ରାଜ୍ୟ |

ଦ୍ରୁତ ଗାଡ଼ି ଚଳାଇଲେ ଜେଲ

ଦ୍ରୁତ ଗାଡ଼ି ଚଳାଇଲେ ଜେଲ
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ସଡକ ଦୁର୍ଘଟଣା ଚିନ୍ତାର କାରଣ ହୋଇଛି। ଦୁର୍ଘଟଣା ଯୋଗୁ ରାଜ୍ୟରେ ବ୍ୟାପକ ଧନଜୀବନ ନଷ୍ଟ ହେଉଛି। ଦିନକୁ ଦିନ ଦୁର୍ଘଟଣା ହାର ମଧ୍ୟ ବଢି ଚାଲିଛି। ଦ୍ରୁତ ଗତିରେ ଗାଡି ଚଳାଇବା, ସତର୍କତା ଅବଲମ୍ବନ ନ କରିବା, ଟ୍ରାଫିକ ନିୟମ ନ ମାନିବା, ମଦ୍ୟପାନ କରି ଗାଡି ଚଳାଇବା, ରାସ୍ତା ନିର୍ମାଣରେ ତ୍ରୁଟି ଯୋଗୁ ଏଭଳି ବିପତ୍ତି ବଢିବାରେ ଲାଗିଛି। ଦୁର୍ଘଟଣାରେ ପ୍ରାଣ ହରାଉଥିବା ବ୍ୟକ୍ତି ୧୮ରୁ ୬୦ ବର୍ଷ ମଧ୍ୟରେ ହୋଇଥିବାରୁ ପରିବାର ଉଜୁଡି ଯାଉଛି। ଦ୍ରୁତ ବେଗରେ ଗାଡି ଚଳାଇଲେ ଏଣିକି କେବଳ ଜରିମାନା ନୁହେଁ, ଗାଡି ଚାଳକଙ୍କୁ ଜେଲ ଯିବାକୁ ପଡିବ। ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ ହେବ। ଇଣ୍ଟରସେପ୍ଟର ଜରିଆରେ ଗାଡିର ଗତିକୁ ରେକର୍ଡ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜିଲାର କେଉଁ ରାସ୍ତାରେ ଗାଡି କେତେ ବେଗରେ ଯାଉଛି ତାହାର ନିୟମିତ ରିପୋର୍ଟ ସରକାରଙ୍କୁ ଦେବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରିସଂଖ୍ୟାନ କହୁଛି ରାଜ୍ୟରେ ପ୍ରତି ଦିନ ୧୩ ଜଣ ରାସ୍ତା ଦୁର୍ଘଟଣା ଯୋଗୁ ପ୍ରାଣ ହରାଉଛନ୍ତି। କ୍ରମବର୍ଦ୍ଧିଷ୍ଣୁ ରାସ୍ତା ଦୁର୍ଘଟଣାକୁ ରୋକିବାକୁ ରାଜ୍ୟ ସରକାର ଏଭଳି କଡା ପଦକ୍ଷେପ ନେବାକୁ ଯାଉଛନ୍ତି। ଏ ନେଇ ଜିଲାପାଳ, ଏସପି ଏବଂ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। ବୁଧବାର ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ସଡକ ସୁରକ୍ଷା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ହାର ୪୨ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୦୮ରେ ରାଜ୍ୟରେ ୮୧୧୪ ସଡକ ଦୁର୍ଘଟଣା ହୋଇଥିବା ବେଳେ ୨୦୦୯ରେ ୮୮୯୨, ୨୦୧୦ରେ ୯୪୧୩, ୨୦୧୪ରେ ୯୬୪୮ଟି ଦୁର୍ଘଟଣା ଘଟିଛି। ୨୦୧୫ରେ ସମଗ୍ର ଦେଶରେ ୫,୦୧,୪୨୩ଟି ସଡକ ଦୁର୍ଘଟଣାରେ ୧ ଲକ୍ଷ ୪୬ ହଜାର ୧୩୩ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଓଡିଶାରେ ୧୦,୫୪୨ଟି ଦୁର୍ଘଟଣାରେ ୪୩୦୩ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ୨୦୧୬ରେ ଓଡିଶାରେ ୧୦୫୩୨ଟି ସଡକ ଦୁର୍ଘଟଣାରେ ୪୪୬୩ ଜଣଙ୍କର ପ୍ରାଣ ଯାଇଛି। ରାଜ୍ୟର ୧୧ଟି ଜିଲା ସର୍ବାଧିକ ଦୁର୍ଘଟଣା ପ୍ରବଣ ଭାବେ ଚିହ୍ନଟ ହୋଇଛି। ସେହି ଜିଲାଗୁଡିକ ହେଲା କେନ୍ଦୁଝର, କୋରାପୁଟ, ବଲାଙ୍ଗୀର, କଳାହାଣ୍ଡି, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କଟକ, ଗଞ୍ଜାମ, ଖୋର୍ଦ୍ଧା ଓ ସୁନ୍ଦରଗଡ। ଏହିସବୁ ଜିଲାରେ ରାସ୍ତା ଦୁର୍ଘଟଣା କିପରି ହ୍ରାସ କରାଯାଇ ପାରିବ ସେ ନେଇ ବୁ୍ଲପ୍ରିଣ୍ଟ ପ୍ରସ୍ତୁତ କରିବା ସହ ନିୟମିତ ରିପୋର୍ଟ ଦେବାକୁ ଜିଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ରାସ୍ତା ଦୁର୍ଘଟଣାକୁ ରୋକିବା ନେଇ ଜିଲାପାଳ ଓ ଏସ୍‌ପିମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମୀକ୍ଷା କରିଛନ୍ତି। ଦୁର୍ଘଟଣା ଯୋଗୁ ବ୍ୟକ୍ତିର ପରିବାର ଆର୍ଥିକ ଓ ମାନସିକ ସ୍ତରରେ କ୍ଷତିଗ୍ରସ୍ତ ହେଉଛି। ଦୁର୍ଘଟଣାକୁ ରୋକିବା ପାଇଁ ଜିଲାସ୍ତରରେ ପ୍ରତିମାସରେ ଥରେ ଲେଖାଏ ରାସ୍ତା ନିରାପତ୍ତା କମିଟି ବୈଠକ ଡାକି ଜିଲାରେ ଘଟୁଥିବା ଦୁର୍ଘଟଣାର କାରଣ ଅନୁଧ୍ୟାନ କରିବାକୁ ଜିଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତାରେ ବିଭିନ୍ନ ସଙ୍କେତ ଓ ସୂଚନା ଫଳକ ଲଗାଇବା, ଆରଟିଓ ଏବଂ ଏମ୍‌ଭିଆଇମାନେ ଦୈନିକ କ୍ଷେତ୍ର ଯାଞ୍ଚ କରିବା ସହ ଆଇନକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଜିଲା ମଧ୍ୟ ଦେଇ ଯାଉଥିବା ଜାତୀୟ ରାଜପଥ ଓ ଅନ୍ୟାନ୍ୟ ମୁଖ୍ୟ ରାସ୍ତାରେ ଆସନ୍ତା ୧ ମାସ ମଧ୍ୟରେ ସ୍ପିଡ୍‌ ଲିମିଟ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣା ସ୍ଥଳକୁ ପୋଲିସ, ଆରଟିଓ ଏବଂ ସମ୍ପୃକ୍ତ ରାସ୍ତା ନିର୍ମାଣ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ଯୁଗ୍ମ କମିଟି ଯାଇ ଦୁର୍ଘଟଣାର କାରଣ ବିଷୟରେ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା, ପରିବହନ କମିଶନର ମଧୁସୂଦନ ପାଢୀ, ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ ଜେନା, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସଚିବ ସୌରଭ ଗର୍ଗ, ପରିବହନ ବିଭାଗ ସ୍ବତନ୍ତ୍ର ସଚିବ ମନୋଜ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।
All Right Reserved By

ରାଜ୍ୟ |

ହେମାନନ୍ଦଙ୍କୁ କାହ୍ନୁଙ୍କ ପ୍ରଶ୍ନ: ‘ଶୃଙ୍ଖଳା କମିଟି ଅଧ୍ୟକ୍ଷ ଗଣମାଧ୍ୟମରେ ମତାମତ ଦେବା ବିଶୃଙ୍ଖଳା ନୁହେଁ କି’

ହେମାନନ୍ଦଙ୍କୁ କାହ୍ନୁଙ୍କ ପ୍ରଶ୍ନ: ‘ଶୃଙ୍ଖଳା କମିଟି ଅଧ୍ୟକ୍ଷ ଗଣମାଧ୍ୟମରେ ମତାମତ ଦେବା ବିଶୃଙ୍ଖଳା ନୁହେଁ କି’

ଭୁବନେଶ୍ୱର,୧୩।୧୨(ବ୍ୟୁରୋ)- ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଦଳରୁ ହଟାଇବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚାହଁୁଛନ୍ତି। ଏଥିପାଇଁ ବୁଧବାର ଶୃଙ୍ଖଳା କମିଟି ବସାଇ କାର୍ଯ୍ୟାନୁଷ୍ଠାନ ସୁପାରିଶ୍‌ ପାଇଁ ଏଆଇସିସିକୁ କୁହାଯାଇଛି। ଖୋଦ୍‌ ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ଗଣମାଧ୍ୟମକୁ ଏହା କହିଥିଲେ। ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଶ୍ରୀକାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିଶ କରାଯାଇଥିବା ପ୍ରକାଶ ପାଇଛି। 

ହକି ମ୍ୟାଚ୍‌ ଦେଖିଲେ ମୁଖ୍ୟସ୍ରୋତକୁ ଫେରିଥିବା ମାଓବାଦୀ

ହକି ମ୍ୟାଚ୍‌ ଦେଖିଲେ ମୁଖ୍ୟସ୍ରୋତକୁ ଫେରିଥିବା ମାଓବାଦୀ

ଭୁବନେଶ୍ୱର, ୧୩ା୧୨(ବ୍ୟୁରୋ)- ମାଲକାନଗିରି ପୋଲିସ ନିକଟରେ ଆତ୍ମସର୍ମପଣ କରି ମୁଖ୍ୟସ୍ରୋତକୁ ଫେରିଥିବା ୩୦ ମାଓବାଦୀ ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ହକି ମ୍ୟାଚ୍‌ ଦେଖିଛନ୍ତି। ସନ୍ଧ୍ୟାରେ ଭାରତ ଏବଂ ନେଦରଲାଣ୍ଡ୍‌ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌କୁ ସେମାନେ ଉପଭୋଗ କରିଥିଲେ। ସେମାନଙ୍କ ମଧ୍ୟରେ ୧୬ ମହିଳା ଏବଂ ୧୪ ପୁରୁଷ ଥିଲେ। ଖେଳ ଦେଖିବା ପୂର୍ବରୁ ଅପରାହ୍ନ ପ୍ରାୟ ୫ଟାରେ ସେମାନେ ପୋଲିସ ଫ୍ୟାନ୍‌ ଭିଲେଜ ବୁଲିବା ସହିତ ଶରୀରରେ ରଙ୍ଗିନ ଟାଟୁ କରିଥିଲେ।

ଚିଟ୍‌ଫଣ୍ଡ ସ୍ବତନ୍ତ୍ର କୋର୍ଟଙ୍କ ବଡ଼ ଆଦେଶ: ୨ ଲକ୍ଷ ୩୮ହଜାର ୪୭୭ କ୍ଷୁଦ୍ର ଜମାକାରୀ ଫେରିପାଇବେ ଟଙ୍କା

ଚିଟ୍‌ଫଣ୍ଡ ସ୍ବତନ୍ତ୍ର କୋର୍ଟଙ୍କ ବଡ଼ ଆଦେଶ: ୨ ଲକ୍ଷ ୩୮ହଜାର ୪୭୭ କ୍ଷୁଦ୍ର ଜମାକାରୀ ଫେରିପାଇବେ ଟଙ୍କା

କଟକ ଅଫିସ, ୧୩।୧୨- ରୋଜ୍‌ଭ୍ୟାଲି ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ରେ ଟଙ୍କା ଜମା କରିଥିବା କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀମାନେ ଟଙ୍କା ଫେରସ୍ତ ପାଇବେ। ଓଡ଼ିଶା ପ୍ରୋଟେକ୍ସନ ଅଫ୍‌ ଇଣ୍ଟେରେଷ୍ଟ ଅଫ୍‌ ଡିପୋଜିଟର୍ସ ଆଇନ ଅନୁଯାୟୀ ସ୍ବତନ୍ତ୍ର କୋର୍ଟ ରାଜ୍ୟ ସରକାରଙ୍କୁ ଏହି ଆଦେଶ ଦେଇଛନ୍ତି। ଏହି ଅନୁଯାୟୀ ରୋଜଭ୍ୟାଲି ସଂସ୍ଥାରେ ଟଙ୍କା ଜମା ରଖିଥିବା ୨ ଲକ୍ଷ ୩୮ହଜାର ୪୭୭ ଜଣ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ ୯୨ କୋଟି ୮ ଲକ୍ଷ ୯୬ହଜାର ୯୮୨ ଟଙ୍କା ଫେରସ୍ତ ପାଇବେ।

ହକିକୁ ନେଇ ଅଣ୍ଡର ୱାଟର ଭିଡିଓ ସଙ୍ଗ୍‌: ୟୁଟୁବ୍‌ରେ ରିଲିଜ୍‌ ହେଲା ଓଲି ଆୟାରେ...

କଟକ ଅଫିସ,୧୩।୧୨- ଓଡିଶାରେ ହକି ବିଶ୍ୱକପ୍‌କୁ ପ୍ରମୋଟ କରିବା ପାଇଁ ପାଣି ଭିତରେ ପ୍ରସ୍ତୁତ ହେଲା ଭିଡିଓ ସଙ୍ଗ। ଅର୍ନ୍ତଜାତୀୟ ଖ୍ୟାତି ସମ୍ପନ୍ନ ସ୍କୁବା ଡାଇଭର ସବୀର ବକ୍ସ ଏବଂ ତାଙ୍କ ଟିମ୍‌ ୨୦ ଦିନ ମଧ୍ୟରେ ଏଭଳି ଏକ ଭିଡିଓ ସଙ୍ଗ ପ୍ରସ୍ତୁତ କରିଛନ୍ତି। ଗୁରୁବାର ୟୁଟ୍ୟୁବ୍‌ରେ ରିଲିଜ ହୋଇଥିବା ଏହି ଭିଡିଓ ସଙ୍ଗ୍‌ ଆରମ୍ଭରୁ ଭଲ ଲାଇକ୍‌ ସାଉଣ୍ଟିଛି। 

ଭାରତ ବୁଲି ହେଲ୍‌ମେଟ ବ୍ୟବହାର ପାଇଁ ସଚେତନ କରୁଛନ୍ତି ପୂଜା

ଭାରତ ବୁଲି ହେଲ୍‌ମେଟ ବ୍ୟବହାର ପାଇଁ ସଚେତନ କରୁଛନ୍ତି ପୂଜା

କଟକ ଅଫିସ,୧୩।୧୨- ବିନା ହେଲ୍‌ମେଟରେ ଯାତ୍ରା ବିପଜ୍ଜନକ। ନିୟମକୁ କଡାକଡି ପାଳନ କରାଯାଉ ନ ଥିବାରୁ ଦୁର୍ଘଟଣାରେ ଅନେକ ଜୀବନ ଯାଉଛି। କର୍ମକ୍ଷେତ୍ରକୁ ଗାଡ଼ିରେ ବିନା ହେଲମେଟ୍‌ରେ ଯାଉଥିବା ମହିଳାଙ୍କୁ ପୋଲିସ ରାସ୍ତାରେ ଅଟକାଇଲେ ସୁଦ୍ଧା  ବେଳେବେଳେ ସେମାନଙ୍କ ପ୍ରତି କୋହଳ ମନୋଭାବ ଦେଖାଉଛି।

ବାର୍ଡ ଫ୍ଲୁ: ମଧ୍ୟାହ୍ନ ଭୋଜନରୁ ଅଣ୍ଡା ବାଦ : ସମସ୍ତ ଫାର୍ମରୁ କୁକୁଡ଼ା ମାରିବା ପାଇଁ ନିର୍ଦ୍ଦେଶ

ବାର୍ଡ ଫ୍ଲୁ: ମଧ୍ୟାହ୍ନ ଭୋଜନରୁ ଅଣ୍ଡା ବାଦ : ସମସ୍ତ ଫାର୍ମରୁ କୁକୁଡ଼ା ମାରିବା ପାଇଁ ନିର୍ଦ୍ଦେଶ

କୃଷ୍ଣପ୍ରସାଦ,୧୩ା୧୨(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ୍‌ରେ ଗତ ୧ ସପ୍ତାହ ମଧ୍ୟରେ ଶହ ଶହ କୁକୁଡ଼ା ମରିପଡ଼ିଥିବା ଦେଖାଯାଇଛି। ‘ଧରିିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ କୁକୁଡ଼ା ରକ୍ତ ନମୁନା ପରୀକ୍ଷା  କରିବା  ପରେ ବାର୍ଡ ଫ୍ଲୁ’ପଜିଟିଭ୍‌ ସୂଚନା ମିଳିଛି। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ବିଶେଷ ସତର୍କତା ଅବଲମ୍ବନ କରାଯାଇଛି। ବ୍ଲକର ମାଲୁଦ, ପଥରଗଞ୍ଜ ଓ ସାନସାହିରେ ଥିବା କୁକୁଡ଼ା ଫାର୍ମରୁ ନମୁନା ସଂଗ୍ରହ କରାଯାଇଥିଲା। 

ଟ୍ରକ୍‌କୁ ପଛରୁ ପିଟିଲା ଅଟୋ: ଜଣେ ମୃତ, ୫ ଗୁରୁତର

ଟ୍ରକ୍‌କୁ ପଛରୁ ପିଟିଲା ଅଟୋ: ଜଣେ ମୃତ, ୫ ଗୁରୁତର

କଟକରୋଡ଼, ୧୩ା୧୨(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅଧୀନ ବୁଦ୍ଧେଶ୍ୱରୀ ମନ୍ଦିର ସମ୍ମୁଖରେ ବୁଧବାର ବିଳମ୍ବିତ ରାତିରେ ଟ୍ରକ୍‌କୁ ଏକ ଯାତ୍ରୀବାହୀ ଅଟୋ ପଛକୁ ଧକ୍କା ଦେଇଛି। ଏଥିରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଗୁରୁତର ଆହତ ହୋଇଛନ୍ତି। 

ଗାଡି ମଡ଼ାଇ ସାବତ ମା’ଙ୍କୁ ହତ୍ୟା : ବାପପୁଅ ଗିରଫ

ଗାଡି ମଡ଼ାଇ ସାବତ ମା’ଙ୍କୁ ହତ୍ୟା : ବାପପୁଅ ଗିରଫ

ଲହୁଣୀପଡା, ୧୩।୧୨ (ଡି.ଏନ.ଏ)- ସୁନ୍ଦରଗଡ଼  ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ଗୌଡଣୀପୋଷ ଆମଚାତି ପୋଲ ନିକଟରେ ଗତ ୨୦ ତାରିଖ ବିଳମ୍ବିତ ରାତିରେ ଘଟିଥିବା ଦୁର୍ଘଟଣାର ରହସ୍ୟ ଉନ୍ମୋଚିତ  ହୋଇଛି। ଦୁର୍ଘଟଣାରେ ମୃତ ଅଚିହ୍ନା ମହିଳାଙ୍କ ପରିଚୟ ମିଳିଛି। ସେ ହେଲେ ଆକିଲା ଖାତୁନ (୩୦)। ଏହା ଦୁର୍ଘଟଣା ନୁହେଁ, ଯୋଜନା ବଦ୍ଧ ଭାବେ ସାବତ ପୁଅ ଏମଡି ନଇମ (୨୬) ଟ୍ରକ୍‌ ଚଢ଼େଇ ସାବତ ମା’ଙ୍କୁ ହତ୍ୟା କରି ଫେରାର 

ପୁରୀରେ ଏନ୍‌ସିପିସିଆର୍‌ କେନ୍ଦ୍ରୀୟ ଟିମ୍‌, ଜିଲାର ସମସ୍ତ ଶିଶୁ ଯତ୍ନ ୟୁନିଟ୍‌ କରିବେ ଯାଞ୍ଚ

ପୁରୀରେ ଏନ୍‌ସିପିସିଆର୍‌ କେନ୍ଦ୍ରୀୟ ଟିମ୍‌, ଜିଲାର ସମସ୍ତ ଶିଶୁ ଯତ୍ନ ୟୁନିଟ୍‌ କରିବେ ଯାଞ୍ଚ

ପୁରୀ ଅଫିସ,୧୩।୧୨: ଢେଙ୍କାନାଳ ଜିଲା ବେଲଟିକିରିସ୍ଥିତ ଗୁଡ ନ୍ୟୁଜ ଇଣ୍ଡିଆ ଡ୍ରିମ୍‌ ସେଣ୍ଟର ଶିଶୁଗୃହରେ ଯୌନଶୋଷଣ ଅଭିଯୋଗ ରାଜ୍ୟ ବ୍ୟାପି ଆଲୋଡ଼ନ ସୃଷ୍ଟି କରିଥିଲା। ଏହାର କିଛି ଦିନ ପରେ ପୁରୀ ଜିଲା ସତ୍ୟବାଦୀ ସ୍ଥିତ ଆଚାର୍ଯ୍ୟ ହରିହର ଶିଶୁ ସଦନରେ ଘଟିଥିବା ଅଭାବନୀୟ ଘଟଣା ପଦାକୁ ଆସିଥିଲା।

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀ ମୃତ

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀ ମୃତ

ଦେବଗଡ଼, ୧୩।୧୨(ସ୍ବ.ପ୍ର.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଲାଇମୁରା ଅଞ୍ଚଳ ମୟୂରଡିମା ଗ୍ରାମରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁବାର ଏକ ମାଈ ହାତୀର ମୃତ୍ୟୁ ଘଟିଛି। 

ଶେଲଟର ହୋମ ଯୌନଶୋଷଣ ମାମଲା: ତଦନ୍ତ ପାଇଁ ଢେଙ୍କାନାଳରେ ପହଞ୍ଚିଲା ଏନ୍‌ସିପିସିଆର  ପ୍ରତିନିଧି ଦଳ

ଶେଲଟର ହୋମ ଯୌନଶୋଷଣ ମାମଲା: ତଦନ୍ତ ପାଇଁ ଢେଙ୍କାନାଳରେ ପହଞ୍ଚିଲା ଏନ୍‌ସିପିସିଆର ପ୍ରତିନିଧି ଦଳ

ଢେଙ୍କାନାଳ ଅଫିସ, ୧୩।୧୨- ଢେଙ୍କାନାଳ ସଦର ଥାନା ବେଲଟିକିରିସ୍ଥିତ ‘ଗୁଡ୍‌ ନ୍ୟୁଜ ଇଣ୍ଡିଆ ଡ୍ରିମ ସେଣ୍ଟର’ ଶେଲଟର ହୋମ ଯୌନଶୋଷଣ ଏବଂ ଶିଶୁ ନିର୍ଯାତନା ମାମଲାର ତଦନ୍ତ ପାଇଁ କେନ୍ଦ୍ର ଶିଶୁ  ଅଧିକାର ସୁରକ୍ଷା ଆୟୋଗର(ଏନ୍‌ସିପିସିଆର) ପ୍ରତିନିଧି ଦଳ ଗୁରୁବାର  ଢେଙ୍କାନାଳରେ ପହଞ୍ଚିଛନ୍ତି।  

ମହାପ୍ରଭୁଙ୍କ ଘୋଡ଼ ଲାଗି ବେଶ ଆରମ୍ଭ

ମହାପ୍ରଭୁଙ୍କ ଘୋଡ଼ ଲାଗି ବେଶ ଆରମ୍ଭ

ପୁରୀ ଅଫିସ,୧୩।୧୨: ଶ୍ରୀମନ୍ଦିରରେ ଗୁରୁବାର ମହାପ୍ରଭୁଙ୍କ ଘୋଡ଼ ଲାଗି ବେଶ ଅନୁଷ୍ଠିତ ହୋଇଛି। ସକାଳ ଧୂପ ବଢିବା ପରେ ଠାକୁରଙ୍କ ମଇଲମ କରାଯାଇଥିଲା। ଭୋଗମଣ୍ଡପ ଘରେ ବୁଧବାର ରାତିରେ ଅଧିବାସ ହୋଇଥିବା ଘୋଡ ବସ୍ତ୍ରଗୁଡ଼ିକୁ ପଟୁଆରରେ ଶ୍ରୀମନ୍ଦିରକୁ ସାଢ଼େ ତିନି ଘେରା ଏବଂ ରତ୍ନ ସିଂହାସନକୁ ସାଢେ ତିନି ଘେରା ପ୍ରଦକ୍ଷିଣ କରାଇ ରତ୍ନ ସିଂହାସନରେ ବିଜେ କରାଯାଇଥିଲା।