ମନୋରଞ୍ଜନ |

ଫକୀର ବାବାଙ୍କଠାରୁ ଗୀତ ଶିଖିଥିଲେ ରଫି

ଫକୀର ବାବାଙ୍କଠାରୁ ଗୀତ ଶିଖିଥିଲେ ରଫି
ବମ୍ବେ,୨୮।୮:ଖ୍ୟାତି ସମ୍ପନ୍ନ ଗାୟକ ମହମ୍ମଦ୍‌ ରଫିଙ୍କ ଗୀତ ହୃଦୟକୁ ଛୁଇଁ ଯାଇଥାଏ। ତାଙ୍କ ଗୀତରେ ଥିବା ହୃଦୟସ୍ପର୍ଶୀ ସ୍ବର ପ୍ରତଟି ସଙ୍ଗୀତ ପ୍ରେମୀଙ୍କୁ ଆଲୋଡିତ କରିଥାଏ। ବିଶ୍ୱ ବିଖ୍ୟାତ ହୋଇଥିବା ମହମ୍ମଦ ରଫିଙ୍କ ଜୀବନ କାହାଣୀ ଥିଲା ଅତି ସାଧାରଣ। ତାଙ୍କୁ ପ୍ରଥମ ସଙ୍ଗୀତ ଶିକ୍ଷା ଜଣେ ମୁସଲମାନ ଫକୀର ଦେଇଥିଲେ। ସେ ଅଜଣା ଫକୀର ବାବା ଜଣକ ପ୍ରତିଦିନ ଭିକ୍ଷା ମାଗିବାକୁ ରଫିଙ୍କ ଘର ପାଖକୁ ଆସୁଥିଲେ। ରଫି ତାଙ୍କୁ ଅପେକ୍ଷା କରି ରହୁଥିଲେ। ଫକୀର ବାବାଙ୍କ ଭକ୍ତି ଗୀତକୁ ସେ ମନଧ୍ୟାନ ଦେଇ ଶୁଣୁଥିଲେ। ଦିନେ ଦିନେ ଫକୀର ବାବା ଆସନ୍ତି ନାହିଁ ସେଦିନ ରଫିଙ୍କ ମନ ଭାରି ଦୁଃଖ ହୁଏ। ଫକୀର ବାବା ଜଣକ ରଫି ଭାଇଙ୍କର ସେଲୁନ୍‌ ନିକଟରେ ଅଧିକ ସମୟ ଗୀତ ଗାଇଥାନ୍ତି। ତେଣୁ ଧିରେ ଧିରେ ରଫି ସେଲୁନଠାରେ ଫକୀର ବାବାଙ୍କୁ ଅପେକ୍ଷା କରିବା ଆରମ୍ଭ କଲେ। ଫକୀର ବାବାଙ୍କ ପଛେ ପଛେ ଗୀତ ଶୁଣି ଶୁଣି ଭାବବିହ୍ବୋଳ ଭାବେ ରଫି ଯିବାକୁ ଲାଗିଲେ। ଏହାପରେ ଫକୀର ବାବା ତାଙ୍କୁ ନିଜ ସହିତ ଗୀତ ଗାଇବାକୁ କହିଲେ। ରଫି ଫକୀର ବାବାଙ୍କ ସ୍ବର ସର ସ୍ବର ମିଳାଇ ଗୀତ ଗାଇବା ଆରମ୍ଭ କଲେ। ରଫିଙ୍କ ଗୀତ ଶୁଣି ବାବା ତାଙ୍କୁ ଆଶିର୍ବାଦ ଦେଇ କହିଲେ, ତୁ ନିଶ୍ଚୟ ଦିନେ ଜଣେ ବଡ ଗାୟକ ହେବୁ। ଏହାପରେ ଫକୀର ବାବାଙ୍କ ଦେଖା ମିଳି ନ ଥିଲା। ରଫି ପ୍ରତିଟି ଗୀତରେ ନିଜକୁ ହଜାଇ ଦେଲେ। ତାଙ୍କ କଣ୍ଠରେ ଫୁଟି ଉଠିଲା ସଙ୍ଗୀତର ଅନନ୍ୟ ମୂର୍ଚ୍ଛନା। ରଫି ନିଜ ଜୀବନର ଏହି ସତ୍ୟ ସମ୍ପର୍କରେ ଏକ ସାକ୍ଷାତ୍‌କାରରେ ପ୍ରକାଶ କରିଥିଲେ। ଅଜଣା ଫକୀର ବାବା ଯୋଗୁ ସେ ସଙ୍ଗୀତ ଦୁନିଆରେ ପ୍ରସିଦ୍ଧି ହାସଲ କରିଥିବା କହିଥିଲେ।
All Right Reserved By

ମନୋରଞ୍ଜନ |

ଭାଇରାଲ ହେଉଛି ସାରା-କାର୍ତ୍ତିକଙ୍କ ଭିଡିଓ

ଭାଇରାଲ ହେଉଛି ସାରା-କାର୍ତ୍ତିକଙ୍କ ଭିଡିଓ

ମୁମ୍ବାଇ: ବଲିଉଡ୍‌ ନାୟିକା ସାରା ଅଲି ଖାଁ ଓ କାର୍ତ୍ତିକ ଆର୍ୟନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସାରା ଖୁବ୍‌ ଜୋରରେ କାର୍ତ୍ତିକଙ୍କ ନାଁ ନେଇ ମଜା କରୁଥିବାର ଦେଖାଯାଇଛି।

ଖୁବଶୀଘ୍ର ରିଲିଜ୍‌ ହେବ ‘ଭାରତ’ର ଟ୍ରେଲର

ଖୁବଶୀଘ୍ର ରିଲିଜ୍‌ ହେବ ‘ଭାରତ’ର ଟ୍ରେଲର

ମୁମ୍ବାଇ: ବଲିଉଡ୍‌ ଭାଇଜାନ ସଲମାନ ଖାଁ ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଭାରତ’ର ରିଲିଜକୁ ନେଇ ଦର୍ଶକେ ଖୁବ୍‌ ଉତ୍ସାହିତ ଅଛନ୍ତି। ହେଲେ ଏହାର ଟ୍ରେଲର କେବେ ରିଲିଜ୍‌ ହେବ ତାହା ଏପର୍ଯ୍ୟନ୍ତ ଜଣାପଡି ନ ଥିବା ବେଳେ ଫିଲ୍ମର ନିର୍ଦ୍ଦେଶକ ଅଲ୍ଲି ଅବ୍ବାସ ଜାଫର ଏ ସମ୍ପର୍କରେ ସାମାନ୍ୟ ସୂଚନା ଦେଇଛନ୍ତି।

ଆଇଟମ୍‌ ଗୀତ ଜରିଆରେ ବଲିଉଡରେ ଲୋକପ୍ରିୟତା ହାସଲ କରିଥିଲେ ଏହିସବୁ ବିଦେଶିନୀ କଳାକାର

ଆଇଟମ୍‌ ଗୀତ ଜରିଆରେ ବଲିଉଡରେ ଲୋକପ୍ରିୟତା ହାସଲ କରିଥିଲେ ଏହିସବୁ ବିଦେଶିନୀ କଳାକାର

ବଲିଉଡରେ ଆଇଟମ ଗୀତରୁ କିଛି ବିଦେଶୀ କଳାକାରମାନେ କ୍ୟାରିଅର ଆରମ୍ଭ କରିବାର ନଜିର ରହିଛି।

ନୂଆ ଲୁକ୍‌ରେ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କଲେ ଏହି ଅଭିନେତ୍ରୀ

ନୂଆ ଲୁକ୍‌ରେ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କଲେ ଏହି ଅଭିନେତ୍ରୀ

ମୁମ୍ବାଇ: ‘ପଦ୍ମାବତ୍‌’ ଫେମ୍‌ ଦୀପିକା ପାଦୁକୋନ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ତିଆରି କରିଛନ୍ତି ଏକ ସ୍ବତନ୍ତ୍ର ସ୍ଥାନ। ଏହି ବଲିଉଡ୍‌ ବିୟୁଟିଙ୍କର ନିକଟରେ ଆସିଥିବା ଏକ ଲୁକ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଚର୍ଚ୍ଚାରେ ସପ୍ନା ଚୌଧୁରୀ

ଚର୍ଚ୍ଚାରେ ସପ୍ନା ଚୌଧୁରୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟ ରାଜ ବବର ହରିୟାଣାର ଗାୟିକା ତଥା ନୃତ୍ୟଶିଳ୍ପୀ ସପ୍ନା ଚୌଧୁରୀଙ୍କୁ ଦଳକୁ ସ୍ବାଗତ କରିବାର କିଛି ସମୟ ପରେ ସପ୍ନା ଦଳରେ ଯୋଗ ଦେଇ ନ ଥିବା ସ୍ବୀକାର କରିଛନ୍ତି। 

ବଲିଉଡ୍‌ ଅଭିନେତ୍ରୀଙ୍କୁ କିଏ ପିନ୍ଧାନ୍ତି ଶାଢ଼ି ଜାଣନ୍ତି...

ବଲିଉଡ୍‌ ଅଭିନେତ୍ରୀଙ୍କୁ କିଏ ପିନ୍ଧାନ୍ତି ଶାଢ଼ି ଜାଣନ୍ତି...

ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା, ଇଶା ଅମ୍ବାନିଙ୍କ ପରି ସେଲିବ୍ରିଟିଙ୍କ ଦାମୀ ବାହାଘର ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ବାହାଘର ଯେତିକି ଚର୍ଚ୍ଚାରେ ନଥିଲା ଅଧିକ ଚର୍ଚ୍ଚାରେ ଥିଲା ସେମାନଙ୍କ ଶାଢ଼ି, ଡ୍ରେସ୍‌ ଏବଂ ଗାଉନ୍‌କୁ ନେଇ। ଆପଣ ଜାଣିଛନ୍ତି ଏହି ସେଲିବ୍ରିଟିମାନେ ଯେଉଁ ଶାଢ଼ି ବା ଡ୍ରେସ୍‌ ପିନ୍ଧିଥାନ୍ତି ତାକୁ କିଏ ଏତେ ସୁନ୍ଦର ଭାବରେ ପିନ୍ଧାଇ ଥାଏ।

୧୯୬୭-୨୦୧୪ ମଧ୍ୟରେ ଏହିସବୁ ସେଲିବ୍ରିଟି ଲୋକସଭା ନିର୍ବାଚନ ଲଢି ଜିତିଛନ୍ତି

୧୯୬୭-୨୦୧୪ ମଧ୍ୟରେ ଏହିସବୁ ସେଲିବ୍ରିଟି ଲୋକସଭା ନିର୍ବାଚନ ଲଢି ଜିତିଛନ୍ତି

ସିନେମା ଓ ରାଜନୀତି ମଧ୍ୟରେ ପୁରୁଣା ସମ୍ପର୍କ ରହିଛି। ବଲିଉଡ ହେଉ କି ଟଲିଉଡ ସିନେ ଷ୍ଟାର୍‌ମାନେ ରାଜନୀତିରେ ଯୋଗ ଦେବା ପରମ୍ପରା ବହୁ ଆଗରୁ ରହିଛି। 

ଆଶାରେ ନମ୍ରତା

ଆଶାରେ ନମ୍ରତା

ନବାଗତା ନମ୍ରତା ସିଂଦେଓ। ଖୁବ୍‌ଶୀଘ୍ର ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ତୋ ପାଇଁ ଫେରିବି ବସୁଧା ଚିରି’ ରିଲିଜ ହେବାକୁ ଯାଉଛି। 

କାର୍ତ୍ତିକଙ୍କ ପ୍ରଶଂସାରେ ସାରା

କାର୍ତ୍ତିକଙ୍କ ପ୍ରଶଂସାରେ ସାରା

ସୈଫ ତନୟା ସାରାଙ୍କ ମୁହଁରେ ଏବେ କେବଳ କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରଶଂସା। କେବଳ ସେତିକି ନୁହେଁ, ଦୁହିଁଙ୍କ ଫଟୋକୁ ସୋସିଆଲ ମିଡିଆରେ ସାରା ପୋଷ୍ଟ କରିବା ପରେ ଏହା ଏଭଳି ଆଲୋଚନାକୁ ଆହୁରି ଖୋରାକ ଯୋଗାଇଛି।

ୟାମିଙ୍କ ଫିଟ୍‌ନେସ୍‌ ମନ୍ତ୍ର

ୟାମିଙ୍କ ଫିଟ୍‌ନେସ୍‌ ମନ୍ତ୍ର

ଆଜିକାଲିର ଦୁନିଆରେ ଆମେ ଫିଟ୍‌ ରହିବା ନିହାତି ଜରୁରୀ। ଆଉ ସେଥିରୁ ୟାମି ଗୌତମ ବାଦ୍‌ ପଡନ୍ତେ କିପରି ?

ମା’ ହେବେ ଐଶ୍ୱର୍ଯ୍ୟା: ଫଟୋ ଭାଇରାଲ

ମା’ ହେବେ ଐଶ୍ୱର୍ଯ୍ୟା: ଫଟୋ ଭାଇରାଲ

ମୁମ୍ବାଇ: ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଲାଟେଷ୍ଟ ଫଟୋକୁ ଅପେକ୍ଷା ରଖିଥାଆନ୍ତି ଦର୍ଶକେ। ହେଲେ ଏଥର ଯେଉଁ ଫଟୋ ସାମ୍ନାକୁ ଆସିଛି ତାକୁ ନେଇ ଏବେ ଗସିପ୍‌ ଆରମ୍ଭ ହୋଇ ଯାଇଛି। 

ଘୋଷଣା ହେଲା ଫିଲ୍ମ ଫେୟାର ପୁରସ୍କାର: ରଣବୀର-ଆଲିଆ ଶ୍ରେଷ୍ଠ

ଘୋଷଣା ହେଲା ଫିଲ୍ମ ଫେୟାର ପୁରସ୍କାର: ରଣବୀର-ଆଲିଆ ଶ୍ରେଷ୍ଠ

ମୁମ୍ବାଇ, ୨୪।୩:୨୦୧୮ ବର୍ଷ ପାଇଁ ଫିଲ୍ମ ଫେୟାର ପୁରସ୍କାର ଘୋଷଣା ହୋଇଛି। ମୁମ୍ବାଇରେ ଆୟୋଜିତ ଏକ ରଙ୍ଗାରଙ୍ଗ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।


Model This Week

ରଶ୍ମି
Why Dharitri