
କାମ୍ପାଲା,୨୮।୧୨: ଉଗାଣ୍ଡାରେ ୧୦୦ ବିଦ୍ରୋହୀଙ୍କୁ ହତ୍ୟା କରାଯାଇଥିବା ନେଇ ସୈନ୍ୟ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ଡିସେମ୍ବର ୨୨ରେ ଏନେଇ ସୈନ୍ୟ ବିଭାଗ ପକ୍ଷରୁ ଅପରେଶନ୍ ଆରମ୍ଭ କରାଯାଇଥିଲା। ବିଦ୍ରୋହୀମାନେ ଜାତିସଂଘ ଶାନ୍ତିବାହିନୀ ସଦସ୍ୟଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସୂଚନାଯୋଗ୍ୟ, ଉଗାଣ୍ଡା ଏବଂ କଙ୍ଗୋରେ ଜେହାଦୀ ସଂଗଠନ ସକ୍ରିୟ ହେଉଥିବାରୁ ସେମାନଙ୍କ ବିରୋଧରେ ସୈନ୍ୟ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।