ରାଜ୍ୟ |

କଟକରେ ନକଲି ଘିଅ କାରଖାନା ଠାବ

କଟକରେ ନକଲି ଘିଅ  କାରଖାନା ଠାବ

କଟକ ଅଫିସ, ୨୭ା୧୨ ଡବା ଉପରେ ନାମିଦାମୀ କମ୍ପାନୀର ନାମ ଓ ଲୋଗୋ। ହେଲେ ଭିତରେ ଥିଲା ନକଲି ତଥା ଅପମିଶ୍ରିତ ଘିଅ। ମୋବିଲ ସହିତ ପାମୋଲିନ ତେଲ ଓ ରାସାୟନିକ ଦ୍ରବ୍ୟରୁ ତିଆରି ହେଉଥିଲା ଏହି ଘିଅ। ତାହା ବଜାରରେ ବିକ୍ରି ମଧ୍ୟ ହେଉଥିଲା। କଟକ ସହରରେ ଯୋଜନାବଦ୍ଧ ଭାବେ ଚାଲିଥିଲା ଏହି ନକଲି ଘିଅ କାରଖାନା। ଏଠାରେ ତିଆରି ହେଉଥିବା ନକଲି ଘିଅ ମାଲ୍‌ଗୋଦାମ ସହ ୧୦ ଜିଲାକୁ ପଠାଯାଉଥିଲା। ଏଭଳି ଅଭିଯୋଗ ପାଇବା ପରେ ବୁଧବାର ମଙ୍ଗଳାବାଗ ଥାନା ପୋଲିସ ପ୍ରଫେସରପଡ଼ା ଅଞ୍ଚଳରେ ଚଢ଼ାଉ କରି ନକଲି ଘିଅ କାରଖାନାକୁ ଠାବ କରିଛି। ସେଠାରୁ ବିପୁଳ ପରିମାଣର ଅପମିଶ୍ରିତ ଘିଅ ସହ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀଗୁଡ଼ିକୁ ପୋଲିସ ଜବତ କରିଛି। ଏଥିସହ ଏହି ନକଲି କାରଖାନାର ମାଲିକ ସୁବାସ ଚନ୍ଦ୍ର ବେହେରାଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ନାଁରେ ଆଇପିସି ଦଫା ୧୨୦(ବି), ୪୨୦, ୪୮୨, ୨୭୨, ୨୭୩, ୩୪ ସହିତ ୭୮, ୭୯ ଟ୍ରେଡ୍‌ ଓ ମର୍ଚାଣ୍ଡାଇଜ୍‌ ଆକ୍ଟ ଏବଂ ଟ୍ରେଡ୍‌ ମାର୍କ ଆକ୍ଟ ୧୦୩ ଓ ୧୦୪ରେ ଏକ ମାମଲା ରୁଜୁ ହୋଇଛି। ଦୁଇ ଦିନ ତଳେ ନିମସାହିରୁ ଏକ ନକଲି ଜର୍ଦ୍ଦା, ଏବେ ନକଲି ଘିଅ କାରଖାନା ଠାବ ହେବା ଘଟଣା କଟକରେ ଖାଦ୍ୟ ନିରାପତ୍ତା ଓ ସିଏମ୍‌ସି ସ୍ବାସ୍ଥ୍ୟ ବିଭାଗ ପ୍ରତି ସନ୍ଦେହ ଉପୁଜିଛି।
ପୋଲିସ ସୂଚନାନୁସାରେ, ସୁବାସ ଗତ ୨ ମାସ ହେବ ନକଲି ଘିଅ ପ୍ରସ୍ତୁତ କରୁଥିବା ଖବର ପୋଲିସ ପାଖରେ ପହଞ୍ଚତ୍ଥିଲା। ମଙ୍ଗଳାବାଗ ଥାନା ଆଇଆଇସି ଅରୁଣ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଉକ୍ତ ନକଲି କାରଖାନା ଉପରେ ଚଢାଉ କରିଥିଲା। ସେଠାରୁ ଜବତ ଘିଅ ପ୍ୟାକେଟ ଉପରେ ଓମ୍‌ଫେଡ୍‌, ଦୁର୍ଗା, ଦେବୀ, ଅମୁଲ ବ୍ରାଣ୍ଡ ଇତ୍ୟାଦି ଲେଖାଯାଇଥିଲା। ସେହିପରି ମୋବିଲ ଗନ୍ଧ ଆସୁଥିବା ୫ଟି ଡବା ସହିତ କିଛି ପାମୋଲିନ ତେଲ ଓ ରାସାୟନିକ ଦ୍ରବ୍ୟ ଜବତ କରିଥିଲା। ଗିରଫ ସୁବାସଙ୍କ କହିବାନୁସାରେ, ୯୦ ପ୍ରତିଶତ ପାମୋଲିନ ତେଲରେ ରାସାୟନିକ ଦ୍ରବ୍ୟ ମିଶାଇ ସେ ଘିଅ ପ୍ରସ୍ତୁତ କରୁଥିଲେ। ମାତ୍ର ମୋବିଲ ଡବା କାରଖାନା ଭିତରେ କାହିଁକି ରଖାଯାଇଥିଲା ତାହାର କୌଣସି ଉତ୍ତର ସେ ପୋଲିସକୁ ଦେଇପାରି ନ ଥିଲେ। ଆଇଆଇସି ସ୍ବାଇଁ କୁହନ୍ତି, ନକଲି ଘିଅ ପ୍ରସ୍ତୁତ ପାଇଁ ମୋବିଲ ବ୍ୟବହାର କରାଯାଉଥିବା ପ୍ରାଥମିକ ତଦନ୍ତରୁ ଆମେ ଜାଣିପାରିଛୁ। ଜବତ ଘିଅ ଓ ସାମଗ୍ରୀକୁ ପରୀକ୍ଷା ନିମନ୍ତେ ଭୁବନେଶ୍ୱରର ଜନସ୍ବାସ୍ଥ୍ୟ ବିଭାଗ ପରୀକ୍ଷାଗାର ଓ ପୋଲିସ ପରୀକ୍ଷାଗାରକୁ ପଠାଯିବ। ତେବେ ଏହି ଘିଅ ମାଲଗୋଦାମ ସମେତ କଟକ, ଖୋର୍ଦ୍ଧା, ପୁରୀ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୋଳ, ବାଲେଶ୍ୱର, ଭଦ୍ରକ ଜିଲାକୁ ଚାଲାଣ କରାଯାଉଥିଲା ବୋଲି ସ୍ବାଇଁ କହିଛନ୍ତି। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଭୁବନେଶ୍ୱରରେ ମଧ୍ୟ ନକଲି ଘିଅ କାରଖାନା ଠାବ ହୋଇଥିଲା।

All Right Reserved By

Model This Week

Model This Week

ରାଜ୍ୟ |

ଅନୁମୋଦିତ ହେଲା ପୁରୀ ପୌର ବଜେଟ

ଅନୁମୋଦିତ ହେଲା ପୁରୀ ପୌର ବଜେଟ

ପୁରୀ ଅଫିସ,୨୫।୪: ପୁରୀ ପୌର ସଂସ୍ଥାର ସ୍ବତନ୍ତ୍ର କାଉନସିଲ୍‌ ବୈଠକ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୧୮-୧୯ ଆର୍ଥିକ ବର୍ଷର ବଜେଟକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ବଜେଟକୁ ଅନୁମୋଦନ କରାଯାଇଛି। ଚଳିତ ଆର୍ଥିକ ବର୍ଷର ୭୫ କୋଟି ୩୧ଲକ୍ଷ ୯ହଜାର ୬୬୦ଟଙ୍କାର ସମତୁଲ ବଜେଟ ଅନୁମୋଦିତ ହୋଇଛି।

୨୦୦୮ ପରଠାରୁ ନୂଆ ଚିନିକଳ ସ୍ଥାପିତ ହୋଇନାହିଁ

୨୦୦୮ ପରଠାରୁ ନୂଆ ଚିନିକଳ ସ୍ଥାପିତ ହୋଇନାହିଁ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ୨୦୦୮ ପରଠାରୁ ରାଜ୍ୟରେ ନୂତନ ଚିନିକଳ ସ୍ଥାପନ କରାଯାଇନାହିଁ। ପୂର୍ବରୁ ଥିବା ୮ ଚିନିକଳ ମଧ୍ୟରୁ ୫ଟି ବନ୍ଦ ହୋଇ ପଡ଼ିରହିଛି।

ମହାପ୍ରଭୁଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କଲେ କଂସ

ମହାପ୍ରଭୁଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କଲେ କଂସ

ପୁରୀ ଅଫିସ,୨୫।୪: ଖୋର୍ଦ୍ଧା ଜିଲା ଜଟଣୀ ନିକଟ ପାତ୍ରପଡାଠାରେ ଅନୁଷ୍ଠିତ ୭ ଦିନିଆ ପୂର୍ବ ଓଡ଼ିଶା ଧନୁଯାତ୍ରା ମହୋତ୍ସବ ମଙ୍ଗଳବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଲକ୍ଷ୍ମୀଧର ବିଶ୍ୱାଳ ବୁଧବାର ପୁରୀ ଆସି ପବିତ୍ର ମହୋଦଧିରେ ସ୍ନାନ କରି ନିଜ ପାପର ପ୍ରାୟଶ୍ଚିତ୍ତ କରିଛନ୍ତି।

ସଫାରୀ ସେବା ପାଇଁ ୩ୟ ଥର ଟେଣ୍ଡର

ସଫାରୀ ସେବା ପାଇଁ ୩ୟ ଥର ଟେଣ୍ଡର

ଭୁବନେଶ୍ୱର,୨୫।୪(ବ୍ୟୁରୋ): ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚଳିତ ଥିବା ପ୍ରାଣୀ ଉଦ୍ୟାନ ସଫାରୀ ସେବା ଲାଗି ପୂର୍ବରୁ ୨ ଥର ଟେଣ୍ଡର ଆହ୍ବାନ କରାଯାଥିଲା। ପ୍ରତ୍ୟେକ ଟେଣ୍ଡରରେ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ରାଜସ୍ବ ପାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେହି ରାଜିନାମାରେ ସ୍ବାକ୍ଷର କରିନାହାନ୍ତି।

ଜଙ୍ଗଲ ବିଭାଗରେ ୪୩୩ ପଦବୀ ଖାଲି

ଜଙ୍ଗଲ ବିଭାଗରେ ୪୩୩ ପଦବୀ ଖାଲି

ଭୁବନେଶ୍ୱର,୨୫।୪(ବ୍ୟୁରୋ): ରାଜ୍ୟରେ ଭାରତୀୟ ବନ ସେବା ଏବଂ ଓଡ଼ିଶା ବନ ସେବା ବିଭାଗରେ ୪୩୩ ପଦବୀ ଖାଲି ପଡ଼ିଛି। ଜଙ୍ଗଲ ବିଭାଗର ୧୬ ଅଫିସରଙ୍କୁ ଅନ୍ୟ ବିଭାଗ ଦାୟିତ୍ୱ ଦିଆଯାଇଥିବା ବେଳେ ୯ ଜଣ ଅଧିକାରୀ କେନ୍ଦ୍ରୀୟ ଡେପୁଟେଶନ୍‌ରେ ଯାଇଛନ୍ତି।

ଭାଲୁ ଆକ୍ରମଣରେ ମା’, ପୁଅ ଗୁରୁତର

ପାରଳାଖେମୁଣ୍ଡି,୨୫।୪(ଡି.ଏନ୍‌.ଏ.): ଗଜପତି ଜିଲା ରା. ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ଭିତରଢମ୍ପା ଗ୍ରାମରେ ମଙ୍ଗଳବାର ଭାଲୁ ଆକ୍ରମଣରେ ୨ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମର ଲକ୍ଷ୍ମୀ ଶବର ଏବଂ ତାଙ୍କ ୮ ବର୍ଷର ପୁଅ ସୀମାଞ୍ଚଳ ଶବର।

ସିଟିବସ୍‌ରେ ଯୁବତୀଙ୍କୁ ଅସଦାଚରଣ, ଭିଡିଓ ଭାଇରାଲ

ସିଟିବସ୍‌ରେ ଯୁବତୀଙ୍କୁ ଅସଦାଚରଣ, ଭିଡିଓ ଭାଇରାଲ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ରାଜଧାନୀରେ ଗଡୁଥିବା ସିଟିବସରେ ଯାତ୍ରା କରିବା ଯୁବତୀଙ୍କ ପ୍ରତି ଅସୁରକ୍ଷିତ ହୋଇପଡିଛି। ସେମାନଙ୍କୁ ବିଭିନ୍ନ ସମୟରେ ଅସଦାଚରଣର ଶିକାର ହେବାକୁ ପଡୁଛି। ଏପରି ଏକ ଘଟଣା ବୁଧବାର କଳିଙ୍ଗ ହସ୍ପିଟାଲ ଛକରେ ଘଟିଥିବା ଜଣାପଡିଛି।

ଦନ୍ତା ଆକ୍ରମଣରେ ବୃଦ୍ଧା ମୃତ

ଦନ୍ତା ଆକ୍ରମଣରେ ବୃଦ୍ଧା ମୃତ

ବାରିପଦା ଅଫିସ,୨୫।୪: ମୟୂରଭଞ୍ଜ ଜିଲା ପିଠାବଟା ରେଞ୍ଜ ଅନ୍ତର୍ଗତ ଆହାରି ଗ୍ରାମର ବିମଳା ମହାନ୍ତ(୬୫) ନାମକ ଜଣେ ବୃଦ୍ଧାଙ୍କ ମୃତଦେହ ନିକଟସ୍ଥ ଜଙ୍ଗଲରୁ ବୁଧବାର ଉଦ୍ଧାର କରାଯାଇଛି। ସେ ମଙ୍ଗଳବାର ସକାଳେ ଜାଳେଣିକାଠ ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଯାଇ ଆଉ ଫେରି ନ ଥିଲେ।

କୃଷକ ବଜାର ଭିତ୍ତିପ୍ରସ୍ତର ସ୍ଥାପିତ

କୃଷକ ବଜାର ଭିତ୍ତିପ୍ରସ୍ତର ସ୍ଥାପିତ

ଢେଙ୍କାନାଳ ଅଫିସ,୨୫।୪: ଢେଙ୍କାନାଳ ପୌରାଞ୍ଚଳ କୈବଲ୍ୟ ବଜାରଠାରେ ଢେଙ୍କାନାଳ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ବୁଧବାର ସକାଳ ୯ଟାରେ ୧ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା କୃଷକ ବଜାରର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଯାଇଛି। ଜିଲାପାଳ ନିଖିଲ ପବନ କଲ୍ୟାଣ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ଢେଙ୍କାନାଳ ଅଫିସ,୨୫।୪: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ବୁଧବାର ପୂର୍ବାହ୍ନରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ନିଖିଲ ପବନ କଲ୍ୟାଣ ଅଧ୍ୟକ୍ଷତା କରି ମ୍ୟାଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ସମେତ ସମସ୍ତଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ବ୍ଲକ୍‌ କାର୍ଯ୍ୟାଳୟ ଫାଟକରେ ତାଲା ପକାଇଲେ ସରପଞ୍ଚ

ବ୍ଲକ୍‌ କାର୍ଯ୍ୟାଳୟ ଫାଟକରେ ତାଲା ପକାଇଲେ ସରପଞ୍ଚ

କଣିହାଁ,୨୫।୪(ଡି.ଏନ୍‌.ଏ.): କଣିହାଁ ବ୍ଲକ ଓ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କାର୍ଯ୍ୟାଳୟ ଫାଟକରେ ବୁଧବାର ସରପଞ୍ଚ ଦୁଖବନ୍ଧୁ ଭୁତିଆ ତାଲା ପକାଇଦେଇଥିଲେ। ୨ଟି ପାନୀୟଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରାଯାଉ ନ ଥିବାରୁ ସେ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ଝାରପଡା ଜେଲ୍‌ରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଝାରପଡା ଜେଲ୍‌ରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ୨୦୦୮ରୁ ବିଭିନ୍ନ ମାମଲାରେ ଛନ୍ଦି ହୋଇ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବୁଧବାର ଝାରପଡ଼ା ଜେଲରୁ ବାହାରିଛନ୍ତି। ଗତ ୨୦ ତାରିଖରେ ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ରାଜାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା।