ଉପକୂଳ ଓଡିଶା

ବିନା ପଞ୍ଜୀକରଣରେ ଚାଲିଛି ବିପଦପୂର୍ଣ୍ଣ କାମ

ବିନା ପଞ୍ଜୀକରଣରେ ଚାଲିଛି ବିପଦପୂର୍ଣ୍ଣ କାମ
ଯାଜପୁର ଅଫିସ,୨୭।୧୨ ବିନା ପଞ୍ଜୀକରଣରେ ପାଣିରେ ବୁଡ଼ାଇ ବିପଦପୂର୍ଣ୍ଣ କାର୍ଯ୍ୟରେ ଶ୍ରମିକଙ୍କୁ ନିୟୋଜିତ କରି କାମ କରୁଛି ଏଆର୍‌ଏସ୍‌ଏସ୍‌। ଏପରି କି ସେମାନଙ୍କୁ ୫ମାସ ହେଲା ବକେୟା ୭ଲକ୍ଷ ଟଙ୍କା ପ୍ରାପ୍ୟ ପ୍ରଦାନ କରାଯାଇନାହିଁ। ଯାଜପୁର ଜିଲା ଜେନାପୁର ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣାଧିନ ହାଇଲେଭଲ ବ୍ରିଜର ସିଙ୍କିଙ୍ଗ କାର୍ଯ୍ୟରେ ଏଭଳି ଅଭିଯୋଗ ହୋଇଛି। ରାଜ୍ୟ ବାହାରର ସମ୍ପୃକ୍ତ ଶ୍ରମିକମାନେ ଏନେଇ ଠିକାସଂସ୍ଥା ଏଆରଏସ୍‌ଏସ୍‌ ବିରୋଧରେ ବୁଧବାର ଜିଲା ଶ୍ରମ ବିଭାଗର ଦ୍ୱାରସ୍ଥ ହୋଇଛନ୍ତି। କମ୍ପାନୀର ପଞ୍ଜୀକରଣ ବଳରେ କାହାରି କିଛି ଅସୁବିଧା ହେବ ନାହିଁ ବୋଲି କୁହାଯାଇ ୧୦୦ଫୁଟରୁ ଊର୍ଦ୍ଧ୍ୱ ଗଭୀର ପାଣିରେ ଗରିବ ଲୋକଙ୍କ ଜୀବନକୁ ବାଜି ଲଗାଯାଉଛି। ପୂର୍ବରୁ ଗାର୍ଡରରେ ଫାଟ ଓ ଶ୍ରମିକଙ୍କ ନାମରେ ବର୍ଦ୍ଧିତ ଦରକୁ ହଡ଼ପ ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ଏହି ସଂସ୍ଥା ପରିଚାଳିତ ହେଉଥିବାରୁ ଶ୍ରମ ବିଭାଗ କିମ୍ବା ଯାଜପୁର ଆର ଆଣ୍ଡ ବି ଡିଭିଜନ ମୁହଁ ଖୋଲିବାକୁ ସାହାସ ଜୁଟାଇ ପାରୁ ନାହାନ୍ତି। ଫଳରେ ଗରିବ ଶ୍ରମିକମାନେ ନିଜ ଭାଗ୍ୟକୁ ଆଦରି ପଡି ରହିଛନ୍ତି । ମଧ୍ୟପ୍ରଦେଶ ରାଜ୍ୟର ମୋରେନା ଜିଲା ବୁଧରା ଅଞ୍ଚଳର ମାଧୋ ସିଂ ଓ ତାଙ୍କ ସାଥିଙ୍କୁ ଜେନାପୁର ବ୍ରିଜର ସିଙ୍କିଙ୍ଗ କାର୍ଯ୍ୟ ପାଇଁ ଏଆର୍‌ଏସ୍‌ଏସ୍‌ ୩।୫।୨୦୧୬ରେ କାର୍ଯ୍ୟାଦେଶ ଦେଇଥିଲା। ସେହିଦିନଠାରୁ ମାଧୋ ସିଂ, ରାମ କୃପାଳ, ତେହସିଲଦାର, ରାକେସ ସିଂ, ବୀରେନ୍ଦର ସିଂ, ବିଜୟ ରାମ, ମୁକେଶ ସିଂ ଓ ବିଜେନ୍ଦର ସିଂ ଗତ ଜୁଲାଇ ମାସ ପର୍ଯ୍ୟନ୍ତ ସିଙ୍କିଙ୍ଗ କାର୍ଯ୍ୟରେ ନିୟୋଜିତ ଥିଲେ । ନଦୀଗର୍ଭରେ ୧୦୦ ଫୁଟ ଗଭୀରକୁ ବୁଡି ଏହି ଶ୍ରମିକମାନେ ବିପଦପୂର୍ଣ୍ଣ ପିଲର କାର୍ଯ୍ୟ କରୁଥିଲେ। ପ୍ରତି ୧୫ ଦିନରେ ଶ୍ରମିକଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ କମ୍ପାନୀ ସହିତ ଚୁକ୍ତି ହୋଇଥିଲା। ଗତ ଜୁଲାଇ ମାସ ପର୍ଯ୍ୟନ୍ତ ଏହି ଶ୍ରମିକମାନେ କରିଥିଲେ। ଚୁକ୍ତି ଅନୁସାରେ ମୋଟ ୧୯ଲକ୍ଷ ୭୦ହଜାର ଟଙ୍କା ବିଲ୍‌ ହୋଇଥିଲା। ସେଥିରୁ ୧୨ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବାଳେ ବାକି ୭ଲକ୍ଷ ୭୦ହଜାର ଟଙ୍କା ଏଯାବତ୍‌ ନ ମିଳିବାରୁ ସେମାନେ କାମ ବନ୍ଦ କରିଦେଇଥିବା ଶ୍ରମିକ ମାଧୋ ସିଂ ଜିଲା ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବାରମ୍ବାର ବକେୟା ଅର୍ଥ ଦେବାକୁ ଶ୍ରମିକମାନେ ଆବେଦନ ନିବେଦନ କରି ନୟାନ୍ତ ହୋଇସାରିଲେଣି। ତେବେ ଏହି ଶ୍ରମିକଙ୍କ ଅର୍ଦ୍ଧ ଶିକ୍ଷିତର ସୁଯୋଗ ନେଇ ଶ୍ରମ ବିଭାଗୀୟ ଅଧିକାରୀ ଏଆର୍‌ଏସ୍‌ଏସ୍‌ କମ୍ପାନୀ ସପକ୍ଷରେ ଠିଆ ହୋଇ କାହିଁକି ବିନା ପଞ୍ଜିକରଣରେ କାମ କରୁଛ ବୋଲି କହି ନାଲି ଆଖି ଦେଖାଇଛନ୍ତି। ଅନ୍ୟପକ୍ଷେ ଏଆର୍‌ଏସ୍‌ଏସ୍‌ର ଚୁକ୍ତିରେ କୌଣସି ପଞ୍ଜିକରଣ ବାବଦରେ ଉଲ୍ଲେଖ କରାଯାଇ ନାହିଁ। ନିଜର ପଞ୍ଜୀକରଣ ବଦଳରେ କାମ କରିବ, ଏଥିରେ କୌଣସି ସମସ୍ୟା ହେବ ନାହିଁ ବୋଲି ଠିକାସଂସ୍ଥା କର୍ତ୍ତୃପକ୍ଷ ପୂର୍ବରୁ କହିଆସୁଥିବା ଶ୍ରମିକ ମାଧୋ ସିଂ ପ୍ରକାଶ କରିଛନ୍ତି । ଏହାବାଦ ୨୦୧୬ ଫେବୃୟାରୀ ମାସରେ ୨ଟି ଛାତର ଗାର୍ଡରରେ ଫାଟ ସୃଷ୍ଟି ହୋଇଥିଲା। ଗାର୍ଡର ଫାଟକୁ ଲୁଚାଇ ସମ୍ପୂର୍ଣ୍ଣ ଭାଙ୍ଗି ପୁନଃ ନିର୍ମାଣ ପରିବର୍ତ୍ତେ ସାମାନ୍ୟ ମରାମତି କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଅନ୍ୟପକ୍ଷେ ପାଣିକୋଇଲି ନିବାହୀଯନ୍ତ୍ରୀଙ୍କ ସୁପାରିଶକ୍ରମେ ପୂର୍ତ୍ତ ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୪୦୬୯/୨ା୧୧ା୨୦୧୭ରେ ୱାର୍ଡବ୍ୟାଙ୍କ ପ୍ରକଳ୍ପର ଚିଫ୍‌ ଇଞ୍ଜିନିୟରଙ୍କୁ ୨୦୧୧ ରୁ ୨୦୧୪ପର୍ଯ୍ୟନ୍ତ ଶ୍ରମିକଙ୍କ ବର୍ଦ୍ଧିତ ମୂଲ୍ୟ ବାବଦକୁ ୧କୋଟି ୫ଲକ୍ଷ ୪ହଜାର ୩୫୧ଟଙ୍କା ମଞ୍ଜୁର କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ବାସ୍ତବପକ୍ଷେ ଏଆର୍‌ଏସ୍‌ଏସ୍‌ ଦ୍ୱାରା ନିର୍ମାଣାଧିନ ଏହି ବ୍ରିଜ କାର୍ଯ୍ୟରେ ଗତ ୨୦୧୧ରୁ ଏଯାଏ ସର୍ବାଧିକ ମାତ୍ର ୫ଜଣ ସ୍ଥାନୀୟ ଶ୍ରମିକ ନିୟୋଜିତ ହୋଇଛନ୍ତି । ଏଥିରେ ରାଜ୍ୟ ବାହାର ବିହାର ଓ କଲିକତାର ଏକ ସଂସ୍ଥା ଜରିଆରେ ୬୦ରୁ ୭୦ଜଣ ଶ୍ରମିକ କାମ କରି ଆସୁଛନ୍ତି। ଏଭଳିସ୍ଥିତିରେ କେଉଁ ଶ୍ରମିକଙ୍କ ମୂଲ୍ୟ ବର୍ଦ୍ଧିତ ପାଇଁ ଉପରୋକ୍ତ ଅର୍ଥ ମଞ୍ଜୁର ପାଇଁ ପ୍ରସ୍ତାବ ଯାଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ବ୍ରାହ୍ମଣୀ ନଦୀରେ ଜେନାପୁର ନିକଟରେ ହାଇଲେଭଲ ବ୍ରିଜ ନିର୍ମାଣ ପାଇଁ ୨୦୧୧-୧୨ ଆର୍ଥିକ ବର୍ଷରେ ଏଆର୍‌ଏସ୍‌ଏସ୍‌ ଇନଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟ ଲିଃ ସହ ୪୪କୋଟି ୬୫ଲକ୍ଷ ୩୩ହଜାର ୮୨୯ଟଙ୍କା ନାବାର୍ଡ ଅନୁଦାନରେ ଚୁକ୍ତି ହୋଇଥିଲା । ପୂର୍ବ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହା ଶେଷ ନ ହେବାରୁ ଆସନ୍ତା ୨୮।୨।୨୦୧୮ ତାରିଖ ମଧ୍ୟରେ ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଏ ସଂକ୍ରାନ୍ତରେ ଠିକାସଂସ୍ଥା ଏଆର୍‌ଏସ୍‌ଏସ୍‌ର ପରିଚାଳନା ନିର୍ଦ୍ଦେଶକଙ୍କ ପିଏ ଅନାମ ବେହେରାଙ୍କୁ ପଚାରିବାରେ ଅଭିଯୋଗ ଉପରେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଜିଲା ଶ୍ରମ ଅଧିକାରୀ ଶିବଶଙ୍କର ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଅଭିଯୋଗ ସଂକ୍ରାନ୍ତରେ ସଂପୃକ୍ତ ଠିକାସଂସ୍ଥାକୁ ପତ୍ର ଦିଆଯିବ। ଏହାପରେ ଉଭୟ ଠିକାସଂସ୍ଥା ଓ ଶ୍ରମିକଙ୍କ ସହିତ ଆଲୋଚନା କରି ବିହିତ ପଦକ୍ଷେପ ନିଆଯିବ।
All Right Reserved By

