Dharitri News
ରାଜ୍ୟ |

୯୮ବର୍ଷରେ ଏମ୍‌.ଏ

୯୮ବର୍ଷରେ ଏମ୍‌.ଏ ପାଟନା,୨୭ା୧୨(ପି.ଟି) ପାଠ ପଢ଼ିବା, ଡିଗ୍ରୀ ହାସଲ କରିବାର ଇଚ୍ଛା ଅତ୍ୟନ୍ତ ପରିଣତ ବୟସରେ ମଧ୍ୟ ଥାଏ। ଏଭଳି ବ୍ୟକ୍ତି କ୍ୱଚିତ୍‌ ଦେଖିବାକୁ ମିଳନ୍ତି। ୩୮ବର୍ଷ ପୂର୍ବରୁ ଅବସର ଗ୍ରହଣ କରିଥିବା ଜଣେ ଅଧିକାରୀ ୯୮ବର୍ଷ ବୟସରେ ସ୍ନାତକୋତ୍ତର(ଏମ୍‌.ଏ) ଡିଗ୍ରୀ ହାସଲ କରିବା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ୍ୟ। ସେ ହେଉଛନ୍ତି ରାଜକୁମାର ବୈଶ୍‌। ୯୮ବର୍ଷ ବୟସ୍କ ଏହି ବୃଦ୍ଧ ନାଳନ୍ଦା ଓପନ୍‌ ୟୁନିଭର୍ସିଟିରୁ ଅର୍ଥଶାସ୍ତ୍ରରେ ଲାଭ କରିଛନ୍ତି ଏମ୍‌ଏ ଡିଗ୍ରୀ। ପାଟନାଠାରେ ଆୟୋଜିତ ଏହି ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ମେଘାଳୟ ରାଜ୍ୟପାଳ ଗଙ୍ଗାପ୍ରସାଦ ବୟୋବୃଦ୍ଧ ରାଜକୁମାର ବୈଶ୍‌ଙ୍କୁ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ ଉପାଧି ପ୍ରଦାନ କରିଛନ୍ତି। ସେ ୨୦୧୫ରେ ସ୍ନାତକୋତ୍ତରରେ ନାମ ଲେଖାଇଥିଲେ। ଡିଗ୍ରୀ ଲାଭ କରିବା ପରେ ବୈଶ୍‌ ଖବରଦାତାଙ୍କୁ କହିଛନ୍ତି, ମୁଁ ବର୍ତ୍ତମାନ ଖୁବ୍‌ ଖୁସି ଅନୁଭବ କରୁଛି। ମାଷ୍ଟର ଡିଗ୍ରୀ ହାସଲ କରିବା ପାଇଁ ଦୀର୍ଘଦିନରୁ ସ୍ବପ୍ନ ଥିଲା। ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଏସ୍‌.ପି. ସିହ୍ନା କହନ୍ତି, ଚଳିତ ବର୍ଷ ସର୍ବମୋଟ ୨୨,୧୦୦ଛାତ୍ରଙ୍କୁ ବିଭିନ୍ନ ବିଷୟରେ ଡିଗ୍ରୀ ପ୍ରଦାନ କରାଯାଇଛି। ବୈଶ୍‌ ୨୭୮୦ ଅର୍ଥନୀତି ଡିଗ୍ରୀଧାରୀ ଛାତ୍ରଙ୍କ ମଧ୍ୟରୁ ଅନ୍ୟତମ। ତନ୍ମଧ୍ୟରେ ୨୯ଜଣ ସ୍ବର୍ଣ୍ଣପଦକ ପାଇଛନ୍ତି। ୯୮ବର୍ଷରେ ଜଣେ ମାଷ୍ଟର ଡିଗ୍ରୀ ହାସଲ କରିବା ନାଳନ୍ଦା ୟୁନିଭର୍ସିଟି ପାଇଁ ଖୁବ୍‌ ବଡ଼ ସଫଳତା। ଏ ବୟସରେ ଅଧ୍ୟୟନ ଜାରି ରଖିଥିବା ବୈଶ୍‌ଙ୍କ ଧୈର୍ଯ୍ୟ ଓ ଦୃଢ଼ପ୍ରତିଜ୍ଞାକୁ ସେ ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ବୈଶ୍‌ଙ୍କ ପୁତ୍ର ତଥା ନ୍ୟାଶନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏନ୍‌ଆଇଟି)ର ଅବସରପ୍ରାପ୍ତ ପ୍ରଫେସର ସନ୍ତୋଷ କୁମାର କହନ୍ତି, ଆମେ ଖୁବ୍‌ ଖୁସି ଯେ, ବାପା ତାଙ୍କ ସ୍ବପ୍ନ ପୂରା କରିଛନ୍ତି। ରାଜକୁମାର ପାହାଚ ଚଢ଼ି ନ ପାରିବାରୁ ତାଙ୍କୁ ହୁଇଲ୍‌ ଚେୟାରରେ ଉତ୍ସବସ୍ଥଳ ପର୍ଯ୍ୟନ୍ତ ନିଆଯାଇଥିଲା। ଏକ ଓ୍ବାକର ସହାୟତାରେ ସେ ମଞ୍ଚକୁ ଯାଇ ଡିଗ୍ରୀ ଗ୍ରହଣ କରିଥିଲେ। ପ୍ରକାଶ ଯେ, ରାଜକୁମାର ୧୯୩୮ରେ ଆଗ୍ରା ୟୁନିଭର୍ସିଟିରୁ ଗ୍ରାଜୁଏଶନ୍‌ ପାଶ୍‌ କରିଥିଲେ ଏବଂ ୧୯୪୦ରେ ଏଲ୍‌ଏଲ୍‌ବି ଡିଗ୍ରୀ ହାସଲ କରିଥିଲେ। କୋଦର୍ମା (ବର୍ତ୍ତମାନ ଝାଡଖଣ୍ଡ) ସ୍ଥିତ କ୍ରିଷ୍ଟିଆନ୍‌ ମାଇକା ଇଣ୍ଡଷ୍ଟ୍ରିରେ ଜଣେ ଲ’ ଅଫିସର ଭାବରେ ଚାକିରି ପାଇବା ପରେ ସେ ଆଉ ପଢ଼ିପାରି ନ ଥିଲେ। ୧୯୮୦ ପ୍ରାରମ୍ଭରେ ସେ ଅବସର ଗ୍ରହଣ ପର୍ଯ୍ୟନ୍ତ ଉକ୍ତ କମ୍ପାନୀରେ ଜେନେରାଲ୍‌ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ।

ରାଜ୍ୟ |

ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର,୨୩।୧(ବ୍ୟୁରୋ): କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା ପ୍ରତିବାଦରେ ବୁଧବାର କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏ ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଙ୍ଗଳବାର ସୂଚନା ଦେଇଛନ୍ତି।

୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା

ଭୁବନେଶ୍ୱର,୨୩।୧(ବ୍ୟୁରୋ): କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା ପ୍ରତିବାଦରେ ବୁଧବାର ଭାଜପା ପକ୍ଷରୁ ୧୨ ଘଣ୍ଟିଆ ଅବିଭକ୍ତ କୋରାପୁଟ ଜିଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସା ୬ଟା ପର୍ଯ୍ୟନ୍ତ ଚକଅଖ, ଦୋକାନବଜାର, ସରକାରୀ ଅଫିସ ଓ ସ୍କୁଲ କଲେଜ ବନ୍ଦ ରଖିବାକୁ ଦଳ ଆହ୍ବାନ ଦେଇଛି।

ନବୀନ ନିବାସ ଘେରାଉ ପୂର୍ବରୁ ଭାଜପା କର୍ମୀ-ପୋଲିସ ମୁହାଁମୁହିଁ: ୪ ପୋଲିସଙ୍କ ମୁଣ୍ଡ ଫାଟିଲା

ନବୀନ ନିବାସ ଘେରାଉ ପୂର୍ବରୁ ଭାଜପା କର୍ମୀ-ପୋଲିସ ମୁହାଁମୁହିଁ: ୪ ପୋଲିସଙ୍କ ମୁଣ୍ଡ ଫାଟିଲା

ଭୁବନେଶ୍ୱର, ୨୩।୧(ବ୍ୟୁରୋ): ଭାଜପା କାର୍ଯ୍ୟାଳୟଠାରୁ ଶତାଧିକ ଭାଜପା କର୍ମୀ ନବୀନ ନିବାସ ଘେରାଉ କରିବାକୁ ରାଲି କରି ବାହାରିଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି। ସୂଚନା ଭବନ ଛକ ନିକଟରେ ପୋଲିସ କର୍ମୀମାନଙ୍କୁ ଅଟକାଇବାକୁ ଉଦ୍ୟମ କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ ୪ଜଣ ପୋଲିସ କର୍ମଚାରୀଙ୍କ ମୁଣ୍ଡ ଫାଟିଥିବା ଜଣାପଡିଛି। ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଛି।

ମହାନଦୀ ଜଳ ବିବାଦ ମାମଲା: ଏକ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମହାନଦୀ ଜଳ ବିବାଦ ମାମଲା: ଏକ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୩।୧(ବ୍ୟୁରୋ): ମହାନଦୀ ଜଳ ବିବାଦକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ବିଚାରପତି ଏସ୍‌ଏ ବବଦେ ଓ ଏଲ୍‌ ନାଗେଶ୍ୱରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏକ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧(ବ୍ୟୁରୋ): ଦୀର୍ଘ ୪ ମାସରୁ ଊର୍ଦ୍ଧ୍ୱ ସମୟ ଧରି ନ୍ୟାୟପାଇଁ ଲଢ଼େଇ କରି କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନେତାଜୀ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ

ନେତାଜୀ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ

କଟକ ଅଫିସ,୨୩।୧: ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ଆୟୋଜିତ ନେତାଜୀ ଜୟନ୍ତୀ ସମାରୋହରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିବାସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।

କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ରାସ୍ତା ଅବରୋଧ

କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ରାସ୍ତା ଅବରୋଧ

ପଟ୍ଟାଙ୍ଗୀ,୨୩।୧(ଡି.ଏନ୍‌.ଏ.): କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ମଙ୍ଗଳବାର ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ପରିବାର ଲୋକଙ୍କ ସମେତ କଂଗ୍ରେସ ନେତୃତ୍ୱରେ ଏହି ରାସ୍ତାରୋକୋ କରାଯାଇଛି।

ହୋଟେଲ ଅନନ୍ୟାରେ ଅଗ୍ନିକାଣ୍ଡ

ହୋଟେଲ ଅନନ୍ୟାରେ ଅଗ୍ନିକାଣ୍ଡ

ପୁରୀ ଅଫିସ,୨୩।୧: ସ୍ଥାନୀୟ ଭିଆଇପି ରୋଡସ୍ଥିତ ହୋଟେଲ ପ୍ରାଇଡ଼୍‌ ଅନନ୍ୟାରେ ମଙ୍ଗଳବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ହୋଟେଲର ଚତୁର୍ଥ ମହଲାରେ ଥିବା ପ୍ୟାଣ୍ଟ୍ରି ଷ୍ଟୋରରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ଏହି ଅଘଟଣ ଘଟିଛି।

ସନ୍ଦେହଘେରରେ ପୋଲିସ ଭୂମିକା

ସନ୍ଦେହଘେରରେ ପୋଲିସ ଭୂମିକା

ଭୁବନେଶ୍ୱର,୨୨ା୧(ବ୍ୟୁରୋ) : ଗଣବଳାତ୍କାର ୧୦୦ ଦିନ ପରେ କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ମିଳି ପାରିଲା ନାହିଁ। ପୋଲିସର ହେରଫେର ତଦନ୍ତ ରିପୋର୍ଟ ଏବଂ ଲୋକଲଜ୍ଜାକୁ ସହି ନ ପାରି ଶେଷରେ ଆମତ୍ହତ୍ୟା ଭଳି ଏକ କଠିନ ପନ୍ଥାକୁ ଆପଣାଇ ନେଲେ ପୀଡିତା।

 ପୀଡ଼ିତାଙ୍କ ଆତ୍ମହତ୍ୟା: ନ୍ୟାୟ ନ ପାଇ ଜୀବନ ହାରିଲେ

ପୀଡ଼ିତାଙ୍କ ଆତ୍ମହତ୍ୟା: ନ୍ୟାୟ ନ ପାଇ ଜୀବନ ହାରିଲେ

ପଟ୍ଟାଙ୍ଗୀ,୨୨।୧(ଡି.ଏନ.ଏ.): ୨୦୧୭ ଅକ୍ଟୋବର ୧୦ରୁ ୨୦୧୮ ଜାନୁୟାରୀ ୨୨। ୪ମାସରୁ ଉର୍ଦ୍ଧ୍ୱକାଳ ନ୍ୟାୟ ପାଇଁ ଲଢେଇ କରି ନିରାଶ କୁନ୍ଦୁଲି ନାବାଳିକା ଶେଷରେ ଆତ୍ମହତ୍ୟାର ପଥ ବାଛି ନେଲେ।

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୧(ବ୍ୟୁରୋ)- ପୁନେର ଏମ୍‌ଆଇଟି-ଡବ୍ଲ୍ୟୁପିୟୁ କ୍ୟାମ୍ପସ୍‌ରେ ୮ମ ଭାରତୀୟ ଛାତ୍ର ସଂସଦ ଅବସରରେ ରବିବାର ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଫେରିଛନ୍ତି।

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନୂଆଦିଲ୍ଲୀ,୨୨।୧(ସ୍ବ.ପ୍ର.): ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ କାହିଁକି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଏହି ଉପନିର୍ବାଚନକୁ କାହିଁକି ବିଳମ୍ବିତ କରାଯାଉଛି ବୋଲି ସୋମବାର ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ।