ରାଜ୍ୟ | ସମ୍ବଲପୁର

ଛାତ୍ରୀଙ୍କୁ ଗଣବଳାତ୍କାର, ଜଣେ ଅଟକ

ଛାତ୍ରୀଙ୍କୁ ଗଣବଳାତ୍କାର, ଜଣେ ଅଟକ
ଲଖନପୁର,୨୮।୧୨(ଡି.ଏନ୍‌.ଏ.)-ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅଧୀନ ସାହାସବଗା ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗଣବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡିତାଙ୍କ ବାପା ବୁଧବାର ସନ୍ଧ୍ୟାରେ ଗ୍ରାମବାସୀଙ୍କ ସହ ରେଙ୍ଗାଲି ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭତ୍ତି କରି ପୋଲିସ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି। ହେଲେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡିଛି। ଅଭିଯୋଗ ମୁତାବକ, ଛାତ୍ରୀ ଜଣକ ଗତ ରବିବାର ରାତି ପ୍ରାୟ ୭ଟାରେ ଘର ସମ୍ମୁଖରେ ଛିଡା ହୋଇଥିଲେ। ପରେ ସେ କେଉଁଆଡେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନ ଥିଲେ। ଏନେଇ ପରିବାର ଲୋକେ ଗ୍ରାମବାସୀଙ୍କୁ ଜଣାଇଥିଲେ। ପରିବାର ସଦସ୍ୟଙ୍କ ସହ ଗ୍ରାମବାସୀ ରାତିରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଶେଷରେ ଗ୍ରାମର ଏକ ପରିତ୍ୟକ୍ତ ଘର ପାଳଗଦା ନିକଟରେ ଛାତ୍ରୀ ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୂର୍ବରୁ ସେହି ସ୍ଥାନକୁ ଗ୍ରାମବାସୀ ଖୋଜିଥିଲେ ମଧ୍ୟ ଛାତ୍ରୀ ଜଣକ ସେଠାରେ ନ ଥିଲେ। ତାଙ୍କୁ ଅନ୍ୟସ୍ଥାନରେ ବଳାତ୍କାର କରି ପରବର୍ତ୍ତୀ ସମୟରେ ପାଳଗଦା ନିକଟରେ ଆଣି ପକାଇ ଦିଆଯାଇଥିବା ଗ୍ରାମବାସୀ କହିଛନ୍ତି। ଗ୍ରାମବାସୀ ଛାତ୍ରୀଙ୍କୁ ଘରକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ। ପରେ ଛାତ୍ରୀଙ୍କ ଚେତା ଫେରିବା ପରେ ସେ ଘଟଣା ସଂକ୍ରାନ୍ତରେ ପରିବାର ଲୋକଙ୍କୁ କହିଥିଲେ। ପୀଡିତାଙ୍କ କହିବା ମୁତାବକ, ସେ ଘର ସମ୍ମୁଖରେ ରବିବାର ରାତି ପ୍ରାୟ ୭ଟାରେ ଛିଡା ହୋଇଥିଲେ ା ସେତିକି ବେଳେ ଗ୍ରାମର ଜଣେ ଯୁବକ ତାଙ୍କୁ ଉଠାଇ ନେଇ ବଳାକତ୍ାର କରିଥିଲେ। ପରେ ତାଙ୍କୁ ସେହି ଯୁବକଙ୍କ ସହିତ ଗ୍ରାମର ଅନ୍ୟଯୁବକମାନେ ପାଳଗଦା ନିକଟରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ। ଏହାର କିଛି ସମୟ ପରେ ସେ ଚେତାଶୂନ୍ୟ ହୋଇଯାଇଥିଲେ ା ପୀଡିତାଙ୍କ ନିକଟରୁ ପରିବାର ଲୋକେ ଘଟଣା ସଂକ୍ରାନ୍ତରେ ଜାଣି ଗ୍ରାମବାସୀଙ୍କୁ କହିଥିଲେ। ଏନେଇ ମଙ୍ଗଳବାର ସନ୍ଧ୍ୟାରେ ଗ୍ରାମରେ ଏକ ବୈଠକ ହୋଇଥିଲା। ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ପୀଡିତାଙ୍କ ବାପା ବୁଧବାର ସନ୍ଧ୍ୟାରେ ଥାନାରେ ଅଭିଯୋଗ କରିଛନ୍ତି। ଉକ୍ତ ବଳାତ୍କାର ଘଟଣାରେ ଏକାଧିକ ଯୁବକ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।
All Right Reserved By

ରାଜ୍ୟ | ସମ୍ବଲପୁର

‘ଭାରି ଯାନ ଚଳାଚଳ ବନ୍ଦ କରାଯାଉ’

‘ଭାରି ଯାନ ଚଳାଚଳ ବନ୍ଦ କରାଯାଉ’

ବନ୍ତ,୨୫।୯(ଡି.ଏନ.ଏ.)-ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ଗଣିଜାଙ୍ଗଠାରୁ ବନ୍ତ ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ନ ସରିବା ଯାଏ ଭାରିଯାନ ଚଳାଚଳ ବନ୍ଦ ରଖାଯିବାକୁ ବନ୍ତ-ଭଣ୍ଡାରିପୋଖରୀ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି। 

ପ୍ରଧାନମନ୍ତ୍ରୀ ଆବାସ ଯୋଗାଣରେ ଅନିୟମିତତା

ପ୍ରଧାନମନ୍ତ୍ରୀ ଆବାସ ଯୋଗାଣରେ ଅନିୟମିତତା

ବାଲେଶ୍ୱର ଅଫିସ, ୨୫।୯-ବାଲେଶ୍ୱର ସଦର ବ୍ଲକ ଅଧୀନ ବୁଆଁଳ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏହି ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଅଣଦେଖା କରାଯାଉଛି। ଏହାର ପ୍ରତିବାଦରେ ହିତାଧିକାରୀମାନେ ସୋମବାର ପୂର୍ବାହ୍ନରେ ସଦର ବିଡ଼ିଓ ଶଙ୍କର୍ଷଣ ବେହେରାଙ୍କ ଅଫିସ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ କୌଣସି ଅଧିକାରୀ ହିତାଧିକାରୀଙ୍କ ନିକଟରେ ପହଞ୍ଚତ୍ ନ ଥିବା ଜଣାପଡିଛି। 

୩ ବର୍ଷ ଷ୍ଟାଇପେଣ୍ଡ ମିଳୁନି, ଜିଲା ପ୍ରଶାସନଠାରେ ଅଭିଯୋଗ କଲେ ଛାତ୍ରୀଛାତ୍ର

୩ ବର୍ଷ ଷ୍ଟାଇପେଣ୍ଡ ମିଳୁନି, ଜିଲା ପ୍ରଶାସନଠାରେ ଅଭିଯୋଗ କଲେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ, ୨୫।୯-ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତର ମାଣ୍ଡରକୁଲା ଗାନ୍ଧିଜୀ ହାଇସ୍କୁଲର ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରୀଛାତ୍ରଙ୍କୁ ୩ ବର୍ଷ ହେଲା ଷ୍ଟାଇପେଣ୍ଡ ମିଳିନି। ସୋମବାର ସେମାନେ ଅତିରିକ୍ତ ଜିଲାପାଳ ମାନସ ରଞ୍ଜନ ପାଢ଼ୀଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। 

ବିଜେଡିରେ ମିଶିଲେ କଂଗ୍ରେସ କର୍ମୀ

ବିଜେଡିରେ ମିଶିଲେ କଂଗ୍ରେସ କର୍ମୀ

ଦିଗପହଣ୍ଡି,୨୫।୯(ଡି.ଏନ.ଏ.): ଦିଗପହଣ୍ଡି ବ୍ଲଖ ଫାସିଗୁଡ଼ା ପଞ୍ଚାୟତ ଜକମେରିପଲ୍ଲୀ ଓ ଜଲମେରିପଲ୍ଲୀ ଗ୍ରାମର ବହୁ କଂଗ୍ରେସ କର୍ମୀ ସୋମବାର ଦଳ ଛାଡି ବିଜେଡିିରେ ସାମିଲ ହୋଇଥିବା ଘୋଷଣା କରିଛନ୍ତି । 

ପୁଣି କୋଟଗଡ଼ରେ ନାବାଳିକାଙ୍କୁ ବଳାତ୍କାର

ପୁଣି କୋଟଗଡ଼ରେ ନାବାଳିକାଙ୍କୁ ବଳାତ୍କାର

ଫୁଲବାଣୀ ଅଫିସ/କୋଟଗଡ,(ଡି.ଏନ.ଏ.), ୨୫ା୯-କନ୍ଧମାଳ ଜିଲା କୋଟଗଡ ଥାନା ଅଞ୍ଚଳରେ ଜଣେ ୯ ବର୍ଷର ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ନେଇ ଉତ୍ତେଜନା ଥମି ନ ଥିବା ବେଳେ ସୋମବାର ପୁଣି ଏକ ବଳାତ୍କାର ଘଟଣା ପଦାକୁ ଆସିଛି।

ଗୃହରକ୍ଷୀଙ୍କ ପାସିଂ ଆଉଟ୍‌ ପରେଡ୍‌

ଗୃହରକ୍ଷୀଙ୍କ ପାସିଂ ଆଉଟ୍‌ ପରେଡ୍‌

ଛତ୍ରପୁର,୨୫ା୯(ଡି.ଏନ.ଏ)-ଗଞ୍ଜାମ ପୋଲିସ ଜିଲାରେ ନୂତନ ଭାବେ ନିଯୁକ୍ତି ପାଇଥିବା ଗୃହରକ୍ଷୀମାନଙ୍କ ପାସିଂ ଆଉଟ୍‌ ପ୍ୟାରେଡ୍‌ ସୋମବାର ଛତ୍ରପୁରସ୍ଥିତ ପୋଲିସ ପଡିଆରେ ଅନୁଷ୍ଠିତ ହୋଇଥିଲା ା 

ତପ୍ତପାଣି ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର

ତପ୍ତପାଣି ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର

ଦିଗପହଣ୍ଡି/ପାଟପୁର, 
୨୫ା୯ (ଡି.ଏନ.ଏ.)- ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ତପ୍ତପାଣି ଘାଟିରେ ସାର ବୋଝେଇ ଟ୍ରକ୍‌ (ନଂ. ଓଆର୦୪ଜି୩୪୧୬) ଓଲଟି ପଡ଼ିବାରୁ ୩ ଜଣ ଗୁରୁତର ହୋଇଛନ୍ତି। 

କଲ୍ୟାଣ ଶିକ୍ଷକ,ଶିକ୍ଷା ନିରୀକ୍ଷକଙ୍କ ଜିଲାସ୍ତରୀୟ ସମ୍ମିଳନୀ

କଲ୍ୟାଣ ଶିକ୍ଷକ,ଶିକ୍ଷା ନିରୀକ୍ଷକଙ୍କ ଜିଲାସ୍ତରୀୟ ସମ୍ମିଳନୀ

ରାଇକିଆ,୨୫ା୯(ଡ଼ି.ଏନ.ଏ.)-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ନେଡ଼ିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ କନ୍ଧମାଳ ଶାଖାର ଜିଲାସ୍ତରୀୟ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି ା

‘ଆମେ ଚାହଁୁ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା’

‘ଆମେ ଚାହଁୁ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା’

ଭଞ୍ଜନଗର,୨୫।୯(ଡି.ଏନ.ଏ.)-ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ପକ୍ଷରୁ ଚାଲିଥିବା ପ୍ଲାଷ୍ଟିକ୍‌ ମୁକ୍ତ ଓଡ଼ିଶା ଅଭିଯାନରେ ଭଞ୍ଜନଗର ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ଛାତ୍ରୀଛାତ୍ର ସାମିଲ ହେବାପାଇଁ ସୋମବାର ନିଷ୍ପତ୍ତି ନେଇଛନ୍ତି। 

ଗୁମ୍ମାରେ ବିଏସଏନଏଲ ସେବା ଠପ୍‌

ଗୁମ୍ମାରେ ବିଏସଏନଏଲ ସେବା ଠପ୍‌

ଗୁମ୍ମା ୨୫।୯ (ଡି.ଏନ.ଏ)-
ଗଜପତି ଜିଲା ଗୁମ୍ମା ବ୍ଲକ ସଦର ମହକୁମାଠାରେ ବିଏସଏନଏଲ ସେବା ଦୀର୍ଘ ଏକ ମାସ ହେଲା ଲୋକଙ୍କୁ ସେବା ଯୋଗାଇ ଦେବା ବିଫଳ ହୋଇଛି। ବିଭାଗୀୟ ଅଧିକାରୀ ଙ୍କୁ ଏନେଇ  ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ।  

ରାସ୍ତାରେ ଖାଲଖମା , ମରାମତି ଦାବି

ରାସ୍ତାରେ ଖାଲଖମା , ମରାମତି ଦାବି

ସେମିଳିଗୁଡ଼ା,୨୫।୯(ସ୍ବ.ପ୍ର)-ସୁନାବେଡ଼ା ପୌରପରିଷଦ ଅଧୀନ କାକିଗଁାକୁ ପଡ଼ିଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘଦିନ ଧରି ଏହି ରାସ୍ତାର ମରାମତି କରାଯାଉ ନ ଥିବାରୁ ମଝିରେ ଖାଲଖମା ସୃଷ୍ଟି ହୋଇଛି। 

ସୀମାନ୍ତ ଅଞ୍ଚଳରେ ରାତିଅଧିଆ ମାଲ୍‌  ପରିବହନ: ରାଜସ୍ବ ହରାଉଛନ୍ତି ସରକାର

ସୀମାନ୍ତ ଅଞ୍ଚଳରେ ରାତିଅଧିଆ ମାଲ୍‌ ପରିବହନ: ରାଜସ୍ବ ହରାଉଛନ୍ତି ସରକାର

ପାରଳାଖେମୁଣ୍ଡି, ୨୫।୯ (ସ୍ବ.ପ୍ର.) 
ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ପୁରୁଣାପାଟଣା ରୋଡର ଓଡିଶା-ଆନ୍ଧ୍ର ସୀମାନ୍ତବର୍ତ୍ତୀ ସ୍ଥାନରୁ ରାତିଅଧିଆ ଟ୍ରକ ଯୋଗେ ପଡୋଶୀ ଆନ୍ଧ୍ରକୁ ବିଭିନ୍ନ ସାମଗ୍ରୀ ଚାଲାଣ ହେଉଥିବା ଦୃଷ୍ଟିକୁ ଆସିଛି ା