ଉପକୂଳ ଓଡିଶା

ଗୁଲନଗରରେ ଗଣେଶ ମେଲଣ

ଗୁଲନଗରରେ ଗଣେଶ ମେଲଣ

କେନ୍ଦ୍ରାପଡା ଅଫିସ, ୨୦।୯- କେନ୍ଦ୍ରାପଡା ବ୍ଲକ ଗୁଲନଗର ପଞ୍ଚାୟତରେ ଗଣେଶ ମେଲଣ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛ। ଏଥିରେ ପଞ୍ଚାୟତର ୭ଟି ଗଣେଶଙ୍କ ମୁଣ୍ମୟ ପ୍ରତିମା ସାମିଲ ହେବା ସହିତ ଏକତ୍ର ଭୋଗ ଲାଗି ହୋଇଥିଲା ।

କୃଷିଋଣ ଛାଡ ପାଇଁ ଦାବିପତ୍ର

କୃଷିଋଣ ଛାଡ ପାଇଁ ଦାବିପତ୍ର

କେନ୍ଦ୍ରାପଡା ଅଫିସ, ୨୦।୯- ଡେରାବିଶ ବ୍ଲକ ଗଣିଆମୁହଁ ଗ୍ରାମର ପାର୍ବତୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କୃଷିଋଣ ଛାଡ ପାଇଁ ଜିଲାପାଳଙ୍କୁ ଏକ ଦାବିପତ୍ର ବୁଧବାର ପ୍ରଦାନ କରିଛନ୍ତି। 

 ଶ୍ରମିକଙ୍କୁ ପରିଚୟପତ୍ର ବଣ୍ଟନ

ଶ୍ରମିକଙ୍କୁ ପରିଚୟପତ୍ର ବଣ୍ଟନ

କେନ୍ଦ୍ରାପଡା ଅଫିସ, ୨୦।୯-ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ୫୦ ଜଣ କୁଶଳୀ ଶ୍ରମିକଙ୍କୁ ବୁଧବାର ପରିଚୟ ପତ୍ର ପ୍ରଦାନ କରାଯାଇଛି। ।ଜିଲା ଶ୍ରମ ଅଧିକାରୀ କଳ୍ପନା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏଥିପାଇଁ କେନ୍ଦ୍ରାପଡା ବ୍ଲକ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। 

ଶୌଚ ହେବାକୁ ଯାଇ ମହିଳା ନିଖୋଜ

ଶୌଚ ହେବାକୁ ଯାଇ ମହିଳା ନିଖୋଜ

ଆଳି,୨୦।୯(ଡି.ଏନ୍‌.ଏ.): ଆଳି ଥାନା ଅନ୍ତର୍ଗତ ଲୋକାପଡା ଗ୍ରାମର ସୁକାନ୍ତି  ଘଡେଇ (୮୦)ବର୍ଷ ବୁଧବାର ବିଳମ୍ବିତ ରାତିରେ ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଛନ୍ତି।

ବାହାଡାଝୋଲା ହରିପୁରରେ ରାସ୍ତାରୋକୋ

ବାହାଡାଝୋଲା ହରିପୁରରେ ରାସ୍ତାରୋକୋ

ଓଡଗାଁ,୨୦।୯(ସ୍ବ.ପ୍ର.)-ନୂଆଗାଁ ବ୍ଲକ ହରିପୁର ପ୍ରାଥମିକ ବିଦ୍ୟାଳୟରୁ  ଚୋରି ହୋଇଥିବା ନଥିପତ୍ର ଉଦ୍ଧାର କରିବା ଦାବି ନେଇ ଗ୍ରାମବାସୀ ଗୁରୁବାର ଓଡଗାଁ-ବାହାଡାଝୋଲା ମୁଖ୍ୟ ରାସ୍ତାରେ କାଠ ପକାଇ ରାସ୍ତାରୋକୋ କରିଛନ୍ତି ।

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡା,୨୦।୯(ଡି.ଏନ.ଏ.)-ମହାକାଳପଡା ବ୍ଳକ ଅଧୀନ ବଡିହ ଗ୍ରାମର ବସନ୍ତ ନାୟକ (୨୨) ନାମକ ଜଣେ ଯୁବକଙ୍କୁ ବୁଧବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି । ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ଗୁହାଳ ପୋଡ଼ି ଗାଇ ବାଛୁରୀ ଜୀବନ୍ତ ଦଗ୍ଧ

ଡେରାବିଶ,୨୦।୯(ସ୍ବ.ପ୍ର.)-ଡେରାବିଶ ବ୍ଲକ ଅଧୀନ ଗୋଲରାହାଟ ପଞ୍ଚାୟତର ପଣ୍ଡିତପାଟଣା ଗ୍ରାମର ବେଣୁଧର ମଲ୍ଲିକଙ୍କ ଗୁହାଳ ଘରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଗାଇ ଓ ଗୋଟିଏ ବାଛୁରୀ  ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଖବରପାଇ ସ୍ଥାନୀୟ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲେ । 

 ବିଦ୍ୟୁତ ଖୁଣ୍ଟକୁ ପିଟିଲା ଲୁଟେରାଙ୍କ ବୋଲେରୋ, ୩ଜଣଙ୍କୁ ଅଟକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଗ୍ରାମବାସୀ

ବିଦ୍ୟୁତ ଖୁଣ୍ଟକୁ ପିଟିଲା ଲୁଟେରାଙ୍କ ବୋଲେରୋ, ୩ଜଣଙ୍କୁ ଅଟକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଗ୍ରାମବାସୀ

ରଣପୁର,୨୦।୯(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ବାଉଁଶଗଡ଼ଠାରେ ଗୁରୁବାର ମଧ୍ୟାହ୍ନ ୧୨ଟାରେ ଜଣେ ମାଛ ବେପାରୀଙ୍କଠାରୁ ଲୁଟ ହୋଇଛି। ୪ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ଆସି ବେପାରୀ ନବ କିଶୋର ରାଉତଙ୍କୁ ବନ୍ଧୁକ ଦେଖାଇ ୧୫ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇ ଦ୍ରୁତ ଗତିରେ ପଳାଉଥିଲେ। ଏହି ସମୟରେ ସେମାନେ କୁଳାସର ଗ୍ରାମରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇଥିଲେ। ଗାଡ଼ିଟି ଅଟକି ଯିବାପରେ ଗ୍ରାମବାସୀ ସେମାନଙ୍କୁ ଘେରିଯାଇଥିଲେ।

ଜୀବିକା ମିଶନ ପକ୍ଷରୁ ସମନ୍ବୟ କର୍ମଶାଳା

ଜୀବିକା ମିଶନ ପକ୍ଷରୁ ସମନ୍ବୟ କର୍ମଶାଳା

ରାଜନଗର,୨୦।୯(ଡିଏନଏ)-ଓଡିଶା ଜୀବିକା ମିଶନ ରାଜନଗର ଶାଖା ପକ୍ଷରୁ ଜୀବିକା ସମନ୍ବୟ କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।

ରାଜନଗରରେ ବୈଜୟନ୍ତଙ୍କ କୁଶ ପୁତ୍ତଳିକା ଦାହ

ରାଜନଗରରେ ବୈଜୟନ୍ତଙ୍କ କୁଶ ପୁତ୍ତଳିକା ଦାହ

ରାଜନଗର,୨୦।୯(ଡି.ଏନ.ଏ.)-ରାଜନଗର ବିଜେଡି ପକ୍ଷରୁ ଗୁରୁବାର ମଧ୍ୟାହ୍ନ ୧୨ଟା ସମୟରେ ରାଜନଗର ବ୍ଲକ ଛକଠାରେ ପୂର୍ବତନ କେନ୍ଦ୍ରାପଡା ଏମପି ବୈଜୟନ୍ତ ପଣ୍ଡାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

ଜାଲ ନୋଟ ଜବତ : ଜଣେ ଅଟକ

ଜାଲ ନୋଟ ଜବତ : ଜଣେ ଅଟକ

ରାଜନଗର,୨୦।୯(ଡି.ଏନ.ଏ.)-ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ରାଜନଗର ବଜାରରେ ଜାଲ ନୋଟ କାରବାର କରୁଥିବା ଜଣେ ଯୁବକଙ୍କୁ ଲୋକେ କାବୁ କରି ପୋଲିସ ଜିମା ଦେଇଛନ୍ତି । 

ବିଭିନ୍ନ ଦାବିରେ ଶ୍ରମିକ ସଂଘର ଗଣଧାରଣା

ବିଭିନ୍ନ ଦାବିରେ ଶ୍ରମିକ ସଂଘର ଗଣଧାରଣା

କେନ୍ଦ୍ରାପଡ଼ା ଅଫିସ୍‌, ୨୦।୯
ଓଡିଶା କନଷ୍ଟ୍ରକ୍ସନ ୱାର୍କର୍ସ ୟୁନିୟନ ପକ୍ଷରୁ ବିଭିନ୍ନ ଦାବି ଉପସ୍ଥାପନ କରାଯାଇ ଜିଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଗଣଧାରଣା ଦିଆଯାଇଥିଲା। ତେବେ ଦାବି ସମ୍ପର୍କରେ ଆସନ୍ତା ୨୪ ତାରିଖରେ ୟୁନିୟନ ଓ ଶ୍ରମ ଅଧିକାରୀଙ୍କ ମଧ୍ୟରେ ଏକ ଆଲୋଚନା ହେବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଏହି ଗଣଧାରଣା ସ୍ଥଗିତ ରହିଥିଲା। ସଂଗଠନ ସଭାପତି ଧନେଶ୍ୱର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶ୍ରମିକ ନେତା ଜଗଜ୍ଜୀବନ ଦାସ, ଅଜିତ ପରିଡ଼ା, ଗୟାଧର ଧଳ, ଉମେଶଚନ୍ଦ୍ର ସିଂହ, ଖଗେଶ୍ୱର ପ୍ରଧାନ, ମାଧବ ଦାସ, ରମେଶ ମଳିକ, ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ।