରେ ୯ ଦିନ ଫସି ରହିଲେ ୭୬ ରୋହିଙ୍ଗ୍ୟା ଶରଣାର୍ଥୀ

ବେରିୟୁନ,୨୧।୪: ମ୍ୟାନମାର ଛାଡି ପଳାୟନ କରୁଥିବା ୭୬ ରୋହିଙ୍ଗ୍ୟା ମୁସଲମାନ ଶରଣାର୍ଥୀ ୯ ଦିନ ଧରି ଇଣ୍ଡୋନେସିଆ ସମୁଦ୍ରରେ ଫସି ରହିଥିବା ଜଣାପଡିଛି। ଏମାନେ ମାଲେସିୟା ଯିବାକୁ ଚେଷ୍ଟା କରୁଥିବା ସମୟରେ ସମୁଦ୍ରରେ ଫସିଯାଇଥିଲେ।

ଆଫଗାନିସ୍ତାନରେ ୬ ତାଲିବାନ ଆତଙ୍କବାଦୀ ମୃତ

ଆଫଗାନିସ୍ତାନରେ ୬ ତାଲିବାନ ଆତଙ୍କବାଦୀ ମୃତ

କାବୁଲ,୨୧।୪: ଆଫଗାନିସ୍ତାନର ଫରୟାବ ଅଞ୍ଚଳରେ ଆଫଗାନ ସେନା ଓ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଘଟି ୬ ଆତଙ୍କବାଦୀଙ୍କ ସମେତ କ୍ୟୋରି ଅମରୁଲାର ଜଣେ ମୁଖ୍ୟ ନିହତ ହୋଇଥିବା ସୂଚନା ମିଳିଛି।

ନଙ୍ଗାହାର ବିସ୍ଫୋରଣରେ ୫ ମୃତ

ନଙ୍ଗାହାର ବିସ୍ଫୋରଣରେ ୫ ମୃତ

କାବୁଲ,୨୧।୪: ଆଫଗାନିସ୍ତାନର ପୂର୍ବ ନଙ୍ଗାହାରରେ ଶୁକ୍ରବାର ଏକ ବିସ୍ଫୋରଣରେ ୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନଙ୍ଗାହାରର ହାସକା ମିନା ଜିଲାରେ ଜଣେ ବ୍ୟକ୍ତିଙ୍କ ଗାଡି ଆଇଇଡିରେ ବାଜିବା ଫଳରେ ବିସ୍ଫୋରଣ ଘଟିଥିଲା।

ନିଷ୍କ୍ରିୟ କରାଗଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ଶକ୍ତିଶାଳୀ ବୋମା

ନିଷ୍କ୍ରିୟ କରାଗଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ଶକ୍ତିଶାଳୀ ବୋମା

ବର୍ଲିନ,୨୧।୪: ବର୍ଲିନ ପ୍ରଶାସନ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ଶକ୍ତିଶାଳୀ ବୋମା ନିଷ୍କ୍ରିୟ କରିଥିବା ପ୍ରକାଶ କରିଛି। ସହରରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ ଏହି ବୋମା ମିଳିଥିଲା।

ଇସଲାମାବାଦ ବିମାନ ବନ୍ଦରରୁ ୩ ଚାଇନା ନାଗରିକ ଗିରଫ

ଇସଲାମାବାଦ ବିମାନ ବନ୍ଦରରୁ ୩ ଚାଇନା ନାଗରିକ ଗିରଫ

ଇସଲାମାବାଦ,୨୧।୪: ପାକିସ୍ତାନ ରାଜଧାନୀ ଇସଲାମାବାଦ ବିମାନ ବନ୍ଦରରେ ଭିଡିଓ ଶୁଟିଂ କରୁଥିବା ଅଭିଯୋଗରେ ୩ଜଣ ଚାଇନା ନାଗରିକଙ୍କୁ ଗିରଫ କରାଯାଇଛି।

ପରମାଣୁ ଓ କ୍ଷେପଣାସ୍ତ୍ର ପରୀକ୍ଷା ସ୍ଥଗିତ ରଖିଲା ଉତ୍ତର କୋରିଆ

ପରମାଣୁ ଓ କ୍ଷେପଣାସ୍ତ୍ର ପରୀକ୍ଷା ସ୍ଥଗିତ ରଖିଲା ଉତ୍ତର କୋରିଆ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୨୧।୪: ଦକ୍ଷିଣ କୋରିଆ ଓ ସଂଯୁକ୍ତ ରାଷ୍ଟ୍ର ଆମେରିକା ସହ କଥା ହେବା ପୂର୍ବରୁ ଉତ୍ତର କୋରିଆ ପରମାଣୁ ଓ ଦ୍ରୁତଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରିବ ନାହିଁ ବୋଲି ଶନିବାର କିମ୍‌ ଜଙ୍ଗ୍‌ ଉନ୍‌ ପ୍ରକାଶ କରିଛନ୍ତି।

୪ ତାଲିବାନ ଆତଙ୍କବାଦୀ ନିହତ

୪ ତାଲିବାନ ଆତଙ୍କବାଦୀ ନିହତ

କାବୁଲ, ୨୦।୪ : ଆଫଗାନୀସ୍ତାନ ନନ୍‌ଗାରହାର ପ୍ରଦେଶରେ ଜାରି ରହିଥିବା ସର୍ଚ୍ଚ ଅପରେଶନରେ ୪ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀଙ୍କ ପାଖରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।