Dharitri News
ଉପକୂଳ ଓଡିଶା

୮ଜଣଙ୍କୁ ଆଜୀବନ ଦଣ୍ଡାଦେଶ

୮ଜଣଙ୍କୁ ଆଜୀବନ ଦଣ୍ଡାଦେଶ ବିରଜାକ୍ଷେତ୍ର,୨୭।୧୨(ଡି.ଏନ୍‌.ଏ)- ସଂଘବଦ୍ଧଭାବେ ମରଣାନ୍ତକ ଆକ୍ରମଣ କରି ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ଯାଜପୁର ଜିଲା ଦୌରାଜଜ୍‌ ବୁଧବାର ୨୪ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି। ୨୪ଜଣଙ୍କ ମଧ୍ୟରୁ ୮ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ ୧୬ଜଣଙ୍କୁ ୨ ବର୍ଷ ଲେଖାଏ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାରେ ଅନ୍ୟଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ଜୁଭେନାଇଲ କୋର୍ଟରେ ତାଙ୍କର ଶୁଣାଣି ଚାଲିଛି। ୨୦୦୯ ନଭେମ୍ବର ୧୦ ତାରିଖ ପ୍ରଥମାଷ୍ଟମୀ ରାତି ପ୍ରାୟ ୯ଟାରେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଭୁଲୁକା ଗ୍ରାମ ମହାନ୍ତି ସାହିର ଗଭା ମହାନ୍ତିଙ୍କ ଘର ଉପରକୁ ଜେନା ସାହିର ଲୋକମାନେ ପଶି ପରିବାରବର୍ଗଙ୍କୁ ଆକ୍ରମଣ କରିବା ସହ ଆସବାବପତ୍ରକୁ ଫିଙ୍ଗା ଫୋପଡ଼ା କରି ଭଙ୍ଗାରୁଜା କରିଥିଲେ। ଏଥିରେ ଭୟାତୁର ହୋଇ ଗଭା ନିଜ ଘର ପଛପଟ ଦେଇ ଆସି ଗ୍ରାମର ଲୋକଙ୍କ ନିକଟରେ ସାହାଯ୍ୟ ପାଇଁ ନେହୁରା ହୋଇଥିଲେ। ଏହା ଶୁଣି ମହାନ୍ତି ସାହିର ଶ୍ରୀକାନ୍ତ ମହାନ୍ତି, ଅରିକ୍ଷିତ ମହାନ୍ତି, ଅରୁଣ ମହାନ୍ତି, ଗୟାଧର ମହାପାତ୍ର, ପବିତ୍ର ମହାନ୍ତି, ଅନୀଲ ମହାନ୍ତି, ଦିଲ୍ଲୀପ ସାହୁ ପ୍ରମୁଖ ଗଭା ମହାନ୍ତିଙ୍କ ଘରକୁ ଯାଉଥିବା ସମୟରେ ଭୁଲୁକା ସ୍କୁଲ ନିକଟରେ ହରିଶ ଜେନା, ଶ୍ୟାମାମଣି ଜେନା, ରାଧାନାଥ ଜେନା, ହେମନ୍ତ କୁମାର ଜେନା, ଅମର ଜେନା, ଜିତୁ ଜେନା, ବ୍ରହ୍ମାନନ୍ଦ ଜେନା, ବିବେକାନନ୍ଦ ଜେନା, ରମେଶ ଜେନା, ଶରତ ଜେନା, ରମାକାନ୍ତ ଜେନା, କୃଷ୍ଣ ଜେନା, ମୋହନ ଜେନା, ସୁମନ୍ତ ଜେନା, ପୂର୍ଣ୍ଣଚନ୍ଦ୍ର ଜେନା, କଳ୍ପତରୁ ଜେନା, କେଦାର ଜେନା ପ୍ରମୁଖ ବିଭିନ୍ନ ମାରଣାସ୍ତ୍ର ଦ୍ୱାରା ଶ୍ରୀକାନ୍ତ ମହାନ୍ତିଙ୍କୁ ଆକ୍ରମଣ କରିଥିଲେ। ଶ୍ରୀକାନ୍ତଙ୍କ ମୁଣ୍ଡକୁ ହାଣିବା ସହ କାନମୁଣ୍ଡାକୁ ମାରଣାସ୍ତ୍ରରେ ସରୋଜ ଭୁଷି ଦେଇଥିଲେ। ଶ୍ରୀକାନ୍ତଙ୍କ ଉପରକୁ ଆକ୍ରମଣକୁ ଅନ୍ୟମାନେ ପ୍ରତିବା କରିବାରୁ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର ଶ୍ରୀକାନ୍ତଙ୍କୁ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ରାତିରେ ମୃତ ଶ୍ରୀକାନ୍ତଙ୍କ ପରିବାରବର୍ଗ ଓ ଗ୍ରାମର ଲୋକମାନେ ଆକ୍ରମଣକାରୀଙ୍କ ବିରୋଧରେ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ବାଲିଚନ୍ଦ୍ରପୁର ପୋଲିସ ଏକ ମାମଲା(୧୨୯/୦୯) ରୁଜୁ କରି ୨୫ଜଣଙ୍କୁ ଗିରକ କରି କୋର୍ଟଚାଲାଣ କରିଥିଲା। ଯାଜପୁର ଜିଲା ଦୌରାଜଜ୍‌ ରାଧାକାନ୍ତ ମିଶ୍ର ୧୧ଜଣ ସାକ୍ଷୀଙ୍କ ସାକ୍ଷ୍ୟକୁ ଭିତ୍ତିକରି ୨୫ଜଣ ସଂଘବଦ୍ଧ ମରଣାନ୍ତକ ଆକ୍ରମଣକାରୀଙ୍କ ଭିତରୁ ସରୋଜ ଜେନା, ଶ୍ରୀକାନ୍ତ ଜେନା, ବିପିନ ଜେନା, ଗୁଣନିଧି ଜେନା, ନିର୍ମଳ ଜେନା, ଶ୍ରୀଚନ୍ଦନ ଜେନା, ଅମର ଜେନା, ରଞ୍ଜନ ଜେନା ପ୍ରମୁଖ ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ପ୍ରତ୍ୟେକଙ୍କୁ ୧୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ କ୍ଷେତ୍ରରେ ଅଧିକ ୬ମାସ କାରାଦଣ୍ଡରେ ଦଣ୍ଡିତ କରିବାକୁ ରାୟରେ ପ୍ରକାଶ କରିଛନ୍ତି। ଅନ୍ୟ ୧୬ ଅଭିଯୁକ୍ତଙ୍କୁ ୨ବର୍ଷ ଲେଖାଏ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଉକ୍ତ ମାମଲାକୁ ସରକାରୀ ଓକିଲ କିଶୋର ଚନ୍ଦ୍ର କର ପରିଚାଳନା କରୁଥିଲେ। ଦୀର୍ଘ ୮ ବର୍ଷ ପରେ ଭୁଲୁକା ହତ୍ୟାକାଣ୍ଡର ବୁଧବାର ରାୟ ପ୍ରକାଶ ପାଇବାକୁ ଦିନ ଧାର୍ଯ୍ୟ ହୋଇଥିବାରୁ ଯାଜପୁର ଜିଲା ଦୌରାଜଜ୍‌ କୋର୍ଟର ବାହାରେ ଲୋକାରଣ୍ୟ ହୋଇଥିବା ଦେଖିବାକୁ ମିଳିଥିଲା।

ଉପକୂଳ ଓଡିଶା

ଯବାନଙ୍କ ସ୍ତ୍ରୀଙ୍କୁ ମାଡ଼ ମାରି ବିସ୍ଥାପନ ଘଟଣା: ରାଜ୍ୟ ଗୃହ ବିଭାଗକୁ ତଦନ୍ତ ନିର୍ଦ୍ଦେଶ

କଳିଙ୍ଗନଗର,୨୧।୧(ଡି.ଏନ୍‌.ଏ.) ଟାଟା କାରଖାନା ସମ୍ପ୍ରସାରଣ ପାଇଁ ଜଣେ କର୍ତ୍ତବ୍ୟରତ ଯବାନଙ୍କ ଘର ଭାଙ୍ଗିବା ସହ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗ ଘଟଣାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ହସ୍ତକ୍ଷେପ କରିଛି।

ନିଜାମପୁର ପଞ୍ଚାୟତ ଉପନିର୍ବାଚନ ଫଳାଫଳ ଘୋଷଣା

ନିଜାମପୁର ପଞ୍ଚାୟତ ଉପନିର୍ବାଚନ ଫଳାଫଳ ଘୋଷଣା

ଦଶରଥପୁର,୨୧।୧(ଡିଏନ୍‌ଏ) ଦଶରଥପୁର ବ୍ଲକ ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଅଧୀନସ୍ଥ ନିଜାମପୁର ପଞ୍ଚାୟତର ସମିତିସଭ୍ୟ ଆସନ ପାଇଁ ଶୁକ୍ରବାର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଶନିବାର ଏହାର ଫଳାଫଳ ଘୋଷଣା ହୋଇଥିବା ବେଳେ ପୂର୍ବତନ ସମିତି ସଭ୍ୟ ସ୍ବର୍ଗତ କେଦାର ଦାସଙ୍କ ସ୍ତ୍ରୀ ରୁକ୍ମଣୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶ୍ରୀକାନ୍ତ ଜେନାଙ୍କୁ ୧୭୮୦ ଖଣ୍ଡ ଭୋଟରେ ହରାଇଥିବା ଜଣାପଡ଼ିଛି।

ଚିରସ୍ରୋତା ହେବ ନଦୀ

ବରୀ,୨୧।୧(ସ୍ବ.ପ୍ର.) ଯାଜପୁର ଜିଲାଦେଇ ବ୍ରାହ୍ମଣୀ ଓ ତାର ଶାଖା ନଦୀ ଖରସ୍ରୋତା, କେଲୁଆ ଆଦି ପ୍ରବାହିତ ହୋଇଛି। ନଦୀରେ ଜଳ ନ ଥିବାରୁ ଧୀରେ ଧୀରେ ନଦୀ ଗୁଡ଼ିକ ପୋତି ହୋଇଯାଉଛି। ଯାହାଫଳରେ ଗ୍ରାମାଞ୍ଚଳର ନଳକୂପ ଗୁଡ଼ିକରୁ ଜଳପତନ କମିଯାଉଛି। ପାନୀୟ ଜଳ ସଙ୍କଟ ଦେଖାଦେବା ସହିତ ଗୃହପାଳିତ ପ୍ରାଣୀ ଓ ଚାଷୀ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ତ ସମସ୍ୟାର ସମାଧାନ ହେଉଛି। ଯାହାଫଳରେ ପାଣି ନେଇ ଦେଖାଯାଉଥିବା ସମସ୍ୟା ଦୂର ହୋଇଯିବ।

 ପରିବହନ ସଂସ୍ଥାର ଅମାନତ ରାଶି ବାଜ୍ୟାପ୍ତି ଚେତାବନୀ

ପରିବହନ ସଂସ୍ଥାର ଅମାନତ ରାଶି ବାଜ୍ୟାପ୍ତି ଚେତାବନୀ

ଯାଜପୁର ଅଫିସ,୨୧।୧ ଜିଲା ମିଲର୍ସଙ୍କ ଅସହଯୋଗ, ବର୍ଷାରେ ଅନିୟମିତତା ଏବଂ ଆବଶ୍ୟକ ଜଳସେଚନର ଅଭାବ ଯୋଗୁ ଯାଜପୁର ଜିଲାରେ ଖାଦ୍ୟ ସଙ୍କଟ ଦେଖାଦେଇଛି । ଫଳରେ ଜିଲାର ବିପିଏଲ, ଅନ୍ନପୂର୍ଣ୍ଣା, ଅନ୍ତ୍ୟୋଦୟ, ମଧ୍ୟାହ୍ନ ଭୋଜନ ଆଦି ହିତାଧିକାରୀଙ୍କ ଚାହିଦା ପୂରଣ ପାଇଁ ବାର୍ଷିକ ୧୦ଲକ୍ଷ କୁଇଣ୍ଟାଲ ମଧ୍ୟରୁ ୫ଲକ୍ଷ କୁଇଣ୍ଟାଲ ଚାଉଳ ପଶ୍ଚିମଓଡିଶାରୁ ଆମଦାନୀ କରିବାକୁ ପଡୁଛି। ଏହିକ୍ରମରେ ଚଳିତ ମାସ ୨୦ତାରିଖ ସୁଦ୍ଧା ବରଗଡରୁ ୫ ହଜାର ମେଟ୍ରିକଟନ(ଏମଟି) ଚାଉଳ ଯାଜପୁର ଜିଲାକୁ ଆଣିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ କଳାହାଣ୍ଡି ଜିଲା କୋକସରାସ୍ଥିତ ରାଜ୍ୟସ୍ତରୀୟ ପରିବହନ ଠିକାସଂସ୍ଥା ଶ୍ରୀରାମ କେଟେଲ ଫିଡକୁ ଗତ ୬।୧।୨୦୧୮ରେ କାର୍ଯ୍ୟାଦେଶ ଦିଆଯାଇଥିଲା। କିନ୍ତୁ ଗତ ୧୬ତାରିଖ ସୁଦ୍ଧା ଯାଜପୁର ଜିଲାକୁ କେଜିଏ ବି ଚାଉଳ ପରିବହନ ହୋଇ ପାରିନାହିଁ। ଏହା ଜିଲାର ହିତାଧିକାରୀଙ୍କୁ ସୁରୁଖୁରୁ ଭାବେ ପିଡିଏସ ଚାଉଳ ବଣ୍ଟନ କରିବାରେ ବାଧା ସୃଷ୍ଟି କରିଛି। ତେଣୁ କାହିଁକି ପରିବହନ ଠିକାସଂସ୍ଥା ଶ୍ରୀରାମ କେଟେଲ ଫିଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚୁକ୍ତି ଅନୁଯାୟୀ ଅମାନତ ରାଶି ବାଜ୍ୟାପ୍ତ ନ କରାଯିବ ସେଥିପାଇଁ ଯୋଗାଣ ନିଗମ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ନିଗମର ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦାଶ ଏହି ମର୍ମରେ ତାଙ୍କ ପତ୍ରସଂଖ୍ୟା ୧୦୯୮/୧୮।୧।୨୦୧୮ରେ ପରିବହନ ସଂସ୍ଥାର ମାଲିକ କୁଲଦୀପ କୁମାର ଗୁପ୍ତାଙ୍କୁ ୫ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

ପେଣ୍ଠପାଳ: ଉପ ନିର୍ବାଚନରେ  ସମିତି ସଭ୍ୟା ଭାବେ ବବିତା ଜିତିଲେ

ପେଣ୍ଠପାଳ: ଉପ ନିର୍ବାଚନରେ ସମିତି ସଭ୍ୟା ଭାବେ ବବିତା ଜିତିଲେ

ପଟ୍ଟାମୁଣ୍ଡାଇ, ୨୧।୧ (ସ୍ବ.ପ୍ର.)-ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ ସମିତି ସଭ୍ୟ ଉପ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ବବିତା ମଳିକ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ମରୁଆ ମଳିକଙ୍କୁ ୬୩୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।

ସମିତି ସଭ୍ୟା ଉପନିର୍ବାଚନ: ବିଜେଡିର ବାଜିମାତ

ସମିତି ସଭ୍ୟା ଉପନିର୍ବାଚନ: ବିଜେଡିର ବାଜିମାତ

ଆଳି,୨୧।୧(ଡି.ଏନ୍‌.ଏ.)- ଆଳି ବ୍ଲକ ଅନ୍ତର୍ଗତ ବଡାମ୍ବିଳା ଗ୍ରାମପଞ୍ଚାୟତରେ ସମିତିସଭ୍ୟା ଉପନିର୍ବାଚନର ଫଳାଫଳ ଶନିବାର ଘୋଷଣା ହୋଇଛି। ଏଥିରେ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ବାଜିମାତ କରିଛନ୍ତି। ପ୍ରାର୍ଥୀ ମମତା ତରାଇ ନିକଟତମ କଂଗ୍ରେସ ସମର୍ଥତ୍ତ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ବିଜୟୀ ହୋଇଛନ୍ତି।

ପଡ଼ୋଶୀଙ୍କ ମାଡ଼ରେ ଗର୍ଭ ନଷ୍ଟ

କେନ୍ଦ୍ରାପଡା ଅଫିସ,୨୧।୧- ଜମିଜମା ବିବାଦକୁ ନେଇ ପଡୋଶୀ ଘର ଲୋକଙ୍କ ଆକ୍ରମଣରେ ଜଣେ ମହିଳାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଛି ।ଏହି ଘଟଣା ୩ ଦିନ ପରେ ସମସ୍ତଙ୍କ ନଜରକୁ ଆସିଛି । ମହିଳା ଜଣକ ଏବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜୀବନ ସହ ସଂଗ୍ରାମ ଚଳାଇଛନ୍ତି । ଏ ନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ନ୍ୟାୟ ମିଳିବା ବଦଳରେ ପୋଲିସ ଘଟଣାର ଫଇସଲା ପାଇଁ କହୁଛି ବୋଲି ସଂପୃକ୍ତ ମହିଳାଙ୍କ ସ୍ବାମୀ ସୁଶାନ୍ତ ନାୟକ କହିଛନ୍ତି।

ଗୁଲନଗର ପଞ୍ଚାୟତରେ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ

କେନ୍ଦ୍ରାପଡା ଅଫିସ, ୨୦।୧: କେନ୍ଦ୍ରାପଡା ଜିଲାର ପ୍ରଥମ ଅଫଟିକାଲ ବ୍ରଡବ୍ୟାଣ୍ଡ ସେବା ସହର ନିକଟ ଗୁଲନଗର ପଞ୍ଚାୟତରେ ଶନିବାର ଆରମ୍ଭ କରାଯାଇଛି ।

ମହିଳାଙ୍କ ମୃତଦେହ ଉଦ୍ଧାର

ଦଶପଲ୍ଲା, ୨୦।୧(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଭୋଗବାଡ଼ି ନିକଟ ଜଙ୍ଗଲରୁ ଶନିବାର ସକାଳେ ଜନୈକ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। କାରଣ ଅସ୍ପଷ୍ଟ ଥିବା ବେଳେ କେହି ହତ୍ୟାକରି ତାଙ୍କୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଖବର ପାଇ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ଯବାନଙ୍କ ସ୍ତ୍ରୀଙ୍କୁ ମାଡ଼ ମାରି ବିସ୍ଥାପନ ଘଟଣା: କ୍ଷତିପୂରଣ ସହ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ

ଯବାନଙ୍କ ସ୍ତ୍ରୀଙ୍କୁ ମାଡ଼ ମାରି ବିସ୍ଥାପନ ଘଟଣା: କ୍ଷତିପୂରଣ ସହ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ

କଳିଙ୍ଗନଗର,୧୯।୧(ଡି.ଏନ୍‌.ଏ.) ଟାଟା କାରଖାନା ବିସ୍ଥାପନ ପାଇଁ ଜଣେ କର୍ତ୍ତବ୍ୟରତ ଯବାନଙ୍କ ଘର ଭାଙ୍ଗିବା ସହ ସ୍ତ୍ରୀକୁ ମାଡ଼ ମାରିବା ଘଟଣାର ୫ଦିନ ପରେ ସମାଧାନର ବାଟ ବାହାରିଛି। ଶୁକ୍ରବାର କଳିଙ୍ଗନଗର ଅତିରିକ୍ତ ଜିଳାପାଳ(ଏଡିଏମ୍‌)ଙ୍କ କାର୍ଯ୍ୟାଳୟରେ ଉଭୟ ପତିପତ୍ନୀ ଏନେଇ ଲିଖିତଭାବେ ଜଣାଇବାପରେ ଘଟଣାର ମୋଡ଼ ବଦଳିଛି। ତୁରନ୍ତ ଘଟଣାର ସମାଧାନ କରି ସଂପୃକ୍ତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହ ନ୍ୟାୟୋଚିତ ଢ଼ଙ୍ଗରେ ସମାଧାନ କରିବାକୁ ଟାଟା କାରଖାନା ପୂନର୍ବାସ ଓ ଥଇଥାନ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଏମ୍‌ ଅବଦୁଲ ଅଲିମ ଖାଁ। ଏସଂକ୍ରାନ୍ତରେ ଟାଟା କାରଖାନାର ପରିଚାଳକ ଶ୍ରୀକାନ୍ତ ଭଦ୍ରଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ଘଟଣାର ପୁଙ୍ଖାନୁପୁଙ୍ଖ ଆଲୋଚନା କରି କାହିଁକି ଏଭଳି ଘଟଣା ଘଟିଲା ବୋଲି ବିରକ୍ତି ପ୍ରକାଶ କରିବାସହ ଭବିଷ୍ୟତରେ ଏଭଳି ଘଟଣାର ପୂନରାବୃତ୍ତି ଯେପରି ନ ହୁଏ ସେଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।

ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ମାମଲା:ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ଦେଲେ ଥାନାଧିକାରୀ

ଯାଜପୁର ଅଫିସ,୧୯।୧- ବହୁ ଚର୍ଚ୍ଚିତ ଗୟାଧର ତରାଇ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ଶୁକ୍ରବାର ଧର୍ମଶାଳା ଥାନାଧିକାରୀ ଅମିତାଭ ମହାପାତ୍ର ଚଣ୍ଡିଖୋଲ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ଜେଏମ୍‌ଏଫ୍‌ସି)ଙ୍କ ନିକଟରେ ବୟାନ ଦେଇଛନ୍ତି ।

ପେଣ୍ଠପାଳ ପଞ୍ଚାୟତ ସମିତିସଭ୍ୟା ଉପନିର୍ବାଚନରେ ୫୪ ପ୍ରତିଶତ ମତଦାନ

ପଟାମୁଣ୍ଡାଇ,୧୯।୧(ସ୍ବ.ପ୍ର.)-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ ସମିତିସଭ୍ୟା ଉପନିର୍ବାଚନ ଶୁକ୍ରବାର ୧୮ଟି ବୁଥ୍‌ରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି।