ସମ୍ବଲପୁର

ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ: କୋଶଲୀ ଧନୁଯାତ୍ରାର ପ୍ରଥମ ସନ୍ଧ୍ୟା

ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ: କୋଶଲୀ ଧନୁଯାତ୍ରାର ପ୍ରଥମ ସନ୍ଧ୍ୟା
ନୂଆପଡା ଅଫିସ,୨୮।୧୨- କୋଶଳ ଭାଷାର ଗବେଷଣା ପ୍ରତିଷ୍ଠାନ ତରଫରୁ ନୂଆପଡା ରଙ୍ଗ ମଞ୍ଚରେ ଆରମ୍ଭ ହୋଇଥିବା କୋଶଲୀ ଧନୁଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ହୋଇଛି। ପ୍ରଥମ ଦିନର କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ ଦଳ ଦ୍ୱାରା ପ୍ରଦର୍ଶିତ ହୋଇଥିବା ନୃତ୍ୟଗୀତରେ ମଞ୍ଚ ଦୁଲୁକି ଉଠିଥିଲା। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ପିଲାଙ୍କ ପ୍ରତିଯୋଗିତା ଦର୍ଶକଙ୍କୁ ବାନ୍ଧି ରଖିଥିଲା। କଂସ ଦରବାରରେ ଅତିଥିଶାଳାରେ ନାଟ୍ୟକଳାକାରମାନଙ୍କର କାର୍ଯ୍ୟକ୍ରମ ମଞ୍ଚରେ ସଂସ୍କୃତିର ଆସର ଜମାଇଥିଲା। ପ୍ରତିବର୍ଷ ଭଳି ନିର୍ଦ୍ଧାରିତ ସମୟରେ କାର୍ଯ୍ୟକ୍ରମ ବୁଧବାର ସନ୍ଧ୍ୟା ୭ଟାବେଳେ ଆରମ୍ଭ ହୋଇଥିଲା। ଶୋଭାଯାତ୍ରାରେ କଂସଙ୍କ ପାରିଷଦ ବର୍ଗ ଏବଂ କୋଷଳ ରତ୍ନ ପ୍ରୟାଗ ଦତ ଯୋଶୀଙ୍କ ଫଟୋ ଚିତ୍ରକୁ ଶୋଭାଯାତା୍ରରେ ସହର ପରିକ୍ରମା କରି ମଞ୍ଚରେ ଆଣି ସ୍ଥାପନ କରାଯାଇଥିଲା। ପରେ ମଞ୍ଚ ଆଲୋକମାଳାରେ ଝଲସି ଉଠିଥିଲା। ତତ୍‌କ୍ଷଣାତ ପୂର୍ବ ପ୍ରସ୍ତୁତି ଅନୁଯାୟୀ ପ୍ରଥମେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା କୁନିପିଲାଙ୍କର ନୃତ୍ୟ ପ୍ରତିଯୋଗିତା ହୋଇଥିଲା। ଏହାକୁ ପ୍ରାଥମିକ ଶିକ୍ଷକତା କରୁଥିବା ଜୟଶ୍ରୀ ଦଣ୍ଡସେନା ପରିଚାଳନା କରିଥିଲେ। ଏହାକୁ ଦେଖିବାକୁ ସହରର ବହୁ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ଗହଳି ହୋଇଥିଲା। ଏହି ପ୍ରତିଯୋଗିତା ଧନୁଯାତ୍ରା ଶେଷ ହେବା ଯାଏଁ ଚାଲିବ। ଶେଷ ଦିନ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ। ଏହି କାର୍ଯ୍ୟକ୍ରମ ପରେ ଉଦ୍‌ଘାଟନୀ ସମାରୋହ ହୋଇଥିଲା। ଅତିଥିମାନଙ୍କ ଗହଣରେ ଧନୁଯାତ୍ରାର ଯୁବରାଜ କଂସ ହାତୀରେ ଆସି ପହଞ୍ଚିଥିଲେ। ସେ ପହଞ୍ଚିବାକ୍ଷଣୀ ତାଙ୍କର ଅତିଥିଶାଳାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ନାଟ୍ୟକଳାକାରଙ୍କ ବଛା ବଛା ସମ୍ବଲପୁରୀ ଏବଂ କଳାହାଣ୍ଡିଆ ଗୀତରେ ତାଳେ ତାଳେ ନୃତ୍ୟ ପ୍ରଦର୍ଶନ କରି ଅତିଥିଙ୍କ ମନମୋହିଥିଲେ। ଏହା ପରେ କଂସ ଦରବାରରେ ମହାରାଜ କଂସଙ୍କ ପ୍ରତାପୀ ଶାସନକାଳକୁ ଉପଭୋଗ କରିବାକୁ ହଜାର ହଜାର ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା। ଯାତ୍ରା ପରିସରରେ ମୀନାବଜାର ମୁଖ୍ୟ ଆକର୍ଷଣ ଥିବାବେଳେ ଭଳିକିଭଳି ଖାନା ଖଜାନା ଦର୍ଶକଙ୍କୁ ବାନ୍ଧିରଖିଥିଲା। କାର୍ଯ୍ୟକ୍ରମକୁ ଅନ୍ୟମାନଙ୍କ ମଧ୍ୟରେ ଫକୀର ପାଢୀ, ସୁବଳ ଶ୍ୟାମ ପଣ୍ଡା, ପ୍ରତିଭା ହୋତା, ବିଶ୍ୱଦେବ ପଣ୍ଡା, ଅଶୋକ ନାଗ, ଜୟମାଧବ ହୋତା ପରିଚାଳନାରେ ମୁଖ୍ୟ ଭୂମିକା ନେଇଛନ୍ତି।
All Right Reserved By

ସମ୍ବଲପୁର

ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ବୈଠକ

ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ବୈଠକ

କେସିଙ୍ଗା,୧୨।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିର୍ଜାପାଲି ଗ୍ରାମସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ ପାଇଁ ବିଦ୍ୟାଳୟ ପରିସରରେ ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି ।

ଛାତ୍ରୀଛାତ୍ରଙ୍କୁ ଦିଆଗଲା ମାନବାଧିକାର ଶିକ୍ଷା

ବୀରମହାରାଜପୁର, ୧୧ା୧୨(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତାଲୁକ ଆଇନସେବା ସମିତି ତରଫରୁ ସୋମବାର ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାନବାଧିକାର ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

ଦାଦନ ଯାଇ ବୁରୁଧ୍‌ ଗୋବିନ୍ଦ ନିଖୋଜ:୫ ବଛର ହେଲା ଝୁରୁଛେ ପରିବାର

ଦାଦନ ଯାଇ ବୁରୁଧ୍‌ ଗୋବିନ୍ଦ ନିଖୋଜ:୫ ବଛର ହେଲା ଝୁରୁଛେ ପରିବାର

ଲାଠୋର, ୧୨ା୧୨(ଡି.ଏନ.ଏ):  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ଲାଠୋର ଥାନା ବେନ୍ଦେର ପଁଚେତ୍‌ର ଭରୁଆମୁଣ୍ଡା ଗାଁରେ ଗୋବିନ୍ଦ ଛତର, ମାଏକିନା ସୁଆଦେଇ, ପୁଓ ବିଷ୍ଣୁ ଆର ଝି’କେ ନେଇ ତାକର ସୁଖର ସଁସାର। ପୁଓ ଝି’କେ ବିହାଚୁରା କଲା ଉତାରୁ ନାତି ନାତେନକଁର ସଂଗେ ହଁସ୍‌ଖୁସିଥି ଦିନ୍‌ ବିତଉଥିଲେ ବୁରୁଧ୍‌ ଦମ୍ପତି।

ଅଜଣା ରୋଗ୍‌ରେ ପୀଡ଼ିତ ଦୁଇଭାଇ: ଦାନ୍‌ କରବାର ନିସପତି ନେଲେ ବାପା

ଅଜଣା ରୋଗ୍‌ରେ ପୀଡ଼ିତ ଦୁଇଭାଇ: ଦାନ୍‌ କରବାର ନିସପତି ନେଲେ ବାପା

ସଇଁତଲା,୧୨।୧୨(ଡି.ଏନ.ଏ.) :  ବଲାଙ୍ଗୀର ଜିଲା ସଇଁତଳା ବ୍ଲକ୍‌ ଡୁଙ୍ଗୁରିପାଲି ପଁଚେତ୍‌ର ଟୁର୍ଚ୍ଚାଉପେର ଗାଁର ବାହାଦୂର ସାହୁ(୫୮)। ପରିବାର କହେଲେ ମାଏକିନା ବୈଦେହୀ(୫୩) ଆର ଦୁଇ ପୁଓ ପୂର୍ଣ୍ଣଚନ୍ଦ୍ର(୧୪), ଚକ୍ରଧର(୧୩)। ଦୁଇ ପୁଓ ୮ରୁ ୯ ବଛର ବଏସ୍‌ ତକ୍‌ ଠିକ୍‌ଠାକ୍‌ ଥିଲାବେଲେ ହଠାତ୍‌ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ଆକ୍‌ରାଁତ ହେଇଥିଲେ। 

ସୁବର୍ଣ୍ଣପୁର ସହରର ୪ ପଡାରେ ଝାଡାବାନ୍ତି

ସୁବର୍ଣ୍ଣପୁର ସହରର ୪ ପଡାରେ ଝାଡାବାନ୍ତି

 ସୋନପୁର,୧୧।୧୨(ନି.ପ୍ର.): ସୁବର୍ଣ୍ଣପୁର ସହରର ଥନାପତିପଡା, ନୂଆପଡା, ଧୀବରପଡା ଓ ମାଳିପଡାରେ ଝାଡାବାନ୍ତି ବ୍ୟାପିଛି। ତରଳ ଝାଡା ଯୋଗୁଁ ୧୬ଜଣ ଅସୁସ୍ଥ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଦୂଷିତ ପାଇପ ପାଣି ପିଇ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। 

ବିଜୁ ଯୁବ ବାହିନୀ କ୍ରିକେଟ : ବାନିପାଲି ଚାମ୍ପିୟନ

ବିଜୁ ଯୁବ ବାହିନୀ କ୍ରିକେଟ : ବାନିପାଲି ଚାମ୍ପିୟନ

ଲୋଇସିଂହା,୧୧।୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବିଜୁ ଯୁବବାହିନୀ ପକ୍ଷରୁ ଲୋଇସିଂହା କଲେଜ ଖେଳ ପଡିଆରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟ  ଉଦ୍‌ଯାପିତ ହୋଇଯାଇଛି ।  ବିଜୁ ଯୁବ ବାହିନୀ ପକ୍ଷରୁ  ବ୍ଲକର ୨ ଗୋଟି ପଞ୍ଚାୟତର ୨୦ଟି କ୍ରିକେଟ ଦଳକୁ ନେଇ ସୋମବାରଠାରୁ ପ୍ରତିଯୋଗୀତା ଆରମ୍ଭ  ହୋଇଥିଲା ।

 ଅଜଣା ରୋଗରେ ଆକ୍ରାନ୍ତ ଯଦୁ ହରପାଲ, ସହାୟତାର ହାତ ବଢାଇଲେ ପଞ୍ଚାୟତ ସମିତି ଅଧ୍ୟକ୍ଷ

ଅଜଣା ରୋଗରେ ଆକ୍ରାନ୍ତ ଯଦୁ ହରପାଲ, ସହାୟତାର ହାତ ବଢାଇଲେ ପଞ୍ଚାୟତ ସମିତି ଅଧ୍ୟକ୍ଷ

ଗୁଡ଼ଭେଲା,୧୧ା୧୨(ଡ଼ି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ତାଣ୍ଡିଗାଁ ଗ୍ରାମର ୨୨ବର୍ଷିୟ ଯଦୁ ହରପାଲ ପ୍ରାୟ ଆଠ ମାସ ହେଲା  ଅଜଣା ରୋଗରେ ଆକ୍ରାନ୍ତ ହୋଇ ଅର୍ଥ ଅଭାବରୁ ଘରେ ପଡି ରହିଛନ୍ତି। ଖବର ଜାଣିବା ପରେ ମଧ୍ୟାହ୍ନରେ  ଗୁଡଭେଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା ଯଦୁଙ୍କ ଘରେ ପହଞ୍ଚତ୍ ସମବେଦନା ଜଣାଇବା ସହ ସହାୟତାର ହାତ ବଢାଇଛନ୍ତି ।     

ସାଧାରଣ ନିର୍ବାଚନ ପାଇଁ ଜରୁରୀ ବୈଠକ: ୮  ଜିଲାପାଳଙ୍କୁ ପରାମର୍ଶ

ସାଧାରଣ ନିର୍ବାଚନ ପାଇଁ ଜରୁରୀ ବୈଠକ: ୮ ଜିଲାପାଳଙ୍କୁ ପରାମର୍ଶ

ଝାରସୁଗୁଡ଼ା଼ ଅଫିସ,୧୧।୧୨: ୨୦୧୯ ସାଧାରଣ ନିର୍ବାଚନକୁ ଶୃଙ୍ଖଳିତ ଏବଂ ତ୍ରୁଟିମୁକ୍ତ ରଖିବ ପାଇଁ ପ୍ରୟାସ ଜାରି ରହିଛି। ନିର୍ବାଚନ ସମ୍ପର୍କିତ ଏକ ଜରୁରୀ ବୈଠକ ଝାରସୁଗୁଡ଼ାଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ରଘୁରାମ ଆୟେରଙ୍କ ସମେତ ୭ ଜିଲାର ଜିଲାପାଳ ଏବଂ ୧୫ ଉପ ଜିଲାପାଳ ଯୋଗ ଦେଇଛନ୍ତି। 

୧୭ରେ କୋସଲ ମହାବନ୍ଦ, ଚା’ ଖଟିରୁ ଜନ ଜାଗରଣ

୧୭ରେ କୋସଲ ମହାବନ୍ଦ, ଚା’ ଖଟିରୁ ଜନ ଜାଗରଣ

ବରଗଡ଼ ଅଫିସ୍‌,୧୧।୧୨: ସ୍ବତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବିନେଇ ଆସନ୍ତା ୧୭ତାରିଖ କୋସଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ କୋସଲ ମହାବନ୍ଦ ଡାକରା ଦିଆଯାଇଛି।

୧୭ରେ କୋସଲ ମହାବନ୍ଦ, ଚା’ ଖଟିରୁ ଜନ ଜାଗରଣ

ବରଗଡ଼ ଅଫିସ୍‌,୧୧।୧୨: ସ୍ବତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବିନେଇ ଆସନ୍ତା ୧୭ତାରିଖ କୋସଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ କୋସଲ ମହାବନ୍ଦ ଡାକରା ଦିଆଯାଇଛି। ପୂର୍ବବର୍ଷ ଭଳି ଏଥର ମଧ୍ୟ ମହାବନ୍ଦକୁ ସଫଳ କରିବା ପାଇଁ ସମିତି ପକ୍ଷରୁ ପ୍ରସ୍ତୁତି ଚାଲିଛି।

ଓକିଲଙ୍କ ଆନ୍ଦୋଳନକୁ ମହିଳାଙ୍କ ସମର୍ଥନ

ଓକିଲଙ୍କ ଆନ୍ଦୋଳନକୁ ମହିଳାଙ୍କ ସମର୍ଥନ

ବରଗଡ଼ ଅଫିସ୍‌,୧୧।୧୨: ପଶ୍ଚିମ ଓଡ଼ିଶାର ଯେକୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଆନ୍ଦୋଳନ ଜୋର୍‌ ଧରି ବସିଛି। ବରଗଡ଼ ଜିଲା ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ସ୍ଥାନୀୟ କୋର୍ଟ ସମ୍ମୁଖରେ ଗଣଧାରଣା ଦେଇଛି। 

୧୭ରେ କୋସଲ ମହାବନ୍ଦ:ଚା’ ଖଟିରୁ ଜନଜାଗରଣ

୧୭ରେ କୋସଲ ମହାବନ୍ଦ:ଚା’ ଖଟିରୁ ଜନଜାଗରଣ

ବରଗଡ଼ ଅଫିସ୍‌,୧୧।୧୨: ସ୍ବତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବି ନେଇ ଆସନ୍ତା ୧୭ରେ କୋସଲ ରାଜ୍ୟ ସମନ୍ବୟ ସମିତି କୋସଲ ମହାବନ୍ଦ ଡାକରା ଦେଇଛି। ପୂର୍ବବର୍ଷ ଭଳି ଏଥର ମଧ୍ୟ ମହାବନ୍ଦକୁ ସଫଳ କରିବା ପାଇଁ ସମିତି ପକ୍ଷରୁ ପ୍ରସ୍ତୁତି ଚାଲିଛି।