ରାୟଗଡା

ସାଧାରଣତନ୍ତ୍ର ପରେଡ ପାଇଁ ଦିଲ୍ଲୀ ଯିବେ ଗଜପତିର ଦୁର୍ଗାପ୍ରସାଦ

ସାଧାରଣତନ୍ତ୍ର ପରେଡ ପାଇଁ ଦିଲ୍ଲୀ ଯିବେ ଗଜପତିର ଦୁର୍ଗାପ୍ରସାଦ
ପାରଳାଖେମୁଣ୍ଡି,୨୮।୧୨(ସ୍ବ.ପ୍ର.) ଆସନ୍ତା ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହେବାକୁ ଥିବା ଜାତୀୟସ୍ତରୀୟ ପରେଡରେ ଭାଗ ନେବା ପାଇଁ ଗଜପତି ଜିଲା ପାରଳାଖେମୁଣ୍ଡି ସହରସ୍ଥ କୁମୁଟି ସାହିର ଦୁର୍ଗାପ୍ରସାଦ ମହାଙ୍କୁଡ ମନୋନୀତ ହୋଇଛନ୍ତି । ସୁବାସ ମହାଙ୍କୁଡଙ୍କ ଏହି ପୁତ୍ର ଏବେ ବ୍ରହ୍ମପୁରସ୍ଥିତ ଗାନ୍ଧୀ ଏକାଡେମୀ ଅଫ ଟେକ୍‌ନୋଲୋଜି କଲେଜର ବିଟେକ୍‌ ମେକାନିକାଲ ବିଭାଗ ଦ୍ୱିତୀୟ ବର୍ଷର ଛାତ୍ର। ସେ ଏନଏସଏସ ପକ୍ଷରୁ ପ୍ରତିନିଧିତ୍ୱ କରି ପ୍ରଥମେ ବ୍ରହ୍ମପୁରରେ କୃତିତ୍ୱ ହାସଲ କରିଥିଲେ। ପରେ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ଶିବିରରେ ସଫଳତା ପାଇଥିଲେ ା ଏଥିଯୋଗୁ ତାଙ୍କୁ ଦିଲ୍ଲୀ ରାଜପଥରେ ଆସନ୍ତା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ହେବାକୁ ଥିବା ପରେଡରେ ଭାଗନେବାକୁ ସୁଯୋଗ ମିଳିଛି। ଏହା ଗଜପତି ଜିଲା ଓ ତାଙ୍କ କଲେଜ ସମେତ ସାରା ରାଜ୍ୟକୁ ଗୌରବ ଆଣିଦେଇଛି। ସେ ପୂର୍ବରୁ ପାରଳାଖେମୁଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ପରେ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର ଥିଲେ। ପିଲାଟି ବେଳୁ ହିଁ ସେ ବିଭିନ୍ନ ପ୍ରତିଯୋଗିତା ଓ ପରେଡରେ ଅଂଶଗ୍ରହଣ କରି ପ୍ରଶସିଂତ ହୋଇଛନ୍ତି। ସେ ୩୦ତାରିଖରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ସେଠାରେ ଜାନୁୟାରୀ ୧ରୁ ୨୫ତାରିଖ ପର୍ଯ୍ୟନ୍ତ ରହି ସାଧାରଣତନ୍ତ୍ର ଦିବସ ପରେଡ କ୍ୟାମ୍ପରେ ତାଲିମ ନେବେ। ସେହିପରି ୨୭ରୁ ୩୦ତାରିଖ ମଧ୍ୟରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
All Right Reserved By

ରାୟଗଡା

ତପ୍ତପାଣି ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର

ତପ୍ତପାଣି ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର

ଦିଗପହଣ୍ଡି/ପାଟପୁର, 
୨୫ା୯ (ଡି.ଏନ.ଏ.)- ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ତପ୍ତପାଣି ଘାଟିରେ ସାର ବୋଝେଇ ଟ୍ରକ୍‌ (ନଂ. ଓଆର୦୪ଜି୩୪୧୬) ଓଲଟି ପଡ଼ିବାରୁ ୩ ଜଣ ଗୁରୁତର ହୋଇଛନ୍ତି। 

ଗୁମ୍ମାରେ ବିଏସଏନଏଲ ସେବା ଠପ୍‌

ଗୁମ୍ମାରେ ବିଏସଏନଏଲ ସେବା ଠପ୍‌

ଗୁମ୍ମା ୨୫।୯ (ଡି.ଏନ.ଏ)-
ଗଜପତି ଜିଲା ଗୁମ୍ମା ବ୍ଲକ ସଦର ମହକୁମାଠାରେ ବିଏସଏନଏଲ ସେବା ଦୀର୍ଘ ଏକ ମାସ ହେଲା ଲୋକଙ୍କୁ ସେବା ଯୋଗାଇ ଦେବା ବିଫଳ ହୋଇଛି। ବିଭାଗୀୟ ଅଧିକାରୀ ଙ୍କୁ ଏନେଇ  ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ।  

