ଅନଗୁଳ-ଢେଙ୍କାନାଳ

ଡାକ୍ତରଙ୍କ ଘରୁ ଚୋରି

ଡାକ୍ତରଙ୍କ ଘରୁ ଚୋରି

ଅନୁଗୋଳ ଅଫିସ, ୨୮।୧୨: ଅନୁଗୋଳ ଜିଲା ମୁଖ୍ୟଚିକିତ୍ସାଳୟ ପରିସରରେ ଥିବା ଇଏନ୍‌ଟି ଡାକ୍ତର ଅମିତା ମୁଣ୍ଡଙ୍କ ଘରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ପ୍ରକାଶ ଯେ, ଡାକ୍ତର ମୁଣ୍ଡ୍‌ ଛୁଟିରେ କଳାହାଣ୍ଡିକୁ ଯାଇଥିଲେ। ଏହାର ସୁଯୋଗ ନେଇ କେତେଜଣ ଦୁର୍ବୃତ୍ତ ତଳେ ମହଲାରେ ରହୁଥିବା ଅନ୍ୟ ଜଣେ ଡାକ୍ତର ବିଶ୍ୱୋଜିତ୍‌ ସାମଲଙ୍କ ଘର ବାହାରେ ତାଲା ପକାଇ ଉପର ମହଲାରେ ରହୁଥିବା ଡାକ୍ତର ମୁଣ୍ଡ୍‌ଙ୍କ ଘରରର ତାଲା ଭାଙ୍ଗି ଚୋରି କରିଛନ୍ତି। ଗୁରୁବାର ସକାଳେ ଡା. ସାମଲ ନିଜ ଘରର କବାଟ ଖୋଲିବା ପରେ ଘଟଣା ସମ୍ପର୍କରେ ଜାଣିପାରିଥିଲେ।

All Right Reserved By

Model This Week

ନିକିତା

ଅନଗୁଳ-ଢେଙ୍କାନାଳ

୫୩ ମକଦ୍ଦମା ଫଇସଲା

୫୩ ମକଦ୍ଦମା ଫଇସଲା

ତାଳଚେର,୨୨ା୪(ନି.ପ୍ର.)- ତାଳଚେର ସିଭିଲ କୋର୍ଟ ପରିସରରେ ରବିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଡିଜେ ଲୁନା ମହାନ୍ତି, ଏସ୍‌ଡିଜେଏମ୍‌ ଜୀବନ କୁମାର ପଟ୍ଟନାୟକ, ସବଜଜ୍‌ ସନ୍ତୋଷ କୁମାର ଦାସ ୧୨ଟି ମକଦ୍ଦମାର ବିଚାର କରି ୩୦, ୪୩, ୮୮୦ ଟଙ୍କା ଆଦାୟ ପାଇଁ ଧାର୍ଯ୍ୟ କରିଥିଲେ।

ମହିଳାଙ୍କଠାରୁ ଗହଣା, ଟଙ୍କା ଲୁଟ୍‌

ମହିଳାଙ୍କଠାରୁ ଗହଣା, ଟଙ୍କା ଲୁଟ୍‌

ତାଳଚେର,୨୨ା୪(ନି.ପ୍ର.)- ହାଟତୋଟା ଷ୍ଟେଟବ୍ୟାଙ୍କ ସମ୍ମୁଖରୁ ରବିବାର ଅପରାହ୍ନରେ ୨ଜଣ ଯୁବକ ଜଣେ ମହିଳାଙ୍କ ଠାରୁ ସୁନାଗହଣା, ନଗଦ ୪୫ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇଥିବା ତାଳଚେର ଥାନାରେ ଅଭିଯୋଗ ହୋଇଛି।

ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ

ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ

ତାଳଚେର,୨୨ା୪(ନି.ପ୍ର)- ତାଳଚେର ବସ୍‌ଷ୍ଟାଣ୍ଡ ପଛ ପାଖରେ ଜଣେ ଆଦିବାସୀ ଯୁବତୀଙ୍କୁ ୨ଜଣ ଯୁବକ ବଳାତ୍କାର କରିଥିବା ତାଳଚେର ଥାନାରେ ଅଭିଯୋଗ ହୋଇଛି।

ଯୁବକଙ୍କୁ ମାଡ଼ ମାରି ଜଣେ ଗିରଫ

ଯୁବକଙ୍କୁ ମାଡ଼ ମାରି ଜଣେ ଗିରଫ

ବଇଣ୍ଡା, ୨୨।୪(ଡି.ଏନ.ଏ.)- କିଶୋରନଗର ଥାନା ପାଣ୍ଡୁରିପଥର ଗ୍ରାମର ଧବଳ ସାହୁଙ୍କୁ ସେହି ଗ୍ରାମର ମଧୁସୂଦନ ସେଠୀ ଶନିବାର ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏ ସଂକ୍ରାନ୍ତରେ ନଂ. ୩୭/୧୮ରେ ମାମଲା ରୁଜୁ କରି ମଧୁସୂଦନଙ୍କୁ ଗିରଫ କରିଛି।

ଟାଙ୍ଗିଆରେ ଆକ୍ରମଣ, ଜଣେ ଗିରଫ

ଟାଙ୍ଗିଆରେ ଆକ୍ରମଣ, ଜଣେ ଗିରଫ

ବଇଣ୍ଡା,୨୨।୪(ଡି.ଏନ.ଏ.)- କିଶୋରନଗର ଥାନା ବ୍ରାହ୍ମଣୀପାଲି ଗ୍ରାମର ଲଳିତ ରାଉତଙ୍କୁ ସେହି ଗ୍ରାମର ହଜାରି ପ୍ରଧାନ ଶନିବାର ଟାଙ୍ଗିଆରେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି।

  ହନୁମାନ ମନ୍ଦିରର  ପ୍ରତିଷ୍ଠା ଉତ୍ସବ

ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ

ଭାପୁର,୨୨।୪(ଡି.ଏନ.ଏ.)- ଢେଙ୍କାନାଳ ଜିଲା ସଦର ବ୍ଲକ ଅଉଖମା ଗ୍ରାମରେ ଗତ ମଙ୍ଗଳବାରଠାରୁ ଚାଲିଥିବା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ବିଗ୍ରହ ସ୍ଥାପନ ଉତ୍ସବ ଶନିବାର ସମାପନ ହୋଇଛି।

ଦଣ୍ଡ ପ୍ରତିଯୋଗିତା ଉଦ୍‌ଯାପିତ

ଦଣ୍ଡ ପ୍ରତିଯୋଗିତା ଉଦ୍‌ଯାପିତ

ବଅଁରପାଳ,୨୨।୪(ଡି.ଏନ.ଏ.)- ବଅଁରପାଳ ବ୍ଲକ ଅନ୍ତର୍ଗତ ଗିରାଙ୍ଗ ଗ୍ରାମରେ ଚାଲିଥିବା ଦଣ୍ଡ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ନୂଆହତା ଓ ଜୋରାଗାଡ଼ିଆ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ଭୁବନ,୨୨।୪(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ବ୍ଲକ ପଳାସ ପିଠିଆ ଗୋଡା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ରବିବାର ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଯୋଗ ଦେଇଥିଲେ।

ଆହାତ କୁଟୁରାକୁ ଜଙ୍ଗଲରେ ଛଡ଼ାଗଲା

ଆହାତ କୁଟୁରାକୁ ଜଙ୍ଗଲରେ ଛଡ଼ାଗଲା

ପରଜଙ୍ଗ,୨୨।୪(ଡି.ଏନ.ଏ.)- ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡ଼ୋଳ ଫରେଷ୍ଟ ସେକ୍ସନ ଅଧୀନ ପରଜଙ୍ଗ ଗ୍ରାମର ବିକାଶ ନାୟକଙ୍କ ବାରିରୁ ରବିବାର ସକାଳେ ଏକ ଆହାତ କୁଟୁରାକୁ ଉଦ୍ଧାର କରାଯାଇଛି।

ଅସହ୍ୟ ହେଉଛି ଜଳକଷ୍ଟ

ଅସହ୍ୟ ହେଉଛି ଜଳକଷ୍ଟ

ବନ୍ତଳା,୨୨।୪(ଡି.ଏନ୍‌.ଏ.): ଅନୁଗୋଳ ବ୍ଲକ ରନ୍ତଲେଇ ଗ୍ରାମ ପଞ୍ଚାୟତର ଚନ୍ଦ୍ରବାହାଳ ଗ୍ରାମରେ ପାନୀୟଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ଗ୍ରୀଷ୍ମର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଗାଁରେ ଥିବା ଜଳାଶୟ ଶୁଖିଯିବା ସହ ପାଇପ୍‌ରେ ପାଣି ମଧ୍ୟ ଆସୁନାହିଁ ।

ପଥରମୁଣ୍ଡାବାସୀଙ୍କ ଆନ୍ଦୋଳନ ସ୍ଥଗିତ

ତାଳଚେର, ୨୨।୪(ନି.ପ୍ର)- ପ୍ରଶାସନିକ ପ୍ରତିଶ୍ରୁତି ମିଳିବା ପରେ ଶୁକ୍ରବାରଠାରୁ ଚଳାଇଥିବା ଖଣିବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି ଅନୁଗୋଳ ଜିଲା କଣିହାଁ ବ୍ଲକର ପଥରମୁଣ୍ଡା ଗ୍ରାମବାସୀ।

ବ୍ୟାଙ୍କ ଲୁଟେରାଙ୍କ ଫଟୋ ଜାରିକଲା ପୋଲିସ

ବ୍ୟାଙ୍କ ଲୁଟେରାଙ୍କ ଫଟୋ ଜାରିକଲା ପୋଲିସ

ଅନୁଗୋଳ ଅଫିସ, ୨୨।୪ -ଅନୁଗୋଳ ସହରର ଶଙ୍କର ସିନେମା ରୋଡ଼ ସ୍ଥିତ ଆନ୍ଧ୍ରବ୍ୟାଙ୍କରୁ ଗତ ୬ ତାରିଖରେ ହୋଇଥିବା ଡକାୟତି ଘଟଣାରେ ପୋଲିସ ଶନିବାର ଲୁଟେରାଙ୍କ ଫଟୋକୁ ସର୍ବସାଧାରଣରେ ଜାରି କରିଛି