ରାୟଗଡା

୧୨ ମାଓବାଦୀ ଗିରଫ: ପୋଲିସ ହେପାଜତରେ ଜଣେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା

୧୨ ମାଓବାଦୀ ଗିରଫ: ପୋଲିସ ହେପାଜତରେ ଜଣେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା
ମାଲକାନଗିରି,୨୭।୧୨(ଡି.ଏନ୍‌.ଏ.) ମାଲକାନଗିରି ଜିଲା ପୋଲିସ କାର୍ଯ୍ୟାଳୟରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ କାଣ୍ଡ ସମସ୍ତଙ୍କୁ ହତଚକିତ କରିଦେଇଛି। ସକାଳେ ଗିରଫ ହୋଇଥିବା ୧୨ ଜଣ ମାଓବାଦୀଙ୍କ ମଧ୍ୟରୁ ଜଣେ ପୋଲିସ ହେପାଜତରେ ଥାଇ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ମୃତକ ଜଣକ ମାଥିଲି ଥାନା ଜନ୍ଧ୍ରାଗୁଡ଼ା ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ମାଲକାନଗିରି ଜିଲା ପୋଲିସ ୧୨ଜଣ ମାଓବାଦୀଙ୍କୁ ଗିରଫ କରିଥିବା ନେଇ ବୁଧବାର ପୂର୍ବାହ୍ନରେ ଏସ୍‌ପି ଜଗମୋହନ ମୀନା ଏକ ଖବରଦାତା ସମ୍ମିଳନୀ ଡାକିଥିଲେ। ତାଙ୍କ ସୂଚନା ଅନୁଯାୟୀ, ଗିରଫ ମାଓବାଦୀମାନେ ପଡ଼ିଆ, ମାଥିଲି, ମହୁପଦର ଓ ଚିତ୍ରକୋଣ୍ଡା ଅଞ୍ଚଳର ବାସିନ୍ଦା। ପୋଲିସ ଇନଫର୍ମର ସନ୍ଦେହରେ ଡମ୍ବରୁ ହନ୍ତାଳ, ସାଧୁ ଖେମୁଡୁ, ମୂୟା କବାସୀଙ୍କୁ ହତ୍ୟା, ରାସ୍ତାକାର୍ଯ୍ୟକୁ ବିରୋଧ କରି ଯାନବାହାନ ପୋଡ଼ାଜଳାରେ ଏମାନଙ୍କ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଥିଲା। ଏନେଇ ଅଧିକ ତଦନ୍ତ ଜାରି ରହିଥିବାରୁ ମାଓବାଦୀଙ୍କ ନାମ ଏବଂ ସବିଶେଷ ତଥ୍ୟ ଗୋପନ ରଖାଯାଇଥିବା ଏସ୍‌ପି କହିଥିଲେ। କିନ୍ତୁ ହଠାତ୍‌ ସନ୍ଧ୍ୟାରେ ଘଟିଥିଲା ଅଘଟଣ। ଗିରଫ ୧୨ ମାଓବାଦୀଙ୍କୁ ଜିଲା ପୋଲିସ କାର୍ଯ୍ୟାଳୟରେ ରଖାଯାଇଥିଲା। ସନ୍ଧ୍ୟାରେ ସେମାନଙ୍କ ମଧ୍ୟରୁ ଜଣେ ଟୟଲେଟ୍‌ ଯାଇ ତା’ ଭିତରେ ନିଜ ପ୍ୟାଣ୍ଟକୁ ବେକରେ ଗୁଡ଼ାଇ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ଜୋର୍‌ ଧରିଛି। ତାହା ସତ ହୋଇଥିଲେ, ପୋଲିସ ହେପାଜତରେ ଥାଇ ମଧ୍ୟ ସେ କିପରି ଆତ୍ମହତ୍ୟା କଲେ, ଏହା ପଛରେ କାରଣ କ’ଣ ନା ଅନ୍ୟ କିଛି ରହସ୍ୟ ରହିଛି, ତାହା ବଡ଼ ପ୍ରଶ୍ନବାଚୀ ଛିଡ଼ା କରିବ। ଏଭଳି ଘଟଣା ପରେ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିବା ସହ ବିଭାଗ ପାଇଁ ଅଡୁଆ ମଧ୍ୟ ବଢ଼ିଯିବା ଆଶଙ୍କା କରାଯାଉଛି। ଏନେଇ ଏସ୍‌ପି ଜଗମୋହନ ମୀନାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ।
All Right Reserved By

ରାୟଗଡା

ଶୁଣିଲାନି ପ୍ରଶାସନ:ଗାଁ କୁ ରାସ୍ତା ତିଆରି କଲେ ରଙ୍ଗବନ୍ଧବାସୀ

ଶୁଣିଲାନି ପ୍ରଶାସନ:ଗାଁ କୁ ରାସ୍ତା ତିଆରି କଲେ ରଙ୍ଗବନ୍ଧବାସୀ

କୋରାପୁଟ/ନାରାୟଣପାଟଣା,୧୬।୧୦(ସ୍ବ.ପ୍ର/ଡି.ଏନ୍‌.ଏ.)-ଗାଁ କୁ ନାହିଁ ପକ୍କା ରାସ୍ତା। ଫଳରେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏ ନେଇ ବାରମ୍ବାର ପ୍ରଶାସନକୁ ଜଣାଇଲେ ା ହେଲେ କିଛି ସୁଫଳ ମିଳିଲାନି ା

ଜୟପୁର ଆକାଶବାଣୀକୁ ମିଳିବ ଦୁଇଟି ଜାତୀୟସ୍ତର ପୁରସ୍କାର

ଜୟପୁର,୧୬।୧୦(ଡି.ଏନ.ଏ.)-କୋରାପୁଟ ଜିଲା ଜୟପୁରସ୍ଥିତ ଆକାଶବାଣୀ କେନ୍ଦ୍ରକୁ ଜାତୀୟସ୍ତରରେ ଦୁଇଟି ପୁରସ୍କାର ମିଳିବ ା ଏଥିନେଇ ଶନିବାର ସନ୍ଧ୍ୟାରେ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ା

ବେକକାଟି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ବେକକାଟି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ନନ୍ଦପୁର, ୧୫।୧୦(ଡି.ଏନ୍‌.ଏ.)-କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ କସନ୍ଧି ଗ୍ରାମପଞ୍ଚାୟତ ଅନ୍ତଗର୍ର୍ତ ଆଡ୍ରା ଗ୍ରାମର ରଘୁ ହନ୍ତାଳଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ନନ୍ଦପୁର ପୋଲିସ।

ଗଛ ସହ ପିଟି ହୋଇ ବ୍ରିଜ ତଳକୁ ଖସିଲା ବସ୍‌ : ୩୦ ଆହତ

ଗଛ ସହ ପିଟି ହୋଇ ବ୍ରିଜ ତଳକୁ ଖସିଲା ବସ୍‌ : ୩୦ ଆହତ

ମାଥିଲି,୧୫।୧୦(ଡି.ଏନ୍‌.ଏ)-ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲି ଫାଣ୍ତି ନିକଟ ବ୍ରିଜରେ ଭାରସାମ୍ୟ ହରାଇ ସୋମବାର ଏକ ଘରୋଇ ବସ୍‌ ବ୍ରିଜର ଏକ ପାଶର୍‌ବ ଗଛକୁ ପିଟି ହୋଇ ବସ୍‌ ତଳକୁ ଖସିପଡିଛି। ଫଳରେ ବସ୍‌ରେ ଥିବା ୩୦ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଗୋବିନ୍ଦପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆହତମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଥିବା ସୂଚନା ମିଳିଛି ।

 ଜୟପୁରରେ କାର୍ଯ୍ୟକ୍ଷମ ହେଲା ଜିଲା ଚିକିତ୍ସାଳୟ

ଜୟପୁରରେ କାର୍ଯ୍ୟକ୍ଷମ ହେଲା ଜିଲା ଚିକିତ୍ସାଳୟ

ଜୟପୁର,୧୫।୧୦(ନି.ପ୍ର.)-ଜୟପୁରରେ ଜିଲା ଚିକିତ୍ସାଳୟ ସୋମବାରଠାରୁ ଆରମ୍ଭ ହୋଇଛି । ଜୟପୁର ନିକଟସ୍ଥ ଫୁଲବାଡ଼ଠାରେ ୨୭ ଏକର ଜମିରେ ଏହି ଜିଲା ଚିକିତ୍ସାଳୟ ନିର୍ମିତ ହୋଇଛି । କୋରାପୁଟରେ ଥିବା ଜିଲା ଚିକିତ୍ସାଳୟ ଜୟପୁରକୁ ସ୍ଥାନାନ୍ତର କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଘୋଷଣାର ୧୫ ମାସ ପରେ ସୋମବାର କାର୍ଯ୍ୟକ୍ଷମ ହୋଇଛି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ଏଠାରେ ନୂତନ ଯନ୍ତ୍ରପାତି ଲାଗିଥିବା ବେଲେ ଲିଫ୍ଟ ମଧ୍ୟ ଲାଗିଛି ।

ପଲିଥିନ୍‌ ବର୍ଜନ ପାଇଁ ଶପଥ ନେଲେ ଛାତ୍ରୀଛାତ୍ର

ପଲିଥିନ୍‌ ବର୍ଜନ ପାଇଁ ଶପଥ ନେଲେ ଛାତ୍ରୀଛାତ୍ର

ମାଲକାନଗିରି,୧୫।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ବ୍ଲକ ପଦ୍ମଗିରି ମଙ୍ଗଳ ବିଭାଗ ଉଚ୍ଚ ବିଦ୍ୟାଳୟର ୮୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପଲିଥିନି ବର୍ଜନ ପାଇଁ ରବିବାର ସପଥ ନେଇଛନ୍ତିା

ବିପଦପୂର୍ଣ୍ଣ ଅବସ୍ଥାରେ ପଞ୍ଚାଳି ରାସ୍ତା

ଟିକିରି, ୧୫।୧୦(ଡି.ଏନ୍‌.ଏ.)-ରାୟଗଡା ଜିଲା କାଶୀପୁର ବ୍ଲକ ଶଙ୍କରଡା ପଞ୍ଚାୟତ ପଞ୍ଚାଳି, କପାଡାଙ୍ଗ କେବିଡି କି ଅନେକ ଗ୍ରାମକୁ ସଂଯୋଗ ହୋଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟଛି। ଏହି ରାସ୍ତା ଉପରେ ବିଭିନ୍ନ ଗ୍ରାମର ଲୋକେ ନିର୍ଭର କରୁଥିବା ବେଳେ   ବର୍ତ୍ତମାନ ଏହା ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଲୋକେ ଉକ୍ତ ରାସ୍ତାରେ ଯା’ଆସ କରିବାକୁ  ହଇରାଣ ହେଉଛନ୍ତି।

କ୍ଷୁଦ୍ର ଚଳଚ୍ଚିତ୍ର ‘ଚେଙ୍କ’ ଉନ୍ମୋଚିତ

ନବରଙ୍ଗପୁର,୧୫।୧୦(ବି.ପ୍ର.)-ଚେଙ୍କ ନୁହେଁ , ଚିକିତ୍ସା ା ନବରଙ୍ଗପୁର ଜିଲାରେ ସଚେତନତା ଅଭାବ ଲାଗି ଗ୍ରାମାଞ୍ଚଳମାନଙ୍କରେ ଶିଶୁମାନଙ୍କୁ ଚେଙ୍କ ଦିଆଯାଉଛି ା ଏହା ଦ୍ୱାରା ଅନେକ କୋମଳମତି ଶିଶୁଙ୍କ ପ୍ରାଣହାନୀ ଘଟୁଛି। ଚେଙ୍କ ଚିକିତ୍ସା କିଭଳି ରୋକାଯାଇ ପାରିବ, ସେ ନେଇ ଚେତନା ଗ୍ରୁପ ପକ୍ଷରୁ ପ୍ରୟାସ କରାଯାଇଛି ା 

ବିଦ୍ୟୁତ, ପାଣି ଯୋଗାଣ ଦାବିରେ ରାସ୍ତାରୋକୋ

ବିଦ୍ୟୁତ, ପାଣି ଯୋଗାଣ ଦାବିରେ ରାସ୍ତାରୋକୋ

ପାରଳାଖେମୁଣ୍ଡି, ୧୪।୧୦(ସ୍ବ.ପ୍ର.)-ବାତ୍ୟା ତିତ୍‌ଲି ଯୋଗୁ  ପାରଳାଖେମୁଣ୍ଡି ବିଶେଷ ଭାବେ ପ୍ରଭାବିତ ହୋଇଛି। ତିତ୍‌ଲିର ୪ ଦିନ ପରେ ମଧ୍ୟ ଅନ୍ଧାରରେ ପାରଳାଖେମୁଣ୍ଡି ସହର। ଏଥିସହ ପିଇବା ପାଣି ମଧ୍ୟ ମିଳୁନି। ଜଳ ଓ ବିଦ୍ୟୁତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ରବିବାର ସନ୍ଧ୍ୟାରେ ସହରର ଗାନ୍ଧୀ ଛକରେ ଅଞ୍ଚଳବାସୀ  ରାସ୍ତାରୋକୋ କରିଛନ୍ତି। ବିଦ୍ୟୁତ୍‌ ନ ଥିବା ଯୋଗୁ ଅନ୍ଧାରରେ ରହୁଛୁ। ବର୍ଷା ଛାଡିଥିବାରୁ ବିଷାକ୍ତ ସାପ ଓ ଜନ୍ତୁଙ୍କ ଭୟ ରହୁଛି ବୋଲି ଅଞ୍ଚଳବାସୀ କହିଛନ୍ତି।

ଗଙ୍ଗାବାଡରେ ପାହଡ ଧସିବା ଘଟଣା: ଉଦ୍ଧାର ହେଲେ ୧୩ ମୃତଦେହ

ରାୟଗଡ (ଗଜପତି), ୧୪।୧୦(ଡି.ଏନ୍‌.ଏ.)- ଗଜପତି ଜିଲା ରାୟଗଡ ବ୍ଲକରେ ତିତ୍‌ଲି ବାତ୍ୟା ପରବର୍ତ୍ତୀ ଦୁର୍ଦ୍ଦଶା ବଢିବାରେ ଲାଗିଛି। ବାତ୍ୟାର ଚାରିଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ କଇଁପୁର,ଲକ୍ଷ୍ମୀପୁର, ଏଙ୍ଗାରସିଂ ପଞ୍ଚାୟତରେ ପହଞ୍ଚିବାକୁ ସକ୍ଷମହୋଇ ନଥିବା ବେଳେ ବିପନ୍ନଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ଗଙ୍ଗାବାଡ ପଞ୍ଚାୟତ ବାରଘର ଗ୍ରାମରେ ପାହାଡ  ଧସିବା ଘଟଣାରେ  ଶନିବାର ଏକ ଡାକ୍ତରୀ ଟିମ୍‌ ସେଠାରେ ପହଞ୍ଚି ୧୩ ମୃତଦେହ ଉଦ୍ଧାର ସହ ବ୍ୟବଚ୍ଛେଦ କରାଯାଇଛି।  ସେହିଭଳି ପଥର ତଳେ ଚାପି ହୋଇ ରହିଥିବା ଅନ୍ୟ ୪ଜଣଙ୍କୁ  ଏଯାବତ୍‌ ଉଦ୍ଧାର କରଯାଇ ପାରିନାହିଁ। 

ଧାନ ଗଛରେ ମାଟିଆଗୁଣ୍ଡି ପୋକ,ଚିନ୍ତାରେ ଚାଷୀ

ଧାନ ଗଛରେ ମାଟିଆଗୁଣ୍ଡି ପୋକ,ଚିନ୍ତାରେ ଚାଷୀ

ଟିକିରି,୧୪।୮(ଡ଼ି.ଏନ.ଏ)-ରାୟଗଡ଼ା ଜିଲା କାଶୀପୁର ବ୍ଲକ ବିଭିନ୍ନ ଗ୍ରାମରେ  ଧାନ ଫସଲରେ ପୋକ ଲାଗିଥିବା ଦେଖିବାକୁ ଲାଗିଛି। ଏହାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ବିଶେଷ କରି ଧାନଫସଲରେ ପତ୍ରପୋଡ଼ା ରୋଗ ହେବା ସହ ମାଟିଆଗୁଣ୍ଡି ପୋକ ଲାଗିଛି । ଏନେଇ ଚାଷୀମାନେ କୃଷି ଅଧିକାରୀଙ୍କୁ ଜଣାଇଥିଲେ। ହେଲେ  ସେ କ୍ଷେତ୍ର ପରିଦର୍ଶନ କରୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ବର୍ଷେରୁ ଊର୍ଦ୍ଧ୍ୱ ହେଲାଣିଅନ୍ଧାରରେ ୩ ଗ୍ରାମର ଲୋକେ

ଟିକିରି, ୧୪।୧୦ (ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତର ବିଭିନ୍ନ ଗ୍ରାମରେ ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତ୍‌କରଣ ଯୋଜନାରେ  ଗରିବ ଲୋକଙ୍କୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଇଥିଲା। ସେଥିମଧ୍ୟରୁ ଖଟାପଦର, କୁକୁଡାପଦା ଓ ଡି. ସୁରକା ଗ୍ରାମରେ ମଧ୍ୟ ତିନି ବର୍ଷ ତଳେ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା। ଗ୍ରାମରେ ବିଦ୍ୟୁତ୍‌ ଦେଖି ଲୋକେ ଖୁସି ହେବା ସହ ବେଶ୍‌ ଉପକୃତ ମଧ୍ୟ ହୋଇଥିଲେ। ହେଲେ ବର୍ଷେ ହେବ ଗ୍ରାମବାସୀ ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ ହୋଇଛନ୍ତି।