ରାସ୍ତାରେ ଖାଲଖମା , ମରାମତି ଦାବି

ରାସ୍ତାରେ ଖାଲଖମା , ମରାମତି ଦାବି

ସେମିଳିଗୁଡ଼ା,୨୫।୯(ସ୍ବ.ପ୍ର)-ସୁନାବେଡ଼ା ପୌରପରିଷଦ ଅଧୀନ କାକିଗଁାକୁ ପଡ଼ିଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘଦିନ ଧରି ଏହି ରାସ୍ତାର ମରାମତି କରାଯାଉ ନ ଥିବାରୁ ମଝିରେ ଖାଲଖମା ସୃଷ୍ଟି ହୋଇଛି। 

ସୀମାନ୍ତ ଅଞ୍ଚଳରେ ରାତିଅଧିଆ ମାଲ୍‌  ପରିବହନ: ରାଜସ୍ବ ହରାଉଛନ୍ତି ସରକାର

ସୀମାନ୍ତ ଅଞ୍ଚଳରେ ରାତିଅଧିଆ ମାଲ୍‌ ପରିବହନ: ରାଜସ୍ବ ହରାଉଛନ୍ତି ସରକାର

ପାରଳାଖେମୁଣ୍ଡି, ୨୫।୯ (ସ୍ବ.ପ୍ର.) 
ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ପୁରୁଣାପାଟଣା ରୋଡର ଓଡିଶା-ଆନ୍ଧ୍ର ସୀମାନ୍ତବର୍ତ୍ତୀ ସ୍ଥାନରୁ ରାତିଅଧିଆ ଟ୍ରକ ଯୋଗେ ପଡୋଶୀ ଆନ୍ଧ୍ରକୁ ବିଭିନ୍ନ ସାମଗ୍ରୀ ଚାଲାଣ ହେଉଥିବା ଦୃଷ୍ଟିକୁ ଆସିଛି ା 

ଭଗବାନଙ୍କ ଭରସାରେ ସ୍ବାସ୍ଥ୍ୟ ସେବା

ଭଗବାନଙ୍କ ଭରସାରେ ସ୍ବାସ୍ଥ୍ୟ ସେବା

ନବରଙ୍ଗପୁର,୨୫।୯(ବି.ପ୍ର.)
ନବରଙ୍ଗପୁର ଜିଲାରେ ବିଶେଷଜ୍ଞ ଡ଼ାକ୍ତରଙ୍କ ଅଭାବ ା ଯେଉଁ ବିଶେଷଜ୍ଞ ଡାକ୍ତର ରହିଛନ୍ତି ସେମାନେ ମଧ୍ୟ ମାସର ନିୟମିତ ବ୍ୟବଧାନରେ ବିନା ଛୁଟିରେ ଚାଲି ଯାଉଛନ୍ତି। ଆନେସ୍ଥେସିଆ ବିଶେଷଜ୍ଞ ନାହାନ୍ତି। 

ନିର୍ମାଣର ୨ ମାସରେ ଭଶୁଡିିଲା ଚେକ୍‌ଡ୍ୟାମ

ନିର୍ମାଣର ୨ ମାସରେ ଭଶୁଡିିଲା ଚେକ୍‌ଡ୍ୟାମ

ନବରଙ୍ଗପୁର,୨୫।୯(ବି.ପ୍ର.)-ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନିର୍ମାଣ ହୋଇଥିବା ଚେକ ଡ୍ୟାମ ନିର୍ମାଣ କାର୍ଯ୍ୟ ଶେଷ ହେବାର ୨ ମାସ ମଧ୍ୟରେ  ଭୁଶୁଡି ଯାଉଛି ା 

କୁକୁଡ଼ା ଥାପା ଦେଇଛି ବଞ୍ଚତ୍ବାର ପନ୍ଥା

କୁକୁଡ଼ା ଥାପା ଦେଇଛି ବଞ୍ଚତ୍ବାର ପନ୍ଥା

କୁନ୍ଦୁରା,୨୫।୯(ଡି.ଏନ୍‌.ଏ.)- କୋରାପୁଟ ଜିଲା କୁନ୍ଦୁରା ବ୍ଲକ ନବଗଠିତ ଫୁପୁଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଯୁବାପାତ୍ରପୁଟ ଗ୍ରାମର ହରିହର କଣ୍ଡୁଲିଆଙ୍କୁ ଦୀର୍ଘ ୨୦ ବର୍ଷ ହେଲା କୁକୁହା ଥାପ୍ପା ଦେଇଛି ଜୀବନ ଜିଇଁବାର ପନ୍ଥା ା

ପୁଣି ଜାତୀୟ ରାଜପଥରୁ ହଟିବ ଜବରଦଖଲ: ୪ରୁ ଅଭିଯାନ ଆରମ୍ଭ

ପୁଣି ଜାତୀୟ ରାଜପଥରୁ ହଟିବ ଜବରଦଖଲ: ୪ରୁ ଅଭିଯାନ ଆରମ୍ଭ

ଜୟପୁର, ୨୫।୯ (ନି.ପ୍ର) : ଜୟପୁର ଦେଇ ଯାଇଥିବା ଜାତୀୟ ରାଜପଥ ନଂ ୨୬ରୁ   ଜବଦରଖଲ ଉଚ୍ଛେଦ ଆସନ୍ତା ୪ ତାରିଖରୁ ହେବ ବୋଲି ଜିଲା ପ୍ରଶାସନ ସ୍ଥିର କରିଛି। ଜୟପୁରଠାରୁ  ଉଭୟ ପଟେ  ଜୁନ୍‌ ୩୦ରୁ ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇ ଗାନ୍ଧୀଛକ ଯାଏ ଚାଲିଥିଲା।  

 ନିଆଁ ଲାଗି ଘର ପୋଡି ପାଉଁଶ

ନିଆଁ ଲାଗି ଘର ପୋଡି ପାଉଁଶ

ଗୁମ୍ମା,୨୪ା୯ (ଡି.ଏନ.ଏ)- ଗଜପତି ଜିଲା ଗୁମ୍ମା ବ୍ଲକ ପରିଡା ପଞ୍ଚାୟତର ପରିଡା ଗ୍ରାମରେ ସୋମବାର ଗ୍ୟାସ ଟାଙ୍କିରୁ ନିଆଁ ଲାଗି ଜଣେ ବ୍ୟକ୍ତିଙ୍କ ଘର ସହ ସମସ୍ତ ପ୍ରକାର ଜିନିଷପତ୍ର ପୋଡି ପାଉଁଶ ହୋଇଯାଇଛି। 

ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ, ୩ ଗିରଫ

ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ, ୩ ଗିରଫ

ମାଲକାନଗିରି/ ଚିତ୍ରକୋଣ୍ଡା, ୨୪ା୯ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ ରବିବାର ରାତିରେ  ମାଓବାଦୀଙ୍କ ଗତିବିଦ୍ଧି ଉପରେ ନଜର ରଖିବାକୁ ରାସ୍ତାରେ ଗାଡିମୋଟର ଯାଞ୍ଚ  କରୁଥିବା ସମୟରେ ଏକ କାର୍‌ ଦ୍ରୁତଗତିରେ ଆସୁଥିବା ଦେଖି ଗାଡିକୁ ଅଟକାଇ ତନଖି କରିଥିଲା। 

ଅଗ୍ନିଶମ ବିଭାଗ ୬ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ

ଅଗ୍ନିଶମ ବିଭାଗ ୬ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ

ଗୁମ୍ମା,୨୪ା୯(ଡି.ଏନ.ଏ) ରାଜ୍ୟ ଅଗ୍ନିଶମ ବିଭାଗ ସଂଘ ନିର୍ଦ୍ଦେଶ କ୍ରମେ ସୋମଠାରୁ ଗଜପତି ଜିଲା ଗୁମ୍ମା ବ୍ଲକର ଅଗ୍ନିଶମ ବିଭାଗ କର୍ମଚାରୀ ୬ ଦଫା ଦାବି ନେଇ ଅର୍ନିଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । 

ଏନଏସଏସ ଦିବସ ପାଳିତ

ଏନଏସଏସ ଦିବସ ପାଳିତ

ମାଥିଲି , ୨୪।୯ (ଡି.ଏନ.ଏ) - ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଉଦୁଲିବେଡା ପୋଷ୍ୟ ଗ୍ରାମଠାରେ ସୋମବାର ସ୍ଥାନୀୟ ଗୋବିନ୍ଦପାଲି ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ତରଫରୁ ଏନଏସଏସ (ଜାତୀୟ ସେବା ଯୋଜନା) ଦିବସ ପାଳିତ ହୋଇଯାଇଛି । ପ୍ରଥମେ କଲେଜ ପରିସରରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ପରେ କଲେଜ ଠାରୁ ଛାତ୍ରୀଛାତ୍ରମାନେ ଶୋଭାଯାତ୍ରାରେ ଉଦୁଲିବେଡା ପୋଷ୍ୟ ଗ୍ରାମରେ ପହଞ୍ଚତ୍ଥିଲେ ।