Dharitri News
ରାୟଗଡା

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

 ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ବାଲିମେଳା, ୨୭।୧୨(ଡି.ଏନ.ଏ.)- ବାଲିମେଳା ଏନଏସି ଅଧୀନ ଦୈନିକ ବଜାରର ଓଡିଆସାହି ବାସିନ୍ଦା ସୁବାସ ପଣ୍ଡାଙ୍କ ପୁଅ ବୁନା(୨୦)ଙ୍କ ଝୁଲନ୍ତା ମୃତଦେହ ନିଜ ଘରୁ ଉଦ୍ଧାର କରାଯାଇଛି। ସୂଚନାନୁଯାୟୀ, ମଙ୍ଗଳବାର ରାତିରେ ବୁନା ବେକରେ ପ୍ଲାଷ୍ଟିକ ଦଉଡି ଲଗାଇ ସିଲିଂଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ଓରକେଲ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ବୁଧବାର ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ବୁନା ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ବୋଲି ତଦନ୍ତକାରୀ ଅଧିକାରୀ ତଥା ଏଏସଆଇ ଗୋପାଳକୃଷ୍ଣ ପଟ୍ଟନାୟକ କହିଛନ୍ତି । ତେବେ ଏ ସଂକ୍ରାନ୍ତରେ ଅନୁସନ୍ଧାନ ଜାରି ରହିଛି। ତଦନ୍ତ ପରେ ମୃତ୍ୟୁ ସଂକ୍ରାନ୍ତ ତଥ୍ୟ ଜଣାପଡିବ ବୋଲି ସେ ପ୍ରକାଶ କରିଛନ୍ତି।

ରାୟଗଡା

କୁନ୍ଦୁଲି ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ବନ୍ଦ ପାଳନ

କୁନ୍ଦୁଲି ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ବନ୍ଦ ପାଳନ

ପଟାଙ୍ଗୀ,୨୪।୧(ଡି.ଏନ.ଏ.)- କୁନ୍ଦୁଲି ଗଣବଳାତ୍କାର ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଭାଜପା ଓ କଂଗ୍ରେସ ଦଳ ତରଫରୁ ବନ୍ଦ ପାଳନର ଡ଼ାକରା ଦିଆଯାଇଥିବାବେଳେ ଏହାର ପ୍ରଭାବ ପଟାଙ୍ଗୀଠାରେ ମଧ୍ୟ ପଡ଼ିଛି ।

ବିଲୁପ୍ତ ଅବସ୍ଥାରେ ‘କମାରଶାଳ’

ବିଲୁପ୍ତ ଅବସ୍ଥାରେ ‘କମାରଶାଳ’

ରାୟଗଡା ଅଫିସ, ୨୪।୧- ଆଧୁନିକତା ସହ ତାଳଦେଇ ତିଷ୍ଠି ପାରୁନି କୌଳିକ ବୃତ୍ତି । ଏକଦା ଜୀବନ ଧାରଣର ମାନଦଣ୍ଡ ଭାବେ ପରିଗଣିତ ହେଉଥିବା ପାରିବାରିକ ଜୀବିକା ଏବେ ସତ୍ତା ହରାଇବାକୁ ବସିଛି।

ରାସ୍ତା ନିର୍ମାଣରେ ଅନିୟମିତତା

ରାସ୍ତା ନିର୍ମାଣରେ ଅନିୟମିତତା

ରାୟଗଡ (ଗଜପତି), ୨୪। ୧(ଡି.ଏନ.ଏ)-ଗଜପତି ଜିଲା ରାୟଗଡ ବ୍ଲକ ଅଧୀନ ଏସ.କରଡାସିଂ ପଞ୍ଚାୟତର ଖିଲିଗଣ୍ଡାଠାରୁ ବଣ୍ଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଚାଲିଛି। ଧାର୍ଯ୍ୟ ସମୟସୀମା ଅତିକ୍ରାନ୍ତ ପରେ ବି ଏହି ରାସ୍ତା କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ।

ନାବାଳିକା ବିବାହ ରୋକିଲା ଚାଇଲ୍ଡ ଲାଇନ

କାଲିମେଳା,୨୩।୧(ଡି.ଏନ.ଏ.)- କାଲିମେଳା ବ୍ଲକ ଅର୍ନ୍ତଗତ ମାଲାଭରମ ପଞ୍ଚାୟତର ଏମପିଭି-୮୩ ଗ୍ରାମରେ ଜଣେ ନାବାଳିକା ଝିଅକୁ ବିବାହ କରାଯାଉଥିବାବେଳେ ମଙ୍ଗଳବାର ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।

୧୫କୁଇଣ୍ଟାଲ ଗଞ୍ଜେଇ ସମେତ ଟ୍ରକ୍‌ ଜବତ, ୨ ଗିରଫ

୧୫କୁଇଣ୍ଟାଲ ଗଞ୍ଜେଇ ସମେତ ଟ୍ରକ୍‌ ଜବତ, ୨ ଗିରଫ

ନବରଙ୍ଗପୁର,୨୩।୧(ବି.ପ୍ର.)- ନବରଙ୍ଗପୁର ଥାନା ପୋଲିସ୍‌ ଚିକିଲି ନଦୀ ନିକଟରେ ମଙ୍ଗଳବାର ଏକ ଟ୍ରକରେ ବେଆଇନ ଚାଲାଣ ହେଉଥିବା ଗଞ୍ଜେଇ ସହ ଗାଡ଼ିଟିକୁ ଜବତ କରି ୨ଜଣଙ୍କୁ ଗରିଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଚିତ୍ରକୋଣ୍ଡା ଥାନା ଅଧିନ ରଶିଆଗୁଡ଼ା ଗାଁର ଟ୍ରକ୍‌ ଡ୍ରାଇଭର ମାଧବ ହନ୍ତାଳ ଏବଂ ହେଲପର ଡମ୍ବରୁ ସୁୁନା ବଶିଆ।

ରାସ୍ତା କାମରେ ଶିଶୁ ଶ୍ରମିକ

କୋରାପୁଟ,୨୩।୧(ଡି.ଏନ.ଏ.)-କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତରେ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଚାଲିଥିବା ରାସ୍ତା କାମରେ ଶିଶୁ ଶ୍ରମିକମାନଙ୍କୁ ନିୟୋଜିତ କରାଯାଉଥିବା ଦେଖିବାକୁ ମିଳିଛି ।

ଖୁଲମଖୁଲା ଚାଲିଛି କୁକୁଡାଗାଲି, ଖୁଡୁଖୁଡି

ଖୁଲମଖୁଲା ଚାଲିଛି କୁକୁଡାଗାଲି, ଖୁଡୁଖୁଡି

ନବରଙ୍ଗପୁର,୨୩।୧(ବି.ପ୍ର.)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଡାବୁଗାଁ ଥାନା ଧାମନାଗୁଡା ପଞ୍ଚାୟତ ଅଧିନ ଟୁଟିଗୁଡା, ଚାଟିଗୁଡା ଠାରେ ଖୁଲମଖୁଲା ଚାଲିଛି କୁକୁଡାଗାଲି, ଖୁଡୁଖୁଡି, ଜୁଆ ଖେଳ। ୫ କି.ମି ଦୂରତା ମଧ୍ୟରେ ୨ଟି ସ୍ଥାନରେ ଚାଲିଛି ଏଭଳି ବେଆଇନ ଖେଳ।

କାମରେ ଲାଗୁନି ଫଳବଜାର କେନ୍ଦ୍ର

କାମରେ ଲାଗୁନି ଫଳବଜାର କେନ୍ଦ୍ର

ରାୟଗଡ, ୨୩।୧(ଡି.ଏନ.ଏ.)-ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ସରକାର ନାନା ଯୋଜନା କରୁଛନ୍ତି। କୋଟି କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଉଛି। ଏପରିକି କିଛିଦିନ ତଳେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ହୋଇଛି।

ରାସ୍ତା କଡ଼ରେ ବେଆଇନ ପେଟ୍ରୋଲ ବିକ୍ରି , ପ୍ରଶାସନ ନୀରବ

ରାସ୍ତା କଡ଼ରେ ବେଆଇନ ପେଟ୍ରୋଲ ବିକ୍ରି , ପ୍ରଶାସନ ନୀରବ

ମାଲକାନଗିରି, ୨୩।୧(ଡି.ଏନ୍‌.ଏ.)- ନୋ ହେଲ୍‌ମେଟ୍‌ ନୋ ପେଟ୍ରୋଲ ନିୟମରେ ଲୋକଙ୍କୁ ସଚେତନ କରୁଛି ପୋଲିସ। କିନ୍ତୁ ଜିଲାର ବିଭିନ୍ନ ଅଞ୍ଚଳର ରାସ୍ତା କଡରେ ଖୁଚୁରା ବେପାରୀମାନେ ଖୁଲମ୍‌ଖୁଲା ପେଟ୍ରୋଲ ବିକ୍ରି କରୁଛନ୍ତି।

କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ରାସ୍ତା ଅବରୋଧ

କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ରାସ୍ତା ଅବରୋଧ

ପଟ୍ଟାଙ୍ଗୀ,୨୩।୧(ଡି.ଏନ୍‌.ଏ.): କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ମଙ୍ଗଳବାର ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ପରିବାର ଲୋକଙ୍କ ସମେତ କଂଗ୍ରେସ ନେତୃତ୍ୱରେ ଏହି ରାସ୍ତାରୋକୋ କରାଯାଇଛି।

ବୋଟ୍‌ ଚାଳକଙ୍କ ଦିନିକିଆ ଧର୍ମଘଟ

ବୋଟ୍‌ ଚାଳକଙ୍କ ଦିନିକିଆ ଧର୍ମଘଟ

ମାଲକାନଗିରି,୨୨।୧(ଡି.ଏନ୍‌.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ବୋଟ୍‌ ଚାଳକମାନେ ସୋମବାର ଦିନିକିଆ ଧର୍ମଘଟ କରିଛନ୍ତି। ଫଳରେ ବିଛିନ୍ନାଞ୍ଚଳର ସମସ୍ତ ଅଞ୍ଚଳକୁ ବୋଟ୍‌ ସେବା ବାଧାପ୍ରାପ୍ତ ହୋଇଛି।

ଟ୍ରେନ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଗୁଣପୁର,୨୧।୧(ଡି.ଏନ.ଏ)- ଦାଦନ ଖଟିବାକୁ ଯାଇଥିବା ରାୟଗଡା ଜିଲା ଗୁଣପୁର ବ୍ଲକ ପୁଟାସିଂ ପଞ୍ଚାୟତ ପୁଟା ଗ୍ରାମର ଜଣେ ଯୁବକଙ୍କ ବିଶାଖାପାଟଣା ଷ୍ଟେଶନଠାରେ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଛି ।