ରାଜ୍ୟ | ସମ୍ବଲପୁର

କଳା ତାଲିକାଭୁକ୍ତ ହେବ ସୁରକ୍ଷା ସଂସ୍ଥା: ପୀଡିତା ପରିବାରକୁ ଭେଟିଲେ ବିଭିନ୍ନ ଅନୁଷ୍ଠାନ

କଳା ତାଲିକାଭୁକ୍ତ ହେବ ସୁରକ୍ଷା ସଂସ୍ଥା: ପୀଡିତା ପରିବାରକୁ ଭେଟିଲେ ବିଭିନ୍ନ ଅନୁଷ୍ଠାନ

ସମ୍ବଲପୁର, ୨୮।୧୨(ବ୍ୟୁରୋ)-୩ ବର୍ଷର ଶିଶୁ କନ୍ୟା ବଳତ୍କାର ଘଟଣା ପରେ ଜିଲାପାଳ ସମର୍ଥ ବର୍ମାଙ୍କୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଛି। ଜିଲାପାଳ ଉଦ୍‌ବେଗ ପ୍ରକାଶ କରି କହିଛନ୍ତି ଯେ, ଅଭିଯୋଗକୁ ଭିତ୍ତି କରି ଜଣେ ସୁରକ୍ଷା କର୍ମୀଙ୍କୁ ଅଟକ ରଖାଯାଇଛି। ସୁରକ୍ଷା ସଂସ୍ଥାର କାଗଜପତ୍ର ସଂପୂର୍ଣ୍ଣ ଯାଞ୍ଚ କରାଯିବ। ଏହାପରେ ନିୟମାନୁସାରେ କାର୍ଯ୍ୟରତ ସୁରକ୍ଷା ସଂସ୍ଥାକୁ କଳାତାଲିକା ଭୁକ୍ତ କରାଯିବ।
ଘଟଣା ପ୍ରଚାର ହେବା ପରେ ପୀଡିତା ପରିବାରକୁ ବୁଧବାର ବିଭିନ୍ନ ଅନୁଷ୍ଠାନ ଓ ଦଳର କର୍ମକର୍ତ୍ତା ଭେଟି ସମବେଦନା ଜଣାଇଛନ୍ତି। ଜିଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ରାମେଶ୍ୱର ପାଢ଼ୀ, ସଭ୍ୟ ସୂର୍ଯ୍ୟ ପାଣିଗ୍ରାହୀ ପରିବାରକୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାପରେ ସେମାନେ ଟାଉନ ଥାନା ଅଧିକାରୀ ଏବଂ ଚାଇଲ୍ଡଲାଇନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।

All Right Reserved By

ରାଜ୍ୟ | ସମ୍ବଲପୁର

ଅକ୍ଟୋବର ୨ରୁ ବ୍ୟାନ୍‌ ହେବ ପଲିଥିନ, ପ୍ଲାଷ୍ଟିକ: ସେପ୍ଟେମ୍ବର ୧୫ ସୁଦ୍ଧା ଷ୍ଟକ ଖାଲି କରିବାକୁ ନିର୍ଦ୍ଦେଶ

ଅକ୍ଟୋବର ୨ରୁ ବ୍ୟାନ୍‌ ହେବ ପଲିଥିନ, ପ୍ଲାଷ୍ଟିକ: ସେପ୍ଟେମ୍ବର ୧୫ ସୁଦ୍ଧା ଷ୍ଟକ ଖାଲି କରିବାକୁ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୨୦ା୭-ରାଜ୍ୟରେ ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ପରିବେଶକୁ ପ୍ରଦୂଷିତ କରୁଥିବା ପ୍ଲାଷ୍ଟିକ ଓ ପଲିଥିନକୁ ଆସନ୍ତା ଅକ୍ଟୋବର ୨ତାରିଖରୁ ସମଗ୍ର ରାଜ୍ୟରେ ବ୍ୟାନ କରାଯିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ସହରରେ ଅକ୍ଟୋବର ୨ତାରିଖରୁ ପଲିଥିନ ଓ ପ୍ଲାଷ୍ଟିକ ବ୍ୟାନ କରାଯିବାକୁ ନିଷ୍ପତ୍ତି ହୋଇଛି। ସହରରେ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ବିକ୍ରି କରୁଥିବା ହୋଲ୍‌ସେଲର, ରିଟେଲରମାନଙ୍କୁ ନେଇ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବ୍ୟାଙ୍କକ୍‌କୁ ଏୟାର ଇଣ୍ଡିଆର ବିମାନସେବା ବନ୍ଦ ପ୍ରସଙ୍ଗ: ପ୍ରଭାବିତ ହେବ ପର୍ଯ୍ୟଟନ ଶିଳ୍ପ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନସେବା ବନ୍ଦହେବା ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଓଡ଼ିଶା ହୋଟେଲ ଆଣ୍ଡ ରେଷ୍ଟୁର଼୍ୟାଣ୍ଟ ଆସୋସିଏଶନ ଅଫ୍‌ ଓଡ଼ିଶା(ଏଚ୍‌ଆର୍‌ଏଓ)।

୨୬ରେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ ଉତ୍ସବ

ଭୁବନେଶ୍ୱର,୨୦।୭(ବ୍ୟୁରୋ)- ଆସନ୍ତା ୨୬ତାରିଖ ଗୁରୁବାର ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୮ ମସିହା ନିମନ୍ତେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ ଏବଂ ସାରସ୍ବତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ।

ଫିଲ୍ମ ଫ୍ରାଇଡେ’: ପରଦାକୁ ଆସିବ ‘ଧଡକ୍‌’

ଫିଲ୍ମ ଫ୍ରାଇଡେ’: ପରଦାକୁ ଆସିବ ‘ଧଡକ୍‌’

ଭୁବନେଶ୍ୱର,୨୦।୭(ବ୍ୟୁରୋ)- ଗତ ସପ୍ତାହରେ ‘ସୁର୍‌ମା’ ରିଲିଜ ପରେ ଚଳିତ ସପ୍ତାହ ଫିଲ୍ମ ଫ୍ରାଇଡେ’ରେ ରିଲିଜ ହେବାକୁ ଯାଉଛି ହିନ୍ଦୀ ଫିଲ୍ମ ‘ଧଡକ୍‌’। ଏହାସହ ଏଥର ଦୁଇ ଦୁଇଟି ଆମେରିକାନ୍‌ ଫିଲ୍ମ ‘ହୋଟେଲ ଟ୍ରାନ୍ସିଲ୍‌ଭାନିଆ ୩: ଏ ମନ୍‌ଷ୍ଟର ଭ୍ୟାକେସନ୍‌’ ଏବଂ ‘ସ୍କାଏସ୍କ୍ରାପର୍‌’ ମଧ୍ୟ ପରଦାକୁ ଆସୁଛି।

ପୋଷ୍ୟରେ ଦିଆଗଲା ୯୨ ସ୍କୁଲ

ପୋଷ୍ୟରେ ଦିଆଗଲା ୯୨ ସ୍କୁଲ

ବ୍ରହ୍ମପୁର ଅଫିସ୍‌,୨୦ା୭: ବ୍ରହ୍ମପୁର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୁରୁବାର ‘ଆମ ସ୍କୁଲ’ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ବିଏମ୍‌ସି କମିଶନର୍‌ ଚକ୍ରବର୍ତ୍ତୀ ସିଂ ରାଠୋର, ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ପୁରାତନ ଛାତ୍ର ଏବଂ ବିଭିନ୍ନ ସଂଗଠନ ତରଫରୁ ସହାୟତା ଗ୍ରହଣ କରିବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଏହି କ୍ରମରେ ସହରର ୯୨ ସ୍କୁଲକୁ ୬ଟି କ୍ଲଷ୍ଟର୍‌ରେ ଭାଗ କରାଯାଇଛି। ସୁବୁଦ୍ଧିଦେବୀ କ୍ଲଷ୍ଟର୍‌ରେ ୧୩ ସ୍କୁଲ ରହିଥିବା ବେଳେ ଚାଚା ନେହେରୁ କ୍ଲଷ୍ଟର୍‌ରେ ୧୭, କରଣସାହି କ୍ଲଷ୍ଟର୍‌ରେ ୧୫, ଆଙ୍କୁଲି କ୍ଲଷ୍ଟର୍‌ରେ ୧୭, ଉତ୍କଳମଣି କ୍ଲଷ୍ଟର୍‌ରେ ୧୫ ଏବଂ ଗୋଇଲୁଣ୍ଡି କ୍ଲଷ୍ଟର୍‌ରେ ୧୫ ସ୍କୁଲ ରହିଛି।

ଓଡ଼ିଆ କାରିଗର ତେଲେଙ୍ଗାନାର ଶ୍ରେଷ୍ଠ ପ୍ରସ୍ତର ଶିଳ୍ପୀ

ଓଡ଼ିଆ କାରିଗର ତେଲେଙ୍ଗାନାର ଶ୍ରେଷ୍ଠ ପ୍ରସ୍ତର ଶିଳ୍ପୀ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଶାର ଖ୍ୟାତନାମା ଯୁବ ପ୍ରସ୍ତର ଶିଳ୍ପୀ ସୁଶୀଲ କୁମାର ମହାରଣାଙ୍କୁ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

୫ଟି ପ୍ରଶ୍ନ: ସେ ଲୋକଟିର ବିକଳ ଚିତ୍କାର ଏବେ ବି ମନେପଡ଼େ

୫ଟି ପ୍ରଶ୍ନ: ସେ ଲୋକଟିର ବିକଳ ଚିତ୍କାର ଏବେ ବି ମନେପଡ଼େ

ଅଧ୍ୟାପିକା ଭାବେ ଆରମ୍ଭ କରିଥିଲେ ବୃତ୍ତିଗତ ଜୀବନ। ହେଲେ ସେବା ମନବୃତ୍ତି ତାଙ୍କୁ ଟାଣିଆଣିଛି ପ୍ରଶାସନିକ କ୍ଷେତ୍ରକୁ। କେବଳ ଏତିକି ନୁହେଁ, ଆଇନଶୃଙ୍ଖଳା ପରିସ୍ଥିତିକୁ ଅତି ସହଜରେ ସମ୍ଭାଳିବାରେ ମଧ୍ୟ ସେ ଧୁରୀଣା।

୨୪ରେ ଅଧରପଣା: ପ୍ରସ୍ତୁତ ହୋଇଗଲାଣି ଅଧରହାଣ୍ଡି

୨୪ରେ ଅଧରପଣା: ପ୍ରସ୍ତୁତ ହୋଇଗଲାଣି ଅଧରହାଣ୍ଡି

ପୁରୀ ଅଫିସ,୧୯ା୭: ଶ୍ରୀପୁରୁଷୋତ୍ତମ କ୍ଷେତ୍ର ପରମବ୍ରହ୍ମ ପରମାତ୍ମା ଶ୍ରୀଜଗନ୍ନାଥଙ୍କ ନିତ୍ୟ ଲୀଳାସ୍ଥଳ। ଶ୍ରୀମନ୍ଦିରରେ ବିରାଜମାନ କରି ମହାପ୍ରଭୁ ଭକ୍ତମାନଙ୍କ ସହିତ ବିଭିନ୍ନ ଉତ୍ସବରେ ଲୀଳାଖେଳା କରିଥାନ୍ତି।

ଜିଓର ମନସୁନ ହଙ୍ଗାମା ଅଫର

ଜିଓର ମନସୁନ ହଙ୍ଗାମା ଅଫର

ନୂଆଦିଲ୍ଲୀ, ୧୯-୭(ପି.ଟି): ମୁକେଶ ଅମ୍ବାନୀଙ୍କ ଅଧିକୃତ କମ୍ପାନୀ ରିଲାଏନ୍ସ ଜିଓର ମନସୁନ ହଙ୍ଗାମା ଅଫର ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଏହା ଦ୍ୱାରା ଗ୍ରାହକମାନେ ଜିଓ ଫୋନ ଉପରେ ଅଫର ଲାଭ କରି ପାରିବେ।

ସ୍କୁଲ ଫେରନ୍ତା ଛାତ୍ରୀଛାତ୍ରଙ୍କ ଉପରେ ଟ୍ରକ ମାଡ଼ିଗଲା:୪ ମୃତ, ୫ ଗୁରୁତର

ସ୍କୁଲ ଫେରନ୍ତା ଛାତ୍ରୀଛାତ୍ରଙ୍କ ଉପରେ ଟ୍ରକ ମାଡ଼ିଗଲା:୪ ମୃତ, ୫ ଗୁରୁତର

ଭଦ୍ରକ ଅଫିସ,୧୯।୭-ସ୍କୁଲ ଛୁଟି ପରେ ସାଇକେଲରେ ଘରକୁ ଫେରୁଥିବା ୯ଜଣ ଛାତ୍ରୀଛାତ୍ରଙ୍କ ଉପରେ ଏକ ୧୦ଚକିଆ ଟ୍ରକ ମାଡ଼ିଯିବାରୁ ୪ଜଣ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୫ଜଣ ଛାତ୍ରୀଛାତ୍ର ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଭଦ୍ରକ ସହର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ରାହାଞ୍ଜ ଛକରେ ଗୁରୁବାର ଅପରାହ୍ନରେ ଘଟିଛି। ସାରା ସହର ଏଥିରେ ସ୍ତବ୍ଧ ହୋଇଯାଇଛି।

କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟିରେ କୋର ବ୍ୟାଙ୍କିଙ୍ଗ

କେନ୍ଦ୍ରାପଡା ଅଫିସ, ୧୯ା୭- କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟି ଲିମିଟେଡ ସଦସ୍ୟଙ୍କ ପାଇଁ କୋର ବ୍ୟାଙ୍କିଙ୍ଗ ସିଷ୍ଟମ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହା କେନ୍ଦ୍ରାପଡାସ୍ଥ ମୁଖ୍ୟ କାର୍ଯ୍ୟାଳୟ ସମେତ ଯାଜପୁର, କଟକ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡା ଜିଲାର ୧୭ଟି ଶାଖାରେ କାର୍ଯ୍ୟକାରୀ ହେବ।

ଗ୍ୟାଙ୍ଗଷ୍ଟର ଟିଟୋ ଗିରଫ ମାମଲା: କ୍ରାଇମବ୍ରାଞ୍ଚର ଚଢ଼ାଉ ଜାରି

କେନ୍ଦ୍ରାପଡା ଅଫିସ, ୧୯ା୭: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ୍‌ ଅଲ୍ଲୀଙ୍କୁ ଗତ ଜୁନ ୩୦ ତାରିଖରେ ଗିରଫ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଜିଲା ଓ ବାହର ଜିଲାରେ ଚଢ଼ାଉ ଜାରି ରହିଛି। ଏହି କ୍ରମରେ ବୁଧବାର ସନ୍ଧ୍ୟାରେ ଜିଲା ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ଆଳି ଓ ସହରର ଦିହୁରିଆ ରାସ୍ତାରେ ୪ ଚକିଆ ଯାନ ତନଖି କରାଯାଇଥିଲା।

Model This Week

ରୂପେଶ