Dharitri News
ଅନଗୁଳ-ଢେଙ୍କାନାଳ

ଟ୍ରେନ୍‌ରେ କଟି ଯୁବକ ମୃତ

ଟ୍ରେନ୍‌ରେ କଟି ଯୁବକ ମୃତ ତାଳଚେର, ୨୮।୧୨( ନି.ପ୍ର.): ଅନୁଗୋଳ ଜିଲା ତାଳଚେରର ଲିଙ୍ଗରାଜ କୋଇଲାଖଣି ରେଲଓ୍ବେସାଇଡିଂରେ ଟ୍ରେନ୍‌ରେ କଟି ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦିଲୀପ ପ୍ରଧାନ (୩୭)। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବି କରିବା ସହ ଲିଙ୍ଗରାଜ କୋଇଲା ଖଣିକୁ ବନ୍ଦ ରଖିଛନ୍ତି।

ଅନଗୁଳ-ଢେଙ୍କାନାଳ

ଗଞ୍ଜେଇ ସହ ବାଇକ ଜବତ, ୨ ଗିରଫ

ବଇଣ୍ଡା, ୧୮।୧(ଡି.ଏନ.ଏ.)- କିଶୋରନଗର ଷ୍ଟେଟ ବ୍ୟାଙ୍କ ନିକଟରୁ କିଶୋରନଗର ପୋଲିସ ଗୁରୁବାର ପୂର୍ବାହ୍ନରେ ଏକ ବାଇକ୍‌ ସହ ୧୦ କେଜି ଗଞ୍ଜେଇ ଜବତ କରିଛି। ଏହାସହ ଏଥିରେ ସମ୍ପୃକ୍ତ ବ୍ୟବସାୟୀ ପୁରୁଣାକଟକ ଥାନା ଖଣ୍ଡହତା ଗ୍ରାମର ସିଦ୍ଧାନ୍ତ ବଘାର ଓ ଧରମା ବଘାରଙ୍କୁ ଗିରଫ କରିଛି। ଘ

ଓଭରବ୍ରିଜ ନିର୍ମାଣ ଦାବି

ଓଭରବ୍ରିଜ ନିର୍ମାଣ ଦାବି

ବଇଣ୍ଡା, ୧୮।୧(ଡି.ଏନ.ଏ.)- ତାଳଚେର-ସମ୍ବଲପୁର ରେଳପଥର ଦୋହରୀକରଣ କାମ ଚାଲିଛି। ଏଥିପାଇଁ ଅନେକ ଗ୍ରାମରେ ଥିବା ରେଲଓ୍ବେ ଫାଟକଗୁଡିକୁ ରେଳ ବିଭାଗ ପକ୍ଷରୁ ଉଚ୍ଛେଦ କରିଦିଆଯାଉଛି। ଏହାକୁ ନେଇ ଅସନ୍ତୋଷ ଉପୁଜୁଛି।

ବରିଷ୍ଠ କିରାଣିଙ୍କୁ ଚପଲରେ ପିଟିବା ଘଟଣା: ଶିକ୍ଷୟିତ୍ରୀଙ୍କୁ ଗ୍ରହଣ କରୁନାହାଁନ୍ତି ଛାତ୍ରୀଛାତ୍ର

ବରିଷ୍ଠ କିରାଣିଙ୍କୁ ଚପଲରେ ପିଟିବା ଘଟଣା: ଶିକ୍ଷୟିତ୍ରୀଙ୍କୁ ଗ୍ରହଣ କରୁନାହାଁନ୍ତି ଛାତ୍ରୀଛାତ୍ର

ଅନୁଗୋଳ ଅଫିସ,୧୮।୧: ବରିଷ୍ଠ କିରାଣିଙ୍କୁ ଚପଲରେ ପିଟିବା ଘଟଣାରେ ଗିରଫ ଓ ନିଲମ୍ବିତ ହୋଇଥିବା ଜନୈକ ଶିକ୍ଷୟିତ୍ରୀଙ୍କୁ ଅନୁଗୋଳ ସହର ହାତୀସାଳପଡ଼ା ସରକାରୀ ଟାଉନ ଉପ୍ରା ବିଦ୍ୟାଳୟର ଅଭିଭାବକ ଓ ଛାତ୍ରୀଛାତ୍ର ଗ୍ରହଣ କରି ନାହାଁନ୍ତି।

୨ ଟ୍ରକ ମୁହାଁମୁହିଁ: ଜଣେ ମୃତ

୨ ଟ୍ରକ ମୁହାଁମୁହିଁ: ଜଣେ ମୃତ

ଅନୁଗୋଳ ଅଫିସ୍‌,୧୮।୧: ଅନୁଗୋଳ ଜିଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ମରାତିରାଠାରେ ଗୁରୁବାର ସକାଳେ ୨ଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ଗଡ଼ ରକ୍ଷା କଲା ବିଜେଡି: ଉପନିର୍ବାଚନରେ ଜିତିଲେ ଅଜିତ

ଗଡ଼ ରକ୍ଷା କଲା ବିଜେଡି: ଉପନିର୍ବାଚନରେ ଜିତିଲେ ଅଜିତ

ଅନୁଗୋଳ ଅଫିସ,୧୭।୧- ଅନୁଗୋଳ ପୌରପରିଷଦ ୧୦ନଂ. ୱାର୍ଡ ଉପନିର୍ବାଚନରେ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥୀ ଅଜିତ କୁମାର ପ୍ରଧାନ। ସେ ୧୮୫ ଭୋଟରେ ଭାଜପାର ପାର୍ଥସାରଥି ରାୟଙ୍କୁ ପରାସ୍ତ କରିଛନ୍ତି। ଅଜିତ ୪୭୬ ଖଣ୍ଡ ଭୋଟ ପାଇଥିବା ବେଳେ ପାର୍ଥସାରଥି ୨୯୧ ଭୋଟ ପାଇଥିଲେ।

ମାମଲା ବଢ଼ିଛି, ଅପରାଧ କମିଛି

ମାମଲା ବଢ଼ିଛି, ଅପରାଧ କମିଛି

ଅନୁଗୋଳ ଅଫିସ,୧୭।୧- ଅନୁଗୋଳ ଜିଲାରେ ଅପରାଧ ହ୍ରାସ ପାଇଛି। ବୁଧବାର ଏକ ଖବରଦାତା ସମ୍ମିଳନୀରେ ଅନୁଗୋଳ ଏସ୍‌ପି ବ୍ରିଜେଶ କୁମାର ରାୟ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ଏସ୍‌ପି ଗତ ୨୦୧୬-୧୭ ବର୍ଷରେ ହୋଇଥିବା ବିଭିନ୍ନ ଅପରାଧର ବିବରଣୀ ପ୍ରଦାନ କରିଥିଲେ।

ଅକ୍ଳାନ୍ତ ପରିଶ୍ରମ ସଫଳତାର ଚାବିକାଠି

ଅକ୍ଳାନ୍ତ ପରିଶ୍ରମ ସଫଳତାର ଚାବିକାଠି

ଛେଣ୍ଡିପଦା,୧୭।୧(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବୁଧବାର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ହୃଦାନନ୍ଦ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଯୋଗ ଦେଇଥିଲେ।

ଅକ୍ଳାନ୍ତ ପରିଶ୍ରମ ସଫଳତାର ଚାବିକାଠି

ଛେଣ୍ଡିପଦା,୧୭।୧(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବୁଧବାର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ହୃଦାନନ୍ଦ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଯୋଗ ଦେଇଥିଲେ।

ଟ୍ରକ୍‌ ଧକ୍କାରେ ଜଳିଗଲା ବାଇକ୍‌, ୩ ଗୁରୁତର

ଟ୍ରକ୍‌ ଧକ୍କାରେ ଜଳିଗଲା ବାଇକ୍‌, ୩ ଗୁରୁତର

ପାଲଲହଡ଼ା,୧୭।୧(ଡି.ଏନ.ଏ.)- ପାଲଲହଡ଼ା ବ୍ଲକ ଖମାର ଥାନା ନୁଥୁରିପଶି ଛକ ପେଟ୍ରୋଲ ପମ୍ପ ନିକଟରେ ବୁଧବାର ଏକ ବାଇକ୍‌କୁ ଏକ ଟ୍ରକ୍‌ ଧକ୍କା ଦେବାରୁ ୩ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ୮ ବର୍ଷର ବାଳିକା ରହିଛି। ଏହି ଦୁର୍ଘଟଣାରେ ବାଇକ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି।

କଣିହାଁ ବ୍ଲକ: ୧୯ରେ ଉପନିର୍ବାଚନ

କଣିହାଁ,୧୭।୧(ଡି.ଏନ.ଏ.)- କଣିହାଁ ବ୍ଲକରେ ଖାଲିପଡ଼ିଥିବା ଓ୍ବାର୍ଡ଼ସଭ୍ୟ ପଦବୀ ପାଇଁ ଆସନ୍ତା ୧୯ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ।

ହାତୀ ଆକ୍ରମଣରେ ବାପା ମୃତ, ପୁଅ ଆହତ: ମୃତଦେହ ରଖି ରାସ୍ତାରୋକୋ

ହାତୀ ଆକ୍ରମଣରେ ବାପା ମୃତ, ପୁଅ ଆହତ: ମୃତଦେହ ରଖି ରାସ୍ତାରୋକୋ

ଢେଙ୍କାନାଳ ଅଫିସ,୧୭।୧- ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ଗ୍ରାମରେ ହାତୀ ଆକ୍ରମଣରେ ଚାଷୀ ପୂର୍ଣ୍ଣଚନ୍ଦ୍ର ସାହୁ(୬୨)ଙ୍କ ବୁଧବାର ଅପରାହ୍ନ ସାଢେ ୫ଟାରେ ମୃତ୍ୟୁ ହୋଇଛି। ଏହାସହ ତାଙ୍କ ପୁଅ ଯୁଧିଷ୍ଠିର ସାହୁ(୩୮) ଆହତ ହୋଇଛନ୍ତି। ଘଟଣାରେ ଉତ୍ତେଜିତ ହୋଇ ମୃତକଙ୍କ ସମ୍ପର୍କୀୟ ଓ ଅଞ୍ଚଳବାସୀ ମୃତଦେହକୁ ରଖି ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ। ଫଳରେ ଢେଙ୍କାନାଳ-କାମାକ୍ଷାନଗର ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା।

‘ଦେଶର ବିକାଶରେ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

‘ଦେଶର ବିକାଶରେ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଢେଙ୍କାନାଳ ଅଫିସ,୧୭।୧- ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଅଞ୍ଚଳର ରୟାଲ କ୍ଲବ ପରିସରରେ ବୁଧବାର ଶିଶିର ମହୋତ୍ସବ ଉଦଘାଟିତ ହୋଇଯାଇଛି।