ଉପକୂଳ ଓଡିଶା

ବେଲଗାମ ବେଆଇନ ମାଙ୍କଡ଼ା ଖନନ

ବେଲଗାମ ବେଆଇନ ମାଙ୍କଡ଼ା ଖନନ
ଚଣ୍ଡିଖୋଲ,୨୭।୧୨(ଡି.ଏନ.ଏ)- ଯାଜପୁର ଜିଲା ଦର୍ପଣ ତହସିଲରେ ବେଆଇନ ଭାବେ ମାଙ୍କଡା ଖନନ କରାଯିବା ସହ ଦୈନିକ ଶହ ଶହ ଟ୍ରିପ ମାଙ୍କଡା ପଥର ବାହାରକୁ ଚାଲାଣ ହେଉଛି। ଦର୍ପଣ ତହସିଲଦାର ଏହା ଜାଣିଥିଲେ ମଧ୍ୟ ନ ଜାଣିଲା ଭଳି ଅଭିନୟ କରୁଛନ୍ତି। ଯାହାକୁ ନେଇ ଆଗାମୀ ଦିନରେ ଭାଜପା ବଡଚଣା ନିର୍ବାଚନ ମଣ୍ଡଳୀ ତରଫରୁ ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ପ୍ରକାଶ ଯେ, ଏହି ତହସିଲ ଅନ୍ତର୍ଗତ ବୈରୀ, ଅମୀୟଝରି, ବରୁଣିଆ, ଚାରିଗୋଛିଆ, ପାରିଆ, ନିମଡିହ, ସମିଆ, ବାଉଁଶମୂଳି, ସାତମାଣ, ବନ୍ଧପାଲି ଓ ଭାଲୁମରା ଆଦି ଗ୍ରାମରେ ରହିଥିବା ଜଙ୍ଗଲ ଜମି, ସରକାରୀ ଜମି ଓ ବେସରକାରୀ ଜମିରୁ ବେଆଇନ ଭାବେ ମାଙ୍କଡା ଖନନ କରାଯାଇ ଚାଲାଣ କରାଯାଉଛି। ୨୦୧୩ ମସିହାରେ ଏହି ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେଆଇନ ମାଙ୍କଡା ଖାଦାନ ଚାଲୁଥିବା ନେଇ ତତ୍କାଳୀନ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅରବିନ୍ଦ ପାଢୀ ଚଢାଉ କରି ପ୍ରମାଣ ପାଇଲା ପରେ ୬ଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ। ୪ଜଣ ରାଜସ୍ବ ବିଭାଗର କର୍ମଚାରୀ ହୋଇଥିଲା ବେଳେ ୨ଜଣ ଜଙ୍ଗଲ ବିଭାଗ କର୍ମଚାରୀ ଥିଲେ। ବର୍ତ୍ତମାନ ଏହି ତହସିଲ ଅଧୀନରେ କାର୍ଯ୍ୟ କରୁଥିବା କିଛି ଅସାଧୁ କର୍ମଚାରୀଙ୍କ ପାଇଁ ବ୍ୟାପକ ରାଜସ୍ବ କ୍ଷତି ଘଟୁଛି। ଗତ ୧୪ତାରିଖରେ ତହସିଲ କାର୍ଯ୍ୟାଳୟ ନିକଟରେ ୧୫୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ଖଏରା ସର୍କଲ ରାଜସ୍ବ ନିରୀକ୍ଷକ ଶ୍ୟାମସୁନ୍ଦର ବିଶ୍ୱାଳ ଭିଜିଲାନ୍ସ ହାତରେ ଧରା ପଡିଥିଲୋ। ସେହିଭଳି ଏହି ତହସିଲରେ ଥିବା ଜଣେ କର୍ମଚାରୀ ପୂର୍ବରୁ କୋରେଇଠାରେ ଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ଏହିଭଳି କର୍ମଚାରୀମାନେ ଦର୍ପଣ ତହସିଲରେ କାୟାବିସ୍ତାର କରି ସାରିଛନ୍ତି। ଯେଉଁଥିପାଇଁ ଲଘୁ ଖଣିଜ ଦ୍ରବ୍ୟ ଖୁଲମଖୁଲା ଚାଲୁଥିଲା ବେଳେ ସମସ୍ତେ ଯେପରି ହାତ ଟେକି ଦେଇଛନ୍ତି। ବ୍ୟାପକ ଭାବରେ ମୋରମ, ମାଙ୍କଡା ଓ ବାଲି ଚାଲଣ ହେଉଥିବା ବେଳେ ତହସିଲ କର୍ମଚାରୀମାନେ ସବୁ ଜାଣି ନୀରବ ରହୁଛନ୍ତି ବୋଲି ଭାଜପା ଅଭିଯୋଗ କରିଛି। ଏହାକୁ ନେଇ ଆଗାମୀ ଦିନରେ ଯାଜପୁର ଜିଲାପାଳଙ୍କୁ ଏକ ସ୍ମାରକପତ୍ର ଭାଜପା ରାଜ୍ୟ ସାଧାରଣ ସମ୍ପାଦିକା ସୀମନ୍ତିନୀ ଜେନା ଓ ରାଜ୍ୟ କାଯର୍‌ୟକାରିଣୀ ସଦସ୍ୟ ଆଡଭୋକେଟ ଉଦୟନାଥ ସାହୁ ପ୍ରଦାନ କରିବେ। ଯଦି ୧୫ଦିନ ମଧ୍ୟରେ ଖନନ କାଯର୍‌ୟ ବନ୍ଦ ନହୁଏ ତେବେ ଆନ୍ଦୋଳନ କରାଯିବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ଅଶୋକ କୁମାର ଦାସଙ୍କୁ ପଚାରିବାରେ, କର୍ମଚାରୀ ଅଭାବ ହେତୁ ଚଢାଉ କରିହେଉ ନାହିଁ। ଆଗାମୀ ଦିନରେ ଚଢାଉ କରି ସେମାନଙ୍କ ବିରୋଧରେ କାଯର୍‌ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
All Right Reserved By

ଉପକୂଳ ଓଡିଶା

ଟ୍ରେନ୍‌ରେ କଟି ମହିଳାଙ୍କ ମୃତ୍ୟୁ

ଟ୍ରେନ୍‌ରେ କଟି ମହିଳାଙ୍କ ମୃତ୍ୟୁ

ନିରାକାରପୁର,୧୦ା୧୨(ଡି.ଏନ.ଏ.)-ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ନିରାକାରପୁର ରେଳଷ୍ଟେଶନର ଉତ୍ତର ପାର୍ଶ୍ୱ ରେଳଧାରଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସୋମବାର ସକାଳ ପ୍ରାୟ ୮ଟା ବେଳେ ପଲାସା-ପାରାଦୀପ ଟ୍ରେନ୍‌ରେ ଚଢୁଥିବା ବେଳେ ଗୋଡ଼ ଖସିଯିବାରୁ ସେ ଗୁରୁତର ହୋଇଥିଲେ। ପରିବାର ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଖୋର୍ଦ୍ଧା ସରକାରୀ ମେଡ଼ିକାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।

ନବନିର୍ମାଣ କୃଷକ ସଙ୍ଗଠନର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ନବନିର୍ମାଣ କୃଷକ ସଙ୍ଗଠନର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ନୟାଗଡ଼ ଅଫିସ,୧୦ା୧୨- ଚାଷୀମାନଙ୍କୁ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଭୁବନେଶ୍ୱର କାର୍ଯ୍ୟାଳୟଠାରେ ୯ ଦିନ ଧରି ଅନଶନରେ ବସିଛନ୍ତି।

କୃଷକ ସଂଗଠନର ସତ୍ୟାଗ୍ରହ

କୃଷକ ସଂଗଠନର ସତ୍ୟାଗ୍ରହ

କେନ୍ଦ୍ରାପଡା ଅଫିସ, ୧୦ା୧୨- ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଂଗଠନ କେନ୍ଦ୍ରାପଡା ଜିଲା କମିଟି ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ ଆରମ୍ଭ ହୋଇଛି।

ଅସଙ୍ଗଠିତ ଶ୍ରମିକଙ୍କ ସ୍ବାର୍ଥ ପାଇଁ ଆଇନ ଅଣାଯାଉ

ଅସଙ୍ଗଠିତ ଶ୍ରମିକଙ୍କ ସ୍ବାର୍ଥ ପାଇଁ ଆଇନ ଅଣାଯାଉ

କେନ୍ଦ୍ରାପଡା ଅଫିସ, ୧୦ା୧୨- ଘରୋଇ କାର୍ଯ୍ୟରେ ନିୟୋଜିତ ମହିଳା ଓ ପୁରୁଷ ଶ୍ରମିକ ବହୁ ସମୟରେ ମାଲିକଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଛନ୍ତି ।

କମ୍ପାନୀ ଡାକ୍ତରଖାନା ସମ୍ମୁଖରେ ଗଣଧାରଣା

କମ୍ପାନୀ ଡାକ୍ତରଖାନା ସମ୍ମୁଖରେ ଗଣଧାରଣା

ସୁକିନ୍ଦା,୧୦ା୧୨(ଡି.ଏନ.ଏ.)-ଆଦିବାସୀ ନାବାଳିକାଙ୍କୁ ସ୍ବାସ୍ଥ୍ୟସେବା ଅବହେଳା ଅଭିଯୋଗରେ ସୋମବାର ଗୋବରଘାଟିସ୍ଥିତ ଟାଟା ମେଡିକାଲ ସମ୍ମୁଖରେ ଗଣଧାରଣା ଆରମ୍ଭ ହୋଇଛି। 

ଜିଲାସ୍ତରୀୟ ନିଯୁକ୍ତିମେଳା ୨୪ରେ

ଜିଲାସ୍ତରୀୟ ନିଯୁକ୍ତିମେଳା ୨୪ରେ

ଜଗତ୍‌ସିଂହପୁର ଅଫିସ,୧୦ା୧୨- ଜିଲାସ୍ତରୀୟ ନିଯୁକ୍ତି ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ସୋମବାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। 

ଯୁବକଙ୍କୁ ରୋଜଗାର ଦାବି

ଯୁବକଙ୍କୁ ରୋଜଗାର ଦାବି

ଜଗତସିଂହପୁର ଅଫିସ୍‌, ୧୦।୧୨: ଯୁବକଙ୍କ ରୋଜଗାର ଦାବିରେ ପିସିସି ବିରୋଧରେ ଜଗତସିଂହପୁର ଜିଲା ଭାଜପା ଶାଖା ପକ୍ଷରୁ ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତରୀଙ୍କ କାର୍ଯ୍ୟାଳୟ ସମ୍ମ୍‌ୁଖରେ ବିକ୍ଷୋଭ କରାଯାଇଛି। 

ଚାଷୀଙ୍କୁ ସୁରକ୍ଷା ଭତ୍ତା ପ୍ରଦାନ ଦାବିରେ ଗଣଧାରଣା

ଚାଷୀଙ୍କୁ ସୁରକ୍ଷା ଭତ୍ତା ପ୍ରଦାନ ଦାବିରେ ଗଣଧାରଣା

ଜଗତସିଂହପୁର ଅଫିସ୍‌, ୧୦।୧୨: ଚାଷୀଙ୍କୁ ସୁରକ୍ଷା ଭତ୍ତା ପ୍ରଦାନ ଦାବିରେ ଚାଷୀ ନେତା ଅକ୍ଷୟ କୁମାରଙ୍କ ଅନଶନକୁ ସମର୍ଥନ କରି ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଗଣଧାରଣାରେ ବସିଛନ୍ତି। 

ରାସ୍ତା ନିର୍ମାଣ ଦାବିରେ ବିଶାଳ ଗଣଧାରଣା

ରାସ୍ତା ନିର୍ମାଣ ଦାବିରେ ବିଶାଳ ଗଣଧାରଣା

ଯାଜପୁର ଅଫିସ, ୧୦।୧୨: ଯାଜପୁର ଜିଲା ଚଣ୍ଡିଖୋଲରୁ ସୁକିନ୍ଦା ୫୩ ନମ୍ବର ଜାତୀୟ ରାଜପଥକୁ ୪ ଥାକିଆ ରାସ୍ତା ନିର୍ମାଣ ଦାବିରେ ସୋମବାର ବ୍ରାହ୍ମଣୀ ବ୍ରିଜ ନିକଟରେ ବିଶାଳ ଗଣଧାରଣା ଦିଆଯାଇଛି।

ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ

ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ

ଯାଜପୁର ଅଫିସ/ଛତିଆ, ୧୦।୧୨: ୧୬ ନମ୍ବର ଜାତୀୟ ରାଜପଥର ଛତିଆ  ପେଟ୍ରୋଲ ପମ୍ପ ନିକଟରେ ସୋମବାର ସକାଳ ୭ଟା ସମୟରେ ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଦୁଇ ଗୁରୁତର ଭାବେ ଆହତ ହୋଇଛନ୍ତି। 

ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ : କେରଳ ପୋଲିସ ଟିମ୍‌ ଚାମ୍ପିୟନ

ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ : କେରଳ ପୋଲିସ ଟିମ୍‌ ଚାମ୍ପିୟନ

ନୟାଗଡ଼ ଅଫିସ,୧୦ା୧୨- ଶେଷରେ କେରଳ ପୋଲିସ ଟିମ୍‌ ହୋଇଛି ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ନୟାଗଡ଼ କପ୍‌ ୨୦୧୮ର ଚାମ୍ପିୟନ୍‌। ୭ଟି ଦଳକୁ ପଛରେ ପକାଇ ଏହି ଟିମ୍‌ ହାସଲ କରିଛି ଚାମ୍ପିୟନ୍‌ ଟ୍ରଫି। ଅନ୍ୟପକ୍ଷରେ ସାଇ ହଷ୍ଟେଲ କଟକ ଦଳ ରନର୍ସଅପରେ ସନ୍ତୁଷ୍ଟ ହୋଇଛି। 

ସଡ଼କ ଦୁର୍ଘଟଣାରେ ୪ ବାଳକ ଗୁରୁତର

ସଡ଼କ ଦୁର୍ଘଟଣାରେ ୪ ବାଳକ ଗୁରୁତର

ଭାପୁର,୧୦ା୧୨(ଡି.ଏନ୍‌.ଏ.)- ଫତେଗଡ ଥାନା ଚକ୍ରଧରପ୍ରସାଦ ପଞ୍ଚାୟତର ୪ଜଣ ନାବାଳକ ରବିବାର ବାଇକ୍‌ ଯୋଗେ ସାଇମନ୍ଦିର ଦର୍ଶନ ପାଇଁ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଆହତ ହୋଇଛନ୍ତି।