ଉପକୂଳ ଓଡିଶା

ମୁଗୁପାଳରୁ ଧଳା ପେଚା ଉଦ୍ଧାର

ମୁଗୁପାଳରୁ ଧଳା ପେଚା ଉଦ୍ଧାର
ରସୁଲପୁର,୨୭।୧୨(ଡିଏନଏ)- ରସୁଲପୁର ବ୍ଲକ ଅନ୍ତର୍ଗତ ମୁଗୁପାଳ ପଞ୍ଚାୟତର ଲେଙ୍କା ସାହିରୁ ଏକ ବିରଳ ପ୍ରଜାତିର ଧଳା ପେଚା ମଙ୍ଗଳବାର ଉଦ୍ଧାର ହୋଇଛି । ଅଜିତ ଲେଙ୍କାଙ୍କ ବାଡିରେ ପେଚାଟିକୁ ୩ଟି କାଉ ଆକ୍ରମଣ କରିଥିଲେ। ପେଚାଟି ସେମାନଙ୍କ ଆକ୍ରମଣରୁ ରକ୍ଷା ପାଇବା ସକାଶେ ଅଜିତ୍‌ଙ୍କ ନିକଟକୁ ଚାଲି ଆସିଥିଲା। ଫଳରେ ସେ ତାକୁ ଉଦ୍ଧାର କରି ଘରେ ରଖିଛନ୍ତି। ଦୁଇ ଦିନ ହେଲା ପେଚାଟି ଖାଦ୍ୟ ଗ୍ରହଣ କରୁନାହିଁ। ପେଚାର ଜୀବନ ବିପଦରେ ରହିଛି । ଏ ସମ୍ପର୍କରେ ବନ ବିଭାଗକୁ ଖବର ଦିଆଯାଇଥିଲେ ବିଭାଗ ପକ୍ଷରୁ କୌଣସି କର୍ମଚାରୀ ଘଟଣାସ୍ଥଳରେ ପହଁଚି ନାହାଁନ୍ତି । ଆହତ ପେଚାକୁ ତୁରନ୍ତ ଉଦ୍ଧାର କରାଯାଇ ତାର ଚିକିତ୍ସା କରାଯିବା ପରେ ଜଙ୍ଗଲରେ ଛାଡି ଦିଆଯିବାକୁ ସାଧାରଣରେ ଦାବି ହେଉଛି।
All Right Reserved By

ଉପକୂଳ ଓଡିଶା

ବାର୍ଡ ଫ୍ଲୁ: ମଧ୍ୟାହ୍ନ ଭୋଜନରୁ ଅଣ୍ଡା ବାଦ : ସମସ୍ତ ଫାର୍ମରୁ କୁକୁଡ଼ା ମାରିବା ପାଇଁ ନିର୍ଦ୍ଦେଶ

ବାର୍ଡ ଫ୍ଲୁ: ମଧ୍ୟାହ୍ନ ଭୋଜନରୁ ଅଣ୍ଡା ବାଦ : ସମସ୍ତ ଫାର୍ମରୁ କୁକୁଡ଼ା ମାରିବା ପାଇଁ ନିର୍ଦ୍ଦେଶ

କୃଷ୍ଣପ୍ରସାଦ,୧୩ା୧୨(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ୍‌ରେ ଗତ ୧ ସପ୍ତାହ ମଧ୍ୟରେ ଶହ ଶହ କୁକୁଡ଼ା ମରିପଡ଼ିଥିବା ଦେଖାଯାଇଛି। ‘ଧରିିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ କୁକୁଡ଼ା ରକ୍ତ ନମୁନା ପରୀକ୍ଷା  କରିବା  ପରେ ବାର୍ଡ ଫ୍ଲୁ’ପଜିଟିଭ୍‌ ସୂଚନା ମିଳିଛି। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ବିଶେଷ ସତର୍କତା ଅବଲମ୍ବନ କରାଯାଇଛି। ବ୍ଲକର ମାଲୁଦ, ପଥରଗଞ୍ଜ ଓ ସାନସାହିରେ ଥିବା କୁକୁଡ଼ା ଫାର୍ମରୁ ନମୁନା ସଂଗ୍ରହ କରାଯାଇଥିଲା। 

ପିଠା ଯୋଜନା କାର୍ଯ୍ୟକାରିତା ପ୍ରସ୍ତୁତି ବୈଠକ

ପିଠା ଯୋଜନା କାର୍ଯ୍ୟକାରିତା ପ୍ରସ୍ତୁତି ବୈଠକ

ମାର୍ଶାଘାଇ, ୧୩।୧୨ (ଡି.ଏନ୍‌.ଏ.)- ମାର୍ଶାଘାଇ ବ୍ଲକ ସମ୍ମଳନୀ କକ୍ଷରେ ରାଜ୍ୟ ସରକାରଙ୍କ ପିଠା ଯୋଜନାର କାର୍ଯ୍ୟକାରିତା ନିମନ୍ତେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। 

ଆଶ୍ରୟସ୍ଥଳ ରକ୍ଷଣାବେକ୍ଷଣ ସମ୍ପର୍କିତ ସଚେତନତା

ଆଶ୍ରୟସ୍ଥଳ ରକ୍ଷଣାବେକ୍ଷଣ ସମ୍ପର୍କିତ ସଚେତନତା

ମହାକାଳପଡ଼ା, ୧୩।୧୨ (ଡି.ଏନ୍‌.ଏ.)- ମହାକାଳପଡ଼ା ବ୍ଲକ ମହାକାଳପଡ଼ା ପଞ୍ଚାୟତସ୍ଥିତ ଜଅଁରା ଗ୍ରାମସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳଠାରେ ଆଶ୍ରୟସ୍ଥଳ ରକ୍ଷଣାବେକ୍ଷଣ ସମ୍ପର୍କିତ ପଥପ୍ରାନ୍ତ ନାଟକ କଳାଯାଥା ଗୁରୁବାର ଅନୁଷ୍ଠିତ ହୋଇଥିଲା। 

ବସ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ବସ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ଯାଜପୁର ଅଫିସ, ୧୩।୧୨: ଯାଜପୁର ଜିଲା ୨୦ ନମ୍ବର ଜାତୀୟ ରାଜପଥର ଜହ୍ନାଛକ ନିକଟରେ ଗୁରବାର ଅପରାହ୍ନ ୧ଟା ସମୟରେ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। 

ଛେଳି ଚୋରକୁ କାବୁ କରି ନିର୍ଧୁମ ଛେଚିଲେ ଗ୍ରାମବାସୀ

ଛେଳି ଚୋରକୁ କାବୁ କରି ନିର୍ଧୁମ ଛେଚିଲେ ଗ୍ରାମବାସୀ

ନିଶ୍ଚିନ୍ତକୋଇଲି,୧୩।୧୨(ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ଥାନା ଅଧୀନ ବୁହାଳ ଗ୍ରାମରେ ବୁଧବାର ଛେଳି ଚୋରି କରିବାକୁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ଗ୍ରାମବାସୀ କାବୁ କରିଥିଲେ। ପରେ ତାଙ୍କୁ ଏକ ଆମ୍ବ ଗଛରେ ବାନ୍ଧି ମାଡ଼ ମାରିଥିବା ଜଣାପଡ଼ିଛି। ଯୁବକଜଣଙ୍କ ହେଲେ କେନ୍ଦ୍ରାପଡ଼ାର ମିଟୁ ଦାସ(୨୮)। ବୁଧବାର ସକାଳେ ମିଟୁଙ୍କୁ ଥାନାକୁ ହସ୍ତାନ୍ତର କରାଯାଇଛି।

ରାଜନଗରରେ ଗଡ଼ିଲା ନିଯୁକ୍ତି ରଥ

ରାଜନଗରରେ ଗଡ଼ିଲା ନିଯୁକ୍ତି ରଥ

ରାଜନଗର,୧୩।୧୨(ଡି.ଏନ୍‌.ଏ.): ରାଜନଗର ବ୍ଲକରେ ଆସନ୍ତା ୧୫ ତାରିଖ ଶନିବାର ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଏଥିରେ ଅଞ୍ଚଳର ବେକାରୀ ଯୁବତୀଯୁବକ ଅଂଶଗ୍ରହଣ କରି ବିଭିନ୍ନ ରାଷ୍ଟ୍ରାୟତ୍ତ କମ୍ପାନୀରେ ଯୋଗଦେଇପାରିବେ।

ଟ୍ରାନ୍ସଫର୍ମର ଫାଟି ୩ ଗୁରୁତର

ଟ୍ରାନ୍ସଫର୍ମର ଫାଟି ୩ ଗୁରୁତର

ଯାଜପୁର ଅଫିସ, ୧୩।୧୨: ଯାଜପୁର ରୋଡ ଦଳାଛକସ୍ଥିତ ଏକ ୩୩ କେଭି ଟ୍ରାନ୍ସଫର୍ମର ଗୁରୁବାର ପୂର୍ବାହ୍ନ ୯ଟାରେ ଫାଟିଯିବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ବରିଷ୍ଠ ନାଗରିକଙ୍କୁ କମ୍ବଳ ବଣ୍ଟନ

ବରିଷ୍ଠ ନାଗରିକଙ୍କୁ କମ୍ବଳ ବଣ୍ଟନ

ବୋଲଗଡ଼,୧୩ା୧୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥ ଦେଉଳିଠାରେ ବୁଧବାର ୧୦୫ ବରିଷ୍ଠ ନାଗରିକଙ୍କୁ କ୍ଲବ ରେଡ୍‌ରୋଜ୍‌ ସୌଜନ୍ୟରୁ କମ୍ବଳ ବଣ୍ଟନ କରାଯାଇଛି।

ରାସ୍ତା ଅବସ୍ଥା ଶୋଚନୀୟ, ମରାମତି ଦାବି

ରାସ୍ତା ଅବସ୍ଥା ଶୋଚନୀୟ, ମରାମତି ଦାବି

ବୋଲଗଡ଼,୧୩ା୧୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ଅସରଳା ଦଳ ପଞ୍ଚାୟତସ୍ଥ ପୁଆଣିଆ ଗ୍ରାମର ଦାସସାହିକୁ ପ୍ରବେଶ କରିଥିବା ରାସ୍ତାଟି ଶୋଚନୀୟ ହୋଇପଡିଛି । ସାହି ମୁଣ୍ଡରେ ଥିବା ଡ୍ରେନ ଉପରେ ସମ୍ପୂର୍ଣ୍ଣ ଢାଙ୍କୁଣି ବ୍ୟବସ୍ଥା ନାହଁି। 

ଛାତ୍ରୀମାନଙ୍କ ଆମତ୍ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଛାତ୍ରୀମାନଙ୍କ ଆମତ୍ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ରଣପୁର,୧୩ା୧୨(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ବ୍ଲକ ମୟୁରଝାଲିଆ ପଞ୍ଚାୟତସ୍ଥ ଅର୍ଜ୍ଜୁନ ରାଉତ ସ୍ମାରକୀ ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀମାନଙ୍କ ପାଇଁ ଆମତ୍ସୁରକ୍ଷା ତାଲିମ ଶିବିର ବୁଧବାର ଉଦ୍‌ଯାପିତ ହୋଇଯାଇଛି।

୧୪ରୁ ଧନୁପୂଜା ମହୋତ୍ସବ,ଲାଖବିନ୍ଧା ପ୍ରତିଯୋଗିତା

୧୪ରୁ ଧନୁପୂଜା ମହୋତ୍ସବ,ଲାଖବିନ୍ଧା ପ୍ରତିଯୋଗିତା

ଖଣ୍ଡପଡ଼ା,୧୩ା୧୨(ସ୍ବ.ପ୍ର.)-ଶ୍ରୀନୀଳମାଧବ ଜୀଉଙ୍କ ଆଦ୍ୟ ସେବକ ଶବର ରାଜା ବିଶ୍ୱାବସୁଙ୍କ ଗଡ଼ ଭାବେ ଭାପୁର ବ୍ଲକ୍‌ ଅନ୍ତର୍ଗତ କାଳିଆପଲ୍ଲୀ ଗ୍ରାମ ପରିଚିତ। ଧାନଚେଙ୍ଗଡ଼ା ପଞ୍ଚାୟତସ୍ଥ ଏହି ଗ୍ରାମରେ ପ୍ରତିବର୍ଷ ଧନୁ ସଂକ୍ରାନ୍ତିରେ ଧନୁପୂଜା ମହୋତ୍ସବ ପାଳନ କରାଯାଉଛି। 

ମରି ପଡ଼ୁଛନ୍ତି କାଉ, କୁକୁଡା : ରକ୍ତ ନମୁନା ସଂଗ୍ରହ

ମରି ପଡ଼ୁଛନ୍ତି କାଉ, କୁକୁଡା : ରକ୍ତ ନମୁନା ସଂଗ୍ରହ

କୃଷ୍ଣପ୍ରସାଦ,୧୨ା୧୨(ଡି.ଏନ.ଏ.)-କୃଷ୍ଣପ୍ରସାଦ ବ୍ଲକ୍‌ରେ ବର୍ତ୍ତମାନ ଶହ ଶହ କାଉ ଓ କୁକୁଡ଼ାଙ୍କ ମୃତ୍ୟୁ ଘଟୁଥିବା ଜଣାପଡ଼ିଛି। ଏକ ସପ୍ତାହ ଧରି ଏଠାରେ କୁକୁଡାଗୁଡ଼ିକ ମରି ପଡ଼ୁଥିବା ଯୋଗୁ ବ୍ୟବସାୟୀମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି।